spot_img
Home Blog Page 6343

ରାଜନୀତିର ମହାରଥୀଙ୍କୁ କେବେ ଭୁଲି ହେବ ନାହିଁ, ମନେ ରହିବ ସେ ଅନ୍ଦାଜ

ଭୁବନେଶ୍ୱର: ବିବାଦୀୟ,ବିତର୍କିତ କିନ୍ତୁ ଲୋକପ୍ରିୟ । ରାଜନୀତିର ମାହିର ଖେଳାଳି କିନ୍ତୁ ବେପରବାୟ । ୪୦ ବର୍ଷର ରାଜନୈତିକ କ୍ୟାରିୟର ଭିତରେ ଅନେକ ସଂକଟ ଆସିଥିଲା କିନ୍ତୁ ତାକୁ ମହାମେରୁ ଭଳି ସାମ୍ନା କରିଥିଲେ ମହାରଥୀ । ବିବାଦ ଓ ରାଜନୈତିକ ସଂକଟକୁ ନେଇ ମହାରଥୀଙ୍କ ଅଲଗା ଅନ୍ଦାଜ ଥିଲା । ବିଲକୁଲ ବେପରବାୟ । ଲୋକଙ୍କ ଭିତରୁ ଆସିଥିବା ମାଟିର ନେତା । ଲୋକଙ୍କ ସମର୍ଥନ ଥିଲା ତେଣୁ ଏହା କହିବାକୁ ସାହସ କରୁଥିଲେ,ସରି ନାହିଁ ଯୁଦ୍ଧ ହାରି ନାହିଁ ମହାରଥୀ ।

ଅଣକଂଗ୍ରେସ ରାଜନୀତିରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ମହାରଥୀ ଶେଷ ପର୍ଯ୍ୟନ୍ତ ସେହି ଅଣ କଂଗ୍ରେସ ରାଜନୈତିକ ମତବାଦର ସମର୍ଥକ ଥିଲେ । ଅନେକ ବିବାଦରେ ନାଁ ଉଠିଛି କିନ୍ତୁ ଲୋକପ୍ରିୟତା ଊଣା ହୋଇନି । ୧୯୮୦ ଦଶକରେ ଯେତେବେଳେ ସେ ରାଜନୀତିକୁ ଆସିଲେ ସେତେବେଳେ ସେ ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହ ଥିଲେ । ଜନତା ପାର୍ଟିରୁ ଜନତା ଦଳ ପୁଣି ବିଜୁ ଜନତା ଦଳ । ପିପିଲିର ରାଜନୀତି ଗଲା ୪ ଦଶକ ଧରି ତାଙ୍କ ଚାରିପଟେ ହିଁ ଘୁରି ବୁଲୁଥିଲା । ୧୯୯୦ ମସିହାରେ ଯେତେବେଳ ଲମ୍ବା ରାଜନୈତିକ ବନବାସ ପରେ ବିଜୁ ପଟ୍ଟନାୟକ ପୁଣି କ୍ଷମତାକୁ ଫେରିଥିଲେ,ସେତେବେଳେ ପ୍ରଦୀପ ମହାରଥୀଙ୍କ ଭଳି ଯୁବ ଚେହେରା ତାଙ୍କ ସହିତ ଥିଲେ ।

୧୯୮୫ ମସିହାରେ ଜନତା ଦଳରେ ଯୋଗ ଦେବା ପୂର୍ବରୁ ସେ ପୁରୀର ଏସସିଏସ କଲେଜରୁ ହିଁ ନିଜ ରାଜନୈତିକ ଜୀବନ ଆରମ୍ଭ କରି ସାରିଥିଲେ । ୧୯୮୫ରେ ସେ ଜନତା ଦଳରେ ଯୋଗ ଦେବା ସହ ପିପିଲି ପାଇଁ ଟିକେଟ୍ ମଧ୍ୟ ପାଇଥିଲେ । ପିପିଲି ବିଧାନସଭା କ୍ଷେତ୍ରରୁ ପ୍ରଥମଥର ପ୍ରତିଦ୍ୱନ୍ଦ୍ୱିତା କରି ସେ ବିଜୟୀ ହୋଇଥିଲେ । ବିଜୟର ଏହି ଧାରା ଅନେକ ଅନ୍ତିମ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା । ୧୯୮୫ ପରେ ୧୯୯୦ ନିର୍ବାଚନରେ ମଧ୍ୟ ପିପିଲି ବିଧାନସଭା କ୍ଷେତ୍ରରୁ ସେ ବିଜୟୀ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ଦେହାବସାନ ପରେ  ବିଜୁ ଜନତା ଦଳ ଗଠିତ ହୋଇଥିଲା । ୨୦୦୦ ମସିହାରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ୨୦୦୦ ମସିହା ପରଠାରୁ ସବୁ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କହିବାକୁ ଗଲେ ପିପିଲିରେ ତାଙ୍କ ଲୋକ ପ୍ରିୟତା ଚରମରେ ଥିଲା । ଏମିତି ମଧ୍ୟ କୁହାଯାଇପାରେ ପିପିଲି ତାଙ୍କର ଥିଲା ଓ ସେ ପିପିଲିର ଥିଲେ ।

କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟ ଉଲ୍ଲେଖନୀୟ ଥିଲା । ତାଙ୍କରି କାର୍ଯ୍ୟକାଳରେ ଓଡ଼ିଶା କୃଷି କର୍ମଣ ସମ୍ମାନ ପାଇଥିଲା । ତା’ପୁଣି କ୍ରମାଗତ ଭାବେ ଚାରି-ଚାରି ଥର । ନିଜକୁ ଚଷା ପୁଅ କହିବାକୁ ଭଲ ପାଉଥିବା ମହାରଥୀ ମାଟି ସହ ତାଙ୍କ ସଂପର୍କକୁ କାଟିନଥିଲେ । ନିଜ ନିର୍ବାଚନ ମଣ୍ଡଳୀ ସହ ଥିଲା ତାଙ୍କର ଅନ୍ତରଙ୍ଗ ସଂପର୍କ । ଚାଷ ସହ ଯଦି ତାଙ୍କର ଥିଲା ନିବିଡ ସଂପର୍କ ତେବେ ଓଡ଼ିଶାର ଲୋକ ସଂସ୍କୃତି ସହ ମଧ୍ୟ ମହାରଥୀଙ୍କର ଥିଲା ଆତ୍ମିୟତା । ଯାତ୍ରା ଜଗତ ସହିତ ମହାରଥୀଙ୍କ ସଂପର୍କ ବାବଦରେ ଉଣାଅଧିକେ ସମସ୍ତେ ଜାଣନ୍ତି । ନିଜ ଯାତ୍ରା ପାର୍ଟି ଜରିଆରେ ସେ କେବଳ କଳାକାରଙ୍କୁ ଜୀବିକା ଯୋଗାଉ ନଥିଲେ ଅଧିକନ୍ତୁ ଯାତ୍ରାକୁ ଏକ ଶିଳ୍ପରେ ପରିଣତ କରିବାରେ ତାଙ୍କର ଉଲ୍ଲେଖନୀୟ ଭୂମିକା ଥିଲା । ଯାତ୍ରା ଜଗତ ସହିତ ଜଡିତ ମହାରଥୀଙ୍କ କଥା କହିବା ଶୈଳୀକୁ ଆଗକୁ ଲୋକ ନିଶ୍ଚୟ ଝୁରିବେ । ସେ କହୁଥିଲେ ସରି ନାହିଁ ଯୁଦ୍ଧ ହାରି ନାହିଁ ମହାରାଥୀ । ମହାରଥୀ ଜୀବନ ଯୁଦ୍ଧରେ ହାରି ଯାଇ ପାରନ୍ତି କିନ୍ତୁ ନିଜ ଲୋକଙ୍କ ମନରୁ କେବେ ମଧ୍ୟ ହଜିଯିବେ ନାହିଁ ଏହା ନିଶ୍ଚିତ ।

ଭଲ ଚାଷୀ ଥିଲେ, ଲୋକଙ୍କ ସମସ୍ୟାର ଅତି ମଜାଳିଆ ଢଙ୍ଗରେ ସମାଧନ କରୁଥିଲେ – ଦେବୀ ମିଶ୍ର

ଓଡିଶାର ପୁରପଲ୍ଲୀ ଘରେ ଘରେ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ପୂର୍ବତନ ମନ୍ତ୍ରୀ ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ କାନ୍ଦୁଛି ପିପିଲି ।

ଜଣେ ଉଚ୍ଚକୋଟିର ଲୋକ ଥିଲେ ମହାରଥୀ: ସୁର ରାଉତରାୟ

ଜଣେ ଉଚ୍ଚକୋଟିର ଲୋକ ଥିଲେ ମହାରଥୀ: ସୁର ରାଉତରାୟ

ମୁଁ ମୋ ବଡ଼ଭାଇଙ୍କୁ ହରାଇଛି- ଅତନୁ ସବ୍ୟସାଚୀ

 

ମୁଁ ମୋ ବଡ଼ଭାଇଙ୍କୁ ହରାଇଛି- ଅତନୁ ସବ୍ୟସାଚୀ

ମାମୁଁ ଚାଲିଗଲେ- ପ୍ରଣବ ପ୍ରକାଶ ଦାସ

ମାମୁଁ ଚାଲିଗଲେ- ପ୍ରଣବ ପ୍ରକାଶ ଦାସ

ଯୁବକମାନଙ୍କ ସ୍ପନ୍ଦନ ଥିଲେ ନଟୁ ଭାଇ – ସମୀର ଦାଶ

ଯୁବକମାନଙ୍କ ସ୍ପନ୍ଦନ ଥିଲେ ନଟୁ ଭାଇ – ସମୀର ଦାଶ

ସମର୍ପିତ ଜନ ନେତା : ସୂର୍ଯ୍ୟ ନାରାୟଣ ପାତ୍ର

ସମର୍ପିତ ଜନ ନେତା : ସୂର୍ଯ୍ୟ ନାରାୟଣ ପାତ୍ର

ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆତ୍ମୀୟ କରିବାର କ୍ଷମତା ରଖୁଥିଲେ: ଅରୁଣ ସାହୁ

 

ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆତ୍ମୀୟ କରିବାର କ୍ଷମତା ରଖୁଥିଲେ: ଅରୁଣ ସାହୁ

ମହାରଥୀ ଯୁଗାବସାନରେ ଶୋକ ପ୍ରକାଶ କଲେ ରାଜ୍ୟପାଳ….

ଭୁବନେଶ୍ୱର: ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀଙ୍କ ବିୟୋଗରେ ସାରା ରାଜ୍ୟ ଶୋକ ପ୍ରକାଶ କରୁଛି । ଏହି କ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ପ୍ରଦୀପଙ୍କ ବିୟୋଗରେ ଶୋକ ଜଣାଇଛନ୍ତି ।

ଓଡ଼ିଶା ରାଜ୍ୟପାଳ ଟ୍ୱିଟ୍ କରି ପ୍ରଦୀପଙ୍କ ମୃତ୍ୟୁକୁ ଦୁର୍ଭାଗ୍ୟଜନକ  ବୋଲି କହିବା ସହ ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କ ଅବଦନାକୁ ପ୍ରଶଂସା କରିଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଟ୍ୱିଇଟରରେ ଲେଖିଛନ୍ତି, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ଖବର ପାଇଁ ଦୁଃଖିତ । ଖୁସ୍ ମିଜାସ୍ ଓ ରୋକଠୋକ୍ ବ୍ୟବହାର କରି ସେ ଏକ ବିରଳ ପରିଚୟ ସୃଷ୍ଟି କରିଛନ୍ତି ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମଧ୍ୟ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ତେବେ ଓଡିଶା ରାଜନୀତିର ପ୍ରାୟ ସମସ୍ତ ନେତା ମହାରଥୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଆମ ଭିତରେ ଦୁଇଭାଇର ସମ୍ପର୍କ ଥିଲା: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଆମ ଭିତରେ ଦୁଇଭାଇର ସମ୍ପର୍କ ଥିଲା: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର