spot_img
Home Blog Page 5980

‘ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଚିନ୍ତା କରିବା ଦରକାର’: ସୌମ୍ୟ ପଟ୍ଟନାୟକ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଓ ବାଇ-ଲ ପ୍ରସଙ୍ଗରେ ରାଜନୀତି ହେବା ଉଚିତ ନୁହେଁ । ମାଟି ଆଗ ନା ପାର୍ଟି ଆଗ ତାହା ବିଜେପି ନେତାମାନେ ଅଧିକ ଚିନ୍ତା କରିବା ଦରକାର । କାରଣ ବିଜେପି ନେତା ମାନେ ମାଟି ଓ ପାର୍ଟି କଥା କହନ୍ତି  । ବିବାଦୀୟ ବାଇ-ଲ ପ୍ରସଙ୍ଗରେ ଏପରି ମତ ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ।

ସେ କହିଛନ୍ତି ଯେ, ସରକାର ହଠାତ କଣ ଶ୍ରୀକ୍ଷେତ୍ର ଓ ଏକାମ୍ର କ୍ଷେତ୍ରର ବିକାଶ କଲେ ? ଏକଥା କଣ ଆଗରୁ ଜାଣିପାରିଲେ ନାହିଁ କେନ୍ଦ୍ର ସରକାର  । ନିର୍ବାଚନ ପର ଠାରୁ ରାଜ୍ୟ ସରକାର ମନ୍ଦିର ସଂସ୍କାର କଥା ଚିନ୍ତା କଲେ । ତେବେ ଆମେ କଣ ମନ୍ଦିର ଭାଙ୍ଗିଦେବୁ ? ଏଏସଆଇ ନାହିଁ କି ଏବେ ? ବାଇ ଲ’ ର ଆବଶ୍ୟକତା ନାହିଁ  । ଶ୍ରେୟ ନେବା ପାଇଁ କଣ୍ଟା ବାଡ଼ ପକାଇ କଳି କରିବା ଦରକାର ନାହିଁ କହି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ ।

ଏହାସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହୁଛନ୍ତି ପ୍ରତ୍ୟାହାର କର, ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ପ୍ରଶାସନିକ ଅଧିକାରୀ ଠିକ ଭାବେ ସୂଚନା ଦେଇନାହାନ୍ତି, ଯେଉଁଥି ପାଇଁ ଭୁଲ ବୁଝାମଣା ହୋଇଛି । ଅପରାଜିତା କହୁଛନ୍ତି ପ୍ରତ୍ୟାହାର ପ୍ରସଙ୍ଗ ନୁହେଁ । ତେଣୁ ତାଙ୍କ ଦଳ ଭିତରେ ଆଗେ ବୁଝାମଣା ଠିକ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସୌମ୍ୟ ପଟ୍ଟନାୟକ ।

ଚେନ୍ନାଇରେ ଇଂରେଜଙ୍କୁ ଭାରତର କଡ଼ା ଜବାବ, ୮୯ ବର୍ଷ ମଧ୍ୟରେ ଏହା ହେଉଛି ଇଂଲଣ୍ଡ ଠାରୁ ଭାରତର ସବୁଠାରୁ ବଡ଼ ବିଜୟ

ଚେନ୍ନାଇ ଟେଷ୍ଟ ମ୍ୟାଚରେ ଭାରତ ଏକ ଜବରଦସ୍ତ ବିଜୟ ହାସଲ କରିଛି। ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତ ଏହି ମ୍ୟାଚକୁ ହାତେଇ ନେଇଚି। ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ମଙ୍ଗଳବାର ଦିନ ଇଂଲଣ୍ଡକୁ ୩୧୭ ରନରେ ପରାସ୍ତ କରି ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ରେ‌ ଟାଏ କରିଛି ଭାରତ।

ଏହି ଟେଷ୍ଟ ଜିତିବା ପରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ରେ ନିଜ ସ୍ଥାନକୁ ବଜାୟ ରଖିଛି। ଲେଗ-ସ୍ପିନର ଅକ୍ଷର ପଟେଲ ଏବଂ ଅଫ୍ ସ୍ପିନରଙ୍କ ଅଶ୍ୱିନୀଙ୍କ ଚମତ୍କାର ବୋଲିଂ ଯୋଗୁଁ ଏଭଳି ସଫଳତା ହାସଲ କରିଛି ଭାରତ।

ଭାରତ ଇଂଲଣ୍ଡକୁ ୪୮୨ ରନ୍‌ର ଟାର୍ଗେଟ ଦେଇଥିଲା । ଏହାର ପରେ ଇଂଲଣ୍ଡ ୧୬୪ ରନ୍ ସ୍କୋର କରି ଆଉଟ୍ ହୋଇଯାଇଥିଲା। ଭାରତ ପାଇଁ ଅକ୍ଷର ଏବଂ ଅଶ୍ୱିନଙ୍କ ବ୍ୟତୀତ ଚାଇନାମେନ ବୋଲର କୁଲଦୀପ ଯାଦବ ୨୫ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ।

ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ମୋଇନ୍ ଅଲି ୧୮ ଟି ବଲରେ ତିନି ଚୌକା ଓ ପାଞ୍ଚ ଛକା ସହାୟତାରେ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ସେହିପରି ଅଧିନାୟକ ଜୋ ରୁଟ୍ ୯୨ଟି ବଲ୍‌ରେ ୩ଟି ଚୌକା ସହ ୩୩ ରନ୍‌, ଡାନିଏଲ୍ ଲରେନ୍ସ ୨୬, ରୋରୀ ବର୍ନସ୍ ୨୫ ଏବଂ ଅଲି ପୋପ୍ ୧୨ ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାସ୍ତ କରିଥିଲା। ଦୁଇ ଦଳ ମଧ୍ୟରେ ସିରିଜର ତୃତୀୟ ମ୍ୟାଚ୍ ୨୪ ଫେବୃଆରୀରୁ ଅହମ୍ମଦାବାଦରେ ଖେଳାଯିବ।

ମାର୍ଚ୍ଚ ୧୧ରେ ରିଲିଜ ହେବାକୁ ଯାଉଛି ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ଭୂତ ଚଳଚିତ୍ର ‘ରୁହି’

ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୧୧ରେ ଭୂତଙ୍କ ବିବାହରେ ସାମିଲ ହେବେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର । ସେ ଏକା ନୁହେଁ ରାଜକୁମାର ରାଓ ମଧ୍ୟ ତାଙ୍କ ସହ ସାମିଲ ରହିବେ  । ତେବେ ଏହା ଅସଲ ଜୀବନରେ ନୁହେଁ, ‌ଉଭୟଙ୍କର ଆଗାମୀ ଚଳଚ୍ଚିତ୍ର ‘ରୁହି’ରେ ଉଭୟଙ୍କୁ ଭୂତଙ୍କ ବିବା‌ହରେ ସାମିଲ ହେଉଥିବା ଦେଖିବାକୁ ମିଳିବ।

 

ରାଜକୁମାର ଓ ଜାହ୍ନବୀଙ୍କ ହରର୍‌ କମେଡି ଫିଲ୍ମ ‘ରୁହି’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଏବେ ସାମ୍ନାକୁ ଆସିଛି । ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ଏହି ଚଳଚ୍ଚିତ୍ରଟି ପରଦାକୁ ଆସିବ। ଏନେଇ ଜାହ୍ନବୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିସହ ଚଳଚ୍ଚିତ୍ରର ଏକ ଟିଜର୍‌କୁ ମଧ୍ୟ ରିଲିଜ୍‌ କରିଛନ୍ତି। ଏଥିରେ ସେ କ୍ୟାପସନରେ ଲେଖିଛନ୍ତି ଯେ,‘ଭୂତଙ୍କ ବିବାହରେ ଆପଣଙ୍କୁ ସ୍ୱାଗତ।’

ଏହି ଚଳଚ୍ଚିତ୍ରର ନିର୍ମାଣ ଜିଓ ଷ୍ଟୁଡିଓଜ୍ ଓ ଦୀନେଶ ଭିଜନଙ୍କ କମ୍ପାନି ମେଡକ୍‌ ଫିଲ୍ମସ୍‌ ଓ ମୃଗଦୀପ ସିଂହ ଲାମ୍ବା କରିଛନ୍ତି। ଦୀନେଶ ଭିଜନ ପୂର୍ବରୁ ‘ସ୍ତ୍ରୀ’ ଭଳି ହରର୍‌ କମେଡି ଚଳଚ୍ଚିତ୍ର ନିର୍ମାଣ କରିସାରିଛି। ଏହି ଫିଲ୍ମର ଟ୍ରେଲର ଆସନ୍ତାକାଲି ରିଲିଜ ହେବ। ୨୦୧୯ରେ ଏହି ଫିଲ୍ମକୁ ନେଇ ଘୋଷଣା ହୋଇଥିଲା। ଗତ ବର୍ଷ ଜୁନ ମାସରେ ଫିଲ୍ମଟି ପରଦାକୁ ଆସିଥା’ନ୍ତା କିନ୍ତୁ କରୋନା ମହାମାରୀ ଯୋଗୁଁ ଏଥିରେ ରୋକ ଲାଗିଥିଲା।

ହକି ଏନ୍ତୁଡିଶାଳରେ ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ, ବିର୍ସା ମୁଣ୍ଡାଙ୍କ ନାମରେ ଘୋଷଣା କଲେ ଷ୍ଟାଡିୟମ

ଭୁବନେଶ୍ବର: ଆପଣ ମାନକେ ସବକେ ମୋର ଜୁହାର । ଆଜି ରାଉରକେଲା ଆସି ମୁଁ ବହୁତ ଖୁସି । ହକିର ଏନ୍ତୁଡ଼ିଶାଳରେ ମୁଁ ପହଁଚି ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି । ବିକାଶର ମୂଳଦୁଆ ପକାଇଥିଲେ ବିଜୁ ବାବୁ, ତେଣୁ ଯେବେ ରାଉରକେଲା ଆସେ ବିଜୁ ବାବୁଙ୍କ କଥା ମନେ ପଡେ ବୋଲି ଅଭିବାଦନ ଆରମ୍ଭରୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଉରକେଲାରେ ନିର୍ମାଣ ହେବାକୁ ଯାଉଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ନାଁ ମହାନ ସ୍ବାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ସଭା ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁନ୍ଦରଗଡ ହେଉଛି ହକିର ଏନ୍ତୁଡ଼ିଶାଳ । ହକି ପାଇଁ ଦେଶରେ ଗର୍ବ ଓ ଗୌରବ ଆଣିଛନ୍ତି ସୁନ୍ଦରଗଡର ଖେଳାଳୀ । ସେହିପରି ରାଉରକେଲା ହେଉଛି ବିକାଶର ସହର । ୨୦୦୦ ମସିହା ପରଠାରୁ ରାଉରକେଲା ଦ୍ରୁତ ବିକାଶରେ ସାମିଲ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ ଜିଲ୍ଲାର ମିଶନ ଶକ୍ତିର ମା ମାନଙ୍କୁ ସେମାନଙ୍କର ବିକାଶ କାମରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ବାଲିଶଂକରାର ଜୟନ୍ତୀ ଏକ୍କା କିପରେ ଭୁବନେଶ୍ବରର ମେକ୍‌-ଇନ୍‌-ଓଡିଶା କନ୍‌କ୍ଲେଭରେ ତାଙ୍କର ଉଦ୍‌ଯୋଗ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେ ବିଷୟ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜନଜାତିର ପିଲାମାନଙ୍କ ଶିକ୍ଷା ସୁବିଧା ସହିତ ଜନଜାତି ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ମୁଣ୍ଡାରି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦାବୀ ଜଣାଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ମଧ୍ୟପ୍ରଦେଶର ସିଦ୍ଧିରେ କେନାଲକୁ ବସ ଖସିବା ଘଟଣା, ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ସିଦ୍ଧି : ମଧ୍ୟପ୍ରଦେଶର ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ମଙ୍ଗଳବାର ରାମପୁର ନେକିନ ଥାନା ଅନ୍ତର୍ଗତ ଅଞ୍ଚଳରେ ସକାଳ ସମୟରେ ଏକ ଯାତ୍ରୀବାହୀ ବସ  ଓଲଟି ପଡ଼ିବା ଘଟଣାରେ କେନାଲରୁ ପ୍ରାୟ ୩୨ ଜଣଙ୍କ ମୃତଦେହ ଉଦ୍ଧାର ସହ ୭ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନା ଯୋଗ୍ୟ, ରିୱା-ସିଦ୍ଧି ସୀମା ନିକଟସ୍ଥ ଛୁହିୟାଘାଟି ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିଥିଲା। ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପୁଲିସ ଓ ଏନଡିଆରଏଫ ଟିମକୁ ଖବର ଦେଇଥିଲେ। ବସଟି ସିଦ୍ଧିରୁ ସତନା ଯାଉଥିଲା।

ବସଟି ଭାରସାମ୍ୟ ହରାଇ କେନାଲକୁ ଓଲଟି ପଡିବା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି  ଥିଲେ।  ବସରେ ପ୍ରାୟ ୫୪ ଯାତ୍ରୀ ଥିଲେ। ପ୍ରଥମେ ଏହି ଘଟଣାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।

ସାଇବର ଠକେଇ ରୋକିବା ପାଇଁ ଦୁଇଟି ସହରରେ ମୋବାଇଲ ସେବା ବନ୍ଦ କରିପାରନ୍ତି କେନ୍ଦ୍ର ସରକାର

0

ନୂଆଦିଲ୍ଲୀ: ଦେଶରେ ସାଇବର ଠକେଇର ମାମଲା ବୃଦ୍ଧିପାଇବାରେ ଲାଗିଛି । ଏଭଳି ଅପରାଧକୁ ରୋକିବା ପାଇଁ ମଙ୍ଗ ଧରିଛନ୍ତି କେନ୍ଦ୍ର ସରକାର । ସାଇବର ଠକେଇକୁ ରୋକିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଏହାର ସୂଚନା ଦେଇଛି କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ । ଏଭଳି ଠକେଇ କରୁଥିବା ଦୁର୍ବୃତ୍ତଙ୍କ ପାଇଁ Data Intelligence Unit ପ୍ରସ୍ତୁତ କରାଯାଉଛି, ଯାହା ଆଇନ ଲାଗୁ କରାଉଥିବା ଏଜେନ୍ସି, ବ୍ୟାଙ୍କ ଏବଂ ସେବା ଯୋଗାଇଦେଉଥିବା ଏଜେନ୍ସି ମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପିତ କରିବାରେ ସାହାଯ୍ୟ କରିବ ।

ଉପଭୋକ୍ତାଙ୍କ ବର୍ଦ୍ଧିତ ଅଭିଯୋଗ କ୍ରମେ ସୋମବାର ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଅଧିକାରୀମାନେ ସରକାରଙ୍କୁ ଫ୍ରଡ୍ କଲ୍ ଏବଂ ମେସେଜ ଦ୍ୱାରା ହେଉଥିବା ଠକେଇ ବିଷୟରେ ସବିଶେଷ ତଥ୍ୟ ଦେଇଥିଲେ ।

ଦୁଇଟି ସହରରେ ଫ୍ରଡ୍ କଲ୍ ମାମଲା

ସରକାରଙ୍କୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ମୁଖ୍ୟତଃ ଦୁଇଟି ସହରରେ ଏହି ସାଇବର ଠକେଇ ମାମଲାକୁ ଅପରେଟ କରାଯାଉଛି । ଏହି ଦୁଇଟି ସହର ହେଉଛି ହରିୟାଣାର ମେୱାତ ଏବଂ ଝାଡଖଣ୍ଡର ଜାମତାରା ସହର । ତେବେ ଏହି ଦୁଇଟି ସହରରେ ଟେଲିକମ ସେବାକୁ ବନ୍ଦ କରାଯିବା ନେଇ ବିଚାର କରାଯାଉଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାମତାରା ସହରରେ ଅଧିକ ମାତ୍ରାରେ ସାଇବର ଠକମାନଙ୍କ ସଂଖ୍ୟା ରହିଛି । ସୂଚନା ଅନୁଯାୟୀ ୨୦୨୦ ମସିହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସ୍ତ୍ରୀ ଏବଂ ସାଂସଦ ପରଣୀତ କୌରଙ୍କ ସହ ୨୩ ଲକ୍ଷ ଟଙ୍କାର ଠକେଇ ହୋଇଥିବା ମାମଲା ସାମ୍ନାକୁ ଆସିଥିଲା । ଏହି ମାମଲା ଜାମତାରା ସହ ଜଡ଼ିତ ଥିବା ସୂଚନା ମିଳିଥିଲା ।

ଦେଶ ଦେଖିବ ସର୍ବ ବୃହତ ହକି ଷ୍ଟାଡିୟମ, ସୁନ୍ଦରଗଡକୁ ୫ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସ୍ରବବୃତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବା ସହ ସୁନ୍ଦରଗଡ଼ ଜିଲ୍ଲାକୁ ବିକାଶର ମହାଦୂର୍ଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ୪ ହଜାର ୯ଶହ ୧୫କୋଟିର ପ୍ୟାକେଜ ପ୍ରଦାନ କରାଯାଇଛି । ଏଥିସହ ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କ୍ରମରେ ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବା ନେଇ ନିଷ୍ପତି ହୋଇଛି । ଜିଲ୍ଲାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୬୧୧ କୋଟି, ଜଳସେଚନ ପାଇଁ ୩୨୦ କୋଟି, ସ୍ବାସ୍ଥ୍ୟସେବା ପାଇଁ ୧୧୧ କୋଟି, ରାସ୍ତାଘାଟର ବିକାଶ ପାଇଁ 1060 କୋଟି, ଶିକ୍ଷା ପାଇଁ 366 କୋଟି, ପରିମଳ ପାଇଁ 250 କୋଟି, ଜୀବିକା ବିକାଶ ପାଇଁ 216 କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ 471 କୋଟି, ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ 38 କୋଟି, ଭିତ୍ତିଭୂମି ଉନ୍ନୟନ ପାଇଁ 67 କୋଟି, ମହିଳା ଓ ଶିଶୁ ବିକାଶ ପାଇଁ 135 କୋଟି, ପରିବେଶ ସୁରକ୍ଷା ପାଇଁ 12 କୋଟି, ଦକ୍ଷତା ବିକାଶ ପାଇଁ 15 କୋଟି ଓ କ୍ରୀଡ଼ା ପାଇଁ 120 କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ସେହିପରି ବେଦବ୍ୟାସ ପୀଠର ଉନ୍ନତିକରଣ ପାଇଁ 18 କୋଟି, ପାନପୋଷ ବଜାରର ଉନ୍ନତି କରଣ କାର୍ଯ୍ୟ ପାଇଁ ୪୮ କୋଟି, ରାଉରକେଲା ସହରରେ ମୁଖ୍ୟ ଡ୍ରେନ ପୁନରୁଦ୍ଧାର ପାଇଁ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ । ସ୍ମାର୍ଟ ରୋଡ ଉନ୍ନତି କରଣ ପାଇଁ 116 କୋଟି, ପର୍ଯ୍ୟଟନର ବିକାଶ ଓ ଚିତ୍ତ ବିନୋଦନ ପାଇଁ 105 କୋଟି, 10ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ୩୭ଟି ବିଦ୍ୟାଳୟର ଉନ୍ନତି କରଣ, ୩୨ଟି ଉଠା ଜଳସେଚନ ପ୍ରକଳ୍ପ, 23ଟି ହଜାର ମେଟ୍ରିକ୍ ଟନ୍ ଗୋଦାମ ଗୃହ, 13ଟି ମେଟ୍ରିକ୍ ଟନ୍ ଗୋଦାମ ଗୃହ, 7ଟି ଭଣ୍ଡାର ସହିତ ଗୋଦାମ, ୩୨୩ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୧୨୦ଟି ସ୍ଥାନରେ ଏଲଇଡି ଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ରାଉରକେଲା ସହରର ୯ଟି ସ୍ଥାନରେ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି ।

SBIର ନୂଆ ସ୍କିମ୍‌: ଘରେ ଥାଇ ପ୍ରତି ମାସରେ ରୋଜଗାର କରନ୍ତୁ ୧୦ ହଜାର ଟଙ୍କା

ନୂଆଦିଲ୍ଲୀ:  ପ୍ରତ୍ୟେକ ବ୍ୟକ୍ତି ଏକ ସୁରକ୍ଷିତ ସ୍ଥାନରେ ଟଙ୍କା ଜମା କରିବାକୁ ଚାହାଁନ୍ତି । କିନ୍ତୁ କେବେକେବେ ସଠିକ୍ ‌ଧାରଣା ନଥିବାରୁ ଠକେଇରେ ପଡ଼ନ୍ତି ଗ୍ରାହକ । ତେଣୁ ଟଙ୍କା ଜମା କରିବା ପୂର୍ବରୁ ତାକୁ ଠିକ୍‌ସ୍ଥାନରେ ନିବେଶ କରିବା ଉଚିତ୍‌। ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହିଭଳି କିଛି ସ୍କିମ ବିଷୟରେ । କ’ଣ ସେହି ସ୍କିମ୍‌ନଜର ପକାନ୍ତୁ ।

ଆମେ କହୁଛୁ SBIର ବାର୍ଷିକ ଯୋଜନା ବିଷୟରେ । SBI ଭାରତର ସବୁଠାରୁ ବଡ଼ ଏବଂ ସୁରକ୍ଷିତ ବିକଳ୍ପ ମଧ୍ୟରୁ ଗୋଟିଏ । SBI ତା’ ଗ୍ରାହକକୁ ଫିକ୍ସଡ ଡିପୋଜିଟ ଠାରୁ ଆରମ୍ଭ କରି ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ ପର୍ଯ୍ୟନ୍ତ ଅପ୍ସନ ଦେଇଥାଏ । ଏହି ବ୍ୟାଙ୍କ୍‌ର କିଛି ସ୍କିମରେ ନିବେଶ କରି ଆପଣ ପ୍ରତି ମାସରେ ୧୦ ହଜାର ଟଙ୍କା ପାଇପାରିବେ ।

SBI ଏନ୍ୟୁଟି ସ୍କିମ୍‌:

SBIର ଏହି ସ୍କିମରେ ଟଙ୍କା ଜମା କରିବାର ସମୟସୀମା ହେଉଛି ୧୨୦ ମାସ । ଏଥିରେ ସୁଧହାର ଚୟନ ହୋଇଥିବା ଟର୍ମ ଡିପୋଜିଟ୍‌ଉପରେ ନିର୍ଭର କରେ । ଅର୍ଥାତ୍‌ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଫିକ୍ଡଡ ଡିପୋଜିଟ୍‌କରୁଛନ୍ତି , ତେବେ ଆପଣଙ୍କୁ ପାଞ୍ଚ ବର୍ଷ ପାଇଁ ହୋଇଥିବା ଫିକ୍ସଡ ଡିପୋଜିଟ୍‌ଉପରେ ଲାଗୁ ହୋଇଥିବା ସୁଧହାର ଉପରେ ସୁଧ ମିଳିବ । ତେବେ ଏହି ସ୍କିମର ଫାଇଦା ସମସ୍ତେ ଉଠାଇ ପାରିବେ ।

ଯଦି କୌଣସି ଗ୍ରାହକ ମାସକୁ ୧୦ ହଜାର ଟଙ୍କାର ରୋଜଗାର ଚାହୁଁଛନ୍ତି, ତେବେ ଏହି ସ୍କିମ୍‌ସେହି ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହେବ । କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ୫ ଲକ୍ଷ ୭ ହଜାର ୯୬୪ ଟଙ୍କା ଜମା କରିବାକୁ ପଡ଼ିବ । ଏଥିରେ ପ୍ରତି ମାସରେ ୭ ପ୍ରତିଶତ ସୁଧହାର ଫେରସ୍ତ ମିଳିବ ।
ଅବଶ୍ୟ କେବଳଯେ ଆପଣଙ୍କୁ ୫ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ ତାହା ନୁହେଁ ବରଂ ତା ଠାରୁ କମ୍‌ଟଙ୍କାର ସ୍କିମ୍‌ମଧ୍ୟ ରହିଛି । ଏହି ଯୋଜନା ଭବିଷ୍ୟତ ପାଇଁ ଖୁବ୍‌ଉତ୍ତମ ।

ତେବେ ଆଉ ଡେରି କାହିଁକି? ଯଦି ଆପଣ ମଧ୍ୟ ଏହି ସ୍କିମ ର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତେବେ ନିକଟସ୍ଥ ବ୍ୟାଙ୍କ୍‌ସହିତ ଯୋଗାଯୋଗ କରନ୍ତୁ ।

ମିଥୁନ ଚକ୍ରବର୍ତ୍ତୀଙ୍କୁ ଭେଟିଲେ ମୋହନ ଭାଗବତ, ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ରଙ୍ଗୀନ ରଣାଙ୍ଗନ । ଦିନକୁ ଦିନ ପବନର ବେଗ ବଢୁଥିବା ବେଳେ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଘଟୁଛି । ବଙ୍ଗ ରାଜନୀତିରେ ଦିଦି-ମୋଦିଙ୍କ ବାକ୍ ଯୁଦ୍ଧ ଭିତରେ ଏବେ ମୋହନ ଭାଗୱତଙ୍କ ସାକ୍ଷାତ ଚର୍ଚ୍ଚା ବଢାଇଛି । ବଲିଉଡର ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଆଜି ମୁମ୍ବାଇରେ ଭେଟିଛନ୍ତି ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସର ସଂଘଚାଳକ ମୋହନ ଭାଗୱତ ।

ମଙ୍ଗଳବାର ସକାଳେ ମିଥୁନ ଚକ୍ରବର୍ତ୍ତୀଙ୍କ ବାସଭବନରେ ପହଁଚିଛନ୍ତି ଆରଏସଏସ ସର ସଂଘଚାଳକ ମୋହନ ଭାଗୱତ । ଉଭୟଙ୍କ ମଧ୍ୟରେ ସକାଳୁ ଆଲୋଚନା ଜାରି ରହିଛି । ସୂଚନା ମୁତାବକ ମିଥୁନ ଯେବେ ନାଗପୁର ଯାଇଥିଲେ ମୋହନ ଭାଗବତଙ୍କ ବାସବଭନକୁ ଯାଇ ତାଙ୍କୁ ସାକ୍ଷାତ କରିଥିଲେ । ଏବଂ ନିଜର ଘରକୁ ଭାଗବତଙ୍କୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଥିଲେ । ତେଣୁ ଏହି ନିମନ୍ତ୍ରଣକୁ ରକ୍ଷା କରି ଆଜି ମିଥୁନଙ୍କ ବାସଭବନରେ ଆରଏସଏସ ମୁଖ୍ୟ ପହଁଚିଥିବା ଜଣାପଡିଛି ।

କିନ୍ତୁ ଗୋଟେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ସ୍ୱଳ୍ପ ସମୟ ଥିବା ବେଳେ ଏହି ସାକ୍ଷାତ ବର୍ତ୍ତମାନ ଚର୍ଚ୍ଚା ଜୋରଦାର କରିଛି । ଗୌରବତଲବ ଜିଲ୍ଲାରେ ଜନ୍ମ ନେଇଥିବା ମିଥୁନ ଚକବ୍ରର୍ତ୍ତୀ ଜଣେ ଲୋକପ୍ରିୟ ଅଭିନେତା ଭାବେ ପଶ୍ଚିମବଙ୍ଗ ସିନେ ଜଗତରେ ଯେତିକି ନାଁ କମେଇଛନ୍ତି, ତାହା ଠାରୁ ଅଧିକ ପରିଚିତ ବଲିଉଡ କଳାକାର ଭାବେ । ସେପଟେ ସାମାଜିକ କାର୍ଯ୍ୟକ୍ରମ ଏବଂ ରାଜନୀତିରେ ମଧ୍ୟ ପାରଦର୍ଶିତା ରଖିଛନ୍ତି ମିଥିନ ।

କିନ୍ତୁ ସବୁଠାରୁ ରୋଚକ କଥା ହେଉଛି ଟିଏମସି ମିଥୁନଙ୍କୁ ପଶ୍ଚିମବଙ୍ଗରୁ ରାଜ୍ୟସଭା ପଠାଇଥିଲା । କିନ୍ତୁ କିଛି ଦିନ ପରେ ହଠାତ ରାଜ୍ୟସଭାରୁ ଇସ୍ତଫା ପ୍ରଦାନ କରିଥିଲେ ମିଥୁନ ଚକ୍ରବର୍ତ୍ତୀ । ବର୍ତ୍ତମାନମିଥୁନ ଟିଏମସି ସହ ସମ୍ପର୍କରେ ନଥିବାବେଳେ ବିଜେପି ନିଜ ଦଳକୁ ଆଣିବାକୁ ଜାଲ ବିଛାଉଥିବା ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାରେ ଭାଗବତ-ମିଥୁନଙ୍କ ସାକ୍ଷାତ ଏବେ ଏହି ପ୍ରସଙ୍ଗକୁ ଆହୁରି ପ୍ରଖର କରିଛି ।

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ଫାଶୀ ଦଣ୍ଡାଦେଶ

ପାଟ୍‌ନା: ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ‌ରେ ବିହାରର ଜଣେ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ସମାନ ମାମଲାରେ ଜଣେ ଶିକ୍ଷକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସ୍ୱତନ୍ତ୍ର ପୋକ୍‌ସୋ ଜଜ୍‌ ଅଧ୍ୱେଷ କୁମାର ଏକ ନିର୍ଦ୍ଦେଶ ଜାରି କରି ଅରବିନ୍ଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇବା ସହ ଏକ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି । ସେହିପରି ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଜଣେ ଅଭିଯୁକ୍ତ ଅଭିଷେକ କୁମାରଙ୍କୁ ୫୦ ହଜାର ଜରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ପୀଡ଼ିତା ନାବାଳିକା ଜଣକ ଭୀଷଣ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସେ ଗର୍ଭବତୀ ଥିବା ଜାଣିବାକୁ ମିଳିଲା । ଫଳରେ ୨୦୧୮ ମସିହା ସେପ୍ଟେମ୍ବର ମାସରେ ଏହି ଘଟଣା ଉପରୁ ପରଦା ହଟିଥିଲା।

ପୀଡ଼ିତା ଗର୍ଭବତୀ ଥିବା ଜାଣିବା ପରେ ଡାକ୍ତର ଓ ତାଙ୍କ ପରିବାର ଲୋକ ତାଙ୍କୁ ସବୁ ସତ କରିବାକୁ କହିଥିଲେ । ପୀଡ଼ିତା ନାବାଳିକା ଜଣକ ଶେଷରେ ନିଜ ସ୍କୁଲ୍‌ ପ୍ରିନ୍ସିପାଲ୍‌ଙ୍କ ବିଷୟରେ ସମସ୍ତଙ୍କ ଆଗରେ ଜଣାଇଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।