ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ଭାରତ ଆଗରେ ଗରିବ ଥିଲେ ଆମେରିକା,ବ୍ରିଟେନ୍

1 min read

ଏଭଳି ଏକ ସମୟ ଥିଲା ଯେତେବେଳେ ଜିଡିପିରେ ଆମେରିକାଠାରୁ ଧନୀ ଥିଲା ଭାରତ । ଏହା ପ୍ରାୟ ୪୦୦ ବର୍ଷ ପୁରୁଣା କଥା । ସମ୍ରାଟ ଆକବରଙ୍କ ଶାସନ ସମୟରେ ଭାରତକୁ ଆମେରିକା ଏବଂ ବ୍ରିଟେନ ଅପେକ୍ଷା ଧନଶାଳୀ ଦେଶ ବୋଲି କୁହାଯାଉଥିଲା ଗବେଷଣା ଅନୁସାରେ ପୂର୍ବେ ଭାରତର ଅର୍ଥନୀତି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ଥିଲା । କିନ୍ତୁ ଭାରତରେ ଇଂରେଜଙ୍କ ପ୍ରବେଶ ପରେ ସ୍ଥିତି ବଦଳି ଯାଇଥିଲା । ରିପୋର୍ଟ ଅନୁଯାୟୀ ସମ୍ରାଟ ଆକବରଙ୍କ ଶାସନ ସମୟରେ ଭାରତୀୟମାନେ ଆମେରିକା,ଚୀନ ଏବଂ ବ୍ରିଟେନ ଠାରୁ ଅଧିକ ଧନଶାଳୀ ଭାବରେ ପରିଗଣିତ ହେଉଥିଲେ ।

ମୋଗଲ ସମ୍ରାଟ ଆକବରଙ୍କ ସମୟରେ ରାଜସ୍ୱ ୧୭.୫ ମିଲିୟନ ପାଉଣ୍ଡକୁ ପହଞ୍ଚି ଯାଇଥିଲା । ସେହି ସମୟରେ ଗ୍ଲୋବାଲ ଜିଡିପିରେ ଭାରତର ଅଂଶ ୨୫.୯ ପ୍ରତିଶତ ଥିଲା । କିନ୍ତୁ ଇଂରେଜ ଶାସନ ପରେ ଏଥିରେ ହ୍ରାସ ଘଟିବାକୁ ଲାଗିଲା । ଏହି ସମସ୍ୟା ୧୯୭୦ ପର୍ଯ୍ୟନ୍ତ ଲାଗି ରହିଲା । ପରେ ୧୯୯୧ରେ ଭାରତରେ ଜିଡିପିରେ ସୁଧାର ଆସିଲା ।

ଖ୍ରୀଷ୍ଟପୂର୍ବ ୧୦୦୦- ୨୮.୯ ପତିଶତ
ଖ୍ରୀଷ୍ଟାବ୍ଦ ୧୭୦୦- ୨୪.୪ ପ୍ରତିଶତ
୧୮୨୦ ମସିହା- ୧୬.୧ ପ୍ରତିଶତ
୧୯୫୦ ମସିହା-୪.୨ ପ୍ରତିଶତ
୧୯୭୯ ମସିହା- ୦୩ ପ୍ରତିଶତ
୨୦୦୦ ମସିହା- ୫.୨ ପ୍ରତିଶତ
୨୦୧୫ ମସିହା-୭.୧ ପ୍ରତିଶତ

ଅବୁଲ ଫଜଲଙ୍କ ଆଇନ-ଇ-ଆକବରୀ ଅନୁସାରେ ୧୫୫୬ରୁ୧୭୩୯ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟରେ ସ୍ୱର୍ଣ୍ଣ ସମୟ ଚାଲିଥିଲା । ଆକବରଙ୍କ ଶାସନ ସମୟରେ ତମ୍ବାଖୁ ଏବଂ ମକା ଫସଲକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଉଭୟ ଫସଲ ଯଦିଓ ଭାରତରେ ପ୍ରଥମେ ଚାଷ ହେଉନଥିଲା, କିନ୍ତୁ ପରେ ଏହାକୁ ଭାରତରେ ଚାଷ କରଯାଇଥିଲା । ଭାରତୀୟ ପରିବେଶରେ ମକା ଓ ତମ୍ବାଖୁ ଭଲ ଉତ୍ପାଦନ ହୋଇଥିଲା । ଧୀରେ ଧୀରେ ଏଥିରୁ ଲାଭ ମିଳିବା ଆରମ୍ଭ ହେଲା । ସେହିଭଳି ଲଙ୍କା ଫସଲ ମଧ୍ୟ ଆରମ୍ଭ ହୋଇଥିଲା । ୧୫୦୦ ଶତାବ୍ଦୀରେ ରେଶମ ଚାଷ ଆରମ୍ଭ ହୋଇଥିଲା । କିନ୍ତୁ ଆକବରଙ୍କ ପରେ ଏଥିରେ ସ୍ଥିରତା ନଜର ଆସିଥିଲା ।


ମୋଗଲ ଶାସନ ସମୟରେ ଭାରତ ଏକ କୃଷି ପ୍ରଧାନ ଦେଶ ଥିଲା । ପ୍ରତି ଗାଁରେ ସମସ୍ତେ ସ୍ୱାବଲମ୍ବୀ ଥିଲେ । ଚାଷ ଜମି ମଧ୍ୟ ଆକୃତିରେ ଯଥେଷ୍ଟ ବଡ଼ ଥିଲା । ଜଳସେଚନ ପାଇଁ ଖୁବ ସୁବିଧା କରିଥିଲେ ଆକବର । ଧାନ,ଗହମ,ମକା ଏବଂ ବାଜରା ମୁଖ୍ୟ ଚାଷ ଥିଲା । କଟନ,ଆଖୁ ଏବଂ ସିଲ୍କକୁ ବାଣିଜ୍ୟିକ ଚାଷ ଦ୍ରବ୍ୟ ଭାବରେ ଗଣନା କରାଯାଉଥିଲା । ପରେ ତମ୍ବାଖୁରୁ ଖୁବ ଲାଭ ମିଳିବାକୁ ଲାଗିଲା । ଉତ୍ପାଦନର ଏକ ତୃତୀୟାଂଶ ଖଜଣା ନିଆଯାଉଥିଲା ।


ଆଜିକାଲି ଯଦିଓ କାଗଜ ଟଙ୍କା ଦ୍ୱାରା କାରବାର ହେଉଛି, କିନ୍ତୁ ଆକବରଙ୍କ ସମୟରେ ସୁନା ଏବଂ ରୂପାର ଟଙ୍କା କାରବାର ହେଉଥିଲା । ଗୋଟିଏ ଗାଁରେ ସବୁ ପ୍ରକାରର ବ୍ୟବସାୟୀ ରହୁଥିଲେ । ଏହା ସହିତ ସମସ୍ତଙ୍କ ଜୀବନଶୈଳୀ ଖୁବ ଉନ୍ନତ ମାନର ଥିଲା ।

Leave a Reply