spot_img
Home Blog Page 1900

ବିଜେଡି ରାଜ୍ୟରେ ଶାନ୍ତିର ସହ ମୁକ୍ତ ଓ ଅବାଧ ନିର୍ବାଚନରେ ସହଯୋଗ କରିଆସିଛନ୍ତି : ସସ୍ମିତ ପାତ୍ର

ଭୁବନେଶ୍ବର: ଓଡ଼ିଶାରେ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପରେ ସର୍ବଦଳୀୟ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ବୈଠକ ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ସବୁବେଳେ ରାଜ୍ୟରେ ଶାନ୍ତିର ସହ ମୁକ୍ତ ଓ ଅବାଧ ନିର୍ବାଚନରେ ସହଯୋଗ କରିଆସିଛନ୍ତି। ରାଜ୍ୟ ବିଜେପି ଯେପରି ଭାବେ ନିର୍ବାଚନ ପୂର୍ବରୁ ମିଶନ ଶକ୍ତି ମହିଳା ଓ ସରକାରଙ୍କ ଉପରେ ଅସତ୍ୟ ଅଭିଯୋଗ ଆଣିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ନେତା ନିର୍ବାଚନକୁ ନିଜ ସପକ୍ଷରେ ଆଣିବା ପାଇଁ  କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଧମକାଉଛନ୍ତି । ଗଣତନ୍ତ୍ରରେ ଏହା ଅତ୍ୟନ୍ତ ଅଶୋଭନୀୟ । ବିଜେପିକୁ ଏସବୁରୁ ନିବୃତ ରଖିବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଯେକୌଣସି ଦଳଳ ଅଭିଯୋଗ କଲେ ତାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ବିଜେଡି ଅନୁରୋଧ କରିଛି ।

ଅତାବିରା ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ଦଳୀୟ କର୍ମୀ

ନନ୍ଦିଘୋଷ ବ୍ୟୁରୋ: ଅତାବିରା ବିଜେପି ପ୍ରାର୍ଥୀଙ୍କୁ ବିରୋଧ କଲେ ଦଳୀୟ କର୍ମକର୍ତ୍ତା। ଅତାବିରା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ବିରୋଧ ବଢ଼ିବାରେ ଲାଗିଛି। ଗୁରୁବାର ଅତାବିରା ବ୍ଳକ ରେଙ୍ଗାଲି କ୍ୟାମ୍ପ ଛକରେ ବିଜେପି ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦଙ୍କୁ ବିଜେପି କର୍ମକର୍ତ୍ତାମାନେ ବିରୋଧ କରିଥିଲେ। ସେମାନେ ରେଙ୍ଗାଲି କ୍ୟାମ୍ପ ଛକରେ ବସି ରହି ଖୋଲାଖୋଲି ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିରୋଧ ସହ ଦଳରେ ନୀତି ଆଦର୍ଶ ଭଳି ଆଉ କିଛି ନ ଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ଅତାବିରାରେ ବିଜେପି ଯଦି ପ୍ରାର୍ଥୀ  ପରିବିର୍ତନ  ନ କରେ ତେବେ ଦଳୀୟ କର୍ମକର୍ତ୍ତାମାନେ ଭୋଟ ବର୍ଜନ କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି। ପୂର୍ବରୁ ମଧ୍ୟ ନିହାର ରଞ୍ଜନ ମହାନନ୍ଦଙ୍କୁ କିଛି ଆଶାୟୀ ପ୍ରାର୍ଥୀ ସାମ୍ବାଦିକ ସମ୍ମିଳନୀ କରି ବିରୋଧ କରିଥିଲେ।

ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୪୩.୬ ଡିଗ୍ରୀ

ଭୁବନେଶ୍ବର: ରାଜଧାନୀରେ ପ୍ରଚଣ୍ଡ ତାତି। ଆକଶରୁ ନିଆଁ ବର୍ଷା। ଆଜି ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ସବୁଠୁ ତତଲା ସହର । ଭୁବନେଶ୍ବରରେ ରେକର୍ଡ ହୋଇଛି ୪୩.୬ ଡିଗ୍ରୀ ତାପମାତ୍ରା । ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୬ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିବାବେଳେ ୩ ସହରର ପାରଦ ୪୨ଡିଗ୍ରୀରୁ ଅଧିକ ରହିଛି । ଝାରସୁଗୁଡ଼ା ହୋଇଛି ରାଜ୍ଯର ଦ୍ବିତୀୟ ଉତ୍ତପ୍ର ସହର। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୪୦.୯, ରାଉରକେଲାରେ ୪୦.୨, ପାରାଦୀପରେ  ୩୬.୩, ପୁରୀରେ ୩୫ ଓ ଗୋପାଳପୁରରେ ୩୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଆଜି ଓ କାଲି ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ଜାରି ହୋଇଛି। ଆସନ୍ତା ୨୦ ତାରିଖ ଯାଏଁ ଏଭଳି ତାତି ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

ବିଜେପିରେ ଥମୁନି ଟିକେଟ ବଣ୍ଟନ ଅସନ୍ତୋଷ

ଭୁବନେଶ୍ବର: ବିଜେପିରେ ଥମୁନି ଟିକେଟ ବଣ୍ଟନ ଅସନ୍ତୋଷ । ରାଜ୍ଯ କାର୍ଯ୍ୟାଳୟରେ କର୍ମୀଙ୍କ ଲଙ୍କାକାଣ୍ଡ । ଭାଙ୍ଗିଲା ଚେୟାର । ପ୍ରାର୍ଥୀଙ୍କ ବିରୋଧରେ ଜୋରଦାର ନାରାବାଜି । କାକଟପୁର ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ନେଇ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଆଜି ହଟ୍ଟଗୋଳ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ । ଆଶାୟୀ ପ୍ରାର୍ଥୀ ବିଶ୍ବ ରଂଜନ ଦାସଙ୍କ ସମର୍ଥକ ମେଳି କରିଥିବାବେଳେ ପ୍ରାର୍ଥୀ ବଦଳାଇବାକୁ ସ୍ଥାନୀୟ ବିଜେପି କର୍ମୀ ଦାବି କରିଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟଳୟ ଆଗରେ ହୋହଲ୍ଲା ସହ ବିରୋଧ କରିଛନ୍ତି । ବିଜେପି ନେତା ବିଶ୍ଵ ଦାସଙ୍କ ସମର୍ଥକଙ୍କ କହିବା ମୁତାବକ ତାଙ୍କ ନେତା ବିଶ୍ଵ ଦାସଙ୍କୁ ଟିକେଟ ଦିଆଯାଉ ।

ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ

କଟକ:  ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ। ୯୧ ବର୍ଷ ବୟସରେ ସଚ୍ଚି ଦାସଙ୍କ ଦେହାନ୍ତ ହୋଇଛି। କଟକ ତୁଳସୀପୁର ସ୍ଥିତ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଛି। ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଜଗତର ପ୍ରଖ୍ୟାତ ଅଭିନେତା ଓ ଯାତ୍ରା ଜଗତର କିମ୍ବଦନ୍ତୀ ନିର୍ଦ୍ଦେଶକ ଡ଼ଃ ସଚ୍ଚି ଦାସଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ଏହି ଖବର ଜଣା ପଡିବା ପରେ ତାଙ୍କ ଜନ୍ମସ୍ଥାନ ବରୀ ସହିତ ସମଗ୍ର ରାଜ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟର ସମସ୍ତ କଳାକାର ଓ ଅଗଣିତ ଦର୍ଶକଙ୍କୁ ଏହି ଖବର ବ୍ୟଥିତ କରିଛି। ଓଡ଼ିଶା ନାଟ୍ୟମଞ୍ଚର ଅପ୍ରତିଦ୍ୱନ୍ଦ୍ୱୀ ଅଭିନେତା ଓ ନିର୍ଦ୍ଦେଶକ ସଚ୍ଚି ଦାସ। କଟକରୁ ତାଙ୍କ ମର ଶରୀର ବରୀ ଆନନ୍ଦପୁର ସ୍ଥିତ ବାସ ଭବନକୁ ଅଣାଯାଇ ନିଜ ପୈତୃକ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ।

ଯାଜପୁର ବରୀରେ ଏକ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ପିଲା ବେଳୁ କଳା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ବୟସ ବଢ଼ିବା ସହିତ ସେ କଳା ଜଗତରେ ନିଜକୁ ବେଶ ପ୍ରତିଷ୍ଠିତ କରିଥିଲେ। ସେ ବିଭିନ୍ନ ଚଳଚ୍ଚିତ୍ର, ମେଗା ଧାରାବାହିକରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଥିଲେ। ବିଶେଷ କରି ଯାତ୍ରା ଜଗତରେ ଜଣେ ନିର୍ଦ୍ଦେଶକ ଭାବେ ସେ ବେଶ ସୁନାମ ଓ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ନିର୍ଦ୍ଦେଶନାରେ ଅନେକ ଯାତ୍ରା ବିଶେଷ ଲୋକପ୍ରିୟ ହୋଇ ପ୍ରଶଂସା ସାଉଁଟିଥିଲା ବେଳେ ତାଙ୍କ ନିର୍ଦ୍ଦେଶନାରେ ଶାଗୁଣା ବସିଛି ଡେଣା ମେଲାଇ ନାଟକ ବେଶ ସଫଳ ଓ ଲୋକପ୍ରିୟ ହୋଇଥିଲା। ଶାଗୁଣା ବସିଛି ଡେଣା ମେଲାଇ’ ଯାତ୍ରା ନାଟକ ଏପର୍ଯ୍ୟନ୍ତ ସର୍ବମାନ୍ୟ ରେକର୍ଡ ଅର୍ଜନ କରିଛି। ଓଡ଼ିଆ ଚଳଚ୍ଚିତ୍ର ‘ତଅପୋଇ’, ‘ମେଘମୁକ୍ତି’, ‘ଅଗ୍ନି ପରୀକ୍ଷା’, ‘ଏ ନୁହେଁ କାହାଣୀ’ ର ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ଅର୍ଦ୍ଧ ସହସ୍ର ମଞ୍ଚ ନାଟକ ଓ ଚାରିଶହରୁ ଅଧିକ ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ଯାତ୍ରା ଜଗତକୁ ନୂତନ ତଥା ଆଧୁନିକ ରୂପ ଦେବାରେ ତାଙ୍କର ଅଗ୍ରଣୀ ଭୂମିକା ରହିଛି।
ମଞ୍ଚ, ଯାତ୍ରା, ଧାରାବାହିକ ଓ ଚଳଚ୍ଚିତ୍ର ଜଗତ ପ୍ରତି ଅବଦାନ ନିମନ୍ତେ ୨୦୧୮ରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ପାଇଥିଲେ।। ୨୦୦୦-୨୦୦୧ ମସିହାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନାଟ୍ୟ ନିର୍ଦ୍ଦେଶନା ପୁରସ୍କାରରେ ସମ୍ମାନିତ ଏବଂ ୨୦୧୫-୧୬ରେ ନାଟ୍ୟକଳା କ୍ଷେତ୍ରରେ ଆଜୀବନ ସାଧନା ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ’ ସମ୍ମାନରେ ସମ୍ମାନୀତ ହୋଇଥିଲେ ସଚ୍ଚି ଦାସ।

ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ଅନୁଗୁଳ: ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ୧୦ ବର୍ଷ ଧରି କେନ୍ଦ୍ର ମନ୍ତ୍ରୀ ପଦରେ ରହି ଓଡ଼ିଶା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ। ଅନୁଗୁଳ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ତୁରଙ୍ଗ ପଡିଆରେ ପହଞ୍ଚି ପ୍ରଣବ କର୍ମୀ ସମ୍ମିଳନୀରେ ଉଦବୋଧନ ଦେବା ଅବସରରେ ସେ ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କରିଛନ୍ତି। ଜାତୀୟ ରାଜପଥ ଦୁରାବସ୍ଥା ନେଇ ଘେରିଥିବାବେଳେ କେନ୍ଦ୍ର ସରକାର ୧୦ ବର୍ଷରେ ଓଡ଼ିଶାର ବିକାଶ ଦିଗରେ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଣବ।

ସୂଚନା ଅନୁଯାୟୀ, ଆୟୋଜିତ କର୍ମୀ ସମ୍ମିଳନୀରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବହୁ ନେତା ଓ କର୍ମୀ ବିଜେପି ଓ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ। ଏହି ଅବସରରେ ତାଙ୍କ ସହିତ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା ମଧ୍ୟ ଉପସ୍ଥିତ ରହିଥିଲେ।

 

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେଲେ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି, ଆଜି ଏକ ଖୁସିର ଦିନ ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜ ସେବି, ନାରୀ ସଶକ୍ତିକରଣ କ୍ଷେତ୍ରରେ ବର୍ଷାଙ୍କ ଯୋଗଦାନ ଉଲ୍ଲେଖନୀୟ ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ବିକଶିତ ଓଡିଶାର ଯାତ୍ରା ବର୍ଷାଙ୍କ ଯୋଗଦାନ ଦ୍ୱାରା ସଫଳ ହେବ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ତେବେ ପୂର୍ବରୁ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରି ଆସିଛନ୍ତି। ବର୍ଷା କହିଛନ୍ତି, ମୁଁ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ । ତାଙ୍କ ଉଦ୍ଦେଶ୍ୟରେ ନିମକି ଫିଲ୍ମ କରିଥିଲି । ତାଙ୍କ ବ୍ୟକ୍ତିତ୍ୱ ମୋତେ ଅନୁପ୍ରାଣିତ କରିଛି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ।

ଆସନ୍ତା ମେ’ ୧୩ରେ ରାଜ୍ଯର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ମେ’ ୧୩ରେ ରାଜ୍ଯର ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ। ଏନେଇ ଆଜିଠାରୁ ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟ ଦେବେ ୩୧ ଲକ୍ଷ ୮୭ ହଜାର ମହିଳା ଓ ୩୦ ଲକ୍ଷ ୯୬ ହଜାର ପୁରୁଷ ଭୋଟର। ଏନେଇ ସୂଚନା ଦେଇଛନ୍ତି ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ। ସେ କହିଛନ୍ତି- ନିର୍ବାଚନ ଆୟୋଗ ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି। ସମସ୍ତ ସୂଚୀ ୱେବସାଇଟରୁ ଡାଉନ ଲୋଡ କରାଯାଇପାରିବ। ରାଜ୍ଯର ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ହୋଇଛି। ଆଜିଠୁ ମନୋନୟନ ପ୍ରକ୍ରିୟା ଦାଖଲ ଆରମ୍ଭ ହୋଇଛି। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଆସନ୍ତ ୨୫ ତାରିଖ ରହିଛି। ପ୍ରାର୍ଥିପତ୍ର ଯାଞ୍ଚ ୨୬ ଏପ୍ରିଲରେ ହେବ।

୧୩ ମେରେ ଭୋଟିଂ, ଜୁନ ୪ରେ ଭୋଟ ହେବ। ଜୁନ ୬ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟର ୩୧ ଲକ୍ଷ ୮୭ ହଜାର ୭୭୧ ଥିବାବେଳେ ପୁରୁଷ ଭୋଟର ସଂଖ୍ଯା ୩୦ ଲକ୍ଷ ୯୬ ହଜାର ୨୪୩ ଅଛନ୍ତି। କିନ୍ନର ଭୋଟର ହେଉଛନ୍ତି ୬୩୫ । ମୋଟ ଭୋଟର ୬୨ ଲକ୍ଷ ୮୪ ହଜାର। ୧୮-୧୯ ବର୍ଷ ବୟର ଭୋଟରଙ୍କ ସଂଖ୍ଯା ୨. ୭ ପ୍ରତିଶତ ଥିବାବେଳେ ୨୦-୨୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୨୩-୩୪ ପ୍ରତିଶତ। ମୋଟ ପୋଲିଂ ବୁଥ ସଂଖ୍ଯା ୭ ହଜାର ୨୮୯। ଆଦର୍ଶ ଆଚରଣ ସଂହିତା ସମ୍ପର୍କରେ ଲୋକେ ଅଭିଯୋଗ କରିପାରିବେ। ସି- ଭିଜିଲରେ ଲୋକେ ୫୮୭ ଅଭିଯୋଗ ଦାୟର କରାଯାଇଥିାବବେଳେ ସେଥିରୁ ୫୮୨ଟି ଅଭିଯୋଗର ସମାଧାନ ହୋଇପାରିଛି। ରାଜ୍ଯରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୬ ଲକ୍ଷ।

ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି; ଏଯାବତ୍ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେଣି ?

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବଢୁଛି ତାତି। ସଭିଙ୍କ ନଜର ରହିଛି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଉପରେ। ତେବେ କେଉଁ ଦଳ କେତେ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଜାଣିରଖନ୍ତୁ। ଆଜି କଂଗ୍ରେସ ଆଉ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ଦଳ ଏଯାଏଁ ୧୨୮ଜଣଙ୍କ ନାଁ ଘୋଷଣା କଲାଣି। ସେପଟେ ବିଜେଡି ୧୨୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ବିଜେପି ଏଯାଏଁ ୧୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେଡି ଆହୁରି ୨୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଥିବାବେଳେ ବିଜେପି ଆଉ ୧୬ଟି ଆସନରେ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବାକୁ ବାକି ଅଛି।

୪ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: କଂଗ୍ରେସର ୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା। ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ଏହି ପର୍ଯ୍ୟାୟରେ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ। ମାହାଙ୍ଗାରୁ ଦେବନ୍ଦ୍ର କୁମାର ସାହୁ, ଭୁବନଶ୍ୱର (ମଧ୍ୟ)ରୁ ପ୍ରକାଶ ଚନ୍ଦ୍ର ଜେନା, ଭୁବନଶ୍ୱର (ଉତ୍ତର)ରୁ ଅଶୋକ କୁମାର ଦାସ, ସତ୍ୟବାଦୀରୁ ମନୋଜ ରଥ ରହିଛନ୍ତି ।

ମୋଟ୍ ୧୨୮ଟି ଟିକେଟ୍ ଘୋଷଣା କଲା କଂଗ୍ରେସ ।