ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୧୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୦୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୪ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜଧାନୀରେ ୫ ହଜାର ୪୮୭ ଜଣ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ହୋଇଛି । ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୮୭ ଜଣ ଏବେ କାରୋନା ସକ୍ରିୟ ରହିଛନ୍ତି ।
Update on newly detected & cured #COVID19 cases in the last 24 hrs under the BMC area on 17th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/vzvcVF1grs— BMC (@bmcbbsr) August 17, 2020
ତେବେ କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନାରୁ ସୁସ୍ଥ ସଂଖ୍ୟା । ପ୍ରତି ଦିନ କ୍ରମାଗତ ଭାବେ ଅଧିକ ପରିମାଣରେ କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି । ତେବେ ଆଜି ରାଜଧାନୀରୁ ୧୩୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ସୁସ୍ଥ ସଂଖ୍ୟା ହେଉଛି ୩ ହଜାର ୫୬୭ ରେ ପହଞ୍ଚିଛି ।











୧୪ ଘଣ୍ଟାରୁ ଅଧିକ ସମୟ ଧରି ଯୁବକ ଜଣକ ଗଛ ସାହାଯ୍ୟରେ ପ୍ରଖର ସ୍ରୋତରେ କିଭଳି ଅଟକି ରହିଲା ତାହା ଆଶ୍ଚର୍ଯ୍ୟ ଜନକ ବିଷୟ । ପୋଲିସ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଜିତେନ୍ଦ୍ର ମଦ୍ୟପାନ କରିଥିବାରୁ ଖୁଣ୍ଟାଘାଟ ଡ୍ୟାମର ୱେଷ୍ଟବିୟରକୁ ଡେଇଁ ପଡ଼ିଥିଲେ । ଏହାପରେ ସେ ପ୍ରଖର ସ୍ରୋତରେ ପ୍ରଥମେ ପଥର ପାଖରୁ ଖସି ଗଛରେ ଅଟକି ରହିଥିଲେ ।




କହିରଖୁଛୁ ନିଶିକାନ୍ତ ଅଜୟ ଦେବଗନ ଏବଂ ତବୁ ଷ୍ଟାରର ଫିଲ୍ମ ଦୃଶ୍ୟମ,ଇରଫାନ ଖାନ ଷ୍ଟାରର ଫିଲ୍ମ ମଦାରୀ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ବ୍ୟତୀତ ସେ ଜନ ଆବ୍ରାହିମଙ୍କ ସହିତ ଫୋର୍ସ ଏବଂ ରକି ହ୍ୟାଣ୍ଡସମ ଭଳି ଫିଲ୍ମ ନିର୍ମାଣ କରିଛନ୍ତି । ମହାରାଷ୍ଟ୍ରରେ ଜନ୍ମ ହୋଇଥିଲେ ନିଶିକାନ୍ତ । ୨୦୦୫ରେ ମରାଠୀ ଫିଲ୍ମ ଡୋମ୍ବିବଲି ଫାଷ୍ଟରେ ନିର୍ଦ୍ଦେଶନା ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମକୁ ବେଷ୍ଟ ଫିଚର ଫିଲ୍ମର ପୁରସ୍କାର ମିଳିଥିଲା । ତେବେ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ଦୃଶ୍ୟମ ପରେ ନିଶିକାନ୍ତଙ୍କୁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା ।