spot_img
Home Blog Page 1905

UPSC ରେଜଲ୍ଟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କମାଲ, ଦ୍ବିତୀୟ ସ୍ଥାନରେ ଅନିମେଷ ପ୍ରଧାନ, ୩୬ତମ ରାଙ୍କରେ ଆୟୁଷୀ ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଓଡ଼ିଆ। ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି ମାରିଛନ୍ତି ଅନିମେଷ ପ୍ରଧାନ। ୨୪ତମ ସ୍ଥାନରେ ପ୍ରଜ୍ଞାନନ୍ଦନ ଗିରି, ୩୬ତମ ରାଙ୍କରେ ଆୟୁଷୀ ପ୍ରଧାନ,  ୫୨ତମ ରାଙ୍କରେ ଜୟଶ୍ରୀ ପ୍ରଧାନ ରହିଛନ୍ତି। ସେହିପରି  ୬୦ତମ ରାଙ୍କରେ ଅଭିମନ୍ଯୁ ମଲ୍ଲିକ,  ୧୧୦ ତମ ରାଙ୍କରେ ଅମୃତାଂଶ ନାୟକ,  ୧୪୯ ତମ ରାଙ୍କରେ କୃତୀ ତ୍ରିପାଠୀ ।

୧୫୮ତମ ରାଙ୍କରେ ନୀତେଶ ମିଶ୍ର

୨୦୪ ତମ ରାଙ୍କରେ ଶୁଭ୍ରା ପଣ୍ଡା

୨୫୯ ତମ ରାଙ୍କରେ କୁମୁଦ ମିଶ୍ର

୨୬୯ତମ ରାଙ୍କରେ ତାନିଆ ମିଶ୍ର

୩୪୩ତମ ରାଙ୍କରେ ବିଶ୍ବଜିତ ପଣ୍ଡା

୪୬୬ତମ ରାଙ୍କରେ ସୌରଭ ଦାସ

ଆସିଲା ୨୦୨୩ ସିଭିଲ ସର୍ଭିସ ରେଜଲ୍ଟ; ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଷ

ଭୁବନେଶ୍ୱର: ଆସିଲା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ। ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ। ସାଧାରଣ ବର୍ଗରେ ୩୪୭, ଆର୍ଥିକ ପଛୁଆ ବର୍ଗରେ ୧୧୫, ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୟୁପିଏସସିରେ ଆଦିତ୍ଯ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଷ ପ୍ରଧାନ। ଏହାବ୍ୟତୀତ ତୃତୀୟ ସ୍ଥାନରେ ରହିଛନ୍ତି ଡୋନୁରୁ ଅନନ୍ୟା ରେଡ୍ଡୀ।

ତେବେ ଦ୍ୱିତୀୟ ସ୍ଥାନରେ ଓଡ଼ିଶାର ଅନିମେଶ ପ୍ରଧାନ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି-  ୩୬ତମ ରାଙ୍କରେ ଆୟୂଷୀ ପ୍ରଧାନ, ୫୨ତମ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ତମ ରାଙ୍କରେ ଅଭିମନ୍ଯୁ ମଲ୍ଲିକ, ୧୧୦ ତମ ରାଙ୍କରେ ଅମୃତାଂଶ ନାୟକ, ୧୪୯ ତମ ରାଙ୍କରେ କୃତୀ ତ୍ରିପାଠୀ, ୧୫୮ତମ ରାଙ୍କରେ ନୀତେଶ ମିଶ୍ର, ୨୦୪ ତମ ରାଙ୍କରେ ଶୁଭ୍ରା ପଣ୍ଡା, ୨୫୯ ତମ ରାଙ୍କରେ କୁମୁଦ ମିଶ୍ର, ୨୬୯ତମ ରାଙ୍କରେ ତାନିଆ ମିଶ୍ର, ୪୬୬ତମ ରାଙ୍କରେ ସୌରଭ ଦାସ।

ବିଜେଡିରେ ମିଶିଲେ ବହୁ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ବିଜେଡିରେ ମିଶିଲେ କଳାହାଣ୍ଡି ଲାଞ୍ଜିଗଡ଼ ବିଜେପି ଓ କଂଗ୍ରେସର ୫୨ ବଡ଼ ନେତା। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ। ସମସ୍ତେ ମୁଖ୍ଯମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଶଙ୍ଖ ଫୁଙ୍କିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ବିଶ୍ୱାସ ରଖି ବିଜେଡିରେ ମିଶିଛନ୍ତି ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ । ଏମାନଙ୍କ ଯୋଗଦାନ ଦ୍ବାରା ଦଳ ଆଗକୁ ଯିବ ଓ ନବୀନ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଶିକି କାମ କରିବେ ବୋଲି ପ୍ରଣବ କହିଛନ୍ତି । କଂଗ୍ରେସର ବରିଷ୍ଠ ନେତାମାନେ ଏସସି/ଏସଟିଙ୍କୁ ଅଣଦେଖା କଲେ । ୨୬ ବର୍ଷରୁ କଂଗ୍ରେସରେ ଥିଲୁ। ଲାଞ୍ଜିଗଡ ପାଇଁ ଆଦିବାସୀ ନେତା ଯିଏ ଗରିବ ଲୋକଙ୍କ ପାଇଁ ଠିଆ ହେବ ତାଙ୍କୁ ପ୍ରାର୍ଥୀ କରିବାକୁ ଭକ୍ତ ଦାସଙ୍କୁ କହିଲୁ । ହେଲେ ସେ ଅଣଦେଖା କଲାପରେ ବିଜେପିକୁ ବି କହିଲୁ । କେହିଶୁଣିଲେନି । ଏପରି ଅବହେଳା ଅସହ୍ଯ ହେବାରୁ ବିଜେଡିରେ ସାମିଲ ହେଲୁ ବୋଲି କହିଛନ୍ତି ନୂଆ କରି ମିଶିଥିବା ନେତା । ବିଜେଡିରେ ମିଶି ଲୋକଙ୍କ ସେବା କରିବୁ ଓ ମୁଖ୍ଯମନ୍ତ୍ରୀଙ୍କ ଆଶୀର୍ବାଦରେ କଳାହାଣ୍ଡି ଜିଲ୍ଲାର ବିକାଶ କରିବୁ ବୋଲି କହିଛନ୍ତି ।

ଜନତାଙ୍କ ପ୍ରଶ୍ନରେ ହଟହଟା ଜୟନାରାୟଣ

ସମ୍ବଲପୁର: ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣଙ୍କୁ ସମ୍ବଲପୁରବାସୀଙ୍କ ବିରୋଧ। କ୍ଷେତରାଜପୁରରେ ପ୍ରଚାର ସମୟରେ ଭୋଟର କଲେ ବିରୋଧ। ଜୟନାରାୟଣଙ୍କୁ ଜନତାଙ୍କ ପ୍ରଶ୍ନ, ଗତ ନିର୍ବାଚନରେ ଜିତିବା ପରେ ଅଞ୍ଚଳ ପାଇଁ କରିଛ କଣ। ଭୋଟରଙ୍କ ପ୍ରଶ୍ନରେ ଆକ୍ତାମାକ୍ତା ହେଲେ ଜୟନାରାୟଣ ଓ ତାଙ୍କ ସହ ପ୍ରଚାର ପାଇଁ ଯାଇଥିବା ବିଜେପି କର୍ମୀ ଓ ନେତା।

ଏପରିକି ପ୍ରଚାର ସମୟରେ ଜୟନାରାୟଣଙ୍କୁ କିଛି ସମୟ ପାଇଁ ସ୍ଥାନୀୟ ଲୋକେ ଘେରାବନ୍ଦୀ କରି ରଖିଥିଲେ। ବିକାଶ ବିଲକୁଲ୍ ନାହିଁ ଭୋଟ୍ ବି ବିଲକୁଲ୍ ନାହିଁ ବୋଲି ସଫା ସଫା କହିଥିଲେ ଭୋଟର। ଯିଏ ଆମ ସୁଖଦୁଃଖରେ ଛିଡା ହୋଇ ନାହିଁ ତାଙ୍କୁ ଅଞ୍ଚଳରେ ପୂରାଇ ଦେବୁନାହିଁ ବୋଲି ଚେତାବନୀ ଦେଇଥିଲେ କ୍ଷେତରାଜପୁରର ଲୋକେ।

ନିର୍ବାଚନ ରାଲିରେ ଛୋଟ ଶିଶୁଙ୍କୁ ସାମିଲ କରୁଛି ବିଜେପି; ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ପ୍ରାର୍ଥୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି। ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପାତିସୁନାପୁର ଗାଁରେ ମନୋରଞ୍ଜନ ଦ୍ଯାନସାମନ୍ତରାୟ ଏବଂ ତାଙ୍କ ପତ୍ନୀ ମୀନା ଦ୍ଯାନସାମନ୍ତରାୟ ନିର୍ବାଚନ ରାଲି କରିବା ସହ ଛୋଟ ଶିଶୁ ମାନଙ୍କୁ ସେଥିରେ ସାମିଲ କରିଥିଲେ।

ଏହାସହ ଶିଶୁମାନଙ୍କ ହାତରେ ଦଳୀୟ ପତାକା ଧରାଇ ସେମାନଙ୍କ ସହ ନିଜେ ପ୍ରାର୍ଥୀ ନାଚିଥିଲେ। ବର୍ତ୍ତମାନ ରାଜ୍ୟରେ ୪୦ ଡିଗ୍ରୀ ଖରା ଜାରି ରହିଥିବା ବେଳେ ନିର୍ବାଚନ ରାଲିରେ ପିଲାମାନଙ୍କୁ ସାମିଲ କରିଛନ୍ତି ନିଜେ ବିଜେପି ବିଧାୟକ ପ୍ରାର୍ଥୀ। ସେହିଭଳି ପୂର୍ବରୁ କେନ୍ଦ୍ରାପଡାରେ ମଧ୍ୟ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରଚାର ରାଲିରେ ଛୋଟ ଛୁଆମାନଙ୍କୁ ସାମିଲ କରିଥିଲେ। ଏହାର ପ୍ରମାଣ ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ମୁଖପାତ୍ର ଲେଲିନ୍ ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର, ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ପ୍ରିୟବ୍ରତ ମାଝୀ, ଓମପ୍ରକାଶ ସାହୁ, ତୁମ୍ଭନାଥ ପଣ୍ଡା ପ୍ରମୁଖ ସିଇଓଙ୍କୁ ଭେଟି ଫେରାଦ ହୋଇଛନ୍ତି।

ବିଜୁୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ କରିଦେବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ:

ଭୁବନେଶ୍ୱର: ବିଏସକେୱାଇ ସାରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଛି। ସାଢେ ଚାରି କୋଟି ଓଡିଶାବାସୀଙ୍କୁ ଆତ୍ମବିଶ୍ୱାସର ଗ୍ୟାରେଣ୍ଟି ଦେଇଛି ଯେ, ଦେହ ଖରାପ ହେଲେ ରାଜ୍ଯ ସରକାର ଅଛନ୍ତି। ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଛି। କିନ୍ତୁ ଦୁଃଖର ବିଷୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ BSKY ବନ୍ଦ ପାଇଁ ଯୋଜନା କରୁଛନ୍ତି. ତାଙ୍କୁ ଏତେ କଷ୍ଟ କାହିଁକି ହେଉଛି ବୋଲି ପ୍ରଶ୍ନ କରିଛି ବିଜେଡି।

ଓଡିଶାବାସୀଙ୍କ ଅର୍ଥ ବଞ୍ଚାଇବାକୁ ଯାଇ ସରକାର ଏହି ଯୋଜନା ଘରେ ଘରେ ପହଞ୍ଚାଇଛନ୍ତି । ଓଡ଼ିଶାରେ ୬୫୨ ହସ୍ପିଟାଲ ସାମିଲ ଥିବାବେଳେ ଦେଶରେ ୧୬୪ ହସ୍ପିଟାଲ ବିଏସକେୱାଇରେ ସାମିଲ ହୋଇଛନ୍ତି । ଗତ ବର୍ଷେ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସା ପାଇଛନ୍ତି । ୩ ହଜାର କୋଟି ଖର୍ଚ୍ଚ କରିବାକୁ ପଡ଼ିଲାଣି। ଗରିବ ଲୋକ ଜୀବନ ଜୀବିକା ସୁରକ୍ଷା ପାଇଲେ। ଓଡିଶା ବାହାରେ ଦେଢ଼ ଲକ୍ଷ ରୋଗୀ ଚିକିତ୍ସା ପାଇଛନ୍ତି। ଓଡିଶା ବାହାରେ ବି ବିଏସକେୱାଇ ଲାଭ ପାଇଛନ୍ତି। ଏଥିପାଇଁ ଲୋକଙ୍କ ୩୮୫ କୋଟିରୁ ଅଧିକ ସଞ୍ଚୟ ହୋଇପାରିଛି ।

କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଛା କଣ ? ସେ କଣ ଚାହୁଁଛନ୍ତି ମାଗଣା ଚିକିତ୍ସା ବନ୍ଦ ହୋଇ ବୋଝ ବଢ଼ୁ ? ସେ ଯଦି ଏହାକୁ ଖରାପ ଯୋଜନା କହୁଛନ୍ତି, ତେବେ ବିଜେପି ନିର୍ବାଚନ ଇସ୍ତାହାରରେ ଏହାକୁ ଲେଖନ୍ତୁ ଯେ ତାଙ୍କ ସରକାର ଆସିଲେ ଏହାକୁ ବନ୍ଦ କରିଦେବେ ବୋଲି। କିନ୍ତୁ ଏଭଳି ଚକ୍ରାନ୍ତ ନ କରନ୍ତୁ ବୋଲି ବିଜେଡି ପ୍ରତିକ୍ରିୟା କରିଛି।

ଉନ୍ନତିକରଣ ନେଇ ଲୋକଙ୍କ ମତାମତ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉନ୍ନତିକରଣକୁ ନେଇ ଲୋକଙ୍କ ମତ ନେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ଭଏସ୍ କଲ୍ କରି ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ଲୋକଙ୍କ ମତାମତ ନେଉଥିଲେ। ଆଉ ଏବେ ଭିଡ଼ିଓ କଲ୍ ମାଧ୍ୟମରେ କଥା ହେଲେ ମୁଖ୍ଯମନ୍ତ୍ରୀ । ଭଏସ କଲ ପରେ ଭିଡିଓ କଲରେ କଥା ହୋଇ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ନବୀନ। ଲୋକଙ୍କ ସହ କଥା ହେବା ସଙ୍ଗେ ସଙ୍ଗେ ଅଞ୍ଚଳର ବିକାଶ କଥା ମଧ୍ୟ ପଚାରି ବୁଝିଲେ।

ଉନ୍ନତିମୂଳକ କାମ କେତେବାଟ ପହଞ୍ଚିଲା ସେନେଇ ହିସାବ ନେଲେ ମୁଖ୍ୟମନ୍ତ୍ରୀ। ମନ୍ଦିର କାମ କେତେବାଟ ଆଗେଇଲା ସେ ନେଇ ପଚାରି ବୁଝିଲେ ନବୀନ। ସ୍କୁଲ କାମ ଅଗ୍ରଗତି ନେଇ ଅପଡେଟ ନେଲେ ମୁଖ୍ଯମନ୍ତ୍ରୀ । ସେହିପରି ପୁରୀ, ସମ୍ବଲପୁର, ଖୋର୍ଦ୍ଧାର ବିକାଶମୂଳକ କାମର ଅପଡେଟ ନେଇଛନ୍ତି।

ଦୁଇ ଆସନରୁ ପ୍ରାର୍ଥୀ ବଦଳାଇଲା ବିଜେପି

ଭୁବନେଶ୍ୱର: ବିଜେପି ପକ୍ଷରୁ ମଙ୍ଗଳବାର ଦିନ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ୨୧ ବିଧାନସଭା ଆସନ ମଧ୍ୟରୁ ଦୁଇ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ଏହି ଦୁଇ ଆସନ ମଧ୍ୟରେ ରହିଛି  ରଣପୁର ଓ ପଟାଙ୍ଗୀ।

ରଣପୁର ଓ ପଟାଙ୍ଗୀରେ ବଦଳିଲେ ପ୍ରାର୍ଥୀ । ରଣପୁରରେ ତାପସ ମାର୍ଥାଙ୍କ ବଦଳରେ ସୁରମା ପାଢୀଙ୍କୁ ଟିକେଟ ଦେଇଛି ଦଳ । ସେପଟେ ପଟାଙ୍ଗୀରେ ଚୈତନ୍ୟ ହନ୍ତାଳଙ୍କ ବଦଳରେ ଚୈତନ୍ୟ ନନ୍ଦିବାଲିଙ୍କୁ ଟିକେଟ୍ ପ୍ରଦାନ କରିଛି ବିଜେପି। ନଜର ପକାନ୍ତୁ ୨୧ ଆସନ ମଧ୍ୟରୁ କିଏ କେଉଁ ସ୍ଥାନରେ ଟିକେଟ୍ ପାଇଛନ୍ତି…

ରାଉରକେଲା-ଦିଲ୍ଲୀପ ରାୟ, ପାଟଣା- ଅଖିଳ ଚନ୍ଦ୍ର ନାଏକ, ସାରସକଣା- ଭାଦବ ହାଂସଦା, ରାଇରଙ୍ଗପୁର- ଜୋଲେନ ବାରଦା, ଲକ୍ଷ୍ମୀପୁର- କୈଳାଶ କୁଲେସିକା, ବାଙ୍ଗିରିପୋଷୀ- ସଞ୍ଜଳି ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବୃ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାସ, କାକଟପୁର- ବାଇଧର ମଲ୍ଲିକ, ରଣପୁର-ଶ୍ରୀମତି ସୁରମା ପାଢୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମ କଟକ- ଜଗନ୍ନାଥ ନୁଦୃକା, ରାୟଗଡ଼ା- ବସନ୍ତ କୁମାର ଉଲାକା, ଚିତ୍ରକୋଣ୍ଡା- ଡମ୍ବରୁ ସୀସା, କୋଟପଡା- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି ।

ପୁରୀ ପୋଲିସକୁ ସଫଳତା, ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ସଫଳତା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅପରାଧ ଘଟାଉଥିବା ୧୧ ଅପରାଧୀଙ୍କୁ ବାନ୍ଧିଲା ପୋଲିସ। ସେମାନଙ୍କ ନିକଟରୁ ୧୮ ଲକ୍ଷ ୧୬ ହଜାର ଟଙ୍କା, ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୁପା ଜବତ କରିବା ସହ ୧୬ଟି ଖଣ୍ଡା, ୨ଟି ବନ୍ଧୁକ, ଗୋଟିଏ ସ୍କପିଓ, ଗୋଟିଏ ବାଇକ ଜବତ କରିଛି ପୋଲିସ। ଗତ ୭ ତାରିଖରେ ପିପିଲି ସରସ୍ଵତୀପୁର ଦକ୍ଷିଣସାହି ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ସୁନା ଅଳଙ୍କାର ସମେତ ଟଙ୍କା ଚୋରି କରିଥିଲେ।

ସମାନ ଢଙ୍ଗରେ ଏହି ଅପରାଧୀ ମାନେ କୋଣାର୍କ ଓ ଅସ୍ତରଙ୍ଗରେ ମଧ୍ଯ ଲୁଟ କରିଥିଲେ। ପୋଲିସର ସ୍ୱତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ପିପିଲି ଅପରାଧୀଙ୍କ ସହଯୋଗୀଙ୍କ ଘରୁ ବନ୍ଧୁକ, ଖଣ୍ତା ସହ ୭ଟି ବୋମା ଜବତ କରିଛି ପୋଲିସ। ୩ ଜଣ ସହଯୋଗୀ ଓ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି।

୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆଉ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ପୂର୍ବରୁ ୧୧୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ଯେଉଁଥିରେ ୪୯ ଜଣ ନୂଆ ମୁହଁ ଥିବାବେଳେ ୬୩ ଜଣଙ୍କ ଉପରେ ପୁଣି ଭରସା କରିଥିଲା ଦଳ। ଏବେ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ନଜର ପକାନ୍ତୁ କିଏ କେଉଁଠୁ ପ୍ରାର୍ଥୀ ହୋଇଛନ୍ତି-

ରାଉରକେଲା-ଦିଲ୍ଲୀପ ରାୟ, ପାଟଣା- ଅଖିଳ ଚନ୍ଦ୍ର ନାଏକ, ସାରସକଣା- ଭାଦବ ହାଂସଦା, ରାଇରଙ୍ଗପୁର- ଜୋଲେନ ବାରଦା, ଲକ୍ଷ୍ମୀପୁର- କୈଳାଶ କୁଲେସିକା, ବାଙ୍ଗିରିପୋଷୀ- ସଞ୍ଜଳି ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବୃ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାସ, କାକଟପୁର- ବାଇଧର ମଲ୍ଲିକ, ରଣପୁର-ଶ୍ରୀମତି ସୁରମା ପାଢୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲ୍ଲିକ, ବିଷମ କଟକ- ଜଗନ୍ନାଥ ନୁଦୃକା, ରାୟଗଡ଼ା- ବସନ୍ତ କୁମାର ଉଲାକା, ଚିତ୍ରକୋଣ୍ଡା- ଡମ୍ବରୁ ସୀସା, କୋଟପଡା- ରୁପୁ ଭତ୍ରା, ପଟାଙ୍ଗୀ- ଚୈତନ୍ୟ ନନ୍ଦୀବାଲୀ ।