ଏଟିଏମରୁ ଟଙ୍କା ଉଠାଇବା ପଡ଼ିବ ମହଙ୍ଗା, ରିଜର୍ଭ ବ୍ୟାଙ୍କ ବଢାଇଲା ଫି’

1 min read
Commissionerate Police To Inspect Bank And ATMs In Twin City

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ପଡ଼ିy ।  ଏଟିଏମରୁ ମାଗଣା ସୀମାଠାରୁ ଅଧିକ ଥର ଟଙ୍କା ଉଠାଇଲେ ଲାଗିବ ଚାର୍ଜ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମର ଦେଣ ନେଣ ଉପରେ କଟକଣା ଲଗାଇଛି । ଏଟିଏମରୁ ଟଙ୍କା ଉଠାଇବା ଉପରେ ଚାର୍ଜ ଏବଂ ଅଣ ବ୍ୟାଙ୍କର ଏଟିଏମ୍ ଚାର୍ଜ ବୃଦ୍ଧି କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଟିଏମ୍ କାରବାର ଉପରେ ଅଦଳବଦଳ ଶୁଳ୍କ ବୃଦ୍ଧି କରିଛି । ଏହାର ଅର୍ଥ ହେଉଛି ଯଦି ଆପଣ ନିଜ ବ୍ୟାଙ୍କ ବଦଳରେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରନ୍ତି, ତେବେ ମାଗଣା ସୀମାଠାରୁ ଅଧିକ ଟ୍ରାନଜାକ୍ସନ ବା କାରବାର ଉପରେ ଆପଣଙ୍କର ଅଧିକ ଟଙ୍କା କଟିବ । ଏହି ବୃଦ୍ଧି ଅଗଷ୍ଟ ୧, ୨୦୨୧ରେ କାର୍ଯ୍ୟକାରୀ ହେବ ।

ସେହିଭଳି ରିଜର୍ଭ ବ୍ୟାଙ୍କ କଷ୍ଟମର ବା ଗ୍ରାହକଙ୍କ ଚାର୍ଜର ସୀମାକୁ ବା ପ୍ରତି ଟ୍ରାନଜାକ୍ସନକୁ ୨୦ ରୁ ୨୧ ଟଙ୍କାକୁ ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଯଦି ଆପଣ ଆପଣଙ୍କର ବ୍ୟାଙ୍କର ଏଟିଏମରୁ ମାଗଣା କାରବାରର ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ଦେୟ ଦେବାକୁ ପଡିବ । ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ଦେୟ କ୍ୟାସ ​​ରିସାଇକ୍ଲର୍ ମେସିନ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଯଦିଓ ଏହି ବୃଦ୍ଧି ୨୦୨୨ ଜାନୁୟାରୀ ୧ ଠାରୁ ଲାଗୁ ହେବ ।

ସମସ୍ତ ବ୍ୟାଙ୍କ ଏଟିଏମରେ ଆର୍ଥିକ କାରବାର ପାଇଁ ରିଜର୍ଭ ବ୍ୟାଙ୍କ ଇଣ୍ଟରଚେଞ୍ଜ କରି ତାହର ଫି’କୁ ୧୫ ରୁ ୧୭ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ଅଣ-ଆର୍ଥିକ କାରବାର ପାଇଁ ଦେୟ ୫ ରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଆର୍ଥିକ କାରବାର ଅର୍ଥ ଏଟିଏମରୁ ଟଙ୍କା ବାହାର କରିବାକୁ ବୁଝାଉଥିବା ବେଳେ ଅଣ-ଆର୍ଥିକ କାରବାର ଅର୍ଥ ହେଉଛି ବାଲାନ୍ସ ଇତ୍ୟାଦି ଜାଣିବା ।

ନିଶ୍ଚିତ ସୀମାରୁ ଅଧିକ ଟଙ୍କା କାରବାର ମହଙ୍ଗା ପଡିବ

ସୂଚନାଯୋଗ୍ୟ ଯେ, ଅନ୍ୟ ବ୍ୟାଙ୍କର ଏଟିଏମରୁ ମେଟ୍ରୋ ସହରରେ ପ୍ରତି ମାସରେ ତିନିଥର ଏବଂ ଅଣ ମେଟ୍ରୋ ସହରରେ ମାସିକ ପାଞ୍ଚ ଥର ଟଙ୍କା କାରବାର ଉପରେ ଗ୍ରାହକଙ୍କଠାରୁ କୌଣସି ଦେୟ ନିଆଯାଏ ନାହିଁ। ଏହି ସୀମାରୁ ଅଧିକ କାରବାର ହେଲେ ଏଥିରେ ଦେୟ ବା ଚାର୍ଜ ଦେବାକୁ ପଡ଼ିଥାଏ । ତେବେ, ଯଦି ଆପଣ ଏହି ସୀମାଠାରୁ ଅଧିକ ଥର ଟଙ୍କା କାରବାର କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ମହଙ୍ଗା ପଡ଼ିବ ।

ଜୁନ୍ ୨୦୧୯ରେ, ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ସେମାନଙ୍କ ସୁପାରିଶ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି । ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ କମିଟିର ସୁପାରିଶକୁ ବ୍ୟାପକ ଭାବେ ବିଚାର କରାଯାଇଛି । ଏଥିରୁ ସ୍ପଷ୍ଟ ଦେଖାଗଲା ଯେ, ଏଟିଏମ୍ କାରବାର ଉପରେ ଇଣ୍ଟରଚେଞ୍ଜ୍ ଫିରେ ପରିବର୍ତ୍ତନ ପ୍ରଥମେ ଅଗଷ୍ଟ ୨୦୧୨ରେ କରାଯାଇଥିଲା । ସେହିଭଳି, ଗ୍ରାହକଙ୍କଠାରୁ ନିଆଯିବାକୁ ଥିବା ଚାର୍ଜ ଦେୟରେ ପରିବର୍ତ୍ତନ ଶେଷ ଥର ପାଇଁ ଅଗଷ୍ଟ ୨୦୧୪ ରେ ହୋଇଥିଲା ।

ସୂଚନାଯୋଗ୍ୟ ଯେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ସେମାନଙ୍କ ଏଟିଏମରୁ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମାଗଣା କାରବାର କରାନ୍ତି, ଏହା ପରେ ସେମାନେ ମଧ୍ୟ ଦେୟ ଆଦାୟ କରନ୍ତି । ରିଜର୍ଭ ବ୍ୟାଙ୍କ କହିଛି ଯେ ଗ୍ରାହକମାନେ ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଏଟିଏମରୁ ପାଞ୍ଚଟି କାରବାର ଆର୍ଥିକ କିମ୍ବା ଅଣ-ଆର୍ଥିକ କରିପାରିବେ ।

Leave a Reply