spot_img
Home Blog Page 5981

ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ, ଚୋର ସନ୍ଦେହରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ । ଚୋର ସନ୍ଦେହରେ ୪ ନାବାଳକଙ୍କୁ ୩ଦିନ ଧରି ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ମାଡ ମାରିବା ସହ ନାବାଳକଙ୍କୁ ସକ୍ ଦେବା ପରି ଅଭିଯୋଗ ଆଣିଛନ୍ତି ପରିବାରଲୋକ । ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା । ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡାର ଚାରି ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଦ୍ଧୁମ ଛେଚିଥିଲା ପୋଲିସ ।

ସେମାନଙ୍କୁ ୨୪ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାର ନିୟମ ରହିଥିଲେ ମଧ୍ୟ ଚିତ୍ରକୋଣ୍ଡା ପୁଲିସ ସେମାନଙ୍କୁ ତିନି ଦିନ ଧରି ଜେଲରେ ପୁରାଇ ଅତି ନିର୍ମମ ଭାବେ ମାଡ ମାରିବା ସହ ବିଦ୍ୟୁତ ସକ୍ ଦେଇଥିବା ପରିବାର ଲୋକେ ଏବଂ ଚାରି ନାବାଳକ ଅଭିଯୋଗ କରିଛନ୍ତି । ଏପରିକି ବାହାରର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ମଧ୍ୟ ସାକ୍ଷାତ ହୋଇପାରିନଥିଲା । ତେବେ ଘଟଣାକୁ ସ୍ୱୀକାର କରିନାହାନ୍ତି ଚିତ୍ରକୋଣ୍ଡା ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକ । ତାଙ୍କ କହିବା ହେଲା, ଏମାନେ ପୂର୍ବରୁ ଚୋରି କରୁଥିଲେ । ସେମାନଙ୍କ ଘରୁ ହିଁ ସବୁ ଚୋରି ଜିନିଷ ଉଦ୍ଧାର କରାଯାଇଛି । ତେବେ ଏନେଇ ଉଚିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ପରିବାର ଲୋକେ।

ଏକାମ୍ରକ୍ଷେତ୍ରରୁ NMA ବାଇ ଲ’ ପ୍ରତ୍ୟାହାର ଦାବି, ଆଜି ରାଜ୍ୟର ସବୁ ମନ୍ଦିରରେ ହେଲା ଘଣ୍ଟମାଡ଼

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଆଜି ରାଜ୍ୟର ସବୁ ମନ୍ଦିରରେ ଶୁଭିଲା ଘଣ୍ଟ ଘଣ୍ଟାମାଡ଼ । ସକାଳ ୧୦ଟାରେ ହେଲା ଘଣ୍ଟମାଡ଼ ପ୍ରତିବାଦ । NMA ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ଆହ୍ୱାନ ଦେଇଛି ।

ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ-ଲ’କୁ ବିରୋଧ କରାଯାଉଛି । ଏହି ଉପନିୟମ ଦ୍ୱାରା ଭୁବନେଶ୍ୱରର ୨ମନ୍ଦିର ପ୍ରଭାବିତ ହେବ । ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ବାଇ-ଲ’ ଦ୍ୱାରା ପ୍ରଭାବିତ ହେବ । ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ପ୍ରତିବାଦ କରୁଛନ୍ତି ରାଜଧାନୀବାସୀ ।

ସେବାୟତମାନେ ମଧ୍ୟ ଚିଠା ବାଇ-ଲ’କୁ ଦୃଢ଼ ବିରୋଧ କରିଛନ୍ତି । ତୁରନ୍ତ ଚିଠା ବାଇ-ଲ’ ପ୍ରତ୍ୟାହାର ପାଇଁ ଅଡ଼ି ବସିଛନ୍ତି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ମାନେ ପ୍ରତିବାଦ କରିବା ସହ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ଭୁବନେଶ୍ୱର ବାସିନ୍ଦା ।

ଚେନ୍ନାଇ ଟେଷ୍ଟର ବିଜୟ ପଥରେ ଟିମ ଇଣ୍ଡିଆ

ଚେନ୍ନାଇ: ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟର ବିଜୟପଥରେ ଟିମ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ତିନି ଓ୍ବିକେଟ୍ ହରାଇ ବ୍ୟାକଫୁଟରେ ଟିମ୍ ଇଂଲଣ୍ଡ । ତିନି ଓ୍ବିକେଟ୍ ହରାଇ ସାରିଥିବା ଭ୍ରମଣକାରୀ ଦଳ ଆଜି ଚତୁର୍ଥ ଦିନରୁ ଖେଳ ଆରମ୍ଭ କରିବ । ବାକି ଥିବା ଓ୍ବିକେଟ୍ ଦଖଲ କରି ମ୍ୟାଚ୍ ଜିତିବା ପାଇଁ ପୁରା ଦମ୍ ଲଗାଇବ ଭାରତ । ସେପଟେ ଇଂଲଣ୍ଡ ଆଗରେ ୪୨୯ ରନର ଟାର୍ଗେଟ୍ ଥିବାରୁ ଦଳ ଏବେ ସଙ୍କଟରେ ପଡିଛି । ସେପଟେ ଭାରତ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ବିକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା ।

ଦଳ ପକ୍ଷରୁ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ବିନୀ ସର୍ବାଧିକ ୧୦୬ ରନ୍ କରି ଦଳକୁ ମଜବୁତ କରିଥିଲେ । ସେହିଭଳି ଅଧିନାୟକ ବିରାଟ କୋହଲି ୬୨ ରନ୍, ରୋହିତ ଶର୍ମା ୨୬ ରନ୍, ରିସଭ ପନ୍ଥ ୮ ରନ୍, ଆଜିଙ୍କ୍ୟ ରାହାଣେ ୧୦ ରନ୍ ଓ ଅକ୍ସର ପଟେଲ୍ ୭ ରନ୍ କରି ଆଉଟ୍ ହୋଇଥିଲେ । ଭ୍ରମଣକାରୀ ଦଳ ଦ୍ବିତୀୟ ଇନିଂସରେ ତିନୋଟି ଓ୍ବିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଛି । ରୋରି ବନସ୍ ୨୫ ରନ୍, ଡୋମନିକ୍ ସିବଲେ ୩ ରନ୍ ଓ ଜ୍ୟାକ୍ ଲିଚେ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଅଶ୍ୱିନୀ ଗୋଟିଏ ଓ୍ୱିକେଟ୍ ନେଇଥିବାବେଳେ ଅକ୍ସର ପଟେଲ୍ ଦୁଇଟ ଓ୍ୱିକେଟ୍ ନେଇଛନ୍ତି ।

ଦ୍ୱିତୀୟ ବିବାହ କଲେ ବଲିଉଡ ସୁନ୍ଦରୀ ଦିଆ ମିର୍ଜା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ସୁନ୍ଦରୀ ଦିଆ ମିର୍ଜା। ସୋମବାର ଦିଆ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ବୈଭବ ରେଖୀଙ୍କ ହାତ ଧରିଛନ୍ତି। ଏହା ହେଉଛି ଦିଆଙ୍କ ଦ୍ବିତୀୟ ବିବାହ। ଦିଆଙ୍କ ବିବାହ ଉତ୍ସବ ପରେ ଗଣମାଧ୍ୟମ ଆଗକୁ ଆସି ଫଟୋ ପୋଜ ଦେଇଥିଲେ। ଯାହା ଏବେ ସୋଶିଆଲ ମିଡିଆରେ ଘୁରି ବୁଲୁଛି । ଏପରିକି ସେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧୀଙ୍କୁ ମିଠା ବାଣ୍ଟିଥିଲେ ।

ଦିଆ ଓ ବୈଭବଙ୍କ ଏହା ପ୍ରଥମ ବିବାହ ନୁହେଁ । ଦିଆ ପୂର୍ବରୁ ସାହିଲ ସଘାଂଲଙ୍କୁ ବିବାହ କରିଥିବା ବେଳେ ବୈଭବ ଜଣାଶୁଣା ଇନଷ୍ଟ୍ରକ୍ଟର ସୁନୈନା ରେଖିଙ୍କୁ ବିବାହ କରିଥିଲେ। ଦିଆ ସାହିଲଙ୍କ ସହିତ ୧୧ ବର୍ଷ ରହିବାରେ ପରେ ୨୦୧୯ରେ ପରସ୍ପରଠୁ ଅଲଗା ହୋଇଥିଲେ। ଏନେଇ ସେ  ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ।

ସେହିପରି ବୈଭବ ସୁନୈନାଙ୍କ ହାତ ଧରିବାର କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସୁନୈନା ଓ ବୈଭବଙ୍କ ଏକ ଝିଅ ମଧ୍ୟ ରହିଛି।

ଆଜି ସରୁଛି ଲାଲ୍‌କିଲ୍ଲା ହିଂସା ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଆଜି ସରୁଛି ଲାଲ୍‌କିଲ୍ଲା ହିଂସା ଅଭିଯୁକ୍ତ ତଥା ପଞ୍ଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ରିମାଣ୍ଡ ଅବଧି । ଜାନୁୟାରୀ ୨୬ରେ ରାଜଧାନୀ ହିଂସାରେ ସମ୍ପୃକ୍ତ ଥିବା ନେଇ ପୋଲିସ ଦୀପ୍‌ଙ୍କୁ ଗିରଫ କରିଥିଲା । ଗତ ୮ ତାରିଖରେ ହରିୟାଣାରୁ ଗିରଫ ହୋଇଥିଲେ ଦୀପ୍ ସିଦ୍ଧୁ । ଆଜି ଦୀପ୍‌ଙ୍କ ୭ ଦିନିଆ ରିମାଣ୍ଡ ଶେଷ ହେଉଛି ।

ଦୀପ୍‌ଙ୍କ ଅନ୍ୟଜଣେ ସହଯୋଗୀ ଲୁଧିଆନାର ଇକବାଲ ସିଂଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଘଟଣାର ତଦନ୍ତ ପାଇଁ ଗତ ଶନିବାର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଲାଲ୍ କିଲ୍ଲା ନେଇଥିଲା । ରିମାଣ୍ଡ ବେଳେ ସିଦ୍ଧୁ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିବା ଜଣାପଡ଼ିଛି । ଆଜି ଦିନ ସାଢ଼େ ଦଶଟା ବେଳେ ଦୀପ୍‌ଙ୍କୁ ତିଶହଜାରୀ କୋର୍ଟରେ ହାଜର କରାଯିବ ।

ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ କରାଯିବ ରଥ କାଠ ପୂଜାର୍ଚ୍ଚନା

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥି । ଏହି ଅବସରରେ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ଆଜି ସନ୍ଧ୍ୟାରେ ପୂଜାପାଠ କରାଯିବ ।

 

ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜା ମା ସରସ୍ୱତୀଙ୍କ ନିକଟରେ କରାଯିବାପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିବେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ।

ତେବେ ଆସନ୍ତା ରାମନବମୀ ତିଥିରେ ଅନୁକୂଳ କରାଯାଇ କାଠ ଚିରା ପ୍ରକ୍ରିୟା ଆରମ୍ଭ କରାଯିବ । ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୬୯ ଖଣ୍ଡ କାଠ ମହଜୁଦ ଅଛି ଓ ଅବଶିଷ୍ଟ ୭୯୬ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡ ରୁ ଅଣାଯିବ ।

ସ୍ମରଣଶକ୍ତି ବଢ଼ାଇବା ପାଇଁ ଛାତ୍ରଙ୍କୁ ଇଞ୍ଜେକସନ୍ ଦେଇ ଟ୍ୟୁସନ୍ ସାର୍‌ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଛାତ୍ରମାନଙ୍କର ସ୍ମରଣଶକ୍ତି ବୃଦ୍ଧି ହେବ ବୋଲି କହି ସେମାନଙ୍କୁ ସାଧାରଣ ସାଲାଇନର ଇଞ୍ଜେକ୍‌ସନ ଦେଉଥିବା ଜଣେ ଟ୍ୟୁସନ୍‌ ସାରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ବି.ଏ ପଢ଼ୁଥିବା ସନ୍ଦୀପ ନାମକ ଜଣେ ଯୁବକ ପୂର୍ବ ଦିଲ୍ଲୀର ମଣ୍ଡୱାଲି ଥାନା ଅଞ୍ଚଳରେ ଷ‌ଷ୍ଠରୁ ନବମ ଶ୍ରେଣୀ ପିଲାଙ୍କୁ ଟ୍ୟୁସନ୍‌ କରେ।

ସେ ଛାତ୍ରଙ୍କୁ ସ୍ମରଣଶକ୍ତି ବୃଦ୍ଧି ପାଇଁ ଇଞ୍ଜେକସନ୍ ଦେଇଥାଏ। ଜଣେ ଛାତ୍ର ତାଙ୍କ ଘରେ ଏହି ସୂଚନା ଦେବା ପରେ ସଂପୃକ୍ତ ଅଭିଭାବକ ଜଣକ ପୋଲିସକୁ ଏହି ସୂଚନା ଦେଇଥିଲେ। ତଦନ୍ତ ସମୟରେ ସନ୍ଦୀପ ଏଭଳି କାର୍ଯ୍ୟ କରିଥିବା ମାନିଯାଇଛି । ପୁଲିସ ସନ୍ଦୀପ ବିରୋଧରେ ଆଇପିସିର ଧାରା ୩୩୬ ଅଧୀନରେ ଏକ ମାମଲା ରୁଜୁ କରିଛି ।

ଆଜି ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ, ଦେଶର ସର୍ବ ବୃହତ ହକି ଷ୍ଟାଡିୟମର କରିବେ ଶିଳାନ୍ୟାସ

ଭୁବନେଶ୍ୱର: ବିକାଶର ମହାପର୍ବରେ ସାମିଲ ହେବ ସୁନ୍ଦରଗଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସକାଳ ସାଢେ ୧୧ଟାରେ ରାଉରକେଲା ପହଞ୍ଚିବେ ନବୀନ । ସେଠାରୁ ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳକୁ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସାଧାରଣ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ୪ ହଜାର ୮ଶହ କୋଟିର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ ନବୀନ ପଟ୍ଟନାୟକ । ଜିଲ୍ଲାର ୧୭ ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୬୧୧ କୋଟି ଟଙ୍କା । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର, ଓଡିଶା ଆଦର୍ଶ ବିଦ୍ୟାଳୟର ୧୭ ଟି ଛାତ୍ର ନିବାସ ଏବଂ ୧୬ ଟି ଛାତ୍ରୀ ନିବାସ ପାଇଁ ମୁଖ୍ୟମନ୍ତ୍ରୀ କରିବେ ଶିଳାନ୍ୟାସ । ଏଥିସହ ଅନ୍ୟାନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ପ୍ରଥମ ଓଡିଆ ମେଜର ଜେନେରାଲ ବି.କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ । ସୋମବାର ଭୁବନେଶ୍ବରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ ସ୍ଥିତ ବାସଭବନରେ ରଖାଯାଇଛି ।

ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ହେଉଛନ୍ତି ପ୍ରଥମ ଓଡିଆ ଯେ ଭାରତୀୟ ସେନାରେ ମେଜର ଜେନେରାଲ ପଦବୀ ପାଇଥିଲେ। ଏପରିକି ସେ ଟ୍ୟାଙ୍କ ମ୍ୟାନ ନାଁରେ ମଧ୍ୟ ବେଶ୍ ପରିଚିତ । ସେ ଦେଶର ପ୍ରମୁଖ ଚାରିଟି ଯୁଦ୍ଧରେ ଭାଗ ନେଇଥିଲେ । ୧୯୬୧ରେ ଗୋଆ ମୁକ୍ତି, ୧୯୬୨ରେ ଭାରତ-ଚୀନ ଯୁଦ୍ଧ ଓ ୧୯୬୫ ଓ ୧୯୭୧ରେ ଭାରତ ପାକିସ୍ତାନ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ ମେଜର ଜେନେରାଲ ମହାପାତ୍ର ।

କଟକରେ ଜନ୍ମିତ ମେଜର ଜେନେରାଲ ମହାପାତ୍ର ପୂର୍ବତନ ଚିଫ୍ ଜଷ୍ଟିସ ହରିହର ମହାପାତ୍ରଙ୍କ ପୁଅ । ସେ ପିଲାଟି ବେଳରୁ ସୁଭାଷ ବୋଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେନାରେ ଯୋଗ ଦେଇଥିଲେ । ତେବେ ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି ।

ଅପରାଜିତା ଷଡ଼ଙ୍ଗୀଙ୍କୁ ସେବାୟତଙ୍କ ଟାର୍ଗେଟ, କହିଲେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ସାଂସଦ

ଭୁବନେଶ୍ବର: ଜାତୀୟ ସ୍ମାରକୀ ପ୍ରାଧିକରଣ ବାଇ-ଲ ପ୍ରସଙ୍ଗରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀ ଲିଙ୍ଗରାଜ ସେବାୟତ । ପ୍ରେସମିଟ କରି ସାଂସଦଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ସେବାୟତ । କହିଛନ୍ତି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ପରାମର୍ଶ ଓ ସ୍ଥିତି ଅନୁଧ୍ୟାନ କରି ଟିପ୍ପଣୀ ଦେବା କଥା । ମାତ୍ର ସାଂସଦ ଅପରାଜିତା ବିମାନବନ୍ଦରରୁ ଆସି ସିଧାସଳକ ପ୍ରେସ କନଫରେନ୍ସରେ ଯୋଗଦେଲେ । ଏପରିକି କିଛି ବୁଝିନବିଚାରି ଦାୟିତ୍ବହୀନ ମନ୍ତବ୍ୟ ଦେଲେ । ଯାହା ପୁରୁଣା ଭୁବନେଶ୍ବରବାସୀଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି ସେବାୟତ ।

ପ୍ରଶ୍ନ କରିଛନ୍ତି, ଯଦି ଶ୍ରୀମନ୍ଦିର କ୍ଷେତ୍ରରେ ବାଇ-ଲ ଭୁଲ ହୋଇଛି ବୋଲି ପ୍ରତ୍ୟାହାର ହେଲା, ତେବେ ଲିଙ୍ଗରାଜଙ୍କ କ୍ଷେତ୍ରରେ ଅସୁବିଧା କେଉଁଠି ରହିଲା । ବାଇ-ଲ ପ୍ରସ୍ତୁତବେଳେ ସେବାୟତଙ୍କ ସହ ଆଲୋଚନା କରାଯାଇନି । ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା ମଧ୍ୟ ହୋଇନି । ବିଜେପି ସାଂସଦମାନେ ଆଗରୁ କେଉଁଠି ଥିଲେ ? ସମସ୍ତ ବିଜେଡି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ । ବିଜେପି ସାଂସଦଙ୍କୁ ଡାକିଥିଲେ । ମାତ୍ର ବିଜେପି ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ କାହିଁକି ଗଲେନି ? ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ରକଳ୍ପ ବନ୍ଦ କରିବାକୁ ଏହା ଷଡ଼ଯନ୍ତ୍ର ବୋଲି ସେବାୟତ ଅଭିଯୋଗ କରିଛନ୍ତି ।

ଶ୍ରୀଲିଙ୍ଗରାଜ, ଶ୍ରୀ ଅନନ୍ତ ବାସୁଦେବ ଏବଂ ଶ୍ରୀ ବ୍ରହ୍ମେଶ୍ବର ହେଉଛନ୍ତି ଜୀବନ୍ତ ଠାକୁର । କୋଟି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ବାସ । ଲୋକ ପ୍ରତିନିଧି ହିସାବରେ ଯଦି ସାଂସଦ ଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହ ଛିଡ଼ା ହୋଇନପାରିଲେ, ତେବେ ଚୁପ ରହିଥିଲେ ଭଲ ହୋଇଥାନ୍ତା ବୋଲି ସେବାୟତ ପରାମର୍ଶ ଦେଇଛନ୍ତି । ତେବେ ସାଂସଦ ବାଇ-ଲ’ ପ୍ରସଙ୍ଗରେ ଲୋକଙ୍କ ସାଥ ନଦେଲେ ମଧ୍ୟ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀଲିଙ୍ଗରାଜ ସେବାୟତ ।