ଅମ୍ବାନୀଙ୍କ ସହ ଆଲୋଚନା କରିବେ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବେରୋଜଗାର ହଟାଇ ରୋଜଗାରର ପେଣ୍ଠସ୍ଥଳୀ କରିବାକୁ ଫଣ୍ଡା ଫିକ୍ସ କରିଛନ୍ତି ଯୋଗୀ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ଦିଶା ଏବଂ ଦଶା ବଦଳାଇବା ପାଇଁ ଦେଶର ପ୍ରମୁଖ ବ୍ୟବସାୟୀଙ୍କ ସହ ବୈଠକ କରିବେ । ବ୍ୟକ୍ତିଗତ ଭାବେ ରାଜଧାନୀ ଲକ୍ଷ୍ନୌରେ ସମସ୍ତଙ୍କ ଭେଟିବାକୁ ଦିନ ଧାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଉତ୍ତର ପ୍ରଦେଶକୁ ବ୍ୟବସାୟର ହବ କରିବା ସହ ଅନେକ ପ୍ରତିଷ୍ଠିତ ଉଦ୍ୟୋଗପତି କିପରି ରାଜ୍ୟରେ ନିବେଶ କରିବେ ସେନେଇ ଆଲୋଚନା କରିବେ ଯୋଗୀ । ଉଦ୍ୟୋଗପତି ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା ଏବଂ ମୁକେଶ ଆମ୍ବାନୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ । ଏନେଇ ସରକାର ପକ୍ଷରୁ ଦିଆଯାଇଛି ସୂଚନା ।

ସରକାରର କହିବା ଅନୁଯାୟୀ, ଏହି ତିନି ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଆଲୋଚନା କରିବେ । ସେପଟେ ଗୌତମ ଆଦାନୀ, କୁମାର ମଙ୍ଗଲମ ବିର୍ଲା ଏବଂ ମୁକେଶ ଆମ୍ବାନୀ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ମୁକେଶ ଆମ୍ବାନୀ ବିଦେଶ ଗସ୍ତରେ ରହିଥିବାବେଳେ ବ୍ୟକ୍ତିଗତ ସାକ୍ଷାତ କରିପାରିନଥିବା କୁହାଯାଇଛି ।

Leave a Reply