spot_img
Home Blog Page 7421

ଦିଲ୍ଲୀରେ ଭୋଟ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ଆପ୍ ଆଗରେ

ନୂଆଦିଲ୍ଲୀ: ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଆରମ୍ଭ । ପ୍ରଥମେ ପୋଷ୍ଟାଲ୍ ବାଲଟ୍ ଗଣତି ଚାଲିଛି । ୨୧ଟି କେନ୍ଦ୍ରରେ ଚାଲିଛି ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଗରେ ରହିଛି ଆମ୍ ଆଦମୀ ପାର୍ଟି । ଦ୍ୱିତୀୟରେ ବିଜେପି ରହିଥିବା ବେଳେ ଗୋଟିଏ ଆସନରେ ଆଗୁଆ ରହିଛି କଂଗ୍ରେସ ।

ନୂଆଦିଲ୍ଲୀ ବିଧାନସଭା ଆସନରୁ ଆଗୁଆ ଚାଲିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀଓ୍ୱାଲ୍। ପଛରେ ଅଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରମେଶ ଶଭରଓ୍ୱାଲ୍ ।

ପୂର୍ବାହ୍ନ ୮ଟା ୪୫ ସୁଦ୍ଧା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡର ଆଗରେ ଆମ୍ ଆଦମୀ ପାର୍ଟି । ବର୍ତ୍ତମାନସୁଦ୍ଧା ଆପ୍ ୫୨ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୪ଟିରେ ଆଗୁଆ ରହିଛି ।

ଚାନ୍ଦିନୀ ଚୌକ ବିଧାନସଭା ଆସନରୁ କଂଗ୍ରେସର ଅଳକା ଲାମ୍ବା ଓ ମଡେଲ୍ ଟାଉନ ଆସନରୁ ବିଜେପିର କପିଲ ମିଶ୍ରା ପଛରେ ଚାଲିଛନ୍ତି ।

ବର୍ଷା ପରେ ଶୀତର ରାଜୁତି…ଜାଡ ସହ ଘନ କୁହୁଡି କଲା କଲବଲ…

0

ଭୁବନେଶ୍ୱର:  ଦୁର୍ବଳ ହେଲା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । କମିଲା ବର୍ଷା, ବଢିଲା ଶୀତ । ଦୁଇ ଦିନ ପାଇଁ କୋଲଡ ୱେଭ୍‌ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଆଜି ସୁନ୍ଦରଗଡ, ବାଲେଶ୍ବର, ଅନୁଗୁଳ, କଟକ,ସୋନପୁର, ଝାରସୁଗୁଡା ଏବଂ ବଲାଙ୍ଗିରକୁ ଜାରି ହୋଇଛି ସତର୍କ ସୂଚନା । ଦୁଇ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର ।

ଆଜି ସକାଳୁ ପ୍ରବଳ ଜାଡ ସାଙ୍ଗକୁ ଦେଖାଦେଇଛି ଘନ କୁହୁଡି । ରାତି ଏବଂ ସକାଳର ଭିଜିବିଲିଟି ୨ଶହ ମିଟରରୁ କମିଛି । ସ୍ଥାନେ ସ୍ଥାନେ ୨୦ ମିଟର ଦୃଶ୍ୟମାନ ରହିବା ନେଇ ସତର୍କ କରିଥିଲା ପାଣିପାଗ କେନ୍ଦ୍ର । ବିଶେଷ କରି ୧୧ ଏବଂ ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ଅନୁଗୁଳ ଏବଂ ବଲାଙ୍ଗିରରେ ଘନ କୁହୁଡି ପାଇଁ ୟେଲୋ ଆର୍ଲଟ ଜାରି କରାଯାଇଛି । ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟମରୁ ସାମାନ୍ୟ ଧରଣର କୁହୁଡି ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରି ଟିମ୍‌କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମର ପି.ପ୍ରିୟଙ୍କାରାଣୀଙ୍କ ମୃତ୍ୟୁ ପରେ ତାଙ୍କର ଦୁଇଟି କିଡ୍‌ନୀକୁ ଅନ୍ୟ ଜଣଙ୍କ ଦେହରେ ପ୍ରତିରୋପଣ କରାଯାଇଥିଲା ।

ମୃତ୍ୟୁ ସହ ସଂଗ୍ରାମ କରୁଥିବା ବରଗଡର ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା କିଡ୍‌ନୀ । ସଫଳତାର ସହ ଏହି ବିରଳ ଅସ୍ତ୍ରୋପ୍ରଚାର କରିଥିଲେ ଏସ୍‌ସିବି ମେଡିକାଲ କଲେଜ୍‌, କଟକ ଓ ଆପୋଲ ହସ୍ପିଟାଲର ମିଳିତ ଡାକ୍ତରୀ ଟିମ୍‌ ।

ଏହି ସମସ୍ତ ଡାକ୍ତରଙ୍କୁ ଆଜି ଲୋକସେବା ଭବନରେ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରଥମ କାଡାଭାରିକ କିଡନୀ ପ୍ରତିରୋପଣ ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଉ ଏକ ମାଇଲ୍‌ଖୁଣ୍ଟ ବୋଲି କହି ଡାକ୍ତରଙ୍କୁ ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହ ଅଙ୍ଗଦାନ ଦ୍ଵାରା ଅନ୍ୟମାନଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ।

ସେଥିପାଇଁ ଆବଶ୍ୟକ ପଡ଼ିଲେ ହେଲିକେପ୍ଟର ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଗୁରୁତ୍ବାରୋପ କରିଛନ୍ତି ।

ଖେଳୁ ଖେଳୁ ଫୁଟିଗଲା ବନ୍ଧୁକ, ଆହତ ହେଲେ ଯୁବତୀ

ଭୁବନେଶ୍ୱର: ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମିକା ପାଖକୁ ଆସିଥିଲେ ପ୍ରେମିକ ଆଶିଷ ନାୟକ । ହେଲେ ଗୋଲାପ ବଦଳରେ ସାଥୀରେ ନେଇ ଆସିଥିଲେ ଗୁଳିଭର୍ତ୍ତି ବନ୍ଧୁକ । ପ୍ରେମ ଆଳାପ ଭିତରେ ଆରମ୍ଭ ହୋଇଥିଲା ବନ୍ଧୁକ ସହ ଖେଳ।

ଆଉ ଟିକେ ଅସବଧାନତା ଯୋଗୁଁ ଫୁଟିଗଲା ବନ୍ଧୁକ। ପ୍ରେମିକାର ଜଙ୍ଘରେ ବାଜିଲା ଗୁଳି । ତେବେ ଏ ବନ୍ଧୁକଧାରୀ ପ୍ରେମିକ କିଏ । କିଛି ଘଣ୍ଟା ଭିତରେ ପୋଲିସ୍‌ କରିଛି ପୁରା ଘଟଣାର ପର୍ଦ୍ଦାଫାଶ୍‌। ଗିରଫ୍‌ କରିଛି ପ୍ରେମିକ ଆଶିଷ ନାୟକକୁ ।

ଖୋଲିଛି ତାର ଅପରାଧିକ ପଞ୍ଜିକା । ଏ ହେଉଛି ସେହି ଆଶିଷ, ଯିଏ ନୟାପଲ୍ଲୀ ବୋମା ମାଡ଼ ଘଟଣାରେ ଗିରଫ୍‌ ହୋଇଥିଲା । ଏହା ବ୍ୟତୀତ ଆଶିଷ ନାଁରେ ଅଛି ଅନେକ ଅପରାଧିକ ମାମଲା । ଆହତ ଯୁବତୀ ଜଣକ ସ୍ଥାନୀୟ ଏକ କଲେଜ୍‌ର ଫ୍ୟାସନ ଡିଜାଇନ୍‌ର ଛାତ୍ରୀ । ବର୍ତ୍ତମାନ ଯୁବତୀଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପୋଲିସ୍‌ ପୁରା ଘଟଣାର ତଦନ୍ତ ଚଳାଇଛି।

ଗର୍ଭବତୀଙ୍କୁ ୫ କିଲୋମିଟର କାନ୍ଧରେ ବୋହିଲେ ବିଧାୟକ

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ । ଗର୍ଭବତୀଙ୍କୁ ୫କିଲୋମିଟର କାନ୍ଧରେ ବୋହି ଚର୍ଚ୍ଚାରେ ବିଧାୟକ ମନୋହର ରନ୍ଧାରୀ । ମଇଦଲପୁର ପଞ୍ଚାୟତ କୁସୁମୁଖୁଣ୍ଟିରେ ଜେମା ବେହେରା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ଖବରପାଇ ବିଧାୟକ ଗାଁରେ ପହଁଚିଥିଲେ ।

ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଁଚି ପାରିନଥିଲା । ଗାଁଲୋକଙ୍କ ସହ ବିଧାୟକ ମହିଳା ଜଣଙ୍କୁ ୫କିଲୋମିଟର କାନ୍ଧରେ ବୋହି ରାସ୍ତା ଉପରକୁ ଆଣିଥିଲେ ।

ପରେ ତାଙ୍କୁ ନିଜ ଗାଡ଼ିରେ ନେଇ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ଦିଶା ଓ ଆଦିତ୍ୟଙ୍କ ଯୋଡ଼ି

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଥିବା ବେଳେ ଦିଶାଙ୍କ ଅଭିନୟ ସହ ଡ୍ୟାନ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫିଲ୍ମଟି ଆଦିତ୍ୟ ଓ ଦିଶାଙ୍କ ରିଭେଞ୍ଜ ଷ୍ଟୋରୀକୁ ନେଇ ଆଧାରିତ ।

ଏଥିରେ ଅନୀଲ କପୁରଙ୍କୁ ଜଣେ ପୋଲିସ ଅଫିସର୍‌ ଭୂମିକାରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ସେ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି। ତାଙ୍କ ବ୍ୟତୀତ କୁନାଲ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ୬ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ୫ କୋଟି ଟଙ୍କା କମାଇଛି। ଫିଲ୍ମକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ ଫିଲ୍ମକୁ ପ୍ରଶଂସା କରିଥିଲେ।

ଛାତ୍ରଛାତ୍ରୀ ଜିଲ୍ଲାର ନାଁ କହିପାରିଲେନି ବୋଲି ଗୋଟିଏ ମାସର ଦରମା ଟଙ୍କା ହରାଇଲେ ଶିକ୍ଷକ

କଳାହାଣ୍ଡି: ଜିଲ୍ଲାର ନାଁ ପଚାରିଲେ କହିପାରୁ ନାହାନ୍ତି ପିଲା । ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଅସନ୍ତୋଷ । ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ କଳାହାଣ୍ଡି ଗସ୍ତ ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ଯାହା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମନ୍ତ୍ରୀ ସମୀର ଦାସ ।

ବିଭିନ୍ନ ସ୍କୁଲରେ ଅଚାନକ ପହଞ୍ଚି ସମୀକ୍ଷା କରିଥିଲେ ମନ୍ତ୍ରୀ । ଶିକ୍ଷାରେ ଅବହେଳା କରିଥିବାରୁ କାରଣ ଦର୍ଶାଅ ନୋଟିସ ସହ ଶିକ୍ଷକଙ୍କ ଫେବ୍ରୁଆରୀ ମାସର ବନ୍ଦ ଦରମାକୁ ବନ୍ଦ କରିଛନ୍ତି ।

ଇଂରାଜୀ ଶିକ୍ଷାରେ ସ୍କୁଲ ପଛରେ ଥିବା ଜାଣିବାକୁ ପାଇଥିଲେ ମନ୍ତ୍ରୀ । ଖରାପ ଶିକ୍ଷାଦାନ ପାଇଁ ଭବାନୀପାଟଣା ବିମ୍ବାଧର ସରକାରୀ ସ୍କୁଲର ଇଂରାଜୀ ଓ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ ।

ଏହାସହ ବନ୍ଦ କରିଛନ୍ତି ଗୋଟିଏ ମାସର ଦରମା । ସେହିପରି କର୍ଲାଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର ମାନ କମ ଥିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ ।

ବହୁ ଚର୍ଚ୍ଚିତ କାଳିଦାସ ମୃତ୍ୟୁ ଘଟଣାର ଖୋଲିଲା ରହସ୍ୟ, ଦୋଷ ସ୍ୱୀକାର କଲା ଅଭିଯୁକ୍ତ

0

ଗଜପତି: ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ କାଳିଦାସ ମୃତ୍ୟୁ ଘଟଣା ରହସ୍ୟ ଉନ୍ମେ।ଚନ ହୋଇଛି । ଦୁର୍ଘଟଣାର ରୂପ ଦେଇ ପୋଲିସ ଆଖିରୁ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରିଥିବା ସ୍ୱୀକାର କରିଛି । ମୁଖ୍ୟ ଅଭିଯ଼ୁକ୍ତ ସମେତ ଅନ୍ୟ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାଜପୁରର ଭାସ୍କର ବିଶ୍ୱାଳକୁ ପଲାସା ରେଳ ଷ୍ଟେସନରୁ ଗିରଫ କରାଯାଇଛି ଏବଂ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଯାଜପୁରରୁ ଗିରଫ କରାଯାଇଥିବା ଏସ୍‌ପି ସାରା ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ଜାନୁଆରୀ ୮ତାରିଖରେ କାଳିଦାସଙ୍କୁ ମଦ ପିଆଇ ଟ୍ରାକ୍ଟର ଦ୍ଵାରା ଧକ୍କା ଦିଆଯାଇଥିଲା । ପରେ ଟ୍ରଲି ଚଢାଇ ହତ୍ୟା କରାଯାଇଥିବା ଅଭିଯ଼ୁକ୍ତ ସ୍ୱୀକାର କରିଛି । ଏଥିରେ ବ୍ୟବହୃତ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି ପୋଲିସ ।

ବନ୍ଧୁକ ବେପାରୀଙ୍କ ଉପରେ ଏସଟିଏଫ୍‌ର ଚଢ଼ାଉ, ଜବତ ହେଲା ବନ୍ଧୁକ ସହ ଗୁଳି

0

ଭୁବନେଶ୍ୱର: ସ୍ପେଶାଲ ଟାସ୍କ ଫୋର୍ସ-ଏସ୍‌ଟିଏଫ୍‌ କବ୍‌ଜାରେ ଚୋରା ବନ୍ଧୁକ ବେପାରୀ । ଏସଟିଏଫ୍‌ ଜଣେ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିବା ସହିତ ୩ଟି ବନ୍ଧୁକ, ୨୫ ରାଉଣ୍ଡ ଗୁଳି ଓ ୬ଟି ମାଗାଜିନ୍‌ ଜବତ କରିଛି ।

ଚମ୍ପୁଆରେ ଚଢ଼ଉ କରି ଏସବୁ ଜବତ କରିବା ସହିତ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ ।

ଓଡ଼ିଶା ହାଇକୋର୍ଟରେ ବଢିଲା ବିଚାରପତିଙ୍କ ସଂଖ୍ୟା, ଶପଥ ନେଲେ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ

0

କଟକ: ଶପଥ ନେଲେ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି । ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ନୂଆ ବିଚାରପତି ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଜଷ୍ଟିସ ସଞ୍ଜୀବ କୁମାରଙ୍କୁ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶପଥ ପାଠ କରାଇଛନ୍ତି ।

ଏହି ଶପଥଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ପୂର୍ବତନ ବିଚାରପତି ଓ  ଆଇଜୀବୀମାନେ ଉପସ୍ଥିତ ରହିଥିଲେ । ତେବେ ଜଷ୍ଟିସ ପାଣିଗ୍ରାହୀଙ୍କ ଯୋଗଦାନ ପରେ ହାଇକୋର୍ଟ ବିଚାରପତି ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।