ଉଦଳା : ଶେଷରେ ମୁହଁ ଖୋଲିଲେ ୟୁଟ୍ୟୁବର ଲବ ହାଁସଦା। ବାନ୍ଧବୀ ସଲୋମୀଙ୍କ ମୃତ୍ୟୁର ମାସେ ପରେ ରଖିଲେ ପ୍ରତିକ୍ରିୟ॥ ନିଜ ଫେସବୁକ ପେଜରେ ଅପଲୋଡ଼ କଲେ ଭିଡିଓ। ଯେଉଁ ଭିଡିଓରେ ବଖାଣିଛନ୍ତି ସଲୋମି ଓ ତାଙ୍କୁ ନେଇ ଉଠିଥିବା ବିବାଦ ଓ ତାଙ୍କ ନାମରେ ଆସିଥିବା ଅଭିଯୋଗ ବାବଦରେ। ୭ ମିନିଟ ୩୧ ସେକେଣ୍ଡର ଏହି ଭିଡିଓରେ ସଲୋମିଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଉପରେ କଣ ବିତିଥିଲା ତାହା କହିଛନ୍ତି। ସେତେବେଳେ ସେ ଭିଏତନାମରେ ଥିଲେ ଏବଂ ପୁରା ଘଟଣା ପରେ ପୋଲିସକୁ ସେ ତଦନ୍ତରେ ସହଯୋଗ କରୁଥିବା କହିଛନ୍ତି। ଏହା ସହିତ ଏହି ପୋଷ୍ଟରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଏବଂ ବିବାହ ବାବଦରେ କହିଥିବା ବେଳେ ଲବ ବିବାହିତ ବୋଲି ସଲୋମି ଜାଣିଥିଲେ ବୋଲି କହିଛନ୍ତି। କେବଳ ବିବାହିତ ନୁହେଁ ସଲୋମି ଲବଙ୍କ ଅନେକ କଥା ଜାଣିଥିଲେ ବୋଲି ସେ ନିଜେ ଭିଡିଓରେ ସ୍ୱୀକାର କରିଛନ୍ତି। ବାନ୍ଧବୀଙ୍କ ମୃତ୍ୟୁ ପରେ ବିବାଦକୁ ଆସିଥିଲେ ଲବ। ଲବ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସଲୋମୀଙ୍କ ପରିବାର।
ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଶୂୁଭେଚ୍ଛା ଜଣାଇଲେ ତାଙ୍କ ବାପା ଓ ମାଆ
ନନ୍ଦିଘୋଷ ବ୍ୟୁରୋ : ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ଶୂୁଭେଚ୍ଛା ଜଣାଇଛନ୍ତି ତାଙ୍କ ବାପା ଓ ମାଆ। ବାପା ଶଂଭୁ ଦୟାଲ ଶୁକ୍ଲା ଓ ମାଆ ଆଶା ଶୁକ୍ଲା ପୁଅ ଶୁଭାଂଶୁଙ୍କୁ ମହାକାଶ ଯାତ୍ରା ଲାଗି ଶୁଭେଚ୍ଛା ଜଣାଇଛନ୍ତି। ଆଜି ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା ୧ ମିନିଟରେ ମିଶନ ଆରମ୍ଭ ହେବ। ମହାକାଶ ଯାନର ହେବ ଉତକ୍ଷେପଣ। କେତେବେଳେ ଏହି ମିଶନ ଆରମ୍ଭ ହେବ ଏହାକୁ ନେଇ ଶୁଭାଂଶୁଙ୍କ ବାପାମାଆଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଆମର ସମସ୍ତ ଆଶୀର୍ବାଦ ପୁଅ ଶୁଭାଂଶୁଙ୍କ ଉପରେ ରହିଛି ବୋଲି କହିଛନ୍ତି ଉଭୟ। ମିଶନ ଯେପରି ସଫଳ ହେବ ସେଥିଲାଗି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶୁଭାଂଶୁଙ୍କ ବାପାମା। ଲକ୍ଷ୍ନୌ, ରାଜ୍ୟ ଏବଂ ଦେଶ ପାଇଁ ଗୌରଣ ଆଣିଦେବେ ଶୁଭାଂଶୁ ଶୁକ୍ଲା।
ବହୁପ୍ରତୀକ୍ଷିତ ଆକ୍ସିଅମ-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ-ଆଇଏସଏସକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ପୂର୍ବରୁ ବହୁବାର ଖରାପ ପାଗ ଯୋଗୁ ଏହି ଅଭିଯାନ ସ୍ଥଗିତ ରହିଥିଲା ବୋଲି କହିଥିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ- ଇସ୍ରୋ । କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ଏଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ। ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।
ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ କଥା କହିଲେ ସୋନମ ଭାଇ..
ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସୋମବାର ଦିନ ପୋଲିସ ରାଜାଙ୍କୁ ହତ୍ୟା କରିବା ପରେ ସୋନମ ରଘୁବଂଶୀ ଯେଉଁ ଫ୍ଲାଟରେ ରହିଥିଲେ ସେହି ଫ୍ଲାଟ ମାଲିକଙ୍କୁ ମଧ୍ୟ ଗିରଫ କରିଛି। ଏହି ମାମଲାରେ ସୋନମଙ୍କ ପରିବାର ଓ ପଡ଼ୋଶୀମାନଙ୍କୁ ମଧ୍ୟ ନିରନ୍ତର ପଚରାଉଚରା କରାଯାଉଛି। ଏବେ ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀଙ୍କ ଆଉ ଏକ ବୟାନ ଆସିଛି, ଯେଉଁଥିରେ ସେ ତାଙ୍କ ଭଉଣୀଙ୍କୁ ରକ୍ଷା କରୁଥିବାର ଦେଖାଯାଉଛି। ସୋନମଙ୍କ ଭାଇ ଗୋବିନ୍ଦ ରଘୁବଂଶୀ ତାଙ୍କ ପିତାମାତାଙ୍କୁ ନିର୍ଦ୍ଦୋଷ ବୋଲି କହି କହିଛନ୍ତି ଯେ ତାଙ୍କ ପରିବାର ବିଷୟରେ ଭୁଲ କଥା କୁହାଯାଉଛି। ନ ଭାବି ସୋନମଙ୍କ ବିଷୟରେ କିଛି ବି କୁହାଯାଉଛି। ତାଙ୍କ ପରିବାର ବିଷୟରେ ମିଥ୍ୟା ଓ ଅପମାନଜନକ କଥା ପ୍ରସାରିତ ହେଉଛି। ଏହା ଠିକ୍ ନୁହେଁ। ରାଜାଙ୍କ ହତ୍ୟାରେ ଆମର ପରିବାର ମଧ୍ୟ ଦୁଃଖିତ ଏବଂ ତଦନ୍ତରେ ଆମର ମଧ୍ୟ ସମସ୍ୟା ଅଛି। କିନ୍ତୁ ପରିବାର ବିଷୟରେ ବାଜେ କଥା କହିବା ଭୁଲ। ଆମ ଉପରେ ମଧ୍ୟ ଏପରି କିଛି ଅଭିଯୋଗ କରାଯାଉଛି, ଯାହା ସହିତ ଆମର କୌଣସି ସମ୍ପର୍କ ନାହିଁ।
ଏହା ସହିତ ଗୋବିନ୍ଦ ରଘୁବଂଶୀ ତାଙ୍କ ଭଉଣୀ ସୋନମ ରଘୁବଂଶୀଙ୍କୁ ମଧ୍ୟ ରକ୍ଷା କରୁଥିବାର ଦେଖାଯାଇଥିଲା। ସେ କହିଥିଲେ ଯେ ଏପରି ଅନେକ ପ୍ରସଙ୍ଗ ଅଛି ଯେଉଁଥିରେ ମୋ ଭଉଣୀଙ୍କୁ ବିନା କାରଣରେ ଟାଣି ନିଆଯାଇଛି। ତାଙ୍କର ଜଣେ ସମଲିଙ୍ଗୀ ହେବା ଓ କୌଣସି ଝିଅ ସହିତ ସମଲିଙ୍ଗୀ ସମ୍ପର୍କ ରଖିବାର କାହାଣୀ ତିଆରି କରାଯାଉଛି। ସେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଅସ୍ୱୀକାର କରିଥିଲେ । କହିଥିଲେ ଯେ ଏହା ଭୁଲ। ଏହା ସହିତ ସୋନମଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ଥିବା କଥାକୁ ମଧ୍ୟ ଅସ୍ୱୀକାର କରିଥିଲେ ଗୋବିନ୍ଦ।
ଗୋବିନ୍ଦ ରଘୁବଂଶୀ ତାଙ୍କ ବୟାନରେ ଦୁଇଥର ତାଙ୍କ ପରିବାର ଓ ପିତାମାତାଙ୍କୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଥିଲେ । ରାଜାଙ୍କ ହତ୍ୟା ବିଷୟରେ ତାଙ୍କର କୌଣସି ଧାରଣା ନଥିଲା। ସେ କହିଥିଲେ ଯେ ସେ ମଧ୍ୟ ଗଣମାଧ୍ୟମ ମାଧ୍ୟମରେ ରାଜାଙ୍କ ହତ୍ୟା ଓ ସୋନମଙ୍କ ଷଡ଼ଯନ୍ତ୍ର ବିଷୟରେ ଜାଣିବାକୁ ପାଇଥିଲେ। ରାଜାଙ୍କୁ ଯେପରି ହତ୍ୟା କରାଯାଇଥିଲା ସେଥିପାଇଁ ଆମେ ସମସ୍ତେ ବହୁତ ଦୁଃଖିତ। ଆମ ପରିବାର ବିରୁଦ୍ଧରେ ରାଜାଙ୍କ ପରିବାରର ଯାହା ଅଭିଯୋଗ ଅଛି, ସେମାନେ ତାହା ପାଇବାକୁ ଯୋଗ୍ୟ।
ତାଙ୍କ ମାଆଙ୍କ ବିଷୟରେ ଗୋବିନ୍ଦ କହିଛନ୍ତି ଯେ କୁହାଯାଉଛି ଯେ ତାଙ୍କ ମାଆ ପୂର୍ବରୁ ସବୁକିଛି ଜାଣିଥିଲେ। କିନ୍ତୁ ତାଙ୍କୁ ଏହାର କୌଣସି ସୂଚନା ମଧ୍ୟ ନଥିଲା। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ମାଆଙ୍କ ବିରୋଧରେ ଅଭିଯୋଗ ମିଥ୍ୟା। ଗୋବିନ୍ଦ ପୂର୍ବରୁ ସୋନମ ରଘୁବଂଶୀଙ୍କୁ ଦଣ୍ଡ ଦେବା ବିଷୟରେ କହିଥିଲେ। ଗୋବିନ୍ଦ କହିଥିଲେ ଯେ ସୋନମ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି। ତେଣୁ ତାଙ୍କୁ ସିଧାସଳଖ ଦଣ୍ଡ ଦିଆଯିବା ଉଚିତ। ସେତେବେଳେ ମଧ୍ୟ ସେ ସୋନମଙ୍କୁ ଲେସବିଆନ୍ ଓ ସମଲିଙ୍ଗୀ ସମ୍ପର୍କ ରଖିବା କଥାକୁ ଅସ୍ୱୀକାର କରିଥିଲେ। ଏହି ହତ୍ୟା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି।
ଓକିଲ ଫୈଜାନ ଖାନ କିଏ ? ଯିଏ ସୋନମ ରଘୁବଂଶୀଙ୍କ ମାମଲା ଲଢ଼ିବେ !
ନନ୍ଦିଘୋଷ ବ୍ୟୁରୋ : ରାଜା ରଘୁବଂଶୀ ହତ୍ୟା ମାମଲା ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି । ଯେଉଁଥିର ମୁଖ୍ୟ ଅଭିଯୁକ୍ତ ତାଙ୍କ ନିଜ ପତ୍ନୀ ସୋନମ। ସମସ୍ତେ ଚାହୁଁଛନ୍ତି ଯେ ରାଜାଙ୍କ ହତ୍ୟାର ଦୋଷୀମାନଙ୍କୁ କଠୋରତମ ଦଣ୍ଡ ମିଳୁ। ଏହି ସମୟରେ ରାୟପୁରର ଜଣେ ଓକିଲ ସୋନମଙ୍କ ମାମଲା ଲଢ଼ିବା ପାଇଁ ଦାବି କରିଛନ୍ତି।
ରାୟପୁରର ପ୍ରସିଦ୍ଧ ଓକିଲ ଫୈଜାନ ଖାନ ଘୋଷଣା କରିଛନ୍ତି ଯେ, ସେ ରାଜା ରଘୁବଂଶୀଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ସୋନମଙ୍କ ମାମଲା ଲଢ଼ିବାକୁ ପ୍ରସ୍ତୁତ। ଓକିଲ ଫୈଜାନ ଖାନ ଗଣମାଧ୍ୟମକୁ କହିଛନ୍ତି, ସୋନମଙ୍କ ଭାଇ ତାଙ୍କ ସହିତ ପାଟନାର ଫୁଲୱାରୀ ସରିଫ ପୋଲିସ ଷ୍ଟେସନରେ ଯୋଗାଯୋଗ କରିଛନ୍ତି। ଫୈଜାନ ଖାନଙ୍କ ଆଇନଗତ ଦଳ ସୋନମଙ୍କ ପରିବାରକୁ ଭେଟି ମାମଲା ବିଷୟରେ ଆଲୋଚନା କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଆଡଭୋକେଟ୍ ଫୈଜାନ ଖାନ ଖୁବଶୀଘ୍ର ତାଙ୍କର ବକାଲତନମା ଦାଖଲ କରିବେ । ଯାହା ପରେ ସେ ଆନୁଷ୍ଠାନିକ ଭାବରେ ସୋନମ ରଘୁବଂଶୀଙ୍କ ପ୍ରତିନିଧିତ୍ୱ କରିବେ। ସୋନମ ରଘୁବଂଶୀଙ୍କ ମାମଲାରେ ଫୈଜାନ ଖାନଙ୍କ ଏଣ୍ଟ୍ରି ଏହାକୁ ଆକର୍ଷଣୀୟ କରିଛି। କାରଣ ଓକିଲ ମହମ୍ମଦ ଫୈଜାନ ଖାନ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ଥିଲେ।
ସେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବିରୋଧରେ ଏକ ମାମଲା ଦାୟର କରିଥିଲେ । ସମ୍ପ୍ରତି ଏକ ଭ୍ରାମକ ବିଜ୍ଞାପନ ମାମଲାରେ ଶାହରୁଖଙ୍କୁ ନୋଟିସ ପଠାଇଥିଲେ। ଏହା ବ୍ୟତୀତ ଫୈଜାନ ଖାନ ବିବାଦରେ ଆସିଥିଲେ ଯେତେବେଳେ ତାଙ୍କ ଉପରେ ଶାହରୁଖଙ୍କୁ ଧମକ ଦେବା ଓ 50 ଲକ୍ଷ ଟଙ୍କା ଆଦାୟ କରିବାର ଅଭିଯୋଗ ଆସିଥିଲା। ତଥାପି, ଫୈଜାନ ଖାନ ଦାବି କରିଛନ୍ତି ଯେ ତାଙ୍କ ଫୋନ୍ ଚୋରି ହୋଇଥିଲା ଓ ଧମକପୂର୍ଣ୍ଣ କଲ୍ ଅନ୍ୟ କେହି କରିଥିଲେ। ଫୈଜାନ ଖାନଙ୍କର ମଧ୍ୟ ଶାହରୁଖ ଖାନଙ୍କ ସହିତ ଦୀର୍ଘ ଦିନର ବିବାଦ ଅଛି। ସେ ୧୯୯୪ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ଅଞ୍ଜାମରେ ଶାହରୁଖଙ୍କ ଚରିତ୍ର ଦ୍ୱାରା ହରିଣ ଶିକାର ବିଷୟରେ ଅପମାନଜନକ ଉଲ୍ଲେଖକୁ ବିରୋଧ କରିଥିଲେ।
ଶେଷ ଥର ପାଇଁ ଦେଖା କରିବାକୁ ଡାକି ପ୍ରେମିକାକୁ ମାରିଦେଲା ପ୍ରେମିକ
ନନ୍ଦିଘୋଷ ବ୍ୟୁରୋ : ପ୍ରେମିକାର ନିର୍ବନ୍ଧ ସରିବା ପରେ ପ୍ରେମିକ ତାକୁ ହତ୍ୟା କରିଥିଲା। ପ୍ରେମିକ ତା ପ୍ରେମିକାର ନିର୍ବନ୍ଧରେ ରାଗି ଯାଇ ତାକୁ ଏକ ହୋଟେଲକୁ ଡାକିଥିଲା । କଥାବାର୍ତ୍ତା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାଗରେ ପ୍ରେମିକ ତା ପ୍ରେମିକାର ମୁଣ୍ଡକୁ କାନ୍ଥରେ ପିଟିଦେଲା । ଫଳରେ ତାର ମୃତ୍ୟୁ ହୋଇଥିଲା। ହତ୍ୟା ପରେ ଯୁବକ ଜଣକ ନିଜ ହାତର ଶିରା କାଟି ଦେଇଥିଲେ।
ସକାଳେ କର୍ମଚାରୀ ଜଣକ ଉଦୟପୁରର ହିରଣ ମାଙ୍ଗରି ଥାନା ଅଞ୍ଚଳର ପର୍ଶୁରାମ ସ୍କୋୟାରରେ ଥିବା ହୋଟେଲ କାସା ଗୋଲ୍ଡରେ ରୁମ୍ ସଫା କରିବା ପାଇଁ ପହଞ୍ଚିବା ପରେ ସେ କୋଠରୀରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ। ସେ ପୋଲିସକୁ ସୂଚନା ଦେଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହସ୍ପିଟାଲର ମର୍ଚ୍ୟୁରୀରେ ରଖିଛି। ପରେ ଜଣାପଡିଥିଲା ଯେ, ଉଦୟପୁର ଜିଲ୍ଲାର ହିରଣ ମାଗରିର ବାସିନ୍ଦା ନିକିତା ତ୍ରିବେଦୀଙ୍କୁ ତାଙ୍କ ପ୍ରେମିକ ବିଜୟ ଭୋଇ ହତ୍ୟା କରିଛନ୍ତି। ଅଭିଯୁକ୍ତ ପ୍ରେମିକ ବିଜୟ ଉଦୟପୁରର ସେକ୍ଟର ୩ର ବାସିନ୍ଦା ଓ ଝିଅଟି ମଧ୍ୟ ଉଦୟପୁରର ଏକ ଘରୋଇ କଲେଜରୁ ନର୍ସିଂ ପଢୁଥିଲା।
ପୋଲିସ ଅନୁସାରେ, ଉଭୟ ଇନଷ୍ଟାଗ୍ରାମରେ ବନ୍ଧୁ ହୋଇଥିଲେ। କିଛି ସମୟ ପାଇଁ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ପ୍ରାୟତଃ ଦେଖା ହେଉଥିଲେ। ଯେତେବେଳେ ଝିଅଟିର ପରିବାର ଲୋକ ଏହା ଜାଣିପାରିଲେ, ପରିବାର ସଦସ୍ୟମାନେ ତାଙ୍କୁ ଘରକୁ ଡାକି ଅନ୍ୟ ଜଣେ ପୁଅ ସହିତ ବିବାହ କରାଇ ଦେଲେ। ଏହା ପରେ ନିକିତା ତାଙ୍କ ପ୍ରେମିକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ।
କିଛି ସମୟ ପାଇଁ ସବୁକିଛି ଠିକ୍ ଥିବା ଜଣାପଡ଼ିବାରୁ, ପରିବାର ଲୋକେ ପୁନର୍ବାର ନିକିତାଙ୍କୁ ତାଙ୍କ ପାଠପଢ଼ା ସମାପ୍ତ କରିବା ପାଇଁ ଉଦୟପୁର ପଠାଇଲେ। ଯେତେବେଳେ ପ୍ରେମିକ ବିଜୟ ଶେଷ ଥର ପାଇଁ ନିକିତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କଲେ । ଉଦୟପୁରର ପର୍ଶୁରାମ ଚୌରାହାରେ ଥିବା ଏକ ହୋଟେଲକୁ ଭେଟିବାକୁ ଡାକିଲେ। ଉଭୟଙ୍କ ମଧ୍ୟରେ ବହୁତ ସମୟ ଧରି ଝଗଡ଼ା ହୋଇଥିଲା। ଏହା ପରେ ବିଜୟ ନିକିତାଙ୍କ ମୁଣ୍ଡକୁ କାନ୍ଥରେ ଜୋରରେ ଆଘାତ କରିଥିଲେ ଯାହା ଫଳରେ ସେ ଅଚେତ ହୋଇ ପଡ଼ିଥିଲେ । ବିଜୟ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତାଙ୍କ ହାତର ଶିରାକୁ ବ୍ଲେଡରେ କାଟି ଦେଇଥିଲେ। ପରେ ବିଜୟ ଯନ୍ତ୍ରଣା ସହ୍ୟ କରି ନପାରି ସେଠାରୁ ଦୌଡ଼ି ପଳାଇଥିଲେ। ପୋଲିସ ହୋଟେଲର ସିସି ଟିଭି ଫୁଟେଜ୍ ଏବଂ ପରିଚୟପତ୍ର ଆଧାରରେ ଖୋଜାଖୋଜି ଆରମ୍ଭ କରି ଅଭିଯୁକ୍ତ ବିଜୟ ପାଖରେ ପହଞ୍ଚିଲା। ଜଣାପଡିଲା ଯେ ଅଭିଯୁକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛି। ପୋଲିସ ତାକୁ ଅଟକ ରଖିଛି। ଝିଅର ପରିବାର ଏତଲା ଦେବା ପରେ ପୋଷ୍ଟମର୍ଟମ କରାଯାଇ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
ଆସନ୍ତା ୫ ଦିନ ଲାଗି ରହିବ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ
ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ମୟୂରଭଞ୍ଜ, ବାଲେଶ୍ୱର ,କେନ୍ଦୁଝରରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହା ଛଡ଼ା ଭଦ୍ରକ, କେନ୍ଦ୍ରାପଡା, ଯାଜପୁର,ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ଦେଓଗଡ଼, ଅନୁଗୁଳ,ଢେଙ୍କାନାଳ, କଟକ,ପୁରୀ,ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଏହି ଦୁଇ ଦିନ ସମୁଦ୍ରକୁ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବ ଓ ଟ୍ରପ ଲାଇନ ଯୋଗୁ ବର୍ଷା ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ
ବାରିପଦା : ଟୋଲ ପ୍ଲାଜାରେ ଡକାୟତି ଯୋଜନା ବେଳେ ମାଡି ବସିଲା ପୋଲିସ। ମୟୂରଭଂଜ ବୈଶୀଙ୍ଗା ଥାନା ପଦ୍ମନାଭପୁର ଟୋଲ ପ୍ଲାଜାରେ ଡକାୟତି କରୁଥିଲେ ୬ ଡକାୟତ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୩ ଜଣ ଚମ୍ପ ମାରିଛନ୍ତି। ରାତିରେ ଗାଡ଼ି ଯାଞ୍ଚ ବେଳେ ୧୮ ନଂ ଜାତୀୟ ରାଜପଥର କେନ୍ଦୁଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୬ ସନ୍ଦିଗ୍ଧ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା। ପାଟ୍ରୋଲିଂ ବେଳେ ମାଡ଼ି ବସିଲା ପୋଲିସ। ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗୋଡ଼ାଇ ପୋଲିସ ନିକଟ ଜଙ୍ଗଲରୁ ଧରିଥିଲା। ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵରର କରଣ ପରିଡ଼ା, ସମ୍ବିତ ବିଶ୍ବାଳ ଓ ମୟୂରଭଂଜର ଦେବୁ ଦାସ। କରଣ ଓ ସମ୍ବିତଙ୍କ ନାମରେ ପୂର୍ବରୁ ବାଲେଶ୍ୱର ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ରାହାଜାନୀ ଆଦି ମାମଲା ରହିଛି। କିଛି ଦିନ ହେଲା ଅଭିଯୁକ୍ତମାନେ ଜାମିନ ପାଇ ଜେଲରୁ ବାହାରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ସେମାନଙ୍କ ଠାରୁ ଗୋଟିଏ ବାଇକ୍, ଗୋଟିଏ ଟାଟା ନେକ୍ସନ କାର୍, ତେଲେଙ୍ଗା କଟୁରୀ, ଲୁହା ଛଡ଼ ଓ କଳାମୁଖା ଜବତ କରାଯାଇଛି।
ଇତିହାସ ରଚିବ ଭାରତ, ଆଇଏସଏସକୁ ଯିବେ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିବ ଭାରତ। ବହୁପ୍ରତୀକ୍ଷିତ ଆକ୍ସିଅମ-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ-ଆଇଏସଏସକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା। ପୂର୍ବରୁ ବହୁବାର ଖରାପ ପାଗ ଯୋଗୁ ଏହି ଅଭିଯାନ ସ୍ଥଗିତ ରହିଥିଲା ବୋଲି କହିଥିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ- ଇସ୍ରୋ । କେନେଡି ସ୍ପେସ ସେଣ୍ଟରରୁ ଆରମ୍ଭ ହେବାକୁ ଥିବା ଏଏକ୍ସ-୪ ମିଶନରେ ସାମିଲ ହେବେ ଶୁଭାଂଶୁଙ୍କ ସମେତ ଆମେରିକା, ପୋଲାଣ୍ଡ ଓ ହଙ୍ଗେରୀର ଚାରି ମହାକାଶଚାରୀ। ଏହି ମିଶନରେ ସାମିଲ ଅଛନ୍ତି ଆକ୍ସିୟମ ସ୍ପେସ, ନାସା, ସ୍ପେସ ଏକ୍ସ ଓ ଇସ୍ରୋ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶକୁ ଯାଇଥିବାବେଳେ ପ୍ରାୟ ଚାରି ଦଶନ୍ଧି ପରେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ। ଅନ୍ୟ ଯେଉଁ ତିନିଜଣ ଆଇଏସଏସକୁ ଯିବେ ସେମାନେ ହେଲେ ହଙ୍ଗେରୀର ତିବୋର କାପୁ, ନାସାର ପୂର୍ବତନ ଆଷ୍ଟ୍ରୋନଟ ପେଗି ହୁଇଟସନ, ପୋଲାଣ୍ଡ ତଥା ୟୁରୋପିଆନ ସ୍ପେସ ଏଜେନ୍ସିର ସ୍ଲାଓଜ ଉଜନସ୍କି ଉଇସନିସ୍କି। ମହାକାଶଚାରୀମାନେ ଆଇଏସଏସରେ ୧୪ ଦିନ ରହିବେ । ସେଠାରେ ସେମାନେ ବୈଜ୍ଞାନିକ ଗବେଷଣା କରିବା ସହ ୩୦ଟି ଦେଶର ବୈଜ୍ଞାନକଙ୍କ ସହ ଯୋଗାଯୋଗରେ ରହିବେ।
ଗୋପାଳପୁର ଗଣଦୁଷ୍କର୍ମ ମାମଲା : ୬ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଦ୍ବିତୀୟ ଦିନ
ବ୍ରହ୍ମପୁର : ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଦ୍ବିତୀୟ ଦିନ। ବିଭିନ୍ନ ଦିଗକୁ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ। ଗତକାଲି କୋର୍ଟଙ୍କ ଅନୁମତି ପରେ ମେଡିକାଲରେ ଅଭିଯୁକ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା କ୍ରାଇମବ୍ରାଞ୍ଚ। ରିମାଣ୍ଡ ବେଳେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ। ଗତ ଶୁକ୍ରବାର ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପରେଡ। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ ପୀଡ଼ିତା ଓ ତାଙ୍କ ସାଙ୍ଗ। ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯିବ। ତ୍ଵରିତ ଫଇସଲା ପାଇଁ ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ। ଗତ ରଜସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା
ଦଶରଥପୁର ଅସଦାଚରଣ ଘଟଣା : ଅଭିଯୁକ୍ତ ଗିରଫ
ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଦଶରଥପୁରରେ ଯୁବତୀଙ୍କୁ ଅସଦାଚରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କ ମଧ୍ୟରୁ ପ୍ରଥମେ ଜଣଙ୍କୁ କାବୁ କରିଥିଲା। ପରେ ଫେରାର ଥିବା ଅନ୍ୟ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଓଡିଶା ବୁଲିବାକୁ ଆସିଥିବା ଦିଲ୍ଲୀ ଯୁବତୀ ଓ ତାଙ୍କ ଓଡିଆ ବାନ୍ଧବୀଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଓଡିଆ ଯୁବତୀ ଜଣକ ହେଲେ ଦଶରଥପୁର ଥାନା ଅଞ୍ଚଳର । ତାଙ୍କ ବାପାଙ୍କ ଶ୍ରାଦ୍ଧ ପାଇଁ ଗାଁକୁ ଆସିଥିଲେ । ରବିବାର ସନ୍ଧ୍ୟାରେ ଦୁଇ ଯୁବତୀ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସlରି ବସରେ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଭଦ୍ରଖ ପଡିଆ ପାଖରେ ଥିବା ସିମେଣ୍ଟ ଗୋଡାଉନ ନିକଟରେ ଦୁଇ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି ।

