spot_img
Home Blog Page 7415

ଟ୍ରେନରେ ଗର୍ଭ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ମହିଳାଙ୍କ ପ୍ରସବ କରାଇଲେ ଆର୍ମି ଡକ୍ଟର

0

ନୂଆଦିଲ୍ଲୀ:  ଇଣ୍ଟରନେଟ୍ ଆମକୁ ପ୍ରତିଦିନ ଅନେକ ହୃଦୟସ୍ପର୍ଶୀ କାହାଣୀ ଭେଟିଦିଏ । ଏହା ଆମକୁ ମାନବିକତାର ପ୍ରମାଣ ଦେଇଥାଏ ।  ନିକଟରେ ଟ୍ୱିଟରରେ ଏକ ଫଟୋ ଖୁବ ଭାଇରାଲ୍ ହେବାରେ ଲାଗିଛି । ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ଦୁଇ ଜଣ ଆର୍ମି ଡକ୍ଟର ଟ୍ରେନ୍ ଭିତରେ ମହିଳାଙ୍କ ପ୍ରସବ କରାଇ ନବଜାତ ଶିଶୁ ସହିତ ଏକ ଫଟୋ ପୋଷ୍ଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ଆର୍ମିର ୧୭୨ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ କ୍ୟାପଟେନ୍ ଲଲିଥା ଓ କ୍ୟାପଟେନ୍ ଅମରଦିପ୍ ନାମକ ଦୁଇ ଡାକ୍ତର ଏପରି ହୃଦୟସ୍ପର୍ଶୀ କାମ କରିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ହାୱରା ଏକ୍ସପ୍ରେସ୍ ରେ ଯିବା ସମୟରେ ଏକ ଗର୍ଭବତୀଙ୍କ ସମୟ ପୂର୍ବରୁ ଆଗରୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପାଖରେ ସମସ୍ତେ ନିରୁପାୟ ଥିବା ସମୟରେ ଦେବଦୂତ ସଦୃଶ ସେଠାରେ ଉପସ୍ଥିତ ଥିଲେ ଏହି ଦୁଇଜଣ ଆର୍ମି ଡକ୍ଟର । ସେଠାରେ ସେମାନେ ମହିଳାଙ୍କର ପ୍ରସବ କରାଇଥିଲେ । ଏହାପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାଇଥିଲେ ।

https://twitter.com/adgpi/status/1210851754952122368/photo/1

ଡିସେମ୍ବର ୨୮ ତାରିଖରେ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହା ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଓ ହୃଦୟସ୍ପର୍ଶୀ ହେବା ସହିତ ଦିନକୁ ଦିନ  ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାର ଦେଖାଦେଉଛି । ଏହାସହ ବିଭିନ୍ନ ସଂଗଠନ ଭାରତୀୟ ଆର୍ମିକୁ ଏପରି କାମ ପାଇଁ ସାବାସି ଜଣାଉଛି ।

ମୋ ସରକାରର ମାଷ୍ଟରଷ୍ଟ୍ରୋକ, ମହଙ୍ଗା ପଡ଼ିଲା ଲକ୍ଷେ ଟଙ୍କାର ଲାଞ୍ଚ

ଭୁବନେଶ୍ୱର: ଗିରଫ ହେଲେ, ସସପେଣ୍ଡ ବି ହେଲେ  । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଏସ୍‌ ଅଫିସରଙ୍କୁ ଶେଷରେ ରାଜ୍ୟ ସରକାର ଚାକିରୀରୁ ସସପେଣ୍ଡ କରିଛନ୍ତି । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଥିଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ।

earthh

ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ ମିଳିଥିବା ଫିଡ୍‌ବ୍ୟାକ ଆଧାରରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧରାପଡିଥିଲେ । ତାଙ୍କ ବାସଭବନ ସମେତ ଅନ୍ୟ ସ୍ଥାନମାନଙ୍କରେ ଚଢାଉ ଜାରିରହିଛି । ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ ଓଡ଼ିଶା ଟପ୍ପର ଥିଲେ।

ବାଲେଶ୍ୱର ସୋର ଅଞ୍ଚଳର ବିଜୟ କେତନ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିଛନ୍ତି। ପୂର୍ବରୁ ସେ ଜଳସେଚନ ବିଭାଗର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହ କଳାହାଣ୍ଡି ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ।

ପୁରୀରେ ପେଟ୍ରାେଲ ପମ୍ପ୍‌ ମାଲିକଙ୍କୁ ଗୁଳିମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

0

ପୁରୀ: ପୁରୀରେ ଗୁଳିମାଡ଼ । ସତ୍ୟବାଦୀ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଗୁଳିମାଡ଼ । ଛକରେ ଥିବା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ପମ୍ପ ମାଲିକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ରବିବାର ଦିନ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଘଟଣା ନେଇ ପୋଲିସ ଅଧିକ ଛାନ୍‌ ଭିନ୍‌ ଜାରି ରଖିଛି ।

ଅଜଣା ଗାଡ଼ି ଧକ୍କାରେ ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମାଆ

0

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଶିଶୁ ଗୁରୁତର  । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଗୁହାନାଳ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସାହୁପୁର ଗାଁର ଦୁଖୀରାମ୍ ମାରାଣ୍ଡି ଏବଂ ତାଙ୍କ ସ୍ତ୍ରୀ ବାଇକରେ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ । ବାଗୁହାନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଦୁଖୀରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଖାଲି ସେତିକି ନୁହେଁ ଘଟଣା ସ୍ଥଳରୁ ଗୁରୁତର ୫ମାସର ଶିଶୁ କନ୍ୟାକୁ ଉଦ୍ଧାର କାରାଯାଇଛି ।      ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି  । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଯୋଗୀ ସରକାରଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଟାର୍ଗେଟ, କହିଲେ, ଦେଶରେ ହିଂସା ଓ ପ୍ରତିଶୋଧ ପାଇଁ ସ୍ଥାନ ନାହିଁ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ବିଜନୌର, ଲକ୍ଷ୍ନୌ ଏବଂ ବାରାଣାସୀରେ ପୋଲିସର ଅତ୍ୟାଚାରକୁ ଦେଖି ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଯୋଗୀ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବ ସହ ଏଭଳି କରିବା ପଛରେ କଣ ରହିଛି କାରଣ ତାହା ମଧ୍ୟ କହିଛନ୍ତି ।   

ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ ପରାୟଣ ହୋଇଉଠିଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ତାଙ୍କ କହିବା ଅନୁଯାୟୀ, ରାଜ୍ୟ ପୋଲିସ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାୟୀ କାମ କରୁଛି । ପୋଲିସକୁ ନିଜ ହିସାବରେ ୟୁପିରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ସେ ତାଙ୍କର ସୁରକ୍ଷା ଭଙ୍ଗକୁ ନେଇ ସେ ଯେତିକି ଉଦବେଗ୍ ପ୍ରକାଶ କରିନାହାନ୍ତି ପ୍ରତିଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ।   

ସୋମବାର ଲକ୍ଷ୍ନୌରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ପ୍ରତିଶୋଧର ଭାବନାରେ କାର୍ଯ୍ୟ କରୁଛନ୍ତି ୟୁପି ସରକାର ।  ଏନେଇ ରାଜ୍ୟପାଳଙ୍କୁ ସେ ଏକ ଚିଠି ପ୍ରଦାନ କରିଛନ୍ତି । ଏହାର ନିଷ୍ପତ୍ତି ରାଜ୍ୟପାଳ ଖୁବଶୀଘ୍ର ନେବେ ବୋଲି ଆଶା ରହିଥିବା ପ୍ରିୟଙ୍କା କହିଛନ୍ତି ।

ଜେନେରାଲ୍ ରାଓ୍ୱତ୍ ହେବେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ : ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ଭାବେ ନିଯୁକ୍ତି ଦିଆଯାଇଛି । ସେନାଧ୍ୟକ୍ଷ ପଦବୀରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସିଡିଏସ୍‌ ପଦବୀରେ ନିଯୁକ୍ତ କରାଯାଇଛି । ଆସନ୍ତାକାଲି ଆର୍ମି ଚିଫ୍ ପଦବୀରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ୍‌ ଭାବେ ଶପଥ ନେବେ ବିପିନ୍‌ ରାଓ୍ୱତ୍ ।


ଡିସେମ୍ବର ୨୪ ତାରିଖରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସିଡିଏସ୍‌ ପଦବିକୁ ମୃଞ୍ଜୁରୀ ମିଳିଥିଲା । ଗତ ଗଣତନ୍ତ୍ର ଦିବସରେ ଏହି ପଦିବୀର ପ୍ରତିଷ୍ଠା ନେଇ ପ୍ରଧାନମୃନ୍ତ୍ରୀ ଘୋଷଣା କରିଥିଲେ । ବିପିନ୍‌ ରାଓ୍ୱତ୍ ଗତ ତିନି ବର୍ଷ ଧରି ସେନାଧ୍ୟକ୍ଷ ପଦବୀରେ ଅବସ୍ତାପିତ ଥିଲେ । ଏବେ ସେ ସରକାର ଏବଂ ସେନା ମଧ୍ୟରେ ସମୃନ୍ବୟ ରକ୍ଷା କରିବେ । ପୂର୍ବରୁ ସିଡିଏସ୍‌ ପଦବିର ଅବସର ବୟସ ୬୨ ବର୍ଷ ରହିଥିବା ବେଳେ ଏହାକୁ ଏବେ ୬୫ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଜେନେରାଲ୍ ରାଓ୍ୱତ୍ ।

ସମ୍ପର୍କରେ ପଡ଼ିଲା ଫାଟ, ମାଆ ଓ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ

0

ଯାଜପୁର: ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ । ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ପୁଅ ଟିମା ଦେହୁରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ପରିବାର ମଧ୍ୟରେ ପୂର୍ବରୁ କଳହ ଲାଗିରହୁଥିଲା । ଟିମା ଅନେକ ଥର ଘରେ ସମସ୍ତଙ୍କୁ ମାରଧୋର କରିଛନ୍ତି । ଆଜି ସକାଳେ ଟିମା କୌଣସି କାରଣରୁ ରାଗିଯାଇ ଏକ କଟୁରି ଧରି ସ୍ତ୍ରୀ କୁ ହାଣିବାକୁ ଗୋଡ଼ାଇ ଥିଲା । ଏହି ସମୟରେ ମାଆ ଅଟକାଇବାରୁ ଟିମା ମାଆର ମୁଣ୍ଡକୁ କଟୁରିରେ ଚୋଟ ପକାଇଥିଲା । ପରେ ସ୍ତ୍ରୀକୁ ଧରି ହାଣିଥିଲା ଟିମା ।

ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ.ପି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିଥିଲେ । ସେପଟେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଘଟଣା ସମ୍ପର୍କରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

କୋଟିଏ ଟଙ୍କାର ସାପ ଉଦ୍ଧାର, ୫ ଗିରଫ

0

ମଧ୍ୟପ୍ରଦେଶ: ଉଦ୍ଧାର ହେଲା ବିରଳ ସରୀସୃପ ରେଡ୍ ସ୍ୟାଣ୍ଡ୍ ବୋଆ ସ୍ନେକ୍ । ଯାହାର ମୂଲ୍ୟ ୧.୨୫କୋଟି ଟଙ୍କା । ମଧ୍ୟ ପ୍ରଦେଶର ନରସିଂହଗଡ଼ରୁ ଧରାଗଲା ଏହି ସାପ । ସୂଚନା ଅନୁଯାୟୀ, ୫ଜଣ ବ୍ୟକ୍ତି ଏହି ବିରଳ ସାପକୁ ବିକୁଥିବାବେଳେ ରବିବାର ପୋଲିସ ଏହି ସାପକୁ ଉଦ୍ଧାର କରିଛି ।

ପୋଲିସ କହିବାନୁସାରେ, ଏହି ସାପରୁ ମେଡିସିନ୍, ପ୍ରସାଧନ ସାମଗ୍ରୀ ଏବଂ କଳା ଯାଦୁ କରିବାରେ ବ୍ୟବହାର କରାଯାଏ । ଅନ୍ତର୍ଜାତୀୟ ସ୍ଥରରେ ଏହି ସାପର ଚାହିଦା ଅନେକ । ଏହି ସାପକୁ ଜ୍ୟୋତିର୍ବିଦ୍ ମାନଙ୍କ ମତରେ ଧନ ଓ ସମୃଦ୍ଧିର ସୂଚକ ରୂପେ ମନେକରାଯାଏ ।

ଏହି ସାପକୁ ଧରିଥିବା ୫ଜଣ ବ୍ୟକ୍ତି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଧରିଥିଲେ ବୋଲି ଜଣାପଡିଛି । ସେମାନେ ନରସିଂହଗଡ଼ ବସ୍ ଷ୍ଟାଣ୍ଡରେ ଥବା ସମୟରେ କେହିଜଣେ ପୋଲିସକୁ ଏହି ବିଷୟରେ ଜଣାଇଥିଲେ ବୋଲି କୈଳାଶ ଭରଦ୍ୱାଜ ନାମକ ଜଣେ ପୋଲିସ ଅଫିସର କହିଛନ୍ତି । ଏହାପରେ ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଏକ ପ୍ଲାଷ୍ଟିକ ବ୍ୟାଗ୍ ଭିତରୁ ଏହି ସାପକୁ ଉଦ୍ଧାର କରିଥିଲେ ।

ଷ୍ଟେଟ ବ୍ୟାଙ୍କ କମାଇଲା ଗୃହଋଣ, ନୂଆବର୍ଷରୁ ହେବ ଲାଗୁ

ମୁମ୍ବାଇ : ନୂଆବର୍ଷରେ ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଗୃହଋଣ । ଜାନୁଆରୀ ପହିଲାରୁ ୭.୮୦% ସୁଧ ହାରରେ ମିଳିବ ଗୃହ ଋଣ । ଏସବିଆଇ ଏକ୍ସଟର୍ନାଲ ବେଞ୍ଚମାର୍କ ଲେଣ୍ଡିଙ୍ଗ ରେଟ୍‌ (EBR)ରେ କାଟ୍‌ କରିଛି । ଯାହାର ଫାଇଦା ଉଠାଇ ପାରିବେ ଗ୍ରାହକ । EBR ୨୫ ବେସିସ୍ ପଏଣ୍ଟ କମିବା ପରେ ଏହା ଏବେ ୭.୮୦କୁ ଖସିଛି । ପୂର୍ବରୁ ଏହା ୮.୦୫ ରହିଥିଲା ।ନୂଆ ଦର ଜାନୁଆରୀ ପହିଲାରୁ ଲାଗୁ ହେବ । ୨୦୨୦ ବର୍ଷରୁ MSME, ହାଉସିଂ ଓ ରିଟେଲ ଲୋନର ସବୁ ଫ୍ଲୋଟିଙ୍ଗ ରେଟକୁ ଏକ୍ସଟର୍ନ।ଲ ବେଞ୍ଚମାର୍କ ରେପୋ ରେଟ ସହ ଯୋଡ଼ିବାକୁ ନିଷ୍ପତ୍ତି ନେଇଛି । ୨୦୧୯ ଫେବ୍ରୁଆରୀ ମାସରୁ  ଆରବିଆଇ ମୋଟ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଛି ।ଯଦି ତଥ୍ୟକୁ ଦେଖିବା ତେବେ ଏସବିଆଇ ନିକଟରେ ୩୦ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ରହିଛି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ, ସ୍ତ୍ରୀ ମୃତ । ହରିଚନ୍ଦନପୁର ଥାନା ବାଘୁଆନାଳ ନିକଟରେ ଦୁର୍ଘଟଣା । ୫ ମାସର ଶିଶୁକନ୍ୟା ଆହାତ, ପୋଲିସର ତଦନ୍ତ ଜାରି ।