ବିଜୟର ଚୌକା ମାରିବାକୁ ଆଜି ମଇଦାନକୁ ଓହ୍ଲାଇବେ କ୍ୟାପଟେନ କୋହଲି, ଅଟକାଇ ପାରିବେ କି ସଞ୍ଜୁ ସ୍ୟାମସନ ?

1 min read

ମୁମ୍ବାଇ: ଆଇପିଏଲ ସିଜିନ ୧୪ର ୧୬ ନମ୍ବର ମ୍ୟାଚରେ ଗୁରୁବାର ମୁମ୍ବାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ହେବାକୁ ଯାଉଛି । ତିନୋଟି ମ୍ୟାଚରେ ବିଜୟ ସହ ଆତ୍ମବିଶ୍ୱାସରେ ଭରପୂର ବାଙ୍ଗାଲୁରୁ ଟିମ ନିଜ ବିଜୟ ଅଭିଯାନକୁ ଆଗରୁ ବଢ଼ାଇବା ପାଇଁ ଆଜି ମଇଦାନକୁ ଓହ୍ଲାଇବେ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆସି ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ ଟିମ ଚଳିତ ସିଜିନରେ ନିଜ ଅଭିଯାନ ବିପରିତ ଅନ୍ଦାଜରେ ଆରମ୍ଭ କରିଥିଲେ । ଆରସିବି ଲଗାତାର ତିନୋଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ତିନୋଟି ମ୍ୟାଚ ମଧ୍ୟରେ କେବଳ ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରିଛି ।

RCB Vs RR: କଣ କହୁଛି ଅଙ୍କ ?

ଆଇପିଏଲ ରେକର୍ଡ କଥା କହିବାକୁ ଗଲେ RCB ଏବଂ RR ମଧ୍ୟରେ (୨୦୦୮-୨୦୨୦) ୨୨ଟି ମ୍ୟାଚ ଖେଳାଯାଇଛି । ଉଭୟ ଟିମ ୧୦-୧୦ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ରାଜସ୍ଥାନ ରୟାଲ୍ସ ଲଗାତାର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଅଧିନାୟକ ସଞ୍ଜୁ ସାମସନ ପଞ୍ଜାବ କିଙ୍ଗସଙ୍କ ବିପରିତ ମ୍ୟାଚରେ ଶାନଦାର ଶତକ କରି ମ୍ୟାଚକୁ ବିଜୟର ପାଦ ଦେଶରେ ପହଞ୍ଚାଇଥିଲେ କିନ୍ତୁ ବିଜୟ ହାସଲ କରିବାରେ ବିଫଳ ହୋଇଥିଲେ । ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେବିଡ ମିଲର ଏବଂ କ୍ରିସ ମୋରିସଙ୍କ ଯୋଗୁଁ ଟିମ ବିଜୟ ହାସଲ କରିବାରେ ସଫଳ ହୋଇଥିଲା ।

ବିଜୟ ପାଇଁ ରାଜସ୍ଥାନ ରୟାଲ୍ସକୁ କଣ କରିବା ଉଚିତ  ?

ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଟ୍ୟାଟସ ମ୍ୟାନ ଜୋଶ୍ ବଟଲର ଖବ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ତାଙ୍କୁ ଅନ୍ୟ ବ୍ୟାଟସମ୍ୟାନଙ୍କ ସମର୍ଥନ ମିଳିପାରି ନଥିଲା । ରାଜସ୍ଥାନକୁ ଯଦି ବିଜୟ ଦରକାର ତେବେ ଟିମକୁ ଏକଜୁଟ ହୋଇ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

RCB ପାଖରେ ଅଛନ୍ତି ‘ହିରୋ’ ଗ୍ଲେନ ମ୍ୟାକ୍ସୱେଲ:

ଆରସିବି ପାଇଁ  ଅନୁଭବି ଏବି ଡେଭିଲିୟର୍ସ  ଏବଂ ଚଳିତ ସିଜିନରେ ଟିମ ସହ ଯୋଡ଼ି ହୋଇଥିବା ଗ୍ଲେନ ମ୍ୟାକ୍ସୱେଲ ଶାନଦାର ପ୍ରଦର୍ଶନ କରିଛନ୍ତି । ଡେଭିଲିୟର୍ସ ପ୍ରତି ସିଜିନରେ ନିଜର ଶାନଦାର ଖେଳ ଜାରି ରଖିଛନ୍ତି । ଅନ୍ୟପଟେ ମ୍ୟାକ୍ସୱେଲଙ୍କ ଟିମରେ ସାମିଲ ହେବା ଟିମକୁ ଆହୁର ମଜଭୁତ କରିବ ।

Leave a Reply