spot_img
Home Blog Page 642

ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ହର ହର ମହାଦେବ ଧ୍ବନିରେ କମ୍ପୁଛି ପରିବେଶ। ଅତ୍ୟନ୍ତ ଭାବପୂର୍ଣ୍ଣ ପରିବେଶରେ ଚାଲିଛି ଅମରନାଥ ଯାତ୍ରା। କେଉଁଠି ଭଜନ କୀର୍ତ୍ତନ ତ କେଉଁଠି ଭକ୍ତଙ୍କ ପ୍ରାର୍ଥନା। ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଅମରନାଥ ଯାତ୍ରା ଲାଗି ପୋଲିସ ଓ ପ୍ରଶାସନର ବି ବ୍ୟାପକ ପ୍ରସ୍ତୁତି। ଗତକାଲି ସେମାନ କାଶ୍ମୀରର କାଜିଗନ୍ଦ-ବନିହାଲ ଟନେଲ ଅତିକ୍ରମ କରିବା ପରେ ଆଜି ସେମାନେ ଆଗକୁ ଯାତ୍ରା କରିଛନ୍ତି। ସମସ୍ତ ଶ୍ରଦ୍ଧାଳୁଙ୍କୁ କାଶ୍ମୀରୀ ପରମ୍ପରାରେ ସ୍ବାଗତ କରାଯାଇଛି। ପ୍ରଥମ ପର୍ଯ୍ଯାୟରେ ୫ ହଜାର ୮୯୨ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା କରିଛନ୍ତି। ଜାମୁର ଭଗବତୀ ନଗରରୁ ସେମାନେ ବାହାରିଥିଲେ। ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଲାଗି ୩୧୦ରୁ ଅଧିକ ସରକାରୀ ଯାନର ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୨୨ ପହଲଗାଓଁ ହମଲା ପରେ ଏହି ଯାତ୍ରା ହେଉଥିବାରୁ ଯାତ୍ରୀଙ୍କ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାରେ ଅତ୍ୟାଧୁନିକ ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି। ପହଲଗାଓଁ ଦେଇ ଅମରନାଥ ଯିବାକୁ ହେଲେ ପଡିବ ୩୬ରୁ ୪୮ କିଲୋମିଟର। ବାଲଟାଲ ଦେଇ ଯିବାକୁ ହେଲେ ପଡ଼ିବ ୧୪ କିଲୋମିଟର। ୩ ହଜାର ୮୮୮ ମିଟର ଉଚ୍ଚରେ ଥିବା ଅମରନାଥକୁ ଯିବା ଲାଗି କଷ୍ଟସାଧ୍ୟ ରୁଟ ରହିଛି।

ଦିଲ୍ଲୀରେ ଡବଲ ମର୍ଡର, ମାଆ-ପୁଅଙ୍କୁ ମାରିଦେଲେ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ ଡବଲ ମର୍ଡର। ଦକ୍ଷିଣ ଦିଲ୍ଲୀର ଲାଜପତ ନଗରରେ ଘଟିଛି ଲୋମହର୍ଷକ ହତ୍ଯାକାଣ୍ଡ। ମା ଓ ତାଙ୍କ ସନ୍ତାନଙ୍କୁ କରାଯାଇଛି ହତ୍ୟା। ମୃତକ ହେଲେ ୪୨ ବର୍ଷ ବୟସ୍କା ରୁଚିକା ସେବାନୀ ଓ ୧୪ ବର୍ଷୀୟ ସନ୍ତାନ କ୍ରିସ। ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପରିବାର ସଦସ୍ୟ ପୋଲିସକୁ ଖବର ଦେବା ପରେ ଏକ ବନ୍ଦ ଘରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଥରୁମରେ ପୁଅର ମୃତଦେହ ପଡ଼ିଥିବାବେଳେ ବେଡରୁମରେ ପଡଥିଲା ମାଆର ମୃତଦେହ।

ବାରମ୍ବାର ଫୋନ କରିବା ସତ୍ତ୍ବେ ଉତ୍ତର ନମିଳିବା ଯୋଗୁ ମୃତ ମହିଳାଙ୍କ ସ୍ବାମୀ କୁଳଦୀପ ପୋଲିସକୁ ଖବର ଦେଇଥିଲେ। ପୋଲିସ ସିସିଟିଭି ଓ ପାରିପାର୍ଶିକ ପ୍ରମାଣ ଯୋଗାଡ଼ କରି ତଦନ୍ତ ଜାରି ରଖିଛି। ସେପଟେ ଏହି ହତ୍ୟାକାଣ୍ଡ ପଛରେ ଘରେ କାମ କରୁଥିବା ଜଣେ ସହାୟକ ମୁକେଶକୁ ଧରିଛି ପୋଲିସ। ରୁଚିକା ଦୁର୍ବ୍ୟବହାର କରିଥିବାରୁ ସେ  ରୁଚିକା ଓ ତାଙ୍କ ପୁଅକୁ ହତ୍ୟା କରିଛି ବୋଲି ଅଭିଯୁକ୍ତ ସ୍ବୀକାର କରିଥିବା ସୂଚନା ମିଳିଛି। ତାକୁ ଦୀନ ଦୟାଲ ଉପାଧ୍ଯାୟ ଜଙ୍କସନରୁ ପୋଲିସ ଧରିଥିଲା।  ଦିଲ୍ଲୀ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି। ଲାଜପତ ନଗର ମାର୍କେଟରେ ରୁଚିକା ଏକ ଗାର୍ମେଣ୍ଟ ଦୋକାନ ଚଳାଉଥିଲେ।…

ଶରଧାବାଲିରେ ଲାଗିଲା ତିନି ରଥ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କ ବାହୁଡ଼ା ପ୍ରସ୍ତୁତି। ଶରଧାବାଲିରେ ଲାଗିଲା ତିନି ରଥ। ଗତକାଲି ଦର୍ପଦଳନ ଓ ତାଳଧ୍ଵଜର ଦକ୍ଷିଣ ମୋଡ଼ କରାଯାଇ ନାକଚଣାରେ ଲାଗିଥିଲା। କିନ୍ତୁ ବର୍ଷା ଓ ରାତି ହେବାରୁ ନନ୍ଦିଘୋଷର ଦକ୍ଷିଣ ମୋଡ଼ କରାଯାଇପାରିନଥିଲା। ଆଜି ସକାଳେ ଏହାର ଦକ୍ଷିଣ ମୋଡ଼ କରାଯାଇଛି। ଅର୍ଥାତ ଏବେ ତିନିଟି ଯାକ ରଥ ଶରଧାବାଲିଲେ ଲାଗିଛନ୍ତି। ବାହୁଡ଼ିବାକୁ ପ୍ରସ୍ତୁତ। ଆସନ୍ତାକାଲି ହେବ ସାଂଧ୍ୟ ଦର୍ଶନ। ବାହୁଡା଼ ନୀତି ଶୃଙ୍ଖଳିତ କରିବାପାଇଁ ସନ୍ଧ୍ୟା ଦର୍ଶନ ସମୟ ସଂକୁଚିତ କରାଯାଇଛି। ସେହି ଦିନ ସନ୍ଧ୍ୟା ୭ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶନିବାର ଦିନ ହେବ ବାହୁଡ଼ା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ମହପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଶନିବାର ହେବ ବାହୁଡ଼ା।

ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ   

ନନ୍ଦିଘୋଷ ବ୍ୟୁରୋ: ଆଫ୍ରିକୀୟ ରାଷ୍ଟ୍ର ମାଲିର ଏକ ସିମେଣ୍ଟ କାରଖାନାରୁ ୩ ଭାରତୀୟ ଅପହୃତ । ନିଷିଦ୍ଧ ଘୋଷିତ ଆତଙ୍କୀ ସଂଗଠନ ଅଲ କାଏଦାର ଏକ ସହଯୋଗୀ ସଂଗଠନ  ସେମାନଙ୍କୁ ଅପହରଣ କରିଥିବା ସୂଚନା ମିଳିଛି । ପଶ୍ଚିମାଞ୍ଚଳ ମାଲି ଅନ୍ତର୍ଗତ କାୟେସସ୍ଥିତ ଡାଏମଣ୍ଡ ସିମେଣ୍ଟ କାରଖାନାରୁ ସେମାନଙ୍କୁ ଅପହରଣ କରାଯାଇଛି । ଏହା ସହ ଚୀନର ଜଣେ ନାଗରିକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସୂଚନା ମିଳିଛି। ଏହି କାରଖାନା ଉପରେ ସଶସ୍ତ୍ର ଆତଙ୍କୀମାନେ ସମ୍ମିଳିତ ହମଲା କରିବା ପରେ ସେମାନଙ୍କୁ ଅପହରଣ କରାଯାଇଛି । ଆକ୍ରମଣ କରିବା ସହ କିଛି କର୍ମଚାରୀଙ୍କୁ ପଣବନ୍ଦୀ କରିଥିଲେ । ପରେ ସେମାନଙ୍କୁ ଅପହରଣ କରିଥିଲେ । ଅଲ କାଏଦା ସହ ଜଡ଼ିତ ଜମାତ ନୁସରତ ଅଲ-ଇସଲାମ ଓ୍ବାଲ ମୁସଲିମିନ ପକ୍ଷରୁ ଏହି ଅପରହରଣ କରାଯାଇଥିବା କୁହାଯାଇଛି ।

ଏହା ସହ କାଏସ, ନିଓନୋ, ମୋଲୋଦ ଓ ଅନ୍ୟାନ୍ଯ ସ୍ଥାନରେ ଥିବା ସାମରିକ ସ୍ଥଳୀ ଉପରେ ଜେଏନଆଇଏମ ପକ୍ଷରୁ ୭ରୁ ଅଧିକ ହମଲା ହୋଇଛି। ଏହି ଅପହରଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଭାରତୀୟ ବୈଦେଶିକ ବ୍ଯାପାର ମନ୍ତ୍ରାଳୟ । ଅପହୃତ ଭାରତୀୟଙ୍କୁ ନିରାପଦରେ ଉଦ୍ଧାର ଲାଗି ମାଲି ସରକାରଙ୍କ ନିକଟରେ ଅନୁରୋଧ କରିଛି ମନ୍ତ୍ରାଳୟ । ଗତ ଜୁଲାଇ ୧ରେ ଏହି ଅପହରଣ ଘଟିଥିଲା । ସଶସ୍ତ୍ର ଆତଙ୍କୀ ପ୍ରଥମେ କାରଖାନାରେ ପ୍ରବେଶ କରିବା ପରେ ଭାରତୀୟଙ୍କୁ ଅପହରଣ କରିଥିଲେ । ବାମାକୋସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ଗୁରୁତ୍ବର ସହ ନିଆଯାଇ ଭାରତୀୟଙ୍କ ଉଦ୍ଧାର ଲାଗି ପଦକ୍ଷେପ ନିଆଯାଇଛି । ସେପଟେ ମାଲିରେ ବସବାସ କରୁଥିବା ଭାରତୀୟମାନେ ସତର୍କ ରହିବା ଲାଗି ପରାମର୍ଶ ଦେଇଛି ମନ୍ତ୍ରାଳୟ ।

 

କ’ଣ ପାଇଁ ପାକିସ୍ତାନୀ ସୋସିଆଲ ମିଡିଆ ଆକାଉଣ୍ଟକୁ ପୁଣି ବ୍ୟାନ୍ କଲା ଭାରତ?

ନନ୍ଦିଘୋଷ ବ୍ୟୁରୋ: ଭାରତରେ ପୁଣି ବବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ । ଖୋଲିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ବହୁ ନାମୀ ଦାମୀ କଳାକାର, କ୍ରିକେଟର ଏବଂ ୟୁଟ୍ୟୁବରଙ୍କ ଆକାଉଣ୍ଟ ଆଉ ଏବେ ଆସୁନାହିଁ । ତେବେ କାହିଁକି ପୁଣିଥରେ ଏଭଳି ନିଷ୍ପତ୍ତି ନିଆଗଲା । ଏହା ପଛରେ କଣ ରହିଛି କାରଣ । ଏହାକୁ କାହିଁକି ବ୍ୟାନ କରାଯିବାକୁ ନିଆଗଲା ନିଷ୍ପତ୍ତି । ତେବେ ପାକିସ୍ତାନର ପ୍ରତିଷ୍ଠିତ ସେଲିବ୍ରିଟି ହାନିଆ ଆମୀର, ସାହିଦ ଆଫ୍ରିଦ, ଫଓ୍ବାଦ ଖାନଙ୍କ ଭଳି ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ଏବେ ଭାରତର ୟ୍ୟୁଜର୍ସମାନେ ଦେଖିବାକୁ ପାଉନାହାନ୍ତି । ତେବେ ଏଯାବତ ଏନେଇ କୌଣସି ସରକାରୀ ତଥ୍ୟ ପ୍ରଦାନ କରାଯାଇନାହିଁ । ମାତ୍ର ଏହିସବୁ ଆକାଉଣ୍ଟକୁ ସର୍ଚ୍ଚ କଲେ ନଟ୍ ଆଭେଲେବଲ ଦେଖାଉଛି ।

କହି ରଖୁଛୁ କି, ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା ।

ମାତ୍ର କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି ।

ସେପଟେ ବୁଧବାର ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ପରେ ଏହାକୁ ନେଇ ଅଭିଯୋଗ ଆଣିଥିଲା AIWCA । ଅଲ ଇଣ୍ଡିଆ ସିନେ ଓ୍ବାକର୍ସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଏକ ନିବେଦନ କରାଯାଇଥିଲା । ଯେଉଁଥିରେ ସେମାନେ ଦାବି କରିଥିଲେ କି, ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯାଉ । ବାରମ୍ବାର ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି ।  ୨୨/୧୧, ଉରୀ, ପୁଲଓ୍ବାମା ଏବଂ ପହଲଗାମ ଭଳି ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ରହିଥିବାବେଳେ ସେମାନଙ୍କ ସେଲିବ୍ରିଟିଙ୍କ ଉପରେ ପ୍ରତିବନ୍ଧକ ଲଗାଯାଉ ବୋଲି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।

 

ବାଲେଶ୍ଵରରେ ସୁଧୁରୁନି ବନ୍ୟା ପରିସ୍ଥିତି, ଏବେ ବି ପାଣି ଘେରରେ..

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ଵରରେ ସୁଧୁରୁନି ବନ୍ୟା ପରିସ୍ଥିତି। ଏବେ ବି ତିନିଟି ବ୍ଲକର ଶତାଧିକ ଗାଁ ପାଣି ଘେରରେ। ତଳିଆ ଅଂଚଳର ଲୋକେ ଜଳବନ୍ଦୀ। ଜଳେଶ୍ଵର, ବସ୍ତା, ବାଲିଆପାଳ, ଭୋଗରାଇ ବ୍ଳକର ବହୁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ। ରାସ୍ତା ଉପରେ ଅଣ୍ଟାଏ ପାଣି। ଲୋକଙ୍କ ପାଇଁ ଦେଶୀ ଡଙ୍ଗା ହଁ ପାଲଟିଛି ସାହା ଭରସା। ତେବେ ସୁବର୍ଣ୍ଣରେଖାର ପାଣି କମିଛି । ବିପଦ ସଂକେତ ତଳେ ଏହି ନଦୀ ପ୍ରବାହିତ ହେଉଛି। ରାଜଘାଟରେ ବିପଦ ସଂକେତ ୧୦. ୩୬ ମିଟର ଥିବା ବେଳେ ସକାଳ ୬ ଟା ସୁଦ୍ଧା ଏଠାରେ ସୁବର୍ଣ୍ଣରେଖାର ଜଳସ୍ତର ରହିଛି ୯.୧୭ ମିଟର।

ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଯାଉଥିବାବେଳେ ଦୁର୍ଘଟଣା, ଚାଲିଗଲା ପୁଅ-ବୋହୂଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ। ବାପାଙ୍କୁ ମୁଖାଗ୍ନି ଦେବା ପାଇଁ ଯାଉଥିଲେ ପୁଅବୋହୂ । ସଡକ ଦୁର୍ଘଟଣାରେ ଚାଲିଗଲା ପୁଅବୋହୂଙ୍କ ଜୀବନ । ବୌଦ୍ଧ ଥାନା ଅନ୍ତର୍ଗତ ରମ୍ଭିକଟା ଟୋଲଗେଟ ନିକଟରେ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ କୁ ପିଟିଲା କାର । କାର ରେ ବସିଥିବା ସ୍ୱାମୀ ସ୍ତ୍ରୀ ମୃତ । ମୃତକ ଦୁଇଜଣ ହେଲେ ନୟାଗଡ଼ ଜିଲ୍ଲା ଗଣିଆ ତେଲିସାହିର ରାଜକିଶୋର ସାହୁ ଓ ମିନତି ସାହୁ । ରାଜକିଶୋର ନିଜ ବାପା ବଲଭ ସାହୁଙ୍କୁ ମୁଖାଅଗ୍ନି ଦେବା ପାଇଁ ଗଣିଆ ଯାଉଥିଲେ । ଘଟଣାରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ନୂଆପଡା ଜିଲ୍ଲା କୁମୁରକୁରି ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରାଜକିଶୋର ସାହୁ ଓ ତାଙ୍କ ସ୍ତ୍ରୀ ମିନତି ସାହୁ । ମୃତ୍ୟୁ ଖବର ଶୁଣି  ରାଜକିଶୋର ଗାଁ ଗଣିଆ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗାଁ ମଶାଣିରେ ଜଳିବ ଗୋଟିଏ ପରିବାର ୩ ଜୁଇ ।

ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଯନ୍ତ୍ରୀ ଜଣକ ହେଲେ ଦିଲେଶ୍ଵର ମାଝୀ। ଆୟ ବହିର୍ଭୁତ ସଂପତ୍ତିକୁ ନେଇ ସେ ସ୍କାନରରେ ଥିଲେ। ଆଜି ଭିଜିଲାନସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଟିଟିଲାଗଡ଼ରେ ଥିବା ଦିଲେଶ୍ଵର ମାଝୀଙ୍କ ସରକାରୀ ବାସଭବନ, ଅଫିସ ସମେତ ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଥିବା ତାଙ୍କ ସଂପର୍କିୀୟଙ୍କ ଘରେ ରେଡ୍ ଚାଲିଛି।

ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ସେନାର ଏନକାଉଣ୍ଟର। କିସ୍ତୱାଡ ଅଂଚଳରେ ୨ରୁ ୩ ଆତଙ୍କୀ ଅନୁପ୍ରବେଶ କରିଥିବା ସନ୍ଦେହ। ଯବାନଙ୍କୁ ଦେଖି ଗୁଳିମାଡ଼ କଲେ ଆତଙ୍କୀ। ଜବାବରେ ସେନାର ଯବାନଙ୍କ ପକ୍ଷରୁ ଦିଆଯାଉଛି କଡ଼ା ଜବାବ। ଆତଙ୍କୀଙ୍କୁ ଘେରି ରହିଛନ୍ତି ସେନାର ଯବାନ। ଗତକାଲି ରାତିରୁ ଚାଲିଛି ଜୋରଦାର ଅପରେସନ। ଗୁପ୍ତ ସୂଚନା ମିଳିବା ପରେ ରେଡ୍ କରିଥିଲେ ଯବାନ। ଆତଙ୍କୀ ଲୁଚିଥିବା ଅଂଚଳରୁ ଘେରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସୁରକ୍ଷାକର୍ମୀ ଆତଙ୍କୀ ଲୁଚିଥିବା ଚାତରୁର ଜଙ୍ଗଲରେ ପହଞ୍ଚିବା ପରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ। ଏହାପରେ ସେନାର ଯବାନଙ୍କ ପକ୍ଷରୁ ଦିଆଯାଉଛି ଜୋରଦାର ଜବାବ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।ପ୍ରାଥମିକ ସୂଚନା ଅନୁସାରେ ଆତଙ୍କୀ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନର ବୋଲି ଜଣାପଡିଛି। ଆତଙ୍କବାଦୀଙ୍କୁ ଘେରି କରିଛନ୍ତି ଯବାନ। ଅତିରିକ୍ତ ସୁରକ୍ଷାବାହିନୀକୁ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଆତଙ୍କବାଦୀଙ୍କୁ ନିପାତ ନକରିବା ପର୍ଯ୍ୟନ୍ତ ଅପରେସନ ଜାରି ରହିଛି।