ରାପ୍‌ରେ ଜୟ ଜଗନ୍ନାଥ

1 min read

ରାପ୍‌ରେ ଓଡିଶାର ମାଟିକୁ ପ୍ରଶଂସା । ପୂରା ଭାରତ ଏବଂ ଭାରତ ବାହାରେ ଓଡିଆ ସଂସ୍କତିର ମହନୀୟତା ବଖାଣିଲେ ଓଡ଼ିଆ ରାପର୍ ସମୀର ରିଷୁ ମହାନ୍ତି । ମୋ ପଖାଳର ମହକ, କାଳିଆ ଠାକୁରର ମହିମା, ଆଉ ରସଗୋଲା ଆମର ବୋଲି ମଞ୍ଚରେ ସମସ୍ତଙ୍କୁ ଜଣାଇଦେଲେ ସମୀର। ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଏମ୍‌ଟିଭିର ଫେମସ୍‌ ସୋ’ ଏମ୍‌ଟିଭି ହସଲ୍‌ର ଗ୍ରାଣ୍ଡ୍‌ ଫିନାଲେରେ ସମସ୍ତଙ୍କୁ ମତୁଆଲା  କରିଥିଲେ ଏହି ଓଡ଼ି୍ଆ ଷ୍ଟାର୍ ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମୀର ସେଠାକୁ  ପ୍ରତିଯୋଗୀ ହିସାବରେ ନୁହେଁ, ବରଂ ଏକ ପ୍ରତିଷ୍ଠିତ ରାପର ଭାବେ ଗ୍ରାଣ୍ଡ୍‌ ଫିନାଲେରେ ନିମନ୍ତ୍ରିତ ହୋଇଥିଲେ । ମଞ୍ଚ ଦୁଲୁକିଥିଲା ତାଳି ମାଡରେ । କମ୍ପିଥିଲା ପୁରା  ଷ୍ଟୁଡିଓ  ଆଉ ତା ସାଙ୍ଗକୁ ଷ୍ଟାଣ୍ଡିଙ୍ଗ୍‌ ଓବେସନ୍‌ ।  ସେ ଗାଇଥିବା ଓଡ଼ିଆ ରାପ୍‌ ସଙ୍ଗ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ  ହୋଇଛି  । ରାପ୍‌ ଦୁନିଆରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ସାରିଲେଣି ପୁରୀ ଜନ୍ମିତ ଏହି ୟଙ୍ଗ ସେନ୍‌ସେସନ । ')}

Leave a Reply