spot_img
Home Blog Page 5948

DSC ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ସନ୍ଦେହ, ନିଜ ସର୍ଭିସ ବନ୍ଧୁକରୁ ଗୁଳି ବାହାରି ହୋଇଛି ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁତଲା ବଡ଼ମାଲ ଗୋଳାବାରୁଦ କାରଖାନାରେ ଅଭାବନୀୟ ଘଟଣା। କାରଖାନାରେ DSC ସୁରକ୍ଷା କର୍ମୀ ଭାବେ ଅବସ୍ଥାପିତ ଥିବା ଲଳିତ ରାୟ ଗତକାଲି ରାତିରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଲିଛି । ୨୦୧୯ରେ ବିବାହ କରିଥିଲେ ଲଳିତ।

ପାରିବାରିକ କଳହ ଥିବା ଜଣାପଡିଛି। ଖବର ପାଇ ଅନ୍ୟ ସୁରକ୍ଷା କର୍ମୀ ଓ କର୍ମଚାରୀ ମାନେ ତାଙ୍କୁ ଗୋଳାବାରୁଦ କାରଖାନା ଭିତରେ ଥିବା ମେଡିକାଲକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ରାତିରେ ମୃତ ଦେହକୁ ଗୋଳାବାରୁଦ କାରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ରାତିରେ କାରଖାନା ଭିତରକୁ କାହାରିକୁ ଅନୁମତି ନଥିବାରୁ ଆଜି ସକାଳୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହରୁ ଲଲିତ ଆତ୍ମହତ୍ୟା କରିଛନ୍ତି ନା କଣ ରହିଛି ମୃତ୍ୟୁ ପଛର ରହସ୍ୟ। ତଦନ୍ତ ପରେ ସ୍ପଷ୍ଟ ହେବ।

ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ୨ଜଣ ଯବାନ ସହିଦ ହୋଇଛନ୍ତି

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଆଇ ଇ ଡି ବିସ୍ଫୋରଣରେ ଦୁଇ ୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ନାରାୟଣପୁର ଅବୁଝମଡ ଓ ସୋନପୁର ଅଞ୍ଚଳରେ ହୋଇଛି ଗୁଳିବିନିମୟ। ଗୁରୁତରଙ୍କୁ ରାଇପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ  ଡି ଆର୍ ଜି ଏଵଂ ଆଇ ଟି ବି ପି ଯବାନର ଏକ ଟିମ୍ ଆଜି ସକାଳେ ଅବୁଝମଡର କାକୁର୍ ଅଞ୍ଚଳରେ କୁମ୍ବିଂ ପାଇଁ ଯାଇଥିଲେ। ସେଠାରେ ଯବାନଙ୍କ ଉପରେ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ । ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହୀଦ ହୋଇଥିଲେ। ସେପଟେ ସୋନପୁର ଅଞ୍ଚଳରେ ଆଇ ଇ ଡି ବିସ୍ଫୋରଣରେ ଜଣେ ସହୀଦ ହେବା ସହ ଜଣେ ଗୁରୁତର ହୋଇଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ନାରାୟଣପୁରର ଡି ଆର୍ ଜି ଯବାନ କନେର ଉସେଣ୍ଡି ଓ ତାମିଲନଡୁର ବାସିନ୍ଦା ଆଇ ଟି ବି ପି ଯବାନ ଏନ୍ ବାଲାଚାମି ସହିଦ ହୋଇଛନ୍ତି ।

ଶନି ମନ୍ଦିର ଚାବି ଭାଙ୍ଗି କେଜିଏରୁ ଅଧିକ ରୁପା ମୁକୁଟ ସହ ସୁନା ଅଳଙ୍କାର ଲୁଟିନେଲେ

ନୀଳଗିରି: ମନ୍ଦିରରେ କଳାକନା ବୁଲାଇଲେ ଚୋର। ଚାବି ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ। ଘଟଣା ଘଟିଛି ନୀଳଗିରି ଥାନା ଖଡିପଦା ଗାଁରେ। ଶନିମନ୍ଦିର ଚାବି ଭାଙ୍ଗି ମନ୍ଦିର ଭିତରେ ଠାକୁରଙ୍କ କେଜିଏରୁ ଉର୍ଦ୍ଧ ରୁପା ମୁକୁଟ ସହ ଅନ୍ୟାନ୍ୟ ସୁନା ଅଳଙ୍କାର ଲୁଟିନେଲେ ଲୁଟେରା। ଗତକାଲି ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ପରେ ପୂଜକ ଚାବି ଦେଇ ଯାଇଥିଲେ। ପରେ ଆଜି ସକାଳୁ ଲୋକେ ଚାବି ଭଂଗାଥିବା ଦେଖିବାକୁ ପାଇଥିଲେ ଲୋକେ। ନୀଳଗିରି ଅଞ୍ଚଳରେ ବାରମ୍ବାର ଚୋରି ଛିନତାଇ ଦିନକୁ ଦିନ ବଢ଼ି ଚାଲିଥିବାରୁ ରାତ୍ରୀ ପେଟ୍ରାଲିଂକୁ କଡ଼ାକଡି କରିବାକୁ ସାଧାରଣ ଲୋକେ ଦାବି କରୁଛନ୍ତି।

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହେଲା ଆସାମ

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହୋଇଛି ଆସାମ। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଜଗଦୀଶ ମୁଖୀ ସାରା ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରିଛନ୍ତି । ଆସନ୍ତା ୨୭ ତାରିଖରୁ ଏହି କଟକଣା ଲାଗୁ ହୋଇ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ସ୍ଥିତିକୁ ଦେଖି ୬ ମାସ ପୂର୍ବରୁ ବି ଏହି କଟକଣା ହଟାଯାଇପାରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହାପୂର୍ବରୁ ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି । ଗତବର୍ଷ ଅଗଷ୍ଟ ୨୮ ତାରିଖରୁ ଆସାମକୁ ଆର୍ମଡ ଫୋର୍ସ ସ୍ପେଶାଲ ପାୱାରସ ଆଇନ ୧୯୫୮ର ଧାରା ୩ ଅନୁଯାୟୀ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଥିଲା । ଏବେ ସେହି ଅବଧିକୁ ଆହୁରି ୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦେବାକୁ ନିଷ୍ପତ୍ତି ହୋଇଛି । ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

ମାର୍ଚ୍ଚ ୧ ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି, ଟିକାକରଣ ପାଇଁ ନିୟମ କ’ଣ ?

0

କରୋନା ମହାମାରୀ ବିରୋଧରେ ଦେଶରେ ଲଢ଼େଇ ଜାରି ରହିଛି। ମାର୍ଚ୍ଚ ୧ ରୁ ଦେଶରେ ଟୀକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ କରୋନା ନେଇ ସାମ୍ବାଦିକ ସମ୍ମିଳନୀରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟରେ ଟିକାକରଣ ପାଇଁ ବୟସ ବର୍ଗଙ୍କ ସମ୍ପର୍କରେ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ପୂର୍ବରୁ କୁହାଯାଇଥିଲା ଯେ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯିବ। କିନ୍ତୁ ବର୍ତ୍ତମାନ ସରକାର ଏହା କହିଛନ୍ତି ଯେ ଦ୍ୱିତୀୟ ପର୍ଯ୍ୟାୟରେ କେବଳ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯିବ। ଗୁରୁତର ରୋଗରେ ପୀଡିତ ଥିବା ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ଅନୁମତି ଦିଆଯିବ।

ତେବେ ପ୍ରଶ୍ନ ହେଉଛି ୪୫ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ଲୋକଙ୍କୁ ଟିକା ପାଇଁ କେଉଁ କାଗଜପତ୍ର ଦେଖାଇବାକୁ ପଡିବ। କାରଣର ସରକାର କହିସାରିଛନ୍ତି କି ଏହି ବୟସର ଗୁରୁତର ରୋଗରେ ପିଡ଼ିତ ଥିବା ଲୋକଙ୍କୁ ଟିକା ଦିଆଯିବ। ବର୍ତ୍ତମାନ ସରକାର ୪୫ ବର୍ଷରୁ କମ ବୟସର ପିଲାଙ୍କୁ ଟିକା ଦେବାପାଇଁ କୌଣସି ପ୍ରକାରର ସୂଚନା ମିଳିନାହିଁ। ତେବେ ଭ୍ୟାକସିନ ଆପର ମୁଖ୍ୟ ଡକ୍ଟର ଆର.ଏସ୍ ଶର୍ମା କହିଛନ୍ତି ଯେ ଯଦି ସରକାର ଏହା କହିଛନ୍ତି ଯେ ଗୁରୁତର ରୋଗରେ ପୀଡିତ ଲୋକଙ୍କୁ ରୋଗ ସମ୍ବନ୍ଧୀୟ ରିପୋର୍ଟ କିମ୍ବା ରୋଗ ସମ୍ବନ୍ଧୀୟ ପ୍ରମାଣ ଦେଖାଇବାକୁ ପଡିବ । ତେବେ ସେମାନଙ୍କୁ ତାହା କରିବାକୁ ପଡ଼ିବ। ସେମାନେ ଜଣେ ସାର୍ଟିଫାଏଡ୍ ଡାକ୍ତର କିମ୍ବା ଡାକ୍ତରଙ୍କଠାରୁ ଡାକ୍ତରୀ ପରାମର୍ଶ ପାଆନ୍ତି | ସେଠାରୁ ଆପଣଙ୍କୁ ଅସୁସ୍ଥତାର ପ୍ରମାଣ ଆଣିବାକୁ ପଡିବ | ଏହି ତଥ୍ୟଗୁଡିକ ଟିକା ଏପିଏରେ ଦିଆଯିବ |

ମାର୍ଚ୍ଚ ୧ ରୁ କରୋନା ଟିକାକରଣ ଅଭିଯାନ ପାଇଁ କୋଭାକ୍ସିନ ଏବଂ କୋଭିଡସିଲ୍ଡ ଟିକା ଉପଲବ୍ଧ ହେବ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଦୁଇଟି ଟିକା ମଧ୍ୟରୁ ଲୋକଙ୍କୁ ଗୋଟିଏ ଟିକାର ବାଛିବର ଅଧିକାର ମିଳିବ ନା ନାହିଁ । ସେପଟେ ଘରୋଇ ଡାକ୍ତରଖାନାରେ ଟିକାକରଣର ବ୍ୟବସ୍ଥା କରାଯିବ। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ମୂଲ୍ୟ ସ୍ଥିର ହୋଇନାହିଁ। ତେବେ ଆସନ୍ତା କିଛି ଦିନ ମଧ୍ୟରେ ଟିକା ମୂଲ୍ୟ ସ୍ଥିର କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରୀ ଡାକ୍ତରଖାନାରେ ଟିକା ମାଗଣାରେ ଉପଲବ୍ଧ ଥିବାବେଳେ ଘରୋଇ ଡାକ୍ତରଖାନାରେ ଟିକା ମୂଲ୍ୟ ଦେବାକୁ ପଡିବ।

ଟିକା ହିତାଧିକାରୀମାନଙ୍କୁ ପ୍ରଥମେ କରୋନା ଟିକା ପ୍ରବର୍ତ୍ତନ ପରେ କେବଳ ପୋଷ୍ଟ ଟିକା ପ୍ରମାଣପତ୍ର ଦିଆଯାଇଥିଲା, କିନ୍ତୁ ତାହା ବର୍ତ୍ତମାନ ହେବ ନାହିଁ। ଟୀକାକରଣ ପରେ କେନ୍ଦ୍ର ସରକାରୀ ପ୍ରମାଣପତ୍ର ପ୍ରକାଶ ପାଇବ ଏବଂ ଏହା ହିତାଧିକାରୀଙ୍କୁ ଦିଆଯିବ। ଏହା ମଧ୍ୟ ଆପ୍ ମାଧ୍ୟମରେ ପରେ ଡାଉନଲୋଡ୍ ହୋଇପାରିବ, ଯାହାଫଳରେ ଏହି ସାର୍ଟିଫିକେଟ୍ ଚାକିରି କିମ୍ବା ବିଦେଶ ଯିବା ପାଇଁ ପରେ ଦେଖାଯାଇପାରିବ |

ପୂର୍ବରୁ ଲୋକେ ଟିକାକରଣ ପରେ ସେମାନଙ୍କୁ ଟିକାରଣର ସାର୍ଟିଫକେଟ ଦିଆଯାଉଥଲା  । କିନ୍ତୁ ଏବେ ସରକାର ଏହି ଗସାର୍ଟିଫିକେଟ ପବ୍ଲିସ କଲା ପରେ ଲୋକେ ପାଇପାରିବେ । ଆପ ଜରିଆରେ ଏହି ସାର୍ଟିଫିକେକୁ ଡାଉନଲୋକଡ଼ ମଧ୍ୟ କରାଯାଇପାରିବ ।

ଢେଙ୍କାନାଳ ଯୋରନ୍ଦା ମେଳାରେ ଆଧ୍ୟାତ୍ମିକ ପରିବେଶ

ଢେଙ୍କାନାଳ: ଢେଙ୍କାନାଳରେ ଆଜିଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା। କୋଭିଡ ନିୟମ ଭିତରେ ପାଳନ ହେବ ଯୋରନ୍ଦା ଯାତ୍ରା। ରାଜ୍ୟ ତଥା ଜିଲ୍ଲା ବାହାରୁ ବାବା ସାଧୁ ମାନଙ୍କୁ ଯାତ୍ରା ବାରଣ କରାଯାଇଛି। କରୋନା କଟକଣାହେ ହେବ ଜୋରନ୍ଦା ଯାତ୍ରା। ମନ୍ଦିର ଭିତର କୁ ଦର୍ଶନ ପାଇଁ ଉଭୟ ବାବା ଓ ଭକ୍ତ ମାନଙ୍କୁ କରନା ନେଗେଟିଭି ରିପୋର୍ଟ ବାଧ୍ୟତା ମୂଳକ। ଏକା ସାଙ୍ଗରେ ୫୦ ଜଣ ଭକ୍ତ ମନ୍ଦିର ଭିତର କୁ ପ୍ରବେଶ। ପର୍ଯ୍ୟାୟ କ୍ରମେ ୧୦ ମିନିଟ ବ୍ୟବଧାନ ରେ ଭକ୍ତ ମାନେ କରିବେ ଦର୍ଶନ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ମୂର୍ତୟନ କରାଯାଇଛି। ଯୋରନ୍ଦା ଯାତ୍ରା ୩ ଦିନ ଧରି ଚାଲିବ।

ସିଆରପି ଓଭରବ୍ରିଜ୍‌ ଉପରେ ବିଳମ୍ବିତ ରାତିରେ ଟ୍ରକ୍‌କୁ ପିଟିଲା ଟ୍ରକ୍

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଦୁର୍ଘଟଣା। ସିଆରପି ଓଭରବ୍ରିଜ ଉପରେ ବୁଧବାର ବିଳମ୍ବିତ ରାତିରେ ଟ୍ରକକୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍‌ ପଛରେ ପିଟିଥିବା ଟ୍ରକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ ରାତି ପ୍ରାୟ ସାଢେ ୧୧ଟାରେ ଏକ ମାଲ ବୋଝେଇ ଟ୍ରକ ବରମୁଣ୍ଡାରୁ କଟକ ଅଭିମୁଖେ ଯାଉଥିଲା। ପୂର୍ବରୁ ସିଆରପିଏଫ ଓଭରବ୍ରିଜ ଉପରେ ଖରାପ ହୋଇ ଠିଆ ହୋଇଥିଲା ଆଉ ଏକ ଟ୍ରକ୍। ବରମୁଣ୍ଡାରୁ ଆସୁଥିବା ଟ୍ରକ୍‌ ଚାଳକ ହଠାତ ଜାଣିନପାରି ଟ୍ରକ୍‌କୁ ପଛପଟେ ଧକ୍କା ଦେଇଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରିଥିଲା।

ପୃଥକ ପୃଥକ ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ୪ ମୃତ, ଜଣେ ଗୁରୁତର

ସାକ୍ଷୀଗୋପାଳ/ବାରିପଦା: ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । କଣାସ ବରୁଣେଇ ବ୍ରିଜ୍ ବେଣା ଗାଁ ପେଟ୍ରୋଲ ପମ୍ପ ନିକଟ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା ଘଟିଛି । ଏଥିରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ପୁରୀ ନୀଳଚକ୍ର ନଗରର ରମାକାନ୍ତ ଆଚାର୍ଯ୍ୟ ଓ ସନ୍ଧ୍ୟା ରାଣୀ ମିଶ୍ର । ସନ୍ଧ୍ୟା ରାଣୀ ଏବଂ ତାଙ୍କ ସ୍ୱାମୀ ରମାକାନ୍ତ କଣାସ ବିଇଓଙ୍କୁ ଭେଟି ସ୍କୁଟିରେ ଫେରୁଥିବାବେଳେ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Four Dead In Different Road Accident In Puri And Baripada

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ବାଇଗଣବାଡ଼ିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ପଲସର ବାଇକ୍ ସହ ସାଇକେଲ୍ ଆରୋହୀ ରାସ୍ତା ପାର୍ ବେଳେ ଧକ୍କା ହୋଇଥିଲେ । ଦୁର୍ଘଟଣା ପରେ ସାଇକେଲ୍ ଓ ବାଇକ୍ ଆରୋହୀ ଟ୍ରକରେ ପିଟି ହୋଇ ଯାଇଥିଲେ ।

Four Dead In Different Road Accident In Puri And Baripada

ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତରଙ୍କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ଗାଡ଼ିରେ ପିଆରଏମ୍ ହସ୍ପିଟାଲକୁ ସ୍ଥାନ୍ତାରିତ କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କ ମୃତ୍ୟୁ ବାରିପଦା ହସ୍ପିଟାଲରେ ହୋଇଛି । ମୋଟ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ କୁଳିଅଣା ହସ୍ପିଟାଲର ଆୟୁଷ ଡାକ୍ତର ଡକ୍ଟର ରାମଚନ୍ଦ୍ର ମୁର୍ମୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ ।

ଶିଶୁ ଚୋରି ଅଭିଯୋଗରେ ବନ୍ଧା ହେଲେ ଦୁଇ ମହିଳା

ବାରିପଦା: ଶିଶୁ ଚୋରି ଅଭିଯୋଗରେ ବନ୍ଧା ହେଲେ ଦୁଇ ମହିଳା । ବାରିପଦା ପିଆରଏମ୍ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ନେଇ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ଦୁଇଜଣ ମହିଳାଙ୍କୁ ବାଗଡ଼ିହା ଅଞ୍ଚଳରୁ ଗିରଫ କରି ଶିଶୁଟିକୁ ଉଦ୍ଧାର କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଲେଶ୍ୱର ସହଦେବ ଖୁଣ୍ଟା ଥାନା ସହରଙ୍ଗପୁରର ସୀମା ସିଂ ଓ ଚାନ୍ଦୁଆ ଥାନା ନାଗଶୋଳ ଅଞ୍ଚଳର ମିନାକ୍ଷୀ ବେହେରା ।

Baripada Police Arrested Two Women In Child Theft Case

ବାରିପଦା ପିଆରଏମ୍ ହସ୍ପିଟାଲରେ ଗତ ଚାରିଦିନ ତଳେ କେନ୍ଦୁଡ଼ିହା ଅଞ୍ଚଳର ସାଲେଇ ବାସ୍କେଙ୍କ ସ୍ତ୍ରୀ ରାଇମଣି ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏହି ଶିଶୁକୁ ଚୋରି କରି ନେଇଥିଲେ ଏହି ଦୁଇ ମହିଳା । ଘଟଣାରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ସତର୍କତା, ଜିଲ୍ଲାପାଳଙ୍କୁ ଚିଠି 

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ସତର୍କତା । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଦିନକୁ ଦିନ ଖରା ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ନିଆଯିବ ପଦକ୍ଷେପ । ଜଳାଭାବ ଅଞ୍ଚଳରେ ଜଳ ଯୋଗାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଯଦି କିଛି ବ୍ୟବସ୍ଥା ହୋଇନି, ତାହେଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ନଳକୂଅ, ପାଣି ଯୋଗାଉଥିବା ପାଇପ୍‌ରେ ଯଦି କିଛି ସମସ୍ୟା ଥାଏ, ତାର ତୁରନ୍ତ ମରାମତି କରିବାକୁ ଚିଠିରେ କୁହାଯାଇଛି ।

Precautionary Measures To Be Taken To Tackle Heat Wave Situation During Summer

ଜଳ ସମ୍ପଦ ବିଭାଗ ପକ୍ଷରୁ ମଧ୍ୟ କେନାଲରେ ଆବଶ୍ୟକ ମୁତାବକ ଜଳ ଛଡ଼ାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । କରୋନା ପାଇଁ ଗତବର୍ଷ ଶିକ୍ଷା କ୍ଷେତ୍ର ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ ଏଥର ଖରାଦିନେ ମଧ୍ୟ ପାଠପଢ଼ା ଜାରି ରହିବ । ତେବେ ଖରା ଯୋଗୁଁ ସକାଳେ ସ୍କୁଲ ଖୋଲିବାକୁ କୁହାଯାଇଛି । ସ୍କୁଲ ଓ କଲେଜ ମାନଙ୍କରେ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଂଶୁଘାତ ଜନିତ ସମସ୍ୟା ଏଡ଼ାଇବାକୁ ତୁରନ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କୁହାଯାଇଛି ।