spot_img
Home Blog Page 6333

ହାଥରସ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ଦାବିରେ ଚାଲିଲେ ୫୦ କିଲୋମିଟର

କଳାହାଣ୍ଡି: ହାତରେ ପ୍ଲା କାର୍ଡ । କାନ୍ଧରେ ଜାତୀୟ ପତାକା । ମୁହଁରେ ଗୋଟିଏ ଶ୍ଳୋଗାନ । ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ । ସାରା ଦେଶରେ ଏବେ ହାଥରସ ଗଣଦୁଷ୍କର୍ମ ବିରୋଧର ଝଡ଼ ବହୁଛି । ହାଥରସରେ ମୃତ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆକ୍ରୋଶର ନିଆଁ ହୁହୁ ହୋଇ ଜଳୁଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋଷୀଙ୍କୁ ଫାଶୀ ଏବଂ ଦୁଷ୍କର୍ମର ବିରୁଦ୍ଧରେ ୩ ଯୁବକ ଚାଲିଲେ ୫୦ କିଲୋମିଟର । ତୁର୍ଲାଖମନ ଗାଁ ଠାରୁ ଭବାନୀପାଟଣା ଯାଏଁ ରଚିଲେ ଅଭିଯୋଗର ଅଭିଯାନ । ସାଙ୍ଗରେ ନେଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଭିଯୋଗ । ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକପତ୍ର ଦେବା ଭଳି ଅଭିନଭ ପ୍ରତିବାଦ କରିଛନ୍ତି ୩ ଯୁବକ । ୩ ଜଣ ଯୁବକ ହେଉଛନ୍ତି ପ୍ରମୋଦ ସାହୁ, ସରୋଜ ସାହୁ ଓ ଜୋସବନ୍ତ ରଣା ।

ସୂଚନା ଅନୁଯାୟୀ,  ଆଜି ନିଜ ଗାଁରୁ ଜାତୀୟ ପତାକା ଓ ପ୍ଲା କାର୍ଡ ଧରି  ଭବାନୀପାଟଣା ଅଭିମୁଖେ ବାହାରିଥିଲେ । ହାଥରସ ରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ନିନ୍ଦନୀୟ । ଆମକୁ ଏହି ଘଟଣା ଦେଖି ବିବ୍ରତ କରିଦେଇଥିଲା ବୋଲି ୩ ଜଣ ଯୁବକ କହିଛନ୍ତି । ଭାରତ ବର୍ଷ ରେ ବାରମ୍ବାର ଏହି ଭଳି ଘଟଣା ଘଟୁଛି । ଯେଉଁଥି ପାଇଁ ସେମାନେବି ଦାୟୀ ବୋଲି କହିଥିଲେ । ସମାଜ ଧୀରେ ଧୀରେ କଳୁଷିତ ହେଉଛି । ଲୋକେ ବାରମ୍ବାର ଏହିଭଳି ଘଟଣା ଘଟାଉଛନ୍ତି ।

ଯେଉଁ ମାନେ ଏହି ବର୍ବର କାଣ୍ଡ କରୁଛନ୍ତି ସମସ୍ତଙ୍କ ମା’ ଭଉଣୀ ଅଛନ୍ତି । କିନ୍ତୁ ସେମାନେ ଏହି କାଣ୍ଡ ଭିଆଇଲାବେଳେ ନିଜେ ଭାବୁ ନାହାନ୍ତି । ବିବେକ ହରାଇ ବସୁଛନ୍ତି । ଏଣୁ  ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ତାଙ୍କର ପ୍ରଥମ ଦାବୀ । ତେବେ କଳୁଷିତ ହୋଇଆସୁଥିବା ସମାଜକୁ ପୁଣି ଠକି କରିବା ଏବଂ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ଏ ଯାତ୍ରା କରିଥିବା ଏହି ୩ ଜଣ ଯୁବକ କହିଛନ୍ତି । ସେମାନେ ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କର ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ମହିଳା କମିଶନରେ ହାଜର ହେଲେ OTV ଏମ୍‌ଡିଙ୍କ ପ୍ରତିନିଧି

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମହିଳା କମିଶନରେ ହାଜର ହେଲେ ଓଟିଭି ଏମ୍‌ଡିଙ୍କ ପ୍ରତିନିଧି । ଓକିଲଙ୍କ ସହ ସେ ହାଜର ହୋଇଛନ୍ତି । ଗତକାଲି ମହିଳା କମିଶନଙ୍କ ପକ୍ଷରୁ ମାମଲା ସଂପର୍କିତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମହିଳା କମିଶନଙ୍କଙ୍କ ଡ଼ାକରା ପରେ ହାଜର ହୋଇଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ଗତକାଲି ଦୀର୍ଘ ଅଢେଇ ଘଣ୍ଟା ଚାଲିଥିଲା ଶୁଣାଣି ।

ଶୁଣାଣି ବେଳେ ଉପସ୍ଥିତ ପୀଡ଼ିତାଙ୍କ ମା’ ତଥା ଅଭିଯୋଗକାରିଣୀ କମିଶନଙ୍କ ସମ୍ମୁଖରେ କାନ୍ଦି ନ୍ୟାୟ ପାଇଁ କାକୁତି ମିନତି ହୋଇଥିଲେ । ତେବେ ଓଟିଭି ଏମଡି ନିଜେ ହାତର ନହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତିନିଧିଙ୍କୁ ପଠାଇଥିଲେ । ପ୍ରତିନିଧି ପଠାଇବା ସତ୍ତ୍ୱେ ଏଥିପାଇଁ ଆବଶ୍ୟକ କାଗଜପତ୍ର କିନ୍ତୁ କମିଶନଙ୍କ ପାଖରେ ଦାଖଲ କରିନଥିଲେ । ଆଜି ଦିନ ସାଢେ ୧୨ଟା ପୂର୍ବରୁ କାଗଜପତ୍ର ଦାଖଲ କରିବାକୁ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଥିଲେ ।

ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୦ ଗୃହିତ

ଭୁବନେଶ୍ୱର:

  • ବିଧାନସଭାରେ ଗୃହିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ 2020। ଆଲୋଚନା ଓ ବିଚାର ପରେ ବିଲକୁ ପାରିତ କରିଛି ଗୃହ। ବିଲ ଆଲୋଚନା ବେଳେ ବିଜେପି ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରି ନଥିଲେ। ବାଚନୀକ ଭୋଟ ମାଧ୍ୟମରେ ବିଲଟିକୁ ପାରିତ କରାଯାଇଛି।
  •  କେନ୍ଦ୍ର ସରକାର ଓ ଚୀନ୍‌ ମଧ୍ୟରେ ସମ୍ପର୍କ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍‌ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚୀନକୁ ଲୁହାପଥର ରପ୍ତାନୀ ପାଇଁ ଅନୁମତି କିଏ ଦେଲା ବୋଲି ତାରା ପ୍ରଶ୍ନ କରିଥିଲେ  ।ଗୃହରେ କେନ୍ଦ୍ର ସରକାର ଓ ଚାଇନା ସମ୍ପର୍କ ନେଇ ବିଜେପିକୁ ଘେରିଲେ ବିରୋଧୀ ଦଳର ବିଧାୟକ ତାରା ବାହିନୀପତି । ପାରାଦୀପ ଓ ଗୋପାଳପୁର ବନ୍ଦରରୁ ଚାଇନାକୁ ଲୁହା ଦେବାକୁ କେନ୍ଦ୍ର ଅନୁମତି ଦେଇଛି । ପାରାଦୀପରୁ ଦୈନିକ ୯୩୫ ଟନ ଓ ଗୋପାଳପୁରରୁ ୩୨୫ ଟନ ଲୁହାପଥର ଯୋଗାଇ ଦିଆଯାଉଛି । ହେଲେ ଏହା ବାଦ ହଜାର ହଜାର ଟନ ଚାଇନାକୁ ଲୁହାପଥର ରପ୍ତାନୀ ହେଉଛି । ସେହି ଲୁହାରେ ଚାଇନା ଅସ୍ତ୍ର କରି ଭାରତକୁ ଆକ୍ରମଣ କରିବ ବୋଲି ବିରୋଧି ଟାର୍ଗେଟ କରିଛି ।
  •  ବିଜେପି ଆଜି ପୁଣି ପିଏମ୍‌ କିଷାନ ଯୋଜନା ନେଇ ମୁଲତବୀ ପ୍ରସ୍ତାବ ଦେଇଥିଲା । ତେବେ ଗତକାଲି କୃଷି ଓ କୃଷକ ସଂପର୍କିତ ମୁଲତବି ପ୍ରସ୍ତାବ ଆଲୋଚନା ହେଇଥିବାରୁ ବାଚସ୍ପତି ଅଗ୍ରାହ୍ୟ କରିଥିଲେ । ଗତକାଲି ବିଜେପି ଚାହିଁଥିଲେ ଗୃହରେ ଚାଷୀ ସମସ୍ୟା ଆଲୋଚନାରେ ଭାଗ ନେଇ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତା ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି । ସେହିପରି ଚାଷୀମାନଙ୍କ ସୁବିଧା ପାଇଁ ଚକବନ୍ଦୀ ଓ ବନ୍ଦୋବସ୍ତ କାମ ସାରିବାକୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ଦାବି କରିଥିଲେ ।
  • ଗୃହରେ ବିଜେପି ସଦସ୍ୟଙ୍କ ନାରାବାଜି । ଆଲୋଚନା ପାଇଁ ସୁଯୋଗ ନମିଳିବା ଅଭିଯୋଗ କରି ହୋହଲ୍ଲା । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନା କିମ୍ବା ଖଣି ପ୍ରସଙ୍ଗରେ ଆଲୋଚନା ପାଇଁ ସୁଯୋଗ ମିଳୁନଥିବା କହି ଗୃହ ମଝିରେ ହୋହାଲ୍ଲା କରିଥିଲେ ବିଜେପି ସଦସ୍ୟ । ଆମକୁ କହିବାକୁ ସୁଯୋଗ ନଦେଲେ ଗୃହ ଚଲାଇଦେବୁନି ବିରୋଧୀଦଳ ନେତା କହିଥିଲେ  ପ୍ରଦୀପ୍ତ ନାୟକ ।

ଚତୁର୍ଥ ଦିନରେ ପୁଣି ସାରୁଅରେ ହେଲା ଜମି ମାପ ଚୁପ, ସାମିଲ ହେଲେନି ବେଗୁନିଆ ତହସିଲଦାର

ଭୁବନେଶ୍ୱର: ଓଟିଭି ଜମି କେଳେଙ୍କାରୀ ମାମଲାରେ ଆଜି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଚତୁର୍ଥ ଦିନ ଲାଗି ଜମି ମାପ ଚୁପ କରିବାକୁ ସାରୁଅରେ ପହଞ୍ଚିଛି  । ଗ୍ରାଉଣ୍ଡ ଜିରୋରରେ ପହଞ୍ଚି ଜମି ମାପ ଚୁପ କରୁଛି ପ୍ରଶାସନ । ଏଥିରେ ବେଗୁନିଆ ତହସିଲଦାରଙ୍କୁ ସାମିଲ କରାଯାଇନାହିଁ । ଅନ୍ୟ ତହସିଲଦାର, ଆରଆଇ ଓ ଅମିନ ପହଞ୍ଚି ମାପଚୁପ କରୁଛନ୍ତି  ।

ଏକ ୭ ଜଣିଆ ଟିମ ସାରୁଅରେ ପହଞ୍ଚି ଜମି ମାପଚୁପ କରିଛନ୍ତି  । ବେଗୁନିଆ ତହସିଲଦାରଙ୍କ ବିରୋଧରେ ଜମି ମାପ ଚୁପରେ ପକ୍ଷପାତିତା ଅଭିଯୋଗ ପରେ ତାଙ୍କର ବଦଳି ପାଇଁ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ଚିଠି ଲେଖିଛନ୍ତି  । ତିନିଦିନ ତଳେ ଏଭଳି କିଛି ଅଭିଯୋଗ କରିଥିଲେ ସେହି ଗାଁର ଜଳଧର ମହାଭୋଇ ଓ ଅନ୍ୟମାନେ  ।

ଏହାପରେ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରି ଅଭିଯୋଗରେ ସତ୍ୟତା ଥିବା ଜାଣିପାରିଥିଲେ । ଏହାପରେ ଜିଲ୍ଲାପାଳ ରାଜସ୍ୱ ବିଭାଗକୁ ବେଗୁନିଆ ତହସିଲଦାରଙ୍କ ବଦଳି ପାଇଁ ଚିଠି ଲେଖିଛନ୍ତି । ଗତ ଏକ ତାରିଖରେ ପ୍ରଶାସନ ସାରୁଅରେ ଓଟିଭିର ତରଙ୍ଗ ଅଫିସକୁ ଯାଇଥିବା ଗୋଚର ରାସ୍ତା ଚିହ୍ନଟ କରି ନାଲି ପତାକା ମାରି ଫେରିଥିଲା  ।

ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ

ହାଥରସ: ହାଥରସରେ ଥମୁନି ଲଜ୍ଜା । ହାଥରସର ଆଉ ଏକ ୬ବର୍ଷ ଝିଅର ଦୁଷ୍କର୍ମ ପରେ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୧୫ ଦିନ ତଳେ ସାଦାବାଦ ଅଞ୍ଚଳର ୬ବର୍ଷର ଶିଶୁଙ୍କ ସହ ଅଲିଗଡ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ହୋଇଥିଲା । ଏହାପରେ ଦିଲ୍ଲୀର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶିଶୁର ମୃତ ଶରୀରକୁ ରାସ୍ତାରେ ରଖି ସଂପର୍କୀୟମାନେ ରାସ୍ତାରୋକ କରିଛନ୍ତି ।

Rape Attempt Victim Attacked Stabbed With Knife Kanpur UP

ସମ୍ପର୍କୀୟ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଇଗଲାସ ଥାନା ଅଧିକାରୀଙ୍କୁ ନିଲମ୍ବନ ନକରାଯାଇଛି ସେ ପର୍ଯ୍ୟନ୍ତ ଶିଶୁର ଅନ୍ତିମ ସଂସ୍କାର ହେବନାହିଁ ।  ଘଟଣାସ୍ଥଳରେ ଅଧିକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ପ୍ରକୃତ ଦୋଷୀକୁ ଗିରଫ କରାଯାଇନଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ନାବାଳିକାର ବାପା କହିଛନ୍ତି ଯେ, ତିନିମାସ ପୂର୍ବରୁ ତାଙ୍କର ଦୁଇ ଝିଅଙ୍କୁ ତାଙ୍କ ମାଉସୀ ନିଜ ଘରକୁ ନେଇଯାଇଥିଲେ ସେଠାରେ ହିଁ ମାଉସୀଙ୍କ ପୁଅ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ଏବଂ ସେ ଦାବି କରିଛନ୍ତି ଯେ, ତାଙ୍କର ବଡ଼ ଝିଅକୁ ସେଠାରୁ ଫେରାଇ ଅଣାଯାଉ ଏବଂ ପ୍ରକୃତ ଦୋଷୀକୁ ଗିରଫ କରାଯାଉ । ପୋଲିସ ଯାହାକୁ ଗିରଫ କରିଛି ସେ ପ୍ରକୃତ ଦୋଷୀ ନୁହଁନ୍ତି  ।

ଅନ୍ୟପଟେ ଏହି ମାମଲାରେ ସାଦାବାଦର ଡିଏସପି ବ୍ରହ୍ମ ସିଂ କହିଛନ୍ତି ଯେ, ନାବାଳିକର ମାଆଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ନାବାଳିକା ତାଙ୍କ ମାଉସୀଙ୍କ ଘରେ ରହୁଥିଲେ । ଏବଂ ମାଉସୀ ପୁଅ ହିଁ ଏହି ଦୁଷ୍କର୍ମରେ ସାମିଲ ଅଛି । ଏହାସହ ଇଗଲାସର ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି। ଘଟଣାସ୍ଥଳରେ ଆଲିଗଡ ଏଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।

କୋଇଲା ଖଣି ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୯୯ ମସିହାର ଏକ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  । ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରବତି ଭରତ ପରାସର ଦିଲ୍ଲୀପଙ୍କୁ ଦୋଶୀ ସାବ୍ୟସ୍ତ କରିଛନ୍ତି । ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ ସେତେବେଳେ କୋଇଲା ମନ୍ତ୍ରୀ ଥିଲେ । ୧୯୯୯ ଝାଡ଼ଖଣ୍ଡ କୋଇଲା ଖଣି ଆବଣ୍ଟନରେ କାଳରେ ଦିଲ୍ଲୀପ ରାୟ ଅନିୟମିତତା କରିଥିବା ନେଇ ମାମଲା ହୋଇଥିଲା । ଝାଡ଼ଖଣ୍ଡର ବ୍ରାହ୍ମଡ଼ିହା କୋଇଲା ଖଣିକୁ କାଷ୍ଟନ ଟେକ୍ନୋଲୋଜି ଲିମିଟେଟକୁ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା ।

କାଷ୍ଟନ ମାଇନିଂ ଲିମିଟେଡ ଝାରଖଣ୍ଡର ଏକ କୋଇଲା ବ୍ଲକ ଆଲୋକସନ ପାଇଁ ୧୯୯୮ରେ ମିନିଷ୍ଟ୍ରି ଅଫ କୋଲରେ ଆବେଦନ କରିଥିଲା । ଏହି କୋଲ ବ୍ଲକ କାଷ୍ଟନରେ ପ୍ରିୟା ପ୍ରିତି କରାଯାଇଛି ବୋଲି ସିବିଆଇ ଯେଉଁ ରିପୋର୍ଟ ଦେଇଥିଲା । ସେହି ଆଧାରରେ ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇଛନ୍ତି ଏବଂ ତାଙ୍କ ଦୋଷୀ ସାବ୍ୟସ୍ତ କରାଇଛନ୍ତି । କେବଳ ଦିଲ୍ଲୀପ ରାୟ ନୁହନ୍ତି ଏହି ମାମଲାରେ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଦୁଇଜଣ ବରିଷ୍ଠ ଅଧିକାରି ପ୍ରଦିପ କୁମାର ବାନାର୍ଜୀ( ଅତିରିକ୍ତ ସଚିବ ) ଓ ନିତ୍ୟାନନ୍ଦ ଗୋୗତମ,( ପ୍ରକଳ୍ପ ପରାମର୍ଶଦାତା)ଙ୍କୁ  ମଧ୍ୟ ଅଦାଲତ ମାମଲାରେ ଦୋଷୀ ସାବ୍ୟସ କରିଛନ୍ତି । କ୍ୟାଷ୍ଟ୍ରନ ଟେକନୋଲୋଜିର ନିର୍ଦ୍ଦଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

କମୁଛି କରୋନା ସଂକ୍ରମଣ, ଚିହ୍ନଟ ହେଉଛନ୍ତି କମ୍‌ ସଂଖ୍ୟକ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । ରାଜ୍ୟରେ ଖସୁଛି କରୋନା ପାରା । ଦୁଇଦିନ ହେବ ରେକର୍ଡ ଠାରୁ କମ ସଂଖ୍ୟାରେ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ଆଜି ୨୬୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୧୯ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ୨ ଲକ୍ଷ ୩୮ ହଜାର ୩ ଜଣ ମୋଟ ସଂକ୍ରମିତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୪ ହଜାର ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ ୩୦ ହଜାର ୬୧୦ ଜଣ ସଂକ୍ରମିତ ରହିଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୪୮ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୨୬, ବାଲେଶ୍ୱରରୁ ୭୦, ବରଗଡ଼ରୁ ୬୮, ଭଦ୍ରକରୁ ୯୭, ବଲାଙ୍ଗିରରୁ ୯୩, ବୌଦ୍ଧରୁ ୧୩, କଟକରୁ ୨୧୪, ଦେଓଗଡ଼ରୁ ୧୮, ଢ଼େଙ୍କାନାଳରୁ ୩୬, ଗଜପତିରୁ ୧୧, ଗଞ୍ଜାମରୁ ୪୪, ଜଗତସିଂହପୁରରୁ ୬୮, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୬୮, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୧୫୧, କେନ୍ଦୁଝରରୁ ୫୧, କୋରାପୁଟରୁ ୩୯, ମାଲକାନାଗିରିରୁ ୩୨, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୭୨, ନୟାଗଡ଼ରୁ ୩୫, ନୂଆପଡ଼ାରୁ ୧୫୯, ପୁରୀରୂ ୧୨୪, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୭୩, ସୋନପୁରରୁ ୬୯, ସୁନ୍ଦରଗଡ଼ରୁ ୮୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ୍ ବି ରାମସୁବ୍ରମଣ୍ୟମଙ୍କ ବେଞ୍ଚ ଶୁଣାଣି କରିବେ । ମାମଲାର ତଦନ୍ତ ସିବିଆଇ କିମ୍ବା ଏସଆଇଟି କରିବା ନେଇ ସର୍ବୋଚ୍ଚ କୋର୍ଟରେ ଜନସ୍ୱାର୍ଥ ମାମଲାରେ ଦାବି ହୋଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ଦାବି ହୋଇଛି । ଉତ୍ତରପ୍ରଦେଶରେ ମାମଲାର ନିରପକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି । ତେବେ ପୂରା ଘଟଣାରେ ୟୁପି ପୋଲିସର ଭୂମିକା ନେଇ ପ୍ରଶ୍ନ ଉଠିଛି । ବିରୋଧୀ ନେତାଙ୍କୁ ପୋଲିସର ଲାଠିଚାର୍ଜ ଓ ରାତିଅଧିଆ ପୀଡ଼ିତାଙ୍କ ଅନ୍ତିମସଂସ୍କାର ଘଟଣା ବି ଆବେଦନରେ ଦର୍ଶାଯାଇଛି ।

ଅନ୍ୟପଟେ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ୧୯ଟି ମାମଲା ରୁଜୁ ହୋଇଛି  । ଘଟଣାକୁ ନେଇ ରାଜ୍ୟରେ ଅପପ୍ରଚାର କରାଯାଉଛି, ହିସାଂକୁ ବଢାଯାଉଛି  । ୟୁପି ମାହୋଲକୁ ବିଗାଡି ବାକୁ କିଛି ବ୍ୟକ୍ତି ଚେଷ୍ଟା କରୁଛନ୍ତି  । ଏନେଇ ପୋଲିସ ୧୯ଟି ମାମଲା ରୁଜୁ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର  । ହାଥରସ୍ ପୀଡିତାଙ୍କ ଭାଇଙ୍କ ବୟାନ ଆଧାରରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଛି  ।

ରାଜ୍ୟ ସରକାର ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିସ କରିଛନ୍ତି  । କିନ୍ତୁ କିଛି ଲୋକେ ରାଜନୈତିକ ଉଦ୍ଦେଶ୍ୟ ରଖି ଖବରକୁ ଅପପ୍ରଚାର କରୁଥିବା କହିଛନ୍ତି ଏଡିଜି । ସେପଟେ ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟିବା ପାଇଁ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ହାଥରସ ଗସ୍ତ କରିଥିଲେ । ଏହି ଟିମ୍‌ର ନେତୃତ୍ୱ ଆପ୍‌ ସାଂସଦ ସଞ୍ଜୟ ସିଂହ ନେଇଥିଲେ। ହେଲେ ସାଂସଦ ସଞ୍ଜୟ ସିଂହଙ୍କୁ ସାମ୍ବାଦିକ ସମ୍ମିଳନୀ ବେଳେ ଗାଳି ମାଡ଼ ହୋଇଥିବା ସୂଚନା ମିଳିଛି  ।

ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କୁ ନ୍ୟାୟ ଦେବାକୁ ଦାବି ଜୋର ଧରିଛି । ବିଭିନ୍ନ ରାଜନୈତିକ ଦଳ ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଉଛନ୍ତି । ଅନ୍ୟପଟେ ପୀଡିତାଙ୍କ ପରିବାର ପକ୍ଷରୁ ହାଥରସ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟରୁ ହଟାଇବାକୁ ଦାବି କରାଯାଇଛି । ପରିବାର ଲୋକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଦେଶରେ ୨୪ ଘଣ୍ଟାରେ ୬୧ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ୨୪ ଘଣ୍ଟାରେ ୬୧ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୮୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୬୬ଲକ୍ଷ ୮୫ହଜାର ୮୩କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ୍ କେସ୍ ୯ଲକ୍ଷ ୧୯ହଜାର ୨୩ ଓ ସୁସ୍ଥ ହେଲେଣି ୫୬ଲକ୍ଷ ୬୨ହଜାର ୪୯୧ । ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩ହଜାର ୫୬୯କୁ ବୃଦ୍ଧି ହୋଇଛି ।

ସେହିଭଳି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ରେକର୍ଡ ହୋଇଛି । ମହାରାଷ୍ଟ୍ରରେ ମୋଟ୍ ୧୪ଲକ୍ଷ ୫୩ହଜାର ୬୫୩ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩୮ହଜାର ୩୪୭ରେ ପହଞ୍ଚିଛି । ଏବଂ ଦେଶରେ ଦ୍ୱିତୀୟ ଅଧିକ ସଂକ୍ରମିତ ଆନ୍ଧ୍ରପ୍ରଦେଶରୁ ଚିହ୍ନଟ ହୋଇଛନ୍ତି  । ଆନ୍ଧ୍ରପ୍ରଦେଶରେ ୭ଲକ୍ଷ ୨୩ହଜାର ୫୧୨କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬ହଜାର ୧୯ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେଲାଛନ୍ତି ।

ପାରାଦୀପ ବନ୍ଦରରେ ଥିବା ଜାହାଜରେ ରଶି ଲଗାଇ ଯବାନଙ୍କ ଆତ୍ମହତ୍ୟା

ପାରାଦ୍ୱୀପ: କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଆତ୍ମହତ୍ୟା କଲେ ଯବାନ । କୋଷ୍ଟଗାର୍ଡର ରେଜିଆ ଶୁଲତାନା ନାମକ ଜାହାଜରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ନାମ ଏ. କେ. ଗୌତମନ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ତାଙ୍କ ଘର କେରଳ ବୋଲି ସୂଚନା ମିଳିଛି । ସୋମବାର କୋଷ୍ଟଗାର୍ଡର ଉପରିସ୍ଥ ଅଧିକାରୀ ଅଭିଜିତ୍ ସିଂହ ପ୍ରଥମେ ଜାହାଜର ମେସିନ ରୁମରେ ଗୌତମନ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ନେହେରୁବଙ୍ଗଳା ମେରାଇନ୍ ଥାନାକୁ ଖବର ଦିଆଯାଇଥିଲା ।

ନେହେରୁବଙ୍ଗଳା ମେରାଇନ୍ ଥାନା ପକ୍ଷରୁ କେସ୍ ନମ୍ବର ୬/୨୦ ଅନୁଯାୟୀ ଏକ ଆତ୍ମହତ୍ୟା ମାମଲା ରୁଜୁକରାଯାଇଛି । ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ କଣ ପାଇଁ ମୃତ୍ୟୁ ହୋଇଛି ? ତାଙ୍କ ସହ କଣ ହୋଇଥିଲା ଜାହାଜ ମଧ୍ୟରେ ? ଏନେଇ କୌଣସି ପ୍ରକାରର ସୂଚନା ମିଳିପାରିନାହିଁ ।