spot_img
Home Blog Page 78

ବଦଳୁଛି ରାୟଗଡ଼ା ଜିଲ୍ଲାର ଭାଗ୍ୟ। ଦୃତ ଗତିରେ ଆଗେଇ ଚାଲିଛି ବିକାଶ।

ରାୟଗଡ଼ା : ବଦଳୁଛି ରାୟଗଡ଼ା ଜିଲ୍ଲାର ଭାଗ୍ୟ। ଦୃତ ଗତିରେ ଆଗେଇ ଚାଲିଛି ବିକାଶ। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ। ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତାକୁ ୩୪ ବର୍ଷ ବିତିବା ସହ ବ୍ୟାପକ ବିକାଶ ହୋଇପାରିଛି। ପୂର୍ବ ସରକାର ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଥିଲା।  ରାୟଗଡ଼ା ଉପଖଣ୍ଡ ଡାକ୍ତରଖାନାକୁ ୮ ମହଲା ବିଶିଷ୍ଟକୋଠା ସାଙ୍ଗକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗାଁକୁ ପକ୍କା ରାସ୍ତା ସଂଯୋଗ ସମ୍ଭବ ହୋଇପାରିଛି । ବିଜୁ ସେତୁନାମରେ ଝଞ୍ଜାବତୀ, ନାଗାବଳୀ ଓ ବଂଶଧାରା ନଦୀ ଉପରେ ପୋଲ ନିର୍ମାଣ ହେବା ଫଳରେ ଗମନାଗମନ ବେଶ୍ ସୁଗମ ହୋଇଛି। ନୂତନ ରେଳ ଡିଭିଜନ ପ୍ରତିଷ୍ଠା ଏବଂ ପରିମଳ ବ୍ୟବସ୍ଥାରେ ଆଶାତୀତ ପରିବର୍ତ୍ତନ ଘଟିଛି।

ଶିକ୍ଷା କ୍ଷେତ୍ରରେ ମଧ୍ୟ ରାୟଗଡ଼ା ନୂଆ ପରିଚୟ ସୃଷ୍ଟି କରିଛି। ମଡନ ଡିଗ୍ରୀ କଲେଜ , ସ୍ୱୟଂଶାସିତ ମହାବିଦ୍ୟାଳୟ ,ଇଞ୍ଜିନୟରିଂ କଲେଜ, ନର୍ସିଂ କଲେଜ ଏବଂ ଏଚ୍ପି ଗ୍ୟାସ ରିଫିଲିଂ ସେଣ୍ଟର ପ୍ରତିଷ୍ଠା ଦ୍ୱାରା ଅଞ୍ଚଳରେ ଶିକ୍ଷା ଓ ରୋଜଗାରର ନୂତନ ଦିଗ ଉନ୍ମୋଚିତ ହୋଇଛି। ଏବେ ହାତପାହାନ୍ତାରେ ଉଚ୍ଚଶିକ୍ଷା ମିଳିପାରୁଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଠାକୁ ଆସି ପାଠ ପଢୁଛନ୍ତି। ଅନ୍ୟପଟେ ଶିଳ୍ପ କ୍ଷେତ୍ରରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ହେବା ସହ ଆଦିତ୍ୟ ବିର୍ଲା- ଆଲୁମିନିୟମ ରିଫାଇନାରୀର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପ୍ରଚୁର ଖଣିଜ ସମ୍ପଦର ସଠିକ୍ ଉପଯୋଗ ଦ୍ୱାରା ଜିଲ୍ଲା ଏବେ ବିକାଶର ଶିଖର ଛୁଇଁବାକୁ ଯାଉଛି।

ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଆଜି ରାୟଗଡ଼ା ଜିଲ୍ଲା ବିକାଶ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।

 

ଅବହେଳିତ କୋଣାର୍କ ଅର୍ବାନ ହାଟ

କୋଣାର୍କ  : ଅବହେଳିତ କୋଣାର୍କ ଅର୍ବାନ ହାଟ। ତାଲା ବନ୍ଦ ଅର୍ବାନ ହାଟ ଭିତରେ କାନ୍ଦୁଛି କଳା । ହାଟରେ ତାଲା, ରାସ୍ତା କଡରେ ଶିଳ୍ପୀ । ପୂର୍ବ ସରକାରଙ୍କ ଭିଜନରେ ନିର୍ମାଣ ହୋଇଥିବା ବଡ଼ ବ୍ୟବସାୟୀ ପେଣ୍ଠସ୍ଥଳୀ ଏବେ ଧ୍ବଂସସ୍ତୁପ ପାଲଟିଲାଣି।  ଭାଙ୍ଗିରୁଜି ଗଲାଣି ଶିଳ୍ପୀଙ୍କ ହାତ ତିଆରି ମୂର୍ତ୍ତି। ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ପ୍ରସିଦ୍ଧ ବାଦ୍ୟ ନିର୍ଝରିଣୀ। ଏହି ବାଦ୍ୟ ନିର୍ଝରିଣୀ ଅର୍ବାନ ହାଟ କମ୍ପ୍ଲେକ୍ସକୁ ୨୦୧୩ରେ ପୂର୍ବ ସରକାର ଉନ୍ମୋଚନ କରିଥିଲେ। ସେତେବେଳେ ଏହା କୋଣାର୍କର କଳା ଓ ପର୍ଯ୍ୟଟନର ନୂଆ ପରିଚୟ ହେବ ବୋଲି ଆଶା କରାଯାଇଥିଲା।  କିନ୍ତୁ ସରକାର ବଦଳିବା ପରେ ଉନ୍ନୟନ କେବଳ ଫାଇଲରେ ଚାଲିଛି।

କୋଣାର୍କ ଅର୍ବାନ ହାଟରେ ଝୁଲୁଛି ତାଲା।  ହାଟ ପରିସରରେ ନାହିଁ ପିଇବା ପାଣି, ନାହିଁ ଲାଇଟ। ପରିଷ୍କାର ନାହିଁ ପରିସର। ଟେରାକୋଟା ସାମଗ୍ରୀ ବର୍ଷାରେ ଭିଜି ନଷ୍ଟ ହେଲାଣି । ଅନା ବନା ଗଛରେ ଜଙ୍ଗଲ ହେଲାଣି ପରିସର । କୋଟି ଟଙ୍କାର କୋଠା ଭୂତ ବଙ୍ଗଳା ପାଲଟିଛି । ଯେଉଁଠି ଦିନେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦର ସ୍ଥାନ ଥିଲା ଆଜି ତାହା ନିରବ ହୋଇ ପଡିଛି ।

ଏହି ହାଟ ବଞ୍ଚିଲେ ହିଁ କୋଣାର୍କର ପଥର ଓ ଟେରାକୋଟା କଳା ବଞ୍ଚିବ। ନହେଲେ ଯେଉଁ କଳାକୁ ଦେଖିବାକୁ ବିଦେଶୀ ଆସୁଛି, ସେହି କଳା ଏହି ତାଲା ବନ୍ଦ ହାଟ ଭିତରେ ହିଁ ଦମ ଛାଡିଦେବ।

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଘରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ

ବିଞ୍ଝାରପୁର : ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଘରେ ଗଢ଼ା ଚାଲିଛି ପିଲାଙ୍କ ଭବିଷ୍ୟତ । ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯାଜପୁର ବିଞ୍ଝାରପୁରରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଅଜିମାବାଦ ପ୍ରାଥମିକ ବିଦ୍ୟାଳୟର ନାହିଁ ନିଜସ୍ବ ଗୃହ। କେତେବେଳେ କାହା ବାରଣ୍ଡା ତ ପୁଣି କେତେବେଳେ ଭଙ୍ଗା ଡାକବଙ୍ଗଳାରେ ପାଠ ପଢୁଛନ୍ତି ପିଲା । ଏଠାରେ ଶିଶୁ ବଟିକା ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ଗୃହ ନଥିବାରୁ ନାହିଁନଥିବା ହଇରାଣ ହେଉଛନ୍ତି । ଗୋଟିଏ ଆଜବେଷ୍ଟସ ଘରେ ପାଠପଢ଼ା ସହ ମଧ୍ୟାହ୍ନ ଭୋଜନ, ଅଫିସ କାର୍ଯ୍ୟ ମଧ୍ୟ କରାଯାଉଛି ।

ଖରସ୍ରୋତା ନଦୀ ନିକଟ କାଣ୍ଡିଆରେ ୧୯୮୯ ମସିହାରେ ନିର୍ମାଣ ହୋଇଥିଲା ସ୍କୁଲ। ୧୯୯୯ ମହାବାତ୍ୟାରେ ଖରସ୍ରୋତା ନଦୀ ଗର୍ଭରେ ଲୀନ ହେବା ପରେ ଜଳସମ୍ପଦ ବିଭାଗର ଏକ ପୁରୁଣା ଡ଼ାକବଙ୍ଗଳାରେ  ଚାଲିଛି ସ୍କୁଲ। ପୁରୁଣା ନୂଆଣିଆ ଆଜବେଷ୍ଟସ ଘରେ ବିପଦ ସଂକୁଳ ଅବସ୍ଥାରେ ପଢ଼ୁଛନ୍ତି କୁନି କୁନି ପିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନ ନିରୂପଣ ହୋଇନଥିବାରୁ ସ୍କୁଲ ଗୃହ ମଧ୍ୟ ନିର୍ମାଣ ହୋଇପାରିନାହିଁ । ସେପଟେ ଯଥାଶୀଘ୍ର ଜାଗା ଚି଼ହ୍ନଟ କରାଯାଇ ସ୍କୁଲ ଗୃହ ନିର୍ମାଣ କରାଯିବ ବୋଲି ବିଇଓ କହିଛନ୍ତି |

ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ ନିର୍ମାଣ ସହ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ଦାବି ହୋଇଛି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓଙ୍କ ଉପରେ ସରକାରଙ୍କ ବଡ଼ ଆକ୍ସନ୍

ଚାନ୍ଦବାଲି :ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡିଓଙ୍କ ଉପରେ ସରକାରଙ୍କ ବଡ଼ ଆକ୍ସନ୍। ନିଲମ୍ବିତ ହେଲେ ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ଜାରି ହୋଇଛି ଏହି ନିଲମ୍ବନ ଆଦେଶ। ଆଦେଶ ଅନୁସାରେ, ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ ତଦନ୍ତ ଚାଲିଥିବାରୁ ଓଡ଼ିଶା ସିଭିଲ୍ ସର୍ଭିସେସ୍‌ CCA ନିୟମ ଅନୁଯାୟୀ ତାଙ୍କୁ ତତ୍କାଳ ପ୍ରଭାବରେ ନିଲମ୍ବନ କରାଯାଇଛି। ସେହିପରି PR & DW ବିଭାଗରୁ ତାଙ୍କ ସେବା ପ୍ରତ୍ୟାହାର କରାଯାଇଛି। ନିଲମ୍ବନ ସମୟରେ ଭଦ୍ରକ କଲେକ୍ଟରେଟ୍‌ ରହିବ ତାଙ୍କ ମୁଖ୍ୟାଳୟ। କଲେକ୍ଟରଙ୍କ ପୂର୍ବ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ନିୟମ ଅନୁସାରେ ତାଙ୍କୁ ମିଳିବ ନିଲମ୍ବନକାଳୀନ ଭତ୍ତା। ବଡ଼ କଥା ହେଉଛି—ନିଲମ୍ବନ ଆଦେଶରେ ନିର୍ଦ୍ଦିଷ୍ଟ ଅଭିଯୋଗ କିମ୍ବା କାରଣ ଉଲ୍ଲେଖ ନାହିଁ। କେବଳ ବିଭାଗୀୟ ଶୃଙ୍ଖଳାଗତ ପ୍ରକ୍ରିୟା ଚାଲିଥିବା ଦର୍ଶାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଜାରି ।

ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ପାଇଁ ଦାବିକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ପାଇଁ ଦାବିକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।  ଦଶରଥପୁର ବ୍ଲକ ର ତରପଦା, କସପା, ଛଛିଣା, ମଲ୍ଲିକାପୁର ଓ ଦଶରଥପୁର ପଞ୍ଚାୟତ ସମିତି ର ମୋଟ ୧୯ ଗୋଟି ପଞ୍ଚାୟତ, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ସଂସ୍ଥା ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ବିପନ୍ନ ଙ୍କ ଦୁଃଖ ଦୂର ହୋଇପାରିନି। ଏହାର ପ୍ରତିବାଦ କରି ଆଜି ବନ୍ୟା ବିପନ୍ନ ମାନଙ୍କ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଦଳୀୟ ଭିତରେ ରିଲିଫ ବଣ୍ଟନ, ମୁଖ୍ୟମନ୍ତ୍ରୀ ରିଲିଫ ହଡପ,ଭଲ ଭାବେ ତୁରନ୍ତ ଘାଇ ବନ୍ଦ କରିବା, ଘର ଭଙ୍ଗା ତଦନ୍ତ କରି ସହାୟତା ପ୍ରଦାନ କରିବା,କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରିବା, ଅହିୟାସ ବଜାର ର ୪୦୦ ବ୍ୟବସାୟୀ ମାନଙ୍କର କ୍ଷୟକ୍ଷତି ପ୍ରଦାନ କରିବା,ବିଭିନ୍ନ ରାସ୍ତା ମରାମତି କରିବା ଆଦି ଦାବି ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଦାବି ପୂରଣ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

ଭାରତୀୟ ଷ୍ଟକ୍ ମାର୍କେଟରେ ଭୟଙ୍କର ଧସ୍: ନିବେଶକଙ୍କ ମଧ୍ୟରେ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଷ୍ଟକ ମାର୍କେଟରେ ବ୍ଲଡବାଥ। ସେନସେକ୍ଟ ୧ ହଜାର ପଏଣ୍ଟ ଓ ନିଫ୍ଟି ୧.୬୦ ପ୍ରତିଶତ ଖସିବା ଯୋଗୁ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ। ବିଏସଇ ୧.୦୫୨ ପଏଣ୍ଟ ହ୍ରାସ ହୋଇ ୭୧ ହଜାର ୪୨୮ରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୩୬୬.୩୦ ପଏଣ୍ଟ ଖସି ୨୨ ହଜାର ୨୫୪ରେ ପହଞ୍ଚିଥିଲା। ଉଭୟ ବିଏସଇ ଓ ନିଫ୍ଟିରେ ଏହି ଘାଟା ଯୋଗୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଫରେନ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର ବା FII ଗୁଡିକ ପ୍ରାୟ ୧୦ ହଜାର ୧୪୮ କୋଟି ଟଙ୍କାର ଭାରତୀୟ ଇକ୍ୟୁଟି ବିକିଦେବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଥିଲା ଦିନକରେ ସବୁଠାରୁ ବଡ଼ ସେଲ ଆଉଟ। ଗୋଟିଏ ଦିନରେ ବିଦେଶୀ ନିବେଶକ ପ୍ରାୟ ୩.୬ ବିଲିୟନ ଡଲାର ବିକ୍ରି କରିଥିବା ସୂଚନା ମିଳିଛି। ସେହିପରି ଆମେରିକୀୟ ଟ୍ରେଜେରୀ ୟିଲ୍ଡ ବୃଦ୍ଧି ଯୋଗୁ ଏହି ସଙ୍କଟ ଦେଖା ଦେଇଥିଲା। ତୃତୀୟ କାରଣ ହେଲା ଡଲାର ତୁଳନାରେ ଟଙ୍କା ହ୍ରାସ। ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୯୫ ଟଙ୍କା ୯୬ ପଇସା ହେବା ଯୋଗୁ ଷ୍ଟକ ମାର୍କେଟ ଉପରେ ଏହାର ପ୍ରଭାବ ପଡିଛି। ସେହିପରି ଅଟୋ ବଜାରରେ ବିକ୍ରି ହ୍ରାସ ଷ୍ଟକ ମାର୍କେଟ କ୍ରାସର ଥିଲା ପ୍ରମୁଖ କାରଣ।

 

‘ଶନିବାର ବି ବ୍ୟାଙ୍କ ଛୁଟି : ଗୁଜବ

ନନ୍ଦିଘୋଷ ବ୍ୟୁରୋ : ଏଣିକି ରବିବାର ଭଳି ଶନିବାର ବି ବ୍ୟାଙ୍କ ବନ୍ଦ । ସପ୍ତାହର ସବୁ ଶନିବାର ଏବେ ଛୁଟି ରହିବ ବ୍ୟାଙ୍କ । କିଛି ଏଭଳି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛି ଦିନ ଧରି ବ୍ୟାଙ୍କିଙ୍କ ସେକ୍ଟରକୁ ନେଇ ଏହି ଖବର ଫୋନରୁ ଫୋନକୁ ଘୁରି ବୁଲୁଛି । ଏକ କଥିତ ଗେଜେଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଏବେ ପ୍ରତି ଶନିବାର ବନ୍ଦ ରହିବ । ଆଉ ଏହି ଖବର ଏବେ ଗ୍ରାହକଙ୍କ ଭିତରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ଯାହା ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି । ହେଲେ କହିରଖୁଛୁ ଦର୍ଶକ ବନ୍ଧୁ ଯେ, ଏଭଳି ଖବର ଉପରେ ଆପଣ ବିଶ୍ବାସ କଲେ ହଇରାଣରେ ପଡିପାରନ୍ତି ।  କାରଣ ଏହି ଖବରର କୌଣସି ସତ୍ୟାସତ୍ୟ ନାହିଁ । ଏହା ସମ୍ପୁର୍ଣ୍ଣ ରୂପେ ମିଥ୍ୟା । ଯେତେବବେଳେ ସରକାରୀ ସ୍ତରରେ ଏହାର ଗଭୀର ଯାଞ୍ଚ କରାଗଲା, ସେତେବେଳେ ଏହାର ସତ ସାମ୍ନାକୁ ଆସିଥିଲା ।  ଆଉ ଜଣାପଡିଥିଲା ଯେ, ଭାଇରାଲ ହେଉଥିବା ଦସ୍ତାବିଜଟି ନକଲି ବୋଲି । ଏହାକୁ ସମସ୍ତେ ଏଥିପାଇଁ ବିଶ୍ବାସ କରୁଥିଲେ, କାରଣ ଏହା ପ୍ରକୃତ ସରକାରୀ ନିର୍ଦ୍ଦେଶ ପରି ମନେ ହେଉଥିଲା ।  ଯାହା କେନ୍ଦ୍ର ସରକାର ଏବଂ ଅର୍ଥ ମନ୍ତ୍ରଣାଳୟ ନାମରେ ଜାରି କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଏସବିଆଇ ସହିତ ଦେଶର ଅନ୍ୟ ସମସ୍ତ ସରକାରୀ ବ୍ୟାଙ୍କ ଏବେ ଶନିବାର ଦିନ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏହାକୁ ସାଧାରଣ ଛୁଟି ବୋଲି ଘୋଷଣା କରାଯିବ । ଆଉ ଲୋକମାନେ ବି ଏହାକୁ ସତ ଭାବି ସେୟାର କରିଚାଲିଲେ ।

ଏହି ଭ୍ରାମକ ସୂଚନା ସରକାରଙ୍କ ନଜରରେ ଆସିବା ପରେ ସରକାରଙ୍କ ପକ୍ଷରୁ ସୁରନ୍ତ ଆକ୍ସନ ନିଆଯାଇଛି । ଭାରତ ସରକାରଙ୍କ ପ୍ରେସ ଇନଫର୍ମେସନ ବ୍ୟୁରୋର ଫ୍ୟାକ୍ଟ ଚେକ୍ ଟିମ ଏହି ଭାଇରାଲ ଦସ୍ତାବିଜର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ସ୍ପଷ୍ଟ କରିଥିଲା ଯେ,ଏହା ପୂରା ମିଥ୍ୟା ଏବଂ ଏକ ଗୁଜବ । ସରକାର ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କୌଣସି ଗେଜେଟ ଜାରି କରାଯାଇନାହିଁ । ତେବେ ବ୍ୟାଙ୍କିଙ୍କ ଗାଇଡଲାଇନ୍ ଅନୁସାରେ ଶନିବାର ବ୍ୟାଙ୍କ ଛୁଟି ନଥାଏ । ଦେଶର ସବୁ ବ୍ୟାଙ୍କ କେବଳ ମାସର ଚତୁର୍ଥ ଶନିବାର ହିଁ ଛୁଟି ରହିଥାଏ । ତେଣୁ ସୋସିଆଲ ମିଡିଆାରେ କୌଣସି ଖବର ସେୟାର କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଭଲ ଭାବେ ଯାଂଚ କରନ୍ତୁ ଏବଂ ତାପରେ ହିଁ ସେୟାର କରନ୍ତୁ ।

ଏସୀୟ କ୍ରୀଡ଼ା କ୍ରିକେଟ ଫାଇନାଲରେ ଭାରତ

ନନ୍ଦିଘୋଷ ବ୍ୟୁରୋ : ଏସୀୟ କ୍ରୀଡ଼ା ୨୦୨୬ରୁ ଆସିଛି ବଡ଼ ଖବର। ଫାଇନାଲରେ ଭାରତ। ହାଇ-ଭୋଲଟେଜ୍ ସେମିଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶ୍ରୀଲଙ୍କାକୁ ୧୨୪ ରନ୍‌ର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଦଳ। ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଆରମ୍ଭରୁ ଝୁଣ୍ଟିଥିଲା। ଅଭିଷେକ ଶର୍ମା ୭ ରନ୍, ସଞ୍ଜୁ ସାମସନ ୭, ବୈଭବ ସୂର୍ଯ୍ୟବଂଶୀ ୨୧ ବଲ୍‌ରୁ ୩୮ ରନ୍‌ କରିଥିଲେ। ଇଶାନ କିଶନ ମାତ୍ର ୪୬ଟି ବଲ୍‌ର ସାମ୍ନା କରି ୫ଟି ଚମତ୍କାର ଛକା ଓ ୪ଟି ଚୌକା ସହାୟତାରେ ୮୦ ରନ୍‌ର  ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତୀୟ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୯ ରନ୍‌ କରିଥିଲା। ୧୭୦ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ମାତ୍ର ୯.୫ ଓଭରରେ କେବଳ ୪୫ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା।ବୁମରା ୭ ରନ୍ ଦେଇ ୨ଟି, ଅକ୍ଷର ପଟେଲ ୮ ରନ୍ ଦେଇ ୨ଟି ଏବଂ ଅଭିଷେକ ଶର୍ମା ମଧ୍ୟ ମାତ୍ର ୫ଟି ବଲ୍ ବୋଲିଂ କରି ୨ ରନ୍ ଦେଇ ୨ଟି ୱିକେଟ୍ ଅକ୍ତିଆର କରିଥିଲେ। ଏହି  ବିଜୟ ସହ ଭାରତୀୟ ପୁରୁଷ କ୍ରିକେଟ ଦଳ ଏସୀୟ କ୍ରୀଡ଼ାର ଫାଇନାଲ୍‌ରେ ପ୍ରବେଶ କରି ସ୍ୱର୍ଣ୍ଣ ପଦକ ପାଇଁ ଦାବିଦାର ହୋଇଛି। ଫାଇନାଲ୍ ମ୍ୟାଚ୍‌ରେ ଭାରତର ମୁକାବିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ।

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ, ବୟସ୍କଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା

ପୁରୀ : ଦିବ୍ୟାଙ୍ଗ ଓ ବୟସ୍କ ଶ୍ରଦ୍ଧାଳୁ ଯେଉଁ ଶ୍ରୀମନ୍ଦିରରେ ଠିକରେ ଦର୍ଶନ କରିପାରିବେ, ସେଥିପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା। ଉତ୍ତର ଦ୍ଵାରରେ ଲାଗିଲାଣି ରାମ୍ପ ଓ ରେଲିଂ। ତା କହିତ ସେମାନଙ୍କୁ ସହାୟତା କରିବାକୁ ନିୟୋଜିତ ହେବେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ। ସେମାନେ ନାଟମଣ୍ଡପ କିମ୍ବା ଜଗମୋହନ ପର୍ଯ୍ୟନ୍ତ ଭକ୍ତଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବେ।  ଭିନ୍ନକ୍ଷମ ଏବଂ ବୟସାଧିକ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ସ୍ୱତନ୍ତ୍ର ମୋବାଇଲ ଆପ୍ଲିକେସନ୍। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ମଧ୍ୟ ହ୍ଵିଲ ଚେୟାର ଓ ରାମ୍ପ ବ୍ୟବସ୍ଥା। ଏହି ସୂଚା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ। ପ୍ରାରମ୍ଭିକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅନଲାଇନ୍ ତଥା ମୋବାଇଲ ଆପ୍ଲିକେସନ୍ ଜରିଆରେ ବର୍ତ୍ତମାନ ପାଇଁ ଦୈନିକ ୫୦ ଜଣ ଦିବ୍ୟାଙ୍ଗ ଏବଂ ବୟସ୍କ ଭକ୍ତ ଏହି ସୁବିଧା ପାଇପାରିବେ। ଭାରତୀୟ ରେଡ୍ କ୍ରସ ସୋସାଇଟି ଏବଂ ସେଣ୍ଟ ଜନ୍ ଆମ୍ବୁଲାନ୍ସ ସ୍ବେଚ୍ଛାସେବୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବୈଠକରେ ଆଲୋଚନା ହୋଇଛି। …

ଜମା ଖାତାରୁ ଆପେ ଆପେ ଟଙ୍କା ଗାଏଭ!

ବାସୁଦେବପୁର : ଜମାକାରୀ ଜାଣିପାରୁ ନାହାନ୍ତି। ଜମା ଖାତାରୁ ଆପେ ଆପେ ଟଙ୍କା ଗାଏବ। ହଜାରେ ଦୁଇ ହଜାର ନୁହଁ, ଲକ୍ଷ ଲକ୍ଷ ଟଙ୍କା ଗାଏବ। ଏହି ଅଭିଯୋଗ ଆସିଛି ଭଦ୍ରକ ବାସୁଦେବପୁର ପଢୁଆଁ ସୋସାଇଟିରୁ । ଖୋଦ ସୋସାଇଟିର ବୋର୍ଡ ଅଫ୍ ଡିରେକ୍ଟର ବଂଶୀଧର ଦାସଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇଛି।  ବାଲେଶ୍ଵର- ଭଦ୍ରକ କୋ ଅପରେଟିଭ ବ୍ୟାଙ୍କ ବାସୁଦେବପୁର ଶାଖାର ମ୍ୟାନେଜରଙ୍କଠାରୁ ଆରମ୍ଭ କରି DRCS ପର୍ଯ୍ୟନ୍ତ ସବୁଠି ଅଭିଯୋଗ ସେ କରିଛନ୍ତି । କେବଳ ବଂଶୀଧର ଏକା ନୁହଁନ୍ତି । ଏମିତି ବହୁ ଅଭିଯୋଗ ଆସିଛି ।ଡିରେକ୍ଚର ବଂଶୀଧର ଦାସ ସେବା ସମବାୟ ସମିତିର ୨୦୧୬ ମସିହା ମାର୍ଚ୍ଚ  ମାସରେ ଖାତା ନମ୍ବର ୧୨୫୨ ଏକ ଜମାଖାତା ଖୋଲିଥିଲେ। ସେହି ଦିନଠାରୁ ଅର୍ଥ କାରବାର କରି ଆସୁଥିଲେ । ଜୁଲାଇ  ୧୦ ତାରିଖରେ ୧ ଲକ୍ଷ ୨୦ ଉଠାଇ ଥିଲେ । ଆହୁରି ଲକ୍ଷାଧିକ ଟଙ୍କା ଥିଲା। ୨୩ ସେପ୍ଟେମ୍ବର (ବୁଧବାର) ସୋସାଇଟିରକୁ ଟଙ୍କା ଉଠାଇବାକୁ ଯାଇ ଥିବା ବେଳେ ଜମା ଖାତାରୁ ଟଙ୍କା ଗାଏବ ହୋଇ ଯାଇଛି । ପାସ ବୁକ୍ ରେ  ଲେଖା ଅଛି । ହେଲେ ସୋସାଇଟି ଲେଜର ଟଙ୍କା ନଥିବାର କହି କର୍ମଚାରୀ ଫେରାଇ ଦେଇଥିଲେ । ପଢୁଆଁ ସୋସାଇଟିର ସମ୍ପାଦକ ନିକଟରେ ଆତ୍ମହତ୍ୟା କରିଛନ୍ତି । ଏହାର ସୁଯୋଗ ନେଇ  କିଛି କର୍ମଚାରୀ ଜମାକାରୀଙ୍କ ଖାତାରୁ ଅର୍ଥ ଲୁଟ କରିଥିବାର ଅଭିଯୋଗ ହେଉଛି । …