ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି !

1 min read

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ବରିଷ୍ଠ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନାଁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସରକାରଙ୍କୁ ସୁପାରିସ୍‌ କରିଛନ୍ତି। ଜଷ୍ଟିସ୍‌ ବୋବଡେ ଏବେ ଗୋଗେଇଙ୍କ ପରେ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଅଛନ୍ତି।

ଆଇନ ବିଭାଗକୁ ଏ ନେଇ ପ୍ରଧାନ ବିଚାରପତି ଲେଖିଥିବା ଜଣାପଡ଼ିଛି। ୨୦୧୮ ଅକ୍ଟୋବର ୩ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେଇଥିବା ଜଷ୍ଟିସ୍‌ ଗୋଗୋଇ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବେ।

ମହାରାଷ୍ଟ୍ରର ନାଗପୁରରେ ଜନ୍ମିତ ଜଷ୍ଟିସ୍‌ ବୋବଡେ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ଯୋଗଦେଇଥିଲେ। ୨୦୧୨ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୨୦୧୩ରେ ସୁପ୍ରିମକୋର୍ଟକୁ ଆସିଥିଲେ। ୬ ବର୍ଷ ପରେ ଏବେ ସେ ପ୍ରଧାନ ବିଚାରପତି ହେବା ଏକପ୍ରକାର ସ୍ପଷ୍ଟ। ୨୦୨୧ ଏପ୍ରିଲ୍‌ ପର୍ଯ୍ୟନ୍ତ ରହିଛି ଜଷ୍ଟିସ୍‌ ବୋବଡେଙ୍କ କାର୍ଯ୍ୟକାଳ ।     ')}

Leave a Reply