ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ ଘୋଷଣା, ରାଜ୍ୟରେ ଏଯାଏଁ ୧୧ ରୋଗୀ

ଭୁବନେଶ୍ୱର: ଭାଇରସର ଭୟ ଭିତରେ ବ୍ଲାକ ଫଙ୍ଗସର ହାହାକାର । ବ୍ଲାକ ଫଙ୍ଗସକୁ  ନୋଟିଫାଏବୁଲ ଡିଜିଜ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ ଘୋଷଣା କରିବା । ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବା ।

ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରୋଟୋକଲ କାଯିବା । ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା । ଲୋକଙ୍କୁ ପୋଷ୍ଟର, ବ୍ୟାନର ମାଧ୍ୟମରେ ସଚେତନ କରାଇବାକୁ ସୁପାରିସ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ରାଜ୍ୟରେ ଏଯାଏଁ ୧୧ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ବ୍ଲାକ ଫଙ୍ଗସ ପରେ ଚିନ୍ତାର କାରଣ ପାଲଟିଲାଣି ହ୍ବାଇଟ ଫଙ୍ଗସ । ବିହାର ପାଟନାରେ ହ୍ବାଇଟ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ହ୍ବାଇଟ ଫଙ୍ଗସ ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିରେ ଫୁସ୍‌ଫୁସ୍‌, ମୁହଁ, କିଡନୀ, ପେଟରେ ସମସ୍ୟା ସୃଷ୍ଟି ହୁଏ ।  ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ଏଯାଏଁ ୧୧ଜଣ ବ୍ଲାକ୍‌ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଗୁଜରାଟରେ ମଧ୍ୟ ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ ଘୋଷଣା କରାଯାଇଛି । ଆଜି ଏନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଥିଲେ ।

ବ୍ଲାକ ଫଙ୍ଗସକୁ ଚାହିଁଲେ ରାଜ୍ୟ ସରକାର ନୋଟିଫାଏବୁଲ ଡିଜିଜ ଘୋଷଣା କରିପାରିବେ । ବ୍ଲାକ୍‌ ଫଙ୍ଗସ୍‌ରୁ ଭଲ ହୋଇଥିବା ଲୋକ ଓ ସଂକ୍ରମିତ ବ୍ୟକ୍ତିଙ୍କ ତାଲିକା ଦେବାକୁ କୁହାଯାଇଛି । ଦେଶର ଅନେକ ରାଜ୍ୟରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ମାମଲା ବଢୁଥିବା ବେଳେ କରୋନା ସଂକ୍ରମିତଙ୍କ ଦେହରେ ଏହା ଗୁରୁତର ହେଉଛି । ରାଜସ୍ଥାନ ଓ ତେଲେଙ୍ଗାନା ପୂର୍ବରୁ ବ୍ଲାକ୍‌ ଫଙ୍ଗସ୍‌କୁ ନୋଟିଫାଏବୁଲ ଡିଜିଜ କରିସାରିଛନ୍ତି ।

Leave a Reply