spot_img
Home Blog Page 679

ରୁଷର ଶକ୍ତିଶାଳୀ Su-35 ବିମାନକୁ ଖସାଇଥିବା ଦାବି କଲା ୟୁକ୍ରେନ

ନନ୍ଦିଘୋଷ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧରେ ରୁଷର ଶକ୍ତିଶାଳୀ ଏସୟୁ-୩୫ ବିମାନକୁ ଖସାଇଥିବା ଦାବି କଲା ୟୁକ୍ରେନ। ୟୁକ୍ରେନ ଋଷର ସୁଖୋଇ Su-35 ବିମାନକୁ ଖସାଇ ଦେଇଥିବା କହିଛି। ୟୁକ୍ରେନ ସେନା କୁର୍ସ୍କ ଅଞ୍ଚଳରେ ରୁଷିଆର ଅତ୍ୟାଧୁନିକ ସୁଖୋଇ Su-35 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି।ରୁଷିଆର Su-35 ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିଲା ବୋଲି ଦାବି କରିଛନ୍ତି ୟୁକ୍ରେନ ପ୍ରଧାନମନ୍ତ୍ରୀ ଜେଲେନସ୍କି।Su-35 ଲଢ଼ୁଆ ବିମାନକୁ ଖସାଇ ଦିଆଯିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ବଡ଼ ଝଟକା ଭାବେ ବିବେଚନା କରାଯାଉଛି। ଏହି ବିମାନକୁ ରପ୍ତାନି କରିବାର ସ୍ୱପ୍ନ ଦେଖିଥିଲା ଋଷିଆ। ସୁଖୋଇ Su-35 ବିମାନ 4.5 ଜେନେରେସର ବହୁମୁଖୀ ଯୁଦ୍ଧ ବିମାନ। Su-35 ହେଉଛି ରୁଷିଆର ସବୁଠାରୁ ଉନ୍ନତ ବିମାନ। ଯାହା ଶ୍ରେଷ୍ଠତା ଏବଂ ସଠିକତା ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି। Su-27 ରୁ ବିକଶିତ, Su-35 ଯୁଦ୍ଧ ବିମାନଟି ଉନ୍ନତ ଏଭିଓନିକ୍ସ, ଥ୍ରଷ୍ଟ-ଭେକ୍ଟରିଂ ସହିତ ଶକ୍ତିଶାଳୀ ଇଞ୍ଜିନ ସହିତ ସଜ୍ଜିତ। ଏହାର ରାଡାର ୪୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଟାର୍ଗେଟ ଚିହ୍ନଟ କରିପାରିବ। ଏଥିରେ ବାୟୁରୁ ବାୟୁ  କ୍ଷେପଣାସ୍ତ୍ର, ଗାଇଡେଡ୍ ବୋମା ଏବଂ ଜାହାଜ ବିରୋଧୀ ଅସ୍ତ୍ରଶସ୍ତ୍ର ଦ୍ଵାରା ଆକ୍ରମଣର ସାମର୍ଥ୍ୟ ରହିଛି। ୟୁକ୍ରେନରେ ନିୟୋଜିତ ଏହି ଯୁଦ୍ଧ ବିମାନ ରୁଷ ବାୟୁସେନାର ମେରୁଦଣ୍ଡ ହୋଇ ରହିଛି। ଏହାକୁ ଆମେରିକୀୟ F-15 ଏବଂ ୟୁରୋଫାଇଟର୍ ଟାଇଫୁନ୍ ଭଳି ପାଶ୍ଚାତ୍ୟ ଯୁଦ୍ଧ ବିମାନର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ। ଏସୟୁ-୩୫ ତିଆରି କରୁଥିବା କମ୍ପାନୀ ସୁଖୋଇ ଏହି ବିମାନକୁ ଭାରତକୁ ପ୍ରଦାନ କରିଛି। ସୁଖୋଇ ମଧ୍ୟ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସହିତ ଏହାକୁ ଭାରତରେ ଉତ୍ପାଦନ କରିବାକୁ ରାଜି ହୋଇଛି। ତଥାପି, ଏହି ବିମାନ କ୍ରୟ ସମ୍ପର୍କରେ ଭାରତ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।ଏସୟୁ-୩୫ ଲଢ଼ୁଆ ବିମାନର ସର୍ବାଧିକ ଗତି ଘଣ୍ଟା ପ୍ରତି ୨,୫୦୦ କିଲୋମିଟର। Su-35 ଲଢ଼ୁଆ ବିମାନଟି ରୁଷିଆର ସୁଖୋଇ ଡିଜାଇନ୍ ବ୍ୟୁରୋ ଦ୍ୱାରା ନିର୍ମିତ ହୋଇଛି। ଏହା ଏକ ସିଟ ବିଶିଷ୍ଟ ଲଢ଼ୁଆ ବିମାନ।

ଆରସିବି ସମ୍ବର୍ଦ୍ଧନା ଉତ୍ସବରେ ଦଳାଚକଟା ଘଟଣା, ଅନୁକମ୍ପା ସହାୟତା ୨୫ ଲକ୍ଷକୁ ବୃଦ୍ଧି

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା। ଆଇପିଏଲରେ ଆରସିବି ବିଜୟ ଉତ୍ସବବେଳେ ଦଳାଚକଟା ଘଟଣାରେ ମୃତକଙ୍କ ପରିବାରକୁ ପୂର୍ବରୁ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ବୃଦ୍ଧି। ୧୦ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା ହୋଇଥିବାବେଳେ ଏବେ ଏହି ସହାୟତା ଅର୍ଥ ରାଶିକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଏ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର। ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଇଁ ଘୋଷଣା କରାଯାଇଥିବା କ୍ଷତିପୂରଣକୁ ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାର ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି। ଦୁର୍ଘଟଣାରେ ଆହତଙ୍କ ପାଇଁ RCB ଏକ ସହାୟତା ପାଣ୍ଠି ଗଠନ କରିବ ବୋଲି ମଧ୍ୟ କହିଛି। ପୂର୍ବରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ଗତ ୪ ତାରିଖରେ ଆଇପିଏଲ୍ ୧୮ ବିଜେତା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ସମାରୋହ ସମୟରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହେବାରୁ  ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୭୦ରୁ ଅଧିକ ଆହତ ହୋଇଥିଲେ।

ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ, ସ୍ତ୍ରୀର ମୁଣ୍ଡ କାଟିଦେଲା ସ୍ଵାମୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଘନ୍ୟ କାଣ୍ଡ। ସାମନାକୁ ଆସିଛି ଭୟଙ୍କର ଘଟଣା। ପରରକୀୟ ପ୍ରୀତିରୁ ସ୍ତ୍ରୀର ମୁଣ୍ଡ କାଟି ଆଣି ଥାନରେ ହାଜର ସ୍ଵାମୀ। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ ବର୍ଷୀୟ ଯୁବକ ସ୍ତ୍ରୀକୁ  ନିର୍ମମ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଦେଇଥିଲେ। କେବଳ ଏତିକି ନୁହେଁ, ସେ କଟା ମୁଣ୍ଡ ସହିତ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଅଭିଯୁକ୍ତ ଜଣକ ହେଉଛନ୍ତି ଶଙ୍କର। ପତ୍ନୀ ମନସାର  ପ୍ରେମ ସମ୍ପର୍କକୁ ନେଇ ବିବାଦ ପରେ ସେ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ। ଶଙ୍କର ଏବଂ ମନସା କିଛି ସମୟ ପୂର୍ବରୁ ନିକଟ ଏକ ଗାଁରେ ଏକ ଭଡା ଘରେ ରହିବାକୁ ଆସିଥିଲେ। ଶଙ୍କର ନିକଟସ୍ଥ ଏକ ସ୍ଥାନରେ କାମ କରୁଥିଲେ। ଗତ ୩ ତାରିଖ  ରାତିରେ ସେ କାମକୁ ଯାଇ ମନସାକୁ କହିଥିଲେ ଯେ ସେ ସକାଳ ସୁଦ୍ଧା ଫେରିବେ। କିନ୍ତୁ, ସେହି ଦିନ ସେ ଶୀଘ୍ର କାମ ସାରି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମନସାକୁ ଅନ୍ୟ ଜଣେ ପୁରୁଷ ସହିତ ଦେଖିବାକୁ ପାଇଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଡ଼ ଝଗଡ଼ା ହୋଇଥିଲା। ସେଠାରୁ ମନସା ଘର ଛାଡି ଚାଲିଯାଇଥିଲେ। ମନସା ବାରମ୍ବାର ଘରକୁ ଆସୁଥିଲା ଏବଂ ଶଙ୍କରଙ୍କ ସହ ହଇରାଣ ଏବଂ ଝଗଡା କରୁଥିଲା। ମନସାଙ୍କ ହତ୍ୟା ରାତିରେ ମଧ୍ୟ ଘରକୁ ଫେରି ଶଙ୍କରଙ୍କ ସହ ପ୍ରବଳ ଝଗଡା କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ହଙ୍ଗାମା ହୋଇଥିଲା। ଏହାକୁ ନେଇ ଶଙ୍କର ପତ୍ନୀ ମନସାର ମୁଣ୍ଡରୁ ଶରୀରରୁ ଅଲଗା କରି କଟା ମୁଣ୍ଡ ସହିତ ସୂର୍ଯ୍ୟନଗର ପୋଲିସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ତେବେ ଶଙ୍କର ସ୍ତ୍ରୀ ମନସାକୁ ପିଟିପିଟି ହତ୍ୟା କରିଥିବା କହିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ବିଗିଡ଼ି ଗଲାଣି ଇକୋ ସିଷ୍ଟମ, ସରକାର ଚୁପ: ସବୁ ବର୍ଗର ଲୋକ ଏକାଠି ହୋଇ ଲଢ଼େଇ କରିବାକୁ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଶୁଖିଲା ପଡିଛି । ଚାଷ ଉଜୁଡି ଯାଉଛି । ଲୋକେ ପିଇବାକୁ ପାଣି ପାଉ ନାହାଁନ୍ତି । ଦୟା ନଦୀ ଦୂଷିତ । ଏହାର ପାଣି ବ୍ୟବହାର କରି ଲୋକେ ମରୁଛନ୍ତି । ଇକୋ ସିଷ୍ଟମ ନଷ୍ଟ ହେଉଛି । ହେଲେ ସରକାର ଚୁପ ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ଜନସଂଗଠନ । ଯାହା ବିରୋଧରେ ଓଡ଼ିଶାରେ ଏକାଠି ହୋଇଛନ୍ତି ରାଜନୈତିକ ଦଳ ସମେତ ଜନ ସଂଗଠନ ଓ ବୁଦ୍ଧିଜୀବୀ । ସରକାରଙ୍କ ଏଭଳି ନୀତି ବିରୋଧରେ ରାଜ୍ୟର ସବୁ ବର୍ଗର ଲୋକେ ଏକାଠି ହୋଇ ଲଢେଇ କରିବାକୁ ଦେଇଛନ୍ତି ଡାକରା ।

ରାଜନୈତିକ ଦଳ ଠାରୁ ଆରମ୍ଭ କରି ଜନ ସଂଗଠନ । କୃଷକ ନେତାଙ୍କଠୁ ଆରମ୍ଭ କରି ଜଳ ପାଇଁ ସଂଗ୍ରାମ କରୁଥିବା ସଂଗଠନ । ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ । ସମସ୍ତେ ଗୋଟିଏ ମଞ୍ଚରେ । ରାଜ୍ୟ ସରକାର ରାଜ୍ୟର ନଦୀ, ଜଳ ଓ ପ୍ରାକୃତିକ ସମ୍ପଦଗୁଡିକ ପ୍ରତି କରୁଥିବା ଅନ୍ୟାୟ ଓ ଶୋଷଣ ପ୍ରତିବାଦ ପାଇଁ ସମସ୍ତେ ନେଇଛନ୍ତି ସଂକଳ୍ପ । ଏଥିରେ ପରିବେଶବିତ ମେଧା ପାଟକର ମଧ୍ୟ ହେଲେ ସାମିଲ । ସରକାରଙ୍କ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର କହିବା କଥା ଓଡିଶା ଆଜି ସଂକଟରେ । ଓଡିଶାର ନଦନଦୀ, ଜଳ, ଆଦିବାସୀ ସମସ୍ତେ ସଙ୍କଟରେ । ରାଜ୍ୟର ପ୍ରାକୃତିକ ବିଭବ ହରିଲୁଟ ହେଉଛି । ତେଣୁ ସମସ୍ତଙ୍କୁ ଏକାଠି କରିବାକୁ ମେଧା ପାଟକରଙ୍କ ଉପସ୍ଥିତିରେ ଉଦ୍ୟମ ହୋଇଛି । ସମସ୍ତେ ଏକାଠି ହୋଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୀତି ବିରୋଧରେ ବର୍ଷିଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ । ସରକାର ଅସ୍ମିତା କଥା କହୁଛନ୍ତି, କିନ୍ତୁ ଅସ୍ତିତ୍ୱ କଥା କହୁ ନାହାନ୍ତି । ସରକାରଙ୍କ ବର୍ତ୍ତମାନ ଆଭିମୁଖ୍ୟକୁ ସମର୍ଥନ କରିହେବ ନାହିଁ । ସରକାର ଲୋକଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେବା କଥା । ଲୋକଙ୍କ ସ୍ୱରକୁ ଶୁଣିବା ଓ ସୁରକ୍ଷା ଦେବା କଥା । ବିକାଶ ନାଁରେ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ପରିବେଶବିତ ମେଧା ପାଟକର । ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଥିବାର ବଡ଼ ଅଭିଯୋଗ ଆଣିଛି ଲୋକଶକ୍ତି ଅଭିଯାନ । ଆଗକୁ ଏକାଠି ହୋଇ ଆନ୍ଦୋଳନକୁ ମଜଭୁତ କରାଯିବା ସହ ଜନ ଆନ୍ଦୋଳନ କରାଯିବ ।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟର ଖଣି, ପାଣି, ଜଙ୍ଗଲ ଓ ଆଦିବାସୀ ମାନେ ସଂକଟରେ ଥିବା ଅଭିଯୋଗ ହେବା ସହ ସେମାନଙ୍କ ଉପରେ ଅତ୍ୟାଚାର ସାମ୍ନାକୁ ଆସୁଛି । ପଡୋଶୀ ରାଜ୍ୟଗୁଡିକ ମଧ୍ୟ ଓଡିଶା ଉପରେ ଆକ୍ରମଣକୁ ଶାଣିତ କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର କିଭଳି ମ୍ୟାନେଜ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଭୁଲ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ସହିଦ୍ ଲକ୍ଷଣ ନାୟକ ମେଡିକାଲରେ ୬ ଜଣଙ୍କ ମୃତ୍ୟୁ ଘଟଣାରେ ଏଯାଏଁ ପ୍ରକୃତ କାରଣ ଜଣାପଡିନି । ଘଟଣାର ତଦନ୍ତ କରୁଥିବା ଡାକ୍ତରୀ ଟିମ ସରକାରଙ୍କୁ ରିପୋର୍ଟ ଦେଇସାରିଥିବା ଜଣାପଡିଥିଲେ ବି ସାର୍ବଜନୀନ ହୋଇନି । ସେପଟେ ସ୍ଥିତି ଅନୁଧ୍ୟାନ କରିବାକୁ ଶନିବାର ବିଜେଡିର ଏକ ପ୍ରତିନିଧି ଦଳ ମେଡିକାଲ କଲେଜ ସହ ମୃତକଙ୍କ ଗାଁରେ ପହଁଚି ସେମାନଙ୍କୁ ସମବେଦନା ଜଣାଛନ୍ତି ।

୬ ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ବିବାଦରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛି ବିଜେଡି ଟିମ୍ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବତୀ ଖରାଙ୍କ ପରିବାର ଲୋକ ଏବେ ବି ଅଭିଯୋଗ କରୁଛନ୍ତି । ସେ କହିଛନ୍ତି, ଦିଦି ଆସି ଭୁଲ ଇଞ୍ଜେକ୍ସନ ଦେବାରୁ ଝିଅ ମରିଗଲା । ଇଞ୍ଜେକ୍ସନ ଦେବା ପରେ ମାତ୍ର ୫ ମିନିଟରେ ବତୀ ଖରାଙ୍କ ମୃତ୍ୟୁ ଘଟିଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି । ତାଙ୍କ ପରେ ଆଇସିୟୁର ଅନ୍ୟ ୪ ଜଣ ରୋଗୀ ବି ମୃତ୍ୟୁବରଣ କରିଥିଲେ । ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସହାୟତା ଘୋଷଣା ହୋଇ ନଥିବା ବେଳେ ବିଜେଡି ଟିମ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଦେଇଛନ୍ତି ।

ମୃତକଙ୍କ ପରିବାରକୁ ଭେଟିବା ପୂର୍ବରୁ ବିଜେଡି ଟିମ କୋରାପୁଟ ମେଡିକାଲ କଲେଜରେ ପହଞ୍ଚି ଆଇସିୟୁରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟ ସେବାର ଅନୁଧ୍ୟାନ କରିବା ସହ ମେଡିକାଲ ଡିନଙ୍କୁ ଭେଟି ଆଲୋଚନା କରିଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି । ଏଥିସହ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ କିଭଳି କ୍ଲିନ୍ ଚିଟ୍ ଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଘଟଣା ଘଟିବାର ୪ ଦିନ ବିତିଯାଇଥିଲେ ସୁଧା କେବେ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ସୋନିଆ ଗାନ୍ଧି ଅସୁସ୍ଥ, ସିମଲା ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଅସୁସ୍ଥ । ସିମଲାରେ ଅସୁସ୍ଥ ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି । ତାଙ୍କୁ ସିମଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର MRI କରାଯାଇଛି ।

ସୋନିଆଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଗତ ଫେବୃଆରୀରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୋନିଆ । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ହୋଇଥିଲା ତାଙ୍କ ଚିକିତ୍ସା ।

ପାର୍ଟ ପ୍ଲଟ ରେଜିଷ୍ଟ୍ରେସନକୁ ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଫୁ’

ନନ୍ଦିଘୋଷ ବ୍ୟୁରୋ: ପାର୍ଟ ପ୍ଲଟ କିଣାବିକା ନେଇ ସରକାରଙ୍କ ନିର୍ଦ୍ଦେଶକୁ ଅଧିକାରୀଙ୍କ ଅଣଦେଖା । ତିନି ଶହ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ଫଳରେ ସହରରେ ଆପାର୍ଟମେଣ୍ଟ କିଣାବିକା ୨ ବର୍ଷ ହେଲା ବନ୍ଦ । ମାମଲା ଅଦାଲତରେ ଥିବା ବେଳେ ସରକାର କେବଳ ସମୟ ଗଡ଼େଇ ଚାଲିଛନ୍ତି । ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମଧ୍ୟ ବାଟ ଫିଟୁନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରିଅଲ ଇଷ୍ଟେଟ ଆକ୍ଟିଭିଷ୍ଟ ।

ସରକାରଙ୍କ ନିର୍ଦ୍ଦେଶକୁ ଫୁ କରିଦେଉଛନ୍ତି ବାବୁ । ବିନା ଲେ-ଆଉଟ ଅନୁମୋଦନରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହେବନି । ହେଲେ ଏହି ନିୟମକୁ ମାନୁନାହାନ୍ତି ଅଧିକାରୀ । ୨ ବର୍ଷରେ ୩ ଲକ୍ଷ ବେଆଇନ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହୋଇଛି । ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏପରି କରିଥିବା ୩ ଶହ ପଞ୍ଜୀକରଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସରକାର । ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରିୟଲ ଇଷ୍ଟେଟ ଆକ୍ଟିଭିଷ୍ଟ । ସେପଟେ ୨ ବର୍ଷ ହେଲାଣି ବନ୍ଦ ପଡ଼ିଛି ପାର୍ଟ ପ୍ଲଟ ପଞ୍ଜୀକରଣ । ଅକୁପ୍ଯାନସି ସାର୍ଟିଫିକେଟ ଓ କମ୍ପ୍ଲିସନ ସାର୍ଟିଫିକେଟ ଦ୍ବନ୍ଦ୍ବ ହଟୁ ନଥିବାରୁ ଅଦାଲରେ ମାମଲା ଗଡ଼ି ଚାଲିଛି । ଏଭଳି ସ୍ଥିତିରେ ସହରୀ ବିକାଶ ଯୋଜନାରେ ସ୍ବଚ୍ଛତା ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦାବି ଖାଲି ଘୋଷଣାରେ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହେଉନାହିଁ । ଲେ-ଆଉଟ ଅନୁମୋଦନ ସରଳ ଓ ସହଜ କରିବାକୁ ବାଟ ବାହାରୁନି । ଆପାର୍ଟମେଣ୍ଟ କିଣାବିକା ବନ୍ଦ ହୋଇଥିବାରୁ ରିଏଲ ଇଷ୍ଟେଟ ସେକ୍ଟରର ଭବିଷ୍ୟତ ବି ସନ୍ଦେହରେ । ଟାଉନ ପ୍ଲାନିଂ ସ୍କିମ ଜୋରଦାର କରିବାକୁ ସରକାର ଅଣ୍ଟା ଭିଡ଼ିଥିବା ବେଳେ ଜମି ମାଲିକ ବିଭିନ୍ନ ଜାଗାରେ ଏହାକୁ ବିରୋଧ କରୁଛନ୍ତି । ଭୁବନେଶ୍ବର ସହିତ କଟକର ପ୍ରଥମ ଟାଉନ ପ୍ଲାନିଂ ଯୋଜନାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ପାର୍ଟ ପ୍ଲଟ ଓ ଆପାର୍ଟମେଣ୍ଟ କିଣାବିକା ନେଇ ଏକମାସ ଭିତରେ ବାଟ ବାହାର କରିବାକୁ ଗତ ଜାନୁଆରୀରେ ରାଜସ୍ବ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନି ।

ସ୍ବଚ୍ଛ ସୁନ୍ଦର ଓ ଯୋଜନାବଦ୍ଧ ସହର ପାଇଁ ଡେଭଲପମେଣ୍ଟ ଆକ୍ଟ ଓ ରେରା ଆଇନ ପାଳନ ଜରୁରୀ । ଦ୍ବନ୍ଦ୍ବ ଦୂର କରିବାକୁ ଆଇଜିଆର୍ ଦୀର୍ଘ ଦିନରୁ ସରକାରଙ୍କୁ କୈଫିୟତ ମାଗିଥିଲେ ବି ରାଜସ୍ବ ବିଭାଗ ଚୁପ୍ ବସିଛି ।

୨୪ ଘଣ୍ଟାରେ ଚାଷୀଙ୍କୁ ଟଙ୍କା ଦିଅ, ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କର

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ରାଜ୍ୟ ବିଜେପି ସରକାର ବିରୋଧରେ ବିଜେଡିର ରଣ ହୁଙ୍କାର । ଚାଷୀଙ୍କ ପାଇଁ ରାଜ ରାସ୍ତାକୁ ଆସିଲା ବିଜେଡି । ସରକାରଙ୍କୁ ଦେଲା ୨୪ ଘଣ୍ଟାର ମହଲତ । ଏହି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରି ଟଙ୍କା ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କଲା ଦାବି । ଭୁବନେଶ୍ୱରରେ ନବରଙ୍ଗପୁର ରାଇଘର ବ୍ଲକ ଚାଷୀ ଆନ୍ଦୋଳନରେ ଯୋଗ ଦେଇ ବିଜେଡି ଏପରି ଦାବି କରିଛି । ଏହାସହ ମୁଖ୍ୟମନ୍ତ୍ରୀ ନିଜେ ଘଟଣାରେ ହସ୍ତକ୍ଷେପ କରିବାକୁ ଦଳ ଦାବି କରିଛି । ସେପଟେ ଧାନ କିଣାରେ କିଛି କାଗଜପତ୍ର ଭୁଲ ଥିବାରୁ ଚାଷୀ ଟଙ୍କା ପାଇ ନଥିବା କହିଛନ୍ତି ସମବାୟ ମନ୍ତ୍ରୀ । ୪ ମାସ ହେବ ଧାନ ବିକ୍ରି କରି ଟଙ୍କା ପାଇ ନଥିବାରୁ ରାଜଧାନୀରେ ଅହୋରାତ୍ର ଧାରଣା ଦେଇଛନ୍ତି ଚାଷୀ ।

ସରକାରଙ୍କୁ ଧାନ ବିକି ଚାଷୀ ହତାଶ । ଧାନ ମୂଲ୍ୟ ପାଇବାକୁ ରାଜାଧାନୀରେ ଦେବାକୁ ପଡ଼ିଛି ଅହୋରାତ୍ର ଧାରଣା । ଧାନ ବିକିବାର ୪୮ ଘଣ୍ଟାରେ ଟଙ୍କା ଆକାଉଣ୍ଟକୁ ଆସିବା କଥା । ହେଲେ ନବରଙ୍ଗପୁର ଜିଲ୍ଲା ରାଇଘରର ୩୪୪ ଜଣ ଚାଷୀ ପାଇନାହାନ୍ତି ୪ କୋଟି ୪୧ ଲକ୍ଷ ୮୨ ହଜାର ୮୨୨ ଟଙ୍କା । କେବେ ପାଇବେ ? କାହିଁକି ବିଳମ୍ବ ହେଲା ? ଏଥିପାଇଁ ଦାୟୀ କିଏ ? ଏମିତି ପ୍ରଶ୍ନ ଛିଡ଼ା ହୋଇଛି । ୪ ମାସ ହେଲା ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି । ହେଲେ ବିକ୍ରି ଧାନର ଟଙ୍କା ମିଳୁନାହିଁ । ବ୍ଲକରୁ ଜିଲ୍ଲାପାଳଙ୍କ ଅଫିସ ଯାଏଁ ଦୌଡ଼ି ନୟାନ୍ତ ହେବା ପରେ ଚାଷୀ ରାଜଧାନୀକୁ ଆସିଛନ୍ତି । ଆଉ ଚାଷୀଙ୍କ ଦୁଃଖକୁ ସମର୍ଥନ କରିଆସୁଛି ବିଜେଡି । ଆଜି ଧାରଣା ସ୍ଥଳକୁ ଆସି ଚାଷୀଙ୍କୁ ୨୪ ଘଣ୍ଟାରେ ଟଙ୍କା ଦେବାକୁ ଦାବି କରିଛି ଦଳ । ଟଙ୍କା ଦେଇ ନଥିବା ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ଋଜୁ କରିବାକୁ ଦଳର ବରିଷ୍ଠ ନେତା ଦାବି କରିଛନ୍ତି । ଟଙ୍କା ନଦେଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି କହିଛନ୍ତି ଚାଷୀ । ସରକାର ଚାଷୀଙ୍କ ପାଖରୁ ୧୪ ହଜାର ୨୫୨ କୁଇଣ୍ଟାଲ ଧାନ କିଣିଥିଲେ ।

ରାଇଘର ବ୍ଲକ ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ ବିଜେଡିର ବରିଷ୍ଠ ନେତା । ଚାଷୀଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ସରକାରଙ୍କୁ ଅପିଲ କରିଛନ୍ତି । ସେପଟେ ସମବାୟ ମନ୍ତ୍ରୀଙ୍କ କଥାରେ ଭରସା ନାହିଁ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତୁ ହସ୍ତକ୍ଷେପ କରିବାକୁ ଦାବି କରିଛି ବିଜେଡି । ଅନ୍ୟପଟେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିବା କଥା କାଗଜରେ କିଛି ଭୂଲ ଥିବାରୁ ସମ୍ପୃକ୍ତ ଚାଷୀଙ୍କୁ ଟଙ୍କା ମିଳିପାରିନାହିଁ ।

କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥରାଶି, ବଢ଼ିଲା ଗରିବଙ୍କ ଛାତ ଘର ଗଢ଼ିବା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: କମିଲା ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣରେ ଦିଆଯାଉଥିବା ଆର୍ଥିକ ସହାୟତା । ଗରିବଙ୍କୁ ନୂଆ ଘର ଯୋଗାଇ ଦେବାକୁ ଯେଉଁ ସହାୟତା ରାଶି ଦିଆଯାଇଥିଲା ସେଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ବର୍ଷ ବର୍ଷ ଧରି ଦିଆଯାଉଥିବା ଅନ୍ତ୍ୟୋଦୟ ଓ ଆବାସ ଯୋଜନାର ଟଙ୍କାକୁ କାହିଁକି ହ୍ରାସ କରାଗଲା ବିଜେଡି ବିଧାୟକ ରମେଶ ବେହେରା ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କଂଗ୍ରେସ କହିଛି, ସରକାର ଲୋକଙ୍କ କ୍ଷତି କରୁଛନ୍ତି ।

ଏଣିକି ଅନ୍ତ୍ୟୋଦୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ଗୃହ ନିର୍ମାଣ କଲେ ହିତାଧିକାରୀଙ୍କୁ ମିଳିବନି ପୂର୍ବ ପରି ଆର୍ଥିକ ସହାୟତା । ପୂର୍ବରୁ ଅନ୍ତ୍ୟୋଦୟ ଯୋଜନାରେ ନୂତନ ଗୃହ ନିର୍ମାଣ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ହିତାଧିକାରୀଙ୍କୁ ମିଳୁଥିଲା । ଏବେ ଏଥିରେ ୧୦ ହଜାର ଟଙ୍କା ହ୍ରାସ କରାଯାଇଛି । ଫଳରେ ଗରିବ ଲୋକଟି କିପରି ସ୍ବପ୍ନର ଘର ନିର୍ମାଣ କରିବ ତାହାକୁ ନେଇ ଚିନ୍ତାରେ ପଡ଼ିଛି । ଦିନକୁ ଦିନ ସବୁ ଜିନିଷର ଦର ବୃଦ୍ଧି ଘଟି ଚାଲିଛି । ଗରିବ ଲୋକଙ୍କ ଘର ନିର୍ମାଣ କରିବାରେ ଆର୍ଥିକ ସହାୟତା ବଢାଇବା ପରିବର୍ତ୍ତେ ସରକାର କମାଇଥିବା ବିଜେଡି ବିଧାୟକ ରମେଶ ବେହେରା ଅଭିଯୋଗ କରିଛନ୍ତି । କାହିଁକି ଓ କେଉଁ କାରଣରୁ ବିଜେପି ସରକାର ଗରିବଙ୍କ ଘର ନିର୍ମାଣ ଟଙ୍କା କାଟିଲା ତାକୁ ନେଇ ଶାସକ ଦଳକୁ ଘେରିଛି ବିଜେଡି । ତୁରନ୍ତ ପୂର୍ବପରି ଅନ୍ତ୍ୟୋଦୟ ଯୋଜନାରେ ଗୃହ ନିର୍ମାଣ ପାଇଁ ୟୁନିଟ କଷ୍ଟ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ଦାବି କରିଛି ବିଜେଡି । ବିଧାୟକ ରମେଶ ବେହେରା କହିଛନ୍ତି, ଟଙ୍କା ହ୍ରାସ ଯୋଗୁଁ  ହିତାଧିକାରୀ ଘର ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇପାରୁନାହାଁନ୍ତି ।

ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ପୂର୍ବ ସରକାର ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ଘର ଯୋଗାଇ ଦେଇଥିଲେ । ଅନ୍ତ୍ୟୋଦୟ ଯୋଜନାରେ ଭିନ୍ନକ୍ଷମ, ବିଧବା, ସହିଦ, ପଦ୍ମଶ୍ରୀ ପୁରସ୍କାର ପାଇଥିବା ପରିବାର, ଅଗ୍ନିକାଣ୍ଡ କ୍ଷତିଗସ୍ତ ଲୋକଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି । ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି କଂଗ୍ରେସ । ବିଜେପି କାହିଁକି ଲୋକଙ୍କ ମୁଣ୍ଡ ଉପରୁ ଛାତ ଘର ଛଡ଼ାଇ ନେବାକୁ ବ୍ୟବସ୍ଥା କରୁଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣେ ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଘର ଯୋଗାଇ ଦେଉଛନ୍ତି ।

ଗୋଳନ୍ଥରା ନାବାଳିକା ଦୁଷ୍କର୍ମ ମାମଲା: ଆନ୍ଧ୍ରରୁ ୪ ଅଭିଯୁକ୍ତ ଗିରଫ, ଆଇନଶୃଙ୍ଖଳାକୁ ନେଇ ଏସପିଙ୍କୁ ଫେରାଦ ହେଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଗୋଳନ୍ଥରାରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ । ଗତ ୩ ତାରିଖରେ ଗଣ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ।  ଗତକାଲି ଆନ୍ଧ୍ରପ୍ରଦେଶର ଏକ ହୋଟେଲରୁ ସେମାନଙ୍କୁ ଗିରଫ କରିଛି ପୋଲିସ । ସେପଟେ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବା ଓ ଗଣ ଦୁଷ୍କର୍ମରେ ପୀଡ଼ିତ ନାବାଳିକାଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଗଞ୍ଜାମ ଜିଲ୍ଲାର ଗୋଳନ୍ଥରାରେ ଘଟିଥିଲା ଲଜ୍ଜ୍ୟାଜନକ ଘଟଣା । ଦୁଇଜଣ ନାବାଳିକା ଏକ ଶୁଭକାର୍ଯ୍ୟରେ ଯାଇଥିବା ବେଳେ ୪ ଜଣ ଯୁବକ ଦୁଇଟି ବାଇକରେ ସେମାନଙ୍କୁ ଉଠାଇ ନେଇଥିଲେ । ଦୁଇ ଦିନ ଅଟକ ରଖି ଅଭିଯୁକ୍ତମାନେ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଏନେଇ ପରିବାର ଲୋକଙ୍କ ଗୋଳନ୍ଥରା ଥାନାରେ ଲିଖିତ ଏତଲା ପରେଅଭିଯୁକ୍ତମାନେ ଫେରାର ହୋଇ ଆନ୍ଧ୍ର ପ୍ରଦେଶର ଏକ ହୋଟେଲରେ ଲୁଚି ଥିଲେ । ୪ ଦିନର ଲୁଚକାଳି ଖେଳ ପରେ ଆନ୍ଧ୍ରପ୍ରଦେଶରୁ ସେମାନଙ୍କୁ ପୋଲିସ ଧରିଛି । ସେପଟେ ଦୁଇ ନାବାଳିକାଙ୍କ ଏମକେସିଜି ମେଡିକାଲରେ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି l

ସୂଚନାଯୋଗ୍ୟ, ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ପ୍ରତିଦିନ ଜିଲ୍ଲାର କେଉଁଠୁ ନା କେଉଁଠୁ ହତ୍ୟା, ଦୁଷ୍କର୍ମ ଅଭିଯୋଗ ଆସୁଛି । ଚୋରି, ଡକାୟତି ଓ ଛିନତାଇ ତ ସାଧାରଣ ଘଟଣା ହୋଇଗଲାଣି । ବାରମ୍ବାର ଏପରି ଘଟଣା ଘଟିବାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ଆଜି ଜିଲ୍ଲା ପୋଲିସ ପ୍ରଶାସନକୁ ଫେରାଦ ହୋଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଏସପିଙ୍କୁ ସାକ୍ଷାତ କରିଛି । ମହିଳାଙ୍କ ସୁରକ୍ଷା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ବାସ୍ତବରେ ପ୍ରତିଫଳନ ହେଉନି । ଥାନାଗୁଡ଼ିକରେ ପେଟ୍ରୋଲିଂ ଜାରଦାର କରିବା ସହ ମହିଳା ଓ ଶିଶୁ ଡେକ୍ସକୁ ଅଧିକ କ୍ରିୟାଶୀଳ କରିବାକୁ ଦଳ ପରାମର୍ଶ ଦେଇଛି । ସେହିପରି ପୀଡିତା ଓ ସେମାନଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଦାବି କରିଛି ଦଳ ।