ବୈଜ୍ଞାନିକଙ୍କ ନିଆରା ଆବିଷ୍କାର : ଏପରି ଅବସ୍ଥାରେ ପାଇଲେ ୩୮ ନିୟୁତ ବର୍ଷ ପୂରଣା ପିମ୍ପୁଡି ଜୀବାଶ୍ମ

ବୈଜ୍ଞାନିକ ମାନେ ସମସ୍ତ ପ୍ରକାରର ଜୀବମାନଙ୍କୁ ନେଇ ଗଭୀର ଅଧ୍ୟୟନ କରନ୍ତି , ବେଳେ ବେଳେ ସେହି ଜୀବମାନଙ୍କ  ବିଷୟରେ କିଛି ବିଶେଷ ସୂଚନା ଜାଣିବା ପାଇଁ ଗବେଷଣା କରୁଥିଲେ ମଧ୍ୟ ତାହା ଜାଣିବା ବୈଜ୍ଞାନିକଙ୍କ ପ୍ରତି କଷ୍ଟକର ହୋଇଯାଇଥାଏ । ଜୀବମାନଙ୍କ ପ୍ରଜନନ ବିଷୟରେ ସୂଚନା ପାଇବା ସେମାନଙ୍କ ପାଇଁ ପ୍ରାୟ ଅସମ୍ଭବ ହୋଇଥାଏ। ସେଥିରେ ପୁଣି କୈାଣସି ପୂରାତନ ପ୍ରାଣୀର ପ୍ରଜନନ ବିଷୟରେ ସୂଚନା ସଂଗ୍ରହ କରିବା ଆହୁରି କଷ୍ଟକର ବ୍ୟାପାର । କିନ୍ତୁ ଗୋଟିଏ ଘଟଣାରେ ବୈଜ୍ଞାନିକ ମାନେ ୩୮ ନିୟୁତ ବର୍ଷ ପୁରୁଣା ବିଲୁପ୍ତ ପ୍ରଜାତିର ପିମ୍ପୁଡିର ପ୍ରଜନନ କ୍ଷମତା ବିଷୟରେ ସୂଚନା ପାଇ ବହୁତ ଖୁସି ହୋଇଯାଇଛନ୍ତି।

ଯଦି ଆପଣ କେବେ ଜୁରାସିକ ପାର୍କ ଚଳଚ୍ଚିତ୍ର ଦେଖିଥିବେ ତ , ସେହି ଚଳଚ୍ଚିତ୍ରର ଗୋଟିଏ ସିନ୍ ରେ ଦେଖାଯାଇଥିଲା ଯେ,  ଗୋଟିଏ ପଥରରେ ଏକ କୋଟି ବର୍ଷ ପୂର୍ବେ ଜମି ରହିଥିବା ମଶାର ଶରୀରରେ  ଗୋଟିଏ ଡାଇନେସୋର୍ର ରକ୍ତକଣିକା ମିଳିଥିଲା ଯାହାକୁ ସେ ମଶା ନିଜେ ମରିବା ପୂର୍ବରୁ କାମୁଡି ଥିଲା । କିନ୍ତୁ ଏଥର ଘଟଣାରେ କୈାଣସି ମଶା ଜମିରହିଥିବାର ନୁହେଁ  ଦୁଇଟା ପିମ୍ପୁଡି ପ୍ରଜନନ  କରୁଥିବା  ସମୟର ଜୀବାଶ୍ମ ମିଳିଛି । ଯାହାକି ଏବେ ବୈଜ୍ଞାନିକ ମାନଙ୍କୁ ଏତେ କୋଟି ବର୍ଷ ପୁରୁଣା  ବିଲୁପ୍ତ ଜୀବ ବିଷୟରେ ଜାଣିବା ପାଇଁ ସହଜ ସାବ୍ୟସ୍ତ୍ୟ ହେବ। ଏହି ଜୀବାଶ୍ମ ଗଠନର କାହାଣୀ ମଧ୍ୟ କିଛି ଫିଲ୍ମ ଠାରୁ  ନୁହେଁ।   ପିମ୍ପୁଡିର ଏହି ପ୍ରଜାତି ପ୍ରାୟ ୩୮ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ଦେଖାଯାଇଥିଲା । ଆର୍ବୁନ ବିଶ୍ବବିଦ୍ୟାଳୟର ଆସିଷ୍ଟାନ୍ସ ପ୍ରଫେସର୍ ନାବୁକି ମିଜୋମାଟୋଙ୍କ ନେତୃତ୍ବରେ ଏକ ଆର୍ନ୍ତଜାତୀୟ ଅନୁସନ୍ଧାନକାରୀ ଦଳ ଏକ ଅଠାରେ ଲାଗିରହିଥିବା ଦୁଇଟି ପିମ୍ପୁଡି ପ୍ରଜାତିର ବିଲୁପ୍ତ କୀଟ ବିଷୟରେ ଅଧ୍ୟୟନ କରିଛନ୍ତି। ଅମ୍ବର ଗଛରୁ ବାହାରୁଥିବା ଏକ ପ୍ରକାର ଅଠା ଯାହାକି ତଳେ ପଡିବା ମାତ୍ରେ ଜମିଯାଏ । ଏହି ଅମ୍ବର ଅଠାରେ ଦୁଇଟି ପିମ୍ପୁଡିଙ୍କର  ପରସ୍ପର ସହିତ ଲାଗିରହିଥିବାର ଜୀବାଶ୍ମ ସଂରକ୍ଷିତ ଥିବା ଦେଖାଯାଇଥିଲା । ପରସ୍ପର ସହ ଲାଗିରହିବା ଆଚରଣ ପ୍ରାୟ ସମସ୍ତ କୀଟପତଙ୍ଗ ଠାରେ ଦେଖିବାକୁ ମିଳିଥାଏ । ବୈଜ୍ଞାନିକ ମାନେ କହିଛନ୍ତି ଯେ ଜୀବମାନଙ୍କ ଏପରି ଆଚରଣ ସମ୍ବନ୍ଧୀୟ ସୂଚନା ଏହି କୀଟ ମାନଙ୍କ ବିଷୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ବିଷୟରେ ଅନୁସନ୍ଧାନ କରିବାରେ ସହଜ ହେବ ।