spot_img
Home Blog Page 5928

ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ରେଞ୍ଜର

ସମ୍ବଲପୁର: ସମ୍ବଲପୁର ଜିଲା ଯୁଜୁମୁରା ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ସଦର ରେଞ୍ଜର ଗୌରୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ରେଞ୍ଜରଙ୍କୁ  ନିଲମ୍ବନ କରିଛନ୍ତି ସମ୍ବଲପୁର ଡିଏଫଓ ଡ.ସଞ୍ଜୀତ କୁମାର। ଏହି ବନଖଣ୍ଡରେ ଗୋଟିଏ ବର୍ଷରେ ୪ ହାତୀଙ୍କ ମୃତ୍ୟୁ ହେଲାଣି। ଦାୟିତ୍ବହୀନତା ପାଇଁ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି। ବାରମ୍ବାର ହାତୀ ମୃତ୍ୟୁ ହେଉଥିଲେ ମଧ୍ୟ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠା ହେଉ ନଥିଲା। ଯେଉଁଥି ପାଇଁ ଆଜି ରେଞ୍ଜରଙ୍କୁ ନିଲମ୍ବନ କରାଯାଇଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ। ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକରେ କାର୍ଯ୍ୟରତ ଶିକ୍ଷକ ସନ୍ତୋଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍। ପଥରଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି ସନ୍ତୋଷ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ଏକକାଳୀନ ସମ୍ବଲପୁର, ସୁବର୍ଣ୍ଣପୁରରେ ଚଢାଉ କରିଛି ଭିଜିଲାନ୍ସର ମିଳିତ ଟିମ୍। ସନ୍ତୋଷଙ୍କ ପୈତୃକ ଘର କେଞ୍ଝରିଆପାଲି ସମେତ ଲାତୁରପେଟରେ ଥିବା ଘରେ ଚାଲିଛି ଚଢାଉ। ଭିଜିଲାନ୍ସ ପକ୍ଷରୁ ତାଙ୍କର ସମ୍ପତ୍ତିର ଆକଳନ ଜାରି ରହିଛି। ଆକଳନ ସରିଲେ ପ୍ରକୃତ ସମ୍ପତ୍ତିର ମୁଲ୍ୟ ଜଣା ପଡ଼ିବ ବୋଲି ଭିଜିଲାନ୍ସ  ବିଭାଗ କହିଛି।

୨ଟି ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣା ସ୍ଥଳରେ ୩ ମୃତ ୧ ଆହତ

ସମ୍ବଲପୁର: ଦୁଇ ବାଇକୁ ପିଟିଲା ଅଜଣା ଗାଡ଼ି। ସମ୍ବଲପୁର ବରେଇପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ତାରିରେ ଘଟିଛି ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ୨ଟି ବାଇକରେ ଥିଲେ ୪ ଜଣ। ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ୩ ମୃତକଙ୍କ ଘର ହୀରାକୁଦ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ଏବେ ଜଣାପଡ଼ିନାହିଁ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଉଦ୍ଧାର କରିବା ପରେ ସେମାନଙ୍କ ଘରେ ସୁଚନା ଦେଇଛି।

ବିବାହ ଭୋଜି ଖାଇ ଝାଡାବାନ୍ତିରେ ୩୮ ଜଣ ଅସୁସ୍ଥ

ନବରଙ୍ଗପୁର: ନବରଙ୍ଗପୁର ଉମରକୋଟ ବ୍ଲକ ତୋହରା ଗ୍ରାମରେ ବିବାହ ଭୋଜି ଖାଇ ୩୮ ଜଣ ଅସୁସ୍ଥ । ଭୋଜି ଖାଇବା ପରେ ୩୮ ଜଣ ଝାଡାବାନ୍ତି ହେବାରୁ ସମସ୍ତଙ୍କୁ ଆମ୍ବୁଲାନ୍ସ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂଜାରୀଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଶିଶୁ, ପାଞ୍ଚ ଜଣ ମହିଳା, ୬ ଜଣ ପୁରୁଷଙ୍କୁ ଚିକିତ୍ସା କରାଯାଉଛି ।

ସେହିପରି ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୯ ଜଣ ଶିଶୁ, ୧୦ ଜଣ ମହିଳା, ୭ ଜଣ ପୁରୁଷଙ୍କୁ ଚିକିତ୍ସା କରାଯାଉଛି । ଏମାନଙ୍କ ମଧ୍ୟରୁ କୌଣସି ଆକ୍ରାନ୍ତ ଗୁରୁତର ନଥିବା ଜଣାପଡିଛି । ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା କହିଛନ୍ତି ଉମରକୋଟ ମେଡିକାଲ୍ ଅଫିସର ।

୨୧ ଦିନରେ ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ, ବେଆଇନ ଅର୍ଥ ଆଦାୟ ଅଭିଯୋଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ

ସମ୍ବଲପୁର: ୨୧ ଦିନରେ ପହଞ୍ଚିଲା ଭୀମସାର ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜ ଅଧ୍ୟକ୍ଷା ଲୀଳାରାଣୀ ସ୍ବାଇଁ ବେଆଇନ ଭାବେ ଅର୍ଥ ଆଦାୟ କରିଥିବା ଅଭିଯୋଗରେ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ପକ୍ଷରୁ କଲେଜର ଉନ୍ନତି ପାଇଁ ଆସିଥିବା ଅର୍ଥକୁ ଅଧ୍ୟକ୍ଷା ଲୁଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗ କଲେ ଛାତ୍ରଛାତ୍ରୀଙ୍କୁ ଫେଲ କରିବାକୁ ଅଧ୍ୟକ୍ଷା ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

ନ୍ୟାୟ ପାଇଁ ଛାତ୍ରଛାତ୍ରୀ ଆନ୍ଦୋଳନରେ ବସିଛନ୍ତି  । ଅଭିଯୋଗ ପରେ ତଦନ୍ତ ପାଇଁ ଗଠନ ହୋଇଥିବା ପାଞ୍ଚ ଜଣିଆ ତଦନ୍ତ କମିଟି ୧୫ ଦିନରେ ରିପୋର୍ଟ ଦେବା କଥା । ମାତ୍ର ୨୨ ଦିନ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଦାଖଲ ହୋଇନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଦୁଇଦିନ ପୂର୍ବରୁ ଛାତ୍ରଛାତ୍ରୀମାନେ ସମ୍ବଲପୁର ସର୍କିଟ ହାଉସରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଥିଲେ ।  ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ

ଦାରିଙ୍ଗବାଡ଼ି: ରାଜ୍ୟରେ ବଢ଼ିବାରେ ଲାଗିଛି ଗଞ୍ଜେଇ ଚାଲାଣ। ପ୍ରତି ଦିନ ପୁଳା ପୁଳା ଗଞ୍ଜେଇ ଜବତ ହେଉଛି। ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ। ୨୪କେଜି ୪୦୦ଗ୍ରାମ୍ ଗଞ୍ଜେଇ ସହିତ ଏକ କାରକୁ ଜବତ କଲା ପୋଲିସ୍। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛଇ ପୋଲିସ୍। ଘଟଣାରେ ଆଉ ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଲେ ହରିପୁର ଗ୍ରାମର ଟୁନା ସ୍ବାଇଁ  । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୨୦ଜଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଗଞ୍ଜେଇ ଗୁଡିକ କ.ନୂଆଗାଁ ଅଞ୍ଚଳରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଞ୍ଚଳକୁ ଚାଲାଣ ହେଉଥିଲା ।

ବିଷ ଧର ନାଗକୁ ପାଣି ପିଆଇଲା ବିଷ ହୀନ ବାଲି ବୋଡ଼ା

ଯାଜପୁର: ନାଗ ଓ ବୋଡା ସାପ ଲଢ଼େଇ। ବିଷ ଧର ନାଗକୁ ପାଣି ପିଆଇଲା ବିଷ ହୀନ ସ୍ୟାଣ୍ଡ ବୋଡା ସାପ । ୪ ଫୁଟ ବିଷଧର ନାଗ ସହ ଏକ ଘଣ୍ଟା ଲଢିଲା ଏକ ଫୁଟର ବାଲି ବୋଡା । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କୁଳହରିପୁର ଗାଁରେ ଦେଖିବାକୁ ମିଳିଛି ଏପରି ଏକ ନିଆରା ଦୃଶ୍ୟ । ରାସ୍ତା କଡରେ ୨ଟି ସାପ ପରସ୍ପରକୁ ଆକ୍ରମଣ କରିଥିଲେ । ୪ ଫୁଟ ଲମ୍ବର ନାଗ ସାପ ଏକ ବୋଆ ସାପକୁ କାମୁଡି ଧରିଥିଲା । କିନ୍ତୁ ଜୀବନ ବଞ୍ଚାଇବାକୁ ଯାଇ ବୋଡା ସାପଟି ନିଜ ଲାଞ୍ଜରେ ନାଗ ସାପର ବେକକୁ ଗୁଡ଼ାଇ ଦେଇଥିଲା । ସ୍ଥାନୀୟ ଲୋକେ ଏହି ଘଟଣା ଦେଖିବା ପରେ ସ୍ନେକ୍ ହେଲପ ଲାଇନକୁ ସୂଚନା ଦେଇଥିଲେ । ଖବର ପାଇ ସ୍ନେକ ହେଲପ ଲାଇନ୍ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ ।

ଓଡ଼ିଶାର ବନ୍ଦରର ବ୍ୟବହାର ପାଇଁ ବିହାର ଅଧିକାରୀଙ୍କ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାର ବନ୍ଦରର ବ୍ୟବହାର ପାଇଁ ବିହାର ଅଧିକାରୀ ଆଲୋଚନା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ବ୍ୟବସାୟିକ ଭାବେ ବନ୍ଦର ବ୍ୟବହାର ନେଇ ଓଡ଼ିଶା ଓ ବିହାର ମଧ୍ୟରେ ଆଲୋଚନା ହୋଇଛି । ବିହାର ACSଙ୍କୁ ଉନ୍ନୟନ କମିଶନର ପ୍ରଦୀପ ଜେନା ବନ୍ଦର ବ୍ୟବହାର ନେଇ ଯୋଜନା କରିବାକୁ ପରାମର୍ଶ ଦେଇଛନ୍ତି ।

Top Officials Of Odisha And Bihar Discussed About Port Use

ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ଓଡ଼ିଶା । ବୈଠକରେ ବନ୍ଦରର ସମ୍ଭାବ୍ୟ ବିକାଶ ନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ ବୈଠକ ସଫଳ ହୋଇଥିବା କହିଛନ୍ତି ବିହାର ଅଧିକାରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ଅତିରିକ୍ତ ସଚିବ ଓ ତାଙ୍କ ଟିମ୍ ଧନ୍ୟବାଦ ଦେଇଛନ୍ତି ।

ପେଟ୍ରୋଲ ଓ ଡିଜେଲ ପରେ ବଢ଼ିଲା ସିଏନ୍‌ଜି ଦର: ୪୩ ଟଙ୍କା ୪୦ ପଇସାକୁ ଦର ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ରୋଷେଇ ଗ୍ୟାସ୍‌ ସିଲିଣ୍ଡର ପରେ ଏବେ CNG ପାଳି । ଲଗାତାର ତୈଳ ଦର ବୃଦ୍ଧି ଘଟୁଥିବା ବେଳେ PNG ଓ CNG ଦରରେ ବୃଦ୍ଧି ଘଟିଛି । CNG ୭୦ ପଇସା ବଢ଼ିଥିବା ବେଳେ PNG ଦର ୯୨ ପଇସା ବଢ଼ିଛି । ଦିଲ୍ଲୀ ଏନ୍‌ସିଆର୍‌ରେ CNG ଦର କିଲୋଗ୍ରାମ୍‌ ପିଲା ୪୩ଟଙ୍କା ୪୦ ପଇସା ହୋଇଛି । ସେପଟେ ଗାଜିଆବାଦ୍‌, ନୋଏଡ଼ା ଓ ଗ୍ରେଟର ନୋଏଡ଼ାରେ CNG କିଲୋଗ୍ରାମ୍‌ ପିଛା ୪୯ ଟଙ୍କା ୮ ପଇସା ହୋଇଛି । ସେପଟେ ବିମାନ ଇନ୍ଧନ ଏଟିଏଫ୍‌ ଦରରେ ବି ୬ଦଶମିକ ୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ବଢୁଥିବାରୁ ବିମାନ ଇନ୍ଧନ ମହଙ୍ଗା ହୋଇଥିବା କୁହାଯାଉଛି । ବିମାନ ଇନ୍ଧନ ଏଟିଏଫ୍ ଦର କିଲୋଲିଟର ପିଛା ୩ହଜାର ୬୬୩ ଟଙ୍କାର ବୃଦ୍ଧି ହୋଇଛି । ବିମାନ ଇନ୍ଧନ ଦର ବଢ଼ିବା ପରେ ଏବେ ବିମାନ ଯାତ୍ରା ବି ମହଙ୍ଗା ହେବା ଆଶଙ୍କା କରାଯାଉଛି । ଇନ୍ଧନ ଦର ବୃଦ୍ଧି ଯୋଗୂ ଟିକେଟ୍ ଦର ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଦରବୃଦ୍ଧି ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା

‘ପଶ୍ଚିମବଙ୍ଗରେ ବଢ଼ି ଚାଲିଛି ଗୁଣ୍ଡାରାଜ’

କୋଲକାତା: ନିର୍ବାଚନ ବର୍ଷରେ ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ବିଜେପି ପାଇଁ ଆଜି ପ୍ରଚାରର ମଙ୍ଗ ଧରି ହିନ୍ଦୁତ୍ୱ କାର୍ଡ ଖେଳିବା ସହ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପଶ୍ଚିମବଙ୍ଗରେ ଗୁଣ୍ଡାରାଜ ବଢିଚାଲିଛି । ବୟସ୍କମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ଟିଏମସି ସରକାର ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇ ଦେବାରେ ଫେଲ୍ ମାରିଛନ୍ତି ବୋଲି କହିଛନ୍ତି ଯୋଗୀ । ଜୟ ଶ୍ରୀରାମ ନାରା ଦେଲେ ଦିଦି କାହିଁକି ରାଗି ଯାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି CAA ଓ ଲଭ୍ ଜିହାଦି ପ୍ରସଙ୍ଗରେ ମମତା ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଯୋଗୀ ଆଦିତ୍ୟନାଥ ।

ଆସନ୍ତା ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପାଇଁ ଅଡ଼ୁଆ ବଢ଼ିଛି । ବିଜେପି ଏହି ରାଜ୍ୟରେ ଜୋରସୋରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେରଳ, ପୁଡୁଚେରୀରେ ବିଜେପି ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ଓ ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟାଥରା କାରଣ ପାଲଟିଛି । ଏହାରି ମଧ୍ୟରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା ହୋଇଛି ଯେ, ପାଞ୍ଚ ରାଜ୍ୟର ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାକୁ ଅପିଲ କରିବ ।

ଏଥିସହିତ ପଢ଼ନ୍ତୁ: କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା