ଚୀନ ବିରୋଧରେ ସାରା ବିଶ୍ୱରେ କୁହୁଳୁଛି ଅସନ୍ତୋଷ । ଆମେରିକାରେ ଜୋର ଧରିଲା ଚୀନ ସାମଗ୍ରୀ ବର୍ଜନ ଅଭିଯାନ ।
କରେନା ସମ୍ପର୍କରେ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦ୍ୱାରା ବିଭ୍ରାନ୍ତିକର ଖବର ପରିବେଷଣ ପ୍ରସଙ୍ଗ । ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ବିବାଦୀୟ ଅଡିଓ ପ୍ରସ୍ତୁତକାରୀ ୨ ଗିରଫ ।
କରେନା ସମ୍ପର୍କରେ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦ୍ୱାରା ବିଭ୍ରାନ୍ତିକର ଖବର ପରିବେଷଣ ପ୍ରସଙ୍ଗ । ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ବିବାଦୀୟ ଅଡିଓ ପ୍ରସ୍ତୁତକାରୀ ୨ ଗିରଫ ।
କରୋନା ପରେ ପ୍ରକୃତିର ତାଣ୍ଡବ: ବର୍ଷା ଓ ବନ୍ୟା ପରେ ଏବେ ଭୂସ୍ଖଳନ
ଇଡୁକି: କରୋନାର ତାଣ୍ଡବ ନ ସରୁଣୁ ପ୍ରାକୃତିକ ବିପର୍ଯ୍ୟୟ ଏବେ ଚିନ୍ତା ବଢାଇଛି । କେରଳରେ ପ୍ରକୃତିର ତାଣ୍ଡବ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ଲାଗୁଛି ଯେମିତି ପ୍ରକୃତି ତାର ସବୁ କଷ୍ଟର ପ୍ରତିଶୋଧ ନେଉଛି । ବର୍ଷା ଓ ବନ୍ୟା ପରେ ଏବେ ଭୂସ୍ଖଳନ ଲୋକଙ୍କୁ ପ୍ରଭାବିତ କରିଛି । କେରଳର ସହରଗୁଡ଼ିକ ବର୍ଷା ଜଳରେ ଜଳମଗ୍ନ ହେବାସହ ଲଗାତାର ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ବର୍ଷାର ଏପରି ବିପର୍ଯ୍ୟୟ ଦେଖି ବିଚଳିତ ହୋଇପଡ଼ିଲେଣି ଲେକେ । କେରଳ ଠାରୁ ଆରମ୍ଭ କରି କର୍ଣ୍ଣାଟକ ପର୍ଯ୍ୟନ୍ତ ଏବଂ ମହାରାଷ୍ଟ୍ରରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ ସବୁଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲାଗୁଛି ଯେମିତି ସବୁକିଛି ନଷ୍ଟ କରିବାକୁ ପ୍ରକୃତି ପଣ କରିଛି । ଦେଶର ଅନେକ ସ୍ଥାନ ଜଳମଗ୍ନ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଇଡୁକି ଜିଲ୍ଲାରେ ୪୩ ଜଣକ ଜୀବନ ଯାଇଛି । ଗତକାଲି ପୁଣି ୧୭ ଜଣକ ମୃତଦେହ ଉଦ୍ଧାର ପରେ ମୃତ୍ୟୁ ସଂଖ୍ୟା ୪୩ରେ ପହଞ୍ଚିଛି । କାଲି ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ଅଛି । ଏବେ ବି ସ୍ଥାନୀୟ ଅଂଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଏନଡିଆରଏଫ । ଭୂସ୍ଖଳନ ହୋଇଥିବା ସ୍ଥାନରେ ୮୦ଟି ପରିବାର ରହୁଥିବା ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ।

ତେବେ ଆହୁରି ମୃତଦେହ ପୋତି ହୋଇ ରହିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ମୃତକଙ୍କ ପରିବାର ବର୍ଗଙ୍କୁ କେରଳ ସରକାର ୫ଲକ୍ଷ ଏବଂ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ଆଜି କେରଳର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।
କ୍ଲିନିକାଲ ପରୀକ୍ଷଣ ଶେଷ ହେଲା… ଖୁବ୍ ଶିଘ୍ର ବଜାରକୁ ଆସିବ ସ୍ୱଦେଶୀ ଟୀକା
ନୂଆଦିଲ୍ଲୀ: କରୋନା ସାରବିଶ୍ୱକୁ ଚିନ୍ତାରେ ପକାଇଛି । ଦିନ ବଢିବାସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଏନେଇ ବିଭିନ୍ନ ଦେଶ କରୋନା ଟୀକା ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଦେଶ ଟୀକାର ପରୀକ୍ଷଣରେ ଅନ୍ତିମ ଚରଣରେ ପହଞ୍ଚି ସାରିଲେଣି ତ କେଉଁ ଦେଶରେ ଟୀକାର ମାନବ ପରୀକ୍ଷଣ ପାଖରେ ଅଟକି ରହିଛି । ଏଭଳି ପରିସ୍ଥିତିରେ ଆଶ୍ୱସ୍ଥିକର ଖବର ଆଣିଛି ସ୍ୱଦେଶୀ ଟୀକା ।

କରୋନା ସଂକଟ ସମୟରେ ଆସିଛି ଭଲ ଖବର । ଚଳିତ ମାସ ୧୫ ତାରିଖ ସୁଦ୍ଧା ବଜାରକୁ ଆସିବ ସ୍ୱଦେଶୀ ଟୀକା କୋଭାକ୍ସିନ । ଏହାର କ୍ଲିନିକାଲ ପରୀକ୍ଷଣ ଶେଷ ହେବା ପରେ ବଜାରକୁ ଛଡାଯିବ ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଓ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ମିଳିତ ଭାବେ ଏହି କରୋନା ଭାଇରସ ସମ୍ଭାବ୍ୟ ଟୀକା ପାଇ ଉଦ୍ୟମ ଜାରି ରଖିଛନ୍ତି ।

ଏହାର କ୍ଲିନିକାଲ ପରୀକ୍ଷଣ ଅନ୍ତିମ ସ୍ତରରେ ପହଞ୍ଚିଛି । ତେଣୁ ୧୫ ସୁଦ୍ଧା ଏହା ଲଞ୍ଚ ହେବବୋଲି ଆଶା କରାଯାଉଛି । ICMR ଓ BBIL ମିଳିତ ଉଦ୍ୟମରେ କୋଭିଡ ୧୯ ଭାକ୍ସିନ ବିକଶିତ କରିଛି । ଦେଶର ପ୍ରଥମ ସ୍ୱଦେଶୀ ଟୀକାର କ୍ଲିନିକାଲ ପରିକ୍ଷଣ ପାଇଁ ଆଇସିଏମଆର ୧୨ଟି ଅନୁଷ୍ଠାନ ଚୟନ କରିଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହାର ପରୀକ୍ଷଣ ସଫଳ ହେଲେ ଅଗଷ୍ଟ ୧୫ ସୁଦ୍ଧା ଏହି ସ୍ୱଦେଶୀ ଟୀକା ଭାରତରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।





