‘ୟାସ୍’ ଓ ‘ତଉତେ’କୁ ତୁଳନା କରି କଣ କହିଲେ IMD ଡିଜି…

1 min read
Know Differences Between Cyclone Tauktae And Yaas

ଭୁବନେଶ୍ୱର (ସୁଶାନ୍ତ କୁମାର ସାହୁ): ୨ ସପ୍ତାହରେ ୨ଟି ବାତ୍ୟା । ୧୫ ଦିନ ମଧ୍ୟରେ ଦେଶରେ ୨ଟି ବାତ୍ୟା ‘ତଉତେ’ ଓ ‘ୟାସ୍’ ଆସିଛି । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମେ ୧୭ରେ ‘ତଉତେ’ ଗୁଜରାଟ ଉପକୂଳରେ ମାଡ଼ ହୋଇଥିଲା । ୧୬୦ରୁ ୧୭୦ କିଲୋମିଟର ଘଣ୍ଟାପ୍ରତି ବେଗରେ ‘ତଉତେ’ ତାଣ୍ଡବ ରଚିଥିଲା । ‘ତଉତେ’ ଗୁଜରାଟ ଉପକୂଳ ପାର୍ କରିବା ବେଳେ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏହା ସହ ମିଶିଥିଲା । ଫଳରେ ଉଭୟ ଉଭୟଙ୍କୁ ପ୍ରଭାବିତ କରିବା ପରେ ତୌଉତେ ଗୁଜରାଟ ଉପକୂଳ ପାର୍ ହେବା ପର ଦୁର୍ବଳ ନହୋଇ ୩୩ ଘଣ୍ଟା ଯାଏ ବାତ୍ୟା ଭଳି ରୂପ ଧାରଣ କରିଥିଲା । ଏହି ବାତ୍ୟା ଲାକ୍ଷାଦ୍ୱୀପରେ ସୃଷ୍ଟି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ‘ତଉତେ’ ପଶ୍ଚିମ ଉପକୂଳର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଥିଲା ।

Know Differences Between Cyclone Tauktae And Yaas

ବାତ୍ୟା ‘ତଉତେ’ ସରୁ ସରୁ ଆଉ ଏକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ୨୨ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଅତି ଭୀଷଣ ବାତ୍ୟାର ରୂପ ନେଇଥିଲା । ଆଜି ଏହା ଉପକୂଳ ଛୁଇଁଛି । ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିଥିଲା । ‘ୟାସ୍’ର ପ୍ରଭାବ ଆଜି ଓ ଆସନ୍ତାକାଲି ଝାଡ଼ଖଣ୍ଡରେ ରହିବ । ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଉତ୍ତରଓଡ଼ିଶା ସହ ପଶ୍ଚିମବଙ୍ଗରେ ଅଧିକ ବର୍ଷା ହୋଇଛି ।

୨ଟି ଯାକ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଥିଲା । ୟାସ୍ ଯଦିଓ ଟିକିଏ ଦୁର୍ବଳ ଥିଲା ତଥାପି ‘ତଉତେ’ ଅପେକ୍ଷା ୟାସ୍ ପ୍ରଭାବରେ ଅଧିକ ବର୍ଷା ହୋଇଛି । ୟାସ୍ ପ୍ରଭାବରେ ସର୍ବାଧିକ ୨୯ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ତୌଉତେ ପ୍ରଭାବରେ ୨୩ ସେଣ୍ଟିମିଟର ବର୍ଷା ହୋଇଥିଲା । ୟାସ୍ ଯୋଗୁଁ ସମୁଦ୍ରରେ ୪ ମିଟର ଉଚ୍ଚ ଜୁଆର ଆସିଥିଲା । ବାତ୍ୟା ୟାସ୍ ୧ ହଜାର କିଲୋମିଟର ଅଞ୍ଚଳରେ ପ୍ରଭାବ ପକାଇଥିବା ବେଳେ ତୌଉତେ ୧୮୦୦ କିଲୋମିଟର ବ୍ୟାପିଥିଲା । ୟାସ୍ ଆଗାମୀ ୩ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ସକାଳ ସୁଦ୍ଧା ୟାସ୍ ଅବପାତର ରୂପ ନେଇ ଝାଡ଼ଖଣ୍ଡ ଚାଲିଯିବ ।

ୟାସ୍ କାହିଁକି ହେଲା ଦୁର୍ବଳ ?

‘ତଉତେ’ ବାତ୍ୟା ଉପକୂଳ ଛୁଇଁବା ବେଳେ ତାର ଘଣ୍ଟାପ୍ରତି ବେଗ ୧୫ କିଲୋମିଟର ଥିଲା । ୟାସ୍ ଉପକୂଳ ପାର୍ କରିବା ବେଳେ ତାର ବେଗ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଅତିକ୍ରମ କରିଥିଲା । ଫଳରେ ‘ତଉତେ’ ତୁଳନାରେ ୟାସ୍ କମ୍ କ୍ଷତି ଘଟାଇଥିଲା । ସେହିଭଳି କୌଣସି ବାତ୍ୟା ଅଧିକ ସମୟ ସ୍ଥଳଭାଗରେ ରହିଲେ ଅଧିକ କ୍ଷୟକ୍ଷତି ହୋଇଥାଏ । ୟାସ୍ ବହୁତ ଶୀଘ୍ର ଦୁର୍ବଳ ହୋଇଛି । ଉପକୂଳ ପାର୍ ପରେ ୟାସ୍ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ବାତ୍ୟାରେ ପରିଣତ ହେବ ।

କାହିଁକି ଆସୁଛି ବାରମ୍ବାର ବାତ୍ୟା ?

ବିଗତ ୫ ବର୍ଷ ମଧ୍ୟରେ ଅଧିକାଂଶ ଅତି ଭୀଷଣ ବାତ୍ୟା ଆରବ ସାଗରରେ ସୃଷ୍ଟି ହୋଇଛି । ବିଶ୍ଲେଷଣରୁ ଜଣାପଡ଼ିଛି ବଙ୍ଗୋପସାଗରରେ ଯେତିକି ବଡ଼ ବାତ୍ୟା ଆସିଛି ସେଥିରେ କୌଣସି ପରିବର୍ତ୍ତନ ଆସିନାହିଁ । ୧୯୯୦ ପର ଠାରୁ ଆରବ ସାଗରରେ ବଡ଼ ବାତ୍ୟା ସଂଖ୍ୟା ବଢ଼ିଛି । ଆରବ ସାଗରରେ ସୃଷ୍ଟି ହେଉଥିବା ବଡ଼ ବାତ୍ୟା ପଛରେ ପାଣିପାଗ ପରିବର୍ତ୍ତନ ବଡ଼ କାରଣ ନୁହେଁ । ଯେତେବେଳେ ବି ବାତ୍ୟା ଉପକୂଳ ଛୁଏଁ ଗତି କମି ଯାଏ । ବାତ୍ୟା ଉପକୂଳରେ ଧିରେ ଗତି କରିବା ଫଳରେ ଅଧିକ ପ୍ରଭାବ ପଡ଼େ । ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଅବପାତ ଓ ବାତ୍ୟାରେ ବର୍ଷାର ପରିମାଣ ବଢ଼ିଛି । ବାତ୍ୟା ଯୋଗୁଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଉପରେ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Leave a Reply