spot_img
Home Blog Page 6488

ଗୁରଗାଓଁରେ ନିର୍ମାଣାଧିନ ଫ୍ଲାଏ ଓଭର ଭୁଶୁଡି ୨ ଗୁରୁତର

ଗୁରଗାଓଁ: ଗୁରଗାଓଁରେ ନିର୍ମାଣଧିନ ଏକ ଫ୍ଲାଏଓଭର ଭୁଶୁଡି ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲକୁ ନିଆଯାଇି । ପୋଲିସ ଦୁର୍ଘଟଣାସ୍ଥଳୀକୁ ଘେରାଉ କରି ରଖିଛି । ଅନ୍ୟପକ୍ଷରେ କଂକ୍ରିଟ୍ ବ୍ଲକକୁ ହଟାଇବାକୁ ଉଦ୍ୟମ ଜାରି ରହିଛି ।

OVER Bridge

ହରିଆନା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌତାଲା ଦୁର୍ଘଟଣା ବାବଦରେ ସୂଚନା ଦେଇ କହିଛନ୍ତି ଯେ, ସୋହନା ରୋଡ୍ ଗୁରୁଗ୍ରାମ ଫ୍ଲାଏ ଓଭର ଭୁଶୁଡି ପଡିବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଦୁଇ ଜଣ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ ଟିମ୍,ଏସଡିଏମ୍ ଓ ସିଭିଲ ଡିଫେନ୍ସ ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଧରି ଜାରି ରହିଥିବା ଲଗାଣ ବର୍ଷ ପାଇଁ ଗୁରୁଗାଓଁର ସବୁଠାରୁ ବ୍ୟସ୍ତବହୁଳ ରାସ୍ତା ନିକଟରେ ଦବି ଯାଇଥିଲା ।

 

ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ନେଇ ସୋନିଆଙ୍କୁ ଚିଠି ଲେଖିଲେ କଂଗ୍ରେସ ନେତା

ଭୁବନେଶ୍ୱର: କଂଗ୍ରେସ ଦଳରେ ହୋଇପାରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ । ଆମୂଳଚୂଳ ପରିବର୍ତ୍ତିନ ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଲେ ୨୩ ଜଣ ବରିଷ୍ଠ ନେତା । ଦିନକୁ ଦିନ ସାରା ଦେଶରେ କଂଗ୍ରେସର ସ୍ଥିତି ଟଳମଳ ହେଉଥିବା ବେଳେ ଏହାକୁ ନେଇ ଚିନ୍ତା ଜାହିର କରିଛନ୍ତି ଜାତୀୟସ୍ତରର ବରିଷ୍ଠ ନେତା । ଧୀରେ ଧୀରେ ଦଳର ବିପର୍ଯ୍ୟୟ ହେଉଛି । ଅନେକ ନେତା ଦଳ ପ୍ରତି ମୁହଁ ଫେରାଉଛନ୍ତି ।

CONGRESS

ତେଣୁ ଦଳରେ ବ୍ୟାପକ ପରିବର୍ତ୍ତନ କରାଯାଉ ବୋଲି ସେମାନେ ସୋନିଆଙ୍କୁ ଜଣାଇଛନ୍ତି । ତଳସ୍ତରରୁ ଆରମ୍ଭ କରି ଯୁବ, ଛାତ୍ର, ମହିଳା ସମସ୍ତ ସ୍ତରରେ ପରିବର୍ତ୍ତନ କରାଯାଉ ବୋଲି ନେତାମାନେ କହିଛନ୍ତି । ଚିଠି ଲେଖିଥିବା ଏହି ନେତାଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ଓ୍ୱାର୍କିଂ କମିଟିର ସଦସ୍ୟ, ସାଂସଦ ଓ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ । ଦଳକୁ ସୁଦୃଢ଼ କରିବାକୁ ହେଲେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ନେତାମାନେ କହିଛନ୍ତି ।

CONGRESS

ବରିଷ୍ଠ ନେତା ଲେଖିଥିବା ଏହି ଚିଠି ପରେ ଏବେ ତତ୍ପର ହୋଇଛି କଂଗ୍ରେସର ଥିଙ୍କଟ୍ୟାଙ୍କ । ସୋମବାର ଦଳର CWC ବୈଠକ ବସିବ । ଏପଟେ ଓଡ଼ିଶାରେ ପିସିସି ନେତୃତ୍ୱ ପରିବର୍ତ୍ତନ ନେଇ ତେଜିଛି ସ୍ୱର । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ପିସିସି ସଭାପତି ପରିବର୍ତ୍ତନ ନେଇ ମତ ରଖିଛନ୍ତି ।

ତେବେ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନ ନେଇ ରାଜ ବବରଙ୍କ ଭଳି ପ୍ରାୟ ୨୩ ଜଣ ବରିଷ୍ଠ ନେତା ସୋନିଆଙ୍କୁ ଚିଠି ଲେଖିଛନ୍ତି । ସେଥିମଧ୍ୟରେ ଗୁଲାମନବୀ ଆଜାଦ୍‌, କପିଲ ସିବ୍ବଲ, ଆନନ୍ଦ ଶର୍ମା, ଜିତିନ୍‌ ପ୍ରସାଦ, ମିଲିନ୍ଦ ଦେଓ୍ୱଡ଼ା, ମନରଷ ତିଓ୍ୱାରୀ, ଅରବିନ୍ଦର ସିଂହ ଲଭଲୀ, ସନ୍ଦୀପ ଦୀକ୍ଷିତଙ୍କ ଭଳି ବରିଷ୍ଟ ନେତାଙ୍କ ନାଁ ରହିଛି ।

ବାଲି ବୋଝେଇ ଗାଡ଼ି ପୋଡ଼ି ଘଟଣା: ୫ ଜଣଙ୍କୁ ଅଟକ ପ୍ରତିବାଦରେ ଥାନା ଘେରାଉ, ପୋଲିସର ଲାଠିଚାର୍ଜ୍

ଗଂଜାମ: ଗଂଜାମ ଜିଲ୍ଲା ହିଞ୍ଜିଳ ଥାନା କୋଳିଦାଶପୁରରେ ଗାଡି ପୋଡି ଘଟଣା ନେଇ ଉତ୍ତେଜନା । ଗାଁର ୫ ଜଣଙ୍କୁ ଅଟକ ପ୍ରତିବାଦରେ ହିଞ୍ଜିଳି ଥାନା ଘେରାଉ କରିଛନ୍ତି ଶତାଧିକ ଲୋକ । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କାରିଛି ପୋଲିସ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଘଟଣାସ୍ଥଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଶୁକ୍ରବାର ରାତିରେ ଋଷିକୂଲ୍ୟା ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ କିଛି ଦୁର୍ବୃତ୍ତ ଗାଡ଼ି ଗୁଡ଼ିକୁ ଅଟକାଇବା ସହ ସେମାନଙ୍କୁ ଦାଦାବଟି ବା ଚାନ୍ଦା ମାଗିଥିଲେ । ତେବେ ବାଲି ବୋଝେଇ କରି ନେଉଥିବା ଗୋଷ୍ଠି ଚାନ୍ଦା ଦେବାକୁ ମନା କରିଥିଲେ । ଏଥିପାଇଁ ଉଭୟ ଗୋଷ୍ଠୀ ମଧ୍ୟରେ ଯୁକ୍ତି ତର୍କ ଲାଗିଥିଲା । ପରେ ଏହା ଅତି ଭୟଙ୍କର ହୋଇଥିଲା ।

https://www.facebook.com/NandighoshaTV/videos/1220237101687419/

ଏହି ଘଟଣାରେ ଦୁର୍ବୃତ୍ତମାନେ ଉତ୍‌କ୍ଷିପ୍ତ ହୋଇ ସେମାନଙ୍କୁ ଆକ୍ରମଣ କରିଥିବା ସହ ଗାଡ଼ି ଗୁଡ଼ିକୁ ପୋଡ଼ି ଦେଇଥିଲେ । ସେଥିରେ ଦୁଇଟି ଟ୍ରାକ୍ଟର, ତିନୋଟି ଟ୍ରକ ଓ ଦୁଇଟି ମୋଟରସାଇକେଲ ସାମିଲ ଥିଲା । ଏନେଇ ଥାନାରେ ଅଭିଯୋଗ  ମଧ୍ୟ ହୋଇଛି । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାସହ ସ୍ଥାନୀୟ ଏସ୍‌ଡିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାଥମିକ ତଦନ୍ତ ପରେ ପୋଲିସ ଉକ୍ତ ଗାଁର ୫ ଜଣ ଯୁବକଙ୍କୁ ଅଟକ ରଖିଥିଲା । ଗାଁର ଏହି ୫ ଜଣଙ୍କୁ ଅଟକ ରଖାଯାଇଥିବା ପ୍ରତିବାଦରେ ରବିବାର ସକାଳୁ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଫଳରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଅଧିକ ଫୋର୍ସ ଡକାଇଥିଲା । ଲୋକମାନେ ଅଧିକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିବାରୁ ପୋଳିସ ଲାଠିଚାର୍ଜ କରିଥିଲା । ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି ।

ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର: ରଜ୍ୟରେ ପୁଣି ୧୦ ମୁଣ୍ଡ ନେଲା କରୋନା । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ପଟେ ଆଜି ରାଜ୍ୟରେ ୨୯୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଯାହାକି ଚିନ୍ତାର ବିଷୟ ପାଲଟିଛି ।  ତେବେ ୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩ ଜଣ ରହିଥିବା ବେଳେ ରାୟଗଡ଼ାର ୨ ଜଣ ରହିଛନ୍ତି । ସେହିଭଳି କଟକର ୨ ଜଣ ରହିଥିବା ବେଳେ ନୟାଗଡ଼ର ଜଣେ, ଗଜପତିର ଜଣେ ଓ ବଲାଙ୍ଗିରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମର ୩ ମୃତକଙ୍କ ମଧ୍ୟରୁ ଜଣେ ୬୦ ବର୍ଷର ପୁରୁଷ । ସେ ଡାଇବେଟିସ୍‌, ହାଇପରଟେନ୍‌ସନ୍‌ ଓ କ୍ରୋନିକ୍‌ କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ । ସେହିଭଳି ଆଉ ଜଣେ ୬୧ ବର୍ଷୀୟ ପୁରୁଷ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । କିନ୍ତୁ ତାଙ୍କର କୌଣସି ଅନ୍ୟ ରୋଗଥିବା ସୂଚନା ନାହିଁ । ତେବେ ତୃତୀୟ ମୃତକ ହେଉଛନ୍ତି ୭୦ ବର୍ଷୀୟ ପୁରୁଷ ।

ସେହିଭଳି ରାୟଗଡ଼ାରୁ ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୫୬ ବର୍ଷୀୟ ପୁରୁଷ ଓ ଅନ୍ୟଜଣେ ୪୫ ବର୍ଷୀୟ ପୁରୁଷ ।

କଟକର ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ହେଲେ ୮୭ ବର୍ଷୀୟ ମହିଳା ଯିଏ କି Chronic Obstructive Pulmonary Disease, Hypertension, Old Cerebro Vasular ଆକ୍ସିଡେଣ୍ଟରେ ସମ୍ମୁଖୀନ ହୋଇଥିଲେ । ଅନ୍ୟ ଜଣେ ମୃତକ ହେଉଛନ୍ତି ୭୫ ବର୍ଷୀୟ ପୁରୁଷ ଯିଏ କି  ପୂର୍ବରୁ ମଧୁମେହ, Hypothyroidism, କିଡନୀ ଜନିତ ରୋଗର ଶିକାର ଥିଲେ ।  ।

ନୟାଗଡ଼ର ମୃତକ ଜଣକ ହେଉଛନ୍ତି ୫୮ ବର୍ଷୀୟ ପୁରୁଷ, ସେ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ । ସେହିଭଳି ଗଜପତି ଜିଲ୍ଲାର ମୃତକ ହେଉଛନ୍ତି ୪୫ ବର୍ଷୀୟ ପରୁଷ, ସେ ମଧ୍ୟ ଡାଇବେଟିସ୍ ରୋଗରେ ପୂର୍ବରୁ ଆକ୍ରାନ୍ତ ଥିଲେ । ଅନ୍ୟପଟେ ବଲାଙ୍ଗିରରୁ ମଧ୍ୟ ଜଣେ ୪୭ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ ‌ମଧ୍ୟ ପୂର୍ବରୁ ଡାଇବେଟିସ୍‌ ରୋଗରେ ଆକ୍ରାନ୍ତ ଥିଲେ ।

ରାଜ୍ୟରେ ପୁଣି ୨୯୯୩ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ପୁଣି ୨୯୯୩ ଜଣ ନୂଆ କରୋନା ଆକ୍ରାନ୍ତ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଅଧିକ ମାତ୍ରାରେ ଟେଷ୍ଟିଂ କରାଯାଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ହେଲେ ଏଥିରେ ଭୟଭୀତି ହେବାର ନାହିଁ । ବରଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ନୂଆ ୨୯୯୩ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୧୮୭୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଜଣ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୨୧, ବାଲେଶ୍ୱରର ୧୧୫, ବରଗଡ଼ରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଦେଓଗଡ଼ରୁ ୯, ଢ଼େଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁର ୪୬, ଯାଜପୁର ୧୨୧, ଝାରସୁଗୁଡ଼ା ୪୩, କେନ୍ଦ୍ରାପଡ଼ା ୪୩, କଳାହାଣ୍ଡି ୩୬, କନ୍ଧମାଳ ୫୮, କେନ୍ଦୁଝର ୬୩, ଖୋର୍ଦ୍ଧାରୁ ସର୍ବାଧିକ ୬୦୬, କୋରାପୁଟ ୯୫, ମାଲକାନଗିରି ୮୫, ମୟୂରଭଞ୍ଜ ୧୨୦, ନବରଙ୍ଗପୁର ୬୮, ନୟାଗଡ଼ ୧୫୩, ନୂଆପଡ଼ା ୧୧, ପୁରୀ ୧୫୬, ରାୟଗଡ଼ା ୧୩୭, ସମ୍ବଲପୁର ୧୦୪, ସୋନପୁର ୪୦, ସୁନ୍ଦରଗଡ଼ରୁ ୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏବେ ୨୫ ହଜାର ୭୯୨ଟି ମାମଲା ସକ୍ରିୟ ରହିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୨ ହଜାର ୨୭୬ରେ ପହଞ୍ଚିଛି । ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ୫୩୦ରେ ପହଞ୍ଚିଛି ।

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟ୍‌ ଆକାଉଣ୍ଟରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖି ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି ମୋଦି ମୋଦି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ଟ୍ୱିଟ୍ କରି ସମସ୍ତଙ୍କୁ ନୂଆଁଖାଇର ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଏହାସହ ସେ ରାଜ୍ୟବସାୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖଇଛନ୍ତି, ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍ ।