ଆଜିଠୁ ତାତିରେ ଲାଗିବ ବ୍ରେକ୍, ବର୍ଷା ଦେବ ଆଶ୍ୱସ୍ତି

ଭୁବନେଶ୍ୱର:  ଆଜିଠୁ ତାତିରେ ଲାଗିବ ବ୍ରେକ୍ । ଖସିବ ପାରା । ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଥିବା ସୂଚନା ମିଲିଛି । ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଥିଲା ।

ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ ।  ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରଭାବରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ । ୨୬ ତାରିଖ ଯାଏଁ ତାପମାତ୍ରା ସାମାନ୍ୟ କମ ରହି ୨୭ରୁ ପୁଣି ବଢିବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।