spot_img
Home Blog Page 1809

୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ରେଜଲ୍ଟ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇଁ ଯୁକ୍ତଦୁଇ ରେଜଲ୍ଟ । ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇବ । ସେହିଦିନ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଅପରାହ୍ନରେ ୪ଟି ବିଭାଗର ରେଜଲ୍ଟ ଆସିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । www.orissaresults.nic.in ରେ ରେଜଲ୍ଟ ଉପଲବ୍ଧ ହେବ ।

ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୪୪୭, କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫ ହଜାର ୯୬୦ ଓ ଧନ୍ଦାମୂଳକ ରେ ୫ ହଜାର ୭୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

ସୂଚନାଯୋଗ୍ୟ ଉକ୍ତି ଦିନ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପ୍ରରିଚାଳିତ ଦଶମ ମାଟ୍ରିକ ପରୀକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ ।

ନିମାପଡ଼ାର ବିକାଶ ସପକ୍ଷରେ ଭୋଟର; ପ୍ରଚାରକୁ ଜୋରଦାର କରିଛନ୍ତି ତିନି ଦଳର ପ୍ରାର୍ଥୀ

ନିମାପଡ଼ା: ପ୍ରଚାରରେ କମ୍ପୁଛି ପରିବେଶ । ନିମାପଡ଼ା ରାଜନୀତି ସରଗରମ । ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଶେଷ ପର୍ଯ୍ଯାୟରେ ଜୁନ୍ ୧ ତାରିଖରେ ହେବାକୁ ଯାଉଛି ଭୋଟ ଗ୍ରହଣ । ଏଠାରେ ବିଜେଡିର ଦବଦବା ରହିଛି । ଚଳିତ ନିର୍ବାଚନରେ ବିକାଶକୁ ଭୋଟର ଫୋକସ୍ କରିଛନ୍ତି ।

ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ଟି ୱାର୍ଡ, ନିମାପଡ଼ା ବ୍ଲକର ୩୨ଟି ପଞ୍ଚାୟତ ଓ ଗୋପ୍ ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ମୋଟ୍ ୨ ଲକ୍ଷ ୪୬ ହଜାର ୭୧୮ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୨୬ ହଜାର ୩୧୦ ପୁରୁଷ ଭୋଟର ଓ ୧ ଲକ୍ଷ ୨୦ ହଜାର ୪୦୮ ଜଣ ମହିଳା ଭୋଟର ଅଛନ୍ତି । ମତଦାନ ପାଇଁ ସମୁଦାୟ ୨୮୦ଟି ବୁଥ କରାଯାଇଥିବା ବେଳେ ଏଥିରେ ୬୦ରୁ ଊର୍ଦ୍ଧ୍ବ ସମ୍ବେଦନଶୀଳ ବୁଥ ରହିଛି । ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ରାଉତରାୟ ଓ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଭାତୀ ପରିଡ଼ା । ସମସ୍ତେ ନିଜ ସପକ୍ଷରେ ଭୋଟରଙ୍କୁ ନେବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ।

୨୦୦୦ ଓ ୨୦୦୪ରେ ବିଜେଡି-ବିଜେପି ମେଣ୍ଟରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଥିଲେ ବିଜେପିର ବାଇଧର ମଲ୍ଲିକ । ମେଣ୍ଟ ଭାଙ୍ଗିବା ପରେ ୨୦୦୯ ମସିହାରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ସମୀର ରଞ୍ଜନ ଦାଶ । ୩୯ ହଜାର ୧୫୪ ଖଣ୍ଡ ଭୋଟରେ ସମୀର ରଞ୍ଜନ ଦାଶ ଜିତିଥିଲେ । ୨୦୧୪ ମସିହାରେ ୨୯ ହଜାର ୬୩୭ ଓ ୨୦୧୯ ମସିହାରେ ୩୨ ହଜାର ୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ ସମୀର । ଏଥର ବିଜେଡି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି। ନୂଆ ସମୀକରଣରେ ଭୋଟରମାନେ କାହାକୁ ଭୋଟ ଦେବେ, ସେନେଇ ଅଙ୍କ କଷୁଛନ୍ତି ।

ଚାରି ବିଜେପି ନେତାଙ୍କୁ ମାନସିକ ଚିକିତ୍ସା ଯୋଗାଇ ଦେବାକୁ ଏସସିବିକୁ ଚିଠି ଲେଖିଲା ବିଜେଡି

ଭୁବନେଶ୍ବର: ପାଗଳ ହୋଇଗଲେଣି ବିଜେପି ନେତା । ସେମାନଙ୍କର ମାନସିକ ଚିକିତ୍ସା ଆବଶ୍ୟକ । ଏମିତି କହି କଟକ ବଡ଼ ମେଡିକାଲକୁ ଚିଠି ଲେଖିଲା ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ରାଜ୍ଯ ସଭାପତି ସମୀର ମହାନ୍ତିଙ୍କୁ ମାନସିକ ରୋଗର ଚିକିତ୍ସା ଯୋଗାଇଦେବାକୁ ଚିଠି ଲେଖିଛି ଦଳ

ଚିଠିରେ ଦଳ ପକ୍ଷରୁ ଦର୍ଶାଯାଇଛି,  ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ମେଡିକାଲ ବୋର୍ଡ ଗଠନ କରିବା ସହ ଏହି ଚାରି ନେତାଙ୍କୁ ଆବଶ୍ୟକୀୟ ମାନସିକ ରୋଗ ଚିକିତ୍ସା ବ୍ୟବସ୍ଥା କରାଯାଉ । ଯଦି ସେମାନେ ଏଥିରେ ରାଜି ନହୁଅନ୍ତି, ତେବେ ସେମାନଙ୍କୁ ବୁଝାସୁଝା କରି ହସ୍ପିଟାଲ ଆଣିବାର ଦାୟିତ୍ବ ଏକ କାଉନସେଲିଂ ଟିମକୁ ପ୍ରଦାନ କରାଯାଉ ।

ବିଜେଡି କହିଛି, ଏକ ଦାୟିତ୍ବ ସମ୍ପନ୍ନ ରାଜନୈତିକ ଦଳ ଭାବେ, ଆମ ପ୍ରତିପକ୍ଷ ଓଡିଶା ବିଜେପିର କିଛି ନେତାଙ୍କ ମାନସିକ ସ୍ଥିତି ଦେଖି ଗଭୀର ଚିନ୍ତିତ । ଏଥିପାଇଁ ଆମକୁ ଭାରି ଦୟା ଲାଗୁଛି । ୨୦୨୪ ନିର୍ବାଚନ ବହୁତ ଖରାପ ଭାବେ ହାରିବାକୁ ଯାଉଥିବାରୁ, ସେମାନେ ନିଜ ମାନସିକ ଭାରସାମ୍ୟ ହରାଇ ପ୍ରତିଦିନ ବାଚାଳାମି କରୁଛନ୍ତି । ଏସବୁ ଦେଖିବା କଷ୍ଟଦାୟକ । ଓଡ଼ିଶା ବିଜେପି ନେତାମାନେ ମାନସିକ ସନ୍ତୁଳନ ବଜାୟ ରଖିବାରେ ସହାୟକ ହୁଅନ୍ତୁ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି ବିଜେଡି ।

ମୋରଡାରେ ଜମୁଛି ପ୍ରଚାର; ଭୋଟରଙ୍କୁ ମନାଇବାକୁ ସବୁ ଦଳ ପ୍ରାର୍ଥୀଙ୍କ ଜୋରଦାର ପ୍ରୟାସ

ବାରିପଦା: ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ବିଗୁଲ ବାଜିବା ପରେ ଜୋର ଧରିଛି ପ୍ରଚାର । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ମତଦାନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବାକୁ ଯାଉଛି । ସେହିପରି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଜୁନ ୧ ତାରିଖରେ ହେବ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ମୋରଡା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଭିନ୍ନ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଶାଣିତ କରିଛନ୍ତି । ସବୁ ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷକୁ ନେବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ।

ସୂଚନାଯୋଗ୍ୟ, ମୋରଡା ବ୍ଲକର ୨୦ଟି ପଞ୍ଚାୟତ, ଶୁଳିଆପଦା ବ୍ଲକର ୧୬ଟି ପଞ୍ଚାୟତ ଓ ରାସଗୋବିନ୍ଦପୁର ବ୍ଲକର ୧୬ଟି ପଞ୍ଚାୟତକୁ ନେଇ ମୋରଡା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ମୋଟ ଭୋଟର ସଂଖ୍ଯା ୨ ଲକ୍ଷ ୩୨ ହଜାର ୩୫୨ । ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୧୬ ହଜାର ୨୬୮ ରହିଥିବା ବେଳେ ମହିଳା ଭୋଟର ସଂଖ୍ଯା ୧ ଲକ୍ଷ ୧୬ ହଜାର ୭୫ । ଏଠାରେ ତୃତୀୟ ଲିଙ୍ଗ ମତଦାତା ୯ ଜଣ ଅଛନ୍ତି । ଚଳିତ ନିର୍ବାଚନରେ ଏଠାରୁ ବିଜେଡି ପକ୍ଷରୁ ପ୍ରୀତିନନ୍ଦା କାନୁନଗୋ, ବିଜେପି ପକ୍ଷରୁ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ପ୍ରଭାସ କୁମାର ମହାପାତ୍ର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

୨୦୦୯ରେ ଏଠାରୁ ବିଜେଡିରୁ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବାଜିମାତ କରିଥିଲେ । ତାଙ୍କୁ ୩୭ ହଜାର ୬୦୯ ଖଣ୍ଡ ଭୋଟ ମିଳିଥିଲା । ଜେଏମଏମ ପକ୍ଷରୁ ବିମଳଲୋଚନ ଦାସ ଲଢି ୩୧ ହଜାର ୪୦୮ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ରାଜକିଶୋର ଦାସ ୨୬ ହଜାର ୯୫୫ ଖଣ୍ଡ ଭୋଟ୍ ପାଇଥିଲେ ।

ସେହିପରି ୨୦୧୪ରେ ବିଜେଡିରୁ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଲଢି ୫୨ ହଜାର ୨୦୭ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ରାଜକିଶୋର ଦାସ ୪୫ ହଜାର ୨୫୧ ଖଣ୍ଡ ଭୋଟ୍ ପାଇଥିଲେ । କଂଗ୍ରେସରୁ ପ୍ରଭାସକର ମହାପାତ୍ରଙ୍କୁ ମିଳିଥିଲା ୨୪ ହଜାର ୭୯୦ ଭୋଟ୍ ।

୨୦୧୯ରେ ବିଜେଡିରୁ ରାଜକିଶୋର ଦାସ ବାଜିମାତ କରିଥିଲେ । ତାଙ୍କୁ ମିଳିଥିଲା ୬୮ ହଜାର ୫୫୧ ଖଣ୍ଡ ଭୋଟ । ବିଜେପିରୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଥିଲା ୬୧ ହଜାର ୮୪୭ ଭୋଟ୍ । କଂଗ୍ରେସରୁ ପ୍ରଭାସକର ମହାପାତ୍ରଙ୍କୁ ୨୩ ହଜାର ୬୦୦ ଭୋଟ୍ ମିଳିଥିଲା । ଚଳିତ ନିର୍ବାଚନରେ ମୋରଡା ବିଧାନସଭା କ୍ଷେତ୍ର ହାତେଇବାକୁ ଆଶା ରଖିଛନ୍ତି ୩ ଦଳର ପ୍ରାର୍ଥୀ ।

ନିଜ ଗଣମାଧ୍ୟମ ସଂସ୍ଥାକୁ ମାଧ୍ୟମ କରି ସୌମ୍ୟରଞ୍ଜନ ଅରାଜକତା ସୃଷ୍ଟି କରୁଛନ୍ତି: ବଦ୍ରି

କେନ୍ଦୁଝର: ଘଷିପୁରା ନିର୍ବାଚନ ମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଙ୍ଗୀନ ଅଭିଯୋଗ । ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ଆଣିଲେ ଗୁରୁତର ଅଭିଯୋଗ । କହିଲେ- ସୌମ୍ଯ ନିଜ ଗଣମାଧ୍ଯମ ସଂସ୍ଥାର ସାହାଯ୍ଯ ନେଇ ଅଞ୍ଚଳରେ ସୃଷ୍ଟି କରୁଛନ୍ତି ଅରାଜକତା । ସୌମ୍ୟ ଭୋଟରଙ୍କୁ ଭୟଭୀତ କରିବାକୁ ଉଦ୍ଯମ କରୁଥିବା ଅଭିଯୋଗ କରିଛନ୍ତି ବଦ୍ରି ।

ସେ କହିଛନ୍ତି, କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାଙ୍ଗରେ ଧରି ଘଷିପୁରା ନିର୍ବାଚନ ମଣ୍ଡଳୀରେ ଅରାଜକତା ସୃଷ୍ଟି କରୁଛନ୍ତି ସୌମ୍ଯ । କିଛିଦିନ ତଳେ ଓ୍ବାରେଣ୍ଟିମାନଙ୍କୁ ପୋଲିସ ଗିରଫ କରିବା ପରେ ସୌମ୍ଯ ନିଜ ସମର୍ଥକଙ୍କୁ ନେଇ ରାମଚନ୍ଦ୍ରପୁର ଥାନା ଘେରାଉ କରିଥିଲେ । ଗତକାଲି ରାତିରେ ସୌମ୍ୟଙ୍କ ସମର୍ଥକ ଖଣ୍ଡା ଧରି ଆତଙ୍କରାଜ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ବଦ୍ରିନାରାୟଣ ପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ଝରକା ଭାଙ୍ଗି ଭୟ ସୃଷ୍ଟି କରିବା ଅଭିଯୋଗ କରିଛନ୍ତି ସେ । ଟଙ୍କା ବଳ ଓ ମିଡିଆକୁ ନେଇ ଲୋକଙ୍କୁ ଭୟଭୀତ କରାଉଥିବା ସୌମ୍ଯଙ୍କୁ ଘଷିପୁରା ଲୋକ ଉଚିତ୍ ଜବାବ ଦେବେ ବୋଲି ବଦ୍ରି କହିଛନ୍ତି ।

ବିଜେପି ମାଫିଆଙ୍କ ଅନ୍ଧାରୀ ବିଜେ; ଟଙ୍କା ଦେଇ ଭୋଟ କିଣିବାକୁ କରୁଛନ୍ତି ଉଦ୍ୟମ !

ପାଲଲହଡ଼ା: ବିଜେପିକୁ ଘାରିଛି ପରାଜୟ ଭୟ । ଅସତ ଉପାୟରେ ଭୋଟ ହାତେଇବାକୁ କରୁଛି ହୀନ ଚକ୍ରାନ୍ତ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ମାଫିଆ ଟଙ୍କା ବାଣ୍ଟୁଥିବା ହେଉଛି ଅଭିଯୋଗ । ସମ୍ବଲପୁରରେ ଏକ ନିର୍ଦ୍ଦିଷ୍ଟ ମିଡିଆ ଗାଡ଼ିରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ବେଳେ ଦେଖିବାକୁ ମିଳିଛି ଉତ୍ତେଜନା । ଏବେ ଖବର ଆସିଛି ବିଜେପି ମାଫିଆ ପାଲଲହଡ଼ା ଅଞ୍ଚଳରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଛି । ଯାହାର ଭିଜୁଆଲ ନନ୍ଦିଘୋଷ ଟିଭି ହାତରେ ଲାଗିଛି ।

ତଥ୍ୟ ଅନୁସାରେ, ପରାଜୟ ଭୟରେ ବିଜେପି ମାଫିଆ ଗାଁ ଗହଳିରେ ଅନ୍ଧାରୀ ବିଜେ କରୁଛନ୍ତି । ପାଲଲହଡା ନିର୍ବାଚନ ମଣ୍ଡଳୀର ଶିଗଡ଼ ପଞ୍ଚାୟତର କୋଳିପାଳ ବୁଥ ଅଞ୍ଚଳରେ ବିଜେପି ମାଫିଆ ଟଙ୍କା ବାଣ୍ଟୁଥିବା ଭିଡିଓ ସାମ୍ନାକୁ ଆସିଛି । ଗାଁରେ ବିଜେଡି ଏଜେଣ୍ଟ ପଶି ନିରୀହ ଲୋକଙ୍କୁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ପ୍ରବର୍ତ୍ତାଉଛନ୍ତି । କୁହାଯାଉଛି ଭୋଟ ପିଛା ବିଜେପି କର୍ମୀ ଦେଉଛନ୍ତି ୫ ଶହ ଟଙ୍କା । ରାଜ୍ଯ ବିଜେପି ଗୁଣ୍ଡା, ଅପରାଧୀମାନଙ୍କୁ ଦଳରେ ସାମିଲ କରୁଥିବାବେଳେ ନିର୍ବାଚନରେ କଳଙ୍କିତ ଉପାୟରେ ଭୋଟ ହାତେଇବା ଲାଗି ଗ୍ରହଣ କରୁଛନ୍ତି କୁତ୍ସିତ ମାଧ୍ଯମ ।

ସମ୍ବଲପୁରକୁ ଅଶାନ୍ତ କରିବାକୁ ଧର୍ମେନ୍ଦ୍ର ଉଦ୍ୟମ କରୁଥିବା ଅଭିଯୋଗ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାରିଛି ହାରିବା ଭୟ । ଏଥିପାଇଁ ସମ୍ବଲପୁରକୁ ଅଶାନ୍ତ କରିବାକୁ କରୁଛନ୍ତି ଚେଷ୍ଟା । ଭୋଟ୍ ଆଗରୁ ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ କରୁଛନ୍ତି ଉଦ୍ଯମ । ଏଭଳି ସାଂଘାତିକ ଅଭିଯୋଗ ଆଣି ଧର୍ମେନ୍ଦ୍ରଙ୍କ ବିରୋଧରେ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି ।

ବିଜେଡିର ଅଭିଯୋଗ ଅନୁସାରେ, ପରାଜୟ ଭୟରେ ବିଜେପି ରକ୍ତମୁଖା ହେବା ସହ ଟଙ୍କା ବଣ୍ଟାକୁ ଶେଷ ଅସ୍ତ୍ର ଭାବେ ବାଛିଛି । ରେଙ୍ଗାଲିରେ ରକ୍ତପାତ କରୁଛି । ପୋଲିସ ଅଧିକାରୀ ରାଜେଶ ଶତପଥୀଙ୍କୁ ଛେଣ୍ଡିପଦା ବିଜେପି ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ସମର୍ଥକ ଆକ୍ରମଣ ମଧ୍ଯ କରିଛନ୍ତି । ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବାକୁ ବିଜେପି ଉଦ୍ଯମ କରୁଥିବାରୁ ଫ୍ଲାଗମାର୍ଚ୍ଚ ପାଇଁ ଦାବି କରିଛି ବିଜେଡି । ସମ୍ବଲପୁରରେ ଧର୍ମେନ୍ଦ୍ର ହାରିବା ଜାଣି ଟଙ୍କା ବାଣ୍ଟି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ଯମ କରୁଥିବା ବିଜେଡି ଅଭିଯୋଗ କରିଛି । ଏଣୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପିର ହୀନ ରାଜନୀତି ନିନ୍ଦନୀୟ: ପାଣ୍ଡିଆନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେପି ମିଛ ପ୍ରଚାର କରୁଛି । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ରାଜ୍ୟ ବିଜେପି ଓ ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ବିଜେପିର କେନ୍ଦ୍ରୀୟ ନେତା । ଯାହାର ଜବାବ ନିଜେ ମୁଖ୍ୟମନ୍ତ୍ରୀ ଦେବା ସହ ମୁଁ ସୁସ୍ଥ ଅଛି ବୋଲି କହିଛନ୍ତି । ବିଜେପିର ଏହି ହୀନ ଚକ୍ରାନ୍ତକୁ ନିନ୍ଦା କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେପିର ଅପପ୍ରଚାରକୁ ନିନ୍ଦା କରିଛନ୍ତି ପାଣ୍ଡିଆନ । ବିଜେପିର ଏଭଳି ହୀନ ଚକ୍ରାନ୍ତ ଅନ୍ଯନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ‘ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବିରୋଧୀଙ୍କ ପାଖରେ କୌଣସି ନୂଆ ତଥ୍ଯ ନାହିଁ । ସେଥିପାଇଁ ନିଚ୍ଚସ୍ତରର ରାଜନୀତି କରୁଛନ୍ତି ବିରୋଧୀ । ସେଇ ପୁରୁଣା କଥାକୁ ବାରମ୍ବାର ଦୋହରାଉଛନ୍ତି । ଦେଶର ଏକ ନମ୍ବର ମୁଖ୍ଯମନ୍ତ୍ରୀଙ୍କୁ ନେଇ ବାରମ୍ବାର ବିରୋଧୀଙ୍କ ମିଛ ପ୍ରଚାରକୁ ରାଜ୍ଯବାସୀ ପସନ୍ଦ କରୁନାହାଁନ୍ତି । ମୁଖ୍ଯମନ୍ତ୍ରୀ ସାରା ରାଜ୍ଯ ବୁଲି ପ୍ରଚାର କରୁଛନ୍ତି । ବିରୋଧୀଙ୍କ ଅପପ୍ରଚାରରେ କୌଣସି ସତ୍ଯତା ନାହିଁ ।’

ପୂର୍ବରୁ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ମିଛ ପ୍ରଚାରକୁ ନିଜେ ସମାଲୋଚନା କରିଥିଲେ । ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ସେ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି, ରାଜ୍ଯସାରା ବୁଲି ପ୍ରଚାର କରୁଛି ।

ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଏହା ଏକ ଶକ୍ତ ଜବାବ । ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ବିଜେପି ନେତାମାନେ ଅପପ୍ରଚାର କରୁଛନ୍ତି । ଆଜି ନିଜେ ମୁଖ୍ଯମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।

ବିରୋଧୀଙ୍କ ନବୀନଙ୍କ ଜବାବ; କହିଲେ- ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ବିଜେପି ମିଛ ପ୍ରଚାର କରୁଛି

ଭୁବନେଶ୍ବର: ଅପପ୍ରଚାରକାରୀଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜବାବ । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବିଜେପି ତାଙ୍କ ସ୍ବାସ୍ଥ୍ୟକୁ ନେଇ ଅପପ୍ରଚାର କରୁଥିବା କହିଛନ୍ତି ନବୀନ ।

ବାରିପଦାରେ ବିଜେଡି ପ୍ରଚାର ସମାବେଶ ପରେ ଖୋଦ ମୁଖ୍ଯମନ୍ତ୍ରୀ ବିଜେପିର ମିଛ ପ୍ରଚାରକୁ ନନ୍ଦା କରିଛନ୍ତି । ବିଜେପି ନେତାମାନେ ମିଛ କହିବାର ସବୁ ସୀମା ପାର କରୁଛନ୍ତି । ସେ କହିଛନ୍ତି, ମୁଁ ସମ୍ପୁର୍ଣ୍ଣ ସୁସ୍ଥ ଅଛି, ରାଜ୍ଯସାରା ବୁଲି ପ୍ରଚାର କରୁଛି ।

ମୁଖ୍ଯମନ୍ତ୍ରୀଙ୍କ ସ୍ବାସ୍ଥ୍ଯକୁ ନେଇ ଅପପ୍ରଚାର କରୁଥିବା ବିଜେପି ନେତାଙ୍କୁ ଏହା ଏକ ଶକ୍ତ ଜବାବ । ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବାରମ୍ବାର ବିଜେପି ନେତାମାନେ ଅପପ୍ରଚାର କରୁଛନ୍ତି । ଆଜି ନିଜେ ମୁଖ୍ଯମନ୍ତ୍ରୀ ଏହାର ଜବାବ ଦେଇଛନ୍ତି ।

ମିଡିଆ ଗାଡିରେ ଟଙ୍କା ବାଣ୍ଟୁଥିଲେ ବିଜେପି କର୍ମୀ, ପ୍ରତିବାଦ କରିବାରୁ ଉତ୍ତେଜନା

ରେଙ୍ଗାଲି: ଟଙ୍କା ବାଣ୍ଟି ଭୋଟ କିଣିବାକୁ ବିଜେପିର ହୀନ ଉଦ୍ୟମ । ତାହା ପୁଣି ଏକ ଗଣମାଧ୍ୟମ ଗାଡିରେ । ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ନିର୍ଦ୍ଦିଷ୍ଟ ମିଡିଆ ଗାଡିରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ । ଠେଲକୋଲି ଅଞ୍ଚଳରେ ମିଡିଆ ଗାଡିରେ ବିଜେପି ପାଇଁ ଟଙ୍କା ବଣ୍ଟା ଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ପ୍ରତିନିଧି କାରରେ ଯାଇ ଟଙ୍କା ବାଣ୍ଟିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ସହ କାରରେ ବିଜେପିର କିଛି ମହିଳା କର୍ମୀ ଥିଲେ । ଟଙ୍କା ଦେଇ ଭୋଟ କିଣିବାକୁ ଏମିତି ଉଦ୍ୟମକୁ ଗ୍ରାମବାସୀ ବିରୋଧ କରିବା ସହ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ମିଡିଆ ଗାଡି ଘଟଣା ସ୍ଥଳରୁ ଖସି ପଳାଇଛି । ପରେ ଏନେଇ ଗ୍ରାମବାସୀ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ।