spot_img
Home Blog Page 7289

ପାଖଉଛିି ଦିଲ୍ଲୀ ନିର୍ବାଚନ, ବିଜେପିରେ ମିଶିଲେ ସଟଲ୍ କ୍ୱିନ୍ ସାଇନା ନେହଓ୍ୱାଲ୍

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ମଝା ମଝିରେ ବିଜେପିର ମିଶ୍ରଣ ପର୍ବ । ଜଣେ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରାଇ ବିଜେପି ନିଜର କ୍ୟାମ୍ପେନକୁ ଅଧିକ ଶାଣିତ କରିବାକୁ ପ୍ରୟାସ କରିଛି ।


ଲଣ୍ଡନ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା, ରାଜୀବ ଗାନ୍ଧି ଖେଳ ରତ୍ନ ସହ ଅର୍ଜୁନ୍ ପୁରସ୍କାର ପ୍ରାପ୍ତ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ୱାଲ ଆଜି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସାଇନା ବିଜେପିରେ ମିଶିଛନ୍ତି । ଦଳର ସାଧାରଣ ସଂପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସେ ପ୍ରେରିତ ହୋଇ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।


ଦୀର୍ଘଦିନ ଧରି ସାଇନା ବିଜେପିକୁ ସମର୍ଥନ କରି ନିଜର ମତ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ୨୦୧୬ରେ ତାଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା । ଏବେସୁଦ୍ଧା ସାଇନା ୨୪ଟି ଅନ୍ତର୍ଜାତୀୟ ମେଡାଲ୍ ହାସଲ କରିଥିବା ବେଳେ ୨୦୧୫ରେ ବିଶ୍ୱର ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।

ନରହନ୍ତା ହାତୀ ଯାଜପୁରରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ହେଲା ସ୍ଥାନାନ୍ତର

ଭୁବନେଶ୍ୱର: ଯାଜପୁରରେ କାବୁ କରାଯାଇଥିବା ନରହନ୍ତା ଦନ୍ତା ହାତୀ କୁ ଅଣାଗଲା ଚନ୍ଦକା ଡମପଡା ଅଭୟାରଣ୍ୟ । ଏଠାରେ ଥିବା କୁମାରଖୁଣ୍ଟି ଠାରେ ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ସ୍ଵତନ୍ତ୍ର ବ୍ୟବସ୍ଥାରେ ରଖାଯାଇଛି ଏହି ହାତୀକୁ । ସୂଚନା ମୁତାବକ ଗତ କିଛି ଦିନ ହେବ ହାତୀଟି ସ୍ଥାନୀୟ ଲୋକଙ୍କୁ ବହୁ ହଇରାଣ ହରକତ କରୁଥିଲା । ଏହାପରେ ସେଠାରେ ବଣ୍ୟବିଭାଗ ପହଞ୍ଚି ହାତୀଟିକୁ କାବୁ କରିବା ପରେ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନେଇଥିଲା ।

ଦୁର୍ଘଟଣା ପୂର୍ବରୁ କେମିତି ଥିଲା ବସ୍ ଭିତର ସ୍ଥିତି, ଜାଣନ୍ତୁ ପୁରା ଘଟଣାକ୍ରମ

ଦିଗପହଣ୍ଡି: ତପ୍ତପାଣି ବସ୍‌ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ସରିଛି । ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କେତେକଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଆଉ କିଛି ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ହେଲେ ଏତେବଡ଼ ଦୁର୍ଘଟଣା ହେଲା କେମିତି ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଜାଣନ୍ତୁ  ପୁରା ଘଟଣା କ୍ରମ କେମିତି ହୋଇଥିଲା ଦୁର୍ଘଟଣା ? ଦୁର୍ଘଟଣା ପୂର୍ବରୁ ଯାତ୍ରୀ ଓ ଡ୍ରାଇଭର କ’ଣ କରୁଥିଲେ ?

ନୟାଗଡ଼ର ଏକ ଘରୋଇ ବସ୍‌ ମାରୁତି  । ରାୟଗଡ଼ାରୁ ଯାତ୍ରୀମାନଙ୍କୁ ନେଇ ରାତି ପ୍ରାୟ ୯ଟା ୨୦ ମିନିଟ୍‌ ସମୟରେ ବାହାରିଥିଲା ।  ଭୋର ୩ଟା ୧୦ କି ୧୫ ସମୟରେ ହୋଇଥିଲା ଦୁର୍ଘଟଣା । ଗଞ୍ଜାମ ଗଜପତି ସୀମାନ୍ତ  ପାଟପୁର ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ହେଲା ଦୁର୍ଘଟଣା । ୧୫୦ ଫୁଟ ତଳକୁ ଖସିପଡ଼ିଲା ବସ୍‌ ।

ସୂଚନା ଅନୁସାରେ, ବସ୍‌ରେ ସମସ୍ତ ଯାତ୍ରୀ ଶୋଇପଡ଼ିଥିବା ବେଳେ କିଛି ଯାତ୍ରୀ ଦୁର୍ଘଟଣା ପୂର୍ବର ଆଭାସ ପାଇଥିଲେ । ସେଥିପାଇଁ ଡ୍ରାଇଭରକୁ ଗାଡ଼ିରେ ବ୍ରେକ୍‌ ଲଗାଇବାକୁ କହିଥିଲେ ।

କିନ୍ତୁ ଗାଡ଼ିର ବେଗ ସାମାନ୍ୟ ଅଧିକ ଥିବାରୁ ଏବଂ କୁହୁଡ଼ିରେ କିଛି ନ ଦିଶିବାରୁ ଡ୍ରାଇଭର ବ୍ରେକ୍‌ ମାରିବା ଫଳରେ ଗାଡ଼ିଟି ପ୍ରଥମେ ଗଛରେ ପିଟି ହୋଇଥିଲା ପରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ।

ଯାତ୍ରୀମାନଙ୍କ କହିବା ଅନୁଯାୟୀ, ଗାଡ଼ିକର ବ୍ରେକ୍‌ରେ କୌଣସି ତ୍ରୁଟି ଅଛି କହି ଡ୍ରାଇଭର ପ୍ରଥମେ ଅଧା ରାସ୍ତାରେ ଗାଡ଼ିକୁ ରଖି ଦେଇଥିଲେ ।  ସବୁ ଯାଞ୍ଚ କଲା ପରେ ଦିଗପହଣ୍ଡିରେ ଗାଡ଼ି ରଖି ମରାମତି କରାଯିବ ବୋଲି କହିଥିଲେ ଡ୍ରାଇଭର ।

ଏହାପରେ ଡ୍ରାଇଭର ଜଣଙ୍କ ସମସ୍ତଙ୍କୁ ଆସ୍ୱସ୍ତି ଦେଇ ବସ୍‌ ଆଗକୁ ଗଡ଼ିଥିଲା । କିନ୍ତୁ ଅଧା ରାସ୍ତାରେ ହୋଇଥିଲା ଦୁର୍ଘଟଣା ଗ୍ରସ୍ତ ।

କିଛି ଯାତ୍ରୀ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା କହୁଥିବା ବେଳେ ଆଉ କିଛି ଯାତ୍ରୀ ଏବଂ ସ୍ଥାନୀୟ ଲୋକେ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି କହିଛନ୍ତି  । ହେଲେ ଦୁର୍ଘଟଣାର ପ୍ରକୃତ କାରଣ କଣ ତାହା ସଠିକ ତଦନ୍ତ ପରେହିଁ ଜଣାପଡ଼ିବ ।

ଜାଣନ୍ତୁ କାନ୍ଦିବା ଦେହ ପାଇଁ ଭଲ ନା ଖରାପ!

ହସିବା ଦ୍ୱାରା ଆୟୁଷ ବୃଦ୍ଧି ହୋଇଥାଏ । ସେଥିପାଇଁ ଆଜିର ଟ୍ରେଣ୍ଡ ଅନୁସାରେ ବିଭିନ୍ନ ସ୍ଥାନରେ ‘ଲାଫିଙ୍ଗ୍ କ୍ଲବ୍‌’ ମାନ ରହିଛି । ପ୍ରକୃତରେ ମନ ଖୁସି ରହିଲେ ସବୁକିଛି ଠିକ୍ ରହେ, ଏଥିରେ ସତ୍ୟତା ଅଛି । ଯାହାକୁ ଆମେ ନିଜେ ହୃଦୟଙ୍ଗମ କରୁ ।

Related image

ନିକଟରେ କିନ୍ତୁ ଗବେଷକଦଳ ସ୍ପଷ୍ଟ କରିଛନ୍ତି ସୁସ୍ଥ ରହିବା ପାଇଁ କାନ୍ଦିବାର ଆବଶ୍ୟକତା ମଧ୍ୟ ବେଶ୍ ଅଧିକ । କଥାଟି ଟିକେ ଅଜିବ ଲାଗିଲେ ବି ସତ୍ୟ । ଜାପାନର ବିଶେଷଜ୍ଞ ଦଳ ଏହାର ସତ୍ୟତା ପରୀକ୍ଷା ନିମନ୍ତେ ପ୍ରଥମେ କର୍ମଜୀବୀ ଲୋକଙ୍କ ଉପରେ ପ୍ରୟୋଗ ଆରମ୍ଭ କରିଥିଲେ । ଏହା ମଧ୍ୟ ସତ ଯେ ବିନା କାରଣରେ ହସିବା ସହଜ ହୋଇଥିବା ବେଳେ କାନ୍ଦିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ।

Related image

ଏଥି ନିମନ୍ତେ ସ୍ୱତନ୍ତ୍ର ଭାବେ ‘କାନ୍ଦିବା ପ୍ରଶିକ୍ଷକ’ଙ୍କୁ ମଧ୍ୟ ଯୋଗାଡ଼ କରାଗଲା । ଟୋକିଓର ଏକ ନାମୀ ଅନ୍ତର୍ଜାତୀୟ କମ୍ପାନୀର ୪୩ଜଣ କର୍ମଚାରୀଙ୍କୁ ସାମିଲ କରାଗଲା । ଜନୈକ କର୍ମଚାରୀ ୟୋଶିବାଙ୍କ ମତରେ ପ୍ରକୃତରେ ହସିବା, ଚୁପ୍ ରହିବା ଠାରୁ କାନ୍ଦିବାର ପ୍ରତିକ୍ରିୟା ଭିନ୍ନ । କାନ୍ଦିଲେ ମନ ଶାନ୍ତ ହେବା ସହ ଖୁବ୍ ହାଲୁକା ଲାଗେ । ଜାପାନରେ ଗବେଷକଦଳ ଏଇ ପରିପ୍ରେକ୍ଷୀରେ ସଫଳ ହେବା ପରେ ବର୍ତ୍ତମାନ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ‘କାନ୍ଦିବା ଜରୁରୀ’ କାର୍ଯ୍ୟକ୍ରମ ଆଗେଇବାରେ ଲାଗିଛି ।

ମାର୍କେଟ୍‌ ମଝିରେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ମାର୍କେଟ୍‌ରେ ଯୁବକଙ୍କୁ ଛୁରାମାଡ଼ । ସୁଶାନ୍ତ ଓରାମ ମାର୍କେଟ୍‌କୁ ଯାଇଥିବା ବେଳେ ସୁମନ୍ତ ଓରାମ ନାମକ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ସୁଶାନ୍ତଙ୍କ ପେଟର ଅନ୍ତବୁଜୁଳା ବାହାରି ପଡ଼ିଥିଲା ।

ସ୍ଥାନୀୟ ଲୋକମାନେ ତାଙ୍କୁ ସଦର  ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ସୁଶାନ୍ତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି  । ପୂର୍ବର ଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି ।

ଅଇଁଠାପାଲି ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଫେରାର ଅଭିଯୁକ୍ତ ସୁମନ୍ତ ଓରାମକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ତଢ଼ାଉ କରିଛି ପୋଲିସ  ।

ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଜୟପୁର: ଜେଲ୍‌ରେ ସ୍ପିରିଟ୍‌ ପିଇ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ।

କୋରାପୁଟ ଜିଲ୍ଲା ଜୟପୁର ସବ୍‌-ଜେଲ୍‌ରେ ଏହି ଘଟଣା ଘଟିଛି ।

କଏଦୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଏଦୀ ଜଣଙ୍କ ଜେଲ୍‌ ଭିତରେ କେମିତି ସ୍ପିରିଟ୍‌ ପିଇଲେ ତାହା ସୃଷ୍ଟି କରିଛି ପ୍ରଶ୍ନ । ଏନେଇ ଜେଲ୍‌ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି ।

ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତପ୍ତପାଣି ଘାଟିରେ ବସ୍‌ ଓଲଟିବା ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।  ଏନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ସହାୟତା ଓ ଉଦ୍ଧାର ତ୍ୱରାନ୍ୱିତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

ତପ୍ତପାଣି ଘାଟି ବସ୍ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ

ଦିଗପହଣ୍ଡି: ତପ୍ତପାଣି ଘାଟିରେ ବଡ଼ ଧରଣର ବସ୍ ଦୁର୍ଘଟଣାରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି ।   ଏହି ଦୁର୍ଘଟଣାରେ ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

ଏବେ ବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢୁଥିବା ଜଣାପଡ଼ିଛି । ଏବେ ବି ବସ୍ ତଳେ ଆହୁରି ଯାତ୍ରୀ ଚାପି ହୋଇଥିବା ସୂଚନା ମିଳିଛି ।

୮ଜଣ ମୃତକଙ୍କ ପରିଚୟ ଆମର ହସ୍ତଗତ ହୋଇଛି । ମୃତକ ମାନେ ହେଉଛନ୍ତି

୧- ପୁଟା ବରଗଡ଼ ରେଙ୍ଗାଲି ଛକର ଝୁନୁ ବେହେରା,

୨- ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ନାୟକ,

୩- ବ୍ରହ୍ମପୁରର ସୁନୀଲ ନାୟକ,

୪- ଗଞ୍ଜାମ ଜିଲ୍ଲା କରପଦାର ସୁଭାସିନୀ ମହାରଣା,

୫- ରାୟଗଡ଼ା ଜିଲ୍ଲାର ଝିଅ ଅନ୍ୱେଷା ମହାପାତ୍ର ଏବଂ ୬- ତାଙ୍କ ମାଆ ସଙ୍ଘମିତ୍ରା ମହାପାତ୍ରଙ୍କର ମୃତ୍ୟୁ ହୋଇଛି ସେପଟେ

୭- ପୁରୁଷୋତ୍ତମପୁର କୋଷଳାପଲ୍ଲୀର ରମେଶ ବେହେରା 

୮- କୋଦଳାର କରିସ୍ମା ନାୟକଙ୍କ ପରିଚୟ ମିଳିପାରିଛି ।

ପଦ୍ମଭୂଷଣ ମନୋଜ ଦାସଙ୍କୁ ଶୁଭେଚ୍ଛା ଜଣାଇଲେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ

ଭୁବନେଶ୍ୱର: ପଦ୍ମଭୂଷଣ ମନୋଜ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ

ପଣ୍ଡିଚେରୀ ସ୍ଥିତ ମନୋଜ ଦାସଙ୍କ ବାସଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ, ଶିକ୍ଷାମନ୍ତ୍ରୀ ଆର କମଲ କନ୍ନନ ଏବଂ ପାର୍ଲିଆମେଣ୍ଟାରୀ ସେକ୍ରେଟାରୀ ଲକ୍ଷ୍ମୀନାରାୟଣ ମନୋଜଙ୍କ ପଦ୍ମଭୂଷଣ ପ୍ରାପ୍ତି ନେଇ ଅଭିନନ୍ଦନ ଜଣାଇଥିଲେ  । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଘରକୁ ଆସି ଅଭିନନ୍ଦନ ଜଣାଇଥିବାରୁ ମନୋଜ ଦାସ ଖୁସିପ୍ରକଟ କରିଛନ୍ତି ।

ତପ୍ତପାଣିରେ ବସ୍ ଦୁର୍ଘଟଣା: ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଦିଗପହଣ୍ଡି: ତପ୍ତପାଣିରେ ବସ୍ ଦୁର୍ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ୮କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ୪୦ରୁ ଅଧିକା ଆହତ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଗୁରୁତରଙ୍କୁ ଠିକ୍ ଭାବେ ଚିକିତ୍ସା କରାଯାଉ ନଥିବା ଅଭିଯୋଗ ।

ଦୁର୍ଘଟଣାରେ ପ୍ରଥମେ ଗୁରୁତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଜଣେ ଡାକ୍ତର ଥିବାରୁ ଚିକିତ୍ସାରେ ଅବହେଳା ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଲାଗି ରହିଛି । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋ ହଲ୍ଲା ସହ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିଛନ୍ତି । ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ୨୪ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି ।