spot_img
Home Blog Page 5960

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୪ମହିଳାଙ୍କ ସହ ୨ ପୁରୁଷ ଗିରଫ

ଭଦ୍ରକ: ଭଦ୍ରକ ସହରରେ ଚାଲିଛି ଦେହ ବେପାର, ପୋଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଛି ସେକ୍ସ ରାକେଟ । ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡସ୍ଥିତ ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗରେ ରେଡ୍ । ଏଥିରେ ସମ୍ପୃକ୍ତ ୪ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ, ଦୁଇ ପୁରୁଷଙ୍କୁ ଗିରଫ କରିଛି ଟାଉନଥାନା ପୋଲିସ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛି ଟାଉନ ପୋଲିସ ।

ଗତକାଲି ରାତିରେ ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସନ୍ଦେହ ଜନକ ଅବସ୍ଥାରେ ପୋଲିସ  ୪ ମହିଳା ସମେତ ଦୁଇ ପୁରୁଷଙ୍କୁ ଥାନାକୁ ଉଠାଇ ଆଣିଥିଲା ।  ପୋଲିସର ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଆଣିଥିଲା । ଚଢାଉ ବେଳେ ଭଦ୍ରକ ଟାଉନ ପୋଲିସର ଜଣେ ପୂର୍ବତନ ହୋମ ଗାର୍ଡ ଥିବା ସୂଚନା ମିଳିଛି ।

ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ୧୫ ଦିନ ହେବ  ଘର ଭଡାରେ ନେଇ ଚାଲିଥିଲା ବେନିୟମ କାମ ।  ଏହି ଘରକୁ ବହୁ ମହିଳା ଓ ପୁରୁଷମାନେ ଆତଯାତ କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ  ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ପୋଲିସକୁ ଖବର ଦେଇଥିଲେ ।

ମହିଳାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଧମକାଉଥିଲେ, ପଞ୍ଜାବରୁ ଆସି ନବରଙ୍ଗପୁରରେ ଗିରଫ ହେଲେ

ନବରଙ୍ଗପୁର: ପଞ୍ଜାବ ବାଗଲପୁରର ଯୁବକ ନବରଙ୍ଗପୁରରେ ଗିରଫ । ପ୍ରେମ ପାଇଁ ସରହଦ ପାର୍ କରିଥିଲେ ପ୍ରେମିକ ପ୍ରବର । ଗିରଫ କଲା ପୋଲିସ । ପୋଲିସ ଜାଲରେ ଫସିଗଲେ ଫେସବୁକ ରସିକ । ଫେସବୁକରେ ସାଙ୍ଗ ହୋଇ ମହିଳାଙ୍କୁ କରିଥିଲା ପ୍ରେମ ନିବେଦନ । ମହିଳା ଅରାଜି ହେବାରୁ ଫଟୋ ଏଡିଟ କରି ଅଶ୍ଲୀଳ ଭାବେ ଭାଇରାଲ କରିଥିବା ନେଇ ଥାନାରେ ଏତଲା ପରେ ଗିରଫ ହେଲେ ପ୍ରେମିକ ପ୍ରବର ।

ସୂଚନା ଅନୁସାରେ ନବରଙ୍ଗପୁରର ଜଣେ ବିବାହିତ ମହିଳାଙ୍କୁ ପଞ୍ଜାବ ଗୁରୁଦାସପୁର ଜିଲ୍ଲା ବାଗଲପୁର ଗାଁର ଯୁବକ ଫେସବୁକରେ ବନ୍ଧୁତ୍ୱ କରିବାକୁ ଅନୁରୋଧ ପଠାଇଥିଲେ । ମହିଳା ଜଣକ ଯୁବକଙ୍କ ଅନୁରୋଧକୁ ସ୍ୱୀକାର କରିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢି ଉଠିଥିଲା ଏବଂ ଉଭୟ ଫେସବୁକରେ ଚାଟିଂ ବି କରୁଥିଲେ । ଯୁବକ ଜଣକ ମହିଳାଙ୍କୁ ଅନେକ ଥର ପ୍ରେମ ନିବେଦନ କରିଥିଲେ କିନ୍ତୁ ମହିଳା ଜଣକ ଯୁବକର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ।

ଏବଂ ବାରମ୍ବାର ମହିଳାଙ୍କ ଅରାଜିକତାକୁ ଗ୍ରହଣ କରିପାରିନଥିଲେ ଯୁବକ ଜଣଙ୍କ ଏବଂ ଯୁବକ ଜଣଙ୍କ ମହିଳାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଦେଇଥିଲେ । ଫଟୋ ଏଡିଟ୍‌ କରିବା ସହ ଅଶ୍ଲୀଳ କରି ଭାଇରାଲ କରିଥିଲା ଯୁବକ। ମହିଳା ଜଣକ କୌଣସି ଉପାୟ ନପାଇ ଶେଷରେ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । କିଛିଦିନ ପରେ ମହିଳା ଜଣକ ଚତୁରତାର ସହ ଯୁବକଙ୍କୁ ନବରଙ୍ଗପୁର ଆସିବାକୁ କହିଥିଲେ । ଯୁବକ ନବରଙ୍ଗପୁର ଆସିବା ପରେ ପୋଲିସ ତାକୁ ଗିରଫ କରିଛି ।

ହାତୀ ମୃତ୍ୟୁ ଘଟଣାରେ ୧୦ ଦିନ ମଧ୍ୟରେ ଆସିବ କେନ୍ଦ୍ରୀୟ ଟିମର ରିପୋର୍ଟ

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ । ଘୁଷୁରୀଗୁଡି ନାଳ ନିକଟରୁ ଏକ ଛୋଟ ହାତୀର ମୃତଦେହ ଠାବ ହୋଇଛି । ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି । ସେପଟେ ଗ୍ରାଉଣ୍ଡ ଜିରୋରେ ହାତୀମୃତ୍ୟୁର କାରଣ ଖୋଜିଲା କେନ୍ଦ୍ରୀୟ ଟିମ୍ । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିଛନ୍ତି ୩ ଜଣିଆ ଟିମ୍  ।

ବିଭିନ୍ନ ପରୀକ୍ଷା ପରେ ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍  ।  ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର , ଜାଖମ , ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି  । ତଦନ୍ତ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହିତ ଟିମ୍ ଆଲୋଚନା କରିଥିଲେ ।  ଆସନ୍ତା ମାସେ ଯାଏଁ ସ୍ଥିତି ଉପରେ ନଜର ରଖିବ ଟିମ୍  ।  ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି  ।

ତେବେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ କାଲା ତାକୁ ନେଇ ଅନୁଧ୍ୟାନ ଜାରି ରହିଛି । ଦେଶର ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ଆବଶ୍ୟକ,  ସେନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ନେବେ । ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ବେଶ ଗୁରୁତ୍ଵ ରଖୁଛି  ।

ଗଞ୍ଜେଇ ଚୋରାଚାଲାଣର ଅଭିନବ ଉପାୟ, ୨୯ କେଜିର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ବଡ଼ ସଫଳତା । ମୋଟର ସାଇକେଲ ଯୋଗେ ଅଭିନବ ଉପାୟରେ  ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାଛକୁଣ୍ଡ-ଲମତାପୁଟ ପୋଲିସ ଜଣେ ନକଲି ସାମ୍ବାଦିକଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏବଂ ନକଲି ସାମ୍ବାଦିକଙ୍କ ଜଣେ ସହଯୋଗୀଙ୍କୁ ଗିରଫ କରାଯିବା ସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ନନ୍ଦପୁର sdpo ଙ୍କ ନେତୃତ୍ୱରେ ମାଛକୁଣ୍ଡ,-ଲମତାପୁଟ ପୋଲିସ ରାତ୍ର ପେଟ୍ରୋଲିଙ୍ଗ କରୁଥିବା ବେଳେ ପୋଲିସ ଚଢାଉ କରିଥିଲା ।

କଳାହାଣ୍ଡି ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ଟିକାପୁଟ ଛକ ନିକଟରେ ମୋଟର ସାଇକେଲକୁ ଅଟକ ରଖି ଗାଡି ଯାଞ୍ଚ ସମୟରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା । ଏବଂ ଜବତ ୨୯ କେଜି ୮୦୦ଗ୍ରାମର ଗଞ୍ଜେଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ।

ଅନ୍ୟପଟେ କୋକସରା ଥାନା ଅନ୍ତର୍ଗତ ମର୍ଯାପୁର ଗାଁର ସୁଶାନ୍ତ ଦୁର୍ଗା ଓ ଅନିଲ ସଗାରକୁ ପୋଲିସ ଗିରଫ କରିଛନ୍ତି । ସୁଶାନ୍ତ ଦୂର୍ଗାଙ୍କ ପାଖରେ ଦିଲ୍ଲୀ କ୍ରାଇମ ନାମକ ଏକ ଅନୁଷ୍ଠାନରେ ସାମ୍ବାଦିକତା କରୁଥିବା ନେଇ ନକଲି ସାମ୍ବାଦିକ ପରିଚୟ ପତ୍ର ଥିଲା  । ଏବଂ ଏହି ପରିଚୟ ପତ୍ର ସହ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ଉକ୍ତ ପରିଚୟ ପତ୍ରରେ  ଦୁର୍ନୀତି ବିରୋଧୀ ମଞ୍ଚ ଉଲ୍ଲେଖ ରହିଥିବା ବେଳେ ନିଜେ ନକଲି ସାମ୍ବାଦିକ ସାଜି ଗଞ୍ଜେଇ ଚୋରାଚାଲାଣ କରୁଥିବା ଘଟଣା ଏବେ ଅଞ୍ଚଳରେ ଆଶ୍ଚର୍ଯ୍ୟକର ବିଷୟ ପାଲଟିଛି । ଅନ୍ୟପଟେ ୨ ଗଞ୍ଜେଇ ବ୍ୟବସାୟଙ୍କୁ ସମସ୍ତ ତଦନ୍ତ ପରେ କୋର୍ଟ ଚାଲାଣ କରାଯିବ ବୋଲି ଲମତାପୁଟ ପୁଲିସ ସୂଚନା ଦେଇଛନ୍ତି ।

ବଜାର ଓ ଧାର୍ମିକ ସ୍ଥଳରେ ପ୍ରବଳ ଗହଳି ନ କରିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ

ଗଞ୍ଜାମ: ଅନ୍ୟ ରାଜ୍ୟରେ କରୋନା ଲେଉଟାଣି । ସାରା ରାଜ୍ୟ ସହ ଗଞ୍ଜାମରେ ସତର୍କତା । କରୋନା ସଂକ୍ରମଣ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ  । ବଜାର ଓ ଧାର୍ମିକ ସ୍ଥଳରେ ପ୍ରବଳ ଗହଳି ନ କରିବାକୁ ପରାମର୍ଶ  । ‘ଜିଲ୍ଲାର ସବୁ ସରକାରୀ, ବେସରକାରୀ ଅଫିସରେ କୋଭିଡ୍ ନିୟମ ମାନିବାକୁ ଦିଆଯାଇଛି ନିର୍ଦ୍ଦେଶ  ।

ସେହିଭଳି ‘ମାସ୍କ, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି  । ‘ମୁଖ୍ୟ ଅଫିସଗୁଡ଼ିକରେ ୧୦୦% କରୋନା ନିୟମ କଡ଼ାକଡ଼ି କରାଯିବ । ‘ବ୍ଲକ ଓ ପଞ୍ଚାୟତସ୍ତରରେ ମାସ୍କ ଚେକିଂ ଜୋରଦାର କରାଯିବ । ‘କୋଭିଡ୍ ଗାଇଡଲାଇନ୍ ମୁତାବକ ଯଥେଷ୍ଟ ନମୁନା ପରୀକ୍ଷା କରାଯିବ । ଗଞ୍ଜାମର ସବୁ ଅଫିସ୍ ଓ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟଙ୍କୁ ଏନେଇ ସ୍ପଷ୍ଟ କରାଯାଇଛି ।

BDO, ତହସିଲଦାର, DEO, BEO, ଅନ୍ୟ ଅଧିକାରୀଙ୍କୁ ଏନେଇ ଜଣାଇଦିଆଯାଇଛି  । ଏହାସହ‘କରୋନା ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ , ଟ୍ରାଭେଲ୍ ହିଷ୍ଟ୍ରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି  । ‘କୋଭିଡ୍ ନିୟମ ମାନିବେ ଦୋକାନୀ, ନ ହେଲେ କାର୍ଯ୍ୟାନୁଷ୍ଠାନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ  ।‘ବଜାରରେ ଥିବା ଦୋକାନର କୋଭିଡ୍ ସେଫ୍ ସାର୍ଟିଫିକେସନ୍ ଜରୁରୀ’  ।

ମହାରାଷ୍ଟ୍ର ଓ କେରଳରେ ପୁଣି ଲକ୍‌ଡାଉନ୍, ଓଡ଼ିଶାକୁ ବିପଦମୁହାଁ କରିପାରେ ଛତିଶଗଡ଼

ଭୁବନେଶ୍ୱର: ମହାରାଷ୍ଟ୍ର ଓ କେରଳରେ ପୁଣି ଲକ୍‌ଡାଉନ୍‌ ହେବା ପରେ ହାଇଆଲର୍ଟରେ ସାରା ଦେଶ । ଏପଟେ ଓଡ଼ିଶାକୁ ବିପଦମୁହାଁ କରିପାରେ ପାଖ ଛତିଶଗଡ଼ । କୌଣସି ମୁହୂର୍ତ୍ତରେ ବି ଓଡ଼ିଶାକୁ ଲକଡାଉନ ଘୋଷଣା କରାଯାଇପାରେ । ଗତ ୭ ଦିନରେ ଛତିଶଗଡ଼ରେ କରୋନା ପିକ୍ ନେଉଥିବାବେଳେ ୨୪ ଘଣ୍ଟା ଭିତରେ ୨୫୯ ନୂଆ କେସ୍ ବାହାରିଛି ।

ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ଛତିଶଗଡ଼ ରାଜଧାନୀ ରାୟପୁର ବଜାର ଉପରେ ନିର୍ଭରଶୀଳ । ବିମାନ, ରେଳ ବା ନିଜେ ଗାଡ଼ି ଚଲାଇ ଦୈନିକ ରାୟପୁର ଯାତ୍ରା କରିଥାନ୍ତି ପଶ୍ଚିମ ଓଡ଼ିଶା ଲୋକେ । ଯାହା ସଂକ୍ରମଣ ଆଶଙ୍କାକୁ ବଢାଇ ଦେଇଛି । ଲୋକେ ସଚେତନ ନ ରହିଲେ, ଲକଡାଉନ ସମେତ କଣ୍ଟେନମେଣ୍ଟ ଜୋନ କରିବେ ରାଜ୍ୟ ସରକାର ।

ତେବେ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ଓଡ଼ିଶାକୁ ସାମାନ୍ୟ ଧରଣର ଦ୍ୱିତୀୟ ଲହରୀ ଆସିଥିବା ଆଶଙ୍କା କରାଯାଇଛି । ହସ୍ପିଟାଲ ଗୁଡ଼ିକରୁ ଦୈନିକ ଦୁଇଟି ପଜିଟିଭ କେସ୍ ବାହାରୁଛି । ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆଶଙ୍କା

0

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆଶଙ୍କା । ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ । ତାମିଲନାଡୁରୁ ଓଡ଼ିଶା ମଧ୍ୟରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହେବା ଫଳରେ ଏଭଳି ପାଗ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୬ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ବରଗଡରେ ୩ ଦଶମିକ ୮ ମିଲିମିଟର ବର୍ଷା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ ସୂଚନା ଦିଆଯାଇଛି  । ବର୍ଷା ସହ ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ହେବ  ।

ଏଥିସହିତ ପଢ଼ନ୍ତୁ: ସଂକ୍ରମଣ ବଢ଼ିଲେ ହୋଇପାରେ ଲକ୍‌ଡାଉନ୍, ମାନନ୍ତୁ ନିୟମ

କାର୍‌ ସହ ମୋଟର ସାଇକେଲ୍‌ର ମୁହାଁମୁହିଁ ଧକ୍କା: ୨ ମୃତ

0

ବାରିପଦା: ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ବାଇକ ମୁହାଁମୁହିଁ ଧକ୍କା  । ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ।  ମୃତ ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମଳିନଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଆହାତଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।  ମୋରଡ଼ା ପୋଲିସ  ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ବାରିପଦାରୁ ବାଲେଶ୍ଵର ଅଭିମୁଖେ କାରଟି ଯାଉଥିବା ସମୟରେ ଝିଙ୍କିରିଆ ବାଙ୍କ ନିକଟରେ ଏକ ବାଇକ ସହିତ ଧକ୍କା ହୋଇଥିଲା  ।

ବଜେଟ୍ ଅଧିବେଶନ: ଧାନ କିଣା ଓ ଚାଷୀ ସମସ୍ୟା ନେଇ ଗୃହରେ ହେବ ଆଲୋଚନା

0

ଭୁବନେଶ୍ୱର: ଧାନ କିଣା ଓ ଚାଷୀ ସମସ୍ୟା ନେଇ ବିଧାନସଭାରେ ଆସନ୍ତାକାଲି ୨ଘଣ୍ଟା ଆଲୋଚନା ହେବ  । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ଏହି ସୂଚନା ଦେଇଛନ୍ତି  । ବିଧାନସଭା ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ଆଜି ଧାନକିଣା ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିବାରୁ ଗୃହ ବାରମ୍ବାର ମୁଲତବି ରହିଥିଲା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ସମବାୟ ମନ୍ତ୍ରୀ ଧାନକିଣା ନେଇ ବିବୃତି ରଖିଥିଲେ । ଏବେ ସୁଦ୍ଧା ଗତବର୍ଷଠାରୁ ୨୧ ପ୍ରତିଶତ ଅଧିକ ଧାନକିଣା ହୋଇଛି । ମାର୍ଚ୍ଚ ୩୧ ଯାଏଁ ଧାନ କିଣାଯିବ । ଧାନ କିଣାରେ ଓଡ଼ିଶା ଏଥର ସର୍ବକାଳୀନ ରେକର୍ଡ କରିବ । ଫେବ୍ରୁଆରୀ ୧୯ ସୁଦ୍ଧା ୯ଲକ୍ଷ ୯୩ ହଜାର ଚାଷୀ ସରକାରଙ୍କୁ ଧାନ ବିକିଛନ୍ତି । ଗତବର୍ଷ ଚାଷୀଙ୍କ ସଂଖ୍ୟା ଥିଲା ୮ଲକ୍ଷ ୨୩ ହଜାର । ସେହିଭଳି ଗତବର୍ଷ ଫେବ୍ରୁଆରୀ ୧୯ ସୁଦ୍ଧା ୪୫ଲକ୍ଷ ୬୧ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା  । ଏବର୍ଷ ଏହା ୫୫ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ହେଲାଣି । ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ଟଙ୍କା ଚାଷୀଙ୍କୁ ଦିଆଯାଉଛି । ୧୦ହଜାର ୨୮୧ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇସାରିଲାଣି । ତେବେ ଏହି ପ୍ରସଙ୍ଗରେ ବିରୋଧୀ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ  । ହଟ୍ଟଗୋଳ ଯୋଗୁ ଗୃହ ବାରମ୍ବାର ମୁଲତବି ରହିଥିଲା  । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ  । ଧାନ କିଣା ଓ ଚାଷୀ ସମସ୍ୟା ନେଇ ବିଧାନସଭାରେ ସୋମବାର ୨ଘଣ୍ଟା ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ସୂଚନା ଦେଇଛନ୍ତି ।

ବେକରେ ଶାଢୀ ଦେଇ ମା ଓ ପୁଅଙ୍କ ଆତ୍ମହତ୍ୟା ଅଭିଯୋଗ

ରାୟଗଡା: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବେକରେ ଶାଢୀ ଦେଇ ମା ଓ ପୁଅ ଆତ୍ମହତ୍ୟା କରିଥିବା ନଜରକୁ ଆସିଛି। ଆତ୍ମହତ୍ୟା କରିଥିବା ମା ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ ପି. ସାଇ(୪)। ଆର୍ଥିକ ଅନଟନରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଘଟଣାରୁ ପ୍ରକାଶ ଯେ, ଦିବ୍ୟାଙ୍କ ସ୍ବାମୀ ପି. ଶ୍ରୀନୁଙ୍କ ଗତ ୫ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦିବ୍ୟା ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ନିଜର ଏକମାତ୍ର ପୁଅ ଓ ଶାଶୁଙ୍କ ସହ ସେ ଜେକେ କାଗଜ କଳ ଏସପିଟି କଲୋନୀରେ ରହି ଆସୁଥିଲେ। ତେବେ ଆଜି ମଧ୍ୟାହ୍ନ ସମୟରେ ଘରେ ଶାଶୁ ନଥିଲା ବେଳେ ଉଭୟ ମା ଓ ପୁଅ ଘରେ ଥିବା ଶାଢୀକୁ ବେକରେ ଗୁଡେଇ ଆତ୍ମହତ୍ୟା କରିଥିଲେ।

ଶାଶୁ ୫ଟା ସମୟରେ ପହଞ୍ଚି ଦେଖିବା ବେଳକୁ ଉଭୟ ଝୁଲନ୍ତା ଅବସ୍ଥାରେ ରହିଥିଲେ। ଏହା ଦେଖି ସେ ପାଟି କରିଥିଲେ। ପାଟି ଶୁଣି ପଡୋଶୀ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ତେବେ ଘଟଣାର ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ପରେ ଆତ୍ମହତ୍ୟା ପଛର କାରଣ ଜଣାପଡିବ ବୋଲି ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି। ଏହି ଘଟଣା ସମଗ୍ର ଜେକେପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।