spot_img
Home Blog Page 6437

ଏଲ୍‌ଏସିରେ ପଛକୁ ଫେରିବ ଡ୍ରାଗନ୍‌, ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନାରେ ବାହାରିଛି ନିଷ୍କର୍ସ

ନୂଆଦିଲ୍ଲୀ: ସୀମାରୁ ସାମାନ୍ୟ ଖୁସି ଖବର ସାମ୍ନାକୁ ଆସିଛି । ଚୀନ୍‌ ସେନା ପଛକୁ ହଟିବା ପାଇଁ ସହମତି ପକାଶ କରିଛି । ଏଲଏସିରେ ଲଗାତାର ଉତ୍ତେଜନା ପରେ ଏବେ ଏଭଳି ଖବର ଶୁଣିବାକୁ ମିଳିଛି । ପୂର୍ବ ଲଦାଖରେ ଭାରତ-ଚୀନ୍ ବିବାଦ କିଛି ପରିମାଣରେ ସମାଧାନ ହେବ ବୋଲି ଆଶା ସୃଷ୍ଟି ହୋଇଛି । ଚୀନ୍‌ ଓ ଭାରତ ନିଜ ନିଜ ସୀମାରୁ ପଛକୁ ଫେରିବାକୁ ରାଜି ହୋଇଛନ୍ତି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

China

ଏପ୍ରିଲ୍ ମାସରେ ଡ୍ରାଗନ୍‌‌ ସେନା ଯେଉଁଠି ଥିଲା ସେହି ସ୍ଥାନକୁ ଫେରିଯିବା ପାଇଁ ସହମତି ପ୍ରକାଶ କରିଛି । ଗତ ୬ ତାରିଖରେ ଚୁସୁଲରେ ଅନୁଷ୍ଠିତ ଅଷ୍ଟମ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ସେହି ଆଲୋଚନା ପରେ ଏହି ନିଷ୍କର୍ଷ ବାହାରିଥିବା କୁହାଯାଉଛି ।

ଯଦି ସବୁକିଛି ଠିକ୍ ହୁଏ, ତେବେ ଉଭୟ ଦେଶ ସୀମାନ୍ତରୁ ପଛକୁ ହଟିବେ । ପ୍ରଥମେ ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ର ବୋଝେଇ ଗାଡ଼ି ଫେରାଇ ଅଣାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ସୈନିକମାନେ ଫିଙ୍ଗର ଏରିଆରୁ ପଛକୁ ଫେରିବେ ଓ ତୃତୀୟ ପର୍ଯ୍ୟାୟରେ ଏଲଏସିରୁ ସେନା ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି । ତେବେ ସୀମାରୁ ଚୀନ ପଛକୁ ହଟିବା ପାଇଁ ସମ୍ମତି ପ୍ରକାଶ କରିଥିବା କଥା, କେତେ ବିସ୍ୱାସଯୋଗ୍ୟ ତାହାକୁ ନେଇ ସନ୍ଦେହ ରହିଛି ।

ଚୀନର ଆକ୍ରମଣରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ । ଅବଶ୍ୟ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଥିଲେ ଓ ପ୍ରାୟ ୪୦ ଜଣ ଚୀନା ସେନା ମୃତ୍ୟୁବରଣ କରିଥିଲେ । ଏହାପରେ ଚୀନ ପକ୍ଷରୁ ସୀମାନ୍ତରେ ବହୁ ପରିମାଣର ସେନା ମୁତୟନ କରାଯାଇଥିଲା ଓ ଜବାବରେ ଭାରତ ମଧ୍ୟ ୬୦ ହଜାର ସୈନିକଙ୍କୁ ସୀମାନ୍ତକୁ ପଠାଇଥିଲା । ଏପରିକି ବାୟୁସେନା ପକ୍ଷରୁ ମଧ୍ୟ ସୀମାନ୍ତରେ ଯୁଦ୍ଧ ବିମାନ ଓ ନୌସେନା ପକ୍ଷରୁ ଚୀନ ସାଗରରେ ଯୁଦ୍ଧପୋତ ମୁତୟନ କରାଯାଇଥିଲା ।

ଗୋଟିଏପଟେ ଏଲଏସିରେ ସମସ୍ୟା ସମାଧାନ ନେଇ ଖବର ଆସୁଥିବାବେଳେ ଅନ୍ୟଟେ ସୀମାରେ ପାକିସ୍ତାନର ଔଧତ୍ୟ ଜାରି ରହିଛି । ଗୁରୁବାର ପୁଣି ସକାଳୁ ସୀମାରେ ଅସ୍ତ୍ରବିରତି ଉଲଂଘନ କରିଛି ପାକିସ୍ତାନ । ରଜୌରୀ ଜିଲ୍ଲାର ନୌସାରା ସେକ୍ଟର ଓ ପୁଞ୍ଛ ଜିଲ୍ଲାର ଶାହପୁରରେ ପାକିସ୍ତାନ ପଟୁ ଗୁଳି ଓ ମୋର୍ଟାର ମାଡ଼ କରାଯାଇଛି । ତେବେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି । ସେନା ସୂତ୍ରରୁ ସୂଚନା ମିଳିଛି ଯେ, ସକାଳ ୯ଟା ୧୦ ସମୟରେ ଘଟିଛି ଏହି ଘଟଣା । ଭାରତୀୟ କ୍ୟାମ୍ପକୁ ଲକ୍ଷ କରି ପାକିସ୍ତାନ ପକ୍ଷରୁ ଗୁଳିମାଡ଼ କରାଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବା କୁହାଯାଇଛି ।

Nearly 300 Militants Are Trying To Infiltrate From Pakistan On LoC BSF Officer Said

ଆରକ୍ଷୀ ଅଧୀକ୍ଷକ ପଦ ଖାଲି, ଢେଙ୍କାନାଳ ଜିଲ୍ଲାରେ ବଢ଼ୁଛି ଅପରାଧ

ଢେଙ୍କାନାଳ: ମୁରବୀ ନଥିବାରୁ ଢେଙ୍କାନାଳ ଜିଲ୍ଲାରେ ଅସହାୟ ପୋଲିସ । ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା । ମହିଳା ବିରୋଧୀ ହିଂସାଠାରୁ ଆରମ୍ଭ କରି ଡକାୟତି ଓ ଲୁଟ୍‌ ଖୁଲମଖୁଲା ଚାଲିଛି । ମାସେରୁ ଅଧିକ ସମୟ ହେଲା ଏସ୍‌ପି ନାହାନ୍ତି । ପୋଲିସ ସବୁ ଦେଖିବି ଅଣଦେଖା କରୁଥିବାରୁ ଅସମାଜିକ ଲୋକଙ୍କ ପ୍ରାଧାନ୍ୟ ବଢ଼ି ଚାଲିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Superintendent Of Police Post Laying Vacant Since One Month In Dhenkanal

ଢେଙ୍କାନାଳ ପୋଲିସର ବିଫଳତା । ବଢୁଛି ଅପରାଧ, ମାତିଛନ୍ତି ଅପରାଧୀ । ଶୀର୍ଷରେ ଚୋରି, ଡକାୟତି ଓ ନାରୀ ନିର୍ଯାତନା । ଆଉ ଧଳାଜହର କାରବାରର ନୂଆ ପେଣ୍ଠସ୍ଥଳୀ ପାଲଟଛି ଢେଙ୍କାନାଳ ଜିଲ୍ଲା । ଦୀର୍ଘ ଏକ ମାସ ହେଲା ଏସ୍‌ପିଙ୍କ ବଦଳି ହେବା ପରେ ଏବେ ଜିଲ୍ଲା ପୋଲିସ ଭଗବାନଙ୍କ ଭରସାରେ ଚାଲିଛି । ଫଳରେ ପ୍ରତ୍ୟେକ ଦିନ କିଛି କିଛି ଅପରାଧ ଘଟୁଛି । ଯାହାକୁ ରୋକିବାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ।

Superintendent Of Police Post Laying Vacant Since One Month In Dhenkanal

କିଛି ବର୍ଷ ହେଲା ଢେଙ୍କାନାଳ ଜିଲ୍ଲାରେ ମହିଳା ହିଂସା ବଢିଛି । ସେହିପରି ଡକାୟତି, ରାହାଜାନି, ଲୁଟପାଟ୍ ମଧ୍ୟ ବଢିବାରେ ଲାଗିଛି । ସବଠୁ ସ୍ପର୍ଶକାତର କଥା ହେଲା, ବ୍ରାଉନ୍‌ସୁଗର କାରବାରର ଚରାଭୂଇଁ ପାଲଟିଛି ଢେଙ୍କାନଳ ସହର । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ର ସମସ୍ତଙ୍କୁ ଗ୍ରାସିଛି ଏହି ନିଶା । ଫଳରେ ଅଣାୟତ୍ତ ହେବାରେ ଲାଗିଛି ଆଇନ୍ ବ୍ୟବସ୍ଥା । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ତେବେ ଖୁବଶୀଘ୍ର ଜିଲ୍ଲାରେ ଏସ୍‌ପିଙ୍କୁ ନିଯୁକ୍ତି କରାଯିବ ବୋଲି ଢେଙ୍କାନାଳ ବିଧାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ହେବାର ଲୋଭ ନାହିଁ, ମନ୍ତ୍ରୀ ବି ହେବାକୁ ଚାହେଁନି: ଜିତନ୍ ରାମ୍ ମାଞ୍ଝି

ପାଟଣା: ବିହାରରେ ଏନଡିଏ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରି ସାରିଛି । ଏହି ପରିପ୍ରେକ୍ଷୀରେ ହିନ୍ଦୁସ୍ଥାନୀ ଆବାମ୍ ମୋର୍ଚ୍ଚାର ମୁଖ୍ୟ ଜିତନ୍ ରାମ ମାଞ୍ଝି ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ଭେଟିଛନ୍ତି । ବୈଠକରେ ରାଜ୍ୟରେ ସରକାର ଗଠନ ନେଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବୈଠକ ସରିବା ପରେ ଜିତନ୍ ରାମ ମାଞ୍ଝି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ହେବାର କୌଣସି ସମ୍ଭାବନା ନାହିଁ ।

ସେ ପଦବୀ ପାଇଁ ଆଦୌ ଆଶାୟୀ ମଧ୍ୟ ନାହାନ୍ତି । ସେହିଭଳି ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ତେଣୁ ନୀତିଶ ସରକାର ଅଧିନରେ ଉପମୁଖ୍ୟମନ୍ତ୍ରୀ କିମ୍ୱା ମନ୍ତ୍ରୀ ପଦ ସମ୍ଭାଳିବା ମଧ୍ୟ ସମ୍ଭବ ନୁହେଁ । ୨୦୧୪ରୁ ୧୫ରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜିତନରାମଙ୍କୁ ଦାୟିତ୍ୱ ଦେଇଥିଲେ । ଏହାପରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା ଓ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଏଥରର ସାଧାରଣ ନିର୍ବାଚନରେ ଜିତନ ରାମ୍ ମାଞ୍ଝିଙ୍କୁ ୪ଟି ଆସନ ମିଳିଥିଲା । ଆସନ ସଂଖ୍ୟା କମ୍ ଥିଲେ ମଧ୍ୟ କେବଳ ନୀତିଶଙ୍କ ଭରସାରେ ସେ ଏନଡିଏ ଗଠବନ୍ଧନକୁ ଆସିଥିଲେ । ତେଣୁ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାରେ ତାଙ୍କର କୌଣସି ଦ୍ୱିଧା ନାହିଁ । ସେହିଭଳି ଆରଜେଡି ପକ୍ଷରୁ ତାଙ୍କୁ କୌଣସି ପ୍ରକାର ପ୍ରଲୋଭନ ମିଳିଥିବା ନେଇ ମଧ୍ୟ ବିହାରରେ ଚର୍ଚ୍ଚା ହେଉଥିଲା । ଗଣମାଧ୍ୟମର ଏହି ସମ୍ୱନ୍ଧୀୟ ପ୍ରଶ୍ନ ଉପରେ ଉତ୍ତର ରଖି ସେ କହିଛନ୍ତି ଯେ ଆରଜେଡି ତରଫରୁ ତାଙ୍କୁ କିମ୍ୱା ଦଳକୁ କୌଣସି ପ୍ରକାରର ପ୍ରଲୋଭନ ମିଳିନାହିଁ । ତା’ ଛଡା ଆରଜେଡି ସପକ୍ଷରେ ଯିବା ପାଇଁ ତାଙ୍କର ତିଳେ ମାତ୍ର ଆଗ୍ରହ ନାହିଁ । ଏନଡିଏ ସହ ମିଶି ନିର୍ବାଚନ ଲଢିଛନ୍ତି ଓ ଏନଡିଏ ସହ ହିଁ ସରକାର କରିବେ ବୋଲି ସେ ସ୍ପଷ୍ଟ ଶଦ୍ଦରେ କହିଛନ୍ତି ।

ବିକଶିତ ହେଉଛି ଆଣ୍ଟିବଡ଼ି, ଶୀତ ଦିନେ ଆହୁରି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର :କଟକ ମହାନଗର ନିଗମ(ସିଏମସି)ରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ପରେ ନିକଟରେ କଟକର ସେରୋ ସର୍ଭେ କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଗୁରୁବାର ସୂଚନା ଦେଇଛନ୍ତି । ଅଙ୍ଗନାବାଡି,ସ୍ୱଚ୍ଛକର୍ମୀ ଏବଂ ଆଶା କର୍ମୀମାନେ ଏହି ସର୍ଭେ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ଆରଏମଆରସିର ୫ଟି ଟିମ୍ ମଧ୍ୟ ଏହି ସର୍ଭେରେ ସହଯୋଗ କରିଥିଲେ ।

କଟକ ସହରରରେ ୨ ପ୍ରକାରର ସେରୋ ସର୍ଭେ କରାଯାଇଥିଲା । ଗୋଟିଏ କମ୍ୟୁନିଟି ସର୍ଭେ ଏବଂ ଅନ୍ୟଟି ହାଇରିସ୍କ ଗ୍ରୁପକୁ ନେଇ କରାଯାଇଥିବା ସର୍ଭେ । ୨୫ଟି କ୍ଲଷ୍ଟରରେ ବିଭକ୍ତ କରି ଏହି କାର୍ଯ୍ୟ କରାଯାଇଥିଲା ।୨୫ଟି କ୍ଲଷ୍ଟର ଅର୍ଥାତ ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯାଇଥିଲା । ପ୍ରତି ୱାର୍ଡରୁ ୬୦ ଘର ଏବଂ ପ୍ରତି ଘରୁ ଜଣଙ୍କୁ ସେରୋ ସର୍ଭେରେ ସାମିଲ କରାଯାଇଥିଲା । ପ୍ରତି ୱାର୍ଡରୁ ୱାର୍ଡ ଆଣ୍ଟିବଡ଼ି ସୃଷ୍ଟିର ତାରତମ୍ୟ ଲକ୍ଷ୍ୟ କରାଯାଇଥିଲା । ପ୍ରାୟ ୨୨୭୪ ନମୁନା ସଂଗ୍ରହ ହୋଇଥିଲା । ଚଳିତମାସ ୨ରୁ ୫ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ମହିଳା ଓ ପୁରୁଷ ଆଣ୍ଟିବଡି କ୍ଷେତ୍ରରେ ବିଶେଷ ତାରତମ୍ୟ ନାହିଁ । କୋଭିଡ ଯୋଦ୍ଧାମାନଙ୍କ କ୍ଷେତ୍ରରେ ଆଣ୍ଟିବଡି ସୃଷ୍ଟି ନେଇ ମଧ୍ୟ ସଙ୍କେତ ମିଳିଥିବା ସଂଘମିତ୍ରା ପତି କହିଛନ୍ତି । ସେହିପରି ସିଏମସି କମିଶନର ଅନନ୍ୟା ଦାସ ସମସ୍ତଙ୍କୁ ସତର୍କ ରହିବା କହିଛନ୍ତି । ଗତ ଦଶହରା ସମୟରେ ନିୟମକୁ ଭଲ ଭାବରେ ପାଳନକରାଯାଇଥିଲା । ଆଗାମୀ ଦିନରେ ଦୀପାବଳୀ ଓ ଧନଚେରସ ରହିଛି ।ଆଗକୁ ଶୀତଦିନ ପ୍ରଖର ହେବ,  ତେଣୁ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଦେଶ; ୨ୟ ତ୍ରୟମାସିକରେ ବି ସୁଧୁରିଲାନି ସ୍ଥିତି…

ନୂଆଦିଲ୍ଲୀ: କରୋନା ପ୍ରଭାବରେ ଆର୍ଥନୀତିକ ସ୍ଥିତି ଶାଙ୍କୁଡି ଗଲାଣି । ଏସିଆ ମହାଦେଶରେ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଦେଶଗୁଡିକ ମଧ୍ୟରେ ଭାରତ ଆଗରେ । ଦେଶରେ ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ବଜାରର ମାନ୍ଦାବସ୍ଥା, ଦେଶକୁ ପଛକୁ ଠେଲିବାରେ ଲାଗିଛି । ଏନେଇ ପୂର୍ବାନୁମାନ କରିଛି ଦେଶର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ପୂର୍ବାନୁମାନ ଅନୁଯାୟୀ, ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଦେଶର ଡିଜିପି ପୂର୍ବ ବର୍ଷ ତୁଳନାରେ ୮.୪ ପ୍ରତିଶତ ହ୍ରାସ ପାଇବ ।

ଏହା ୨ୟ ତ୍ରୟମାସିକ ଜିଡିପି ଅଟେ । ପ୍ରଥମ ତ୍ରୟମାସିକରେ ଜିଡିପି ପାଖାପାଖି ୨୪ ପ୍ରତିଶତ ହ୍ରାସ ପାଇଥିଲା । ଏଣୁ ଏପରି କ୍ରମାଗତ ଭାବେ ଦେଶର ଘରୋଇ ଉତ୍ପାଦନ ପ୍ରଭାବିତ ହେଉଥିବା ହେତୁ ଦେଶ ଏକ ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଅନୁମାନ କରାଯାଇଛି । ତେବେ କରୋନା ପରେ ଭାରତ ଘରୋଇ ଉତ୍ପାଦ କ୍ଷେତ୍ର ଯେଉଁ ଭଳି ଭାବେ ପ୍ରଦର୍ଶନ କରିଛି ତାହା ଅନ୍ୟ କୌଣସି ଦେଶ କ୍ଷେତ୍ରରେ ଦେଖା ଯାଇନାହିଁ । ପ୍ରାୟ ସବୁ ବିକାଶଶୀଳ ଓ ବିକଶିତ ରାଷ୍ଟ୍ରଗୁଡିକ ଭାରତଠାରୁ ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି । ତେବେ ୨୦୨୦ରେ ଦେଶର ଜିଡିପି ୯.୫ ପ୍ରତିଶତ ହ୍ରାସ ପାଇବ ବୋଲି ବିଚାର କରାଯାଉଛି ।

ତେବେ ସୂଚନାଯୋଗ୍ୟ ଯେ ଏହି ଆକଳନ ହିଁ ସର୍ବୋତ୍ତମ ପ୍ରଦର୍ଶନ । ଶେଷ ୧୦ ବର୍ଷ ମଧ୍ୟରେ ଭାରତ କେବେ ଆକଳନଠାରୁ ଭଳ ପ୍ରଦର୍ଶନ କରିନାହିଁ । ଅନ୍ୟପକ୍ଷରେ ଦେଶରେ ନଗଦ କାରବାର ବଢିଛି । ଆଗକୁ ଆହରୁ ବଢିବ । ବିଶେଷ ଭାବେ ଯାନବାହନ କିଣା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଛି । ଏଣୁ ଏସବୁର ସକରାତ୍ମକ ପ୍ରଭାବ ୩ୟ ତ୍ରିମାସିକରେ ପଡିପାରେ ବୋଲି ଅନୁମାନ କରାଯାଉଛି ।

ଖୋଲୁଛି କେଳେଙ୍କାରୀ ପେଡ଼ି, ଲୋକେ ବି କହିଲେଣି ଜଲଦି ଗିରଫ କର

ଭୁବନେଶ୍ୱର: ଖୋଲିବାରେ ଲାଗିଛି ପଣ୍ଡା ଦମ୍ପତିଙ୍କ ଜମି କେଳେଙ୍କାରୀର ପେଡ଼ି । ଖୋର୍ଦ୍ଧା ସାରୁଅ ପରେ ପୁରୀ । ଦଳିତ ରବୀନ୍ଦ୍ରଙ୍କୁ ମୋହରା କରି ହରିଜନଙ୍କ ଜମିକୁ ହାତେଇ ନେଇଛି ଜଗି ଓ ଜୟ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା କମ୍ପାନୀ । ବଡ଼କଥା ହେଉଛି- ବେଆଇନ୍ ଜମି କାରବାରରେ ପଣ୍ଡା ପରିବାରର ଓରଟେଲ୍ ଗ୍ରୁପ୍ କର୍ମଚାରୀଙ୍କୁ ଡରାଇ, ଧମକାଇ ଚାକିରି ଚାଲିଯିବାର ଭୟ ଦେଖାଇ ବ୍ୟବହାର କରିଛି । ନିଜର ସ୍ୱାର୍ଥ ଚରିତାର୍ଥ କରିବାକୁ ଯାଇ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଭୂ-ସଂସ୍କାର ଆଇନକୁ ଦଳିମକଚି ଦେଇଛି ।

OTV Land Scam, Public Demands In Social Media To Arrest Jay And Jagi Panda

ସାରୁଅରେ କମ୍ପାନୀର ଜମି କିଣାରେ ମୋହରା ବନିଥିବା ଗଞ୍ଜାମ ଜିଲ୍ଲାର ରବୀନ୍ଦ୍ର ବିସ୍ଫୋରକ ବୟାନ ଦେଇଛନ୍ତି । କେବଳ ଖୋର୍ଦ୍ଧାର ସାରୁଅ ନୁହେଁ ବରଂ ପୁରୀରେ ବି ରବୀନ୍ଦ୍ରଙ୍କ ନାଁରେ ଅଗୋଚରରେ ଜମି କିଣିଛି ପଣ୍ଡା କମ୍ପାନୀ । ରବୀନ୍ଦ୍ରଙ୍କ ଏହି ବୟାନ ପରେ ପୁଣି ସୋସିଆଲ୍ ମିଡିଆରେ ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । ପଣ୍ଡା ଦମ୍ପତିଙ୍କୁ ଗିରଫ କରିବାକୁ ଦାବି ହୋଇଛି । ପଢ଼ନ୍ତୁ ରବୀନ୍ଦ୍ରଙ୍କ ବୟାନ ପରେ ସୋସିଆଲ୍ ମିଡିଆରେ କେଉଁ ଭଳି ପ୍ରତିକ୍ରିୟା ସବୁ ଆସୁଛି ।

OTV Land Scam, Public Demands In Social Media To Arrest Jay And Jagi Panda

ସତ୍ୟେନ୍ଦ୍ର ଦାସ ଲେଖିଛନ୍ତି- ଜଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବା ଦରକାର । ଗରିବ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ୍ ।

OTV Land Scam, Public Demands In Social Media To Arrest Jay And Jagi Panda

ଏହିଭଳି ଆଉ କିଛି ପ୍ରତିକ୍ରିୟା ଉପରେ ନଜର ପକାନ୍ତୁ

OTV Land Scam, Public Demands In Social Media To Arrest Jay And Jagi Panda

OTV Land Scam, Public Demands In Social Media To Arrest Jay And Jagi Panda

OTV Land Scam, Public Demands In Social Media To Arrest Jay And Jagi Panda

ପୁରୀରେ ବି ମୋ ନାଁରେ ଜମି କିଣିଛି ଓଟିଭି, ରବୀନ୍ଦ୍ରଙ୍କ ବିସ୍ଫୋରକ ବୟାନ

Dhanteras 2020: ଧନତେରାସରେ କାହିଁକି କିଣାଯାଏ ଝାଡୁ ? ଜାଣନ୍ତୁ ଏହାକୁ ନେଇ କଣ ରହିଛି ମାନ୍ୟତା…

0

Dhanteras 2020: କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ । ଚଳିତ ବର୍ଷ ଏହି ପର୍ବ ନଭେମ୍ବର ୧୩ ତାରିଖ ଶୁକ୍ରବାର ଦିନ ପାଳନ କରାଯିବ । ଧନତେରାସ ଦିନ ଜିନିଷପତ୍ର କିଣାକିଣି ପାଇଁ ଖୁବ ଶୁଭ ମନେ କରାଯାଏ । ସୁନା, ରୂପା ଏବଂ ପିତ୍ତଳର ବାସନକୁସନ କିଣିବା ସହିତ ଏହିଦିନ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି । ତେବେ ଆସନ୍ତୁ ଜାଣିବା ଧନତେରାସ ଦିନ କାହିଁକି କିଣାଯାଏ ଝାଡୁ ।

ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଧନତେରାସ ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ ।

ମାନ୍ୟତା ରହିଛି ଯେ ଝାଡୁ କିଣିବା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମନେ କରାଯାଏ । ସେଥିପାଇଁ ଧନତେରାସ ଦିନ ଝାଡୁ କିଣଇବାକୁ ଶୁଭ ମନେ କରାଯାଏ ।

କୁହାଯାଏ ଯେ ଧନତେରାସ ଦିନ ନୂଆ ଝାଡୁ କିଣି ଘରକୁ ଆଣିବା ପରେ ଏଥିରେ ଏକ ଧଳା ରଙ୍ଗ ସୂତା ଲଗାଇବା ଉଚିତ । ଏହା କହିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିଥାଏ ଏବଂ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଧନତେରାସରେ ଯେତେବି ଝାଡୁ କିଣି ଘରକୁ ଆଣିବେ ତାକୁ ସର୍ବଦା ତଳେ ଚଟାଣରେ ଶୁଆଇ ରଖିବେ । ଝାଡ଼ୁକୁ ଠିଆ କରି ରଖିବା ଅଶୁଭ ମନେ କରାଯାଏ । ଝାଡୁକୁ ସର୍ବଦା ଘରର କେଉଁ କୋଣରେ ଲୁଚାଇ ରଖିବା ଉଚିତ । ଝାଡୁ ଉପରେ କେବେ ପାଦ ପକାଇବା ଉଚିତ ନୁହେଁ । ମାନ୍ୟତା ରହିଛି ଯେ, ଝାଡୁ ଉପରେ ପାଦ ରଖିବା ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି । ଝାଡୁକୁ ଆଦର କରିବା ଦ୍ୱାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ମାନ୍ୟତା ରହିଛି ।

ଦିପାବଳୀ ଦିନ ମନ୍ଦିରରେ ଝାଡୁ ଦାନ କରିବାର ମଧ୍ୟ ପରମ୍ପରା ରହିଛି । କୁହାଯାଏ ଯେ ଦିପାବଳୀରେ ଝାଡୁ ଦାନ କରିବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେବେ ଦିପାବଳୀରେ ଦାନ କରାଯାଉଥିବା ଝାଡୁ ଧନତେରାସ ଦିନ କିଣିବା ଉଚିତ ।

କେବେ ବି ଘରେ ଝାଡୁକୁ ଓଲଟା ରଖିବା ଉଚିତ ନୁହେଁ । କୁହାଯାଏ ଯେ ଏମିତି କରିବା ଦ୍ୱାରା ଘରେ କଳହ ବଢ଼ିଥାଏ । ଝାଡୁକୁ କେବେ ବି ଘର ବାହାରେ ବା ଛାତ ଉପରେ ରଖିବା ଉଚିତ ନୁହେଁ । ମାନ୍ୟତା ରହିଛି ଯେ ଏମିତି କରିବା ଦ୍ୱାରା ଘରେ ଚୋରୀ ହେବାର ସମ୍ଭାବନା ବଢ଼ିଥାଏ ।

ଆଉ ନାହାନ୍ତି ବଲିଉଡ୍‌ କଳାକାର ଆସିଫ୍‌ ବସ୍ରା, ବେକରେ କୁକୁର ଦଉଡ଼ି ଲଗାଇ କଲେ ଆତ୍ମହତ୍ୟା

ହିମାଚଳ ପ୍ରଦେଶ: ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ଆତ୍ମହତ୍ୟା । ବଲିଉଡ୍‌ ଅଭିନେତା ଆସିଫ୍‌ ବସ୍ରା କରିଛନ୍ତି ଆତ୍ମହତ୍ୟା । ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲା ଧର୍ମଶାଳା ମ୍ୟାକ୍‌ଲେଣ୍ଡଗଞ୍ଜର ଜୋଗିବାଡା ରୋଡରେ ଥିବା ଏକ କାଫେ ନିକଟରେ ସେ ଆତ୍ମହତ୍ୟା କରିଛନ୍ତି । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ଏବେ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କାଙ୍ଗଡ଼ାର ଏସ୍‌ପି ବିମୁକ୍ତ ରଞ୍ଜନ ଏହି ମାମଲାକୁ ସ୍ପଷ୍ଟ କରିଛନ୍ତି ।

ଲିଜ୍‌ରେ ନେଇଥିଲେ ଜମି

ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିନେତା ଅସିଫ ବସ୍ରା ଗତ ୫ ବର୍ଷ ହେବ ମ୍ୟାକ୍‌ଲେଣ୍ଡଗଞ୍ଜର ଏକ ଭଡ଼ା ଘରେ ରହି ଆସୁଥିଲେ । ତାଙ୍କ ସହିତ ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ ବୋଲି ଜଣାପଡ଼ିଛି ।

Asif Basra

କେମିତି କଲେ ଆତ୍ମହତ୍ୟା ?

ମିଳିଥିବା ସୂଚନାମୁତାବକ ଆସିଫ୍ ବସ୍ରା ବ୍ରିଟେନର ଜଣେ ମହିଳାଙ୍କ ସହ ମ୍ୟାକ୍‌ଲେଣ୍ଡଗଞ୍ଜରେ ଲିଭ୍‌ ଇନ୍‌ରେ ରହୁଥିଲେ । ଗୁରୁବାର ଅପରାହ୍ନରେ ସେ ତାଙ୍କ କୁକୁରକୁ ବୁଲାଇବାକୁ ବାହାରକୁ ଯାଇଥିଲେ । ବାହାରୁ ଘରକୁ ଫେରିବା ପରେ, ସେ ତାଙ୍କ କୁକୁର ବେକରେ ଲାଗିଥିବା ଦଉଡ଼ି ଆଣି ସେଥିରେ ନିଜକୁ ଫାଶି ଲଗାଇଥିଲେ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସେ ଡିପ୍ରେସନ୍‌ର ଶିକାର ଥିଲେ । ଆସିଫ୍‌ ବସ୍ରା ଆତ୍ମହତ୍ୟା କରିଥିବା ନେଇ କଙ୍ଗଡ଼ା ଏସ୍‌ପି ସ୍ପଷ୍ଟ କରିଛନ୍ତି ।

Asif Basra

ଆସିଫ୍ ବସ୍ରା କିଏ ?

ଆସିଫ୍‌ ବସ୍ରା ଜଣେ ପ୍ରସିଦ୍ଧ ଟିଭି କଳାକାର । ସେ ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ଅନେକଙ୍କ ମନ କିଣିପାରିଛନ୍ତି । ଏମିତିକି ସେ ହଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ‘ପରଜାନିଆ’ ‘ବ୍ଲାକ୍ ଫ୍ରାଇଡେ’ ଭଳି ଲୋକପ୍ରୀୟ ଚଳଚ୍ଚିତ୍ର ବ୍ୟତୀତ ସେ ହଲିଉଡ୍‌ ଚଳଚ୍ଚିତ୍ର ‘ଆଉଟ୍‌ସୋର୍ସ’ରେ ମଧ୍ୟ ନଜର ଆସିଥିଲେ । ଏହାସହ ବସରା ଅନେକ ହିମାଚାଳୀ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।

ପ୍ରେମିକାକୁ ବାଇକରେ ବସାଇ ସ୍ତ୍ରୀ ଠାରୁ ଛେଚା ଖାଇଲେ ସ୍ୱାମୀ

ଅନୁଗୁଳ: ଅନୁଗୁଳରେ ପେଟେଣ୍ଟ ମେଡିସିନ୍ । ସ୍ୱାମୀଙ୍କୁ ଚପଲରେ ନିର୍ଦ୍ଧୁମ ଛେଚିଲେ ସ୍ତ୍ରୀ । ପ୍ରେମିକାକୁ ବାଇକରେ ବୁଲାଇବା ବେଳେ ସ୍ତ୍ରୀ ହାବୁଡରେ ପଡିଗଲେ ସ୍ୱାମୀ । ଆଉ ତାପରେ ଯାହା ହେଲା ତାହା ଜାଣିଲେ ଆପଣ ବି ହେବେ ଆଶ୍ଚଯ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ, ତା ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ।

ଗତ କିଛି ମାସ ହେଲା ଅନୁଗୁଳ ଉପକଣ୍ଠ ଲିଙ୍ଗରାଯୋଡିର ଜଣେ ବିବାହିତ ଯୁବକ ତାଙ୍କ ପ୍ରେମିକାଙ୍କୁ ଧରି ବୁଲାବୁଲି କରୁଥିଲେ । ଏ ଖବର ଯୁବକଙ୍କ ସ୍ତ୍ରୀ ପାଖରେ ଆଗରୁ ଥିଲା । ତେବେ ଆଜି ଯୁବକ ଜଣଙ୍କ ତାଙ୍କ ପ୍ରେମିକାଙ୍କୁ  ମୋଟର ସାଇକେଲରେ ବସାଇ ବୁଲୁଥିବା ବେଳେ ତାଙ୍କ ସ୍ତ୍ରୀ ହାବୁଡରେ ପଡ଼ିଥିଲେ ।

ସ୍ୱାମୀଙ୍କୁ ପ୍ରେମିକା ସହ ବାଇକରେ ବୁଲୁଥିବାର ଦେଖି ଦୁହିଁଙ୍କୁ ପିଛା କରିଥିଲେ ଯୁବକଙ୍କ ସ୍ତ୍ରୀ । ସ୍ତ୍ରୀ ତାଙ୍କୁ ପିଛା କରୁଥିବା ଜାଣି ଯୁବକ ଜଣଙ୍କ ପ୍ରେମିକାକୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତରକୁ ପସିଯାଇଥିଲେ । କିନ୍ତୁ ସହଜରେ ପିଛା ଛାଡିନଥିଲେ ସ୍ତ୍ରୀ । ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ଅଟକାଇବା ସହ ଝିଅ ତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ । ତେବେ ଏଭଳି ଦୃଶ୍ୟ ଦେଖି ଡାକ୍ତରଖାନାରେ ପ୍ରବଳ ଭିଡ ଜମିଥିଲା ।

ବୁର୍ଲା: ଗିରଫ ହେଲେ ୨ ସାଇବର ଠକ

0

ବୁର୍ଲା : ୱେସ୍କୋ ୟୁଟିଲିଟିର ଫେକ ଆକାଉଣ୍ଟ ଖୋଲି ଲୁଟୁଥିବା ୨ ସହଯୋଗୀ ଗିରଫ । ସମ୍ବଲପୁର ସାଇବର ପୋଲିସ ଏହି ୨ ଜଣଙ୍କୁ ଗିରଫ କରିଛି । ରାଉଲକେଲାର ସୁନୀଲ ଓ ସହଯୋଗୀ ତାପସ  ବେକାର ଯୁବକ ଯୁବତୀଙ୍କୁ ଚାକିରିର ମିଛ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟୁଥିବା ନେଇ ଅଭିଯୋଗ କରାଯାଇଥିଲା ।  ଏହା ସହ ଗତ ଜୁଲାଇ ମାସରେ ୱେସ୍କୋ ପକ୍ଷରୁ ଏକ ମାମଲା ମଧ୍ୟ ଦାୟର କରାଯାଇଥିଲା । ୨ ଜଣଙ୍କୁ ସାଇବର ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଏହା ସହିତ ଏମାନଙ୍କ ସହିତ ଆଉ କିଏ କିଏ ଜଡ଼ିତ ଅଛନ୍ତି ।  ଏନେଇ ଅଧିକ ତଦନ୍ତ ଚାଲିଥିବା ସମ୍ବଲପୁର ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।