ଭୁବନେଶ୍ୱର ଶ୍ୟାମପୁରରେ ବଡ଼ ଧରଣର ଉଛେଦ । ବିଡିଏ ପକ୍ଷରୁ ଏହି ଉଛେଦ ପକ୍ରିୟା ଆରମ୍ଭ ହୋଇଛି l ପ୍ରାୟ ୬୮ ଏକର ଜମି ଜବରଦଖଲ ପାଇଁ ବିଡିଏ ପକ୍ଷରୁ ଏହି ଉଛେଦ କରାଯାଉଛି । ବୁଲଡୋଜର ମାଡ଼ରେ ମାଟିରେ ମିଶିଛି ଶହେରୁ ଉର୍ଦ୍ଧ୍ବ ଘର l ଆଜି ଦ୍ବିତୀୟ ଦିନରେ ଚାଲିଛି ଏହି ଉଛେଦ ପକ୍ରିୟା । ଏହି ଉଛେଦ ପକ୍ରିୟାରେ ବିଡିଏ ସହ ପୋଲିସ ପ୍ରଶାସନ ରହିଥିବା ବେଳେ ୨୦ ଜେସିବି ମେସିନ ବ୍ୟବହାର କରାଯାଉଛି l ଏଥିରେ ୧୦ ପ୍ଲାଟୁନ ଫୋର୍ସ ସହ ଦମକଳ ବାହିନୀ ଓ ଦଙ୍ଗା ନିୟନ୍ତ୍ରଣ କାରି ଟିମ ଉପସ୍ଥିତ ଅଛନ୍ତି l
ଟେନସନରେ ଆମେରିକା ! ୩ ବର୍ଷରେ ୫ ପରମାଣୁ ବୈଜ୍ଞାନିକ ମୃତ, ୫ ନିଖୋଜ
ଟେନସନରେ ଆମେରିକା ! ୩ ବର୍ଷରେ ୫ ପରମାଣୁ ବୈଜ୍ଞାନିକ ମୃତ, ୫ ନିଖୋଜ
ନନ୍ଦିଘୋଷ ବ୍ୟୁରୋ: ଆମେରିକା ପରମାଣୁ ପ୍ରୋଗ୍ରାମକୁ ସାରା ଦୁନିଆରେ ସବୁଠାରୁ ସୁରକ୍ଷିତ ବିବେଚନା କରାଯାଏ । କୌଣସି ଦେଶ ଆମେରିକାର ପରମାଣୁ ପ୍ରୋଗ୍ରାମକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବାକୁ ଚିନ୍ତା ବି କରିପାରିବ ନାହିଁ । ହେଲେ ଆମେରିକାର ପରମାଣୁ ବୈଜ୍ଞାନିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଗତ ୩ ବର୍ଷରେ ପରମାଣୁ କାର୍ଯ୍ୟକ୍ରମ ଓ ଅନ୍ତରିକ୍ଷ ପ୍ରୋଗ୍ରାମ ସହ ଜଡିତ ୫ ବୈଜ୍ଞାନିକ ସନ୍ଦିଗ୍ଧ ପରିସ୍ଥିତିରେ ନିଖୋଜ ହୋଇଯାଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଆମେରିକାରେ ହଙ୍ଗାମା ହେଉଥିବା ବେଳେ ତଦନ୍ତ କମିଟି ଗଠନ କରାଯାଇଛି ।
ସୂଚନାଯୋଗ୍ୟ, ଏହି ୧୦ ବୈଜ୍ଞାନିକ ଆମେରିକାର ସବୁଠାରୁ ସୁରକ୍ଷିତ ବିବେଚନା କରାଯାଉଥିବା ଲ୍ୟାବରେ କାମ କରୁଥିଲେ । ଏଥିରେ ନାସା, ଲସ ଆଲାମୋସ, ଏମଆଇଟି ସାମିଲ ଅଛି । ଏହି ବୈଜ୍ଞାନିକଙ୍କ ମଧ୍ୟରୁ କିଏ ରକେଟ ଧାତୁ, ନ୍ୟୁକ୍ଲିୟର ଫ୍ୟୁଜନ ପରି ସମ୍ବେଦନଶୀଳ ପ୍ରୋଜେକ୍ଟରେ କାମ କରୁଥିଲେ । ନିଖୋଜ କିମ୍ବା ମୃତ ବୈଜ୍ଞାନିକରେ ଗୋଟିଏ ପ୍ରକାର ପାର୍ଟନ ଦେଖିବାକୁ ମିଳିଛି । ୫ଟି ମାମଲାରେ ବୈଜ୍ଞାନିକ ନିଜ ଘରୁ ଯିବା ବେଳେ ଫୋନ, ଚାବି, ପର୍ସ ନନେଇ ଚାଲି ଚାଲି ଯାଇଥିବା ଓ ଆଉ ଫେରି ନଥିବା ଜଣାପଡିଛି ।
ଆମେରିକା ଏୟାରଫୋର୍ସର ଅବସରପ୍ରାପ୍ତ ଜେନେରାଲା ବିଲିୟମ ନୀଲ ମ୍ୟାକକାସଲ୍ୟାଣ୍ଡ ପରମାଣୁ ଫଣ୍ଡିଂ ସହ ଜଡିତ ପ୍ରୋଜେକ୍ଟରେ ସାମିଲ ଥିଲେ । ଚଳିତବର୍ଷ ୨୭ ଫେବୃଆରୀକୁ ସେ ଘରୁ ନିଖୋଜ ହୋଇଯାଇଛନ୍ତି । ନାଶାର ରକେଟ ବୈଜ୍ଞାନିକ ମୋନିକା ରେଗା ଓ ପରମାଣୁ ଅସ୍ତ୍ରଶସ୍ତ୍ରର ଯନ୍ତ୍ରାଶ ନିର୍ମାଣ କରୁଥିବା ଷ୍ଟିବନ ଗାର୍ସିୟା ମଧ୍ୟ ଘରୁ ହଠାତ ନିଖୋଜ ହୋଇଯାଇଛନ୍ତି ।
ଗାର୍ସିୟା ନିଜ ଫୋନ ଓ ପର୍ସ ଘରେ ଛାଡି ଯାଇଥିଲେ । ସେହିପରି ଲସ ଆଲାମୋସ ଲ୍ୟାବର ମେଲିସା କାସିଆସ ମଧ୍ୟ ନିଖୋଜ ହୋଇଗଲେ । ତାଙ୍କ ଫୋନ୍ ଫ୍ୟାକ୍ଟ୍ରିରିସେଟ ମୋଡରୁ ମିଳିଛି । ଆନ୍ଥୋନୀ ଚାଓ୍ବେଜ ମଧ୍ୟ ୨୦୨୫ରୁ ନିଖୋଜ ଅଛନ୍ତି ।
ଏମାନଙ୍କ ବ୍ୟତୀତ କାର୍ଲ ଗ୍ରେଲମେୟର ନାମକ ବୈଜ୍ଞାନିକ ନାସାରେ ଏେ୍ଟ୍ରୋ ଫିଜିସିଷ୍ଟ ଥିଲେ । ତାଙ୍କ ଘରେ ପଶି ଦୃର୍ବୁତ୍ତ ତାଙ୍କୁ ହତ୍ୟା କରିଦେଲେ । ନ୍ୟୁକ୍ଲିୟର ଫ୍ୟୁଜନର ବୈଜ୍ଞାନିକ ନୁନୋ ଲୁରେଇରୋଙ୍କୁ ବି ହତ୍ୟା କରିଦିଆଗଲା । ତାଙ୍କ ଘରକୁ ଅଜ୍ଞାତ ଆକ୍ରମଣକାରୀ ଟାର୍ଗେଟ କରିଥିଲେ ।
ଗତ ବୁଧବାର ସାମ୍ବାଦିକଙ୍କୁ ସୂଚନା ଦେଇ ହ୍ବାଇଟ ହାଉସ ପ୍ରବକ୍ତା କହିଛନ୍ତି, ଆମେ ସୂଚନା ଯୋଗାଡ କରୁଛି । ଏବେ ତଦନ୍ତ ଆରମ୍ଭ ହୋଇଛି । ଏହାକୁ ନେଇ କୌଣସି ସୂଚନା ଆସିଲେ ସମସ୍ତଙ୍କୁ ଅବଗତ କରାଯିବ ।
ନକଲି ଡାକ୍ତରଙ୍କୁ ମାଡି ବସିଲା ପୋଲିସ
ନନ୍ଦିଘୋଷ ବ୍ୟୁରୋ : ନନ୍ଦିଘୋଷ ବ୍ୟୁରୋ : ନକଲି ଡାକ୍ତରଙ୍କୁ ମାଡି ବସିଲା ପୋଲିସ। ପୋଲିସ ପ୍ଲାନରେ ଫସିଗଲେ ଡାକ୍ତର ଜୟନ୍ତ ବସ୍ତିଆ। ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ବଜାର ନିକଟରେ ଗର୍ଭପାତ କରାଇବା ବେଳେ ନକଲି ଡାକ୍ତର ଜୟନ୍ତ ବସ୍ତିଆଙ୍କୁ ମାଡି ବସିଲା ବଡମ୍ବା ପୋଲିସ। ରକ୍ତପାତ ଅବସ୍ଥାରେ ଜଣେ ମହିଳା ଉଦ୍ଧାର ହୋଇଛନ୍ତି। ନକଲି ଡାକ୍ତର ଜୟନ୍ତ ବସ୍ତିଆ ସୁନାପାଳ ନିକଟରେ ଖୋଲିଥିଲେ ବେଆଇନି ଗର୍ଭପାତ କ୍ଲିନିକ। ଆଜକୁ ୧୨ ବର୍ଷ ହେବ ଏଠାରେ ଦିନ ରାତ୍ରି ଓ ଭୋରରୁ ଗରାଖ ରେଡି କରି କରୁଥିଲେ ଗର୍ଭ ନଷ୍ଟ। ଏପରିକି ଏକ ମେସିନ ସାହାଯ୍ୟରେ ଏଠାରେ ଭୃଣ ନିରୂପଣ ମଧ୍ୟ କରନ୍ତି । ବଡମ୍ବା ପୋଲିସ ଏସଆଇ ବିଶ୍ୱ ବନ୍ଦିତା ସାହୁ ଗର୍ଭ ନଷ୍ଟ ବାହାନାରେ ଯାଇ ରେଡ଼ କରିଥିଲେ। ବଡମ୍ବା ଥାନା ଅଧିକାରୀ ପରମାନନ୍ଦନାୟକ ଏହି ଘଟଣାର ତଦନ୍ତ କରିବା ସହ ମାମଲା ରୁଜୁ କରିଛନ୍ତି। ବସ୍ତିଆ ଜଣେ ହୋମିଓ ପାଥିକ ଡାକ୍ତର ହୋଇଥିବା ବେଳେ ନିକଟରେ ମେଡିକାଲ ଚଲେଇବା ପାଇଁ ନାହିଁ କୌଣସି ପାଠ୍ୟକ୍ରମ ସାର୍ଟିଫିକେଟ। ବେଆଇନି କ୍ଲିନିକରୁ ଅପରେସନ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି, ଇଂଜେକସନ, ମେଡ଼ିସିନ ଆଦି ଜବତ କରାଯାଇଛି।
ଟ୍ରମ୍ପଙ୍କ ଦାବିକୁ ଇରାନର ଖଣ୍ଡନ
ନନ୍ଦିଘୋଷ ବ୍ୟୁରୋ : ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପ ଦାବି କରୁଛନ୍ତି ଓ ଟ୍ରମ୍ପଙ୍କ ଦାବିକୁ କିନ୍ତୁ ଇରାନ ଖଣ୍ଡନ କରୁଛି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ଟ୍ରମ୍ପ ଅନେକ କଥା କହି ସାରିଲେଣି କିନ୍ତୁ ଏହାର ସତ୍ୟତା ଉପରେ ସବୁବେଳେ ପ୍ରଶ୍ନ ଉଠିଛି । ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ଦାବି କରୁଛନ୍ତି । ସେ କହିଛନ୍ତି, ଇରାନ ତାର ୟୁରାନିୟମ ଆମକୁ ଦେବା ପାଇଁ ରାଜି ହୋଇଛି। ଆଲୋଚନା ଚାଲିଛି। ଜଲଦି ଡିଲ୍ ହେବ। ଯୁଦ୍ଧ ବିରତି ଆଉ ବଢ଼ାଇବା ଦରକାର ନାହିଁ । ଏହି ସପ୍ତାହ ଶେଷରେ ପୁଣି ଥରେ ଆଲୋଚନା ହେବ ଓ ଡିଲ୍ ହୋଇପାରେ ବୋଲି କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଖୁବ ଶୀଘ୍ର ଆମେ ବିଜୟ ହାସଲ କରିବାକୁ ଯାଉଛୁ। ଇରାନର ଆଉ ନୌସେନା ନାହିଁ। ଆମେ ସେମାନଙ୍କର ୧୫୮ଟି ଜାହାଜ ବୁଡ଼ାଇ ଦେଇଛୁ । ଖୁବ ଶୀଘ୍ର ଡିଲ୍ ହେବ । ଯଦି ଆଲୋଚନା ସଫଳ ହୁଏ, ତେବେ ପାକିସ୍ତାନ ଆସିବେ ବୋଲି ମଧ୍ୟ କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପଙ୍କ କଥାକୁ ଖଣ୍ଡନ କରିଛି ଇରାନ। ଇରାନ ପକ୍ଷରୁ କୁହାଯାଇଛି, ଟ୍ରମ୍ପ ଦିବାସ୍ଵପ୍ନ ଦେଖୁଛନ୍ତି। ସେପଟେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ଅସ୍ତ୍ରବିରତି। ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ହୋଇଥିବାର ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଛନ୍ତି, ଏହା ହେଉଛି ଐତିହାସିକ। ୱାଶିଂଟନରେ ଲେବାନନ ଓ ଇସ୍ରାଏଲ ମଧ୍ୟରେ ହୋଇଥିଲା ବୈଠକ। ୩୪ ବର୍ଷ ମଧ୍ୟରେ ଏହା ହେଉଛି ପ୍ରଥମ ଇସ୍ରାଏଲ-ଲେବାନନ ବୈଠକ। ଆଜିଠାରୁ ଏହି ଅସ୍ତ୍ରବିରତି ଆରମ୍ଭ ହୋଇଛି। ଏହାକୁ ମିଶାଇ ୧୦ଟି ଯୁଦ୍ଧ ବନ୍ଦ କରିଥିବାର ଦାବି କରିଛନ୍ତି ଟ୍ରମ୍ପ। ଇସ୍ରାଏଲ ଓ ଲେବାନନର ରାଷ୍ଟ୍ରମୁଖ୍ୟଙ୍କ ସହିତ ଆଲୋଚନା କରି ଯୁଦ୍ଧ ବିରତି କରାଇଥିବାର ଟ୍ରମ୍ପ କହିଛନ୍ତି। ଜାତିସଂଘର ମୁଖ୍ୟ ଗୁଣ୍ଟେରସ ମଧ୍ୟ ସ୍ଵାଗତ କରିଛନ୍ତି। ଏହି ଅସ୍ତ୍ରବିରତି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ ବୋଲି ଜାତିସଂଘର ମୁଖ୍ୟ କହିଛନ୍ତି।

