spot_img
Home Blog Page 6521

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ

0

କଳାହାଣ୍ଡି: ପ୍ରେମ ପାଇଁ ଗଲା ପ୍ରାଣ । ପ୍ରେମ ସମ୍ପର୍କରୁ ଯୁବକଙ୍କୁ ନିର୍ମମ ହତ୍ୟା । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗଏନ୍ଦିମୁଣ୍ଡା ଗାଁରେ । ଝିଅ , ଝିଅର ବାପା, ମାଆ ଓ ଭାଇକୁ ଅଟକ ରଖି ସାଇଣ୍ଟିଫିକ ଟିମର ସହାୟତା ଲୋଡିଛି ପୋଲିସ lଗତକାଲି ଖଲିଆକାନୀ ଗାଁର ଦିଲିପ ମେହେର ନିଜର ସାଙ୍ଗ ଲୋକନାଥଙ୍କ ସହ ଗଏନ୍ଦିମୁଣ୍ଡା ଯାଇଥିଲେ । ସେଠାରେ ଝିଅର ପରିବାର ଲୋକ ସେମାନଙ୍କୁ ଘେରାଉ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ତାଙ୍କ ସାଙ୍ଗ ଖସିଯାଇ ପରିବାରଲୋକଙ୍କୁ ଜଣାଇଥିଲା । ପରିବାର ଲୋକ ଦିଲିପ କୁ ଖୋଜାଖୋଜି କରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖି ଗୋଲାମୁଣ୍ଡା ପୁଲିସ କୁ ଖବର ଦେଇଥିଲେ । ଏହାଏକ ହତ୍ୟାକାଣ୍ଡ ଵୋଲି ପରିବାର ଲୋକ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବାପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମ ସମ୍ପର୍କ ରୁ ହୋଇ ଥିବା ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଥିଲେ । ସୂଚନା ଅନୁସାରେ ଗୋଇନ୍ଦି ମୁଣ୍ଡା ଗାଁର ଦ୍ରୌଣ ବଗର୍ତ୍ତିଙ୍କ ଝିଅଙ୍କୁ ଦିଲୀପ ମେହେର ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ ଓ ତାଙ୍କୁ ମୋବାଇଲ ଦେଇ ତାଙ୍କ ସହ କଥାବାର୍ତ୍ତା ବି ହେଉଥିଲେ । ହେଲେ ଗତ କାଲି ଦୁଇ ସାଙ୍ଗ ମୋବାଇଲ୍ ଆଣିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି l

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

ପୃଥିବୀରୁ ଦେଖାଯାଉଥିବା ଚନ୍ଦ୍ରର ଏହି ଅଂଶରୁ ମିଳିଲା ଜଳ

ୱାସିଂଟନ: ଚନ୍ଦ୍ରରେ ମାନବ ମିଶନ ସଫଳ କରିବାକୁ ଆଉ ପାଦେ ଆଗକୁ ବଢିଲା ନାସାର । କାରଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିଛି ନାସା । ମୁଖ୍ୟକଥା ହେଉଛି ଏହି ଜଳ ସେହି ସ୍ଥାନରେ ଦେଖାଯାଇଛି ଯେଉଁଠାରେ ସୂର୍ଯ୍ୟକିରଣ ପଡ଼ିଥାଏ । ତେବେ ପର୍ଯ୍ୟବେକ୍ଷଣ ଯାନ ସୋଫିଆ ଜରିଆରେ ଜଳର ସନ୍ଧାନ ମିଳିଥିବା ନେଇ ନାସା ପକ୍ଷରୁ ଦାବି କରାଯାଇଛି । ଛୋଟ ଛୋଟ ଆକାରର କାଚ କଣିକା ପରି ଜଳ ରହିଥିବା ସୂଚନା ମିଳିଛି ।

ଚନ୍ଦ୍ରପୃଷ୍ଠରେ ୧୪.୬ ମିଲିୟନ୍ ବର୍ଗମାଇଲ୍ ଅଞ୍ଚଳରେ ଜଳ ରହିଛି । ପ୍ରତି ଘନମିଟର ମାଟିରେ ୧୨ ଆଉନ୍ସ ବିଶିଷ୍ଟ ବୋତଲର ପାଣି ଥିବା ଆକଳନ କରାଯାଇଛି । ଚନ୍ଦ୍ରପୃଷ୍ଠରେ ମିଳିଥିବା ଜଳର ପରିମାଣ ଆଫ୍ରିକାର ସାହାରା ମରୁଭୂମି ତୁଳନାରେ ଶହେ ଗୁଣ କମ୍ ବୋଲି ଜଣାପଡିଛି ।  ସୂର୍ଯ୍ୟକିରଣ ପଡୁଥିବା ଅଞ୍ଚଳରେ ପାଣି ଥିବା ନେଇ ସୂଚନା ମିଳିଛି । ଜଳର ସନ୍ଧାନ ଚନ୍ଦ୍ର ଅଭିଯାନ ପାଇଁ ସହାୟକ ହେବ ।

ଏଥିସହ ରକେଟ୍ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ କରାଯିବ । ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ପୃଥିବୀରୁ ଦେଖାଯାଉଥିବା ବିରାଟ ବଡ଼ ଗର୍ତ୍ତ କ୍ଲେଭିୟର୍ସ କ୍ରେଟରରେ ଜଳ କଣିକା ଥିବା ନେଇ ସୂଚନା ମିଳିଛି । ପୂର୍ବରୁ ହୋଇଥିବା ଗବେଷଣାରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନ୍‌ର ଅବସ୍ଥିତି ନେଇ ସୂଚନା ମିଳିଥିଲା । ତେବେ ହାଇଡ୍ରକ୍ସିଲ୍‌ର ସନ୍ଧାନ ମିଳିନଥିଲା । ୨୦୨୪ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ମାନବ ମିଶନ୍ ପାଇଁ ପ୍ରସ୍ତୁତି କରୁଛି ନାସା ।

 

ଜୁମଡାଙ୍ଗରେ ମାଓବାଦୀ-ଯବାନ ଗୁଳିବିନିମୟ

0

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଅନ୍ଧ୍ର, ଓଡ଼ିଶା ସୀମା ଜୁମଡାଙ୍ଗରେ ଗୁଳିବିନିମୟ । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଏସଓଜି, ଡିଭିଏଫ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ ମାଓବାଦୀଙ୍କ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା  । ଜବାବରେ ଯବାନଙ୍କ ତରଫରୁ ମଧ୍ୟ ଗୁଳି ବିନିମୟ ହୋଇଛି । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ସହ କ୍ରସ ଫାୟାରିଂ ଜାରି ରହିଥିବା ସୂଚନା ମିଳିଛି । ମଓ ସଂଗଠନ ର ଜଗନ୍ ଦଳ ସାଙ୍ଗରେ ହେଉଛି ଗୁଳି ବିନିମୟ। ରୋଡ କାମ କୁ ବିରୋଧ କରି ଜୁମଡାଙ୍ଗ ପାଖରେ ଦୁଇଟି ଜେସିବି ଓ ଗୋଟିଏ ଟ୍ରାକ୍ଟର ପୋଡିଥିବା ସୂଚନା ମିଳିଛି  ।

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

ମହାରାଷ୍ଟ୍ରର ନାଗପୁରରେ ଭୂକମ୍ପ ! ୯୬ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏହି ଭୂକମ୍ପ ରେକର୍ଡ

ନାଗପୁର: ନାଗପୁରରେ ମୃଦୁ ଭୂକମ୍ପ ଅନୁଭୂତ । ଆଜି ସକାଳେ ମହାରାଷ୍ଟ୍ରର ନାଗପୁରର ଉତ୍ତର-ପୂର୍ବରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସୀସ୍ମୋଲୋଜି କହିଛି ଯେ, ରିକ୍ଟର ସ୍କେଲରେ ଏହି ଭୂକମ୍ପ ୩.୩ ଥିଲା। ଭୋର ପ୍ରାୟ ୪ଟା ୧୦ ସୁଦ୍ଧା ନାଗପୁରର ୯୬ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏହି ଭୂକମ୍ପ ରେକର୍ଡ କରାଯାଇଛି । ବର୍ତ୍ତମାନ ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ  ହୋଇ ନଥିବା ସୂଚନା ମିଳିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ରବିବାର ଦିନ ସିକ୍କିମ ଗାଙ୍ଗଟକ ନିକଟରେ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସୀସ୍ମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରେକର୍ଡ଼ କରାଯାଇଥିଲା। ସିକ୍କିମରେ ଗ୍ୟାଙ୍ଗଟକରେ ଏହି ଭୂକମ୍ପର କମ୍ପନ ଦିନ ପ୍ରାୟ ୧୨.୪୫ରେ ଅନୁଭୂତ ହୋଇଥିଲା।

ସୁନା ରାକେଟ୍ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ: ବିକ୍ରି କରୁଥିଲେ ବନ୍ଧକ ସୁନା

ରାଉରକେଲା: ସୁନା ରାକେଟ୍ ଗ୍ୟାଙ୍ଗର ପର୍ଦ୍ଦାଫାସ। ବନ୍ଧକ ସୁନା ବିକ୍ରି ଘଟଣାରେ ଆଉ ଦୁଇ ଗିରଫ । ପୂର୍ବରୁ ଘଟଣାରେ ସମ୍ପୃକ୍ତ ଦୁଇ ସୁନା ବ୍ୟବସାୟୀଙ୍କୁ ଟାଙ୍ଗରପାଲି ଥାନା ଗିରଫ କରିଥିଲା। ଗତକାଲି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ସୁରଭୀ କାପୁର ଓ ଉମଙ୍ଗ କାପୁର । ଦୁହେଁ ସମ୍ପର୍କରେ ମା’- ପୁଅ ବୋଲି ସୁଚନା ଦେଇଛି ପୋଲିସ। ସେହିପରି ରବିବାର ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପ୍ରସାଦ ସାହୁ ଓ ଦିନନାଥ ସାହୁ ।

ଦୁହିଁଙ୍କ ଠାରୁ ହଜାରେ ୫୩ ଗ୍ରାମ ସୁନା ଜବତ କରାଯାଇଥିଲା । ଦୁଇ ସୁନା ବ୍ୟବସାୟୀଙ୍କ ସହ ଆଉ କିଛି ବ୍ୟକ୍ତିଙ୍କ ସମ୍ଫୃକ୍ତି ରହିଥିବା ସେନ୍ଦେହରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଟାଙ୍ଗରପାଲି ଥାନାରେ ଠକେଇର ଶିକାର ହୋଇଥିବା ତିନିଜଣ ଅଭିଯୋଗ କରିବା ପରେ ପୋଲିସ ଏହି ଚାରି ଜଣଙ୍କୁ ଗିରଫ କରିଛି । ଏହି ରାକେଟ୍ ତିନି କୋଟିରୁ ଅଧିକ ଟଙ୍କା ମୂଲ୍ୟର ସୁନା ଠକି ନେଇଥିବେ ଅଭିଯୋଗ ହୋଇଛି ।

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

ସ୍ୱାଭିମାନ ଅଞ୍ଚଳରେ ପୁଣି ଶୁଭିଲା ମାଓ ବିରୋଧୀ ସ୍ୱର

0

ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଣି ଶୁଭିଲା ମାଓ ବିରୋଧୀ ସ୍ୱର । ୧୦ରୁ ଅଧିକ ଗ୍ରାମବାସୀ ମିଳିତ ଭାବେ ମାଓ ବିରୋଧୀ ନାରା ଦେଇଛନ୍ତି । ଗତକାଲି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଥିବା ଖଜୁରିଗୁଡା ଠାରେ ମାଓବାଦୀ ଙ୍କୁ ବିରୋଧ କରି ହଜାର ହଜାର ଲୋକେ ଏକତ୍ରିତ ହୋଇଥିଲେ । ମାଓବାଦୀ ମାନେ ୨୦ ତାରିଖ ରାତିରେ ଖଜୁରୀଗୁଡାର ଦାଶ ଖେମୁଡୁ କୁ ପୋଲିସ ଇନ୍ଫୋର୍ମର କହି ଗୁଳି କରି ହତ୍ୟା କରିଥିଲେ  । ଘଟଣାକୁ ନେଇ ଏବେ ମାଓବାଦୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ସ୍ୱାଭିମାନ ଅଞ୍ଚଳ ବାସୀ  । ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲଗାଯାଇଥିବା ବେଳେ ଗତକାଲି ମାଓ ବିରୋଧୀ ମେଳି ହୋଇଥିଲା ।

ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ରଖାଯାଇଛି ଲକ୍ଷ୍ୟ

ଲଣ୍ଡନ: ସାରା ବିଶ୍ୱରେ କରୋନା ଟିକା ପରୀକ୍ଷଣ ନେଇ ଚାଲିଛି ପ୍ରତିଯୋଗିତା  । ଏହାରି ଭିତରେ ବ୍ରିଟେନରେ ଆସନ୍ତା ନଭେମ୍ବର ପହିଲାରୁ ସାଧାରଣ ଲୋକଙ୍କୁ ଦିଆଯିବ ଟିକା । ଏଥିପାଇଁ ବିଭିନ୍ନ ମେଡିକାଲକୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି  । ଅକ୍ସଫୋର୍ଡ  ଓ ଆଷ୍ଟ୍ରଜେନେକା ଖୁବଶିଘ୍ର ଟିକା ଯୋଗାଇବେ  । ପ୍ରତ୍ୟେକ ଦିନ ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି  । ସେପଟେ ଭାରତରେ କରୋନା ସଂକ୍ରମଣସହ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି  ।

ତେବେ ଆସନ୍ତା ସପ୍ତାହରୁ ଲଣ୍ଡନରେ ସାଧାରଣ ଲୋକଙ୍କୁ ଦିଆଯିବ ଟିକା  । ଏଥିପାଇଁ ବିଭିନ୍ନ ହସ୍ପିଟାଲ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି  । ମିଳିତ ଭାବେ ଟିକା ତିଆରି କରୁଥିବା ଅକ୍ସଫୋର୍ଡ ଏବଂ ଆଷ୍ଟ୍ରଜେନିକା ପକ୍ଷରୁ ଏନେଇ ସୂଚନା ମିଳିଛି  । ଅକ୍ସଫୋର୍ଡ ଟିକାର ସଫଳ ପରୀକ୍ଷଣ ପରେ ଖୁବଶିଘ୍ର ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି  । ସାରା ବିଶ୍ୱରେ ୧୧ ଲକ୍ଷ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କ ଜୀବନ ଯାଇଥିବା ବେଳେ ଟିକା ବାହାରିଲେ ମୃତ୍ୟୁ ସଂଖ୍ୟାର ବ୍ରେକ ଲାଗିବ ବୋଲି ଆଶା କରାଯାଉଛି  । ଅକ୍ସଫୋର୍ଡର କରୋନା ଟିକାକୁ AZD1222 ଏବଂ ChAdOx1 nCoV-19 ନାଁ ଦିଆଯାଇଛି  । ଆସ୍ତ୍ରଜେନେକା ସହ ମିଶି ଅକ୍ସଫୋର୍ଡ ଏହି ଟିକା ତିଆରି କରିଛି । ବ୍ରିଟେନର ୫ଟି ସ୍ଥାନରେ ଲୋକଙ୍କୁ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି  । ପ୍ରତ୍ୟେକ ଦିନ ପାଖାପାଖି ୧୦ ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି  ।

Russia Ship 50 Million Coronavirus Vaccine Sputnik V Doses Brazil

ଅନ୍ୟପଟେ ଭାରତରେ ପ୍ରଭାବଶାଳୀ ହୋଇଛି କରୋନା ମୁକାବିଲା  । ଗତ ସପ୍ତାହରେ ପୂର୍ବଅପେକ୍ଷା ୧୬ ପ୍ରତିଶତ କମ ସଂକ୍ରମଣ ଚିହ୍ନଟ ହୋଇଛନ୍ତି  । ଏଥିସହ ମୃତ୍ୟୁ ସଂଖ୍ୟାରେ ୧୯ ପ୍ରତିଶତ କମ ରିପୋର୍ଟ ଆସିଛି  । ଗତ ସପ୍ତାହରେ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୬୦ ହଜାର ରହିଛି  । ଭାରତରେ କରୋନା ସଂକ୍ରମଣ ପିକ୍ ଲେବଲ ପହଁଞ୍ଚି ଏବେ ତଳକୁ ଖସୁଛି  । ଏବେ ସୁଦ୍ଧା ଭାରତରେ ୯୦ ପ୍ରତିଶତ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ବୋଲି ଭାରତ ସରକାର କହିଛନ୍ତି  ।

ଭାରତ ଓ ଆମେରିକା ମଧ୍ୟରେ ୨ + ୨ ବୈଠକ: ପ୍ରସ୍ତୁତ ହୋଇପାରେ ଚୀନ ବିରୋଧି ରଣନୀତି

ନୂଆଦିଲ୍ଲୀ: ଆଜି ଭାରତ ଓ ଆମେରିକା ମଧ୍ୟରେ ହେବ ୨ + ୨ ବୈଠକ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଲ ହେବେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଟି ଏସପର। ସେହିଭଳି ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ରହିବେ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିବ । ଭାରତ ଓ ଆମେରିକା ମଧ୍ୟରେ  ସାମରିକ ଓ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏଥି ସମେତ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା ହେବ । ବିଶେଷ କରି ଚୀନର ବିସ୍ତାରବାଦୀ ନିତିକୁ ଚେକ ଦେବା ପାଇଁ ଭାରତ ଓ ଆମେରିକା ଆଲୋଚନା କରିବେ ବୋଲି କୁହାଯାଇଛି  । ସୀମା ସମସ୍ୟା ଲାଗି ରହିଥିବାବେଳେ ଆମେରିକାର ଦୁଇ ବରିଷ୍ଠ ନେତାଙ୍କ ଭାରତ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

କଣ ରହିଛି କାର୍ଯ୍ୟକ୍ରମ

ଆମେରିକାର ବୈଦେଶିକ ଏବଂ ପ୍ରତିରକ୍ଷା ସଚିବ ନୂଆଦିଲ୍ଲୀରେ ଥିବା ୱାର ମେମୋରିଆଲ ପରିଦର୍ଶନ କରି ସେଠାରେ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରଖାଯାଇଛି । ଯାହା ପରେ ହାଇଦ୍ରାବାଦ ହାଉସରେ ୨ + ୨ ବୈଠକ ଆରମ୍ଭ ହେବ । ୨ + ୨ ବୈଠକ ହେଉଛି ଯେକୌଣସି ଦୁଇ ଦେଶ ମଧ୍ୟରେ ବିଦେଶ ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ବୈଠକ । ଯାହା କିଛି ସମୟ ପୂର୍ବରୁ ହିଁ ଆମେରିକା ଏବଂ ଭାରତ ମଧ୍ୟରେ ଆରମ୍ଭ ହୋଇଛି ।

ଏହି ବୈଠକରେ ବୈଶୟିକ ବିନିମୟ ଏବଂ ଅନେକ ଚୁକ୍ତି ଅନୁମୋଦନ ହୋଇପାରେ । ଯାହା ପରେ ଆମେରିକା ଭାରତ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ବାଣ୍ଟିବ ଯେଉଁଥିରେ ସାଟେଲାଇଟ୍ ସହ ଅନ୍ୟାନ୍ୟ ସାମରିକ ତଥ୍ୟ ମଧ୍ୟ ସମିଲ ରହିଛି । ଏଥି ସହ ସ୍ଥାନୀୟ ତଥା ଆନ୍ତର୍ଜାତୀୟ, ରାଜନୈତିକ ଓ ସାମରିକ କାର୍ଯ୍ୟକଳାପ ଉପରେ ମଧ୍ୟ ଆଲୋଚନା କରାଯିବ।

ମଙ୍ଗଳବାର ଦିନ ଏହି ଦୁଇ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ, ଏହା ପରେ ଭାରତ ଏବଂ ଆମେରିକା ତରଫରୁ ମିଳିତ ବିବୃତ୍ତି ଜାରି କରାଯିବ । ଉଲ୍ଲେଖନୀୟ କଥା ହେଉଛି, ଚୀନ୍ ସହିତ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକା ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଛି ଏବଂ କରୋନା କାରଣରୁ ବିଶ୍ୱର ଏଭଳି ପରିସ୍ଥିତି ପାଇଁ ଚୀନ୍ ହିଁ ଦାୟୀ କରିଛି ।

ଅନୁଗୁଳରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନି ଜଣଙ୍କ ମୃତ୍ୟୁ ଅଭିଯୋଗ

0

ଅନୁଗୁଳ: ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ବିଷାକ୍ତ ମଦ ପିଇ ଦୁଇ ଦିନରେ ତିନିଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ ୨୫ତାରିଖରେ ୨ଜଣଙ୍କର ଜୀବନ ଯାଇଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଉଛନ୍ତି କାଇରା ପ୍ରଧାନ, ଟୁକୁନା ପ୍ରଧାନ ଓ ଶଶିଭୂଷଣ ଦେହୁରୀ। ଗତ ରବିବାର ଦିନ ଏକ ଘର ଛାତ ପକାଇବା ପରେ ଯୁବକମାନେ ମହୁଲି ମଦ ପିଇଥିଲେ । ପରେ ସନ୍ଧ୍ୟାରେ କାଇରାଙ୍କର ଦେହ ଅସୁସ୍ଥ ହୋଇଥିଲା । କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବିଳମ୍ବିତ ରାତିରେ ଟୁକୁନାଙ୍କର ମଧ୍ୟ ସମାନ ଢଙ୍ଗରେ ମୃତ୍ୟୁ ହୋଇଥିଲା। ପରେ ଶଶିଭୂଷଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେହି ଗାଁର ବାସୁଦେବ ପ୍ରଧାନଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି । ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଛି ।

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

0

ଶ୍ରୀନଗର: ମେହବୁବାଙ୍କ ପୁଣି କାଶ୍ମୀର ରାଗ । ଜେଲରୁ ଆସିବା ପରେ ପୁଣ କାଶ୍ମୀରବାସୀଙ୍କୁ ଉସୁକାଇଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀର ପତାକାକୁ ପୁଣିଥରେ ଉଡ଼ାଇବା କଥା କହୁଛନ୍ତି । ବର୍ଷକ ତଳେ ଜମ୍ମୁକାଶ୍ମୀର ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏବେ ଜେଲରୁ ଫେରିବା ପରେ ପୁଣି ସେହି ଧାରକୁ ଲାଗୁ ସହ କାଶ୍ମୀର ପତାକା ଉଡ଼ାଇବା କଥା ମେହବୁବା କହିଛନ୍ତି । ଏତିକି ନୁହେଁ ସେ ଦେଶର ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇବେନ ନାହିଁ ବୋଲି କହିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ, କଣ ସେହି କାଶ୍ମୀର ପତାକା ଯାହା ଏବେ ଅତୀତ ।

ବର୍ଷେ ତଳେ ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଯାଇଥିଲା । ଫଳରେ ରାଜ୍ୟ ପତାକା ମଧ୍ୟ ଇତିହାସରେ ବିଲୀନ ହୋଇ ଯାଇଥିଲା । ସଂସଦରେ ସମ୍ବିଧାନ ସଂଶୋଧନ ପାରିତ କରାଯାଇ ଜମ୍ମୁ-କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ସଚିବାଳୟରୁ ୨୦୧୯ ଅଗଷ୍ଟ ୧୫ରେ ହଟାଇ ଦିଆଯାଇଥିଲା ରାଜ୍ୟ ପତାକା । ଏବେ ସେଠାରେ କେବଳ ଭାରତର ତ୍ରିରଙ୍ଗା ପତାକା ଫର ଫର ହୋଇ ଉଡ଼ୁଛି । ଜମ୍ମୁ-କାଶ୍ମୀରର ରାଜ୍ୟ ସମ୍ବିଧାନ ଅନୁଚ୍ଛେଦ ୧୧୪ ପ୍ରକାର ନାଲି ରଙ୍ଗର ଏକ ଅଲଗା ପତାକାକୁ ଆଗରୁ ଅନୁମୋଦନ ଦିଆଯାଇଥିଲା । ଏହି ନାଲି ରଙ୍ଗର ପତାକା ୧୯୩୧ରେ ଡୋଗରା ଶାସନ ବିରୋଧରେ ହୋଇଥିବା ଲୋକଙ୍କ ହତ୍ୟାର ପ୍ରତୀକ ଥିଲା । ୧୯୩୧ ଜୁଲାଇ ୧୩ ତାରିଖରେ ଜମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗରରେ ଡୋଦରା ଶାସନ ବିରୋଧରେ ଏକ ବିରୋଧ ପ୍ରଦର୍ଶନ ଆୟୋଜିତ ହୋଇଥିଲା । ପ୍ରଦର୍ଶନ ବେଳେ ପୋଲିସ ଗୁଳିରେ ୨୧ ଲୋକଙ୍କ ମୃତ୍ୟୁ ହୋଇଥିଲା ।

୧୯୫୨ରେ ରାଜ୍ୟର ଆଉ ଏକ ପତାକା

୭ ଜୁଲାଇ ୧୯୫୨ ମସିହାରେ ରାଜ୍ୟ ସମ୍ବିଧାନ ନିର୍ମାତା ବୈଠକରେ ଏକ ଅଧ୍ୟାଦେଶ ପାରିତ କରାଯାଇଥିଲେ । ଯେଉଁଥିରେ ୧୧ ଜୁଲାଇ ୧୯୩୯ ପତାକାକୁ ରାଜ୍ୟ ପତାକା ଭାବେ ଔପଚାରିକ ସ୍ୱୀକୃତି ଦିଆଯାଇଥିଲା । ଯାହାପରେ ୨୦୧୫ରେ ଜମ୍ମୁ-କାଶ୍ମୀର ରାଜ୍ୟ ପତାକାକୁ ନେଇ ବିବାଦ ଦେଖା ଦେଇଥିଲା । ଯେତେବେଳେ ରାଜ୍ୟ ବିଜେପି ନିର୍ବାଚିତ ବିଧାୟକ ରାଜ୍ୟ ପତାକାକୁ ଉଡ଼ାଇବା ଲାଗି ମନା କରି ଦେଇଥିଲେ ।

ଉଡ଼ାଇବା ଜରୁରୀ କରିଥିଲେ ମେହବୁବା

ଯାହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏକ ସର୍କୁଲାର ଜାରି କରିଥିଲେ । ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଉଡ଼ାଇବାକୁ ଅନିବାର୍ଯ୍ୟ କରିଥିଲେ ମେହବୁବା । ତେବେ ରାଜ୍ୟ ସରକାର ଏହି ସର୍କୁଲାର ଜାରିର ୨୦ ଘଣ୍ଟା ପରେ ଆଦେଶକୁ ଫେରାଇ ନେଇଥିଲେ । ୨୦୧୫ ଡିସେମ୍ବରରେ ଜମ୍ମୁ-କାଶ୍ମୀର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ଆଦେଶ ଦ୍ୱାରା ସମସ୍ତ ସରକାରୀ କୋଠା ଓ ଗାଡ଼ିରେ ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଲଗାଇବା ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଥିଲେ ।

ନେହରୁ-ଶେଖ ଚୁକ୍ତିର ପରିଣାମ

କୋର୍ଟଙ୍କ ଏହି ଆଦେଶ ପରେ ରାଜ୍ୟର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ନିର୍ମଳ କୁମାର କହିଥିଲେ- ରାଷ୍ଟ୍ରୀୟ ପତାକା ସମକକ୍ଷ କୌଣସି ପତାକାକୁ ଉଡ଼ା ଯାଇପାରିବ ନାହିଁ । ପ୍ରକୃତରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ସେତେବେଳର ଜମ୍ମୁ-କାଶ୍ମୀର ପ୍ରଧାନମନ୍ତ୍ରୀ ଶେଖ ମୋହମ୍ମଦ ଅବଦୁଲାଙ୍କ ମଧ୍ୟରେ ୧୯୫୨ରେ ଏକ ବୁଝାମଣା ହୋଇଥିଲା । ଏହି ଚୁକ୍ତି ପ୍ରକାରେ ସୁନିଶ୍ଚିତ କରାଯାଇଥିଲା ରାଷ୍ଟ୍ରୀୟ ପତାକା ତ୍ରିରଙ୍ଗା ରହିବ । କିନ୍ତୁ ରାଜ୍ୟର ଶକ୍ତିକୁ ପ୍ରଦର୍ଶନ ଲାଗି ରାଜ୍ୟର ପତାକାକୁ ମାନ୍ୟତା ଦିଆଯିବ । ରାଷ୍ଟ୍ରୀୟ ପତାକା ସହ ରାଜ୍ୟ ପତାକାକୁ ଉଡ଼ାଯିବ । ସେତେବେଳେ ଅବଦୁଲା ଆଶ୍ୱସନା ଦେଇଥିଲେ- ରାଜ୍ୟ ପତାକା, ଜାତୀୟ ପତାକାକୁ ପ୍ରତିରୋଧ କରିବ ନାହିଁ ।

ଜମ୍ମୁ-କାଶ୍ମୀରରେ ଜାତୀୟ ପତାକାକୁ ମାନ୍ୟତା

ନେହରୁ-ଶେଖ ଚୁକ୍ତି ଅନୁସାରେ ତ୍ରିରଙ୍ଗାକୁ ଜମ୍ମୁ କାଶ୍ମୀରରେ ସେହି ମାନ୍ୟତା ମିଳିବ ଯାହାକୁ ଅବଶିଷ୍ଟ ଭାରତରେ ମିଳୁଛି । ବୁଝାମଣା ପରେ ୭ ଜୁଲାଇ ୧୯୫୨ ରାଜ୍ୟ ସମ୍ବିଧାନ ବୈଠକରେ ଅଧ୍ୟାଦେଶକୁ ରାଜ୍ୟ ସମ୍ବିଧାନରେ ସାମିଲ୍ କରାଯାଇଥିଲା । ତେବେ, ଜମ୍ମୁ-କାଶ୍ମୀରର ମହାରାଜ ହରି ସିଂହ ଯେତେବେଳେ ଭାରତରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଲେ ତ ସେତେବେଳେ ସମ୍ବିଧାନ ଓ ପତାକାକୁ ନେଇ କୌଣସି ସର୍ତ୍ତ ରଖି ନଥିଲେ । ମହାରାଜା ଭାରତର ଅନ୍ୟ ରାଜ୍ୟ ଭଳି ସାମ୍ବିଧାନିକ ଅଧିକାର ଦାବି କରିଥିଲେ । ଏଥିସହ ସେ ଭାରତୀୟ ସମ୍ବିଧାନର ପାଳନ କରିବା ନେଇ ଆଶ୍ୱସନା ଦେଇଥିଲେ ।

୧୯୫୨ରେ ପ୍ରଥମ ପତାକା

ଜମ୍ମୁ-କାଶ୍ମୀରରେ ଡୋଗରା ବଂଶ ୧୦୧ ବର୍ଷ ଧରି ଶାସନ କରିଥିଲେ । ଦୀର୍ଘଦିନର ଶାସନରେ ସାମ୍ରାଜ୍ୟ ବହୁତ ବିସ୍ତାର ହୋଇଥିଲା । ଏବେର ଜମ୍ମୁ-କାଶ୍ମୀର, ଲଦାଖ ଅଞ୍ଚଳ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଯାଏଁ ଡୋଗରା ସାମ୍ରାଜ୍ୟ ଥିଲା । ଏହା ଏକ ବଡ଼ ରାଜ୍ୟ ଥିଲା । ଡୋଗରା ବଂଶ ଲଗାତାର ଏଠାରେ ଶାସନ କରୁଥିଲେ । ସମୟ ଗଡ଼ିବା ସହିତ ଡୋଗରା ସାମ୍ରାଜ୍ୟ ଶକ୍ତିଶାଳୀ ଓ ସମୃଦ୍ଧ ହେଉଥିଲା ।  ଜମ୍ମୁ କାଶ୍ମୀରରେ ଡୋଗରା ବଂଶର ମୂଳଦୁଆ ପକାଇଥିଲା ରାଜା ଗୁଲାବ ସିଂହ । ସେତେବେଳେ ବ୍ରିଟିସ୍ ସାମ୍ରାଜ୍ୟ ରାଜ୍ୟକୁ ଶିଖ୍ ସାମ୍ରାଜ୍ୟଠାରୁ ନେଇ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତରେ ଗୁଲାବ ସିଂହଙ୍କୁ ହସ୍ତାନ୍ତ କରିଥିଲେ । ତାଙ୍କୁ ସ୍ୱାଧୀନ ମହାରାଜା ମାନ୍ୟତା ଇଂରେଜ ସରକାର ଦେଇଥିଲେ । ଏହାପରେ ମହାରାଜା ଗୁଲାବ ସିଂହଙ୍କ ପରିବାର ୧୯୪୭ ଯାଏଁ ଜମ୍ମୁ-କାଶ୍ମୀରକୁ ଶାସନ କରିଥିଲା ।