spot_img
Home Blog Page 5961

ଦିଶା ରବିଙ୍କୁ ମିଳିଲାନି ଜାମିନ, ଫେବୃଆରୀ ୨୩ରେ ଆଗାମୀ ଶୁଣାଣି

0

ନୂଆଦିଲ୍ଲୀ: ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କ ମାମଲାରେ ଶନିବାର ଦିନ ପଟିଆଲା ହାଉସ୍ କୋର୍ଟରେ ଶୁଣାଣି ହୋଇଛି । ଦୁଇ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଦିଶାଙ୍କୁ ଜାମିନ ପ୍ରଦାନ କରିନାହାଁନ୍ତି । ଆଗାମୀ ଶୁଣାଣି ଫେବୃଆରୀ ୨୩ ତାରିଖ ହେବ ।

ସୂଚନା ଅନୁଯାୟୀ, ଉଭୟ ପକ୍ଷ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରିବା ସହ ଦଲିଲ୍ ଦାଖଲ କରିଥିଲେ । ୨୨ ବର୍ଷୀୟ ଦିଶାଙ୍କ ଆବେଦନକୁ ଦିଲ୍ଲୀ ପୋଲିସ ବିରୋଧ କରିବା ସହ କହିଥିଲେ ଯେ ଏହି ଟୁଲକିଟ୍ ବାସ୍ତବରେ ଭାରତ ଏବଂ ଏହାର ସୖେନ୍ୟବାହିନୀକୁ ବଦନାମ କରିବା ଉଦ୍ଦେଶ୍ୟରେ ଅନ୍ୟ ଏକ ୱେବସାଇଟର ପ୍ରବେଶ ଦ୍ୱାର।

ପୋଲିସ ଦାବି କରିଛି ଯେ ଏହି ମାମଲାରେ ଗିରଫ ହୋଇଥିବା ଏକମାତ୍ର ଦିଶା ରବି ଖାଲିସ୍ତାନ-ସମର୍ଥନ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଜେଏଫ)ର ଘନିଷ୍ଠ। ଉଭୟ ପକ୍ଷ ଶୁଣିବା ପରେ କୋର୍ଟ ମଙ୍ଗଳ ବାର ଯାଏଁ ଆଦେଶ ସଂରକ୍ଷିତ କରି ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ସମାଜକର୍ମୀ ଦିଶା ରବିଙ୍କ ସହଯୋଗୀ ନିକିତା ଜାକୋବଙ୍କୁ ଆଶ୍ୱସ୍ତି ମିଳିଥିଲା। କାରଣ ନିକିତାଙ୍କୁ କୋର୍ଟ ଟ୍ରାଞ୍ଜିଟ୍ ବେଲ୍ ପ୍ରଦାନ କରିଥିଲେ। ନିକିତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଅନୁମତି ଦେଇଥିଲେ।

ତେବେ ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟକୁ ସେୟାର କରିଥିଲେ। ଦିଶା ସେହି ଟୁଲକିଟକୁ ଏଡିଟ କରି ସୋସିଆଲ ମିଡିଆରେ ସେୟାର କରିଥିବା ଦିଲ୍ଲୀ ପୋଲିସ୍ ଅଭି୍ଯୋଗ କରିଥିଲା। ଆଉ ଏକଥା ଦିଶା ନିଜେ କୋର୍ଟରେ ମାନିଛନ୍ତି ମଧ୍ୟ। ତେବେ ଏହି ମାମଲାରେ । ତେବେ ଏଭଳି କରି ଦିଶା ଆନ୍ଦୋଳନକୁ ଆହୁରୀ ତିବ୍ର କରିବାକୁ ଲୋକଙ୍କୁ ଭଡକାଉଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ତାଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ଦିଶାଙ୍କ ସହଯୋଗୀ ନିକିତା ଓ ଶାନ୍ତନୁଙ୍କ ନାଁରେ ଦିଲ୍ଲୀ ପୋଲିସ ଜାମିନ ବିହୀନ ପରୱାନା ଜାରି କରିଥିଲା । ପୂର୍ବରୁ ଶାନ୍ତନୁଙ୍କୁ କୋର୍ଟ ଜାମିନ ଦେଇଥିବା ବେଳେ ଆଜି ନିକିତାଙ୍କୁ ଜାମିନ କୋର୍ଟ ପ୍ରଦାନ କରିଛନ୍ତି।

ହାତରୁ ମେହେନ୍ଦୀ ଲିଭିନି, ହେଲେ ଲିଭିଗଲା ଜୀବନ ଦୀପ

ଢେଙ୍କାନାଳ: ଚତୁର୍ଥ ଦିନ ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁସାରେ ହିନ୍ଦୋଳ କଲଣ୍ଡା ଗାଁର ଝରଣା ନାୟକ ଗତ ୧୭ ତାରିଖ ଦିନ ସଦର ଥାନା ଅନ୍ତର୍ଗତ ବିଦ୍ୟାବନ୍ଧ ଗାଁର ମଦନ ମୋହନ ନାୟକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ଆଜି ସକାଳେ ଝରଣାଙ୍କର ଝୁଲନ୍ତା ମୃତ ଦେହ ଶାଶୁଘରୁ ଉଦ୍ଧାର କରାଯାଇଛି । କେଉଁ କାରଣରୁ ନବବଧୂ ଜଣଙ୍କର ମୃତ୍ୟୁ ହୋଇଛି ତା’ର କାରଣ ଏଯାବତ୍ ଜଣାପଡିନାହିଁ।

ତେବେ ଝରଣାଙ୍କର ମୃତ୍ୟୁ ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତଦେହ ଉଦ୍ଧାର କରିଛି । ପରେ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଇବା ସହ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ଜଲେଶପଟ୍ଟା ଆଶ୍ରମ ଉଡ଼ାଇଦେବାକୁ ସ୍ୱାମୀଜୀଙ୍କୁ ଧମକ

ବାଲିଗୁଡ଼ା: ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ପ୍ରତିଷ୍ଠିତ ଆଶ୍ରମକୁ ଉଡ଼ାଇ ଦେବାକୁ ଧମକ । କେହି ଜଣେ ଅଜଣା ବ୍ୟକ୍ତି ତୁମୁଡ଼ିବନ୍ଧ ଜଲେଶପଟ୍ଟା ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ୱାମୀ ଜୀବନମୁକ୍ତନନ୍ଦ ପୁରୀଙ୍କୁ ଅଜଣା ବ୍ୟକ୍ତି ଫୋନରେ ଧମକ ଦେଇଛନ୍ତି ।

 Unknown Caller Threatens To Blow Up Jalespata Ashram Kandhamal

ଫୋନ୍ କରିଥିବା ଅଜଣା ବ୍ୟକ୍ତି ନିଜକୁ ନକ୍ସଲ ପରିଚୟ ଦେଇଥିବା ବେଳେ ହତ୍ୟା ସହ ଆଶ୍ରମ ଉଡ଼ାଇ ଦେବାକୁ ଧମକ ଦେଇଥିବା ଜଣାପଡ଼ିଛି । ଏନେଇ ଆଶ୍ରମ ମୁଖ୍ୟ ସ୍ୱାମୀଜୀ ଜୀବନ ମୁକ୍ତନନ୍ଦ ପୁରୀ ତୁମୁଡ଼ିବନ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି । ଜଲେଶପଟ୍ଟା ଆଶ୍ରମକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ପ୍ରତିଷ୍ଠା କରିଥିଲେ ।

Unknown Caller Threatens To Blow Up Jalespata Ashram Kandhamal

୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ସନ୍ଧ୍ୟାରେ ଜନ୍ମାଷ୍ଟମୀ ଦିନ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୬୯ ମସିହାରେ ଚକାପାଦରେ ବାଳକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହାର ୨୦ ବର୍ଷ ପରେ ୧୯୮୯ରେ ତୁମୁଡ଼ିବନ୍ଧର ଜଲେଶପଟ୍ଟାରେ ପ୍ରତିଷ୍ଠା କରିଥିଲେ କନ୍ୟାଶ୍ରମ ।

ଅଜଣା ଜନ୍ତୁ ଆକ୍ରମଣରେ ୨୮ ଛେଳି ମୃତ, ବାଘ ମାରିଥିବା ସନ୍ଦେହ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ତ କୁଟୁଗାଁ ଫରେଷ୍ଟ ବିଟ ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ । ଦିନକରେ ୨୮ ଛେଳିକୁ ମାରିଦେଲା ଅଜଣା ଜନ୍ତୁ । ଶୁକ୍ରବାର କୁଟୁଗାଁର ଛେଳି ଚରାଳି ଟିକୁ ଦେହୁରୀ କୁଟୁଗାଁ ଜଙ୍ଗଲ ନିକଟରେ ଛେଳିପଲ ଚରାଉଥିଲେ । ଛେଳିପଲକୁ ଜଙ୍ଗଲରେ ଛାଡ଼ି ଘରକୁ ଖାଇବାକୁ ଯାଇଥିଲେ ଟିକୁ । ହେଲେ ଜଙ୍ଗଲକୁ ଫେରିବା ବେଳକୁ ଛେଳିପଲ ନଥିଲେ । ବହୁ ଖୋଜାଖୋଜି କରିବା ପରେ ଛେଳିପଲଙ୍କୁ ପାଇନଥିଲେ ।

Unknown Animal Killed 28 Goat In Athmallik Of Angul

ତେବେ ଶନିବାର ଗାଁ ପାଖରେ ଥିବା ପାହାଡ଼ରେ ତାଙ୍କର ୨୮ ଗୋଟି ଛେଳିର ମୃତ ଶରୀର ପଡ଼ିଥିବା ଜଣାପଡ଼ିଛି । ଏ ନେଇ ଆଠମଲ୍ଲିକ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ପାହାଡ଼କୁ ଯାଇ ଛେଳି ଗୁଡ଼ିକର ମୃତ ଶରୀର ଗୁଡ଼ିକୁ ଗାଁକୁ ଆଣିଥିଲେ । ଏହି ଘଟଣା ପରେ ଗାଁରେ ବାଘ ଭୟ ଦେଖାଦେଇଛି । ସନ୍ଧ୍ୟା ହେଲେ ଗାଁର ତାଟି କବାଟ ପଡ଼ି ଯାଉଛି ।

Unknown Animal Killed 28 Goat In Athmallik Of Angul

ଏତେ ଗୁଡ଼ିଏ ଛେଳିକୁ କେଉଁ ପଶୁ ଏକା ସାଙ୍ଗରେ କିପରି ମାରିଲା ? ନା ଅନ୍ୟ କିଛି କାରଣ ରହିଛି । ସେସବୁର ଛାନଭିନ୍ ଆରମ୍ଭ କରିଛି ଆଠମଲ୍ଲିକ ବନ ବିଭାଗ । ଆଠମଲ୍ଲିକ ଡିଏଫଓ ଏସ୍ ଆନନ୍ଦ କହିଛନ୍ତି ଛେଳି ଗୁଡ଼ିକୁ କେଉଁ ଜନ୍ତୁ ମାରିଲା ତାର ତଦନ୍ତ ଚାଲିଛି । ଜନ୍ତୁର ପାଦ ଚିହ୍ନ ଖୋଜା ଯାଉଛି । କିନ୍ତୁ ସ୍ଥାନଟି ପାହାଡ଼ିଆ ହୋଇଥିବାରୁ ପାଦ ଚିହ୍ନ ମିଳିପାରି ନାହିଁ ।

ରାଜ୍ୟରେ ଗ୍ରାହକ ହରାଉଛନ୍ତି ମୋବାଇଲ୍ କମ୍ପାନୀ, ୯ ଲକ୍ଷ ଲେଖାଏଁ ହରାଇଛନ୍ତି ଆଇଡିଆ ଓ ଏୟାରଟେଲ୍

0

ଭୁବନେଶ୍ୱର: ଓଡ଼ିଶାରେ କିଛି ମୋବାଇଲ୍ କମ୍ପାନୀଙ୍କ ସେବାକୁ ମୁହଁ ମୋଡ଼ୁଛନ୍ତି ଗ୍ରାହକ। ଏହି ତାଲିକାରେ ବିଗତ ଦିନର ଏକ ନମ୍ବର କମ୍ପାନୀମାନେ ବି ସାମିଲ୍ ରହିଛନ୍ତି। ଟେଲିକମ୍ ଅଥରଟି ଅଫ୍ ଇଣ୍ଡିଆ ଦ୍ବାରା ପ୍ରକାଶିତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ୨୦୨୦ ବର୍ଷର ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ଗ୍ରାହକମାନେ ଏୟାରଟେଲ୍ ଓ ଭୋଡ଼ାଫୋନ୍-ଆଇଡିଆ ଭଳି ମୋବାଇଲ୍ କମ୍ପାନୀଙ୍କ ସେବାଠୁ ନିଜକୁ ଦୂରେଇବାକୁ ଚାହିଁଛନ୍ତି।

ଖାଲି ସେତିକି ନୁହେଁ ଗ୍ରାହାକଙ୍କ ଏହି ମନୋଭାବ ଯୋଗୁ ଆଇଡିଆ ଓ ଭୋଡ଼ାଫୋନ୍ ଭଳି କମ୍ପାନୀ ପ୍ରତ୍ୟେକ ୯ ଲକ୍ଷ ଲେଖାଏଁ ଗ୍ରାହକ ହରାଇଛନ୍ତି। ଅପରପକ୍ଷେ ଜିଓ ମୋବାଇଲ୍ ସେବା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ଡିସେମ୍ବର ମାସରେ ଜିଓ ଓଡିଶାରେ ପାଖାପାଖି ୨ ଲକ୍ଷ ଗ୍ରାହକ ଯୋଡ଼ିଛି।

ଟ୍ରାଇ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ଏବେ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟା ହେଉଛି ୩ କୋଟି ୩୫ ଲକ୍ଷ। ଗତବର୍ଷ ୧ କୋଟି ୬୦ ଲକ୍ଷ ଗ୍ରାହକ ନୂଆକରି ମୋବାଇଲ୍ ସେବାରେ ସାମିଲ୍ ହୋଇଛନ୍ତି। ଏହାଦ୍ବାରା ରିଲାଏନ୍ସ ଜିଓ ପାଖରେ ସମ୍ପ୍ରତି ଓଡ଼ିଶାରେ ସର୍ବାଧିକ ୧.୩୭ କୋଟି ମୋବାଇଲ ଗ୍ରାହକ ରହିଥିବା ବେଳେ ଭାରତୀ ଏୟାରଟେଲରେ ୧.୦୮ କୋଟି ଗ୍ରାହକ, ବିଏସଏନଏଲ ପାଖରେ ୬୪.୧୪ ଲକ୍ଷ ଗ୍ରାହକ ଏବଂ ଭୋଡାଫୋନ ଆଇଡିଆ ପାଖରେ ୨୫.୩୬ ଲକ୍ଷ ଗ୍ରାହକ ରହିଛନ୍ତି ।

ଏଥିସହିତ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରାୟ ୪୧ ପ୍ରତିଶତ ଗ୍ରାହକ ବଜାର ଅଂଶ ଏବଂ ରାଜ୍ୟରେ ଏହି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ମୋଟ ରାଜସ୍ୱ ବଜାର ଅଂଶ ଦଖଲ କରି ପାରିଛି । ଏଥିସହିତ ରିଲାଏନ୍ସ ଜିଓ ୨୦୨୦ ବର୍ଷରେ ଓଡ଼ିଶାରେ ୧୯ ଲକ୍ଷରୁ ଅଧିକ ମୋବାଇଲ ଗ୍ରାହକ ଯୋଡ଼ି ପାରିଛି।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରରେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଓଡ଼ିଶାରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ବା ଆଇଆଇଏଲ୍‌ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବାର୍‌ କାଉନ୍‌ସିଲ ଅଫ ଇଣ୍ଡିଆ ଏବଂ କିଟ୍‌ର ମିଳିତ ଉଦ୍ୟମରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ଭୁବେନଶ୍ୱରରେ ପ୍ରତିଷ୍ଠା କରାଯିବ ।

Foundation Stone Laying Ceremony Of Indian Institute Of Law In Bhubaneswar

ଓଡ଼ିଶାରେ IIL ପ୍ରତିଷ୍ଠା ହେବା ଦ୍ୱାରା ଶିକ୍ଷା ମାନଚିତ୍ରରେ ଆଇନ୍‌ ଶିକ୍ଷା ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିବ । ନିରନ୍ତର ଆଇନ୍‌ ଶିକ୍ଷା, ବୃତ୍ତିଗତ ଦକ୍ଷତା ବିକାଶ, ରିଫ୍ରେସର୍‌ କୋର୍ସ ଏବଂ ମଧ୍ୟସ୍ତତା ଓ ଆପୋସ ବୁଝାମଣା ଭଳି ବିକଳ୍ପ ବିବାଦ ସମାଧାନ ବିଧି ପାଇଁ ପାଠ୍ୟକ୍ରମ ଯୋଗାଇ ଦେବ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ । ବିଭିନ୍ନ ଶିକ୍ଷା କେନ୍ଦ୍ର ଅଧୀନରେ ଆଇଆଇଏଲ୍‌ ଆଇନ୍‌, ନ୍ୟାୟ ଓ ସାମାଜିକ ବିକାଶର ସମସ୍ତ ଦିଗରେ ଗବେଷଣା କରିବ । ଏହି ଇନ୍‌ଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ।

Foundation Stone Laying Ceremony Of Indian Institute Of Law In Bhubaneswar

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ’ ପାଇଁ କିଟ୍‌ ନିଜ କ୍ୟାମ୍ପସ୍ ମଧ୍ୟରେ ୫ ଏକର ଜମି ଯୋଗାଇ ଦେବ । ଏହାର ଭିତ୍ତିଭୂମି ଉଭୟ କିଟ୍‌ ଏବଂ ବାର କାଉନ୍‌ସିଲ ଅଫ ଇଣ୍ଡିଆ ନିର୍ମାଣ କରିବେ । ଦେଢ଼ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସମଗ୍ର ଭାରତରେ ଏଭଳି ଅନୁଷ୍ଠାନ ହେଉଛି ପ୍ରଥମ ।

Foundation Stone Laying Ceremony Of Indian Institute Of Law In Bhubaneswar

ଏହି ଅନୁଷ୍ଠାନରେ ବିଭିନ୍ନ ଆଇନ୍ ମହାବିଦ୍ୟାଳୟରେ ପାଠ ପଢାଉଥିବା ଶିକ୍ଷକ, ଆଇନଜୀବୀ ଏବଂ ଆଇନ୍ ବିଶେଷଜ୍ଞ ତାଲିମ୍ ନେବେ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗଭାଇ, ଜଷ୍ଚିସ୍‌ ଭି ରାମସୁବ୍ରମଣ୍ୟମ୍‌, ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ କୁମାର ମିଶ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

କୋଭିଡ୍ ଯୁଦ୍ଧରେ ସରପଞ୍ଚ ଓ ଆଶାକର୍ମୀଙ୍କ ଯୋଗଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ କୋଭିଡ୍ ପ୍ରତ୍ୟେକ ଗାଁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଭାବିତ କରିଛି । ଆମେ ଦୃଢ଼ତାର ସହ ମୁକାବିଲା କରିଛୁ ।

CM Naveen Patnaik Appreciated Sarapanch And Asha Worker Against Covid War

ପ୍ରଥମ ରାଜ୍ୟ ଭାବେ ବିପର୍ଯ୍ୟୟ ଘୋଷଣା ହୋଇଥିଲା । ଲକଡାଉନ୍ ଘୋଷଣା କରିଥିଲୁ । କୋଭିଡରେ ସରପଞ୍ଚ, ଆଶାକର୍ମୀ ଓ ଅନ୍ୟମାନେ ଭଲ କାମ କରିଛନ୍ତି । କୋଭିଡ୍ ମୁକାବିଲା ପାଇଁ ପ୍ରଶଂସିତ ହୋଇଛି ଓଡ଼ିଶା । କୋଭିଡ୍ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୭.୩ ପ୍ରତିଶତ ବଢ଼ିଛି । ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ୱରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି ।

CM Naveen Patnaik Appreciated Sarapanch And Asha Worker Against Covid War

ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାଚସ୍ପତି ବିଧାନସଭାକୁ ଆସନ୍ତା ସୋମବାର ଦିନ ୧୦ଟା ୩୦ ଯାଏ ମୁଲତବି ରଖିଛନ୍ତି ।

ପିପିଲିରେ ବିଜେଡି ସଭାନେତ୍ରୀଙ୍କୁ ଆକ୍ରମଣ

ପିପିଲି: ପିପିଲି ବ୍ଲକର ମହିଳା ବିଜେଡି ସଭାନେତ୍ରୀଙ୍କୁ ଶନିବାର ଦିନ କେହି ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି । ସମ୍ପୃକ୍ତ ସଭାନେତ୍ରୀଙ୍କ ନାମ ହେଉଛି ଜ୍ୟୋସ୍ନାରାଣୀ ପୃଷ୍ଟି ।

ସୂଚନା ଅନୁଯାୟୀ, ପିପିଲି ବ୍ଲକ ନୂଆଶାସନ ଚଉଦମାଣ ଗାଁରେ ସରପଞ୍ଚ ଉପନିର୍ବାଚନ ପାଇଁ ବୈଠକ ଚାଲିଥିଲା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ୨ ଜଣ ପୁରୁଷ ଓ ୨ ଜଣ ମହିଳାଙ୍କ ସହ ଅନ୍ୟମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ତେବେ ଆହତ ଅବସ୍ଥାରେ ସଭାନେତ୍ରୀଙ୍କୁ ଉଦ୍ଧାର କରାଯାଇ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅପରପକ୍ଷେ ଆକ୍ରମଣ ନେଇ ପିପିଲି ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି ।

ଘୋଷଣାରେ ରହିଛି ପଦ୍ମ; ଜୀବନର ଶେଷ ସମୟରେ ମଧ୍ୟ ପୁରସ୍କାର ଆଶାରେ ଶରିଫ୍ ଚାଚା

ଅଯୋଧ୍ୟା: ଉତ୍ତର ପ୍ରଦେଶର ଫୈଜାବାଦର ୮୩ ବର୍ଷୀୟ ମହମ୍ମଦ ଶରୀଫ୍ । ଏବେ ସୁଦ୍ଧା ସେ ୨୫ ହଜାରରୁ ଅଧିକ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରିସାରିଲେଣି । ଏକ ବର୍ଷ ପୂର୍ବରୁ ତାଙ୍କୁ କେହି ବି ଚିହ୍ନି ନଥିଲେ । ହେଲେ ଗତବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ ହେବାପରେ ତାଙ୍କୁ ସାରା ଦେଶ ଚିହ୍ନିଲା। ଆଜି ସେ ଜୀବନ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଦୁଇ ବଖରା ବିଷିଷ୍ଟ ଭଡ଼ା ଘରେ ଦିନ କାଟୁଥିବା ସରିଫ ଚାଚା ରୋଗାକ୍ରାନ୍ତ ହୋଇ ବିଛଣାରେ ପଡ଼ିଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କୁ ଗତ ଗଣତନ୍ତ୍ର ଦିବସରେ ଯେଉଁ ପଦ୍ମ ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା ତାହା ଏବେ ପର୍ଯ୍ୟନ୍ତ ତାଙ୍କୁ ମିଳି ନାହିଁ । ପଦ୍ମ ପୁରସ୍କାର ଘୋଷଣା ହେବାର ଏକ ବର୍ଷରୁ ଅଧିକ ସମୟ ହୋଇଗଲାଣି ହେଲେ ଏ ଯାଏଁ ଶରୀଫ୍ ଚାଚା କୌଣସି ପଦକ କିମ୍ବା ମାନପତ୍ର ପାଇଲେ ନାହିଁ। ତାଙ୍କ ପରିବାର କହିଛନ୍ତି ଯେ ସେ ପଦକର ଗୋଟିଏ ଝଲକ ଦେଖିବା ପାଇଁ ଚାହିଁ ବସିଛନ୍ତି, ହେଲେ ଏମିତି ନ ହେଉ ଯେ ଏହା ପୂର୍ବରୁ ସେ ଆଖି ବୁଜିଦିଅନ୍ତୁ।

ଶରୀଫ୍ ଚାଚାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ତାଙ୍କ ଚିକିତ୍ସା କି ଔଷଧ କିଣିବାକୁ ବି ପରିବାର ଅକ୍ଷମ । ଯେଉଁ ବ୍ୟକ୍ତି ନିଜ କାନ୍ଧରେ ହଜାର ହଜାର ଶବକୁ କାନ୍ଧେଇ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ଆଜି ତାଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଶରୀଫ୍ ଚାଚାଙ୍କର କିଡନୀ ଓ ଲିଭର ଦୁଇଟି ଯାକ ଖରାପ ହୋଇଯାଇଛି।

ଚାଚାଙ୍କ ପୁଅ ମହମ୍ମଦ ସାଗିର କହିଛନ୍ତି, ‘ଗତ ବର୍ଷ ଜାନୁଆରୀ ୩୧ରେ ତାଙ୍କୁ ଗୃହମନ୍ତ୍ରାଳୟରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ପଦ୍ମଶ୍ରୀ ବିଷୟରେ ସୂଚନା ଦିଆଯାଇଥିଲା, ମୁଁ ମୋର ପିତାଙ୍କୁ ଶୁଭେଚ୍ଛା ଜଣାଇଥିଲି। ପରେ ଦିଲ୍ଲୀରୁ ଫୋନ୍ ଆସିଥିଲା ଓ ରାଷ୍ଟ୍ରପତି ଭବନରୁ ପୁରସ୍କାର ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ମୋ ବାପା ଜଣେ ସ୍ଥାନୀୟ ସାହୁକାରଙ୍କଠାରୁ ୨୫ଶହ ଟଙ୍କା ଋଣ ନେଇ ଟ୍ରେନ୍ ଟିକେଟ ବୁକ୍ କରିଥିଲେ। ଶେଷ ମୁହୂର୍ତ୍ତରେ ମହାମାରୀ ହେତୁ ଏହି କାର୍ଯ୍ୟକ୍ରମ ବାତିଲ ହେବା ନେଇ ଆମକୁ ଅବଗତ କରାଯାଇଥିଲା। ଏବେ ଆମେ ଟ୍ରେନ୍ ଟିକେଟ୍ ପାଇଁ ନେଇଥିବା ଟଙ୍କା ବି ଫେରସ୍ତ କରିପାରୁ ନାହୁଁ।’ ସାଗର ପେଶାରେ ଜଣେ ଡ୍ରାଇଭର ଏବଂ କୌଣସି ପ୍ରକାରେ ପରିବାର ସଦସ୍ୟଙ୍କ ପାଇଁ ଦୁଇବେଳାର ଖାଇବା ଯୋଗାଡ଼ କରିବା ବି ତାଙ୍କ ପକ୍ଷେ କଷ୍ଟକର।

ସୂଚନାଯୋଗ୍ୟ, ଏ ସମ୍ପର୍କରେ ଯେତେବେଳେ ଫୈଜାବାଦର ବିଜେପି ସାଂସଦ ଲଲ୍ଲୁ ସିଂହଂଙ୍କ ପ୍ରଶନ କରାଯାଇଥିଲା, ସେ କହିଥିଲେ ଯେ ତାଙ୍କ ଏ ନେଇ ସୂଚନା ନଥିଲା ଯେ ଶରୀଫଙ୍କୁ ଏ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ମିଳିନାହିଁ । ଏଥି ସହ ସେ ତାଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।

 

ରାଜ୍ୟରେ କମିଛି ଦାରିଦ୍ର୍ୟ, ବଢ଼ିଛି ମୁଣ୍ଡପିଛା ଆୟ

ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ । କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟର ଅଭିବୃଦ୍ଧି ପ୍ରଭାବିତ ହେବ । ୨୦୨୦-୨୧ରେ ଅଭିବୃଦ୍ଧି ହାର ୪.୯୨%କୁ ହ୍ରାସ ପାଇବ । ୨୦୧୯-୨୦ରେ ଅଭିବୃଦ୍ଧି ହାର ୫.୨୧ ପ୍ରତିଶତ ଥିଲା । କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ଜାତୀୟ ହାରଠୁ ଅଧିକ ଆକଳନ କରାଯାଇଛି । ୨୦୨୦-୨୧ରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୬.୫୪% ଆକଳନ କରାଯାଇଛି । ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ହାର ୮.୮୩% ଆକଳନ । ଓଡ଼ିଶାରେ ମୁଣ୍ଡପିଛା ଆୟରେ ୧୧୫.୬୦% ବୃଦ୍ଧି ଘଟିଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮ ହଜାର ୪୯୯ ଟଙ୍କା ଥିଲା । ଯାହା ୨୦୧୯-୨୦ରେ ୧ ଲକ୍ଷ ୪ ହଜାର ୫୬୬କୁ ବୃଦ୍ଧି ପାଇଛି । ୧୦ ବର୍ଷ ମଧ୍ୟରେ ଏହି ବୃଦ୍ଧି ହାର ୧୧୫.୬୦% ଥିଲା । ଏହି ଅବଧିରେ ସର୍ବଭାରତୀୟ ମୁଣ୍ଡ ପିଛା ଆୟ ୬୩ ହଜାର ୪୬୨ ଟଙ୍କାରୁ ୧ ଲକ୍ଷ ୩୪ ହଜାର ୨୨୬ ଟଙ୍କା ଥିଲା । ଅର୍ଥାତ୍ ଏକ ଦଶନ୍ଧିରେ ଓଡ଼ିଶାର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟ ତୁଳନାରେ ଦ୍ରୁତଗତିରେ ବୃଦ୍ଧି ପାଇଛି ।

ବିହାର, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ମେଘାଳୟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଠାରୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଅଧିକ ରହିଛି । ୨୦୨୦ରେ ମୁଦ୍ରାସ୍ଫୀତି ହାର ୮.୪୯ ପ୍ରତିଶତକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ସହରାଞ୍ଚଳଠାରୁ ଅଧିକ ରହିଛି । ୨୦୦୪-୦୫ ଓ ୨୦୧୧-୧୨ ମଧ୍ୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୨୫ ପ୍ରତିଶତ ହ୍ରାସ ପାଇଛି । ଯାହା ଜାତୀୟ ହାର ଠାରୁ ଅଧିକ । ୨୦୧୯-୨୦ରେ ୩ ଲକ୍ଷ ୯୪ ହଜାର ୨୧୨ ଘର ତିଆରି ହୋଇଛି । ଏହା ମଧ୍ୟରୁ ୩ ଲକ୍ଷ ୫୭ ହଜାର ୯୧୪ଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବେଳେ ୧୫ ହଜାର ୫୬୭ଟି ଘର ବିଜୁ ପକ୍କାଘର ଯୋଜନା, ୧୮୫୮ ଘର ପକ୍କା ଘର ଯୋଜନା (ଖଣି), ୧୦ ଲହଜାର ୯୮୩ଟି ଘର ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଓ ୭ ହଜାର ୮୯୦ ବିପିଜିୱାଇ ଅନ୍ତର୍ଗତରେ ନିର୍ମିତ ହୋଇଛି ।

୨୦୧୯-୨୦ରେ ମନେରଗାରେ ୧୧, ୧୫.୭୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି । ଯାହା ୨୦୧୮-୧୯ରେ ୮୩୦.୩ ଲକ୍ଷ ଥିଲା ଯେଉଁଥିରେ ୨୩.୨୭ ଲକ୍ଷ ଗ୍ରାମାଞ୍ଚଳ ପରିବାର ଏହାଦ୍ୱାରା ଉପକୃତ ହୋଇଥିଲେ । ୨୦୧୯-୨୦ରେ ୩୧.୮୬ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଓଡ଼ିଶାରେ ୨୦୨୦ କୃଷିନୀତି ଓ ମତ୍ସ୍ୟନୀତି ଯୋଗୁଁ ଗ୍ରାମ୍ୟ ଅର୍ଥନୀତିରେ ସୁଧାର ଆସିଛି । ୨୦୧୯-୨୦ରେ ଖାଦ୍ୟ ସାମଗ୍ରୀ ଉତ୍ପାଦନରେ ୨୦% ବୃଦ୍ଧି ହୋଇଛି । ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ଓଡ଼ିଶାରେ ରପ୍ତାନୀ ବୃଦ୍ଧି ପାଇଛି । ଖରିଫ୍ ଋତୁରେ ୩% ଅଧିକ ଜମିକୁ ଜଳସେଚନ ହୋଇଛି  । ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ରାଜ୍ୟର ୨୪.୬ ପ୍ରତିଶତ ଦାରିଦ୍ର୍ୟ ହ୍ରାସ ପାଇଛି । ଏହି ଅବଧିରେ ଜାତୀୟ ସ୍ତରରେ ହାର ଥିଲା ୧୫.୩ ପ୍ରତିଶତ । ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ପଦକ୍ଷେପ ଯୋଗୁଁ ଏହା ସମ୍ଭବପର ହୋଇପାରିଛି ।