ଭୁବନେଶ୍ୱର: ମଣ୍ଡିରେ ପଡ଼ି ରହିଛି ହଜାର ହଜାର ବସ୍ତା ଧାନ । ଖରିଫ ପରେ ରବିଋତୁ ଧାନଚାଷ ଆରମ୍ଭ ହେଲାଣି । ହେଲେ ମଣ୍ଡିରୁ ଧାନ ଉଠି ପାରୁନି । ପୁଣି ବର୍ଷା ଆସିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ସବୁ ଚାଷୀ ପଞ୍ଜିକୃତ ହୋଇ ନଥିବାରୁ ଏବଂ ଟୋକନ୍ ବ୍ୟବସ୍ଥା ଯୋଗୁ ଏଭଳି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ମଣ୍ଡିରେ ଧାନ ବିକ୍ରି ହୋଇ ନପାରି ବର୍ଷାରେ ନଷ୍ଟ ହେଉଛି ।
ଏହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାକୁ ବିରୋଧୀ ଗୃହକୁ ଅଚଳ କରିଦେଇଥିଲେ । ଏଥିସହ ସମସ୍ତ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରି ନଥିବା କଥା ବି ଉଠାଇଲେ ବିରୋଧୀ । ଏଥିପାଇଁ କାର୍ଯ୍ୟ ପରାମର୍ଶଦାତା କମିଟିରେ ଅଧିକ ବିରୋଧୀ ସଦସ୍ୟ ନେଇ ନିଷ୍ପତ୍ତି ନେବା ଉପରେ ବିରୋଧୀ ଜୋର ଦେଉଛନ୍ତି ବିରୋଧୀ ଦଳ । ଅନ୍ୟପଟେ ବିରୋଧୀଙ୍କ ଆଭିମୁଖ୍ୟକୁ ବିଜେଡି ନାପସନ୍ଦ କରିଛି ।
ଗୋଟାଏ ପଟେ ଟୋକନ ଅବ୍ୟବସ୍ଥା, ଅନ୍ୟପଟେ ଅଦିନିଆ ବର୍ଷା । ଚାଷୀର ଧାନ ସୁରକ୍ଷିତ ରଖିବା ଓ ମଣ୍ଡିରେ ଧାନ କିଣା ହୋଇ ନପାରିବା ନେଇ ଉଦ୍ବେଗ ପ୍ରକାଶ ପାଇଛି ।


ଦୁନିଆର ଏହି ବଳଶାଳୀ ନେତା ରାଜଧାନୀ ଦିଲ୍ଲୀର ଏକ ବିଳାସମୟ ହୋଟେଲରେ ରାତ୍ରୀଯାପନ କରିବେ । ଦିଲ୍ଲୀ ଚାଣକ୍ୟପୁରୀ ସ୍ଥିତ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି । ଏଥିପାଇଁ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ (ଚାଣକ୍ୟା ସୁଟ୍)ରେ ଡୋନାଲ୍ଡ ଟ୍ରମ୍ପ ଓ ମେଲେନିଆ ଟ୍ରମ୍ପ ରହିବେ ।
ହୋଟେଲରେ ଏହି ସୁଟରେ ରହିବାରେ ଆମେରିକାର ଚତୁର୍ଥ ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ କ୍ଲିଣ୍ଟନ, ଜାଜ୍ ଡବ୍ଲ୍ୟୁ ବୁଶ୍ ଓ ବାରାକ ଓବାମା ରହିସାରିଛନ୍ତି । ଆଇଟିସି ମୌର୍ଯ୍ୟ ହୋଟେଲର ୧୪ତମ ମହଲାରେ ଏହି ଚାଣକ୍ୟା ସୁଟ୍ ଅଛି ।
ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ମଧ୍ୟ ଏହି ହୋଟେଲରେ ରାତ୍ରୀଯାପନ କରିବେ । ଏହି ହୋଟେଲରେ ସମସ୍ତ ଲକଜୁରୀ ସୁବିଧା ସହିତ ଇନଡୋର ଏୟାର କ୍ୱାଲିଟି ମଧ୍ୟ ବହୁତ ଭଲ । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏ ହେଉଛି ଭାରତର ଏକମାତ୍ର ହୋଟେଲ । ଯେଉଁଠି ଇନଡୋର ଏୟାର କ୍ୱାଲିଟି WHO ଷ୍ଟାଣ୍ଡାର୍ଡର ଅଟେ ।
ଟ୍ରମ୍ପଙ୍କ ହୋଟେଲର ବୁଖାରା ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇପାରନ୍ତି । ଏହା ପୂର୍ବରୁ କ୍ଲିଣ୍ଟନ ଓ ଓବାମା ଏହି ରେଷ୍ଟୁରାଣ୍ଟରୁ ଖାଦ୍ୟ ଖାଇଥିଲେ । ଟମ୍ପଙ୍କୁ ମନ ମୁତାବକ ଖାଦ୍ୟ ପାଇଁ ସ୍ୱତନ୍ତ୍ର ସେଫଙ୍କୁ ନିଯୁକ୍ତ କରାଯାଇଛି । ଏହି ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ବିଶେଷ ରଙ୍ଗରେ ସୁସଜ୍ଜିତ ହୋଇଛି । ସୁଟରେ ରିସେପସନ୍ ଏରିଆ, ଲିଭିଙ୍ଗ୍ ରୁମ୍, ଷ୍ଟଡି, ପ୍ରାଇଭେଟ୍ ଡାଇନିଂ ରୁମ୍, ମିନି ସ୍ପା ଓ ଜିମ୍ ସୁବିଧା ରହିଛି ।
ଆଇଟିସି ମୌର୍ଯ୍ୟ ହୋଟେଲର ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଟ୍ ୪୬୦୦ ସ୍କୋୟାର ଫୁଟ୍ ପରିବ୍ୟାପ୍ତ । ଏଠାରେ ଗୋଟିଏ ରାତି ରହିବା ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏହି ହୋଟେଲରେ ଦୁନିଆର ଅନ୍ୟ ହୋଟେଲରେ ମିଳୁଥିବା ଲକଜୁରୀ ସୁବିଧା ଉପଲବ୍ଧ ।

