ଭୁବନେଶ୍ବର : ମୋ ପାଖରେ ପୁଳା ପୁଳା ଶହେ ଟଙ୍କିଆ ନୋଟ ଅଛି। ଲକ୍ଷ ଲକ୍ଷ ଟଙ୍କାର କଳାଧନ ରହିଛି । ଆପଣ ଯଦି ଶହେ ଟଙ୍କିଆ ନୋଟ ନେଇ ପ୍ରତିବଦଳରେ ୫ ଶହ ଟଙ୍କିଆ ନୋଟ ଦେବେ ତେବେ ଆପଣଙ୍କୁ ଦୁଇଗୁଣ ଟଙ୍କା ଦିଆଯିବ। କଳା ଧନକୁ ଧଳା କରିଦେଲେ ଦୁଇ ଗୁଣ ଟଙ୍କା ଫେରସ୍ତ ମିଳିବ। ଗୋଟିଏ ୫ ଶହ ଟଙ୍କିଆ ନୋଟ ଦେଲେ ୧୦ଟି ଶହେ ଟଙ୍କିଆ ନୋଟ ମିଳିବ। ଏଭଳି କଥା କହି ରାଜଧାନୀ ଭରତପୁର ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ଜାଲ ବିଛାଇ ଗତ ଫେବୃଆରୀ ମାସରେ ଦୁଇ ଜଣଙ୍କୁ ଚୁନ ଲଗାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସର୍ ସ୍ପେଶାଲ ସ୍କ୍ବାଡ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି। ଏମାନେ ବ୍ୟାଗରେ ରଖିଥିବା ଟଙ୍କା ବିଡ଼ା ଉପରେ ଅସଲି ଟଙ୍କା ରଖି ବିଡ଼ା ଭିତରେ ପେପର କଟିଂ ପୁରାଇ ଚକମା ଦେଉଥିଲେ। ନୟାପଲ୍ଲୀ ଅଞ୍ଚଳର ଜଣଙ୍କ ଠାରୁ ଏଭଳି ମିଠା ମିଠା କଥା କହି ୬ ଲକ୍ଷ ଓ ଭରତପୁର ଥାନା ଅଞ୍ଚଳରୁ ୪ ଲକ୍ଷ ୩୦ ହଜାର ଠକି ନେଇଥିଲେ ଠକ।ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କା, ମୋବାଇଲ ଆଦି ଜବତ କରାଯାଇଛି।
ବାଲୁଚ ସେନାର ନିୟନ୍ତ୍ରଣରେ ଆଉ ଏକ ପାକିସ୍ତାନୀ ସହର, ୩ଘଣ୍ଟାର ଅପରେସନରେ ଆଣ୍ଠୁମାଡି ବସିଲା ସେନା
ନନ୍ଦିଘୋଷ ବ୍ୟୁରୋ : ବାଲୁଚ ସେନା ସହ ପାକିସ୍ତାନୀ ସେନା ଲଢିବା କଷ୍ଟକର ହୋଇପଡିଛି । ବାଲୁଚ୍ ଲିବରେସନ୍ ଆର୍ମି ଗୋଟିଏ ପରେ ଗୋଟିଏ ପାକିସ୍ତାନୀ ସହରକୁ ନିୟନ୍ତ୍ରଣକୁ ନେଉଥିବା ଦାବି କରୁଛି । ବେଲୁଚିସ୍ତାନ ସୀମାନ୍ତରେ ଥିବା ସୁରାବ ସହରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ଶନିବାର ଦାବି କରିଛି । ଶତ୍ୟୁ ରାଷ୍ଟ୍ରର ପ୍ରଶାସନିକ, ଶାମରିକ ଓ ଅର୍ଥି୍ ଭିତ୍ତିଭୂମିକୁ ଧ୍ବଂସ କରିଦେଇଛି ।
ଏଡି ଘଟଣା ଏହି ସମୟରେ ହୋଇଛି, ଯେତେବେଳେ ପାକିସ୍ତନର ସେନା ମୁଖ୍ୟ ବଓୀମ ମୁନି କ୍ବେଟା ସହର ଗସ୍ତ କରିଥିଲେ । ଏଥିରୁ ଅନୁମାନ କରାଯାଇପାରେ ଯେ ବାଲୁଚ ସେନାର ଉଦ୍ଦ୍ୟେଶ୍ର କେତେ ଦୃଢ । ବାଲୁଚ ମୁଖ୍ୟ ଜିୟନ୍ଦ ବାଳୁଜ କରିଛନ୍ତି ଶୁକ୍ରବାର ଦିନ ୩ ଘଣ୍ଟା ଅପରେସନ ଜାରି ରହିଥିଲା । ଏହି ସମୟରେ ସ୍ବାଧିନତା ସଂଗ୍ରମୀମାନେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ରାଜପଥକୁ ଅତିଆର କରିଥିଲେ ।
ଜିୟାନ୍ଦ ବାଲୋଚ୍ କହିଛନ୍ତି ଯେ ଯୋଦ୍ଧାମାନେ ଏକ ପାକିସ୍ତାନୀ ଲେଭିଜ୍ ଷ୍ଟେସନ୍, ପୋଲିସ ଷ୍ଟେସନ୍, ଡେପୁଟି କମିଶନର ଅଫିସ୍, ଅତିଥି ଗୃହ ଏବଂ ଏକ ବ୍ୟାଙ୍କ କବଜା କରିଥିଲେ ଓ ଶତ୍ରୁ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇଥିଲେ। BLA ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ସ୍ୱାଧୀନତା ସଂଗ୍ରାମୀମାନେ ଶତ୍ରୁ ବାହିନୀର ତିନୋଟି ଗାଡ଼ି, ରାଜ୍ୟ ଗୋଦାମ, ଗୋଟିଏ ଅତିଥି ଗୃହ ଏବଂ ତିନୋଟି ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ, ଯେତେବେଳେ ଦୁଇଟି ଗାଡ଼ି ଜବତ କରାଯାଇଥିଲା।
ହେଟ୍ ସ୍ପିଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଧାୟକ
ନନ୍ଦିଘୋଷ ବ୍ୟୁରୋ : ହେଟ୍ ସ୍ପିଚ୍ ମାମଲାରେ ମୁଖତାର ଅନସାରୀଙ୍କ ବିଧାୟକ ପୁଅ ଆବାସ ଅନସାରୀଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯାଇଛି। ମାଉ କୋର୍ଟ ଶନିବାର ଏହି ନିଷ୍ପତ୍ତି ଦେଇଛନ୍ତି। ଦଣ୍ଡ ଘୋଷଣା ସହିତ, ଆବାସ ବିଧାନସଭାର ସଦସ୍ୟତା ମଧ୍ୟ ହରାଇଛନ୍ତି। ବିଧାନସଭା ପ୍ରମୁଖ ସଚିବ ପ୍ରଦୀପ ଦୁବେ ଆସନଟିକୁ ଖାଲି ଘୋଷଣା କରି ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି। ରବିବାର ଛୁଟିଦିନ ସତ୍ତ୍ୱେ, କାର୍ଯ୍ୟାଳୟଟି ସ୍ୱତନ୍ତ୍ର ଭାବରେ ଖୋଲାଯାଇଥିଲା ଏବଂ କମିଶନଙ୍କୁ ଚିଠି ପଠାଯାଇଥିଲା।
ଯେଉଁ ମାମଲାରେ ଆବାସ ଅନସାରୀଙ୍କୁ ଦଣ୍ଡ ଦିଆଯାଇଛି ତାହା ୨୦୨୨ ମସିହା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଘଟିଥିବା ଏକ ଘଟଣା ସହ ଜଡ଼ିତ। ୨୦୨୨ରେ ମଉର ପହାଡ଼ପୁର ମୈଦାନରେ ଆୟୋଜିତ ଏକ ନିର୍ବାଚନୀ ଜନସଭାରେ ଅବ୍ବାସ ଅନସାରୀ ପ୍ରଶାସନିକ ଅଧିକାରୀମାନଙ୍କୁ “ସରକାର ଗଠନ ହେବା ପରେ ହିସାବ କରାଯିବ” ବୋଲି ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ବୟାନକୁ ନେଇ ମଉ କୋତୱାଲୀ ଥାନାରେ ସବ୍-ଇନ୍ସପେକ୍ଟର ଗଙ୍ଗାରାମ ବିନ୍ଦଙ୍କ ମାମଲା ରୁଜୁ କରିଥିଲେ । ୩ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇଛି ।
ୟୁପି ସଚିବାଳୟ ଦ୍ୱାରା ମାଉ ଆସନକୁ ଖାଲି ଘୋଷଣା କରାଯାଇଛି। ଏହି ଘୋଷଣା ସହିତ, ଭାରତୀୟ ନିର୍ବାଚନ କମିଶନ ନିୟମ ଅନୁଯାୟୀ ଖାଲି ଆସନ ପୂରଣ ପାଇଁ ଛଅ ମାସ ମଧ୍ୟରେ ଏକ ଉପନିର୍ବାଚନ କରିବେ। ବିଧାନସଭାର ଆବାସ ଅନସାରୀଙ୍କ ସଦସ୍ୟତା ସମାପ୍ତ ହେବା ମାତ୍ରେ ତାଙ୍କ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରିନିଆଗଲା।
୨୦୨୨ ବିଧାନସଭା ନିର୍ବାଚନରେ, ଆବାସ ଅନସାରୀ ତାଙ୍କ ବାପା ମୁଖତାର ଅନସାରୀଙ୍କ ସ୍ଥାନରେ ସଦର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେତେବେଳେ ଆବାସ ୧ ଲକ୍ଷ ୨୪ ହଜାର ୬୯୧ ଭୋଟ ପାଇ ନିର୍ବାଚନରେ ବିଜୟୀ ହୋଇଥିଲେ, ଯେତେବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଅଶୋକ ସିଂହ ୮୬ ହଜାର ୧୧୬ ଭୋଟ ପାଇଥିଲେ। ଆବାସ ଏହି ନିର୍ବାଚନରେ ୩୮ ହଜାର ୧୧୬ଭୋଟରେ ଜିତିଥିଲେ।
ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ରେଡ
ନୂଆଦିଲ୍ଲୀ: ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ରେଡ। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗର ଏକାଧିକ ସ୍ଥାନରେ ଚାଲିଛି ଚଢାଉ। ରେଡରୁ ଅନେକ ଇଲେକ୍ଟୋନିକ୍ସ ସାମଗ୍ରୀ ସହ ଦସ୍ତାବିଜ ଜବତ ହୋଇଛି। ରେଡରୁ NIA ଇଲେକ୍ଟ୍ରୋନିକ୍ ଡିଭାଇସ୍, ସମ୍ବେଦନଶୀଳ ଅର୍ଥ କାରବାର ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଭାରତ ବିରୋଧୀ ଆତଙ୍କବାଦ ଷଡ଼ଯନ୍ତ୍ରକୁ ନେଇ ଚାଲିଛି ଯାଞ୍ଚ। ଜଣେ CRPF କର୍ମଚାରୀଙ୍କ ଦ୍ୱାରା ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହିତ ଗୋପନୀୟ ସୂଚନା ବାଣ୍ଟିବା ଅଭିଯୋଗକୁ ନେଇ ଖୋଳତାଡ଼ କରୁଛି ଏନଆଇଏ। ସିଆରପିଏଫ ଯବାନ ମୋତିରାମ ଜାଟଙ୍କୁ ପୂର୍ବରୁ ଚାକିରିରୁ ବହିଷ୍କାର କରାଯାଇଥିବାବେଳେ ହେପାଜତକୁ ନେଇ ପଚରାଉଚରା କରୁଛି ଏନଆଇଏ। ପାକିସ୍ତାନୀ ଏଜେଣ୍ଟ ଠାରୁ ମାସିକ ୩ ଲକ୍ଷରୁ ଅଧିକ ଟଙ୍କା ପାଉଥିଲେ ଏହି ଯବାନ। ୨୦୨୩ ମସିହାରୁ ପାକିସ୍ତାନୀ ଗୁଇନ୍ଦା ଅଧିକାରୀମାନଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିବା ଅଭିଯୋଗ ହୋଇଛି।…
ବର୍ଷା ଓ ବନ୍ୟାରେ ଭାସୁଛି ଦେଶର ଉତ୍ତର ପୂର୍ବାଞ୍ଚଳ, ୩୨ ମୃତ, ଲକ୍ଷାଧିକ ପ୍ରଭାବିତ
ନୂଆଦିଲ୍ଲୀ: ବର୍ଷା ଓ ବନ୍ୟାରେ ଭାସୁଛି ଦେଶର ଉତ୍ତର ପୂର୍ବାଞ୍ଚଳ । ୩୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରମ ସବୁଠି ପ୍ରବଳ ବର୍ଷା ଓ ବନ୍ୟା। ଗାଁରୁ ସହର ସବୁ ଯେମିତି ଭାସୁଛି। ଆସାମର ଦିବ୍ରୁଗଡ଼, ଗୁଆହାଟୀ ସହରରେ ପ୍ରବେଶ କରିଛି ବ୍ରହ୍ମପୁତ୍ର ନଦୀର ପାଣି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମଣିପୁରରେ ମଧ୍ୟ ସମାନ ସ୍ଥିତି। କିଛି ଦିନ ହେଲାଣି ଉତ୍ତର ପୂର୍ବାଞ୍ଚଳରେ ଜାରି ରହିଛି ମୂଷଳଧାରା ବର୍ଷା। ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ କର୍ତ୍ତୃପକ୍ଷ ସମଗ୍ର ଅଞ୍ଚଳରେ ସତର୍କତା ଜାରି କରିଛନ୍ତି। ସିକିମରେ ପ୍ରବଳ ବର୍ଷାରେ ଏକ ପୋଲ ଧୋଇ ଯାଇଛି। ମଣିପୁରରେ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଇମ୍ଫାଲରେ ଦୈନନ୍ଦିନ ଜୀବନ ଠପ୍ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରୁ ଜଳବନ୍ଦୀ ହୋଇଥିବା ଖବର ମିଳିଛି, ଯାହା ଫଳରେ କର୍ତ୍ତୃପକ୍ଷ ବନ୍ୟା ଚେତାବନୀ ଜାରି କରିଛନ୍ତି ଏବଂ ଇମ୍ଫାଲ ନଦୀର ବନ୍ୟା କୂଳରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଅବିରତ ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ ସିକିମର ପ୍ରମୁଖ ରାସ୍ତା ଅବରୋଧ ହୋଇଛି। ତେଣୁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ୧୫୦୦ ପର୍ଯ୍ୟଟକ। ମାଙ୍ଗାନ ଜିଲ୍ଲାରେ ଏକ ଗାଡ଼ି ତିସ୍ତା ନଦୀକୁ ଖସି ପଡ଼ିବାରୁ ୮ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜାଖୋଜି ଚାଲିଛି। ସେମାନଙ୍କ ମଧ୍ୟରେ କିଛି ଓଡ଼ିଆ ବି ଅଛନ୍ତି। କିନ୍ତୁ ତିସ୍ତା ନଦୀର ଜଳସ୍ତର ଅଧିକ ଥିବାରୁ ଅପରେସନରେ ବାଧା ଉପୁଜିଛି। ଆସାମରେ, ବନ୍ୟା ଏବଂ ଭୂସ୍ଖଳନର ମୋଟ ୧୭ଟି ଜିଲ୍ଲା ପ୍ରଭାବିତ ହୋଇଛି ଏବଂ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଲୋକଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି। ପ୍ରଭାବିତ ଆସାମରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜୋରଦାର ହୋଇଛି। NDRF, SDRF, ପୋଲିସ ଏବଂ ଅଗ୍ନିଶମ ସେବା ଟିମ୍ ଲୋକଙ୍କୁ ଉଦ୍ଧାର କରିଛନ୍ତି। ପ୍ରବଳ ବର୍ଷା ପବନ ଯୋଗୁଁ ଗୁଆହାଟୀର ବିମାନ ଚଳାଚଳ ବି ପ୍ରଭାବିତ ହୋଇଥିଲା। …
କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା? ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି
ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ମଧ୍ୟରେ ଭାରତରେ କୋଭିଡ କେସ୍ ୧୨୦୦ % ରୁ ଅଧିକ ବୃଦ୍ଧି ପାଇଛି। ଏହି ବୃଦ୍ଧିର କାରଣ କ’ଣ ? ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୫୮ ଥିବା ବେଳେ ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସଦ୍ୟତମ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦୦ ହୋଇଥିବା ବେଳେ, ମହାରାଷ୍ଟ୍ରରେ ୪୮୫,
ତଥ୍ୟ ଅନୁଯାୟୀ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ କେରଳରେ ୧୮୯ ଜଣ ନୂତନ କୋଭିଡ୍ ମାମଲା ରିପୋର୍ଟ ହୋଇଛି ଏବଂ ଏଠାରେ ୧,୩୩୬ ଜଣ ସକ୍ରିୟ ସଂକ୍ରମଣ ଅଛନ୍ତି। ଏହା ପରେ ମହାରାଷ୍ଟ୍ରରେ ୪୬୭, ଦିଲ୍ଲୀରେ ୩୭୫, ଗୁଜରାଟରେ ୨୬୫, କର୍ଣ୍ଣାଟକରେ ୨୩୪, ପଶ୍ଚିମବଙ୍ଗରେ ୨୦୫, ତାମିଲନାଡୁରେ ୧୮୫, ଉତ୍ତର ପ୍ରଦେଶରେ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) କହିଛି ଯେ ପଶ୍ଚିମ ଏବଂ ଦକ୍ଷିଣରେ ନମୁନାଗୁଡ଼ିକର ଜିନୋମ୍ ସିକୋଇନ୍ସିଂରୁ ଜଣାପଡିଛି ଯେ ନୂତନ ଭାରିଆଣ୍ଟ ଓମିକ୍ରନର ସବ୍ – ଭାରିଆଣ୍ଟ। ଏହି ଷ୍ଟ୍ରେନ 2022 ରେ ଭାରତରେ ବଡ଼ ଲହରର କାରଣ ହୋଇଥିଲା। ଏହି ଭାରିଆଣ୍ଟଗୁଡ଼ିକ ହେଲା LF.7, XFG, JN.1 ଏବଂ NB.1.8.1 ।
ତେବେ ବିଶେଷଜ୍ଞ କହିଛନ୍ତି, ବର୍ତ୍ତମାନ ସଂକ୍ରମଣ ଏତେ ଗମ୍ଭୀର ନୁହେଁ। ଚିନ୍ତାର କୌଣସି କାରଣ ନାହିଁ। ନୂଆ ଭାରିଆଣ୍ଟ ଆମର ପୂର୍ବ ରୋଗ୍ ପ୍ରତିରୋଧକ ଶକ୍ତିକୁ ପରାସ୍ତ କରିପାରୁ ନାହାନ୍ତି, ତେଣୁ ଚିନ୍ତିତ ହେବା ଅନୁଚିତ। …
ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା
ଭୁବନେଶ୍ବର: ରାଜ୍ୟରେ ୧୨ରେ ପହଞ୍ଚିଲା କୋଭିଡ ରୋଗୀଙ୍କ ସଂଖ୍ୟା। ଆଜି ଆଉ ୩ ନୂଆ କେଶ ବାହାରିଛି। ତେବେ କୋଭିଡ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପାଖରେ କୌଣସି ଖବର ନାହିଁ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଫିଲଡ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। ଏ ନେଇ ଅନୁସନ୍ଧାନ ଜାରି ରହିଛି।ଯାହା ସୂଚନା ଗଣମାଧ୍ୟମରୁ ମିଳିଛି। କୋଭିଡର ନୂଆ ଗାଇଡଲାଇନ ଆସିନି। ପୁରୁଣା ଗାଇଡଲାଇନ ତ ପରିବର୍ତ୍ତନ ହୋଇଥିଲା। ସେହି ନିର୍ଦ୍ଦେଶ ଅନୁସାରେ ସବୁ ଘରୋଇ ଓ ସରକାରୀ ହସ୍ପିଟାଲ ନୂଆ ପ୍ରକାର ରୋଗ କି ରୋଗୀ ନେଇ IDSP ସେଲକୁ ଜଣାଇବେ। ଏହି ସେଲ ଡାଟା ସଂଗ୍ରହ କରି ସରକାରଙ୍କୁ ଅବଗତ କରେ। ନ ହେଲେ ଏହିପରି ମୃତ୍ୟୁ ଖବର ଏ ଯାଏଁ ସ୍ପଷ୍ଟ ହୋଇ ପାରିବ ନାହିଁ। ସତର୍କ ରୁହିବା ସହ ଆତଙ୍କିତ ନେହେବାକୁ କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ। ଜେନମ ସିକୁଇନସିଂରୁ ଓମିକ୍ରନର ସବ ଭାଇରାଣ୍ଟ ନା ନାହିଁ ଜଣାପଡିବ। କଟକ ଭୁବନେଶ୍ୱରରୁ ଅଧିକ କେଶ ବାହାରିଛି। ବାଲେଶ୍ୱରର ରୋଗୀ ବି ଭୁବନେଶ୍ୱରରେ ପରୀକ୍ଷା କରିଛନ୍ତି।
ସଂସଦ ଭିତରେ ଜୋତାରେ ବିୟର ପିଇଲେ ସାଂସଦ !
ନନ୍ଦିଘୋଷ ବ୍ୟୁରୋ: ସଂସଦ ହେଉଛି ଏପରି ଏକ ସ୍ଥାନ ଯେଉଁଠାରୁ ଦେଶ ପରିଚାଳିତ ହୁଏ । ଏଠାରେ ନୀତି ନିର୍ଣ୍ଣୟ କରାଯାଏ । ଏଠାରେ ବସିଥିବା ଲୋକେ ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତ ନିର୍ଣ୍ଣୟ କରିଥାନ୍ତି । ଥରେ କଳ୍ପନା କରନ୍ତୁ ତ ଏପରି ସ୍ଥାନରେ ଏପରି ଏକ ପବିତ୍ର ଗୃହରେ ଯଦି ଖୋଦ ସାଂସଦ ମଦ ପିଅନ୍ତି ତାହାଲେ ଦେଶର ଭବିଷ୍ୟତ କ’ଣ ହେବ?
ଏପରି ଏକ ଘଟଣା ସଂସଦରେ ଘଟିଛି । ଅଷ୍ଟ୍ରେଲିୟା ସଂସଦରେ ଜଣେ ସାଂସଦ ଜୋତାରେ ବିୟର ଢାଳି ପିଇଛନ୍ତି । ଆଉ ସାଂସଦ ମଦ ପିଇବା ପରେ ଅନ୍ୟମାନେ ତାଳି ମାରିଥିଲେ ।
ଏହା କୌଣସି ନାଟକ ନୁହେଁ ଏହା ସମ୍ପୂର୍ଣ୍ଣ ସତ ।
ସାଂସଦ କାଇଲ ମ୍ୟାକଗିନ ତାଙ୍କ ଶେଷ ଭାଷଣ ସମୟରେ ନିଜ ଜୋତାରୁ ବିୟର ପିଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କେହି କିଛି ସମୟ ପାଇଁ ବୁଝି ପାରିଲେନି ଯେ, ଏଠାରେ ଘଟୁଛି କ’ଣ । ତା’ ପରେ ସମସ୍ତେ ହସିବାକୁ ଲାଗିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା । ପରେ ସେ କହିଥିଲେ ଯେ, ନିଜର ଶେଷ ଭାଷଣକୁ ସ୍ମରଣୀୟ କରିବାପାଇଁ ଏପରି କରିଛନ୍ତି ।
ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଜୋତାରେ ମଦ ପିଇବାକୁ ଅଷ୍ଟ୍ରେଲିୟାରେ ଶୁଭ ବୋଲି ଧରାଯାଏ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଅନେକ ଅଷ୍ଟ୍ରେଲିୟ ଏପରି କରୁଥିବାର ଦେଖାଯାଏ ।
ଶରିଫଙ୍କ ସ୍ୱୀକାରୋକ୍ତି,ଆମ ବନ୍ଧୁ ମାନେ ଚାହୁଁନାହାନ୍ତି ଆମେ ଭିକ୍ଷା ମାଗୁ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଭିକ୍ଷା ମାଗିବାର ଏକ ପୁରୁଣା ଅଭ୍ୟାସ ଅଛି। ସାରା ବିଶ୍ୱ ସମୟ ସମୟରେ ଦେଖୁଛି ଯେ ସେ କିପରି ହାତରେ ପାତ୍ର ଧରି ଭିକ୍ଷା ମାଗୁଛନ୍ତି। କେତେବେଳେ ଆମେ ସାହାଯ୍ୟ ପାଇଥାଉ, କିନ୍ତୁ ଅନ୍ୟ ସମୟରେ ଏହି ଭିକ୍ଷା ସାହାଯ୍ୟ ପାଇଁ ବହୁତ ସମୟ ଲାଗେ। ଏବେ ସାରା ବିଶ୍ୱରୁ ମିଳିଥିବା ଏହି ସାହାଯ୍ୟକୁ ଦାନ ଭାବରେ ଗ୍ରହଣ କରିଛି ପାକିସ୍ତାନ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି ଯେ ଏବେ ଆମର ବନ୍ଧୁମାନେ ମଧ୍ୟ ଭିକ୍ଷା ପାତ୍ର ନେଇ ପାକିସ୍ତାନ ଆସିବାକୁ ଚାହୁଁନାହାଁନ୍ତି।
ବେଲୁଚିସ୍ତାନର କ୍ୱେଟାରେ ଥିବା କମାଣ୍ଡ ଆଣ୍ଡ ଷ୍ଟାଫ୍ କଲେଜରେ ସେନା ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦେଶ ଆଉ ଆଶା କରେ ନାହିଁ ଯେ ଇସଲାମାବାଦ ସେମାନଙ୍କ ଆଗରେ ଭିକ୍ଷା ପାତ୍ର ନେଇ ଆସିବ। ସେ କହିଛନ୍ତି ଯେ ଚୀନ୍, ସାଉଦି ଆରବ, ତୁର୍କୀ, କତାର, ୟୁଏଇ ସମସ୍ତେ ପାକିସ୍ତାନର ବିଶ୍ୱସ୍ତ ବନ୍ଧୁ। ସେମାନେ ଆଶା କରନ୍ତି ଯେ ଆମେ ସେମାନଙ୍କ ସହିତ ବାଣିଜ୍ୟ, ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିବେଶରେ ଜଡିତ ହେବୁ। ଏବେ ଆମେ ଚାହୁଁନାହୁଁ ଯେ ଆମେ ଭିକ୍ଷା ପାତ୍ର ନେଇ ସେମାନଙ୍କ ପାଖକୁ ଯାଉ।
ଶାହବାଜ ସରିଫ କହିଛନ୍ତି ଯେ ସେ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆଉ ନିଜ କାନ୍ଧରେ ନିର୍ଭରଶୀଳତାର ବୋଝ ବହନ କରିବାକୁ ଚାହୁଁନାହାଁନ୍ତି। ସେ କହିଥିଲେ ଯେ ମୁଁ, ଫିଲ୍ଡ ମାର୍ଶାଲ ସୟଦ ଅସୀମ ମୁନିରଙ୍କ ସହିତ, ଶେଷ ବ୍ୟକ୍ତି ଯିଏ ଏହି ଭାର କାନ୍ଧରେ ନେବାକୁ ଚାହୁଁଛି, କାରଣ ଶେଷରେ ଏହାର ଭାର ଏହି ଦେଶର କାନ୍ଧରେ ଅଛି। ପାକିସ୍ତାନର ବିକାଶ ଏହାର ସମ୍ପଦର ଶୋଷଣ ଉପରେ ନିର୍ଭର କରେ।
ଆତଙ୍କବାଦୀଙ୍କୁ କୋଳରେ ପାଳନ କରିଥିବା ଶାହବାଜ ସରିଫ ଏବେ ଏହାକୁ ବିରୋଧ କରୁଥିବା ଦେଖାଯାଉଛି। ସେ କହିଛନ୍ତି ଯେ ପାକିସ୍ତାନକୁ ଏକଜୁଟ ହେବା ଉଚିତ, ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଉଚିତ ଏବଂ ସେହି ବ୍ୟବସାୟଗୁଡ଼ିକୁ ସମର୍ଥନ କରିବା ପରିବର୍ତ୍ତେ ରପ୍ତାନି ବୃଦ୍ଧି ଉପରେ ଧ୍ୟାନ ଦେବା ଉଚିତ।
ସେ ଆହୁରି କହିଛନ୍ତି ଯେ, ଆମେ ଆତଙ୍କବାଦକୁ ପରାସ୍ତ କରିପାରିବା । ଯଦି ଆମର ଦୃଷ୍ଟିକୋଣ ସ୍ପଷ୍ଟ ତାହାଲେ ଆମକୁ ରପ୍ତାନି ଅଭିବୃଦ୍ଧିକକୁ ପ୍ରୋତ୍ସାହିତ କରିବାକୁ ପଡ଼ିବ ।
ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ନେଇ ରାଜନୈତିକ ମହଲରେ ଝଡ଼
କୋଲକାତା: କୋଲକାତା ପୋଲିସ ଦ୍ବାରା ସୋସିଆଲ ମିଡିଆ ସେନସେସନ ଶର୍ମିଷ୍ଠା ପାନୋଲିଙ୍କୁ ଗିରଫ କରାଯିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି । ଏ ନେଇ ବିଜେପି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛି । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଶର୍ମିଷ୍ଠା ପାନୋଲିଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି । ଏହା ସହ ସେ ଏ କିଛି ନିର୍ଦ୍ଧିଷ୍ଟ ବର୍ଗଙ୍କୁ ଖୁସି କରିବାକୁ ଏପରି କରିଛନ୍ତି ବୋଲି କହିଛନ୍ତି ।
ଆଇନ ଛାତ୍ରୀ ଶର୍ମିଷ୍ଠା ଅପରେସନ ସିନ୍ଦୂର ବେଳେ ଏପରି କଥା କହିଥିଲେ ଯେ, କିଛି ଲୋକଙ୍କ ପାଇଁ ଦୁଃଖଦ ଏବଂ ଆଘାତଦାୟକ ଥିଲା । ସେ ନିଜର ଭୁଲ ସ୍ବୀକାର କରି ଭିଡିଓ ଡିଲିଟ କରିଦେଇଛନ୍ତି । ତଥାପି ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ସେ ଆହୁରି କହିଛନ୍ତି ଯେ, ଟିଏମସି ନେତା, ସାଂସଦ ଧର୍ମକୁ ମଜା କରନ୍ତି । ଆମ ଧର୍ମକୁ ଖରାପ ଧର୍ମ ବୋଲି କୁହାଯାଏ । ସେତେବେଳେ ତ ସେମାନେ ଭୁଲ ମାଗନ୍ତିନାହିଁ । ତାଙ୍କର ତ ଗିରଫଦାରି ହୁଏନି ।
ଏ ନେଇ ପବନ କଲ୍ୟାଣ କହିଥିଲେ ଯେ, ଇଶ୍ବରଙ୍କୁ ନିନ୍ଦା କରୁଥିବା ଲୋକଙ୍କୁ ସବୁବେଳେ ନିନ୍ଦା କରାଯିବା ଉଚିତ । ପଶ୍ଚିମବଙ୍ଗ ପୋଲିସ ଯାହା କରୁଛି ଦେଶ ଦେଖୁଛି । ସମସ୍ତଙ୍କ ପ୍ରତି ନ୍ୟାୟ କରିବା ଉଚିତ । ମୁଁ ଶର୍ମିଷ୍ଠାଙ୍କ ସହ ଠିଆ ହୋଇଛି ।

