ନନ୍ଦିଘୋଷ ବ୍ୟୁରୋ: ଭୂତକୋଠି ପାଲଟିଛି ଅନୁସୂଚିତ ଜନଜାତି ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରାବାସ । କାର୍ଯ୍ୟକ୍ଷମ ପାଇଁ ବାରମ୍ବାର ଆନ୍ଦୋଳନ କଲେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁରେ ୧୯୯୦ ମସିହାରେ ଏକ ଉଚ୍ଚ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଅନୁସୂଚିତ ଜନଜାତି ବହୁଳ ଅଞ୍ଚଳ ହୋଇଥିବାରୁ ଏଠାକାର ଛାତ୍ରମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ ହୋଇଥିଲା । ହେଲେ କାର୍ଯ୍ୟକ୍ଷମ ନହୋଇ ସେହିଭଳି ପଡିରହିଲା । ୨୦୧୯ରୁ ଗାଁରେ ଥିବା ସେହି ହାଇ ସ୍କୁଲଟି ଏବେ ବନ୍ଦ ହୋଇଯାଇଛି । ଫଳରେ ପିଲାମାନେ ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି । ଏନେଇ ବାରମ୍ବାର ଆନ୍ଦୋଳନ ପରେ ବି କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ସେପଟେ ବିଇଓ କହିଛନ୍ତି ଏସମ୍ପର୍କରେ ଡିଇଓ ସରକାରଙ୍କୁ ଜଣାଇଛନ୍ତି । ଗାଁରେ ଉଚ୍ଚ ବିଦ୍ୟାଳୟ ନିର୍ମାଣ ହେଲେ ଛାତ୍ର ନିବାସ କାର୍ଯ୍ୟକ୍ଷମ ହେବ ।
ଦଶହରାରେ ଅଘଟଣ, କେନାଲରେ ବୁଡ଼ି ୩ ବର୍ଷୀୟ ଶିଶୁର ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଦଶହରାରେ ଚାଲିଗଲା ପୁଅର ଜୀବନ । କେନାଲରେ ବୁଡ଼ି ୩ ବର୍ଷୀୟ ଶିଶୁର ମୃତ୍ଯୁ ହୋଇଛି । ନିମାପଡ଼ା ଗୋପ ବସ୍ତିରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୃତକ ହେଲା ଆୟନ୍ ଖାନ । ଖେଳୁଥିବା ସମୟରେ ଶିଶୁପୁତ୍ରଟି କେନାଲରେ ବୁଡ଼ିଯାଇଥିଲା । ପରିବାର ଲୋକ ବହୁ ଖୋଜାଖୋଜି କରିବାପରେ ମଧ୍ଯ ପାଇନଥିଲେ । ପରେ ପୁଅଟି ଭାସୁଥିବାର ଦେଖି ତାକୁ ତୁରନ୍ତ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ଯୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ଦେଖାଦେଇଛି ।
ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଚଳାବସ୍ଥା : ବିବାଦ ଘଟଣା ପଛରେ ରହିଥିଲା ମନ୍ତ୍ରୀଙ୍କ ହାତ !
ନନ୍ଦିଘୋଷ ବ୍ୟୁରୋ: ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଅଚଳାବସ୍ଥା ମୂଳରେ ରହିଥିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ଦୀର୍ଘ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବର୍ଥର ଅପରେସନକୁ ବନ୍ଦ କରାଇବା ସହ ଦୁଇଟି ଜାହାଜକୁ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଡିଟେନ କରାଇବା ଏବଂ ବନ୍ଦରରୁ ଜାହାଜ ଫେରିଯିବା ଘଟଣାରେ ରହିଥିଲା ମନ୍ତ୍ରୀଙ୍କ ହାତ । ଏହି କଥାକୁ ନିଜେ ସ୍ବୀକାର କରିଛନ୍ତି ମନ୍ତ୍ରୀ । କମ୍ପାନୀ କର୍ତୃପକ୍ଷଙ୍କ ସହିତ ଆଲୋଚନା କରି ଦୁର୍ଘଟଣାରେ ମୃତ ଭୋଳାନାଥ ସ୍ବାଇଁଙ୍କୁ କ୍ଷତିପୂରଣ ପ୍ରଦାନ କରିଛି ବୋଲି ମନ୍ତ୍ରୀ କହିଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ପାରାଦୀପବାସୀ । ଯଦି ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ନ୍ଯାୟ ପ୍ରଦାନ କରିଥିଲେ ତେବେ ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ କାହିଁକି ବର୍ଥରେ ଅଚଳାବସ୍ଥା ରହିଲା ? ପାରାଦୀପ ବନ୍ଦରକୁ ଆନ୍ତର୍ଜାତିକ ବଜାରରେ କାହିଁକି ବଦନାମ କରାଗଲା ? ଶିଳ୍ପମନ୍ତ୍ରୀଙ୍କର ଏହା ଏକ ରାଜନୈତିକ ଉଦ୍ଦେଶ୍ଯ ପଣୋଦିତ କାର୍ଯ୍ୟକ୍ରମ ଥିଲା ବୋଲି ଅଭିଯୋଗ ହୋଇଛି ।
ଭାଇକୁ ଗୁଳି ମାରିଲା ଭାଇ, ବାଜିଲା ନାବାଳକ ଛାତିରେ
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥରନର ଦୀକ୍ଷିତପଡ଼ାରେ ଗୁଳିକାଣ୍ଡ । ଗୁଳି ଜଣେ ନାବାଳକଙ୍କ ଛାତିରେ ବାଯିବାରୁ ସେ ଗୁରୁତର । ତାଙ୍କୁ ସ୍ଥାନୀର୍ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଭାଇଙ୍କ ମଧ୍ୟରେ ହୋଇଥିବା ଝଗଡ଼ାରୁ ଫୁଳିମାଡ଼ ହୋଇଥିବା ଅଭିଯୋଗ ।
ସୂଚନା ଅନୁସାରେ, ଦୀକ୍ଷିତ ପଡାରେ ଗୁଳିକାଣ୍ଡ ଘଟିଛି । ବଡ଼ ଭାଇ ଉପରକୁ ଗୁଳି ଚଳାଇଲା ସାନ ଭାଇ । ତେବେ ଗୁଳିଟି ବଡ଼ ଭାଇଙ୍କ ଦେହରେ ନ ବାଜି କାନ୍ଥରେ ବାଜିଥିଲା । ଏହାପରେ କାନ୍ଥରୁ ଗୁଳି ଛିଟିକି ପାରେ ଥିବା ନାବାଳକ ଦେହରେ ବାଜିଥିଲା ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଚି । ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି । ଗିରଫ ଦୁଇ ଭାଇ ହେଲେ ୧୯ ବର୍ଷିୟ ରବି ନାୟକ ଏବଂ ୨୧ ବର୍ଷିୟ ଶିବ ନାୟକ । ଚିକିତ୍ସା ପରେ ଆହତ ନାବାଳକ ସୁସ୍ଥ ଥିବା ଜଣାପଡିଛି । ଗତକାଲି ଘଟିଥିଲା ଗୁଳିକାଣ୍ଡ ।

