spot_img
Home Blog Page 6584

କେନ୍ଦୁଝରରେ ରକ୍ତଦାନ ଜୀବନ ବିନ୍ଦୁ ଶିବିର, ଶିବିର ଉଦଘାଟନ କଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

କେନ୍ଦୁଝର: କେନ୍ଦୁଝର ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।  କେନ୍ଦୁଝର ପୁରୁଣା ସହରସ୍ଥିତ ଇଲେଭେନ ବୁଲେଟ କ୍ଲବ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିର କୁ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଉଦଘାଟନ କରିଥିଲେ । ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସି ଓ ଇଲେଭେନ ବୁଲେଟ କ୍ଲବ ସହାୟତରେ ଆୟୋଜିତ ଏହି  ରକ୍ତଦାନ ଶିବିର ରେ ୩୮ ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ।

କରୋନା ସମୟରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ କେନ୍ଦ୍ରକରି ଆଗାମୀ ଦିନରେ ଶିବିର ମାଧ୍ୟମରେ ରକ୍ତଦାନ କରିବା ପାଇଁ ଆୟୋଜକ ମାନଙ୍କ ତରଫରୁ ଗୁରୁତ୍ୱାରୋପ କରାଯାଇଛି । କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଜଗନ୍ନାଥ ନାୟକ, ବିଜେଡି ରାଜ୍ୟ ସମ୍ପାଦକ ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାର ଅନ୍ୟମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିର ସମ୍ପାଦକ ତଥା ଯୁବ ସମାଜସେବୀ ଅଞ୍ଜନ କୁମାର ବେଜଙ୍କ ସମେତ ବହୁ  ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାର ୧୪ ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା ।

(କେନ୍ଦୁଝରରୁ ମାନସ ରଞ୍ଜନ ତ୍ରିପାଠୀ)

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ଗାଡି ଦେଉନି ମୁମ୍ବାଇ ପୋଲିସ,ତିନି କିଲୋମିଟର ପାଦରେ ଚାଲିଗଲେ ବିହାର ପୋଲିସ ଟିମ୍

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ସହଯୋଗ କରୁନାହିଁ । ବିହାର ସରକାରଙ୍କ ଆଡଭୋକେଟ୍  ଜେନରାଲ ଲଲିତ କିଶୋର ଏକ ବୟାନ ଜାରି କରି କହିଛନ୍ତି ଯେ, ଗୋଟିଏ ରାଜ୍ୟର ପୋଲିସ ଯେତେବେଳେ ଅନ୍ୟ ଗୋଟିଏ ରାଜ୍ୟକୁ କୌଣସି ତଦନ୍ତ କରିବାକୁ ଯାଏ ସେତେବେଳ ସଂପୃକ୍ତ ରାଜ୍ୟ ସରକାର ସହଯୋଗ କରନ୍ତି । କିନ୍ତୁ ମୁମ୍ବାଇ ପୋଲିସ ତରଫରୁ ବିହାର ପୋଲିସକୁ ସହଯୋଗ ମିଳୁନାହିଁ । ବିହାର ସରକାରଙ୍କ ଏହି ଅଭିଯୋଗକୁ ସେତେବେଳେ ବଳ ମିଳିଲା ଯେତେବେଳେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କୁ ପଚରା ଉଚରା କରିବାକୁ ତାଙ୍କ ଘରକୁ ଯିବା ପାଇଁ ୩ କିଲୋମିଟର ରାସ୍ତା ପାଦରେ ଚାଲିବାକୁ ପଡିଥିଲା ।

riya sushant

ଅଭିଯୋଗ ହେଉଛି ଯେ, ମୁମ୍ବାଇ ପୋଲିସର ଅସହଯୋଗ କାରଣରୁ ପାଟନା ପୋଲିସ ଟିମକୁ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କରୋନା ଭାଇରସ କାରଣରୁ ମୁମ୍ବାଇ ସଡକରେ ଅଟୋ,ଟ୍ୟାକ୍ସିର ଅଭାବ ରହିଛି । ଏମିତିରେ ଗୁରୁବାର ଦିନ ପାଟନା ପୋଲିସ ଟିମ ମଲାଡ ସ୍ଥିତ ଅଙ୍କିତାଙ୍କ ଘରକୁ ଯିବାକୁ ତିନି କିଲୋମଟିର ଚାଲିବାକୁ ପଡିଥିଲା । କାରଣ ମୁମ୍ବାଇ ପୋଲିସ ସେମାନଙ୍କ ପାଇଁ ଗାଡି ବ୍ୟବସ୍ଥା କରିନଥିଲା । ତିନି କିଲୋମିଟର ଚାଲିବା ପରେ ଟିମ ଅଟୋରେ ଅଙ୍କିତାଙ୍କ ଘରେ ପହଂଚିଥିଲା । ସେଠାରେ ସେମାନେ ଅଙ୍କିତାଙ୍କୁ ପ୍ରଶ୍ନ ପଚାରିଥିଲେ । ଫେରିବା ବେଳେ ଅଙ୍କିତା ସେମାନଙ୍କୁ ଯିବା ପାଇ ନିଜ ଜାଗୁଆର କାର ଦେଇଥିଲେ । ମିଡିଆଠାରୁ ପୋଲିସ ଟିମକୁ ଦୁରେଇ ରଖିବା ପାଇଁ ଅଙ୍କିତା ନିଜ ଗାଡି ଦେଇଥିଲେ ।

ଅଙ୍କିତା ଦେଲେ ୩୦ ପ୍ରଶ୍ନର ଉତ୍ତର

ସୂଚନା ଅନୁସାରେ ଅଙ୍କିତା ବିହାର ପୋଲିସ ଟିମର ୩୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହାସହ ସେ ଅନେକ ସୂଚନା ମଧ୍ୟ ଦେଇଛନ୍ତି । ସୁଶାନ୍ତ ଗତ ୪ ମାସ ହେବ ଅଧିକ ଚିନ୍ତିତ ଥିଲେ ବୋଲି ସେ ପୋଲିସକୁ ସୂଚନା ଦେଇଛନ୍ତି । ସୁଶାନ୍ତ ରିୟା ଚକ୍ରବର୍ତ୍ତିଙ୍କ ବିନା କିଛି ମଧ୍ୟ କରୁନଥିଲେ କିନ୍ତୁ ସୁଶାନ୍ତ ଡିପ୍ରେସନର ଶିକାର ହେବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନୁହନ୍ତି ବୋଲି କହିଛନ୍ତି ଅଙ୍କିତା ।

ankita

କେଇ ମାସ ତଳେ ହୋଇଥିଲା ସାକ୍ଷାତ

ପାଟନା ପୋଲିସ ସମ୍ମୁଖରେ ଅଙ୍କିତା କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ବହୁତ ଭଲ ଭାବରେ ଜାଣନ୍ତି । ସୁଶାନ୍ତଙ୍କ ସହ ଗୋଟିଏ ପାର୍ଟିରେ ତାଙ୍କର କେଇ ମାସ ତଳେ ଭେଟ ହୋଇଥିଲା । ସେତେବଳେ ସୁଶାନ୍ତ ତାଙ୍କ ସହ କଥା ଆରମ୍ଭ କରିବା ସମୟରେ ରିୟା ଆସି ପହଂଚିଥିଲେ ଓ ସେ ତାଙ୍କୁ ନେଇ ଚାଲିଯାଇଥିଲେ ।

ଅଙ୍କିତା ଆଗକୁ ମଧ୍ୟ ବିହାର ପୋଲିସକୁ ଏହି ମାମଲାରେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସେ ପୋଲିସକୁ ନିଜ ବ୍ୟକ୍ତିଗତ ମୋବାଇଲ ନମ୍ବର ଦେଇଛନ୍ତି ।

ରାଜ୍ୟର ବକେୟା GST ଟଙ୍କା ଦେବାକୁ କେନ୍ଦ୍ର ପାଖରେ ନାହିଁ ଅର୍ଥ

ନୂଆଦିଲ୍ଲୀ: ତିନି ବର୍ଷ ତଳେ ୨୦୧୭ ମସିହାରେ ଦେଶରେ ଜିଏସଟି ଲାଗୁ ହୋଇଥିଲା । GST ଲାଗୁର ତିନି ବର୍ଷ ପରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ କହିଛନ୍ତି ରାଜ୍ୟକପ GST ରାଜସ୍ୱ ଦେବାକୁ ଟଙ୍କା ନାହିଁ । ଏବଂ GST ଆଇନରେ ମଧ୍ୟ ସେମିତି କିଛି ନାହିଁ ।

ଲକଡାଉନର ବହୁ ପୂର୍ବରୁ ୨୦୧୯ ମସିହା ଅଗଷ୍ଟ ମାସରୁ ସରକାର ଜିଏସଟିରୁ ରାଜସ୍ୱ ରାଜ୍ୟ ଗୁଡ଼ିକ ପାଇଁ ଅଧା ହୋଇଯାଇଛି । କେତେକ ସାମଗ୍ରୀରେ ଟ୍ୟାକ୍ସକୁ ବଢ଼ାଇ ଦିଆଯାଇଥିବା ବେଳେ କେତକରୁ ଟ୍ୟାକ୍ସ ଛାଡ଼ କରାଯାଇଛି ।

କେନ୍ଦ୍ର ଅର୍ଥ ସଚିହ ଅଜୟ ଭୂଷଣ ପାଣ୍ଡେ ଅର୍ଥ ମନ୍ତ୍ରାଳୟର ସଂସଦୀୟ ପ୍ୟାନେଲ କମିଟିକୁ କହିଛନ୍ତି- କେନ୍ଦ୍ର ସରକାର ବର୍ତ୍ତମାନ ଜିଏସଟି ଆଇନ୍ ପ୍ରକାରେ ରାଜ୍ୟକୁ ରାଜସ୍ୱ ଅଂଶ ଦେବା ସ୍ଥିତିରେ ନାହାଁନ୍ତି । ପାଣ୍ଡେଙ୍କ ଏହି ମନ୍ତବ୍ୟ ଏବେ ବିରୋଧୀ ଶିବିରରେ ରଣହୁଙ୍କାର ସୃଷ୍ଟି କରିଛି । ଏହି ବୈଠକରେ ଯୋଗ ଦେଇଥିବା କଂଗ୍ରେସ ଓ ଅନ୍ୟ ଦଳର ସଦସ୍ୟ କମିଟିର ଅଧ୍ୟକ୍ଷ ତଥା ବିଜେପି ନେତା ଜୟନ୍ତ ସିହ୍ନାଙ୍କୁ ଏନେଇ ପ୍ରଶ୍ନ କରିଛନ୍ତି ।

କରୋନା ସଂକଟ ପାଇଁ ରାଜସ୍ୱ ଆୟ କମିଛି । ରାଜ୍ୟ ସରକାର ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ରାଜ୍ୟ ଆର୍ଥିକ ସଂକଟର ସାମନା କରୁଛନ୍ତି ଗତ କିଛି ମାସ ହେଲା । ଏନେଇ ବିରୋଧୀ ତଥ୍ୟ ଉପସ୍ଥାପନ କରିବା ସହ ରାଜ୍ୟକୁ ଜିଏସଟି ଭାଗ ଦେବା ପାଇଁ ଦାବି କହିଛନ୍ତି ।

କମିଟି ସଦସ୍ୟଙ୍କ ଅନୁସାରେ GST ଆଇନରେ କେନ୍ଦ୍ର ରାଜ୍ୟ ରାଜସ୍ୱର ୧୪ ପ୍ରତିଶତ ବୃଦ୍ଧି ଯାଏଁ ସହାୟତା କରିବା ଉଚିତ୍ । ଯାହାକି ୨୦୧୬ ଆର୍ଥିକ ବର୍ଷରେ ହୋଇଥିବା ରାଜସ୍ୱ ଓ ଟ୍ୟାକ୍ସ ଗଣନା ଅନୁଯାୟୀ ହେବା ଦରକାର । ରାଜ୍ୟ କରୋନା କାଳରେ ଅଧିକ ଖର୍ଚ୍ଚ ବହନ କରୁଛି । ଶ୍ରମିକଙ୍କୁ ସହାୟତା ଦେବା ସହ କାମ ମଧ୍ୟ ଦେଉଛି ।

ଅର୍ଥ ସଚିବ ବିରୋଧୀ ରାଜ୍ୟ ରାଜସ୍ୱ ଆୟ କମିଥିବା ମାନିବା ସହ ଏହା ବାବାଦରେ ଜିଏସଟି କାଉନସିଲରେ ଆଲୋଚନା ହୋଇଥିବା କହିଛନ୍ତି । ଗତ ସୋମବାର କେନ୍ଦ୍ର ସରାକର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ  ରାଜ୍ୟ ଗୁଡ଼ିକୁ ମୋଟ ୧୩ ହଜାର ୮୦୬ କୋଟି ଟଙ୍କାର GST ସହାୟତା ଦେଇଥିଲେ ।

ହାତ ମିଳାଇଲେ ସବ୍ୟସାଚି ମହାପାତ୍ର-ଜିତେନ୍ଦ୍ର ମିଶ୍ର, କରିବେ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଫିଲ୍ମର ପ୍ରଚାର-ପ୍ରସାର

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଡ. ସାବୟାସୀ ମହାପାତ୍ର  ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ର ଓଡ଼ିଆ ଚଳଚିତ୍ରର ବିତରଣ ଓ ପ୍ରସାର ପାଇଁ ହାତ ମିଳାଇଛନ୍ତି । ଏହି ସହଭାଗିତା ଦ୍ୱାରା ପାହାଡର ଲୁହ (ଜାତୀୟ ପୁରସ୍କାର), ଆଦିମ ବିଚାର (ଜାତୀୟ ପୁରସ୍କାର) ଏବଂ ଶଳା ବୁଢ଼ା ଭଳି ମନୋନୀତ ଚଳଚ୍ଚିତ୍ର ପାଇଁ ବିଶ୍ୱ ଦର୍ଶକଙ୍କ ନିକଟରେ ପହଂଚି ପାରିବ । ଅଗଷ୍ଟ ୧ ତାରିଖ ସମ୍ବଲପୁରୀ ଦିବସ ( The Sambalpuri Day )  ଅବସରରେ ଉଭୟେ ସେମାନଙ୍କର କୋଲାବୋରେସନର ଘୋଷଣା କରିଛନ୍ତି । ଜିତେନ୍ଦ୍ର ଏବଂ ତାଙ୍କ ଟିମ୍ ଏହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଆନ୍ତର୍ଜାତୀୟ ବଣ୍ଟନ ଏବଂ ଉତ୍ସବର ସୁଯୋଗ ଅନୁସନ୍ଧାନ କରିବେ ।

୪୦ରୁ ଅଧିକ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଥିବା ସବ୍ୟାସାଚୀ ମହାପାତ୍ର ଓଡିଆ ଏବଂ ସମ୍ବଲପୁରୀ- କୋଶିଲି ସିନେମାର ସର୍ବୋତ୍ତମ ତଥା ପ୍ରଭାବଶାଳୀ ଚଳଚ୍ଚିତ୍ର ନିର୍ମାତା ଭାବରେ ଆନ୍ତର୍ଜାତୀୟ ସ୍ତରରେ ଜଣାଶୁଣା । ସେ ତାଙ୍କ ଚଳଚ୍ଚିତ୍ର ଆଦିମ ବିଚାର ଏବଂ ପାହାଡର ଲୁହ ପାଇଁ କ୍ରମାଗତ ଦୁଇ ବର୍ଷ ଧରି ସମ୍ମାନଜନକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି । ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ଓଡ଼ିଶାର ପଶ୍ଚିମ ଭାଗରେ ଆଦିବାସୀ ସମାଜର ସୁନ୍ଦର ଏବଂ ସମୃଦ୍ଧ ସଂସ୍କୃତି ଏବଂ ଏହାର ସାଂସ୍କୃତିକ ଐତିହ୍ୟକୁ କାବୁ କରିଛି । ଓଡିଆ ସିନେମାରେ ତାଙ୍କର ଆଜୀବନ ଅବଦାନକୁ ସମ୍ମାନ ଜଣାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିଥିଲା। ତାଙ୍କର ଚଳଚ୍ଚିତ୍ର ସଫଳତାର ସହିତ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ବିଶେଷକରି ପଶ୍ଚିମ ଓଡ଼ିଶାର ସୁନ୍ଦର ଆଦିବାସୀ ସଂସ୍କୃତି ପାଇଁ ଏକ ଉଚ୍ଚ ମାନ୍ୟତା ଏବଂ ନୂତନ ପରିଚୟ ନିଶ୍ଚିତ କରିଛି ।

ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ, “ଜିତେନ୍ଦ୍ର ମିଶ୍ର ଖୁବ ପ୍ରତିଭାବାନ, ତାଙ୍କ ଭଲ ଚଳଚିତ୍ର ପ୍ରତି ଆଗ୍ରହ ରହିଛି । ମୁଁ ଏହି କଥାକୁ ପ୍ରଶଂସା କରେ ଯେ ସେ ଆନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ଏକ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି । ତାଙ୍କ ସହ ହାତ ମିଳାଇବାରେ ମୁଁ ଅତ୍ୟନ୍ତ ଖୁସି ଏବଂ ସକରାତ୍ମକ ଅଟେ । ମୁଁ ନିଶ୍ଚିତ, ମିଳିତ ଭାବେ ଆମର ସୁନ୍ଦର ଇତିହାସ, ସଂସ୍କୃତି ଏବଂ ମୂଲ୍ୟବୋଧକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାରେ ସକ୍ଷମ ହେବୁ ।

ଅନ୍ୟପକ୍ଷରେ ଜିତେନ୍ଦ୍ର ମିଶ୍ର କହିଛନ୍ତି  ଯେ, ମୁଁ ଶ୍ରୀ ମହାପାତ୍ରଙ୍କ ଚଳଚ୍ଚିତ୍ର ନିର୍ମାଣର ଜଣେ ବଡ଼ ପ୍ରଶଂସକ ହୋଇସାରିଛି, ପିଲାବେଳେ ମୁଁ ୧୯୮୯ରେ ଆସିଥିବା ତାଙ୍କ ସମ୍ବଲପୁରୀ ଚଳଚ୍ଚିତ୍ର “ଭୁକା” ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲି । ବିଶ୍ୱସ୍ତରୀୟ ପ୍ଲାଟଫର୍ମକୁ ଏଭଳି ଚଳଚ୍ଚିତ୍ର ନେବାକୁ ଏବଂ ଏହି ଚଳଚ୍ଚିତ୍ର ମାଧ୍ୟମରେ ଆମ ଅଞ୍ଚଳର ତଥା ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରାର ମହତ୍ୱ ବିସ୍ତାର କରିବାର ସୁଯୋଗ ପାଇ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ।

ଟିଟିଲାଗଡରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ମିଶ୍ର ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରମୋଟରଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଆନ୍ତର୍ଜାତୀୟ ସ୍ତରରେ ‘ଚଳଚ୍ଚିତ୍ର ଉତ୍ପାଦନ, ବିତରଣ ଏବଂ ପଦୋନ୍ନତିର ବିକଳ୍ପ ପଦ୍ଧତି’ରେ ଏକ ମାନଦଣ୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଅର୍ଥପୂର୍ଣ୍ଣ ସିନେମା ପ୍ରତି ପ୍ରତିବଦ୍ଧ, ଜିତେନ୍ଦ୍ର ବିଭିନ୍ନ ସାମର୍ଥ୍ୟରେ ବିଭିନ୍ନ ବର୍ଗରେ ୧୦୦ ରୁ ଅଧିକ ଚଳଚ୍ଚିତ୍ରର ଉତ୍ପାଦନ, ବିତରଣ ଏବଂ ପ୍ରୋତ୍ସାହନ ସହିତ ଜଡିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱବ୍ୟାପୀ ପ୍ରଶଂସା ଏବଂ ସ୍ୱୀକୃତି ପାଇଛନ୍ତି ।

ତାଙ୍କର ‘ଦି ଲଷ୍ଟ କଲର’ ଚଳଚ୍ଚିତ୍ରଟି ୫୦ରୁ ଅଧିକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମନୋନୀତ ହୋଇସାରିଛି  । ଏହା ଜାତିସଂଘ ମୁଖ୍ୟାଳୟ ସହ କ୍ୟାନ୍ସରେ ପର୍ଦର୍ଶିତ ହୋଇଥିଲା ।  ବର୍ତ୍ତମାନ ସୁଦ୍ଧା ୧୫ରୁ ଅଧିକ  ପୁରସ୍କାର ଏହି ଫିଲ୍ମକୁ ମିଳି ସାରିଛି । ଏହି ଚଳଚ୍ଚିତ୍ର ୯୨ତମ ଏକାଡେମୀ ପୁରସ୍କାର- ଓସ୍କାର ୨୦୧୯ ଶ୍ରେଷ୍ଠ  ଚିତ୍ର ତାଲିକା ରେ ସାମିଲ ହୋଇ ପାରିଥିଲା ।

‘ Son Of Odisha’, ‘ Young Jury’, ‘ Youth Icon’ ଭଳି ପୁରସ୍କାର  ଜିତେନ୍ଦ୍ର ପାଇଛନ୍ତି । ଏହା  ସହିତ ଜିତେନ୍ଦ୍ର ଶିଶୁ ତଥା ଯୁବକମାନଙ୍କ ପାଇଁ ଚଳଚ୍ଚିତ୍ର ବିଶ୍ୱର ସର୍ବ ପୁରାତନ ମିଡିଆ ନେଟୱାର୍କ CIFEJ ର ବୋର୍ଡ ଅଫ୍ ଡିରେକ୍ସର୍ସକୁ ମନୋନିତ ହୋଇଛନ୍ତି । ସେ ଏକମାତ୍ର ଭାରତୀୟ ଯିଏକି European childrens film association Jury ପାଇଁ ଏକାଧିକ ଥର ମନୋନୀତ ହୋଇଛନ୍ତି |

ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ: ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି

ଅମୃତସର:  ବିଷାକ୍ତ ମଦ ପିଇ ୨୧ ଜଣଙ୍କ ମୃତ୍ୟୁ । ବାଟାଲା ଏବଂ ତରନତାରନରେ ବିଷାକ୍ତ ମଦ ପିଇ ୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ତିଆରି କରୁଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରିଛି । ଏହାସହ ତାରସିକ୍‌ ପୋଲିସ୍ ଷ୍ଟେସନର SHOକୁ ନିଲମ୍ବିତ କରାଯାଇଛି । ଏଥିସହିତ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ଯାହା ସମସ୍ତ ମାମଲାର ତଦନ୍ତ କରିବ । ଡିଜିପି ଦିନକର ଗୁପ୍ତା ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଥମ ପାଞ୍ଚଟି ମୃତ୍ୟୁ ୨୯ ଜୁନ୍ ରାତିରେ ଅମୃତସର ଗାଁର ତର୍ଶିକ ଠାରେ ମୁଚାଲ୍ ଏବଂ ଟାଙ୍ଗ୍ରା ଠାରୁ ଘଟିଥିଲା ।

Now, get high on heritage liquor – NRAI

୩୦ ଜୁଲାଇ ସନ୍ଧ୍ୟାରେ ମୁଛାଲ୍‌ରେ ସନ୍ଦେହଜନକ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହା ପରେ ମୁଚ୍ଛାଲ୍ ଗାଁରେ ଆଉ ୨ଟି ମୃତ୍ୟୁ ଘଟିଥିବା ବେଳେ ବାଟାଲା ସହରରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ପୁଣିଥରେ ବାଟାଲାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ୍ ବାଟାଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ତାରନ ତାରନରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।

No further lockdown, says Punjab CM Capt Amarinder Singh

            ଏହି ମାମଲାରେ ମୁଖ୍ୟମନ୍ତ୍ରୀ  କ୍ୟାପଟେନ୍ ଅମରିନ୍ଦ ସିଂହ ବିଚାରବିଭାଗୀୟ ତଦନ୍ତ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାର ତଦନ୍ତ ଜଳନ୍ଦରର ଡିଭିଜନାଲ୍ କମିଶନରଙ୍କୁ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଡିଭିଜନାଲ୍ କମିଶନରଙ୍କୁ କୌଣସି ବି ପୋଲିସ ଅଧିକାରୀ କିମ୍ୱା ବିଶେଷଜ୍ଞଙ୍କ ସହାୟତା ନେଇପାରିବେ । ଏଥିସହିତ ଅମରିନ୍ଦର ସିଂହ କହିଛନ୍ତି ଯେ, ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Rajasthan politics : ପୁଣି ବୁହାହେଲେ ବିଧାୟକ,ଏଥର ଜୈସଲମେର

ବିଷାକ୍ତ ମଦ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ଏହି ଘଟଣାରେ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦ ସିଂହ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ରାଜ୍ୟରେ ଚାଲିଥିବା କୌଣସି ବି ପ୍ରକାର ମଦ ପ୍ରସ୍ତୁତକାରୀ ସଂସ୍ଥା ଗୁଡ଼ିକରେ ତନଖି ଆରମ୍ଭ କରାଯାଇଛି । ପୋଲିସ ବଲବିନ୍ଦର କୌରଙ୍କୁ ଗିରଫ କରିଛି । ଏସ୍ଏସ୍‌ପି ଅମୃତସର ଗ୍ରାମୀଣ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ମଧ୍ୟ ତଦନ୍ତ ଜାରି ରହିଛି । ପୋଲିସ କହିଛନ୍ତି ଯେ, ଚାରି ବ୍ୟକ୍ତିଙ୍କୁ ଆଜି ପୋଷ୍ଟମର୍ଟମ କରାଯିବ ।

ରାଜଧାନୀରୁ ୧୨୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁୁ ବାହାରିଛି ଲୋକାଲ କଣ୍ଟାକ୍ଟ

ଭୁବନେଶ୍ୱର: ରାଜ୍ୟ ସହ ରାଧାନୀରେ କରୋନା ସଂକ୍ରମଣର ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ପୁଣି ଭୁବନେଶ୍ୱରରୁ ୧୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮୫ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ରାଜ୍ୟରେ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ କରୋନା ସଂଖ୍ୟା ୨୭୩୫ରେ ପହଞ୍ଚିଛି । ସେଥିମଧ୍ୟରୁ ୧୪୩୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ଏବେ ୧୨୮୫ଟି କରୋନା ସକ୍ରିୟ କେସ ରହିଛି । ରାଜଧାନୀରେ ହୁ ହୁ ହୋଇ ବଢ଼ୁଥିବା କରୋନା କାଳରେ ଆଶ୍ୱସ୍ତି ଦେଉଛି ସୁସ୍ଥତା ହାର  । ଆଜି ରାଜଧାନୀରେ ସୁସ୍ଥ ହୋଇଛନ୍ତି ୯୪ ଜଣ କରୋନା ରୋଗୀ ।

ସେହିଭଳି ଆଜି ୨୨ ଜଣ କରୋନା ସଂକ୍ରମିତ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ଏହା ସହ କଟକରେ ମୋଟ କରୋନା ସଠଖ୍ୟା ୯୦୬କୁ ବୃଦ୍ଧି ହୋଇଛି । ୪୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୭ ଜଣ ଏବେ କଟକରେ ସକ୍ରିୟ ରହିଛନ୍ତି ।

 

ସେପଟେ ରାଜ୍ୟରେ ଆଉ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୧୪ଟି ଓ ଲୋକାଲ୍ କେସ୍ ୫୮୫ଟି ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ ବୃଦ୍ଧି  ପାଇଛି ।  ସେହିଭଳି ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗୁଛି । ଗତକାଲି ୧୦ ଜଣର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ଆଗକୁ ବଢ଼ିବ କରୋନା ପରୀକ୍ଷା, ରାଜ୍ୟରେ ହୋଇନି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଟେଷ୍ଟ ବଢ଼ିଛି ସେଥିପାଇଁ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଛି । ତେବେ ଆଗକୁ ଆହୁରି ରାଜ୍ୟରେ ବଢ଼ିବ କରୋନା ପରୀକ୍ଷା । ରାଜ୍ୟରେ ଥିବା ବସ୍ତିରେ କରୋନା ସଂଖ୍ୟା ବଢୁଛି । ତେଣୁ ଏବେ ପରୀକ୍ଷା ବଢାଇବାକୁ ନିଷ୍ପତ୍ତି ହୋଇଛି । ଦୈନିକ ପରୀକ୍ଷା ୧୨ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯିବ ।

ଯାହାଦ୍ୱାରା କରୋନା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ । ୮ ହଜାର ଆର୍‌ଟିପିସିଆର୍‌ ଓ ବାକି ଆଣ୍ଟିଜେନ ଓ ଟ୍ରୁନେଟରେ ପରୀକ୍ଷା କରାଯି । ତେବେ ରାଜ୍ୟରେ ବର୍ତ୍ତମାନ ଆଣ୍ଟିଜେନ କିଟ୍‌ର ଅଭାବ ନାହିଁ। କାରଣ ଏବେ ବହୁତ କମ୍ପାନୀ ଏବେ ଆଣ୍ଟିଜେନ କିଟ୍‌ ତିଆରି କରୁଛନ୍ତି। ତେଣୁ ୪୫୦ ଟଙ୍କାରୁ ଏହାର ଦାମ ଆରମ୍ଭ ହୋଇପାରେ । ସେପଟେ ଟେଷ୍ଟ ବଢ଼ିବା ଦ୍ୱାରା ଲକଡାଉନ ସମୟରେ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇ ସଙ୍ଘରୋଧ କରାଯାଇପାରିଲେ ସ୍ଥିତି ସୁଧୁରିଯିବ ବୋଲି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ।

ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି ବୋଳଇ କହିଛନ୍ତି ILS ନିର୍ଦ୍ଦେଶକ । ଏହିପରି ଅଗଷ୍ଟ ମାସରେ କରୋନା ସଂକ୍ରଣମ କମିବ ବୋଲି ଆଶା ରହିଛି । ରାଜ୍ୟରେ ଲୋକାଲ ଟାନ୍ସମିସନ ହୋଇନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଲାଇଫ୍‌ ସାଇନ୍‌ସେ -ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଚାହିଁଲେ, ଘରୋଇ ଲାବୋରେଟ୍ରିରେ ପରୀକ୍ଷା ହୋଇପାରିବ ବୋଲି ସେ କହିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଆଗାମୀ ସ୍ଥିତି ସମ୍ପର୍କରେ କହିବେ ବୋଲି  -ILS ନିର୍ଦ୍ଦେଶକ କହିଛନ୍ତି ।

ଋଷ ବୈଜ୍ଞାନିକଙ୍କ ନୂଆ ଦାବି: ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ କରୋନା ଭାଇରସ୍

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ଏଡ଼ାଇବା ପାଇଁ ସ୍ୱଚ୍ଛାତା ଉପରେ ବାରମ୍ୱାର ଗୁରୁତ୍ୱ ଦିଆଯାଉଛି । ଭୂତାଣୁର ସଂକ୍ରମଣ, ଏହାର ରୂପ ଏବଂ ଗଠନ ବିଷୟରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି। ଏହାରି ମଧ୍ୟରେ ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କରୋନା ଭୂତାରୁ ପାଣିରେ ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଏ ।   ଋଷର ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ଭେକ୍ଟର ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନ ତଥ୍ୟ ଆଧାରରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ୭୨ ଘଣ୍ଟା ମଧ୍ୟରେ ଜଳ କରୋନା ଭୂତାଣୁକୁ ସମ୍ପୂର୍ଣ୍ଣ ରୂପେ ବିଲୋପ କରିପାରେ ।

Coronavirus | India's National Institute of Virology develops ...

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ରୁମ୍‌ର ସାମାନ୍ୟ ତାପମାତ୍ରରେ ୯୦ ପ୍ରତିଶତ ଭୂତାଣୁ ୨୪ ଘଣ୍ଟା ମଧ୍ୟରେ ମରିଯାଆନ୍ତି  । ଏଭଳି କି ଫୁଟୁଥିବା ଜଳର ତାପମାତ୍ରାରେ କରୋନା ଭୂତାଣୁ ସଂପୂର୍ଣ୍ଣ ଏବଂ ତୁରନ୍ତ ମରିଯାଆନ୍ତି। ଯଦିଓ ଭୂତାଣୁ ନିର୍ଦ୍ଦିଷ୍ଟ କିଛି ପାଣିରେ ବଞ୍ଚିପାରନ୍ତି କିନ୍ତୁ ସମୁଦ୍ର ପାଣି କିମ୍ବା ମଧୁର ଜଳରେ ବଞ୍ଚିପାରନ୍ତି ନାହିଁ । କରୋନା ଭୂତାଣୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେନଲେସ୍ ଷ୍ଟିଲ୍, ଲିନୋଲିୟମ୍, ଗ୍ଲାସ୍, ପ୍ଲାଷ୍ଟିକ୍ ଏବଂ ସେରାମିକ୍ ପୃଷ୍ଠରେ ସକ୍ରିୟ ରହିଥାଏ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି ଭୂତାଣୁ ଗୋଟିଏ ସ୍ଥାନରେ ଲାଗି ନଥାଏ ଏବଂ ଅଧିକାଂଶ ଘରୋଇ କୀଟନାଶକ ଏହାକୁ ନାଶ କରିବାରେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି ।

The health benefits of sea water

ପୂର୍ବ ଅଧ୍ୟୟନର ଦାବିକୁ ଖଣ୍ଡନ କରାଯିବା ସହ କୁହାଯାଉଛି ଯେ, ଭୂତାଣୁକୁ ଦୂର କରିବା ପାଇଁ ୬୦ ପ୍ରତିଶତ କନ୍ସଟ୍ରେସନ୍ ଥିବା ମଦ୍ୟପାନ ଆବଶ୍ୟକ । ନୂତନ ଅଧ୍ୟୟନ ଅନୁଯାୟୀ, ଚଟାଣକୁ ଭୂତାଣୁମୁକ୍ତ କରିବାରେ କ୍ଲୋରାଇନ୍ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଅପରପକ୍ଷରେ ଋଷ ମଧ୍ୟ କରୋନା ଭାଇରସର ଟିକା ପ୍ରସ୍ତୁତ କରିଥିବା ଦାବି କରିଛି । ସେଠାକାର ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାମାଲା ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ୱାରା ବିକଶିତ ହୋଇଥିବା ଟିକା ଅଗଷ୍ଟ ୧୦ ସୁଦ୍ଧା ଲୋକଙ୍କ ନିକଟରେ ଉପଲବ୍ଧ ହେବ ।

୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି ଦେଲା ସ୍ୱାସ୍ଥ୍ୟ ବିଭାଗ

ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଚିଠି: ଦୈନିକ ୨୫ ହଜାର ଟେଷ୍ଟିଂ ପାଇଁ ଦାବି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଚିଠି । ଦୈନିକ ୨୫ ହଜାର ଟେଷ୍ଟିଂ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନିରଞ୍ଜନ । ରାଜ୍ୟରେ କୋଭିଡ ହସ୍ପିଟାଲ ସଂଖ୍ୟା ବଢ଼ାଯାଉ ବୋଲି ସେ ଚିଠିରେ ଦାବି କରିଛନ୍ତି  । ସାରା ରାଜ୍ୟରେ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ସର୍ଭେ କରନ୍ତୁ । ଘରୋଇ ମେଡିକାଲରେ କରୋନା ରୋଗୀଙ୍କୁ ଚିକିତ୍ସା ଅନୁମତି ମିଳୁ  । ମହାମାରୀ ମୁକାବିଲାରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଲେଖିବା ଚିଠିରେ ଉଲ୍ଲେଖ କରିଛନ୍ତି  ।

ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌

            ତେବେ ସମ୍ପ୍ରତି ରାଜ୍ୟରେ ପୂର୍ବାପେକ୍ଷା କୋଭିଡ ଟେଷ୍ଟିଂକୁ କ୍ଷମତାକୁ ବୃଦ୍ଧି କରାଯାଇଛି । ମାତ୍ର ୧୦ ଦିନରେ ଶେଷ ୧ ଲକ୍ଷ କୋଭିଡ ଟେଷ୍ଟିଂ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏଥିସହିତ ରାଜ୍ୟରେ ଆଉ ୬ଟି ଆରଟିପିସିଆ ଲ୍ୟାବ୍ ଖୋଲାଯିବାକୁ ନେଇ ମଧ୍ୟ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି । ଏବଂ ରାଜ୍ୟର ଗ୍ରାମାଞ୍ଚଳ ଏବଂ ସହରର ବସ୍ତି ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀ ଘର ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନମୁନା ପରୀକ୍ଷଣ କରାଯାଉଛି ।

ରାଜ୍ୟରେ ସ୍ଥାପନ ହେବ ଆଉ ୬ଟି RTPCR ଲ୍ୟାବ୍‌

ଭୁବନେଶ୍ୱର: ରାଜ୍ୟରେ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ରାଜ୍ୟରେ ଆଉ ୬ଟି RTPCR ଟେଷ୍ଟିଂ ଲ୍ୟାବ କରାଯିବା । ଏ ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଅନୁଗୁଳ, ପୁରୀ, କଳାହାଣ୍ଡି, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରେ ହେବ ଏହି ୬ଟି ଟେଷ୍ଟିଂ ଲ୍ୟାବ ।

ଏହାସହ ଅଗଷ୍ଟ ପହିଲାରୁ ଆଇସିଏମଆର ପୋର୍ଟାଲର ରିୟଲ ଟାଇମରେ ସବୁ ରେଜଲ୍ଟ ଉପଲବ୍ଧ ହେବ । ଏବେ ଦୈନିକ ୧୩ ହଜାର ନମୁନା ପରୀକ୍ଷା ହେଉଛି  । ଆବଶ୍ୟକ ଅନୁଯାୟୀ ଟେଷ୍ଟ ସଂଖ୍ୟା ବୃଦ୍ଧି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  । ଆଜି କରୋନା ମୁକାବିଲା ନେଇ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିଲେ ସବୁ ଜିଲ୍ଲାପାଳ । କରୋନା ମୁକାବିଲା ଓ ଭବିଷ୍ୟତ ରଣନୀତି ନେଇ ଆଲୋଚନା ହେଉଛି  ।

ରାଜ୍ୟରେ ଆଉ ୧୪୯୯ କରୋନା ପଜିଟିଭ୍ ଚିହ୍ନଟ, ମୋଟ ପଜିଟିଭଙ୍କ ସଂଖ୍ୟା ୩୧, ୮୭୭କୁ ବୃଦ୍ଧି