spot_img
Home Blog Page 5979

ଅପରାଜିତାଙ୍କୁ ନରସିଂହଙ୍କ ଟାର୍ଗେଟ; କହିଲେ ଆଗ ନିଜ ଦଳ ଲୋକଙ୍କୁ ବୁଝାଅ, କିଏ ପଢ଼ିଛି କିଏ ପଢ଼ିନି

ଭୁବନେଶ୍ୱର: ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣର ଚିଠା ବାଇ-ଲ’ ପ୍ରସଙ୍ଗରେ ଅପରାଜିତାଙ୍କୁ ଟାର୍ଗେଟ କଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଜଣେ କହୁଛନ୍ତି ପ୍ରତ୍ୟାହାର ହେବ, ଆଉ ଜଣେ କହୁଛନ୍ତି ପାଠ ପଢ଼ । ଅର୍ଥାତ ଜଣେ ମନ୍ତ୍ରୀ ଆଉ ଜଣେ ମନ୍ତ୍ରୀଙ୍କୁ ପାଠ ପଢ଼ିବାକୁ କହୁଛନ୍ତି । କିନ୍ତୁ ସାଂସଦ କହୁଛନ୍ତି ନା ମୁଁ ପଢ଼ିଛି ସେଥିରେ କିଛି ନାହିଁ । ତେବେ କିଏ ପଢ଼ିଛି, କିଏ ପଢ଼ିନି ? ଏକଥା ବିଧାନସଭାରେ ଆଲୋଚନା ହେଉ ବୋଲି କହିଛନ୍ତି ନରସିଂହ ମିଶ୍ର । ଏକାମ୍ର କ୍ଷେତ୍ରରେ ବାଇ ଲ’ ଯୋଗୁଁ ବିକାଶରେ ବାଧକ ସୃଷ୍ଟି ହେଉଛି । ତେଣୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର ।

ସେହିଭଳି ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏନେଇ ମନ୍ତବ୍ୟ ରଖିଛନ୍ତି । ସେ ମଧ୍ୟ ସାଂସଦ ଅପରାଜିତାଙ୍କ କଥାକୁ ସମାଲୋଚନା କରିଛନ୍ତି । ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର । କାରଣ ବିଜେପି ନେତା ମାନେ ମାଟି ଓ ପାର୍ଟି କଥା କହନ୍ତି । ବିବାଦୀୟ ବାଇ-ଲ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ।

ସେ ଆହୁରି କହିଛନ୍ତି, ସରକାର ହଠାତ୍‌ କ’ଣ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ ? ଏକଥା କ’ଣ ଆଗରୁ ଜାଣିପାରିଲେ ନାହିଁ କେନ୍ଦ୍ର ସରକାର । ନିର୍ବାଚନ ପରଠାରୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲେ । ତେବେ ଆମେ କଣ ମନ୍ଦିର ଭାଙ୍ଗିଦେବୁ ? ଏଏସଆଇ ନାହିଁ କି ଏବେ ? ବାଇ-ଲ ର ଆବଶ୍ୟକତା ନାହିଁ । ଶ୍ରେୟ ନେବା ପାଇଁ କଣ୍ଟା ବାଡ଼ରେ ଲୁଗା ପକାଇ କଳି କରିବା ଦରକାର ନାହିଁ କହି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର କର, ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ୍‌ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥିପାଇଁ ଭୁଲ ବୁଝାମଣା ହୋଇଛି । ଅପରାଜିତା କହୁଛନ୍ତି ପ୍ରତ୍ୟାହାର ପ୍ରସଙ୍ଗ ନୁହେଁ । ତେଣୁ ତାଙ୍କ ଦଳ ଭିତରେ ଆଗେ ବୁଝାମଣା ଠିକ୍‌ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୌମ୍ୟ ପଟ୍ଟନାୟକ ।

Sarua Land Scam Issue Will Raise In Odisha Assembly Winter Session

ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାଏ ମଧ୍ୟ ବିବାଦୀୟ ବାଇ ଲ’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଏହାକୁ ଘୋର ଅନ୍ୟାୟ ବୋଲି କହିଛନ୍ତି । ଏହାସହ ବାଇ ଲ’ ନେଇ କେନ୍ଦ୍ରକୁ ଚିଠି ଲେଖିଥିବାରୁ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାଇ-ଲ’କୁ ଶୀଘ୍ର ପ୍ରତ୍ୟାହାର କରିବାକୁ ସୁର ଦେବି କରିଛନ୍ତି । ଖାଲି ସେତିକି ନୁହେଁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ 5T ସଚିବ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁର ।

ବଜେଟ ଅଧୀବେଶନ ହେବ ସରଗମର, ମୁହାମୁହିଁ ହେବେ ଶାସକ ଓ ବିରୋଧୀ

0

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଅଧୀବେଶନ ପାଇଁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଶାସକ ଦଳକୁ ଗୃହରେ ଘେରିବା ପାଇଁ ବିରୋଧ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ଅଧୀବେଶନ ପାଇଁ  ଲମ୍ବା ପ୍ରସଙ୍ଗ ତାଲିକା ଧରି ପ୍ରସ୍ତୁତ ହେଲେଣୀ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି-ବିଜେପି ଓ କଂଗ୍ରେସ।

ଏଥର ଅଧିବେଶନରେ ମୁଖ୍ୟ ବିରୋଧି ବିଜେପି  ମଣ୍ଡି ସମସ୍ୟା, କୋଟିଆ ନିବାଚନ , ବିପଯ୍ୟସ୍ତ ଆଇନ ଶୃଙ୍ଖଳା, ପାନୀୟ ଜଳ ସମସ୍ୟା ଆଦିକୁ ପ୍ରସଙ୍ଗ କରି ଗୃହରେ ଶାସନ ଦଳକୁ ଟାର୍ଗେଟ କରିବା ପାଇଁ  ରଣନୀତି ପ୍ରସ୍ତୁତ କରିଛି। ସେହିପରି ସମାନ ପ୍ରସଙ୍ଗ ସହ ବାଇ-ଲ, ପେଟ୍ରୋଲ, ଡ଼ିଜେଲ, ଗ୍ୟାସ ଦର ବୃଦ୍ଧି, ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ।

ଅନ୍ୟପଟେ ଶାସକ ଦଳ ରାଜ୍ୟ ସ୍ବାର୍ଥ ସମ୍ପକିତ ପ୍ରସଙ୍ଗ ଗୃହରେ ଉଠାଇବା ସହ ବାଇ-ଲ, ରେଳବାଇ କ୍ଷେତ୍ରରେ କେନ୍ଦ୍ରର ଅବେହଳା, କୋଇଲା ରୟାଲିଟି ବୃଦ୍ଧି ନେହବା, ଧାନ ସବସିଡ଼ି ବକେୟା ଆଦି ପ୍ରସଙ୍ଗକୁ ଗୃହରେ ଉଠାଇବ। ଏହାସହ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଗୃହରେ ଉଠାଇବ ତାହାକୁ ଆଲୋଚନା ମାଧ୍ୟମରେ ସାମାଧାନ କରିବାକୁ ଦଳ ପ୍ରସ୍ତୁତ ବୋଲି କହିଛି।

ଆସନ୍ତା  କାଲି ବଜେଟ ଅଧୀବେଶନକୁ ସୁରୁଖୁରୁରେ ସାରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ କରିବେ। ଏହାସହ ବିଜେଡ଼ି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ ବସିବ।

ଏଥର ଭକ୍ତ ନିରାଶ, ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ପ୍ରଶାସନ କଲା ବାରଣ

ପୁରୀ: ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚନ୍ଦ୍ରଭାଗା ମାଘ ମେଳା । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ।

ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଏବଂ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭବତାରଣ ସାହୁ ୧୪୪ ଧାରା ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସହ ଚନ୍ଦଭାଗା ବୁଡ଼ ସମ୍ପର୍ଣ୍ଣ ହେବ ।

ଏଥିରେ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ ସାମିଲ ରହିବେ । ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଇଛି । ଯଦି କେହି କଟକଣା ଉଲଙ୍ଘନ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଛି ।

ପୂର୍ତ୍ତବିଭାଗର ରାସ୍ତା ପ୍ରଶସ୍ତିକରଣକୁ ବସ୍ତି ବାସିନ୍ଦାଙ୍କ ତୀବ୍ର ଉତ୍ତେଜନା

0

ଭୁବନେଶ୍ବର: ଭୁବନେଶ୍ବର ସାଲିଆ ସାହିରେ ପୂର୍ତ୍ତବିଭାଗର ରାସ୍ତା ପ୍ରଶସ୍ତିକରଣକୁ ନେଇ ତୀବ୍ର ଉତ୍ତେଜନା। ଆଜି ସାଲିଆ ସାହି ଛକରୁ ରେଳ ବିହାର ପର୍ଯ୍ୟନ୍ତ ୨ଶହ ଫୁଟିଆ ରାସ୍ତା ନିର୍ମାଣ କରାଯାଉଛି। ସାଲିଆ ସାହି ବସ୍ତିର କିଛି ଅଂଶ ଏହି ୨ଶହ ଫୁଟିଆ ରାସ୍ତା ମଝିରେ ଆସୁଥିବାରୁ ତାକୁ ଉଛେଦ କରାଯିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଥିଲା। ହେଲେ ବସ୍ତି ଉଛେଦ ଓ ରାସ୍ତା ନିର୍ମାଣ କାମକୁ ବସ୍ତି ବାସିନ୍ଦା ତୀବ୍ର ବିରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ଦେଖା ଦେଇଥିଲା।

ଘଟଣଣାସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚି ପୂର୍ତ୍ତ ବିଭାଗର ଜେସିବିକୁ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ, ଆଇନଶୃଙ୍ଖଳା ସ୍ଥିତ ସମ୍ଭାଳି ଥିଲେ। ଲୋକଙ୍କ କହିବା ହେଲା ପୁର୍ବରୁ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ବସ୍ତି ଉଛେଦ କରିବାକୁ ଉଦ୍ୟମ କରାଯାଇଥିଲା। ହେଲେ ଲୋକଙ୍କୁ ଥଇଥାନ ନକରି ବସ୍ତି ଉଛେଦ ଓ ରାସ୍ତାନିର୍ମାଣକୁ ଆସନ୍ତାଦିନରେ ମଧ୍ୟ ବିରୋଧ କରାଯିବ।

ସାରଥିଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି, ଏଣିକି ପୁଣି ଆରମ୍ଭ ହେବ ପ୍ରବଚନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କୁ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଏଣିକି ସେ ଦେଇପାରିବେ ପ୍ରବଚନ । ଏନେଇ ସାରଥିଙ୍କୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସାରଥି ଭକ୍ତଙ୍କ ଆଶା ପୂରଣ ହେବ । ପ୍ରବଚନ ଦେବା ନେଇ କୋର୍ଟରେ ଆବେଦନ କରିଥିଲେ ସାରଥି । ଏନେଇ ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ । ବିନା କୋଭିଡ୍ କଟକଣା ଉଲଂଘନରେ ପ୍ରବଚନ ଦେଇପାରିବେ ସୂଚନା ମିଳିଛି । ଜେଲରୁ ମୁକୁଳିବା ପରେ ସାରଥୀଙ୍କ ପ୍ରବଚନ ଉପରେ ଲାଗିଥିଲା ରୋକ ।

ହେଲେ ଏ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବାବା ସାରଥୀ । ତେବେ ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ନିଜର ପ୍ରବଚନ କାର୍ଯ୍ୟକ୍ରମ କରିପାରିବେ । କୋଭିଡ୍‌ କଟକଣା ମାନି ପ୍ରବଚନ ଦେବାକୁ କଡ଼ା ନିର୍ଦ୍ଦେଶ ରହିଛି ।

ପ୍ରକାଶ ଯେ, ୨୦୧୫ରେ ସାରଥିଙ୍କୁ ଗିରଫ କରାଯାଇଥିଲା । ଜଣେ ଛାତ୍ରୀଙ୍କ ସହ ସଂପର୍କକୁ ନେଇ ସାରଥୀ ସେ ଚର୍ଚ୍ଚାକୁ ଆସିଥିଲେ । ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା । କେନ୍ଦ୍ରାପଡ଼ା ଆଶ୍ରମ ଅନ୍ତେବାସୀ ମାଆ ଝିଅ ଓ ଜଣେ ଡାକ୍ତରୀ ଛାତ୍ରୀଙ୍କ ପକ୍ଷରୁ ସାରଥିଙ୍କ ବିରୋଧରେ ସେତେବେଳେ ୩ଟି ମାମଲା ଦାୟର ହୋଇଥିଲା।

ପରୀ ହତ୍ୟା ମାମଲା: ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ, ଦୁଷ୍କର୍ମ ପରେ ହତ୍ୟା ଉଲ୍ଲେଖ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାର ଚାର୍ଜସିଟ ଦାଖଲ ହୋଇସାରିଛି । ନୟାଗଡ଼ ଚିଲଡ୍ରେନ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା SIT । କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଛି । ପୀଡ଼ିତାଙ୍କ ଫ୍ରକ୍‌ ଉପର ପାର୍ଶ୍ୱରୁ ପୁରୁଷ ସିମେନ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ସାକ୍ଷୀ ତାଲିକା ଓ ଜବତ ସାମଗ୍ରୀ ସଂପର୍କରେ ତଥ୍ୟ ରଖିଛି SIT । ଦୁଷ୍କର୍ମ ଏବଂ ହତ୍ୟା ନେଇ ଚାର୍ଜସିଟରେ ଦର୍ଶାଯାଇଛି । ଅଭିଯୁକ୍ତ ପଡ଼ୋଶୀ ହୋଇଥିବାରୁ ପୀଡ଼ିତା ଘରକୁ ବାରମ୍ବାର ଆସୁଥିଲା । ଅଭିଯୁକ୍ତ ଘର ପାଖରୁ ମିଳିଥିଲା ନାବାଳିକାର ମୃତଦେହ । ଏହି ଆଧାରରେ ଅଭିଯୁକ୍ତ ଉପରେ ସନ୍ଦେହ ହୋଇଥିଲା । ଅଭିଯୁକ୍ତ ଲାଏ ଡିଟେକ୍ସନରେ ଦୋଷ ସ୍ୱୀକାର କରିଛି । ଏହାର ଅଡିଓ-ଭିଜୁଆଲ୍ SIT ପାଖରେ ରହିଥିବା ଉଲ୍ଲେଖ ରହିଛି ଚାର୍ଜସିଟରେ ।

SIT Arrested One Accused  In Pari Murder Case

CRPC-୧୬୪ରେ ମାଜିଷ୍ଟ୍ରେଟଙ୍କ ଆଗରେ ୨ ଜଣ ସାକ୍ଷୀ ଏନେଇ ବୟାନ ଦେଇଛନ୍ତି । ଅଖା ବ୍ୟାଗ୍ ବାନ୍ଧିବା ପାଇଁ ଜିଆଇ ତାର ଭାଙ୍ଗିଥିଲା ଅଭିଯୁକ୍ତ । ଯେଉଁ ଲମ୍ବା ତାରରେ ଭାଙ୍ଗିଥିଲା, ତାହା ଜବତ କରାଯାଇଛି । ନାବାଳିକାର କୌଣସି ଅଙ୍ଗପ୍ରତ୍ୟଙ୍ଗ ଗାଏବ ହୋଇନାହଁ । ମୃତଦେହ ଉପରେ ରାସାୟନିକ ପ୍ରଲେପ ଦିଆଯାଇନଥିବା ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋରୁ ସ୍ପଷ୍ଟ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଜୁଭିନାଲ୍ ଜଷ୍ଟିସ୍ ବୋର୍ଡରେ ଥିବା ମାମଲାକୁ ଚିଲ୍‌ଡେନ୍ସ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଇଥିଲା ତଦନ୍ତକାରୀ ସଂସ୍ଥା । ପରେ କୋର୍ଟ ତାକୁ ନାବାଳକ ବୋଲି କହିଥିଲେ । ଖେଳୁଥିବା ସମୟରେ ପରୀକୁ ଅପହରଣ କରାଯାଇଥିବା ବେଳେ କିଛି ଦିନ ପରେ ପରୀର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

୧୧ ବର୍ଷର ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କରାଇଥିଲେ, ଫାଶୀ ଦଣ୍ଡରେ ଦଣ୍ଡିତ ହେଲେ ସ୍କୁଲ ପ୍ରିନ୍ସିପାଲ

ବିହାର: ବିହାରର ପାଟନାରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ କୋର୍ଟ ଦୋଷୀ ପ୍ରିନ୍ସିପାଲକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାରେ ପୋକ୍ସୋ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥି ସହିତ ଉକ୍ତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ପାଟଣାର ପକ୍ସୋ କୋର୍ଟ ମଧ୍ୟ ଆଚାର୍ଯ୍ୟ ଅରବିନ୍ଦ କୁମାରଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଦୋଷୀ ଶିକ୍ଷକ ଅଭିଷେକ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ତାଙ୍କୁ ୫୦ ହଜାର ଜୋରିମାନା କରାଯାଇଛି। ରିପୋର୍ଟ ଅନୁଯାୟୀ ପୋସ୍କୋ କୋର୍ଟର ବିଚାରପତି ଆୱାଡେଶ କୁମାର କହିଛନ୍ତି ଯେ ଏଭଳି କାର୍ଯ୍ୟକୁ ବନ୍ଦ କରିବା ପାଇଁ କୋର୍ଟ ଏହି ମାମଲାରେ ଦୃଡ଼ ଆଭିମୁଖ୍ୟ ଗ୍ରହଣ କରିବେ।

ଏହି ନିଷ୍ପତ୍ତି ପରେ ପିଡ଼ିତାଙ୍କ ମାଆ କହିଛନ୍ତି ଯେ ମୋତେ ଲଗାତାର ଧମକ ଦିଆଯାଉଥିଲା। ମାମଲାକୁ ପ୍ରତ୍ୟାହର କରିବା ପାଇଁ କୁହାଯାଉଥିଲା। ଦୋଷୀକୁ କୋର୍ଟଙ୍କ ଫାଶୀ ନିଷ୍ପତ୍ତିରେ ମୁଁ ସନ୍ତୁଷ୍ଟ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ ଏହି ଘଟଣା ହେଉଛି ୨୦୧୮ ମସିହା ପାଟଣାର ଫୁଲୱାରି ସରିଫ ଅଞ୍ଚଳର। ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ନିରୀହ ଝିଅ ପ୍ରଧାନ ଶିକ୍ଷକ ବିରୁଦ୍ଧରେ ଦୁଷ୍କର୍ମର ଅଭିଯୋଗ କରିଥିଲା। ଦୁଷ୍କର୍ମ ପରେ ଝିଅଟି ଗର୍ଭବତୀ ହୋଇଥିଲା। ଏହା ପରେ ପକ୍ସୋ ଏବଂ ଆଇପିସି ବିଭାଗ ଅଧୀନରେ ପ୍ରିନ୍ସିପାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ଶିଳ୍ପ ବିକାଶର ମାଧ୍ୟମ ଥିଲା ସୁନ୍ଦରଗଡ଼, ଷ୍ଟିଲପ୍ଲାଣ୍ଟ ଓ ଏନଆଇଟି ବିଜୁବାବୁଙ୍କ ସୃଷ୍ଟି

ରାଉରକେଲା: ପୁଣି ବାପାଙ୍କ ସ୍ମୃତିକୁ ମଞ୍ଚରେ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ରାଉରକେଲା ଆସିଲେ ବିଜୁ ବାବୁଙ୍କ କଥା ମନେପଡେ । ଷ୍ଟିଲପ୍ଲାଣ୍ଟ , ଏନଆଇଟି ସବୁ ବିଜୁବାବୁଙ୍କ ସୃଷ୍ଟି । ରାଉରକେଲାରେ ଓଡିଶାର ଶିଳ୍ପ ବିକାଶର ମୂଳଦୂଆ ପଡିଥିଲା । ବିଜୁବାବୁ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ ଥିବା ସୁନ୍ଦରଗଡ଼ ସଭାମଞ୍ଚରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ରାଉରକେଲା ଆଶାର ସହର । ଓଡିଶାର ପ୍ରଥମ ଶିଳ୍ପ ସହର ହେଉଛି ରାଉରକେଲା । ଓଡିଶା ନୁହେଁ ପାଖ ରାଜ୍ୟର ଲୋକେ ମଧ୍ୟ ଜୀବୀକା ପାଇଁ ରାଉରକେଲା ଆସନ୍ତି । ସୁନ୍ଦରଗଡ଼ ଜିଲ୍ଲା ସହ ସାରା ଓଡିଶାର ବିକାଶରେ ରାଉରକେଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୦୦ ମସିହା ପରଠୁ ରାଉରକେଲା ବିକାଶର ସ୍ବାଦ ଚାଖିଛି । ସ୍ମାର୍ଟସିଟି ଟ୍ୟାଗ୍ ପାଇବାରେ ରାଉରକେଲା ସଫଳ । ସୁନ୍ଦରଗଡ଼ର ପରିଚୟ ହେଉଛି ହକି । ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ ବୋଲି ଭାଷଣରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨ଶହରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ନେତୃତ୍ୱରେ ୧୫ ଦେଶ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତୀୟଙ୍କ କମାଲ। ଭାରତୀୟ ବଂଶୋଦ୍ଭବ ଏବେ ବିଶ୍ୱର ବଡ଼ ବଡ଼ ଦେଶରେ ଉଚ୍ଚତମ ପଦବିରେ ରହି ନେତୃତ୍ୱ ନେଉଛନ୍ତି। ଆମେରିକା ଏବଂ ବ୍ରିଟେନ ସମେତ ବିଶ୍ୱର ୧୫ ଟି ଦେଶରେ ୨ଶହରୁ ଅଧିକ ଭାରତୀୟ ନେତୃତ୍ୱ ନେଉଛନ୍ତି।  ଏହି ଲୋକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ବିଭିନ୍ନ ଦେଶର ମନ୍ତ୍ରୀମଣ୍ଡଳରେ ନିଜର ସ୍ଥାନକୁ ଅକ୍ତିଆର କରିଛନ୍ତି। ଏଭଳି ସୂଚନା ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ର ପ୍ରଥମ ତାଲିକାରେ ଦିଆଯାଇଛି।

 

ଏହି ରିପୋର୍ଟ ସରକାରୀ ୱେବସାଇଟ୍ ଏବଂ ଅନ୍ୟାନ୍ୟ ସାର୍ବଜନୀନ ଉପଲବ୍ଧ ଉତ୍ସ ଆଧାରରେ ପ୍ରସ୍ତୁତ କରାଯାଇଛି। ତାଲିକାରେ କୁହାଯାଇଛି ଯେ ଭାରତୀୟ ବଂଶୋଦ୍ଭବ ୨ଶହରୁ ଅଧିକ ଲୋକ ବିଶ୍ୱର ୧୫ ଟି ଦେଶର ଜନସେବାରେ ବଡ଼ ପଦବୀରେ ନିୟୋଜିତ ରହିଛନ୍ତି।

 

ଇଣ୍ଡିଆସ୍ପୋରାର ପ୍ରତିଷ୍ଠାତା, ଶିଳ୍ପପତି ତଥା ନିବେଶକ ଏମ୍‌ ଆର୍‌ ରଙ୍ଗସ୍ୱାମୀ କହିଛନ୍ତି ଯେ ବିଶ୍ୱର ସର୍ବ ପୁରାତନ ଗଣତାନ୍ତ୍ରିକ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି ଯାହା ଆମପାଇଁ ଅତ୍ୟନ୍ତ ଗର୍ବର ବିଷୟ।

ସେପଟେ ଏହି ତାଲିକା ସମ୍ପର୍କରେ ଆମେରିକାର ସାଂସଦ ଆମି ବେରା କହିଛନ୍ତି ଯେ ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ତାଲିକାରେ ଅନ୍ତର୍ଭୁକ୍ତ ହେବା ତାଙ୍କ ପାଇଁ ଗର୍ବର ବିଷୟ। ସଂସଦରେ ଦୀର୍ଘତମ ସେବା କରୁଥିବା ଭାରତୀୟ-ଆମେରିକୀୟ ସାଂସଦ ଭାବରେ ମୁଁ ଏହି ସମ୍ପ୍ରଦାୟର ନେତା ହୋଇଥିବାରୁ ଗର୍ବିତ ବୋଲି ସେ କହିଛନ୍ତି।

ସବୁଠାରୁ ବଡ଼ କଥା ହେଉଛି ଯାହା ଇଣ୍ଡିଆସ୍ପୋରା ତାର ଏକ ବିବୃତ୍ତିରେ କହିଛି ଯେ ‘୨୦୨୧ ଇଣ୍ଡିଆସ୍ପୋରା ଗଭରମେଣ୍ଟ ଲିଡର’ ତାଲିକାରେ ଅନ୍ତର୍ଭୁକ୍ତ ସରକାରୀ ଦେଶଗୁଡିକର ଜିଡିପି ପ୍ରାୟ ୨୮ ଟ୍ରିଲିୟନ ଡଲାର ଅଟେ। ଯାହା ବିଶ୍ୱ ସ୍ତରରେ ଏହି ନେତାଙ୍କ ପ୍ରଭାବକୁ ହିଁ ଦର୍ଶାଉଛି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ୩୨ ମିଲିୟନ PIO ସହିତ ଭାରତୀୟମାନେ ବିଶ୍ୱର ସର୍ବବୃହତ ବିଦେଶୀ ଜନସଂଖ୍ୟା।

୧୫ ଏକର ପରିମିତ ସ୍ଥାନରେ ସର୍ବବୃହତ ଷ୍ଟାଡିୟମ, ୧୭ଟି ବ୍ଲକରେ ନିର୍ମାଣ ହେବ ୧୭ଟି ଆଷ୍ଟ୍ରୋ ଟର୍ଫ

ଭୁବନେଶ୍ବର: ହକିର ଏନ୍ତୁଡିଶାଳ ଆହୁରି ଆଗକୁ ବଢିବ । ବାହାରିବେ ନୂଆ ପ୍ରତିଭା ।  ବିଶ୍ୱ ଦେଖିବ ସୁନ୍ଦରଗଡ଼ରେ ସର୍ବ ବୃହତ ଷ୍ଟାଡିୟମ । କାରଣ ୨୦୨୩ରେ ହେବାକୁ ଯାଉଥିବା ହକି ବିଶ୍ୱ କପ ଭୁବନେଶ୍ୱର ସମେତ ରାଉରକେଲାରେ ଆୟୋଜନ ହେବାକୁ ଯାଉଛି । ଆଉ ଯେଉଁଥିପାଇଁ ରାଜ୍ୟ ସରକାର ରାଉରକେଲାରେ ନିର୍ମାଣ କରିବାକୁ ଯାଉଛନ୍ତି ଦେଶର ସର୍ବ ବୃହତ ଷ୍ଟାଡିୟମ । ୧୫ ଏକର ପରିମିତ ସ୍ଥାନରେ ଠିଆ ହେବାକୁ ଯାଉଥିବା ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସିବାର କ୍ଷମତା ରହିଛି ।

ଯେଉଁଥିପାଇଁ ରାଜ୍ୟ ସରକାର ସୁନ୍ଦରଗଡ଼ର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ୧୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଥିବାବେଳେ କ୍ରୀଡ଼ା ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିର ଏନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ । ଦେଶ ପାଇଁ ସେମାନେ ସୁନାମ ଆଣିଛନ୍ତି । ସୁନ୍ଦରଗଡ଼ର ମାଟି, ପାଣି ପବନ ସବୁଥିରେ ଅଛି ହକିର ପ୍ରାଣ । ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ବସ୍ତରରେ ସ୍ଥାନ ପାଇଛି ଓଡିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଦେଶଙ୍କୁ ପଛରେ ପକାଇ ଆମ ଦେଶ ୨୦୨୩ ପୁରୁଷ ବିଶ୍ୱ କପ୍‌ ହକି ଆୟୋଜନ କରିବାକୁ ବଛା ଯାଇଛି ।

ଓଡିଶା ହେଉଛି ଭାରତୀୟ ହକିର ମୁଖ୍ୟ ପ୍ରଯୋଜକ । ୨୦୧୮ର ହକି ବିଶ୍ବକପ୍ ସଫଳ ଆୟୋଜନ ପରେ ହକି ଫେଡେରେସନ ଓଡିଶାରେ ପୁଣି ହକି ବିଶ୍ବକପ କରିବାକୁ ପ୍ରସ୍ତାବ ଦେଇଥିଲା । ତେଣୁ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ପାଇଁ ଚିନ୍ତା କରାଯାଇଛି । ତେବେ ଖୁସିର କଥା, ରାଉରକେଲା ପୁରୁଷ ହକି ବିଶ୍ୱ କପର ଭେନ୍ୟୁ ଭାବେ ବଛା ଯାଇଛି । ସୁନ୍ଦରଗଡ଼ ହକି ପ୍ରେମୀଙ୍କ ପାଇଁ ଏହା ସବୁଠାରୁ ବଡ଼ ଉପହାର । ୨୦୨୩ ହକି ବିଶ୍ୱ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିଅମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।