ସୌରମଣ୍ଡଳର ସବୁଠୁ ଦାମୀ ଆଷ୍ଟ୍ରଏଡ ଯେଉଁଥିରେ ଅଛି ପୃଥିବୀର ସମ୍ପୂର୍ଣ୍ଣ ସମ୍ପତିଠାରୁ ଅଧିକ ସୁନା, ଯଦି ଏହାକୁ ଖନନ କରାଯାଏ

1 min read

ନୂଆଦିଲ୍ଲୀ: ସୌରମଣ୍ଡଳରେ ଏମିତି କିଛି ପଦାର୍ଥ ଅଛି ଯଦି ଏହା କୌଣସି ଦେଶକୁ ମିଳିଯାଏ ତାହାଲେ ସେ ଦେଶରେ ଧନର ବର୍ଷା ହେବ । ଏବଂ ଏହି ଧନ କେବଳ ଦେଶ ନୁହେଁ ଏହା ସମଗ୍ର ପୃଥିବୀର ଅର୍ଥବ୍ୟବସ୍ଥାଠୁ ବହୁଗୁଣା ଅଧିକ ହେବ । ଆଉ ଏହି ପଦାର୍ଥ ବାଷୟରେ ଜାଣିବାର ପ୍ରୟାସ ମଧ୍ୟ ଜାରି ହୋଇଯାଇଛି ଏହି ପ୍ରୟାସ ଆରମ୍ଭ କରିଛି ନାଶା । ଏଥିପାଇଁ ସେ ଖୁବ ଶୀଘ୍ର ଏକ ମିଶନ ଆରମ୍ଭ କରିବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଆମ ସୌରମଣ୍ଡଳ ବହୁ ରହସ୍ୟମୟ ବସ୍ତୁରେ ଭରି ରହିଛି । ଯେଉଁ ଜିନିଷ ଗୁଡିକ ପୃଥିବୀରେ ବହୁ ମୂଲ୍ୟବାନ ସେ ଗୁଡିକ ମହାକାଶରେ ମାମୁଲି ପଥର ପରି ଭାସୁଛି । ଏପରି ହି ଏକ ଆଷ୍ଟ୍ରଏଡ ହେଉଛି ୧୬-ସାଇକୀ ଆଷ୍ଟ୍ରଏଡ । ଏହି ଆଷ୍ଟ୍ରଏଡ ବହୁ ମୂଲ୍ୟବାନ ଖଣିଜରେ ଭରପୁର । ଏହି ଆଷ୍ଟ୍ରଏଡରେ ଏତେ ପରିମାଣରେ ଖଣିଜ ଗଚ୍ଛିତ ରହିଛି ଯେ, ସାରା ପୃଥିବୀର ଅର୍ଥବ୍ୟବସ୍ଥାଠୁ ଏହା ବହୁଗୁଣା ହେବ । ଏହାର ମୂଲ୍ୟ ଏତେ ଅଧିକ ଯେ, ଗରିବରୁ ଗରିବ ଦେଶ ଯଦି ଏହାକୁ ହାସଲ କରନ୍ତି ତେବେ ତାଙ୍କର ଭାଗ୍ୟ ବଦଳିଯିବ।

ଏକ ଆକଳନ ଅନୁସାରେ ଏହି ଆଷ୍ଟ୍ରଏଡରେ ୧୦ ହଜାର କ୍ୱାଡିୟନ ଡଲାରର ଖଣିଜ ଗଚ୍ଛିତ ରହିଛି । କିନ୍ତୁ ଏହାର ମୂଲ୍ୟ ଯେତେ ଅଧିକ, ତାହାଠୁ ବେଶି କଷ୍ଟ ଏଠାରେ ପହଞ୍ଚିବା । କାରଣ ଏଠାରେ ଖନନ କରିବା ସାରା ଦୁନିଆର ଅର୍ଥବ୍ୟବସ୍ଥାଠୁ ମଧ୍ୟ ମହାଙ୍ଗା ହେବ। ଅର୍ଥାତ ଯଦି ଆମେ ଏଠାରେ ଖନନ କରିବାକୁ ଚାହିଁବା ତେବେ ସାରା ଦୁନିଆ ଗରିବ ହୋଇଯିବ। ୧୬ ସାଇକୀ ଆଷ୍ଟ୍ରଏଡ ଧାତୁରେ ନିର୍ମିତ । ଏଥିରେ ଲୁହା, ନିକେଲ ଏବଂ ସୁନା ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି।

ତେବେ ଏହା ଆମ ସୌରମଣ୍ଡଳର ସବୁଠୁ ବଡ଼ ଆଷ୍ଟ୍ରଏଡ ମଧ୍ୟରୁ ଗୋଟିଏ । ଏହାର ପରୀଧି ପ୍ରାୟ ୧୪୦ କିଲୋମିଟର। ଏହା ଦେଖିବାକୁ ଗୋଲାକାର ବା ଆଳୁପରି । ୧୬ ସାଇକୀ ଆଷ୍ଟ୍ରଏଡ ଆମ ସୌରମଣ୍ଡଳର ଆଷ୍ଟ୍ରଏଡ ବେଲ୍ଟରେ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ରହିଛି । ପ୍ରତି ପାଞ୍ଚ ବର୍ଷରେ ଏହା ସୂର୍ଯ୍ୟର ପରିକ୍ରମା କରିଥାଏ। ଏହି ରହସ୍ୟମୟ ଆଷ୍ଟ୍ରଏଡର ଆବିଷ୍କାର ୧୮୫୨ ମାର୍ଚ୍ଚ ୧୭ରେ ଜୋର୍ତିବିଜ୍ଞାନୀ ଏନିବେଲ ଡି ଗେପ୍ସାରିସଙ୍କ ଦ୍ୱାରା ହୋଇଥିଲା । ଗ୍ରୀସ ଦେବତା ସାଇକୀଙ୍କ ନାଁରେ ଏହି ଆଷ୍ଟ୍ରଏଡର ନାଁ ରଖାଯାଇଛି । ତେବେ ଆଜି ଯାଏଁ ଏଥିପାଇଁ କୌଣସି ମିଶନ ଲଞ୍ଚ କରାଯାଇ ନାହିଁ । କିନ୍ତୁ ବୈଜ୍ଞାନିକମାନେ ହବଲ ଟେଲିସ୍କୋପ ଜରିଆରେ ଆଷ୍ଟ୍ରଏଡର ଆଳୁ ଆକାରର ହୋଇଥିବା ଜାଣିବାକୁ ପାଇଥିଲେ।

ତେବେ ଆସନ୍ତା ୨୦୨୨ ଅଗଷ୍ଟ ମାସରେ ନାସା ଏହି ଆଷ୍ଟ୍ରଏଡକୁ ନେଇ ଏକ ମିଶନ ଲଞ୍ଚ କରିବ । ୨୦୨୬ରେ ଏହି ଏୟାରକ୍ରାଫ୍ଟ ସେଠାରେ ପହଞ୍ଚିବ। ନାସାର ଲକ୍ଷ୍ୟ ଏହି ସ୍ପେସ କ୍ରାଫ୍ଟ ୨୧ ମାସ ଯାଏଁ ଆଷ୍ଟ୍ରଏଡର ପରିକ୍ରମା କରିବ ଏବଂ ଏଠାରେ ଥିବା ଧାତୁ ସମ୍ପର୍କରେ ଡାଟା ସଂଗ୍ରହ କରିବ। ଯଦିଓ ଏଠାରେ ଖନନ କରିବା ନେଇ ନାସାର କୌଣସି ଯୋଜନା ନାହିଁ।