spot_img
Home Blog Page 7493

ନାଳ ତଳକୁ ଖସିଲା ଯାତ୍ରୀବାହୀ ବସ୍‌, ୧୫ରୁ ଉର୍ଦ୍ଧ୍ୱ ଆହତ

ଆଠଗଡ: ୨୦ ଫୁଟ ନାଳ ତଳକୁ ଖସିଲା ଯାତ୍ରୀବାହୀ ଵସ । ଆଗ ଚକା ବାହାରିଯିବାକୁ ଏଭଳି ଘଟଣା ଘଟିଛି । ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଘଟଣା କଟକ ନରସିଂହପୁର ରାସ୍ତାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗୁଣ୍ଡିଚାପୁର ଛକଠାରେ ମହାବୀର ନାମକ ଏକ ଘରୋଇ ବସ୍ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା କଡ଼ରେ ଥିବା ଏକ ନାଳ ତଳକୁ ଖସିପଡ଼ିଥିଲା । ଗତକାଲି ସନ୍ଧ୍ୟା ସମୟରେ ଏଭଳି ଏକ ଘଟଣା ଘଟିଛି । ନାଳର ଗଭିରତା ପ୍ରାୟ ୨୦ ଫୁଟ୍ ଥିବାରୁ ଏଥିରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି ।

ଆହତମାନଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ୬ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଗାଡ଼ି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ।

ଓ୍ୱାଙ୍ଖଡେରେ ମୁହାଁମୁହିଁ ହେବେ ଫିଞ୍ଚ୍‌ ଓ କୋହଲି ବାହିନୀ

ମୁମ୍ବାଇ: ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ମୁମ୍ବାଇରେ ମୁହାଁମୁହିଁ ହେବେ ଫିଞ୍ଚ ଓ କୋହଲି ବାହିନୀ । ଆହତ କାରଣରୁ ଦଳରୁ ଦୂରେଇ ରହିଥିବା ଜସ୍‌ପ୍ରୀତ୍‌ ବୁମ୍ରା ଦଳକୁ ଫେରିଛନ୍ତି । ସେହିପରି ଶ୍ରୀଲଙ୍କା ସିରିଜରେ ବିଶ୍ରାମ ନେଇଥିବା ରୋହିତ ଶର୍ମା ଓ ମହମ୍ମଦ ସାମି ମଧ୍ୟ ଚୂଡ଼ାନ୍ତ ଦଳର ଶକ୍ତି ବଢ଼ାଇବେ । ଦିନ ୧ଟା ୩୦ରେ ଖେଳାଯିବ ମ୍ୟାଚ୍‌ । ପୂର୍ବବର୍ଷ ଭାରତୀୟ ଗସ୍ତରେ ଆସି ୩-୨ରେ ସିରିଜକୁ ନିଜ ନାଁରେ କରିଥିଲା କଙ୍ଗାରୁ ଦଳ ।

ସେହିପରି ଆରନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ପୁଣି ପୂର୍ବ ବର୍ଷର ସଫଳତା ଦୋହରାଇବାକୁ ଚାହିଁବେ । ସ୍ମିଥ୍‌, ଓ୍ୱାର୍ଣ୍ଣରଙ୍କ ସହ ନବାଗତ ମାର୍ନସ ଲେବୁସେନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଯଦି ଫିଞ୍ଚକୁ ଦେଖିବା ତେବେ ଓ୍ୱାଙ୍ଖଡେରେ ରାତିରେ କାକରର ପ୍ରଭାବ ପଡ଼ିପାରେ । ସେଥିପାଇଁ ଦୁଇ ଦଳ ପାଇଁ ଟସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ସେପଟେ କୋହଲିଙ୍କ ନିକଟରେ ରହିଛି ସଚିନଙ୍କ ରେକର୍ଡର ସମକକ୍ଷ ହେବାର ସୁଯୋଗ ।

ଦିନିକିଆ ଫର୍ମାଟରେ ଭାରତ ମାଟିରେ ୨୦ଟି ଶତକ ହାସଲ କରିଛନ୍ତି ତେନ୍ଦୁଲକର । ତାଙ୍କ ପଛକୁ ୧୯ ଶତକ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ । ଆଜିର ମ୍ୟାଚ୍‌ରେ ଶତକ ହାସଲ କରିପାରିଲେ ସଚିନଙ୍କ ରେକର୍ଡର ସମକକ୍ଷ ହୋଇପାରିବେ କୋହଲି ।

ପିଡିଏସ୍‌ ଚାଉଳ ଚୋରା ଚାଲାଣ ଘଟଣା, ନିଲମ୍ବିତ ହେଲେ ୪ଜଣ ଆର୍‌ପିଏଫ୍‌ କର୍ମଚାରୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ପିଡିଏସ୍‌ ଚାଉଳ ଚୋରା ଚାଲାଣ ଘଟଣା। ଦାୟିତ୍ୱରେ ଅବହେଳା ଅଭିଯୋଗରେ ୪ଜଣ ଆର୍‌ପିଏଫ୍‌ କର୍ମଚାରୀ ନିଲମ୍ବିତ । ଗତ ୮ତାରିଖ ଦିନ ଝାରସୁଗୁଡ଼ା ଡବ୍ଲିଂ କଲୋନୀ ପାଖରେ ଥିବା ରାମମନ୍ଦିର ପାଖରୁ ଗୋଟିଏ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ପିଡିଏସ୍‌ ଚାଉଳ ଜବତ କରାଯାଇଥିଲା।

ଝାରସୁଗୁଡ଼ା ଜିଆରପି ଘଟଣାର ତଦନ୍ତ କରୁଛି । ସେପଟେ ରାଞ୍ଚିରେ ଆର୍‌ପିଏଫ୍‌ ତରଫରୁ ମାମଲା ରୁଜୁ କରି ଝାରସୁଗୁଡ଼ା ତେଳିଭଟ ଅଞ୍ଚଳର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଥିସହ ଦାୟିତ୍ୱରେ ଅବହେଳା ଯ଼ୋଗୁଁ ଝାରସୁଗୁଡ଼ା ଆରପିଏଫ୍‌ ଥାନା ଅଧିକାରୀ ଏଲ୍‌କେ ଦାଶ, ଏଏସ୍‌ଆଇ ଏସ୍‌କେ କୁମାର, ହାବିଲଦାର ଆର୍‌ବି ଠାକୁର ଓ ଡି ବାଖ୍ଲ।ଙ୍କୁ ନିଲମ୍ବନ କରାଯାଇଛି ।

ହୀରାକୁଦରୁ ରାଞ୍ଚି ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ରୁ ଚୋରି ହୋଇଥିବା ୨୮୮ ବସ୍ତା ଚାଉଳର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ।

ଗିରଫ୍‌ ହେଲେ ଛେଳି ଚୋର, ମିଳିଲା ୧୫୧ଟି ଛେଳି

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଛେଳି ଚୋର ଗିରଫ । ୬ ଜଣ ଛେଳି ଚୋରକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ୧୫୧ଟି ଛେଳି ଜବତ ହୋଇଛି ।

ଏହାସହ ଗୋଟିଏ ଚାରିଚକିଆ ଗାଡ଼ି, ୩ଟି ବାଇର, ମୋବାଇଲ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଗତ କିଛି ଦିନ ହେବ ଛେଳି ଚୋରି କରୁଥିବା ଅଭିଯୋଗ ହେଉଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

 

 

ସାଢ଼େ ୫ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ସର୍ବାଧିକ ବୃଦ୍ଧି, ବଢ଼ିବା ପଛରେ ପିଆଜ ଦର

ନୂଆଦିଲ୍ଲୀ: ସଂକଟରେ ଅର୍ଥନୀତି । ପୁଣି ଖୁଚୁରା ମୁଦ୍ରାସ୍ଫୀତିରେ ରେକର୍ଡ ବୃଦ୍ଧି । ଗୋଟିଏ ମାସରେ ମୁଦ୍ରାସ୍ଫୀତି ୧.୮୧ ପ୍ରତିଶତ ବଢ଼ିଥିବା ସୂଚନା ଦେଇଛି ‘କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟର’ ବା ‘NSO’ । ନଭେମ୍ବରରେ ଥିଲା ୫.୫୪%, ଡିସେମ୍ବରରେ ୭.୩୫% ପ୍ରତିଶତ ପ୍ରତିଶତ ବଢ଼ିଛି ।

ସାଢ଼େ ୫ ବର୍ଷ ମଧ୍ୟରେ ସର୍ବାଧିକ ମୁଦ୍ରାସ୍ଫୀତି ବୃଦ୍ଧି ହୋଇଛି । ୨୦୧୪ ଜୁଲାଇରେ ୭.୩୯ ମୁଦ୍ରାସ୍ଫୀତି ରହିଥିଲା । ତେବେ ପିଆଜ ଓ ପନିପରିବା ଦରବୃଦ୍ଧି ମୁଦ୍ରାସ୍ଫୀତିର କାରଣବୋଲି କୁହାଯାଇଛି ।

ଗତ କିଛିଦିନ ତଳେ ପିଆଜ ଦର ୧୫୦ ଟଙ୍କା ଛୁଇଁଥିବା ବେଳ ପରିବା ଦରବି ଆକାଶ ଛୁଆଁ ହୋଇଥିଲା । ଫଳରେ ମୁଦ୍ରସ୍ପୀତିରେ ଏତେପରିମାଣର ବୃଦ୍ଧି ଘଟିଥିବା କୁହାଯାଇଛି ।

ଫାଶୀରୁ ଖସିଯିବେ କି ନିର୍ଭୟା ଦୋଷୀ ?

ଫାଶୀରୁ ଖସି ଯିବେକି  ନିର୍ଭୟା ଦୁଷ୍କର୍ମକାରୀ । ନା ଆଜି ଶେଷ ହେବ ଅଭିଯୁକ୍ତଙ୍କ ଶେଷ ପ୍ରୟାଶ । ସୁପ୍ରିମ୍‌କୋର୍ଟରେ ଆଜି ଦୋଷୀ ବିନୟ ଓ ମୁକେଶର କ୍ୟୁରେଟିଭ ପିଟିସନର ଶୁଣାଣି କରାଯିବ ।

ଗତ ୯ ତାରିଖରେ ଏହି ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ସେପଟେ  ଆଉ ମାତ୍ର ୭ ଦିନ ପରେ ଫାଶୀରେ ଝୁଲିବେ ୪ ନିର୍ଭୟା ଦୋଷୀ ।  ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ତିହାର ଜେଲ୍‌ କର୍ତ୍ତୃପକ୍ଷ । ମକ୍‌ ହ୍ୟ।ଙ୍ଗିଙ୍ଗ୍‌ କରିଛନ୍ତି  ଜେଲ୍‌ କର୍ତ୍ତୃପକ୍ଷ ।

ଏଥିପାଇଁ ଦୋଷୀ ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଠାକୁର ଓ ପବନ ଗୁପ୍ତାର ବେକ ସହ ଉଚ୍ଚତା ଏବଂ ଓଜନ ମାପ ନିଆଯାଇଥିଲା । ଏହାପରେ ସମସ୍ତ ଦୋଷୀଙ୍କ ଡମି ନିର୍ମାଣ କରି ଫାଶୀରେ ଝୁଲା ଯାଇଥିଲା ।

ମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କୁ ପିନ୍ଧିବାକୁ ପଡ଼ିବ ନିର୍ଦ୍ଧିଷ୍ଟ ଡ୍ରେସ୍‌ କୋଡ୍‌

ବାରାଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ କାଶୀବିଶ୍ୱନାଥ ମନ୍ଦିରରେ ଦର୍ଶନ ପାଇଁ ଏବେ ଡ୍ରେସ୍‌ କୋଡ୍‌ ଲାଗୁ କରାଯାଇଛି । ମନ୍ଦିରରେ ଡ୍ରେସ୍‌ କୋଡ୍‌ ଲାଗୁ ହେଲେ ଭକ୍ତ ମାନେ ନିଜ ମନ ପସନ୍ଦର ପୋଷାକ ପିନ୍ଧି ଦର୍ଶନ ପାଇଁ ଯାଇ ପାରିବେ ନାହିଁ ।

ଅର୍ଥାତ ବାବା କାଶୀବିଶ୍ୱନାଥଙ୍କୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ପୋଷାକ ପିନ୍ଧିବାକୁ ପଡିବ । ମାତ୍ର ଏହି ବ୍ୟବସ୍ଥା ସ୍ପର୍ଶ ଦର୍ଶନ ପାଇଁ ଲାଗୁ ହେବ । ଅନ୍ୟ ଦର୍ଶନ ବ୍ୟବସ୍ଥା ପୂର୍ବ ଭଳି ଲାଗୁ ରହିବ ।

ନୁଆ ବ୍ୟବସ୍ଥା ଅନୁଯାୟୀ ମହିଳାଙ୍କ ପାଇଁ ଶାଢୀ ଓ ପୁରୁଷଙ୍କ ପାଇଁ ଧୋତୀ କୁର୍ତ୍ତା ପିନ୍ଧିବାକୁ ବାଧ୍ୟତା ମୁଳକ କରାଯାଇଛି । ଜିନ୍ସ, ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ଲୋକେ ଏଥିରୁ ଦୁରେଇ ରହିବେ ।

ସ୍ୱର୍ଗତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଥିଲେ ଜଣେ ସଫଳ ବ୍ୟକ୍ତିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱର୍ଗତରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ । ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରରେ ସେ ସଫଳତାର ସହିତ ତାଙ୍କର ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ଶ୍ରଦ୍ଧା ଓ ଆଦର ଲାଭ କରିପାରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ଗଞ୍ଜାମ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ତତ୍ତୁଲ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୧ ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ ଆହୁରି କହିଥିଲେ ଯେ, ଜଣେ ସ୍ୱଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଭାବରେ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ବଞ୍ଚି ରହିବେ । ତାଙ୍କର କାର୍ଯ୍ୟଧାରା, ଆଦର୍ଶ, ପ୍ରତିବଦ୍ଧତା ଏବଂ ଓଡ଼ିଶା ମାଟି ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ରାଜା ବାହାଦୂରଙ୍କ ପ୍ରତି ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜ ପରିବାର ଅବଦାନ ଉପରେ ଆଲୋକପାତ କରିବା ସହିତ ସ୍ୱର୍ଗତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ବିକାଶ ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ଅଭିଭାଷଣରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ବିକାଶ କ୍ଷେତ୍ରରେ ରାଜା ବାହାଦୂରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ତାଙ୍କ ଅଭିଭାଷଣରେ ରାଜା ବାହାଦୂରଙ୍କର ଦୂରଦୃଷ୍ଟି ଓ ଦେଶଭକ୍ତି ଉତ୍ତରପିଢ଼ିକୁ ଅନୁପ୍ରାଣିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ତାଙ୍କ ଭାଷଣରେ ରାଜା ବାହାଦୂରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ସଞ୍ଜୟ ସିଂ ତାଙ୍କ ସ୍ୱାଗତ ଭାଷଣରେ ବିଭିନ୍ନ କ୍ଷେତ୍ରରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ମହେଶ୍ୱର ବରାଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।