spot_img
Home Blog Page 87

ବନ୍ୟା ଘେରରେ ଶେଷଯାତ୍ରା, ଡଙ୍ଗା ହେଲା ଭରସା

ନନ୍ଦିଘୋଷ ବ୍ୟୁରୋ : ଓଡ୍ରାଫ୍ ଡଙ୍ଗାରେ ଅନ୍ତିମ ସଂସ୍କାର ପାଇଁ ଗଲା ଶବ । ସୁବର୍ଣ୍ଣରେଖାର ବନ୍ୟାରେ ଆସିଲା ହୃଦୟ ବିଦାରକ ଦୃଶ୍ୟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଖରିଦିପିପଳ ପଞ୍ଚାୟତ ନୂଆସାହି ଗାଁର ଵିମ୍ବାଧର ବେହେରା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ତାଙ୍କର ଆକସ୍ମିକ ମୃତ୍ୟୁ ପରେ ଶବଦାହ କିପରି ହେବ ତାକୁ ନେଇ ଚିନ୍ତା ବଢିଥିଲା । ଏହି ସମୟରେ ଖବର ପାଇ ମୃତକଙ୍କ ପରିବାର ପାଖରେ ପହଞ୍ଚିଥିଲା ଓଡ୍ରାଫ୍ ଟିମ୍ । ବନ୍ୟା ପାଣିରେ ଓଡ୍ରାଫ ଡଙ୍ଗାରେ ମୃତଦେହ ଆଣି ସୁବର୍ଣ୍ଣରେଖାର ନଦୀ ପଠାର ଏକ ଉଚ୍ଚ ସ୍ଥାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ  ।

ଗେଷ୍ଟ ହାଉସରେ ଗଣଦୁଷ୍କର୍ମ! ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳ ହୋଇଥିବା ସୂଚନା । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱର ଡେ଼ଲ୍ଟା ସ୍କୋୟାର ସ୍ଥିତ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ । ପରେ  ନିମାପଡା ଗେଷ୍ଟ ହାଉସରେ ଯୋଗ ଦେଇଥିଲେ । ଗତ ୮ ତାରିଖରେ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜ ଓରଫ ରାଜେନ୍ଦ୍ର ସ୍ୱାଇଁ, ସୁଶାନ୍ତ, ଅକ୍ଷୟ ନାହାକ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ସେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଖଣ୍ଡଗିରି ଥାନା ଅଭିଯୋଗକୁ ନିମାପଡା ଥାନାକୁ ହସ୍ତାନ୍ତର କରିଥିଲା । ନିମାପଡା ଥାନା ଏକ ମାମଲା ରୁଜୁ କରିବା ସହିତ ୨ ଜଣଙ୍କୁ ପିପିଲି ଅଞ୍ଚଳରୁ ଏବଂ ଦୁଇ ଜଣଙ୍କୁ ନିମାପଡା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତଙ୍କ ପରିବାରକୁ ଏକାଠି କାରି ନିମାପଡା ପୋଲିସ ଏବଂ ପିପିଲି ଅଞ୍ଚଳର କିଛି ବିଜେପି ନେତା ମାମଲାକୁ ରଫା ଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଘଟଣାଟି ଜଣାପଡିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଗେଷ୍ଟ ହାଉସ ଘେରିବା ସହିତ ନିମାପଡା ପୋଲିସ ବିରୋଧରେ ନାରାବାଜି କରିଥିଲେ ।

ହାଇଦ୍ରାବାଦରେ ଚଡ୍ଡି ଗ୍ୟାଙ୍ଗ ଆତଙ୍କ ! ଆପାର୍ଟମେଣ୍ଟରେ ପଶି ଲୁଟ୍, ମହିଳାଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଚଡ୍ଡି ଗ୍ୟାଙ୍ଗର ଚୋରମାନେ ହାଇଦ୍ରାବାଦରରେ ଆତଙ୍କ ସୃଷ୍ଟି କରିଛନ୍ତି । ହାଇଦ୍ରାବାଦ ମଣିକୋଣ୍ଡା ନେକନାମପୁର ଅଞ୍ଚଳରେ ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଫ୍ଲୋଟିଲା ଆପାର୍ଟମେଣ୍ଟରେ ଭୋର ସମୟରେ ଏକ ଦଳ ଦୁର୍ବୃତ୍ତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ଚୋରମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୩ଟା ୨୦ରେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟ ପରିସରରେ ପ୍ରବେଶ କରିଥିଲେ। ପରେ ସି-ବ୍ଲକ୍ର ସିଡ଼ି ଦେଇ ଏକ ଫ୍ଲାଟ୍ରେ ପ୍ରବେଶ କରି ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିଥିଲେ।

ଚୋରି କରିବା ସମୟରେ ଜଣେ ମହିଳା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଦୁର୍ବୃତ୍ତମାନେ ତାଙ୍କ ଉପରେ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଆପାର୍ଟମେଣ୍ଟରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜରେ ପ୍ରାୟ ୬ ଜଣ ବ୍ୟକ୍ତି ଆପାର୍ଟମେଣ୍ଟ ପରିସରରେ ଘୁରୁଥିବା ଦେଖାଯାଇଥିବା କୁହାଯାଇଛି। CCTV ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଘଟଣା ପରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। CCTV କ୍ୟାମେରା, ଆଲୋକୀକରଣ ଏବଂ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆପାର୍ଟମେଣ୍ଟ ଆସୋସିଏସନ୍ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ଚଡ୍ଡି ଗ୍ୟାଙ୍ଗ୍ ଦ୍ୱାରା କରାଯାଇଥିବା ସମ୍ପୂର୍ଣ୍ଣ ଚୋରି ସି-ବ୍ଲକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଚୋରି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚି ଘଟଣା ସହିତ ଜଡିତ ସମସ୍ତ ସୂଚନା ସଂଗ୍ରହ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି।

ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ୬ କିମି ଖଟିଆରେ ବୁହା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପୁଣି ୬ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନୁଆପଦର ଗାଁର ନଳିନୀ ମଳିକ କୌଣସି କାରଣ ବଶତଃ ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲାନି । ବାଧ୍ୟ ହୋଇ ପରିବାର ଲୋକେ ଖଟିଆରେ ଭାର କରି ମହିଳାଙ୍କୁ ଆଣିଥିଲେ । ସେଠାରୁ ଅଟୋ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଗୁମିକିଆ ପଞ୍ଚାୟତର ଗୁଡ୍ରିପାଙ୍ଗା, କାଞ୍ଜୁମାହା, ନୁଆପଦର ଭଳି ତିନୋଟି ଗାଁରେ ପ୍ରାୟ ୪୦ ପରିବାର ବସବାସ କରନ୍ତି । ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଫଳରେ ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି  ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ବର:“ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।”। ଆଜି ବିଜେପି ସେହି ମାଆ ମାଟି ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି । ୨୦୦୪ରେ ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଓରିସେଡ ଆଇନ ଆଣିଥିଲେ । ଏହା ବିରୋଧରେ ଖଣି ମାଲିକମାନେ ସୁପ୍ରିମକୋର୍ଟ ଗଲେ । ୨୦୨୪ରେ ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ନିଷ୍ପତ୍ତି ଦେଲେ । ନିଷ୍ପତ୍ତି ଅନୁସାରେ ଓଡ଼ିଶା ଏକ ଲକ୍ଷ କୋଟି ପାଇଥାନ୍ତା । ଋଣମୁକ୍ତ ହୋଇପାରିଥାନ୍ତା ଓଡ଼ିଶା । ରୋଜଗାର ମିଳିଥାନ୍ତା । ପେନସନ ମିଳିଥାନ୍ତା । ପେନସନ ହାର ବୃଦ୍ଧି ହୋଇପାରିଥାନ୍ତା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଚାଷୀଙ୍କୁ ଲାଭ ମିଳିଥାନ୍ତା । ଚାଷୀ ଋଣମୁକ୍ତ ହୋଇ ପାରିଥାନ୍ତା । ଜଳ ସେଚନ ପ୍ରକଳ୍ପ, ଅନ୍ତର୍ଜାତୀୟସ୍ତରର ସ୍କୁଲ, ମଧ୍ୟାହ୍ନ ସହ ପ୍ରାତଃଭୋଜନ, ମେଟ୍ରୋ ହୋଇ ପାରିଥାନ୍ତା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥାନ୍ତେ । ନିଜ ରାଜସ୍ୱ ନିଜ ରାଜ୍ୟରେ ଖର୍ଚ୍ଚ ହୋଇ ପାରିଥାନ୍ତା । ବର୍ଷ ବର୍ଷ ଧରି ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା ଓଡ଼ିଶା । ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଥାନ୍ତା । କଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଲେ ଏହାର ଜବାବ ଦିଅନ୍ତୁ । ଏପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲୋୟର ପିଏମଜିରୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ ବେଳେ ଏପରି ଟାର୍ଗେଟ କରିଛନ୍ତି ସୁଜାତା । ସେ କହିଛନ୍ତି, ନିଜ ପରିଶ୍ରମରେ ଅର୍ଥ ଆସିଥାନ୍ତା । ପରିବାର ଋଣମୁକ୍ତ ହୋଇଥାନ୍ତା । ହେଲେ ବିଜେପି କହିଲା ଆମ ପାଖରେ ଭଣ୍ଡାର ଅଛି ଯାହା ଦେବା କଥା ପଡୋଶୀଙ୍କୁ ଦିଅନ୍ତୁ । ଏ ମୁରବୀଙ୍କୁ କି ଦଣ୍ଡ ଦିଆଯିବ ଜବାବ ମାଗିଛନ୍ତି ସୁଜାତା । ବିଜେପି ଅନ୍ୟାୟ କରିଛି । ଖଣି ଟଙ୍କା କାହିଁକି ବିଜେପି ଫେରାଇଲା ? ଉଦ୍ଦେଶ୍ୟ କଣ ? ବିଜେପି ସାଂସଦ କହୁଛନ୍ତି, ଖଣି ରାଜସ୍ୱ ଯଥେଷ୍ଟ ମିଳୁଛି । ମିଛ କହୁଛନ୍ତି ବିଜେପି ନେତା ଓଡ଼ିଶାକୁ ଠକୁଛନ୍ତି ବିଜେପି ସରକାର । ନବୀନ ପଟ୍ଟନାୟକଙ୍କ କାମ ପାଇଁ ଖଣି ୫୦ ହଜାର କୋଟି ହୋଇଛି । କର୍ଣ୍ଣାଟକର ନୁହେଁ ଓଡ଼ିଶାର ଖଣି ରାଜସ୍ୱ ବଢିଥିବା ନିଜେ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି ଏହା ପ୍ରମାଣ ହୋଇଗଲା । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାର ନ ମିଳିଛି ସେପର୍ଯ୍ୟନ୍ତ ବିଜେଡି ଏହି ଲଢେଇ ଜାରି ରଖିବ । ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସୁଜାତା ।

ୟୁପିଆଇ ଶୁଣାଣି : କେନ୍ଦ୍ରକୁ ଜବାବ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୧୫ ତାରିଖରୁ ୨୦୦୦ ଟଙ୍କା ଓ ତଦୁର୍ଦ୍ଧ୍ବ ୟୁପିଆଇ କାରବାର ଉପରେ ଦାୟର ଏକ ରିଟ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ଭି.ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ଦ୍ବାରା ଦାୟର ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି କେଉଁ ଆଧାରରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟବସାୟୀଙ୍କ ଉପରେ ଏହି ଚାର୍ଜ ଲଗାଇବାକୁ ଘୋଷଣା କଲେ ? ଏହାର ଉତ୍ତର ରଖନ୍ତୁ କେନ୍ଦ୍ର ସରକାର। ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରମଣ ଜବାବ ରଖି କହିଥିଲେ ୯୬ ପ୍ରତିଶତ କାରବାରରେ ଏହି ବ୍ୟବସ୍ଥା ଲାଗିବନି । କିନ୍ତୁ ଅତ୍ୟାଶ୍ୟକ ସେବା ପାଇଁ ୨୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ କାରାବାର ଉପରେ ମାତ୍ର ୫ ଟଙ୍କା ଲାଗିବ । ଏହା କୌଣସି ଟିକସ କିମ୍ବା ଫି ନୁହେଁ । ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷ ଶୁଣିବା ପରେ ଜଷ୍ଟିସ ଜୟମାଲା ବାଗଚି କହିଥିଲେ ଯାହା ଆପଣ କହୁଛନ୍ତି ତାକୁ ସତ୍ୟପାଠ ଜରିଆରେ ଦାଖଲ କରନ୍ତୁ । ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଏହି ଅର୍ଥ କେନ୍ଦ୍ର ସରକାର ନେଉନାହାନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପେମେଣ୍ଟ ସୁବିଧା ଯୋଗାଉଥିବା ସଂସ୍ଥା ଓ ବ୍ୟାଙ୍କ ଖର୍ଚ୍ଚ ଭରଣା ପାଇଁ ଉପଯୋଗ କରାଯିବ । ଡେବିଟ ଓ କ୍ରେଡିଟ କାର୍ଡ କାରବାର ଉପରେ ଫି’ ଲାଗୁଛି । କିନ୍ତୁ ୟୁପିଆଇ କାରବାର ଉପରେ ଏବେ ଫି ଲାଗୁ ନାହିଁ । ସୂଚାରୁରୂପେ ୟୁପିଆଇ ଡିଜିଟାଲ କାରବାର ଚାଲିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି । ଜଷ୍ଟିସ ବାଗଚି କହିଥିଲେ ଆୟକର ଆଇନ ଧାରା ୨୯୬-SU ଅନୁଯାୟୀ ଗ୍ରାହକଙ୍କୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ବ୍ୟବସ୍ଥା ରହିଛି । ତାହେଲେ ଏହି ଆଇନର ବ୍ୟବସ୍ଥା କଣ ହେବ ? ଏ ନେଇ କେନ୍ଦ୍ର ସରକାରଙ୍କ ସମେତ ଆରବିଆଇ ଓ ୟୁପିଆଇ କାରବାର ସୁବିଧା ଯୋଗାଉଥିବା NPCIକୁ ମଧ୍ୟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାରଙ୍କ MDR ବ୍ୟବସ୍ଥା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ମହଙ୍ଗା ବଜାରର ଶିକାର କରିବ। ଏହି ଫି ବ୍ୟବସ୍ଥା ଲାଗୁହେଲେ ବ୍ୟବସାୟୀ ଏହି ଆର୍ଥିକ ବୋଝକୁ ବାଧ୍ୟ ହୋଇ ଗ୍ରାହକଙ୍କ ଉପରେ ଲଦିବେ।

MMDR ଆଇନ ବିରୋଧରେ ନବୀନଙ୍କ ରଣହୁଙ୍କାର, ସବୁ ଦଳକୁ ଏକାଠି ହେବାକୁ ଆହ୍ୱାନ

ନନ୍ଦିଘୋଷ ବ୍ୟୁରୋ : ଲୋୟର ପିଏମଜିରେ ନବୀନଙ୍କ ରଣହୁଙ୍କାର। ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ସମସ୍ତ ରାଜନୈତିକ ଦଳଙ୍କୁ ଏକାଠି ହୋଇ ଲଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ସାଢ଼େ ଚାରି କୋଟି ଓଡ଼ିଆଙ୍କ ପାଇଁ ବିଜେଡି ଏକାଠି ହୋଇ ଲଢ଼େଇ କରୁଛି। ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜେଡି ଲଢ଼େଇ କରୁଛି। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋୟର ପିଏମଜିରେ ବିଜେଡିର ଏମଏମଡିଆର ଲଢ଼େଇରେ ସାମିଲ ହୋଇ ସେ କହିଛନ୍ତି, MMDR ସଂଶୋଧନ ବିଲ୍ ଏକ ସାଧାରଣ ବିଲ୍ ନୁହେଁ। ରାଜ୍ୟର ଅଧିକାର ସହ ଏ ବିଲ୍ ଜଡ଼ିତ। ଓଡ଼ିଶାର ଖଣି, ଓଡ଼ିଶାର ଜମି ଉପରେ ଓଡ଼ିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା, ବିନା ଆଲୋଚନାରେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାର୍ଲିଆମେଣ୍ଟରେ ପାସ୍ ହୋଇଗଲା। ଆଉ ଆମର କୋଡ଼ିଏ ବିଜେପି ସାଂସଦ ଚୁପ୍ ବସିଲେ କାହା ସ୍ୱାର୍ଥରେ? ଓଡ଼ିଶା ସରକାର ବି ଚୁପ୍ ରହିଲେ କାହା ଡରରେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲି। ହେଲେ ଉତ୍ତର ମିଳିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ସଂକଳ୍ପ ପାଇଁ ପୁଣି ଚିଠି ଲେଖିଲି। ତାହାର ବି ଉତ୍ତର ମିଳିଲା ନାହିଁ। ନାହିଁ ନାହିଁର ଏ ସରକାର। କେବଳ ବାକ୍ୟବୀର। ଏହି ଆଇନ ପାଇଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡ଼ିଶାର ସ୍ୱାର୍ଥ ପାଇଁ ସରକାର ନିରବ କାହିଁକି?

ଏ ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇ ପାରିବ ନାହିଁ। ଚୌକି ଆଜି ଅଛି, କାଲି ନ ଥିବ। କିନ୍ତୁ ଏ ମାଟିକୁ ଧୋକା ଦେଲେ ସବୁ ଦିନ ପାଇଁ ନିନ୍ଦା ମିଳିବ। ଜେନ-ଜି ଆପଣଙ୍କୁ କ୍ଷମା ଦେବେ ନାହିଁ। ଓଡ଼ିଶାବାସୀ କ୍ଷମା ଦେବେ ନାହିଁ। ଓଡ଼ିଶାର ଅଧିକାର ପାଇଁ ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି ନବୀନ କହିଛନ୍ତି। ସମସ୍ତଙ୍କୁ ଅନୁରୋଧ କରି କହିଛନ୍ତି, ସବୁ ଦଳଙ୍କୁ ଅନୁରୋଧ କରି କହିଛନ୍ତି, ଏ ଲଢ଼େଇରେ ସାମିଲ ହୁଅନ୍ତୁ। ଏ ମାଟି ପାଇଁ ଏକାଠି ହୁଅନ୍ତୁ। ସଂକଳ୍ପ କରିବା, ଏମଏମଡିଆର ସଂଶୋଧିତ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ। ଆମେ ଲଢ଼ିବା, ଆମ ହକ୍ ଫେରାଇ ଆଣିବା ବୋଲି ନବୀନ ଆହ୍ୱାନ ଦେଇଛନ୍ତି।

ଆସାମରେ କକରୋଚ ଜନତା ପାର୍ଟି ଓ ବିଜେପି ନେତୃତ୍ବାଧୀନ ସରକାର ମଧ୍ୟରେ ଛକାପଞ୍ଝା।

ନନ୍ଦିଘୋଷ ବ୍ୟୁରୋ : ଆସାମରେ କକରୋଚ ଜନତା ପାର୍ଟି ଓ ବିଜେପି ନେତୃତ୍ବାଧୀନ ସରକାର ମଧ୍ୟରେ ଛକାପଞ୍ଝା। ସଂଗଠନର କର୍ମକର୍ତ୍ତାମାନେ ପ୍ରଥମ ଆଞ୍ଚଳିକ ସ୍ବେଚ୍ଛାସେବୀମାନଙ୍କ ବୈଠକକୁ ନେଇ ଜୋରଦାର ହଙ୍ଗାମା। ସିଜେପିର ଉପଆବାହକ ଆଶୁତୋଷ ରାଙ୍କାଙ୍କ ସମେତ କିଛି କର୍ମକର୍ତ୍ତାଙ୍କୁ ଅଟକ ରଖିଛି ପୋଲିସ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଉପରେ ବର୍ଷିଛନ୍ତି ଆଶୁତୋଷ। ସିଜେପିର କାୟା ବିସ୍ତାରକୁ ନେଇ ହିମନ୍ତ ଆତଙ୍କିତ ହୋଇଛନ୍ତି ବୋଲି ସେ କହିଛନ୍ତି। ଏକ ଘରୋଇ ସ୍ଥାନରେ ସିଜେପି କର୍ମୀମାନେ ଏକତ୍ରିତ ହେବାକୁ ଯାଉଥିବାବେଳେ ସେମାନଙ୍କୁ ଅଟକାଇବା ଘଟଣାକୁ ସହଜରେ ଗ୍ରହଣ କରିପାରିନି ସିଜେପି। ଆସାମରେ ଶିକ୍ଷାର ଅବସ୍ଥା ଗମ୍ଭୀର ରହିଛି। ସ୍କୁଲଗୁଡିକର ସ୍ଥିତି କହିଲେ ନସରେ। ରାଜ୍ୟରେ ମନୁଷ୍ୟକୃତ ବନ୍ୟା ଘଟିଚାଲିଛି। ଏସବୁ ଭିତିରି ବିଷୟ ପଦାକୁ ଆସିବା ଆଶଙ୍କା ଥିବାରୁ ସିଜେପି ବୈଠକକୁ  କରାଇ ନଦେବା ଲାଗି ସରକାର ଯୋଜନା କରିଛନ୍ତି ବୋଲି ସେ କହିଛନ୍ତି। କର୍ମୀମାନଙ୍କୁ ଧମକାଇ ବା ଅଟକ ରଖି ସରକାର ସ୍ବର ଚାପି ପାରିବେ ନାହିଁ ବୋଲି ସେ କହିଛନ୍ତି। ଗୁଆହାଟିରେ ଏହି ବୈଠକ ହେବାକୁ ଥିବାବେଳେ ଶନିବାରଠାରୁ ଏହାର ପ୍ରସ୍ତୁତି ଲାଗି ଗୁଆହାଟିରେ ପହଞ୍ଚିଥିଲେ ଆଶୁତୋଷ। ତେବେ ବୈଠକ ଆରମ୍ଭ ପୂର୍ବରୁ ସଭାସ୍ଥଳୀ ଆଡକୁ ଯିବାକୁ ଥିବା ପଥଗୁଡିକୁ ପୋଲିସ ବ୍ଲକ କରିଥିବା ଅଭିଯୋଗ କରିଛନ୍ତି ଆଶୁତୋଷ। ଏହି ଘଟଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ।ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଶିକ୍ଷା ସଂକ୍ରାନ୍ତରେ ଯେ କୌଣସି ସଂଗଠନ ବା ଦଳର ପ୍ରସ୍ତାବକୁ ସେ ବିଚାର କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।…

 

 

 

 

ଢେଙ୍କାନାଳ ଜିଲ୍ଲା ଭୁବନ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ଭୁବନ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଉଦ୍ୟମ। କଟୁରି ଧରି ଗୋଡା଼ଇଲେ ଦୁର୍ବୃତ୍ତ। ଅଭିଯୋଗ ଅନୁସାରେ ଗୋଡ଼ିପାଟଣାର ବିଦ୍ୟାଧର ମଲ୍ଲିକ ଅସୁସ୍ଥ ହେବାରୁ ପରିବାର ଲୋକେ ଗତ ଶୁକ୍ରବାର ତାଙ୍କୁ ଭୁବନ ହସପିଟାଲରେ ଭର୍ତ୍ତି କରିଥିଲେ। ସ୍ଥିତି ନ ସୁଧୁରିବାରୁ କଟକକୁ ନେବା ପାଇଁ ପରାମର୍ଶ ଦେଇଥିଲେ  ଡାକ୍ତର ଆନନ୍ଦିତା ପରିଡା । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିବା ଦର୍ଶାଇ କଟକ ନେଇ ପାରିନଥିଲେ ରୋଗୀଙ୍କ ପରିବାର। ଆଜି ବିଦ୍ୟାଧରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ବିଦ୍ୟାଧରଙ୍କ ସଂପର୍କୟ କପିଳା ମଲ୍ଲିକ ଡାକ୍ତର କସ୍ତୁରୀ ରମଣ ସିଂଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତର ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ  କରି କଟୁରୀ ଧରି ଗୋଡ଼ାଇଥିଲେ । ଏହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଡାକ୍ତର କସ୍ତୁରୀ ରମଣ ସିଂ ।  …

 

ପଞ୍ଜାବ ଫଗୱାଡ଼ାରେ ଥିବା ଲଭଲି ପ୍ରଫେସ୍ନାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି

ନନ୍ଦିଘୋଷ ବ୍ୟୁରୋ : ପଞ୍ଜାବ ଫଗୱାଡ଼ାରେ ଥିବା ଲଭଲି ପ୍ରଫେସ୍ନାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଉତ୍ୟକ୍ତ ଛାତ୍ରଛାତ୍ରୀ ପୋଲିସ ସହିତ  ଧସ୍ତାଧସ୍ତି ହେବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କିଛି ଗାଡ଼ିରେ ନିଆଁ ବି ଲଗାଇ ଦେଇଛନ୍ତି। ପିଲାଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟାକୁ ଗୁଜବରୁ ଏତେ କାଣ୍ଡ ଘଟିଛି। ସୋସିଆଲ ମିଡିଆରେ ଏହି ଗୁଜବ ପରେ ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ରାଜପଥ ଅବରୋଧ କରିଥିଲେ। କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ପୋଲିସ କହିଛି, ଗଣଦୁଷ୍କର୍ମ ନେଇ କୌଣସି ଅଭିଯୋଗ ଆସିନାହିଁ କି କେହି ଆତ୍ମହତ୍ୟାର ବି ଖବର ନାହିଁ। ଭାଇରାଲ୍ ହେଉଥିବା ଭିଡିଓ ପୁରୁଣା ହୋଇପାରେ। ତେବେ ଛାତ୍ରମାନଙ୍କ ଦାବି ପରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି ଏବଂ Special Investigation Team, SIT ଗଠନ ହୋଇଛି। CCTV, ଫରେନସିକ୍ ଏବଂ ଫୋନ୍ ଡାଟା ଯାଞ୍ଚ କରାଯିବ ବୋଲି ଜଲନ୍ଧର DIG ନବୀନ ସିଙ୍ଗଲା କହିଛନ୍ତି।

ଲଭଲି ୟୁନିଭରସିଟିର ରେଜିଷ୍ଟ୍ରାର୍ ଡକ୍ଟର ମୋନିକା ଗୁଲାଟି ମଧ୍ୟ କହିଛନ୍ତି, ଗଣଦୁଷ୍କର୍ମ ଓ ଆତ୍ମହତ୍ୟା କେବଳ ଏକ ଗୁଜବ। ଏହା କିଛି ସତ୍ୟତା ନାହିଁ। ତଥାପି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଲଭଲି ୟୁନିଭରସିଟିର ଚାନ୍ସେଲର୍ ତଥା ସହ ପ୍ରତିଷ୍ଠାତା ରଶ୍ମି ମିତ୍ତଲଙ୍କଠାରୁ ଉତ୍ତର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ଅଶୋକ ମିତ୍ତଲ ହେଉଛନ୍ତି ଏହି ଲଭଲି ୟୁନିଭରସିଟିର ପ୍ରତିଷ୍ଠାତା କୁଳପତି। କିଛି ଦିନ ତଳେ ସେ ବିଜେପିର ମିଶିଛନ୍ତି। ଆପ୍ ଟିକଟରେ ରାଜ୍ୟସଭା ସାଂସଦ ଦେବାର ଅଳ୍ପ ଦିନ ପରେ ସେ ଦଳ ବଦଳ କରି ବିଜେପିରେ ମିଶିଛନ୍ତି। ତା ଆଗରୁ ତାଙ୍କ ୟୁନରସିଟି ଉପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।  …

ପଞ୍ଜାବ ଫଗୱାଡ଼ାରେ ଥିବା ଲଭଲି ପ୍ରଫେସ୍ନାଲ ୟୁନିଭର୍ସିଟିରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଉତ୍ୟକ୍ତ ଛାତ୍ରଛାତ୍ରୀ ପୋଲିସ ସହିତ  ଧସ୍ତାଧସ୍ତି ହେବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। କିଛି ଗାଡ଼ିରେ ନିଆଁ ବି ଲଗାଇ ଦେଇଛନ୍ତି। ପିଲାଙ୍କ ଆକ୍ରମଣରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଆତ୍ମହତ୍ୟାକୁ ଗୁଜବରୁ ଏତେ କାଣ୍ଡ ଘଟିଛି। ସୋସିଆଲ ମିଡିଆରେ ଏହି ଗୁଜବ ପରେ ହଜାର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ରାଜପଥ ଅବରୋଧ କରିଥିଲେ। କ୍ୟାମ୍ପସରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ପୋଲିସ କହିଛି, ଗଣଦୁଷ୍କର୍ମ ନେଇ କୌଣସି ଅଭିଯୋଗ ଆସିନାହିଁ କି କେହି ଆତ୍ମହତ୍ୟାର ବି ଖବର ନାହିଁ। ଭାଇରାଲ୍ ହେଉଥିବା ଭିଡିଓ ପୁରୁଣା ହୋଇପାରେ। ତେବେ ଛାତ୍ରମାନଙ୍କ ଦାବି ପରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି ଏବଂ Special Investigation Team, SIT ଗଠନ ହୋଇଛି। CCTV, ଫରେନସିକ୍ ଏବଂ ଫୋନ୍ ଡାଟା ଯାଞ୍ଚ କରାଯିବ ବୋଲି ଜଲନ୍ଧର DIG ନବୀନ ସିଙ୍ଗଲା କହିଛନ୍ତି।

ଲଭଲି ୟୁନିଭରସିଟିର ରେଜିଷ୍ଟ୍ରାର୍ ଡକ୍ଟର ମୋନିକା ଗୁଲାଟି ମଧ୍ୟ କହିଛନ୍ତି, ଗଣଦୁଷ୍କର୍ମ ଓ ଆତ୍ମହତ୍ୟା କେବଳ ଏକ ଗୁଜବ। ଏହା କିଛି ସତ୍ୟତା ନାହିଁ। ତଥାପି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଲଭଲି ୟୁନିଭରସିଟିର ଚାନ୍ସେଲର୍ ତଥା ସହ ପ୍ରତିଷ୍ଠାତା ରଶ୍ମି ମିତ୍ତଲଙ୍କଠାରୁ ଉତ୍ତର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି। ଅଶୋକ ମିତ୍ତଲ ହେଉଛନ୍ତି ଏହି ଲଭଲି ୟୁନିଭରସିଟିର ପ୍ରତିଷ୍ଠାତା କୁଳପତି। କିଛି ଦିନ ତଳେ ସେ ବିଜେପିର ମିଶିଛନ୍ତି। ଆପ୍ ଟିକଟରେ ରାଜ୍ୟସଭା ସାଂସଦ ଦେବାର ଅଳ୍ପ ଦିନ ପରେ ସେ ଦଳ ବଦଳ କରି ବିଜେପିରେ ମିଶିଛନ୍ତି। ତା ଆଗରୁ ତାଙ୍କ ୟୁନରସିଟି ଉପରେ ଇଡି ପକ୍ଷରୁ ରେଡ୍ କରାଯାଇଥିଲା।  …