spot_img
Home Blog Page 7155

କରୋନା ସମୟରେ ଚାକିରି ଗଲେ ମୋଦି ସରକାର ଦେବେ ୨ବର୍ଷ ପର୍ଯ୍ୟନ୍ତ ଟଙ୍କା !

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଅର୍ଥନୀତି ଏବେ ଖରାପ ଦିଗ ଦେଇ ଗତିକରୁଛି । ଏଭଳି ପରିସ୍ଥିତିରେ ଲୋକଙ୍କ ରୋଜଗାର ଉପରେ ମଧ୍ୟ ପ୍ରଭାବ ପଡ଼ିଛି । କାରଣ ଅନେକ କମ୍ପାନୀ ବନ୍ଦ ରହିବା ସହ କିଛି କମ୍ପାନୀ ନିଜ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଯଦି ଆପଣ ମଧ୍ୟ ଚାକିରି ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ଖବର ଆପଣଙ୍କୁ ଆଶ୍ୱସ୍ଥି ଦେବ ନିଶ୍ଟୟ ।

କାରଣ କେନ୍ଦ୍ର ସରକାରଙ୍କର ଏକ ଯୋଜନା ରହିଛି ଯେଉଁଥିରେ ରୋଜଗାର ହରାଇବା  ସ୍ଥିତିରେ କର୍ମଚାରୀଙ୍କୁ ୨୪ ମାସ ପର୍ଯ୍ୟନ୍ତ ଟଙ୍କା ମିଳିବ । ଆସନ୍ତୁ ଜାଣିବା ସରକାରଙ୍କ ଏମିତି ଏକ ସ୍କିମ୍ ବିଷୟରେ ..

ମୋଦି ସରକାରଙ୍କ ଏହି ଯୋଜନାର ନାମ ହେଉଛି “ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ” ଯୋଜନା । ଏହି ଯୋଜନା ଅଧୀନରେ ଯଦି ଆପଣ ଚାକିରି ହରାନ୍ତି ତେବେ ସରକାର ଆପଣଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଜାରି ରଖିବେ । ଏହି ଆର୍ଥିକ ସହାୟତା ପ୍ରତି ମାସରେ ଦିଆଯିବ । ବେକାରଙ୍କ ଗତ ୯୦ ଦିନ ଆୟର ହାରାହାରି ୨୫ ପ୍ରତିଶତ ଦିଆଯିବ ।

ଏହି ଯୋଜନାର ସେହି କର୍ମଚାରୀମାନେ ପାଇପାରିବେ, ଯେଉଁମାନେ ESIC ବୀମାଭୁକ୍ତ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାକିରି କରିଛନ୍ତି । ଏହା ବ୍ୟତୀତ ଆଧାର କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ ଡାଟା ବେସ୍ ସହ ଜଡ଼ିତ ରହିବା ଜରୁରୀ ।

ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ ESICର ୱେବସାଇଟକୁ ଯାଇ ଅଟଲ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ପଞ୍ଜିକରଣ କରିବାକୁ ପଡିବ ।

ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ପାଇଁ, ଆପଣ https://www.esic.nic.in/attachments/circularfile/93e904d2e3084d65fdf7793e9098d125.pdf  ଲିଙ୍କରେ କ୍ଲିକ୍ କରିପାରିବେ ।

କହିରଖୁଛୁ ଯେ, ଏମିତି ଲୋକଙ୍କୁ ଏହି ଯୋଜନାର ସୁବିଧା ମିଳିବ ନାହିଁ ଯେଉଁମାନେ ତାଙ୍କର ଖରାପ ବ୍ୟବହାର ପାଇଁ କମ୍ପାନୀରୁ ବାହାର କରାଯାଇଛି । ଏହା ବ୍ୟତୀତ ଯେଉଁଲୋକଙ୍କ ବିରୋଧରେ ଅପରାଧିକ ମାମଲା ଥିବ କିମ୍ବା ନିଜ ଇଚ୍ଛାରେ ଅବସର ନେଇଥିବେ ସେହି କର୍ମଚାରୀମାନେ ମଧ୍ୟ ଏହି ସୁବାଧା ପାଇପାରିବେ ନାହିଁ ।

ଗାଁରେ ମନଇଛା ବ୍ୟାରିକେଡ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଗ୍ରାମାଞ୍ଚଳରେ ଥିବା ରେଡ ଜୋନରେ ସମସ୍ତ ପ୍ରକାରର କାର୍ଯ୍ୟ ହୋଇପାରିବ । ଜୀବନ ଜୀବିକାକୁ ଆଉଥରେ ସଜାଡିବାକୁ ସବୁସ୍ଥରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କେବଳ କଣ୍ଟେନମେଣ୍ଟ ଜୋନ ଏବଂ ସହରାଞ୍ଚଳର ରେଡ୍‌ ଜୋନକୁ ଛାଡ଼ିଦେଲେ କୃଷି, ଶିଳ୍ପ, ଏବଂ ନିର୍ମାଣ କାର୍ଯ୍ୟ ହୋଇପାରିବ।

ରେଡ୍ ଜୋନରେ ଥିବା ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧି ଆରମ୍ଭ କରିବା ପାଇଁ  ସରକାରୀ ସ୍ତରରେ ଉଦ୍ୟମ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱଭାବିକ ଭାବେ କାମ ଆରମ୍ଭ ହୋଇ ପାରୁନାହିଁ ।  କାରଣ ରାଜ୍ୟର ଗ୍ରାମାଞ୍ଚଳରେ ବେଆଇନ ଭାବେ ବ୍ୟାରିକେଡ ନିର୍ମାଣ । କରୋନା ଭୟରେ ଗ୍ରାମାଞ୍ଚଳରେ ଲୋକେ ମନଇଛା ବାଡ଼ ବାନ୍ଧୁଛନ୍ତି ଏବଂ ଗାଁ ଭିତରକୁ କାହାକୁ ବି ଯିବା ଆସିବା ପାଇଁ ଦଉନାହାନ୍ତି ।  ବ୍ୟାରିକେଡ ହେବା ଦ୍ୱାରା ଶ୍ରମିକ ମାନେ ଗ୍ରାମାଞ୍ଚଳରୁ ବାହାରି କାର୍ଯ୍ୟ କରିବାକୁ ଆସିପାରୁନାହାନ୍ତି । କି ବହାରୁ କେହି ଗ୍ରାମାଞ୍ଚଳକୁ କାର୍ଯ୍ୟ ପାଇଁ ଯାଇପାରୁନାହାନ୍ତି ।

କଟକରୁ ଜଣେ, ବାଲେଶ୍ୱରରୁ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଯାହାଫଳରେ ଶିଳ୍ପକ୍ଷେତ୍ର ହେଉକି ନିର୍ମାଣକ୍ଷେତ୍ର ହେଉ ଶ୍ରମିକ ମାନଙ୍କର ଅନୁପସ୍ଥିତିରେ କାର୍ଯ୍ୟ ବନ୍ଦ ରହୁଛି । କାମ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ରୋଜଗାର ମିଳୁନି ଏବଂ ଅର୍ଥନୀତି ବ୍ୟାପକ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏଭଳି ବେଆଇନ ବ୍ୟାରିକେଡ କରନ୍ତୁ ନାହିଁ । ଶ୍ରମିକ, ଠିକାଦା କଳକାରଖାନାର କର୍ମଚାରୀ ମାନଙ୍କୁ ତାଙ୍କର କାର୍ଯ୍ୟରେ ଯିବାକୁ ଦିଅନ୍ତୁ ବୋଲି ଆଜିର ପ୍ରେସ୍‌ ମିଟରେ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

ମନଇଛା ବ୍ୟାରିକେଡ୍ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି କିଛି ରାଜ୍ୟ ? ଦିନକରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ବିଗତ ୨୪ ଘଣ୍ଟାରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । କିଛି ରାଜ୍ୟ ଠିକ୍ ସମୟରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସହ ନୂତନ ଆକ୍ରାନ୍ତଙ୍କ ତଥ୍ୟ ଦେଉନାହାଁନ୍ତି । ଫଳରେ ଏବେ ସଂଖ୍ୟା ବଢ଼ୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ବିଗତ ୨୪ ଘଣ୍ଟାରେ ଦେଶରେ ୧୯୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି । ଏହି ମୃତ୍ୟୁସଂଖ୍ୟା ଦେଶର ୨୪ ଘଣ୍ଟାରେ ସର୍ବାଧିକ । ସେହିପରି ୩ ହଜାର ୯୦୦ ନୂଆ ଆକ୍ରାନ୍ତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ୧ ହଜାର ୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ମୋଟ ୧୨ ହଜାର ୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚିଛି ।

ରାଜ୍ୟ ଗୁଡ଼ିକ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ, ସକ୍ରିୟ ସଂକ୍ରମଣର ସନ୍ଧାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ପଶ୍ଚିମବଙ୍ଗ ସରକାର କେନ୍ଦ୍ରକୁ ଠିକ୍ ସମୟରେ ରିପୋର୍ଟ ଦେଉନଥିବା ମଧ୍ୟ ଅଭିଯୋଗ ହେଉଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଢଙ୍କର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ।

ଦେଶରେ ୪୨ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା… ବିଶ୍ୱରେ ୩୫ ଲକ୍ଷ ୮୮ ହଜାର ଟପିଲା ପଜିଟିଭ୍‌ ସଂଖ୍ୟା

କରୋନା ଯୋଦ୍ଧାଙ୍କୁ ସ୍ୱର୍ଗଲୋକରେ କଣ କହିଲେ ଭଗବାନ…

ଯାଜପୁର: ସଚେତନ ସହ ସାମାଜିକ ଦୂରତା ରକ୍ଷା କଲେ କରୋନା ଯୁଦ୍ଧରେ ମଣିଷ ଜିତିବ । କରୋନା ସମ୍ପର୍କିତ ସଚେତନତା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ କରିଛି । ଭିଡିଓ ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇ ଅଭିନୟ କରିଛନ୍ତି ଖୋଦ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ।

ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଏଥିରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ ଓ ଟାଉନ୍ ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଅଭିନୟ କରିଛନ୍ତି । ଜିଲ୍ଲା ପ୍ରଶାସନର ଏହି ଭିଡିଓ ବାର୍ତ୍ତାକୁ ନେଇ ସବୁଠି ଚର୍ଚ୍ଚା ।

କଟକରୁ ଜଣେ, ବାଲେଶ୍ୱରରୁ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କରୋନା ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ। ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଫେରନ୍ତାଙ୍କ ପାଇଁ ବଢ଼ିବାରେ ଲାଗିଛି ସମସ୍ୟା । ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଏବଂ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ।

ବାଲେଶ୍ୱରରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ବାଲେଶ୍ୱରରେ ପଜିଟିଭଙ୍କ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି ଥିବା ବେଳେ କଟକରେ ୨କୁ ବୃଦ୍ଧି ହୋଇଛି । କଟକ ପୂର୍ବରୁ ଗ୍ରିନ୍ ଜୋନରେ ରହିଥିଲା । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ହୋଇଛି । ସୁସ୍ଥଙ୍କ ସଂଖ୍ୟା ୬୦ ହୋଇଥିବା ବେଳେ ଏବେ ସକ୍ରିୟ ରାଜ୍ୟ ମଧ୍ୟରେ ୧୧୨ ରହିଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । କଟକ ତିଗିରିଆର ୩୪ ବର୍ଷୀୟ ପୁରୁଷ, ସୁରତ ଫେରନ୍ତା ସଂକ୍ରମିତ । ବାଲେଶ୍ୱରରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଉଭୟ କୋଲକାତା ଫେରନ୍ତା । ୫୦ ବର୍ଷୀୟ ମହିଳା, ୨୬ ବର୍ଷୀୟ ପୁରୁଷ ସଂକ୍ରମିତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ।

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । କଟକ ତିଗିରିଆର ୩୪ ବର୍ଷୀୟ ପୁରୁଷ, ସୁରତ ଫେରନ୍ତା ସଂକ୍ରମିତ । ବାଲେଶ୍ୱରରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ଉଭୟ କୋଲକାତା ଫେରନ୍ତା । ୫୦ ବର୍ଷୀୟ ମହିଳା, ୨୬ ବର୍ଷୀୟ ପୁରୁଷ ସଂକ୍ରମିତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ।

ପ୍ରବାସୀ ଓଡ଼ିଆ ବସରେ ନୁହେଁ ଟ୍ରେନରେ ଘରକୁ ଫେରିବେ, ନିୟମ ଭାଙ୍ଗିଲେ ଦଣ୍ଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନସିଂ ଜରିଆରେ କରୋନା ସଂକ୍ରମଣ ପରିସ୍ଥିତି ବାବଦରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ୧୫ହଜାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ଏହା ସହ ବର୍ତ୍ତମାନ ଅନ୍ୟରାଜ୍ୟରୁ ଫେରୁଥିବା ପ୍ରବାସୀ ବସ୍ ପରିବର୍ତ୍ତେ ଟ୍ରେନରେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ସୁରତଚରୁ ଓଡ଼ିଶାକୁ ବସରେ ପ୍ରବାସୀଙ୍କୁ ଆଣିବାରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଯେପରି କି ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ସମସ୍ୟା । ଏହାସହ ନିକଟରେ ପ୍ରବାସୀଙ୍କୁ ନେଇ ଆସୁଥିବା ବସ୍ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏସବୁକୁ ଦୃଷ୍ଟିରେ ରଖି ସୁରତରୁ ପ୍ରବାସୀଙ୍କୁ ଟ୍ରେ୍ନ ଯୋଗେ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି ।

 

ଗ୍ରୀନ୍ ଜୋନରେ ସ୍ୱଭାବିକ ଅବସ୍ଥା ଫେରିବ

ଗ୍ରୀନ ଜୋନରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜିବିକା ଓ ପରିବହନ ବ୍ୟବସ୍ଥାକୁ ସ୍ୱଭାବିକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଦୈନିକ ୧୫ ହଜାର ଟେଷ୍ଟ

ରାଜ୍ୟରେ ଦୈନିକ କରୋନା ପରୀକ୍ଷଣ ସଂଖ୍ୟା ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବଂ ଏନେଇ ମୁଖ୍ୟମନ୍ତ୍ରୀ ନର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦୈନିକ ୩୫ଶହ ଟେଷ୍ଟିଂ ହେଉଛି ଯାହାକୁ ଆଗାମୀ ଦିନରେ ଦୈନିକ ୧୫ହଜାର କରାଯିବ ।

କ୍ୱାରେଣ୍ଟାଇନ ନିୟମ ମାନିବାକୁ ସମସ୍ତେ ବାଧ୍ୟ

କ୍ୱରେଣ୍ଟାଇନ କେନ୍ଦ୍ରରେ ରହୁଥିବା ସମସ୍ତ ବ୍ୟକ୍ତି ନିୟମ ମାନିବାକୁ ବାଧ୍ୟ । କୌଣସି ପ୍ରକାର ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ବର୍ତ୍ତମାନ ର ଅସାଧରଣ ପରିସ୍ଥିତିରେ ସମସ୍ତଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିଦେଶ ଫେରନ୍ତାଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ

ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ପଞ୍ଜିକରଣ, ଟେଷ୍ଟିଂ ଓ କ୍ୱାରେଣ୍ଟାଇନ ବାଧ୍ୟତା ମୂଳକ କରାଯାଛି । ଓଡ଼ିଶା ପୂର୍ବରୁ ସରକାରୀ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ହେବ । ଓଡ଼ିଶାରେ ପହଞ୍ଚିବା ପରେ ନିର୍ଦ୍ଧାରିତ କ୍ୱାରେଣ୍ଟାଇନ ଅବଧି ପୂରଣ କରିବା ବାଧ୍ୟତାମୂଳକ ହେବ ।

ବାହାରେ କାମ କରୁଥିବା ଜିଲ୍ଲାଙ୍କ ପ୍ରତି ବିଶେଷ ଦୃଷ୍ଟି

ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲାର ଅଧିକ ଲୋକ ବାହାର ରାଜ୍ୟରେ କାମ କରିଥାନ୍ତି । ତେଣୁ ସେହି ଜିଲ୍ଲା ଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯିବ ।

ଏହି ୫ ତଥ୍ୟ କହୁଛି ଯେ, ଭାରତ କରୋନା ବିରୋଧରେ ଯୁଦ୍ଧ ଜିତୁଛି

ନୂଆଦିଲ୍ଲୀ: ଦେଶରେ ମେ ମାସ ଆରମ୍ଭରୁ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି । କେବଳ ୪ଦିନରେ କରୋନାର ୧୦ହଜାର ମାମଲା ସାମ୍ନାକୁ ଆସିଛି । ଏଭଳି ପରିସ୍ଥିତିରେ ଭୟଭୀତ ହେବା ପରିବର୍ତ୍ତେ ଏହି ରୋଗକୁ କେମିତି ମୂଳପୋଚ୍ଛ କରିହେବ ସେନେଇ ଧ୍ୟାନ ଦେବା ଆବଶ୍ୟକ । କାରଣ ଏବେ ପ୍ରତ୍ୟେକ ଦିନ ଇଟାଲିଠୁ ବି ଅଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଦେଖାଦେଇଛି । ଏଥିପାଇଁ ସରକାର ଦ୍ୱାରା ଜାରି କରାଯାଇଥିବା ଲକଡାଉନ୍ ନିୟମକୁ ପାଳନ କରିବା ସହ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ହୋଇପଡ଼ିଛି ।

୨୭.୫୨ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି

​ତେବେ ଅନ୍ୟଦେଶ ତୁଳନାରେ କରୋନାଠାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଉଛି । ଏବେ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୨୭.୫୨ ପ୍ରତିଶତ ଲୋକ ସୁସ୍ଥ ହୋଇଛନ୍ତି । ୧୭ ଏପ୍ରିଲରେ ଏହା ୧୩.୦୬ ପ୍ରତିଶତ ଥିଲା ଯାହା ମଙ୍ଗଳବାର ପର୍ଯ୍ୟନ୍ତ କରୋନାଠାରୁ ୧୨,୭୨୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଏବେ ୧୨ ଦିନରେ ଦ୍ୱିଗୁଣ ହେଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ ତିନିଦିନ ହେବ କରୋନା ପଜିଟିଭଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି ସତ କିନ୍ତୁ ଏହା ଭାରତରେ ଦ୍ୱିଗୁଣିତ ହେବାକୁ ୧୨ଦିନ ସମୟ ଲାଗୁଛି । ପୂର୍ବରୁ ଏହା ୮.୨ଦିନରେ ଦ୍ୱିଗୁଣିତ ହେଉଥିଲା । ଏବଂ ଲକଡାଉନ ପୂର୍ବରୁ ଏହା ଦ୍ୱିଗୁଣିତ ହେବାକୁ ୩.୪ଦିନ ଲାଗୁଥିଲା । ଯଦି ଏବେ ଲୋକେ ଲକଡାଉନ ଏବଂ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦେବେ ତେବେ ସ୍ଥିତି ଆହୁରି ସୁଧୁରି ପାରିବ ।

ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ବିଶ୍ୱରେ ସବୁଠୁ କମ୍

କରୋନା ଭାଇରସ୍ ଦେଶରେ ଏବେ ପର୍ଯ୍ୟନ୍ତ ୧୫୬୮ଜଣଙ୍କ ଜୀବନ ନେଇଛି । ଏବଂ ା ୧୨୭୨୭ ଲୋକ ସୁସ୍ଥ ହୋଇଛନ୍ତି । ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଛି  । ଦେଶରେ କରୋନା ମୃତ୍ୟୁ ସଂଖା ସବୁଠୁ କମ୍ ୩.୨ ପ୍ରତିଶତ ରହିଛି ।

୯୩ବର୍ଷ ବୟଷ୍କ, ଏବଂ ୯ମାସର ଶିଶୁକନ୍ୟା କରୋନାକୁ ମାତ ଦେଇସାରିଛନ୍ତି

କରୋନା ଭାଇରସ୍ ସବୁଠୁ ଅଧିକ ବୟଷ୍କ ଲୋକଙ୍କୁ ଏବଂ ଛୋଟ ପିଲାଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଭାରତରେ କିଛି ବୟଷ୍କ ଏବଂ ଶିଶୁ କରୋନାକୁ ମାତ ଦେଇସାରିଛନ୍ତି । ଅନ୍ୟପଟେ ଆଗ୍ରାରେ ୯ମାସର ଶିଶୁ କନ୍ୟା କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛି । ଏହାସହ ଦିଲ୍ଲୀରେ ୮୨ ବର୍ଷ ବୟଷ୍କ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦୃଢ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସୁଧୁରୁଛୁ ସ୍ଥିତି

କିଛି ଦିନ ହେବ କରୋନା ଇନ୍ଦୋରରେ ତା ଭୟାବହତା ଦେଖାଇଥିଲା । କିନ୍ତୁ ଏବେ ଏହାର ସ୍ଥିତିରେ ସୁଧାର ଆସିଛି । ଯଦିଓ ସେଠାରେ କରୋନା ମାମଲା ବଢୁଛି କିନ୍ତୁ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉନାହିଁ । ଇନ୍ଦୋରରେ ସମୁଦାୟ ୧୬୦୦ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପରେ ଦେଶର କେତେକ ରାଜ୍ୟରେ ମଦ ଦୋକାନ ଖୋଲିଥିବା ବେଳେ ଓଡ଼ିଶାରେ ଖୋଲିନାହିଁ । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମଦ ଦୋକାନ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ଓ ସ୍ଥାନୀୟ ପୌର କର୍ତ୍ତୃପକ୍ଷଙ୍କ ଉପରେ ଛଡ଼ାଯାଇଛି ।

 

ପରିସ୍ଥିତି ଦେଖି ସେମାନେ ନିଷ୍ପତ୍ତି ନେବେ । ଅବକାରୀ ବିଭାଗ ପକ୍ଷରୁ ଅନ୍ୟରାଜ୍ୟର ସ୍ଥିତି ଅନୁଧ୍ୟାନ କରାଯାଉଛି । ଏହାପରେ SOP ପ୍ରସ୍ତୁତ କରାଯିବ । ଖୁବ୍‌ଶୀଘ୍ର ଏନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ସୂଚନା ମିଳିଛି ।

ଆମେରିକାରେ ପ୍ରଥମ ଥର ପାଇଁ ‘ମର୍ଡର ହର୍ନେଟସ୍’…ମଣିଷଙ୍କଠାରୁ ଆରମ୍ଭ କରି ମହୁମାଛିଙ୍କ ପାଇଁ ହୋଇପାରେ ଘାତକ

ୱାସିଂଟନ: ପ୍ରଥମ ଥର ପାଇଁ ୱାଶିଂଟନ୍ ରେ ୨ ଇଞ୍ଚ ଲମ୍ବା ଏସୀୟ ହର୍ନେଟ୍ ଭେସ୍ପା ମାଣ୍ଡାରିନିଆ ଦେଖିବାକୁ ମିଳିଛି । ଏହି ପ୍ରଜାତିର ଦଂଶନ ମଣିଷମାନଙ୍କ ପାଇଁ ଘାତକ ହୋଇପାରେ ଏବଂ ହର୍ନେଟମାନେ ମହୁଫେଣାକୁ ନଷ୍ଟ କରିଦିଅନ୍ତି । ଯାହା ସେମାନେ ନିଜ ଛୁଆମାନଙ୍କୁ ଖାଇବାକୁ ଦିଅନ୍ତି । ତେବେ ଏମାନେ ଆମେରିକାରେ ମହୁମାଛି ନଷ୍ଟ କରିଦେବା ପୂର୍ବରୁ ବୈଜ୍ଞାନିକମାନେ ପ୍ରଜାତିଗୁଡିକୁ ବିଲୋପ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ହର୍ନେଟ ଗୁଡିକ ବହୁତ ଭାବରେ ବଡ। ଏହା ସ୍ୱାସ୍ଥ୍ୟ ପାଇଁ ଏକ ବିପଦ କହିଲେ ଭୁଲ ହେବ ନାହିଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନେ ମହୁଫେଣାର ଶିକାରକାରୀ ।

ଏମାନଙ୍କ ଆକାର ଦିଆସିଲ ଖୋଳ ସହ ସମାନ ହେବ। ଏମାନଙ୍କ ମୁଣ୍ଡ ହଳଦିଆ-କମଳା ରଂଗର ମିଶ୍ରଣ । କଳା ଆଖି ସହ ପେଟର ରଙ୍ଗ ହଳଦିଆ । ସେମାନେ ଏହି ବିରାଟ ହଳଦିଆ-କମଳା ଚେହେରା ସହିତ monster କାର୍ଟୁନ୍ ଭଳି ଦେଖାଯାଆନ୍ତି ।

ଏସୀୟ ବିଶାଳ ହର୍ନେଟର ଜୀବନଚକ୍ର ଏପ୍ରିଲରେ ଆରମ୍ଭ ହୁଏ, ସେମାନେ ପ୍ରଥମେ ନିଜ ବସା ନିର୍ମାଣ କରନ୍ତି । ଥରେ ସେମାନଙ୍କର ବାସସ୍ଥାନର ବ୍ୟବସ୍ଥା ହୋଇଗଲେ ସେମାନେ ଗ୍ରୀଷ୍ମ ଏବଂ ଶରତ ମାସରେ ଖାଦ୍ୟ ଖୋଜିବା ପାଇଁ ବାହରନ୍ତି । ସେମାନେ ମହୁମାଛିଙ୍କୁ ମାରି ତାଙ୍କ ଶରୀର ନିଜ ଛୁଆମାନଙ୍କୁ ଖାଇବାକୁ ଦିଅନ୍ତି । ହର୍ନେଟଗୁଡିକ କିଛି ଘଣ୍ଟା ମଧ୍ୟରେ ମହୁଫେଣାକୁ ନଷ୍ଟ କରିପାରନ୍ତି । ସେମାନଙ୍କ ଦଂଶନ ଦ୍ୱାରା ଲୋକମାନେ ଖୁବ ପ୍ରଭାବିତ ହୁଅନ୍ତି । ତାଙ୍କ ଆକ୍ରମଣ ଲୋକଙ୍କୁ ମୃତ୍ୟୁ ମୁଖରେ ପହଞ୍ଚାଏ । ତାଙ୍କର ଏକାଧିକ ଦଂଶନ ମଣିଷକୁ ମାରିପାରେ । ରିପୋର୍ଟ ଅନୁସାରେ ହର୍ନେଟ୍ ପ୍ରତିବର୍ଷ ପାଖାପାଖି ୩୦ ରୁ ୪୦ ଜଣଙ୍କୁ ମାରିବାରେ ସଫଳ ହୋଇଥାଏ ।

WSU ବୈଜ୍ଞାନିକମାନେ ଏହି ବସନ୍ତରେ ହର୍ନେଟଗୁଡିକୁ ଶିକାର କରିବା ଆରମ୍ଭ କରିବେ । ଏହା ସହ ଏହି ପ୍ରଜାତିଗୁଡିକୁ ବିଲୋପ କରିବାକୁ ଲକ୍ଷ୍ୟ ରଖିଛନ୍ତି  । ଆମେରିକାରେ ମହୁମାଛିଙ୍କ ଜନସଂଖ୍ୟା ପୂର୍ବରୁ କମ୍ ଥିଲା । ୧୯୪୭ ମସିହାରୁ ୨୦୧୭ ମଧ୍ୟରେ, ଆମେରିକାରେ ମହୁମାଛି ସଂଖ୍ୟା ୬ ମିଲିୟନରୁ ୨.୫ ମିଲିୟନକୁ ହ୍ରାସ ପାଇଥିଲା | ଏବଂ ଗତ ବର୍ଷ ମେରିଲାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ରିପୋର୍ଟ ଅନୁସାରେ ୨୦୨୮ମସିହା ଅକ୍ଟୋବର ମାସ ରୁ ୨୦୧୯ ଏପ୍ରିଲ ମାସ ମଧ୍ୟରେ ଦେଶର ୪୦ ପ୍ରତିଶତ ମହୁମାଛି ସଂଖ୍ୟା ମୃତ୍ୟୁବରଣ କରିଥିଲେ ଯାହା ସବୁଠାରୁ ବଡ କ୍ଷତି  ।