spot_img
Home Blog Page 5942

ମାର୍ଚ୍ଚ ପାଇଁ ଆସିଲା ଗାଇଡଲାଇନ୍, ଦୁଇ ହଜାରରୁ କମ ଦର୍ଶକରେ ଦୁଲୁକିବ ଯାତ୍ରା ପେଣ୍ଡାଲ

ଭୁବନେଶ୍ବର: ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍ । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି । ମାର୍ଚ୍ଚ1 ରୁ ମାର୍ଚ୍ଚ 31 ଯାଏ ଗାଇଡଲାଇନ ଜାରି କରାଯାଇଛି । ଯଦ୍ବାରା ଜନସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ନୂତନ ଗାଇଡଲାଇନରେ ଯାତ୍ରା ପାଇଁ ମିଳିଛି ଅନୁମତି ।  ୨୦୦୦ ଦର୍ଶକରୁ କମ ଏବଂ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ସହ ଯାତ୍ରା ହୋଇପାରିବ ବୋଲି ନିର୍ଦେଶ ଦେଇଛନ୍ତି ଏସଆରସି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଅନ୍ୟପକ୍ଷରେ ସେହିପରି ଫିଲ୍ମ ହଲରେ 50 ପ୍ରତିଶତ ଦର୍ଶକ ବସିପାରିବା ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ସେପଟେ ମାର୍ଚ୍ଚରେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ । ୫୦୦ଲୋକଙ୍କୁ ନେଇ ହୋଇପାରିବ ବାହାଘର, ଶୁଦ୍ଧିକ୍ରିୟା । ଏସବୁ କାର୍ଯ୍ୟରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ମାର୍ଚ୍ଚ ଗାଇଡଲାଇନରେ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ଇସ୍ରାଏଲୀ ଇଞ୍ଜିନିୟର ବିକ୍ରି କରିଦେଲେ ମାରାତ୍ମକ ଡ୍ରୋନ୍ ହାରୋପ୍‌ର ଟେକ୍ନୋଲୋଜି, ଭାରତ ପାଇଁ ବିପଦ

0

ଇସ୍ରାଏଲ ଠାରୁ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିଥିବା ଭାରତ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଇସ୍ରାଏଲର ୨୦ ଜଣ ଇଞ୍ଜିନିୟରଙ୍କ ବିରୋଧରେ ଘାତକ ଡ୍ରୋନ ହାରୋପର ଟେକ୍ନୋଲୋଜିକୁ ଏକ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କିନ୍ତୁ ଇସ୍ରାଏଲ ଏହି ଏସୀୟ ଦେଶର ନାମ କହିନାହିଁ। ଏହି ଖବର ଭାରତ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। କାରଣ ଭାରତ ଏହି ଡ୍ରୋନକୁ ଇସ୍ରାଏଲ ଠାରୁ କିଣିବାକୁ ଯାଉଥିବା ବେଳେ ଏହି ଟେକ୍ନୋଲୋଜିକୁ ଭାରତର ଶତ୍ରୁ ଚୀନ୍ ବ୍ୟତୀତ ଅନ୍ୟ କେହି କିଣି ନଥିବା ଏବେ ଚର୍ଚ୍ଚା ହେଉଛି।

ଇସ୍ରାଏଲ୍ ମିଡିଆ ଏକ ରିପୋର୍ଟ ଅନୁଯାୟୀ ୨୦ ଜଣଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଏମାନଙ୍କ ବରୋଧରେ ବେଆଇନ ଭାବେ ଡ୍ରୋନ୍ ଡିଜାଇନ୍ ତିଆରି କରିବା, ଉତ୍ପାଦନ ଏବଂ ବିକ୍ରି କରିବା ସହ ଏସୀୟ ଦେଶକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ଅସ୍ତ୍ରଶସ୍ତ୍ର ବାଣିଜ୍ୟରେ କୌଣସି ପ୍ରକାରର ଆଞ୍ଚ ଆସିବା ଭୟରେ ଇସ୍ରାଏଲ ସେହି ଏସୀୟ ଦେଶର ନାମ କହୁନାହିଁ। ତେବେ ଏହି ଡ୍ରୋନର ଟେକ୍ନୋଲଜି ବିକ୍ରି ହେବା ପୂର୍ବରୁ ଇସ୍ରାଏଲ୍ ଘୋଷଣା କରିଥିଲା ​​ଯେ ଏହି ମାରାତ୍ମକ ଡ୍ରୋନ୍କୁ ତିନି ଦେଶକୁ ପଠାଇବା ପାଇଁ ଏକ ଚୁକ୍ତି ହୋଇଛି। ଏଥିରେ ଏକ ଏସୀୟ ଦେଶ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଭାରତ ହୋଇପାରେ ବୋଲି କହିଥିଲେ।

ଇସ୍ରାଏଲ୍ ପୋଲିସ୍ ଏହି ତଦନ୍ତରେ ସହଯୋଗ କରୁଛି। ଇସ୍ରାଏଲ୍ ପୋଲିସ୍ ଏହାର ବିବୃତ୍ତିରେ କହିଛି ଯେ ଏହି ଡ୍ରୋନ ବଦଳରେ ଇସ୍ରାଏଲ୍ ଇଂଜିନିୟରଙ୍କୁ ବହୁ ଅର୍ଥ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯାଇଛି। ଇସ୍ରାଏଲର କମ୍ପାନୀ ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ହାରୋପ୍ ଡ୍ରୋନ୍ ଉତ୍ପାଦନ କରୁଛି। ଏହି ଡ୍ରୋନକୁ ଆଜାରବୈଜାନ  ଆର୍ମେନିଆ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିଥିଲା ।  ହାରୋପରକୁ ଆର୍ମେନିଆର ବାୟୁ ସେନା ଏବଂ ଟ୍ୟାଙ୍କ୍‌ ଅଟକାଇ ପାରିନଥିଲା। ଇସ୍ରାଏଲ ଗଣମାଧ୍ୟମ ଆଶଙ୍କା କରୁଛି ଯେ, ଏହି ଡ୍ରୋନର ଟେକ୍ନୋଲୋଜି ବର୍ତ୍ତମାନ ଶତ୍ରୁମାନଙ୍କ ହାତରେ ପହପାରେ | ଏହାପୂର୍ବରୁ ଇସ୍ରାଏଲ୍ ଚାଇନାକୁ ସିସିଟିଭି ଡ୍ରୋନ୍ ବିକ୍ରୟ କରିବାକୁ ଚାହୁଁଥିଲା କିନ୍ତୁ ଆମେରିକା ଏହାକୁ ବନ୍ଦ କରି ଦେଇଥିଲା।

ଘରୋଇ ଡାକ୍ତରଖାନାରେ କରୋନା ଟିକାର ଦାମ୍ କେତେ ରହିବ ? ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାକୁ ଲାଗିଲାଣି। ଦେଶରେ ଏବେ ବ୍ରିଟେନ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିଛି। କିଛି ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର। ଏହାସହ କରୋନାକୁ ନେଇ ଲୋକଙ୍କ ମନରେ ଛନକା ପଶିଲାଣି। ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ିଚି କରୋନା କଟକଣା। ଏଇଭିତରେ ସାଧାରଣ ନାଗରିକମାନଙ୍କ ପାଇଁ ମାର୍ଚ୍ଚ ୧ ରୁ ଆରମ୍ଭ ହେବ କରୋନା ଟିକାକରଣ ବୋଲି  ଏକ ବୈଠକରେ ସ୍ଥିର ହୋଇଛି। ସେହି ବୈଠକରେ ମାର୍ଚ୍ଚ ୧ରୁ ଆରମ୍ଭ ହେବାକୁ ଥିବା ଟିକାକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନ ହୋଇଛି। ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ସହ ରୋଗରେ ଆକ୍ରାନ୍ତ ଥିବା ଲୋକମାନଙ୍କୁ ମିଳିବ ଟିକା। କେବଳ ସରକାରୀ ନୁହେଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ଟୀକାକରଣ ମଧ୍ୟ କରାଯିବ।

ସବୁଠାରୁ ବଡ଼ କଥା ହେଉଛି ଯେ ଦେଶରେ କରୋନା ଟିକା ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳିବାକୁ ଯାଉଥିବା ବେଳେ ଘରୋଇ ଡାକ୍ତରଖାନାରେ ୨୫୦ ଟଙ୍କାରେ ମିଳିବ କରୋନା ଟିକା ବୋଲି ସୂଚନା ମିଳିଛି। ଦେଶର ପ୍ରାୟ ୧୦ ହଜାର ଟିକାକରଣ କେନ୍ଦ୍ରରେ ମାଗଣାରେ ମିଳିବ ଟିକ। ତେବେ ଏ ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। ସୂଚନା ଅନୁଯାୟୀ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ସଚିବ ଡ ପ୍ରଦୀପ ବ୍ୟାସ କହିଛନ୍ତି ଯେ କରୋନା ଟିକାକରଣ କେନ୍ଦ୍ର ହେବା ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକ ପ୍ରତି ବ୍ୟକ୍ତିଙ୍କ ପିଛା ୧୦୦ ଟଙ୍କା ନେବେ। ଏହା ବ୍ୟତୀତ ସେମାନେ ଟିକା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୧୫୦ ଟଙ୍କା ନେବେ। ଏହିପରି ଭାବରେ ପ୍ରତି ବ୍ୟକ୍ତିଙ୍କ ପାଇଁ ସର୍ବାଧିକ ଚାର୍ଜ ୨୫୦ ଟଙ୍କା ରହିବ। ଏହି ଘରୋଇ ଡାକ୍ତରଖାନା ମାନଙ୍କରେ ଟିକାକରଣରେ ସାମିଲ ରହିଥିବା ଅଧିକାରୀ ମାନଙ୍କୁ ମାଗଣାରେ ମିଳିବ ଟିକା।

ତେବେ କରୋନା ଟିକା ପାଇଁ କେମିତି କରିବେ ପଞ୍ଚିକରଣ। ପୂର୍ବରୁ CO-WIN ଦ୍ୱାରା ଲୋକେ ଟିକା ପାଇଁ ପଞ୍ଚିକରଣ କରୁଥିଲେ କିନ୍ତୁ ଏବେ ଆରୋଗ୍ୟ ସେତୁ ସହ CO-WIN ଓ୍ୱେବ ପୋର୍ଟାଲ ଦ୍ୱାରା ପଞ୍ଚିକରକଣ କରିପାରିବେ। ବରିଷ୍ଠ ନାଗରିକଙ୍କ ପାଇଁ ଫୋନ୍ ପଞ୍ଜୀକରଣର ଏକ ବିକଳ୍ପ ମଧ୍ୟ ରହିଛି। ଏଥିପାଇଁ ଆପଣଙ୍କୁ କଲ୍ ସେଣ୍ଟର୍ ନମ୍ବର ୧୫୦୭କୁ ଡାଏଲ୍ କରିବାକୁ ପଡିବ। ଦୁଇଟି କରୋନା ଟିକା ପାଇଁ ଭାରତରେ ଅନୁମୋଦନ ରହିଛି। ପ୍ରଥମଟି କୋଭିଶିଲ୍ଡ ଏବଂ ଦ୍ୱିତୀୟଟି ହେଉଛି ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ୍। ହେଲେ ଆପଣଙ୍କୁ କେଉଁ ଟିକା ଦିଆଯିବ ତାହା ଆପଣ ବାଛି ପାରିବେ ନାହିଁ।

 

କାରଗିଲ ଯୁଦ୍ଧ ସମୟରେ ଶାନ୍ତି ପାଇଁ ଆମେରିକାକୁ ପ୍ରାର୍ଥନା କରିଥିଲେ ପାକ୍ କୂଟନୀତିଜ୍ଞ

୧୯୯୯ ମସିହା ମେ ୩ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା କାର୍ଗିଲ ଯୁଦ୍ଧ । ଧୋକା ଦେଇ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ପାକିସ୍ତାନୀ ସେନାକୁ ପଛଘୁଂଚା ଦେବାକୁ ପଡିଥିଲା । ୨୬ ଜୁଲାଇ ୧୯୯୯ରେ ଭାରତ କାର୍ଗିଲ ଉପରେ ଅନ୍ତିମ ବିଜୟ ପାଇଥିଲା । କିନ୍ତୁ ଯୁଦ୍ଧ କାଳରେ ଭାରତୀୟ ସେନା ଦ୍ୱାରା ନିର୍ଘାତ ମାଡ ଖାଉଥିବା ପାକିସ୍ତାନୀ ସେନା ସୁରକ୍ଷିତ  ଲେଉଟାଣି ପାଇଁ ବ୍ୟାକ୍ ଡୋର୍ ଖୋଜୁଥିଲା। ଯେଉଁଥିପାଇଁ ପାକ୍ ସରକାରଙ୍କୁ ଆମେରିକା ଗୋଡ ଧରିବାକୁ ପଡିଥିଲା। ଭାରତକୁ ବୁଝାଇ ସୁଝାଇ ଆମେରିକା ଯୁଦ୍ଧ ଉପରେ ପୂର୍ଣ୍ଣଛେଦ ଟାଣୁ ବୋଲି ପାକ୍ ସରକାର ଚାହୁଁଥିଲେ। କାର୍ଗିଲ କାଳରେ ପାକିସ୍ତାନର କାକୁତି ମିନତି ବାବଦରେ ଏବେ ମୁହଁ  ଖୋଲିଛନ୍ତି ସେତେବେଳେ ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ରିଚର୍ଡ ସେଲେଷ୍ଟ। ରିଚର୍ଡ ତାଙ୍କ ଲିଖିତ ପୁସ୍ତକ “ଲାଇଫ ଇନ ଆମେରିକା ପଲିଟିକ୍ସ ଆଣ୍ଡ ଡିପ୍ଲୋମେଟିକ ଇୟର୍ସ ଇନ ଇଣ୍ଡିଆ”ରେ ଏବାବଦରେ ଲେଖିଛନ୍ତି।

ଯୁଦ୍ଧକୁ ନେଇ ଭାରତର ଗମ୍ଭୀରତା ଓ ଫ୍ରଣ୍ଟରେ ପାକିସ୍ତାନୀ ସେନାର ବିପର୍ଯ୍ୟୟ ପାକ୍ ନେତୃତ୍ୱକୁ ଚିନ୍ତିତ କରିଥିଲା । ଭାରତର ଶକ୍ତିକୁ ଦେଖି ଆମେରିକା ନିକଟରେ ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଥିଲା । ପାକିସ୍ତାନୀ ରାଷ୍ଟ୍ରଦୂତ ଅସରଫ କାଜି ରିଚର୍ଡ ସେଲେଷ୍ଟଙ୍କୁ ସାକ୍ଷାତ କରି ଆମେରିକାର ସାହାଯ୍ୟ ମାଗିଥିଲେ ।

କାଜି ଚାହୁଁଥିଲେ ଯେ ଭାରତ କାର୍ଗିଲରେ ନିଜର ଯୁଦ୍ଧଖୋର ଆଚରଣକୁ ବନ୍ଦ କରୁ ବୋଲି। ରିଚର୍ଡଙ୍କ ସାମ୍ନାରେ କାଜି ଅବାନ୍ତର ଯୁକ୍ତି ମଧ୍ୟ କରିଥିଲେ। ସେ ଯୁକ୍ତି କରିଥିଲେ ଯେ ପାକିସ୍ତାନ ପଟୁ କାର୍ଗିଲରେ ଯୁଦ୍ଧ କରୁଥିବା ଲୋକେ ହେଉଛନ୍ତି ସାଧାରଣ ନାଗରିକ। ସେମାନେ ସବୁ ସ୍ୱାଧୀନତା ସଂଗ୍ରାମୀ। କିନ୍ତୁ କାଜିଙ୍କର ଏଭଳି ଅବାନ୍ତର ଯୁକ୍ତିକୁ ରିଚର୍ଡ କଠୋରତାର ସହିତ ନିନ୍ଦା କରିଥିଲେ। ସେ କାଜିଙ୍କୁ କହିଥିଲେଯେ ଯୁଦ୍ଧର ସତ କଣ ସେ ଭଲ ଭାବରେ ଜାଣନ୍ତି। ପାକିସ୍ତାନ ପଟୁ ଯୁଦ୍ଧ କରୁଥିବା ଯୋଦ୍ଧାଙ୍କୁ କିଏ ଟ୍ରେନିଂ ଦେଇଛି ତାହା ମଧ୍ୟ ମୋତେ ଭଲ ଭାବରେ ଜଣା ବୋଲି ରିଚର୍ଡ କହିଥିଲେ। ଏଭଳି ସମୟରେ ପାକିସ୍ତାନର କଥା ଆମେରିକା ଶୁଣିବା ଅସମ୍ଭବ ବୋଲି ସେ କହିଥିଲେ ।

ଏହି ଘଟଣାର କିଛି ଦିନ ପରେ ଆମେରିକାର ରାଷ୍ଟ୍ରପତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ କାର୍ଗିଲରୁ ସୈନ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ। କ୍ଲିଣ୍ଟନ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଫୋନ କରି କଥା ହୋଇଥିଲେ। ତେବେ କାର୍ଗିଲ ସମୟରେ ଆମେରିକା ଏବଂ ଭାରତର ସମ୍ପର୍କ ସେତେଟା ଭଲ ନଥିଲା। ତେଣୁ ଆମେରିକା ରାଷ୍ଟ୍ରପତି ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିବା ଅପ୍ରତ୍ୟାଶିତ ଥିଲା ।  ଯାହା ପରେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ମୋଡ଼ ବଦଳାଇ ଦେଇଲା ବୋଲି ରିଚର୍ଡ ତାଙ୍କ ପୁସ୍ତକରେ ଲେଖିଛନ୍ତି ।

ରିଚର୍ଡ ତାଙ୍କ ପୁସ୍ତକରେ ଭାରତରେ ପରମାଣୁ ବୋମା ପରୀକ୍ଷଣ ସମୟରେ ତାଙ୍କୁ କେଉଁଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା ତାହା ଲେଖିଛନ୍ତି। ଭାରତରେ ପରମାଣୁ ବୋମା ପରୀକ୍ଷଣ ପାଇଁ ତାଙ୍କର ଭାରତକୁ କେବେ ଗସ୍ତ ହୋଇପାରି ନଥିଲା । କାରଣ ସେତେବେଳେ ଆମେରିକା ଚାହୁଁଥିଲା ଭାରତ ପରମାଣୁ ବୋମାର ପରୀକ୍ଷଣ ନକରୁ ବୋଲି।

୧୯୯୮ ରେ ଆମେରିକାର ସ୍ୱତନ୍ତ୍ର ଦୂତ ବିଲ୍ ରିଚାର୍ଡସନ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଜସୱନ୍ତ ସିଂଙ୍କୁ ଭେଟିଥିଲେ। ପରମାଣୁ ପରୀକ୍ଷଣକୁ ନେଇ ଆମେରିକା ପ୍ରଶାସନର ଚିନ୍ତାଧାରା ବିଷୟରେ ସେ ଭାରତକୁ ସୂଚନା ଦେଇଥିଲେ। ଜସଓ୍ୱନ୍ତ ରିଚାର୍ଡସନଙ୍କ କଥାକୁ ଧ୍ୟାନର ସହ ଶୁଣୁଥିଲେ ଏବଂ ଖୋଲାଖୋଲି ନିଜର ମନ୍ତବ୍ୟ ଦେଇଥିଲେ। ଜସଓ୍ୱନ୍ତଙ୍କ ମନ୍ତବ୍ୟରୁ ଆମେରିକା ଭାବିଥିଲା ଭାରତ କେବେ ପରମାଣୁ ବୋମା ପରୀକ୍ଷଣ କରିବନାହିଁ ବୋଲି। କିନ୍ତୁ ଆମର ଭାବନାକୁ ଭୁଲ ପ୍ରମାଣିତ କରିଥିଲା ଭାରତ। ଗୋଟେ ମାସରୁ କମ୍ ସମୟ ମଧ୍ୟରେ ଭାରତ ପରମାଣୁ ବୋମା ପରୀକ୍ଷଣ କରିଥିଲା ବୋଲି ସେ ତାଙ୍କ ପୁସ୍ତକ “ଲାଇଫ ଇନ ଆମେରିକା ପଲିଟିକ୍ସ ଆଣ୍ଡ ଡିପ୍ଲୋମେଟିକ ଇୟର୍ସ ଇନ ଇଣ୍ଡିଆ”ରେ ବର୍ଣ୍ଣିତ କରିଛନ୍ତି।

ଚଢେଇ ଫାଶରେ ପଡିଲା ତମ୍ପ ସାପ, ଓୟୁଏଟିରେ କରାଗଲା ଅପରେସନ

ଭୁବନେଶ୍ୱର: ଚଢେଇ ଧରିବା ପାଇଁ ବିଲରେ ବସାଯାଇଥିଲା ଫାଶ  । ଫାଶରେ ଚଢେଇ ପଡିବା ପରିବର୍ତ୍ତେ ଫସିଗଲା ତମ୍ପ ସାପ । ଏଭଳି ଘଟଣା  ଘଟିଛି  ରାଜଧାନୀ ଭୁବନେଶ୍ୱରରେ । ଶୁକ୍ରବାର ସନ୍ଧ୍ୟା 8 ଟାରେ ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳରେ ଥିବା ଶିବ ନଗର ତେଲୁଗୁ ବସ୍ତିରେ ଏନ ତିରୁପତି ଙ୍କ ଘରୁ ଏକ ୫ ଫୁଟ ଲମ୍ବର  ତମ୍ପ ସାପ କୁ ଉଦ୍ଧାର କରିଥିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ । ଉଦ୍ଧାର କଲା ବେଳେ ସାପ ଟିର ଲାଞ୍ଜ ଠାରୁ ପ୍ରାୟ ଏକ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ଡୋର କଷି କରି ଚାପି ହୋଇଥିବା ଦେଖି ଅରୁଣ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ସାପ ଟିକୁ ଆଣିଥିଲେ ।

ପରେ ପ୍ଲାଷ୍ଟିକ ଡୋର ଟିକୁ ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜରେ ସର୍ଜରୀ ବିଭାଗରେ ଅପରେସନ କରାଯାଇ କଟାଯାଇଥିଲା  ।  ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଅପରେସନ କରି ବାହାର କରିଥିଲେ । ତେବେ ଅପରେସନ କଲା ବେଳେ ସେହି ପ୍ଲାଷ୍ଟିକ ଡୋର ଟି କୌଣସି ଜାଲ ର ନୁହେଁ ବରଂ ଏକ ଗୋଲାକାର ଫାଶ ବୋଲି ଡାକ୍ତର ନାଥ ଦେଖିବାକୁ ପାଇଥିଲେ । ସେହି ଫାଶ ଟି ସମ୍ଭବତଃ ଏକ ଚଢେଇ ଧରିବା ପାଇଁ ଉଦ୍ଦିଷ୍ଟ ଫାଶ ବୋଲି ଜଣା ପଡିଥିଲା । ସର୍ଜରୀ ପୂର୍ବରୁ ଭିତର କ୍ଷତ ଅବସ୍ଥା ଜାଣିବା ପାଇଁ ସାପଟିର ଏକ୍ସରେ କରାଯାଇଥିଲା ।

ଅପରେସନ ପରେ ସାପ କୁ ଆଣ୍ଟିବାୟୋଟିକ ଇଂଜେକସନ ମଧ୍ୟ ଦିଆଯାଇଛି । ସାପ ଟିର ଅବସ୍ଥା ଭଲ ଅଛି, କିନ୍ତୁ ପ୍ଲାଷ୍ଟିକ ଡୋର ତାର ଚମଡା ଓ ମାଂସକୁ କାଟି ଦେଇଥିବାରୁ କ୍ଷତ ସ୍ଥାନ ଶୁଖିବା ପର୍ଯ୍ୟନ୍ତ ଅବଜରଭେସନ ରେ ରଖାଯିବ ବୋଲି ଡାକ୍ତର ନାଥ ପ୍ରକାଶ କରିଛନ୍ତି । ଏହି ଅପରେସନ ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସିଲକା ସେଲୋନୀ ସହାୟତା କରିଥିଲେ ।

ଦେଶରେ ମାର୍ଚ୍ଚ ୩୧ ଯାଏ କରୋନା କଟକଣା, ନିଷ୍ପତ୍ତିରେ ରହିଛି କ’ଣ ?

ନୂଆଦିଲ୍ଲୀ: ଅନେକ ରାଜ୍ୟରେ ଦେଖାଦେଲାଣି କରୋନାର ଦ୍ବିତୀୟ ଲହର । ଏସବୁ ଭିତରେ ସାରା ଦେଶରେ ମାର୍ଚ୍ଚ ୩୧ ତାରିଖ ଯାଏ ବଢିଛି କରୋନା କଟକଣା । କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ । ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ କଟକଣା । ସେହିପରି ଟିକାକରଣକୁ ତ୍ବରାନିତ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୂର୍ବଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ନିୟମ ବଳବତ୍ତର ରହିବା ନେଇ ନିଷ୍ପତି ନେଇଛି ଗୃହ ବିଭାଗ ।

ସେପଟେ କୋଭିଡ୍ ଗାଇଡଲାଇନକୁ ପାଳନ କରି ସ୍କୁଲ କଲେଜ୍ ଚାଲିବ । କ୍ଲାସରୁମରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ । ସେହିପରି ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଚାଲିପାରିବ । ବାହାଘର ଏବଂ ଅନ୍ତିମ ଯାତ୍ରାରେ ସମସ୍ତେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ DGCA ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ତେବେ ୨୮ ଫେବୃଆରୀ ପର୍ଯ୍ୟନ୍ତ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ କରୋନା କଟକଣାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆସୁଥିବା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରୁ ରଖି ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ବିଭାଗ ।

ଶ୍ରୀମନ୍ଦିର ପରିକ୍ରମା ପ୍ଲାନରେ ସ୍ୱତନ୍ତ୍ର ବ୍ୟବସ୍ଥା, ଭକ୍ତ କରିବେ ଦିବ୍ୟ ଅନୁଭବ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ପାଇଁ ବିଧାନସଭାରେ ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ନକ୍ସା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଜାତିର ବଡ଼ ପରିଚୟ ପ୍ରଭୁ ଜଗନ୍ନାଥ। ଶ୍ରୀମନ୍ଦିର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ସ୍ପିରିଚୁଆଲ ପରିବେଶ ପାଇଁ ପ୍ଲାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ମହାପ୍ରଭୁଙ୍କ ଦର୍ଶନ ପାଇବା ଲକ୍ଷ ଲକ୍ଷ ଭକ୍ତଙ୍କ ଇଛା ରହିଛି। ଭକ୍ତ କିପରି ଦିବ୍ୟ ଅନୁଭବ ନେଇ ଫେରିବେ ତାହା ଆମ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି କହିଛନ୍ତି । ଭକ୍ତଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶକୁ ଗୁରୁତ୍ବ ଦିଆଯାଇଛି । ଏଥିରେ ସହଯୋଗ କରିଥିବା ପୁରୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଗଜପତି ମହାରାଜାଙ୍କ ନେତୃତ୍ବରେ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ବହୁବାର ଆଲୋଚନା ପରେ ଏହି ପ୍ଲାନ୍ ପ୍ରସ୍ତୁତ ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ରଘୁନାଥ ମହାପାତ୍ର ଓ ସୁବାସ ପାଣିଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ବିଧାନସଭାରେ ପାରିତ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସରକାର କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି । ଏହା 4 କୋଟି ଓଡିଶା ବାସୀଙ୍କର ଯୋଜନା ବୋଲି ଉଦବୋଧନ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାତିରେ ଲାଇଟ୍ ଜଳାଇ ଶୋଉଛନ୍ତି କି? ସାବଧାନ୍! ଭୋଗିପାରନ୍ତି ନାନା ସମସ୍ୟା

ରାତିର ନିଦ ଶରୀର ପାଇଁ ରାମ ବାଣ। ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇଲେ ଆପଣଙ୍କ ଶରୀରର ଅଧା ସମସ୍ୟାର ସମାଧାନ ହୋଇଯାଏ । ଆପଣଙ୍କ ନୀଦ ଯେତେ ଗଭୀର ହେବ ଶରୀର ମଧ୍ୟ ସେତେ ସୁସ୍ଥ ରହିବ। କିନ୍ତୁ ଅନେକ ଲକୋ ରାତିରେ ଅନ୍ଧାରରେ ଶୋଇବାକୁ ଭୟ କରନ୍ତି ତେଣୁ ସେମାନେ ଲାଇଟ୍ ଜଳାଇ ଶୁଅନ୍ତି । ଯଦି ଆପଣ ବି ଏଭଳି ଶୋଉଛନ୍ତି ତେବେ ସାବଧାନ୍। ଏହା ଆପଣଙ୍କ, ସ୍ଲିପ ସାଇକଲ୍କୁ ବିଗାଡ଼ୁଛି । ଯାହା ଫଳରେ ଆପଣ ତ ଶୋଉଛନ୍ତି ହେଲେ ଆପଣଙ୍କ ମସ୍ତିଷ୍କ ଶୋଇପାରୁନାହିଁ।

ଲାଇଟ୍ ଜଳାଇ ଶୋଇଲେ ଆମ ମସ୍ତିଷ୍କ ଆଲର୍ଟ ମୋଡକୁ ଆସିଯାଏ। ମସ୍ତିଷ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ମସ୍ତିଷ୍କ ଏକ ପ୍ରକାରର ହର୍ମୋନ ସୃଷ୍ଟି କରେ ଯାହା ଦ୍ୱାରା ଆମ ନିଦ ହଜିଯାଏ। ଆଉ ଆମେ ରାତି ଶାରା ଶୋଇପାରୁନା । ନିଦ ସମ୍ପୂର୍ଣ୍ଣ ରହିବାରୁ ଶରୀରେ ନାନା ସମସ୍ୟା ଦେଖାଦିଏ। ଆସନ୍ତୁ ଜାଣିବା ଏହିସମସ୍ୟାଗୁଡ଼ିକ ବିଷୟରେ।

ଡିପ୍ରେଶନ : ରାତିରେ ଲାଇଟ୍ ଜଣାଇ ଶୋଇଲେ ଆପଣ ଡିପ୍ରେସନ ବା ମାନିକ ଅବସାଦର ଶିକାର ହୋଇପାରନ୍ତି । ଇଲେକ୍ଟୋରନିକ ସାମଗ୍ରୀରୁ ବାହାରୁଥିବା ବ୍ଲୁ ରେ  ଆମ ମୁଡ୍ ଉପରେ ସବୁଠୁ ଖରାପ ପ୍ରଭାବ ପକାଇଥାଏ। ନିଦର ଅଭାବ ହେତୁ ଆମ ମୁଡ ସବୁବେଳେ ଖରାପ ରୁହେ। ଆଉ ଆମେ ଚିଡ଼ଚିଡ଼ା ହେଉଯାଉ । ଆଉ ଏସବୁ ଅତ୍ୟଧିକ ହେଲେ ମାନସିକ ଅବସାଦ ଦେଖାଦିଏ ।

ମୋଟାପଣ: ଆଜ୍ଞା ହଁ ନିଦର ଅଭାବ ଆପଣଙ୍କୁ ମୋଟା ମଧ୍ୟ କରିପାରେ । ଏକ ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ମହିଳାମାନେ ଟିଭି ଦେଖୁ ଦେଖୁ କିମ୍ବା ଲାଇଟ୍ ଜଣାଇ ଶୋଇଥାନ୍ତି। ତେବେ ଏମାନଙ୍କ କ୍ଷେତ୍ରରେ ମୋଟାପଣର ଭୟ ଅଧିକ ଥାଏ । କର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନେ ରାତିରେ କମ୍ ଶୁଅନ୍ତି ସେମାନେ ପରଦିନ ଅଥିକ ଖାଇଥାନ୍ତି । ଫଳରେ ଏମାନଙ୍କ ଓଜନ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ବଢ଼ିଥାଏ।

ଦୁର୍ଘଟଣା: ପର୍ଯ୍ୟାପ୍ତ ନିଦ ନହେବା ଯୋଗୁ, ପରଦିନ ଆପଣଙ୍କୁ ଅଳଶୁଆ ଲାଗେ ଓ ଦିନ ସାରା ନିଦ ବି ଲାଗେ । ରାତିରେ ଠିକ ଭାବେ ନ ଶୋଇବାରୁ ଅନେକ ଲୋକ ଗାଡ଼ି ଚଲାଇବାବେଳେ ଢୋଳେଇ ପଡ଼ିନ୍ତି । ଯାହାକି ଦୁର୍ଘଟଣାର କାରଣ ହୋଇପାରେ ।  ଯଦି ଆପଣ କାର କିମ୍ବା ବାଇକ୍ ଚଲାନ୍ତି, ତେବେ ସତର୍କ ରୁହନ୍ତୁ । ଏବଂ ରାତିରେ ଭଲଭାବେ ଶୁଅନ୍ତୁ । କେବଳ ଏତିକି ନୁହେଁ ନିଦର ଅଭାବ ଯୋଗୁ ବୟସ୍କ ବ୍ୟକ୍ତିମାନେ ପଡିଯିବାର ବି ଭୟ ରହିଥାଏ ।

ପୂରୁଣା ରୋଗ ବଢ଼ିବ: ଯଦି ଆଲୋକ ଦୀର୍ଘ ସମୟ ଧରି ଆପଣଙ୍କ ନିଦ୍ରାରେ ବାଧା ସୃଷ୍ଟି କରେ, ତେବେ ଆପଣଙ୍କ ଶରୀରରେ କିଛି କ୍ରନିକ ରୋଗ ବା ପୂରୁଣା ରୋଗ ବଢ଼ିବାର ଆଶଙ୍କା ରହିପାରେ । ସେ ମେଦବହୁଳତା, ଉଚ୍ଚ ରକ୍ତଚାପ, ହୃଦଘାତ କିମ୍ବା ଟାଇପ୍-୨ ମଧୁମେହ ବି ହୋଇପାରେ ।

କ’ଣ କରିବେ ?

ଶୋଇବାର କିଛି ସମୟ ପୂର୍ବରୁ ହିଁ ବେଡରୁମରେ ଲାଇଟ୍ କମାଇ ଦିଅନ୍ତୁ । ପ୍ରତ୍ୟେକଦିନ ସମାନ ସମୟରେ ଶୁଅନ୍ତୁ। ଯଦି ରାତିରେ କମ୍ପୁଟର କି ଲାପଟମରେ କାମ କରୁଛନ୍ତି ତେବେ ବ୍ଲୁ ଲାଇଟ୍ ବ୍ଲକିଂ ଗ୍ଲାସ ପିନ୍ଧନ୍ତୁ। ଯଦି ଛେଟ ପିଲା ଅନ୍ଧାରରେ ଶୋଇବାକୁ ଭୟ କରୁଛନ୍ତି ତେବେ ନାଇଟ ଲାଇଟ୍ କିମ୍ବା ଅନ୍ୟ କିଛି ହାଲକା ଲାଇଟ୍ ବ୍ୟବହାର କରିପାରନ୍ତି। କିନ୍ତୁ ସେମାନେ ବଡ଼ ହେବା ସହ ରାତିରେ ଶୋଇବା ପୂର୍ବରୁ ତାଙ୍କ ରୁମର ଲାଇଟ୍ କୁ ବନ୍ଦ କରିବା ଭୁଲନ୍ତୁ ନାହିଁ

ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ୧୦ ଘରୋଇ ଓ ୧୨ ସରକାରୀ ହସ୍ପିଟାଲରେ ଦିଆଯିବ ଟିକା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଏନେଇ ପ୍ରସ୍ତୁତ ଅଛି ବିଏମସି  । ୬୦ରୁ ଅଧିକ ଓ ୨୦ପ୍ରକାରର ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ମିଳିବ ଟିକା  । ୩ଟି ପର୍ଯ୍ୟାୟରେ ହେବ ଟିକାକରଣ । ଭୁବନେଶ୍ବରର ୨୨ଟି ହସ୍ପିଟାଲରେ ହେବ ଟିକାକରଣ । ୧୦ଟି ଘରୋଇ ଓ ୧୨ଟି ସରକାରୀ ମେଡିକାଲରେ ଦିଆଯିବ ଟିକା । ସରକାରୀ ହସ୍ପିଟାଲରେ ମାଗଣା ଟିକାକରଣ ହେବାକୁ ବ୍ୟବସ୍ଥା ଥିବା ବେଳେ ଘରୋଇ ମେଡିକାଲ ପାଇଁ ଦେବାକୁ ପଡ଼ିବ ଅର୍ଥ ।

ଘରୋଇ ହସ୍ପିଟାଲରେ ସର୍ଭିସ ଚାର୍ଜ ୧୦୦ ଟଙ୍କା ରଖାଯାଇଥିବା ବେଳେ ଟିକାର ଦାମ୍ ସରକାରଙ୍କ ପକ୍ଷରୁ ନିର୍ଦ୍ଦାରିତ ହେବ । ପ୍ରତ୍ୟେକ ଦିନ ୬୦ ଜଣଙ୍କୁ ଦିଆଯିବ ଟିକା  । ଟିକା ନେବାକୁ ଆରୋଗ୍ୟ ସେତୁ ଓ କୋଭିଡ ନ୍ୟୁ ପୋର୍ଟାଲ ୨.୦ରେ ରେଜିଷ୍ଟ୍ରେସନ କରିପାରିବେ  । ସୋମବାର କୋଭିଡ ନ୍ୟୁ ପୋର୍ଟାଲ ୨.୦ କାର୍ଯ୍ୟକ୍ଷମ ହେବ   । ସେପଟେ ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ ଜାରି ରହିବ  ।

ଏଥିସହିତ ପଢ଼ନ୍ତୁ: ତୈଳ ଦର ବୃଦ୍ଧି ନେଇ ବର୍ଷିଲେ ନରସିଂହ: କହିଲେ, ‘ଦର ହ୍ରାସ୍ ନେଇ କେନ୍ଦ୍ରର ଦାୟିତ୍ୱ ଅଧିକ’

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ସାଢ଼େ ଗୋଟାଏରେ ଏ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  ‘ପରିକ୍ରମା ଯୋଜନା ସାଢ଼େ ୪କୋଟି ଲୋକଙ୍କ ପାଇଁ’ ‘ଏହି ଯୋଜନା ଉପସ୍ଥାପନ କରି ମୁଁ ଗର୍ବିତ ଅନୁଭବ କରୁଛି । ପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସବୁଠାରୁ ବଡ଼ ପରିଚୟ। ଶାନ୍ତ, ସୁନ୍ଦର ପରିବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଇଛା।’ ସହଯୋଗ ପାଇଁ ପୁରୀବାସୀଙ୍କୁ ଗଜପତି ମହାରାଜାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।

ଗତ ୧୫ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୭୫ ମିଟର ସୁରକ୍ଷା କରିଡରରେ ହେବାକୁ ଥିବା ଉନ୍ନତିମୂଳକ କାମକୁ ଅନୁମୋଦନ କରାଯାଇଥିଲା। ଏହି କାର୍ଯ୍ୟର ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଥିଲା। ଯାହାପରେ ଗଜପତି ଦିବ୍ୟସିଂହ ଦେବ ନକ୍ସାକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲଙ୍କୁ ପ୍ରଦାନ କରିଥିଲେ।

ସୂଚନାଯୋଗ୍ୟ, ପୁରୀ ଐତିହ୍ୟ କ୍ଷେତ୍ର ବିକାଶ ଯୋଜନାରେ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ରୂପାନ୍ତରଣ କାର୍ଯ୍ୟ ଚାଲୁ ରହିଛି। ମହାବାତ୍ୟା ଫନି ପରେ ଆରମ୍ଭ ହୋଇଥିବା ଏହି ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।