spot_img
Home Blog Page 5929

‘ପଶ୍ଚିମବଙ୍ଗରେ ବଢ଼ି ଚାଲିଛି ଗୁଣ୍ଡାରାଜ’

କୋଲକାତା: ନିର୍ବାଚନ ବର୍ଷରେ ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ବିଜେପି ପାଇଁ ଆଜି ପ୍ରଚାରର ମଙ୍ଗ ଧରି ହିନ୍ଦୁତ୍ୱ କାର୍ଡ ଖେଳିବା ସହ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ବଢିଚାଲିଛି । ବୟସ୍କମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଟିଏମସି ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଫେଲ୍ ମାରିଛନ୍ତି ବୋଲି କହିଛନ୍ତି ଯୋଗୀ । ଜୟ ଶ୍ରୀରାମ ନାରା ଦେଲେ ଦିଦି କାହିଁକି ରାଗି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି CAA ଓ ଲଭ୍ ଜିହାଦି ପ୍ରସଙ୍ଗରେ ମମତା ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଯୋଗୀ ଆଦିତ୍ୟନାଥ ।

ଆସନ୍ତା ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇଁ ଅଡ଼ୁଆ ବଢ଼ିଛି । ବିଜେପି ଏହି ରାଜ୍ୟରେ ଜୋରସୋରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେରଳ, ପୁଡୁଚେରୀରେ ବିଜେପି ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ଓ ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟାଥରା କାରଣ ପାଲଟିଛି । ଏହାରି ମଧ୍ୟରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା ହୋଇଛି ଯେ, ପାଞ୍ଚ ରାଜ୍ୟର ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାକୁ ଅପିଲ କରିବ ।

ଏଥିସହିତ ପଢ଼ନ୍ତୁ: କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା

ଚିକିତ୍ସାରେ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଘରୋଇ ମେଡିକାଲ ନାଁରେ ଏତଲା

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଗୁରୁଦେବ କ୍ଲିନିକ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଗୋଳନ୍ଥରା ଥାନା ଗୋବିନ୍ଦନଗରର ନବୀନ ସାହୁଙ୍କ ପତ୍ନୀ ସଙ୍ଗୀତା ସାହୁ। ନବୀନ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । କ୍ଲିନିକ୍ କର୍ମଚାରୀମାନେ ସଙ୍ଗୀତାଙ୍କୁ ଠିକ୍ ଭାବେ ଦେଖାଶୁଣା ନ କରିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଦର୍ଶାଇଛନ୍ତି ।

ସମ୍ପୃକ୍ତ ଡାକ୍ତର , କ୍ଲିନିକ୍ ମାଲିକ ଏବଂ କର୍ମଚାରୀଙ୍କ ନାମରେ ଏତଲା ଦିଆଯାଇଛି । ସଙ୍ଗୀତା ନିଜର ଶାରୀରିକ ସମସ୍ୟା ନେଇ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ମହିଳା ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ଡାକ୍ତର ଜଣକ ମହିଳାଙ୍କ ପେଟରେ ଟ୍ୟୁମର ଥିବା ଦର୍ଶାଇ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ । ଅସ୍ତ୍ରୋପଚାର ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ।

୨୬ ତାରିଖରେ ସଙ୍ଗୀତା ସମୃକ୍ତ ମହିଳା ଡାକ୍ତରଙ୍କ ନିକଟକୁ ଯାଇ ରୋଗ ବିଷୟରେ କହିଥିବା ବେଳେ ୨୮ ତାରିଖରେ ତାଙ୍କୁ ଗୁରୁଦେବ କ୍ଲିନିକ୍‌ରେ ଭର୍ତ୍ତି ହେବାକୁ କୁହାଯାଇଥିଲା । ଡାକ୍ତର ଆସିବା ପୂର୍ବରୁ କର୍ମଚାରୀମାନେ ତାଙ୍କୁ ଅସ୍ତ୍ରୋପଚାର ପ୍ରକୋଷ୍ଠକୁ ନେଇଥିଲେ। କିଛି ସମୟ ପରେ ସଙ୍ଗୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ କ୍ଲିନିକର ଆମ୍ବୁଲାନ୍ସ ଯୋଗେ ଏମକେସିଜି ନିଆଯାଇଥିଲା ।

ମେଡିକାଲରେ ସଂଗୀତାଙ୍କୁ ଛାଡ଼ିଦେଇ ସେଠାରୁ ପଳାଇ ଯାଇଥିଲେ ଘରୋଇ ମେଡିକାଲ କର୍ମଚାରୀ। ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷିତ କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ବର୍ଷକ ପୂର୍ବେ ଗୁରୁଦେବ କ୍ଲିନିକରେ ଜଣେ ନବ ବିବାହିତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଥାନାରେ ଡାକ୍ତର ଏବଂ କ୍ଲିନିକ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ଗୁରୁଦେବ ହସ୍ପିଟାଲରେ  ଚିକିତ୍ସା ଅବହେଳାରୁ ମୃତ୍ୟୁ ଯୋଗୁ ବିଜେପି ଦଳର କର୍ମୀଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲ୍ ସାମ୍ନାରେ ମୃତ ଦେହ ରଖି ରାସ୍ତା ରୋକ କରିଥିଲେ।

ଅପରପକ୍ଷେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗୁରୁଦେବ ହସ୍ପିଟାଲର ମାଲିକଙ୍କୁ ଗିରଫ ଓ ମେଡିକାଲକୁ ବନ୍ଦ କରିବା ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଘଟଣା ସ୍ଥଳରେ ଉତେଜନା ପୂର୍ଣ୍ଣ ସ୍ଥିତି ଦେଖି ବିଏନପୁର ଥାନା ଆଇଆଇସି ସାରଦା ଦାସଙ୍କ ସମେତ ଟାଉନ୍ ଏସଡିପିଓ ବିଷ୍ଣୁ ପତି ପ୍ରମୁଖ ଉପସ୍ଥିତ ରହିଥିଲେ।

କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ: ଆସନ୍ତା ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ବିଜେପି ଏହି ରାଜ୍ୟରେ ଜୋରସୋରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେରଳ, ପୁଡୁଚେରୀରେ ବିଜେପି ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ଓ ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟାଥରା କାରଣ ପାଲଟିଛି । ଏହାରି ମଧ୍ୟରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା ହୋଇଛି ଯେ, ପାଞ୍ଚ ରାଜ୍ୟର ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାକୁ ଅପିଲ କରିବ ।

ସ୍ୱରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ୧୦ ଟ୍ରେଡ୍ ସଂଗଠନ ସହିତ ଆଲୋଚନା ହୋଇଛି । ସରକାର ସାର୍ବଜନିକ କ୍ଷେତ୍ରର ଯେଉଁ ଘରୋଇକରଣ ହେଉଛି ତାହା ବିରୋଧରେ ୧୫ ମାର୍ଚ୍ଚକୁ ପୂରା ଦେଶର ଶ୍ରମିକ ଏବଂ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ଏବଂ ରେଳ ଷ୍ଟେସନ ବାହାରକୁ ଯାଇ ଧାରଣା ଦେବେ । ସେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଛି । କେନ୍ଦ୍ର ସରକାରରେ ହରିୟାଣାର ଯେଉଁ ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି, ସେମାନଙ୍କୁ ସେମାନଙ୍କ ଗ୍ରାମକୁ ପ୍ରବେଶ ଉପରେ ରୋକ ଲଗାଯିବ ।

୧୧ଟାରୁ ୪ ଯାଏଁ ଏକ୍ସପ୍ରେସ୍ ଓ୍ୱେ ରୋକାଯିବ

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ମିଳିତ କୃଷକ ମୋର୍ଚ୍ଚାର ଆଜିର ବୈଠକରେ ଆଗାମୀ ୧୫ ମାର୍ଚ୍ଚ ଯାଏଁ ଦଳର କାର୍ଯ୍ୟକ୍ରମ ନିର୍ଦ୍ଦାରଣ ହୋଇସାରିଛି ।  ୬ ମାର୍ଚ୍ଚକୁ ଯେତେବେଳେ ବିରୋଧ ପ୍ରଦର୍ଶନର ୧୦୦ ଦିନ ପୂରଣ ହେବ, ସେତେବେଳେ ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କୁଣ୍ଡଳି-ମାନେସର-ପଲବଲ ଏକ୍ସପ୍ରେସ ଓ୍ୱେ’ର ଅଲଗା ଅଲଗା ସ୍ଥାନରେ ଅଟକାଯିବ ।

ଏଥିସହିତ ପଢ଼ନ୍ତୁ: Hurun Global Rich List 2021: ଅଷ୍ଟମ ସ୍ଥାନରେ ଅମ୍ୱାନୀ, ବିଲେନିୟର୍‌ କ୍ଳବ୍‌ରେ ଆଉ ୫୦ ଜଣ ସାମିଲ

 

ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନକୁ ଭାରତର ସମାଲୋଚନା

ନୂଆଦିଲ୍ଲୀ: ପୁଣି ଥରେ ବିଶ୍ୱ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲିଛି ଭାରତ । ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନକୁ ସମାଲୋଚନା କରିଛି ଭାରତ । ପାକିସ୍ତାନ ଆତଙ୍କବାଦୀକୁ ପାଳିପୋସି ସେମାନଙ୍କୁ ପ୍ରୋତ୍ସାହିତ କରୁଛି । ପାକିସ୍ତାନରେ ଦିନକୁ ଦିନ ମାନବାଧିକାରର ଉଂଲ୍ଲଘନ ହେଉଛି । ଏଥି ପ୍ରତି ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ସବୁବେଳେ ଭାରତ ଉପରେ ଦୋଷ ଲଦୁଛି ବୋଲି ଅଭିଯୋଗ କରିଛ ଭାରତ ।

ପାକିସ୍ତାନ ଜାତିସଂଘ ମଞ୍ଚରେ ସାରା ଦୁନିଆକୁ ମିଛ କହୁଥିବା କହିଛନ୍ତି ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ପବନକୁମାର ବାଧେ । ପାକିସ୍ତାନ ଆତଙ୍କବାଦର ଭୁତ୍ସଗ ପାଲଟିଛି । ଏ ନେଇ ବାରମ୍ବାର ପ୍ରମାଣ ମିଳିଚାଲିଛି । ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖିଛି । ଏଭଳି ସମୟରେ ଆତଙ୍କବାଦ ପ୍ରତି ପାକିସ୍ତାନର ଆଭିମୁଖ୍ୟ ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି ବୋଲି ଭାରତ କହିଛି ।

୫ ଦିନ ପରେ ରାଜ୍ୟକୁ ପୁଣି ଫେରିବ ତାତି

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ବାୟୁ ମଣ୍ଡଳରେ ସାମାନ୍ୟ ଜଳୀୟବାଷ୍ପ ଯୋଗୁଁ ଉତ୍ତର ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆଜି ରାଜ୍ୟରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍ ରହିଛି । ଭୁବନେଶ୍ୱରରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ କଟକରେ ପାରଦ ୩୮.୨ ଡିଗ୍ରୀ, ତାଳଚେରରେ ୩୮.୧ ଡିଗ୍ରୀ, ମାଲକାନଗିର-ନୟାଗଡ଼-ବଲାଙ୍ଗିର-ସୁନ୍ଦରଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

ବଦଳିବ ପାଣିପାଗର ମିଜାଜ, ଦୁଇଦିନ ପାଇଁ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡ଼ିଶାକୁ ସାମୁଦ୍ରିକ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ।

ତେବେ ଅନ୍ୟ ଅଞ୍ଚଳରେ ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଖରାକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉତ୍ତର, ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ରାଜ୍ୟରେ ତାତି ବଢ଼ିବ ।

ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର, ଫେରାଇଲେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା

ଖଲ୍ଲିକୋଟ: ମାନବିକତା ଦେଖାଇଲେ ଅଟୋ ଡ୍ରାଇଭର ନାରାୟଣ । ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗକୁ ସେ ଫେରାଇ ଦେଇଛନ୍ତି ।

ସୂଚନା ଅନୁସାରେ ଏକ ଲକ୍ଷରୁ ଉର୍ଦ୍ଧ ଟଙ୍କା ନେଇ ନାରାୟଣଙ୍କ ଅଟୋରେ ଯାଉଥିବା ଜଣେ ଯାତ୍ରୀ ଟଙ୍କା ଭରି ବ୍ୟାଗକୁ ଭୁଲବଶତଃ ଅଟୋରେ ଛାଡି ଖଲ୍ଲିକୋଟ ଥନା ଅନ୍ତର୍ଗତ କୈରାଶି ଛକରେ ଓହ୍ଲାଇ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ନାରାୟଣ ବ୍ୟାଗକୁ ଦେଖିଲା ପରେ ବ୍ୟାଗରେ କ’ଣ ଜରୁରୀ ସାମଗ୍ରୀ ଥିବ ଭାବି ଖୋଲିଥିଲେ । ବ୍ୟାଗ ରେ ଏତେ ପରିମାଣର ଟଙ୍କା ଦେଖି ଲୋଭର ବଶବର୍ତ୍ତୀ ନହୋଇ କାହା ଟଙ୍କା ବୋଲି ଚିନ୍ତା କରିଥିଲେ ସେ। ହେଲେ ତାହା ଉକ୍ତ କୈରାଶି ଛକରେ ଓହ୍ଲାଇ ଥିବା ଜଣେ ବୁଢା ମଉସା ଙ୍କ ର ବୋଲି ସେ ଅନୁମାନ କରିଥିଲେ ।

ତା ପରେ କୈରାଶି ଛକର ଅଟୋ ୟୁନିୟନ ସହ ଯୋଗାଯୋଗ କରଥିଲେ । ଯୋଗାଯୋଗ ପରେ ଜାଣିବାକୁ ପାଇଥିଲେ ଯେ  ନାରାୟଣଙ୍କ ଗାଡ଼ିରେ ଟଙ୍କା ଛାଡିଥିଲେ ସିଏ କୈରାଶି ଛକରେ ବସି କାନ୍ଦୁଛନ୍ତି । ଯାହାଙ୍କ ନାମ ଖଲ୍ଲିକୋଟ ଅଞ୍ଚଳର ଆଦିକନ୍ଧ ମିସ୍ତ୍ରୀ ବୋଲି ଜଣାପଡିଥିଲା ।

ପରେ ସେ ଟଙ୍କା ଫେରେଇବା ପାଇଁ କୈରାଶି ଛକରେ ପହଁଚି ଥିଲେ । ଲୋଭର ବଶବର୍ତ୍ତୀ ନ ହୋଇ ନାରାୟଣ ଖୁସି ଖୁସି ଟଙ୍କା ଫେରାଇ ଥିଲେ । ନାରାୟଣଙ୍କ ଏହି କାମ ପାଇଁ ସାରା ଅଞ୍ଚଳରେ ଏକ ଉଦାହରଣ ପାଲଟିଥିବା ବେଳେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ଏ ନେଇ ଟଙ୍କା ଫେରି ପାଇଥିବା ଆଦିକନ୍ଧ ମିସ୍ତ୍ରୀ ନିଜର ଖୁସି ବ୍ୟକ୍ତ କରିଥିଲେ । ବାହାଘର ଭୋଜିରେ ଯୋଗ ଦେବା ପାଇଁ କୋରାପୁଟରେ ରହୁଥିବା ଖଲ୍ଲିକୋଟ ଅଞ୍ଚଳର ଆଦିକନ୍ଧ ଖୁସି ଖୁସି ଘରକୁ ଫେରି ଯାଇଥିବା ସୂଚନା ମିଳିଛି।

 

ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ଖରା ବଦଳାଇଲା ସ୍କୁଲ ଟାଇମ୍ । ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସେହିପରି ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ପୂର୍ବରୁ ସକାଳ ୯ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଖରା ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Morning Schools Timing Changed For Heat Wave

ସବୁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ପାଇଁ DEOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲର ଅଚଳ ନଳକୂଅ ସଜାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ । ସ୍କୁଲ ବସ୍ସେ ବା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇ ଥିବା ବେଳେ ସବୁଠି କୋଭିଡ୍ନି ୟମ କଡାକଡ଼ି ପାଳନ ପାଇଁ କଡ଼ା ନିର୍ଦ୍ଦେଶ ରହିଛି । ପିଲାଙ୍କୁ ପାଣି ବୋତଲ ଦେବାକୁ ଅଭିଭାବକଙ୍କୁ ଗାଇଡଲାଇନରେ ପରାମର୍ଶ ଦିଆଯାଇଛି ।

RRB ପରୀକ୍ଷାର୍ଥୀଙ୍କ ଲାଗି କୋହଳ ହେଲା ହୋମ୍ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ଆରଆରବି ପରୀକ୍ଷା ଲାଗି କୋଭିଡ୍ ହୋମ୍ କ୍ୱାରେଣ୍ଟାଇନ୍ ନିୟମ କୋହଳ କରାଯାଇଛି । ମାର୍ଚ୍ଚ ୩ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଆରଆରବି ପରୀକ୍ଷା ଅନୁଷ୍ଠିତ ହେବ । ଏଥିରେ ବାହାର ରାଜ୍ୟ ବିଶେଷକରି ଛତିଶଗଡ଼ରୁ ପ୍ରାୟ ୧୦ ହଜାର ୫ ଶହ ଜଣ ଛାତ୍ରଛାତ୍ରୀ ଭାଗ ନେବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ବାହାରୁ ପରୀକ୍ଷା ଦେବାକୁ ଆସୁଥିବା ପରୀକ୍ଷାର୍ଥୀଙ୍କ ଲାଗି ହୋମ୍ କ୍ୱାରେଣ୍ଟାଇନ୍ ଲାଗୁ ହେବ ନାହିଁ । କିନ୍ତୁ, ସେମାନଙ୍କୁ ସମସ୍ତ କୋଭିଡ୍ କଟକଣା ମାନିବାକୁ ପଡ଼ିବ ।

Exemption Of Home Quarantine for Candidates Appearing In RRB Examination

ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ, ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଷ୍ଟକୋଷ୍ଟ ରେଲୱେକୁ ଚିଠି ଲେଖି ଅବଗତ କରାଇଛନ୍ତି ।

ଆରଆରବି ପରୀକ୍ଷା ଦେବାକୁ ଛତିଶଗଡ଼ରୁ ଆସୁଥିବା ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଦେଖାଇବେ । ଆଡମିଟ୍ କାର୍ଡ ଦେଖାଇଲେ ସେମାନଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ନାହିଁ । ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ୫ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ହୋମ୍ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଥିଲେ । ନିୟମ ବଳବତ୍ତର ରହିଥିବା ବେଳେ ଏଥିରୁ ଆରଆରବି ପରୀକ୍ଷା ପାଇଁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଇଛି ।

ପ୍ରଥମ କ୍ରିକେଟର ଭାବେ ୧୦୦ମିଲିୟନ ଫଲୋୱର୍ସ କ୍ଲବରେ ସାମିଲ ହେଲେ ବିରାଟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି। ଏବେ ସେ ସମସ୍ତଙ୍କୁ ପଛରେ ପକାଇ ଇନଷ୍ଟାରେ ୧୦୦ମିଲିୟନ ଫଲୋଓର୍ସ ଥିବା ପ୍ରଥମ କ୍ରିକେଟର ପାଲଟିଛନ୍ତି। କୋହଲି ଜୁଭେଣ୍ଟସ୍ ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍ଡୋ, ନେମାର, ଆର୍ଜେଣ୍ଟିନା ଫରୱାର୍ଡ ଲିଓନେଲ ମେସି, ହଲିଉଡ ଅଭିନେତା ତଥା ପୂର୍ବତନ ପ୍ରୋ-ରେସଲର ଡୱେନ ଜନସନ, ଆମେରିକୀୟ କଣ୍ଠଶିଳ୍ପୀ-ଗୀତିକାର ବେୟୋନ୍ସ ଏବଂ ଆରିନା ଗ୍ରାଣ୍ଡେଙ୍କ ଭଳି ନିଜକୁ ୧୦୦ମିଲିୟନ କ୍ଲବରେ ସାମିଲ କରିଛନ୍ତି। ୧୦୦ମିଲିୟନ ଫଲୋୱର୍ସ ସହ ଇନଷ୍ଟାଗ୍ରାମରେ କୋହଲି ଚତୁର୍ଥ ସର୍ବାଧିକ ଅନୁସରଣ କରାଯାଉଥିବା କ୍ରୀଡ଼ାବିତ୍ ପାଲଟିଛନ୍ତି।

୨୬୫ନିୟୁତ ଫଲୋୱର୍ସଙ୍କ ସହ ରୋନାଲଡୋ ଶୀର୍ଷରେ ଥିବାବେଳେ ବାର୍ସିଲୋନା ଅଧିନାୟକ ମେସି ଏବଂ ବ୍ରାଜିଲର ନେମାର ଯଥାକ୍ରମେ ୧୮୬ମିଲିୟନ, ୧୪୭ନିୟୁତ ଫଲୋୱର୍ସଙ୍କ ସହ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପତ୍ନୀଙ୍କୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ମହାମାରୀ କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ସହାୟତା ମିଳିଛି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଖୋର୍ଦ୍ଧା ଜିଲ୍ଲାପାଳ ଦିବଙ୍ଗତ ସାମ୍ବାଦିକ ପ୍ରବୀରଙ୍କ ପତ୍ନୀଙ୍କୁ ଅନୁକମ୍ପା ମୂଳକ ସହାୟତା ଦେଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ପ୍ରବୀରଙ୍କ ପତ୍ନୀ ସୁଚିସ୍ମିତା ସ୍ୱାଇଁ ୧୫ ଲକ୍ଷ ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି ।

ନ୍ୟୁଜ୍ ୧୮ ଓଡ଼ିଆର ଭୁବନେଶ୍ୱର ପ୍ରତିନିଧି ଭାବେ ପ୍ରବୀର ପ୍ରଧାନ କାମ କରୁଥିଲେ । ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତବର୍ଷ ନଭେମ୍ବର ପ୍ରଥମ ସପ୍ତାହରେ ମୃତ୍ୟୁବରଣ କରିଥିଲେ । କ୍ରାଇମ୍ ରିପୋର୍ଟର ଭାବେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ପ୍ରବୀରଙ୍କୁ ହରାଇ ସମସ୍ତେ ଭାଙ୍ଗି ପଡ଼ିଥିଲେ । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରବୀରଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ।