ଅମିତ ଶାହଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ସମନ

1 min read

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫେକ୍ ଭିଡିଓ ଭାଇାଲ ମାମଲା । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ସମନ । ଦିଲ୍ଲୀ ପୋଲିସ ରେବନ୍ତଙ୍କ ପଚରା ଉଚରା କରିବା ପାଇଁ ସମନ ପଠାଇଛି । ତେବେ ଏହା ପୂର୍ବରୁ ଦିଲ୍ଲୀ ପୋଲିସର ସାଇବର ସ୍ପେଶାଲ ସେଲର ସାଇବର ୟୁନିଟ୍ IFSOର ଏକ ଟିମ ସୋମବାର ସକାଳୁ ତେଲେଙ୍ଗାନାରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ପଚରା ଉଚରା କରାଯାଉଥିବାବେଳେ ଏହି ଘଟଣାରେ ରେବନ୍ତ ରେଡ୍ଡିଙ୍କୁ ସମନ କରାଯାଇଛି ।

କହି ରଖୁଛୁ କି, AI ଦ୍ବାରା ଏକ ଭିଡିଓ ପ୍ରସ୍ତୁତ କରାଯାଇ ଭାଇରାଲ ହେଉଛି । ଯେଉଁଥିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅମିତ ଶାହଙ୍କ ଏକ ବକ୍ତବ୍ୟ ଭାଇରାଲ ହେଉଛି । ବାସ୍ତବରେ ଏହା ଅମିତ ଶାହ କହିନଥିବା ସ୍ପଷ୍ଠ ହେବା ପରେ ଅଭିଯୋଗ କରାଯାଇଛି । ଏହି ଆଧାରରେ ସାଇବର ସେଲ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବିୟ କହିଛନ୍ତି କି, ଏହା ଏକ ଫେକ୍ ଭିଡିଓ । ଯାହାକୁ ନେଇ ରବିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଥିବାବେଳେ ଦିଲ୍ଲୀ ପୋଲିସ ପକ୍ଷରୁ ସୋମବାର ଯାଞ୍ଚ ଆରମ୍ଭ ହୋଇଛି ।