spot_img
Home Blog Page 6429

ଆଜି ଆଲୋକର ପର୍ବ ଦୀପାବଳି: କେବଳ ଜଳିବ ଦୀପ, ଫୁଟିବନି ବାଣ

ଭୁବନେଶ୍ୱେର: ଆଜି ଆଲୋକର ପର୍ବ ଦୀପାବଳି । କେବଳ ଜଳିବ ଦୀପ, ବାଣ ଫୁଟିବନି । କରୋନା ସଂକ୍ରମଣ ରୋକିବା ପାଇଁ ବାଣ ଫୁଟାଇବା ଓ ବିକ୍ରି ଉପରେ ରାଜ୍ୟ ସରକାର ରୋକ ଲଗାଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ପୋଲିସ । ଭୁବନେଶ୍ବରରେ ୧୭ ପ୍ଳାଟୁନ ପୋଲିସ ମୁତୟନ କରାଯାଇଛି । କେହି ବାଣ ଫୁଟାଇଲେ ୧୦୦ନମ୍ବରରେ ଫୋନ୍‌ କରିବାକୁ ପୋଲିସ ପରାମର୍ଶ ଦେଇଛି ।

ସେପଟେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବାକୁ ପୁରୀ ପ୍ରଶାସନ ନିଷେଧ କରିଛି । ଧୂଆଁ ଦ୍ୱାରା କରୋନା ସଂକ୍ରମଣ ଅଧିକ ବ୍ୟାପିବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଭୁବନେଶ୍ୱରର ବିନ୍ଦୁ ସାଗର ଏବଂ ଲିଙ୍ଗରାଜ ମନ୍ଦିରରେ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ଉପରେ ଲାଗିଲା କଟକଣା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି ।

ଶୀତରେ ଥରୁଥିଲେ ଭିକାରୀ: ସାହାଯ୍ୟ କରିବାକୁ ପାଖକୁ ଯାଇ ଦେଖିଲା ବେଳକୁ ସେ ଥିଲେ ତାଙ୍କ ବ୍ୟାଚ୍‌ର ପୋଲିସ ଅଧିକାରୀ

0

ଗ୍ୱାଲିୟର: କିଛି ଲୋକଙ୍କ ଜୀବନରେ ଏମିତି କିଛି ଅତୀତ ଥାଏ, ଯାହା ସେମାନଙ୍କ ବର୍ତ୍ତମାନର ସ୍ଥିତି ଦେଖି କେବେ ଅନୁମାନ ବି କରିହୁଏନା । ସେମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି ମନୀଷ ମିଶ୍ର । ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ ଉପ-ନିର୍ବାଚନର ମତ ଗଣନା ପରେ ପରେ ଡିଏସପି ରତ୍ନେଶ ସିଂହ ତୋମାର ଏବଂ ବିଜୟ ସିଂହ ଭଦୋରିଆ ଝାନ୍ସି ରୋଡରୁ ବାହାରିଥିଲେ । ଦୁହେଁ ବନ୍ଧନ ବାଟିକା ଫୁଥ୍‌ପାଥ୍‌ ଦେଇ ଯିବା ବେଳେ ହଠାତ୍ ରାସ୍ତା କଡ଼ରେ ଥଣ୍ଡାରେ ଥରୁଥିବା ଜଣେ ଭିକାରୀଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା । ତାଙ୍କୁ ଦେଖିବା ପରେ ସେମାନେ ସଙ୍ଗେ ସଙ୍ଗେ ଗାଡ଼ି ଅଟକାଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ । ରତ୍ନେଶ ନିଜ ଜୋତା ଏବଂ ଡିସିପି ବିଜୟ ସିଂହ ଭଦୋରିଆ ନିଜ ଜ୍ୟାକେଟ ତାଙ୍କୁ ଦେଇଥିଲେ । ଏହା ପରେ ଦୁହେଁ ସେହି ଭିକାରୀ ଜଣଙ୍କ ସହ କଥାବାର୍ତ୍ତା ହୋଇ ତା’ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ । ଆଉ ସେମାନେ ସେହି ଭିକାରୀ ଜଣଙ୍କ ଠାରୁ ଯାହା ଜାଣିବାକୁ ପାଇଥିଲେ ତାହା ସେମାନଙ୍କୁ ହତବାକ୍ କରିଦେଇଥିଲା । କାହିଁକି ନା ସେହି ଭିକାରୀ ଜଣଙ୍କ ଥିଲେ DSP ରତ୍ନେଶଙ୍କ ବ୍ୟାଚ୍‌ର ଅଧିକାରୀ ମନୀଷ ମିଶ୍ର ।

ସେ ଗତ କିଛି ବର୍ଷ ହେଲା ପାଗଳଙ୍କ ଭଳି ବୁଲୁଛନ୍ତି । ମନୀଷ  ଜଣେ  ପୋଲିସ ଅଧିକାରୀ ଥିଲେ । କେବଳ ସେତିକି ନୁହେଁ, ସେ ଜଣେ ଭଲ  ସୁଟର ମଧ୍ୟ ଥିଲେ । ମନୀଷ ୧୯୯୯ରେ ପୋଲିସ ଫୋର୍ସରେ ଭର୍ତ୍ତି ହୋଇଥିଲେ । ପରେ ବିଭିନ୍ନ ଥାନାରେ ସେ ଥାନାଦାର ଭାବେ ନିଯୁକ୍ତ ହୋଇଥିଲେ । ସେ ୨୦୦୫ ଯାଏଁ ପୋଲିସ ଚାକିରି କରିଥିଲେ । ଶେଷ ଥର ପାଇଁ ସେ ବତେର ଥାନା ପ୍ରଭାରୀଭାବେ ଦାୟିତ୍ୱ ତୁଲାଇଥିଲେ । ଧିରେ ଧିରେ ତାଙ୍କ ମାନସିକ ସ୍ଥିତି ଖରାପ ହୋଇଥିଲା । ଘର ଲୋକ ତାଙ୍କ ଉପରେ ବିରକ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ନେଇ ବହୁ ଜାଗାକୁ ନେଇଥିଲେ । ଏକଦା କାହାରିକୁ ନ ଜଣାଇ ସେ ଘରୁ ଚାଲିଆସିଥିଲେ ।

ଦୀର୍ଘ ଦିନ ପରେ ଦେଖା ହୋଇଥିବାରୁ ଦୁହେଁ ମନୀଷ ସହ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲେ । ଆଉ ପୁରୁଣା ଦିନର ସ୍ମୃତି ସାଉଁଟିଥିଲେ । ଏବଂ ତାଙ୍କୁ ନେଇ ଘରକୁ ଯିବାକୁ ଜିଦ୍ ମଧ୍ୟ ଧରିଥିଲେ । ସେ କିନ୍ତୁ ରାଜି ନହେବାରୁ ମନୀଷଙ୍କୁ ସେମାନେ ଏକ ସାମାଜିକ ସଂସ୍ଥାକୁ ପଠାଇଦେଇଥିଲେ ।

୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ବିଜେପିର ନୂଆ ପ୍ରଭାରୀ, ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ବଦଳିଲେ ଓଡିଶା ବିଜେପି ପ୍ରଭାରୀ । ଡି. ପୁରନ୍ଦେଶ୍ୱରୀଙ୍କୁ ମିଳିଲା ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ । ଓଡ଼ିଶା ସହ ଛତିଶଗଡ଼ ଦାୟିତ୍ୱରେ ମଧ୍ୟ ରହିବେ ପୁରନ୍ଦେଶ୍ୱରୀ । ଏଥି ସହ ବିଜୟପାଲ ସିଂହ ତୋମାରଙ୍କୁ ମିଳିଛି ଓଡିଶା ବିଜେପି ସହ ପ୍ରଭାରୀ ଦାୟିତ୍ୱ । ୩୬ଟି ସାଙ୍ଗଠନିକ ପ୍ରଦେଶ ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ରାଜ୍ୟ ବିଜେପି ନିଜ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରଭାରୀ ବଦଳାଇବା ପଛରେ ଏକ ବଡ କାରଣ ଥିବା ଅନୁମାନ କରାଯାଉଛି ।

ବିଜେପି ରାଜ୍ୟରେ ୨ୟ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲେ ମଧ୍ୟ କ୍ରମାଗତ ଭାବେ ରାଜ୍ୟରେ ନିଜ ରାଜନୈତିକ ପ୍ରଭାବ କମାଉଛି । ଗତ ଉପ-ନିର୍ବାଚନରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । କଂଗ୍ରେସ ଏକଦମ ସଙ୍କୁଚିତ ହୋଇଥିବା ହେତୁ ବିଜେପି ନିର୍ବାଚନ ଜିତିବାରେ ସକ୍ଷମ ହେଉନି ବୋଲି ଦଳ ଯୁକ୍ତି ବାଢୁଥିଲେ ମଧ୍ୟ ଏହାକୁ କେବଳ କାରଣ ବୋଲି ମାନିନେବା ସମ୍ଭବ ନୁହେଁ । ଏକଥା ରାଜ୍ୟବାସୀଙ୍କ ଜ୍ଞାତସାରରେ ରହିଛି ଯେ ଭାଜପା ରାଜ୍ୟରେ ତୃଣମୂଳ ସ୍ତରରେ ପହଞ୍ଚି  ନପାରି ନିର୍ବାଚନ ହାରିଛି । ଆଗକୁ ପୌର ନିର୍ବାଚନ ଆସୁଛି ।

ସେଠାରେ ଭଳ ପ୍ରଦର୍ଶନ କରିବାକୁ ହେଲେ ଦଳକୁ ଢେର କସରତ କରିବାକୁ ପଡିବ । ବିଗତ ଦିନରେ ଭାଜପା ରାଜ୍ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ଏଣୁ ଏବେ ଦଳର କଳେବର ବଦଳାଇ ନୂଆ ଆରମ୍ଭ ପାଇଁ ପ୍ରୟାସ କରୁଛି । ଭାଜପାର ଲକ୍ଷ୍ୟ ଏହା ଯେ ନୂଆ ପ୍ରଭାରୀ ନୂଆ ଆକ୍ସନ ପ୍ଲାନ ସହ ଆସିବେ ଓ ଦଳକୁ ଅଧିକ ସଶକ୍ତ କରିବେ ।

ଜବତ ହେଲା ଲକ୍ଷାଧିକ ଟଙ୍କାର ବେଆଇନ ବାଣ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା  ହିଂଜିଳିକାଟୁ ଏବଂ ପୁରୁଷୋତ୍ତମପୁରରୁ ବିପୁଳ ପରିମାଣର ବାଣ ଜବତ । ପୁରୁଷୋତ୍ତମପୁର ରଥ ସାହି ରୁ ଲକ୍ଷାଧିକର ବାଣ ଜବତ କରିଛି ପୋଲିସ । ଗୋଦାମରେ ବିକ୍ରି ପାଇଁ ଗଛିତଥିବାବେଳେ ଵିଶେଷ ସୂତ୍ରରୁ ଖବର ପାଇଁ ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ୱାଇଁ । ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଟିମ ଚଢାଉ କରିଥିଲା ।

ଏହି ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଥିବା ସୂଚନା ରହିଛି । ସେପଟେ ବାଟ ବିକ୍ରୀର ଖବର ପାଇଁ ହିଂଜିଳି ପୋଲିସ ପକ୍ଷରୁ ବିଭିନ୍ନ ଗାଁରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ପ୍ରାୟ ଦଶ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିଥିବା ବେଳେ ଚାରିଜଣ ବାଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ହିଞ୍ଜିଳି ପୋଲିସ ।

ଦୀପାବଳିରେ ସୀମାରେ ମୁତୟନ ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଆହ୍ୱାନ । ସୀମାରେ ମୁତୟନ ଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ଏ ନେଇ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି । ଟ୍ୱିଟରରେ ସେ ଏକ ଭିଡିଓ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ଏହି ଦୀପାବଳିରେ ଆସନ୍ତୁ ଏକ ଦୀପକୁ ସେନାର ଯବାନଙ୍କ ଉଦ୍ଦେଶ୍ୟରେ ଆଲୋକିତ କରିବା ।ଯେଉଁମାନେ ନିର୍ଭୟରେ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି | ଶବ୍ଦ ଜରିଆରେ ସେମାନଙ୍କୁ ସେମାନଙ୍କ ସାହସ ପାଇଁ ଧନ୍ୟବାଦ ଜଣାଇବ‌େ ସମ୍ଭବ ନୁହେଁ । ସେମାନଙ୍କ ପ୍ରତି ଏବଂ ସେମାନଙ୍କ ପରିବାର ପ୍ରତି ଆମେ କୃତଜ୍ଞ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।

ଚଳିତ ବର୍ଷ ଦୀପାବଳିରେ ସୀମାରେ ବହୁ ସଂଖ୍ୟକ  ଯବାନମାନଙ୍କୁ ମୁତୟନ କରାଯାଇଛି। ବିଶେଷକରି ଭାରତ-ଚୀନ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ (ଏଲଏସି)ରେ ବହୁ ସଂଖ୍ୟକ ଯବାନମାନଙ୍କୁ ମୁତୟନ କରାଯାଇଛି । ଏଥିସହିତ ଦୀପାବଳିର ଅବ୍ୟବହିତ ପୂର୍ବରୁ ଭାରତ-ପାକିସ୍ତାନ ସୀମା ଏଲ୍‌ଓସିରୁ ଆସିଛି ଦୁଃଖଦ୍ ଖବର । ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକିସ୍ତାନ । ବିପକ୍ଷର ଗୁଳିରେ ୩ ଯବାନ ଶହୀଦ ହୋଇଥିବା ବେଳେ ୪ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଭାରତୀୟ ସୈନ୍ୟ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା । ଭାରତୀୟ ସୈନ୍ୟଙ୍କ ପ୍ରତି ଆକ୍ରମଣରେ ଶତ୍ରୁ ପକ୍ଷର ପ୍ରାୟ ୧୨ରୁ ୧୩ ଜଣ ଯବାନ ନିପାଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ରୁ୩ ଜଣ କମାଣ୍ଡର ମଧ୍ୟ ରହିଥିବା ସୂଚନା ।

ମୋ ସ୍କୁଲ ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନସିଲ୍ ବୈଠକ ଶେଷ

0

ଭୁବନେଶ୍ୱର: ମୋ ସ୍କୁଲ ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନସିଲ୍ ବୈଠକ ଭର୍ଚ୍ଚୁଆଲ ମୋଡରେ ଶେଷ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତଙ୍କ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ୨୫ଟି ଜିଲ୍ଲାର ୧୬୧୦ଟି ସ୍କୁଲର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ପୁରାତନ ଛାତ୍ରଛାତ୍ରୀ ୨କୋଟି ୪୬ଲକ୍ଷ ୯୦ହଜାର ୨୦ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଏହାର ଦୁଇଗଣ ଅର୍ଥ ୪କୋଟି ୯୩ଲକ୍ଷ ୮୦ ହଜାର ୪୦ଟଙ୍କା ଅନୁମୋଦନ କରିଛନ୍ତି । ବୈଠକରେ ମୋ ସ୍କୁଲ ଅଭିଯାନ ସହ ଟାଟା ଟ୍ରଷ୍ଟ ଓ କଳାହାଣ୍ଡି, କନ୍ଧମାଳ, ରାୟଗଡା ଜିଲ୍ଲାରେ ମିଳିତ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଚାହା ପତି ଭାବି ବଗମରା ବିଷ ପିଇଦେଲେ, ଗୋଟିଏ ପରିବାରର ୫ ଗୁରୁତର

ବାଲେଶ୍ୱର: ଭୁଲରେ ଚାହା ପତି ଭାବି ବଗମରା ବିଷ ପିଇଦେଲେ । ବିଷ ପିଇ ଗୋଟିଏ ପରିବାରର ୫ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ଔପଦା ଥାନା ଦୁର୍ଗାପୁର ନୁଆହାଟ ଅଞ୍ଚଳରେ ଘଟିଛି ଏମିତି ଘଟଣା । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କ ନାମ ହେଉଛି ବନମାଳି ସିଂ, ସବିନ ସିଂ, ପେଟୁ ସିଂ ସହିତ ଦୁଇ ଶିଶୁ ରମା ସିଂ ଏବଂ ଟୁବୁ ସିଂ । ଏଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ସନ୍ଧ୍ୟା ମୟରେ ସମସ୍ତେ ଚା ପିଇବା ପାଇଁ କହିଥିଲେ । ତେବେ ସବୁଦିନ ଭଳି ଆଜି ମଧ୍ୟ ଚା କରିବା ପାଇଁ ଚୁଲିରେ ଚା ବସିଥିଲା । କିନ୍ତୁ ଚା ପାତ୍ରରେ ଭୁଲରେ ଚା ପତି ପକାଇବା ବଦଳରେ ବଗ ମରା ବିଷ ପଡ଼ିଯାଇଥିଲା । ଏହା କାହାକୁ ବି ଜଣାପଡ଼ିନଥିଲା । ସମସ୍ତେ ଚା ଭାବି ସେହି ବିଷକୁ ପିଇଲା ପରେ ଧିରେ ଧିରେ ସମସ୍ତଙ୍କ ଦେହ ଜଣଙ୍କ ପରେ ଜଣେ ଖରାପ ହେବାକୁ ଲାଗିଥିଲା । ଯାହାପରେ ଜଣାପଡ଼ିଥିଲା ବଗମରା ବିଷ ବିଷୟରେ । ଏହା ଜାଣିପାରି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଆମ୍ବୁଲାନ୍ସ ପହଞ୍ଚି ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏବେ ସମସ୍ତଙ୍କ ଦେହର ଅବସ୍ଥା ସ୍ଥିତର ରହିଛି ।

ଆସନ୍ତା ମାସରେ ଭାରତକୁ ମିଳିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: କରୋନା କାଳରେ ଆସିଲା ଭଲ ଖବର  ।  ଆସନ୍ତା ମାସରେ ଭାରତକୁ ମିଳିବ କରୋନା ଟିକା  ।  ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା ଆଷ୍ଟ୍ରେଜେନିକା ଟିକା ଆସନ୍ତା ମାସରେ ଆସିବା ନେଇ ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦାର ପୁନାଓ୍ୱାଲା ।  ଆସନ୍ତା ଡିସେମ୍ବରରେ ମିଳିବ ୧୦ କୋଟି କରୋନା ଟିକା  ।  ଏବେ ଟିକାର ପ୍ରସ୍ତୁତି ଜାରି ରହିଥିବାବେଳେ ଡିସେମ୍ବରରେ ଏହାକୁ ମିଳିପାରେ ଜରୁରିକାଳୀନ ଅନୁମତି  । ଏ ନେଇ ପ୍ରଚୁର ମାତ୍ରାରେ ଟିକା ପ୍ରସ୍ତୁତ ଜାରି ରହିଛି  ।  ଗତ ଦୁଇ ମାସ ମଧ୍ୟରେ 4 କୋଟି ଟିକା ଡୋଜ୍ ପ୍ରସ୍ତୁତ ଶେଷ ହୋଇଛି  । ଆସନ୍ତା ମାସରେ ପ୍ରସ୍ତୁତ ହେବାକୁ ଥିବା 10 କୋଟି ଟିକା ଭାରତୀୟଙ୍କୁ ମିଳିବା ନେଇ ଲକ୍ଷ୍ୟ ରଖିଛି ସେରମ ଇନଷ୍ଟିଚ୍ୟୁଟ  । ପ୍ରଥମେ ଭାରତୀୟଙ୍କୁ ଟିକା ମିଳି ସାରିବା ପରେ ଆସନ୍ତା ବର୍ଷରେ ବିଦେଶକୁ ଏହି ଟିକା ରପ୍ତାନି କରାଯିବ ବୋଲି ଆଦାର ପୁନାଓ୍ବାଲା କହିଛନ୍ତି ।  ବ୍ରିଟେନରେ ଆଷ୍ଟ୍ରେଜେନିକାକୁ ଅନୁମତି ମିଳି ସାରିବେ ପରେ ଭାରତରେ ଅନୁମତି ମିଳିବ ବୋଲି ଜଣାପଡିଛି ।  ସାରା ବିଶ୍ବରେ ଟିକା ବଣ୍ଟନ ଉପରେ ଜୋର ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ।

ଖୋର୍ଦ୍ଧା ପରେ ଏବେ ଅସ୍ତରଙ୍ଗରେ ଏକର ଏକର ଜମି ଓଡ଼ିଶା ଇନଫ୍ରାଟେକ କିଣିଥିବା ଅଭିଯୋଗ

ଭାରତ-ଚୀନ ସୀମା ବିବାଦ: ଆମେରିକାର ହସ୍ତକ୍ଷେପକୁ ଋଷର ନାପସନ୍ଦ

0

ଲଦାଖ୍‌: ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଭିତରେ ଆମେରିକାର ହସ୍ତକ୍ଷେପ ଏବେ ଋଷ ପାଇଁ ଚିନ୍ତାର ବିଷୟ ପାଲଟିଛି   । ଚୀନକୁ ଟକ୍କର ଦେବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି  । ଯାହାକୁ ନାପସନ୍ଦ କରିଛି ଋଷ  । ପୂର୍ବ ଲଦାଖରେ ବିବାଦ ସମାଧାନ ଆଳରେ ଆମେରିକା ଫାଇଦା ନେବାକୁ ଚେଷ୍ଟା କରୁଛି ବୋଲି ଋଷ ଅଭିଯୋଗ କରିଛି  ।

Opinion | Russia and the India-China clash

ଆମେରିକା ଭାରତକୁ ମାଧ୍ୟମ କରି ଏସିଆରେ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ଚାହୁଁଚି ବୋଲି ଋଷ କହିଛି  । ଏହାଦ୍ୱାରା ଋଷକୁ ଅସୁବିଧାରେ ପକାଇବା ପାଇଁ ଏକ ବିରାଟ ଷଡ଼ଯନ୍ତ୍ର କରାଯାଉଛି  । ଏଭଳି କିଛି ଆଶଙ୍କା କରି ଋଷ ମଧ୍ୟ ଭାରତ ଓ ଚୀନ ମଧ୍ୟରେ ବିବାଦ ସମାଧାନ ହେଉ ବୋଲି ଚାହୁଁଚି  । ଏହାଦ୍ୱାରା ଆମେରିକାର ଇଚ୍ଛା ପୂରଣ ହୋଇପାରିବ ନାହିଁ  । ଏହାସହ ଭାରତ ସହ ଋଷ ରକ୍ଷା ସମ୍ବାନ୍ଧିୟ ଅନେକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ କରିଛି  । ଏହି ଚୁକ୍ତି ମାଧ୍ୟରେ ଋଷ ଖୁବଶିଘ୍ର ଭାରତକୁ ଏସ ୪୦୦ ମିସାଇଲ ଦେବ ବୋଲି ଜଣାପଡିଛି  ।

ସହଜ ହେବନି ଚଳିତ ପାଳିରେ ଶାସନ: ନୀତୀଶଙ୍କ ସାମ୍ନାରେ ୫ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ

ହୃଦୟ ଜିତୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ୩ଜଣ ଶିଶୁଙ୍କ ସମେତ ମୋଟ୍‌ ଆଠ ଜଣଙ୍କର ହେଲା ହାର୍ଟ ଅପରେସନ

ଭୁବନେଶ୍ୱର: ଜୀବନ ରଖିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ମିଳୁଥିବା ଏହି ସ୍ୱାସ୍ଥ୍ୟସେବାରେ ଉପକୃତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଏହି ଯୋଜନାରେ ଏବେ ରାଜଧାନୀର ହାଇଟେକ୍ ହସ୍ପିଟାଲରେ ୩ଜଣ ଶିଶୁଙ୍କ ସମେତ ମୋଟ୍‌ ଆଠ ଜଣଙ୍କର ହାର୍ଟ ଅପରେସନ କରାଯାଇଛି । ଗରିବ ଲୋକ ଏଭଳି ଚିକିତ୍ସା ସେବା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜୀବନ ବଞ୍ଚାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ମାଗଣାରେ ମିଳୁଛି ସ୍ୱାସ୍ଥ୍ୟସେବା । ରାଜଧାନୀର ହାଇଟେକ୍ ହସ୍ପିଟାଲରେ ବଞ୍ଚିଗଲା ଶିଶୁର ଜୀବନ ।  ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨ମାସ ଶିଶୁର ହୋଇଛି ସଫଳ ହାର୍ଟ ଅପରେସନ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଶିଶୁର ବିରଳ ଅସ୍ତ୍ରୋପଚାର କରିଛି ହାଇଟେକ ମେଡିକାଲ କଲେଜ । ଶିଶୁଙ୍କ କ୍ଷେତ୍ରରେ ଏଭଳି ହୃଦରୋଗ ଅସ୍ତ୍ରପୋଚାର ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ହୋଇପାରିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହାଇଟେକ ମେଡିକାଲରେ ୮ ଜଣଙ୍କର ସଫଳ ହାର୍ଟ ଅପରେସନ କରାଯାଇଛି  । ଏମାନଙ୍କ ମଧ୍ୟରୁ ୫ ଜଣ ବୟସ୍କ ଥିବାବେଳେ ୩ ଜଣ ଶିଶୁ ଅଛନ୍ତି  । ୩ ଶିଶୁଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ଦୁଇ ଓ ତିନି ବର୍ଷ ହୋଇଥିବାବେଳେ ଜଣଙ୍କର ବୟସ ଆଠ ମାସ । ଏହି ଶିଶୁଟିର ଓଜନ ୬ କେଜି ହୋଇଥିବାରୁ ଜଟିଳ ଅସ୍ତ୍ରୋପଚାରକୁ ସଫଳ କରାଇବା ହାଇଟେକର ଅଭିଜ୍ଞ ଡାକ୍ତରି ଦଳଙ୍କ ପାଇଁ ବେଶ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଏହି ମାଗଣା ଅସ୍ତ୍ରପୋଚାର ପାଇଁ ରାଜ୍ୟ ସରକାରଙ୍କୁ ସହଯୋଗ କରିଛି ହାଇଟେକ ମେଡିକାଲ କଲେଜ  ।