spot_img
Home Blog Page 1949

ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବହିଷ୍କାର କଲା ୟୁକ୍ରେନ

ନନ୍ଦିଘୋଷ ବ୍ୟୁରୋ : ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବହିଷ୍କାର କରିଛି ୟୁକ୍ରେନ । ୟୁକ୍ରେନ ସଂସଦ ଗୁରୁବାର ଏହାକୁ ଅନୁମୋଦନ କରିଛି। ଉପ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଏବଂ କୃଷିମନ୍ତ୍ରୀ ମାଇକୋଲା ସୋଲସ୍କିଙ୍କ ବହିଷ୍କାରକୁ ଏମ୍‌ପିମାନେ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛନ୍ତି। ଏହା ସହିତ ଉପ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି।

ପୁନଃନିର୍ମାଣ କାର୍ଯ୍ୟକ୍ରମର ତଦାରଖ କରିବା ଏବଂ ରୁଷିଆ ଅବରୋଧ ମଧ୍ୟରେ ବ୍ଲାକ ସାଗର ଜାହାଜ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବା ସହିତ କୁବ୍ରାକୋଭଙ୍କର ଅନେକ ଦାୟିତ୍ୱ ଥିଲା। କୁବ୍ରାକୋଭ କହିଛନ୍ତି, ତାଙ୍କ ବରଖାସ୍ତ ପୂର୍ବରୁ ତାଙ୍କ ସହ କୌଣସିି ଆଲୋଚନା ହୋଇନାହିଁ କିମ୍ବା ଏମ୍‌ପିରେ ତାଙ୍କ କାର୍ଯ୍ୟକାଳ ଉପସ୍ଥାପନ କରିବାକୁ ତାଙ୍କୁ କୌଣସି ସୁଯୋଗ ଦିଆଯାଇ ନାହିଁ।

କୃଷିମନ୍ତ୍ରୀ ସୋଲସ୍କିଙ୍କ ଇସ୍ତଫା ମଧ୍ୟ ସଂସଦ ଗ୍ରହଣ କରିଛି। ସରକାରୀ ଜମିକୁ ବେଆଇନ ଦଖଲ ପାଇଁ ତାଙ୍କ ବିରୋଧରେ ତଦନ୍ତ ଚାଲିଛି। ଏହି ଦୁଇ ମନ୍ତ୍ରୀଙ୍କୁ କିଏ ବଦଳାଇବ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲନ୍‌ସ୍କି ବ୍ରିଟେନର ରାଷ୍ଟ୍ରଦୂତ ଭାବରେ ଲୋକପ୍ରିୟ ପୂର୍ବତନ ସେନା ମୁଖ୍ୟ ଭାଲେରୀ ଜାଲୁଞ୍ଜୟୀଙ୍କୁ ନିଯୁକ୍ତ କରିଛନ୍ତି

ହୁ ହୁ ହୋଇ ଜଳିଲା ଜିମ୍ , ନିଆଁ ଲିଭାଇବା ପାଇଁ ୪ଟି ଅଗ୍ନିଶମ ଗାଡି ନିୟୋଜିତ

ପାଟନା : ହୁ ହୁ ହୋଇ ଜଳିଲା ଜିମ୍ । ବିହାର ରାଜଧାନୀ ପାଟନାର ସିପାରା ଅଞ୍ଚଳରେ ଏକ ଜିମରେ ବଡ଼ ଧରଣର ଅଗ୍ନିକାଣ୍ଡ । ସୂଚନା ଅନୁଯାୟୀ, କୋଠାର ଉପର ମହଲାରେ ଥିବା ହେଲଥ କ୍ଲବ ଜିମରେ ଭୀଷଣ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାଫଳରେ ସେହି ଅଞ୍ଚଳରେ ବିଦ୍ୟୁତ କାଟ କରାଯିବା ସହ ଟ୍ରାଫିକ  ମଧ୍ୟ ବନ୍ଦ ରହିଛି।

ଖବର ପାଇ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭାଉଛି। ନିଆଁ ଲାଗିବା ପରେ ବିଲଡିଂରୁ ପ୍ରବଳ ଧୂଆଁ ମଧ୍ୟ ଉଠୁଥିଲା। ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ଚାରିଟି ଗାଡି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଜିମ୍ ସମେତ ବିଲ୍ଡିଂରେ ରଖାଯାଇଥିବା ଲକ୍ଷ ଲକ୍ଷ ଟଙ୍କା ପାଉଁଶ ହୋଇଯାଇଛି।

ବିଜେଡିର ନିର୍ବାଚନୀ ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ : ବିଜେଡି

ଭୁବନେଶ୍ୱର : ୨୦୩୪ ସୁଦ୍ଧା ଓଡ଼ିଶା ହେବ ନମ୍ୱର-୧ ରାଜ୍ୟ । ଘୋଷଣାପତ୍ରରେ ସବୁବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଏହା ଏକ ଐତିହାସିକ ଘୋଷଣାପତ୍ର । ଯୁବକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ବଜେଟ୍ । ୧୦ବର୍ଷ ପାଇଁ ୧ ଲକ୍ଷ କୋଟିର ଅଲଗା ବଜେଟ୍ ପ୍ରସ୍ତୁତ ହୋଇଛି । ପ୍ରତି ବର୍ଷ ଯୁବକଙ୍କ ପାଇଁ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନେଇ ବିଜେଡି ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦେଇଛି।

ବିଜେଡିର ନିର୍ବାଚନୀ ଇସ୍ତାହାର ଓଡ଼ିଶା ଇତିହାସରେ ଲିପିବଦ୍ଧ ରହିବ। ଓଡ଼ିଶାକୁ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ କବଳିତ ପଛୁଆ ରାଜ୍ୟରୁ ବିଜେଡି ସରକାର ଗତ ୨୪ ବର୍ଷ ମଧ୍ୟରେ ଆଧୁନିକ ଅଭିବୃଦ୍ଧିୃଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିଛନ୍ତି | ପ୍ରଭୁ ଜଗନ୍ନାଥଙ୍କ କୃପା ଏବଂ ଜନସାଧାରଣଙ୍କ ଆଶୀର୍ବାଦ ସହିତ ଏହି ଲୋକାଭିମୁଖୀ ଇସ୍ତାହାରରେ ଉପସ୍ଥାପିତ ଗ୍ୟାରେଣ୍ଟିଗୁଡ଼ିକ ଫାଇଭ-ଟି ଗଭର୍ଣ୍ଣାନ୍ସ ମାଧ୍ୟମରେ କାର୍ଯ୍ୟକାରୀ ହେବ। ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପାଳନର ୨ ବର୍ଷ ପୂର୍ବରୁ ୨୦୩୪ ସୁଦ୍ଧା ଓଡ଼ିଶାକୁ ସମସ୍ତଙ୍କ ସହଯୋଗ ଓ ଦୃଢ଼ ନେତୃତ୍ୱ ବଳରେ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଏବଂ ବିକାଶରେ ଏକ ନମ୍ବର ରାଜ୍ୟର ମାନ୍ୟତା ମିଳିବ ବୋଲି ବିଜେଡି କହିଛି। ସବୁ ବର୍ଗର, ସବୁ ପଢ଼ିର, ଯୁବ, ଛାତ୍ର, ମଧ୍ଯବିତ୍ତ, କର୍ମୀଜୀବୀ ମହିଳା ଓ ପୁରୁଷଙ୍କ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ବୋଲି ବିଜେଡି କହିଛି।

ସାଇବର ସ୍କାମ୍ : ରାଶନ ଟଙ୍କା ନାଁରେ ପୋଛି ନେଲେ ୧.୬ କୋଟି ଟଙ୍କା

ନୂଆଦିଲ୍ଲୀ : ଦିନକୁ ଦିନ ଟଙ୍କା ହଡ଼ପ କରିବା ପାଇଁ ସାଇବର ଠକ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏବେ ସାଇବର ଠକ  ରାଶନ ଟଙ୍କା ଆଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଛନ୍ତି  । ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି  ।  ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଠାରୁ ୧ କୋଟି ୬୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ  । ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଆକାଉଣ୍ଟ ଖାଲି ହୋଇଯାଇଛି । ରାଶନ ଟଙ୍କା ଏବଂ ପାର୍ସଲ ନାଁରେ ତାଙ୍କ ଟଙ୍କା ସବୁ ସାଇବର ଠକର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି  ।

ସ୍କାମର୍ସମାନେ ନିଜକୁ ଏକ ଇଣ୍ଟରନ୍ୟାସନାଲ କୋରିୟର ସର୍ଭିସର କର୍ମଚାରୀ ପରିଚୟ ଦେଇ ସେହି ବ୍ୟକ୍ତିଙ୍କ ଠାରୁ ୧.୬ କୋଟି ଟଙ୍କା ଠକି ନେଇଥିବା ପୋଲିସ କହିଛି । ସେମାନେ କହିଥିଲେ କି ଆପଣଙ୍କ ନାଁରେ ଏକ ପାର୍ସଲ ରହିଛି ଯେଉଁଥିରେ ଔଷଧ ଏବଂ ଅନ୍ୟ ଡକ୍ୟୁମେଣ୍ଟ ରହିଛି । ଏଥି ସହିତ ତାଙ୍କୁ ରାଶନ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ତଥ୍ୟ ନେଇ ଯାଇଥିଲେ ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥିଲା  ଏପରି ଭାବେ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଜଣକ କହିଛନ୍ତି । ଘଟଣାକୁ ନେଇ ସାଇବର ପୋଲିସ ତଦନ୍ତ ଆରମ୍ଭ କରିଛି ।

ଡାକ୍ତର ଶୁବ୍ରହମ୍ ପାଣିଙ୍କ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଡାକ୍ତର ଶୁବ୍ରହମ୍ ପାଣିଙ୍କ ଦ୍ୱାରା ଲିଖିତ ‘ରୋଜା ଲେଟ୍ସ ରାଇଜ୍ ଇନ୍ ଲଭ୍’ ପୁସ୍ତକ ଉନ୍ମୋଚନ ହୋଇଛି  ।  ପ୍ରେମ, ମାନବିକତା, ଉତ୍ସାହ, ଦୁଃଖ ଓ ବ୍ଯକ୍ତିଗତ ବିକାଶ ବିଷୟକୁ ନେଇ  ଏଥିରେ ବର୍ଣ୍ଣନା କରାଯାଇଛି ।  ଡାକ୍ତର ପାଣି କାହାଣୀର ମୁଖ୍ଯ ଚରିତ୍ର ରୋଜାକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରି ଗଳ୍ପଟିକୁ ରୂପ ଦେବା ସହ ଏକ ଚେତନାଧର୍ମୀ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି   ।

ପୁସ୍ତକଟି ଅନଲାଇନ ପ୍ଲାଟଫର୍ମ ଆମାଜନ, ଫ୍ଲିପକାର୍ଟରେ ଉପଲବ୍ଧ ହୋଇ ସାରିଥିବାବେଳେ ଅଫଲାଇନରେ ଖୁବ୍ ଶୀଘ୍ର ବଜାରରେ ମଧ୍ୟ ଉପଲବ୍ଧ ହେବ। ଏହା ଛଡା ଏହି ପୁସ୍ତକର ଲାଭାଂଶ କକର୍ଟ ରୋଗୀଙ୍କ ଉପରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଡାକ୍ତର ଶୁବ୍ରହମ୍ ସର୍ବଦା ତାଙ୍କ ଲେଖାରେ ଏକ ଉଚ୍ଚକୋଟୀର ସାହିତ୍ଯ ଛିଟା ଛାଡ଼ିଯିବାକୁ ପ୍ରୟାସ କରିଥାନ୍ତି , ଯାହାକି ତାଙ୍କର ଆଗାମୀ ପୁସ୍ତକ ‘ଟର୍ଣ୍ଣିଙ୍ଗ୍ ଦ ଟାଇଡ’ରେ ମଧ୍ୟ ପରିଲକ୍ଷିତ ହେବ । ଏହା ଏକ ସତ୍ଯ କାହାଣୀ ଉପରେ ଆଧାରିତ  କୋଭିଡ୍ ସମୟରେ ରୋଗୀଙ୍କ ଦୁଃଖ, ଯନ୍ତ୍ରଣା ଓ ଡାକ୍ତରମାନଙ୍କର ବୀରତ୍ୱପୂର୍ଣ୍ଣ ଭୂମିକାକୁ ଅତି ନିଚ୍ଛକ ଭାବେ ସେ ବର୍ଣ୍ଣନା କରିଛନ୍ତି    ।

ଅକ୍ଷିମୁଠି ଅନୁକୂଳ କଲେ ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର : ଆଜି ପବିତ୍ର ଅକ୍ଷୟ ତୃତୀୟା। ସାରା ଓଡ଼ିଶାରେ ପାଳିତ ହେଉଛି ଉତ୍ସବ। ସେପଟେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଢ଼ୋରୋପାଣିରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଥିଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ।

ଏହି ଅବସରରେ ଉପସ୍ଥିତ ଚାଷୀଭାଇମାନଙ୍କୁ ସମ୍ବୋଧନ କରିଥିଲେ ପ୍ରଣବ ପ୍ରକାଶ। ସେ କହିଥିଲେ, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଭଲ ବର୍ଷା ହେଉ, ଭଲ ଫସଲ ହେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ କାମନା କରିଥିଲେ। ଚାଷୀଙ୍କ ଉପକାର ଲାଗି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି। ମାଗଣା ବିଦ୍ଯୁତ ସମେତ ଅନେକ ଘୋଷଣା କରାଯାଇଛି। ଶପଥ ଗ୍ରହଣ ପରଦିନ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ। ହୁଳହୁଳି, ଶଙ୍ଖଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ମୋ ବସ୍ ରୁଟରେ ପରିବର୍ତ୍ତନ

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ହେବ ରୋଡ୍ ଶୋ’ । ସେଥିପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡି଼ କରାଯାଇଛି ।

ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟାତ ବନ୍ଦ କରାଯିବ ।  ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ କରାଯାଇଛି । ରାତି ସାଢ଼େ ୮ଟା ବେଳେ ଜନପଥରେ ରୋଡ୍ ଶୋ’ କରିବେ ମୋଦୀ । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ରହିବ ଏହି ରୋଡ୍ ସୋ’ ।

ଅନ୍ୟ ପକ୍ଷେ  ଦିନ ୨ଟାରୁ ସନ୍ଧ୍ୟା ୬ ଯାଏଁ ମୋ ବସର ରୁଟରେ ପରିବର୍ତ୍ତନ କରାଯାଇଛି ।  ବସ୍ ନଂ-୯,୧୧,୧୨,୧୬,୨୦,୨୫,୨୬,୩୨, ୩୬, ୩୮, ୮୨ ରାଜମହଲ , ଏଜି ଛକ, ଆଚାର୍ଯ୍ୟ ବିହାର ଦେଇ ବାଣୀବିହାର ଯିବ । ଯାତ୍ରୀଙ୍କ ସୁରକ୍ଷା ପାଇଁ CRUT ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥି ସହ ଆଜିଠାରୁ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବଡି ଭୋର ୩ଟା୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇଥିବା ବେଳେ ଶ୍ରୀଜିଉମାନଙ୍କ ନୀତି ଆରମ୍ଭ ହୋଇଛି।

ଅପରାହ୍ନରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିବା ସହ ରଥ ନିର୍ମାଣ ଅନୁକୂଳ ନୀତି ସମ୍ପନ ହେବ।ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ । ନନ୍ଦା ଓ ଭଦ୍ରା ନୌକାରେ ବିଜେ କରି ଜଳକ୍ରୀଡ଼ା କରିବା ସହ ସ୍ୱତନ୍ତ୍ର ମାଣ୍ଡୁଅ ଭୋଗ ଲାଗି କରାଯିବ।

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରାଯିବ । ବନଯାଗ ପଦ୍ଧତିରେ ୧୧ ଜଣ ସ୍ରୋତୀୟ ବ୍ରାହ୍ମଣ ଏବଂ ୨ ଜଣ ଦେଉଳ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବ ଏବଂ ସୁନା କୁରାଡ଼ିରେ ଧଉରା କାଠକୁ ସ୍ପର୍ଶ କରାଯାଇ ରଥ କାର୍ଯ୍ୟର ଶୁଭାରମ୍ଭ କରାଯିବ ।

ଦେଶର ଶ୍ରେଷ୍ଠ ୩ ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ ହେବ ଓଡିଶା

ଭୁବନେଶ୍ୱର: ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସମଗ୍ର ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ। ଯାହା ଓଡିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରିବ। ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ ବୋଲି ଇସ୍ତାହାରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ପାଦନ ନିବେଶକୁ ଆକର୍ଷିତ କରିବାରେ ଆମେ ଆଗେଇ ଆସିବା।

ପରିବେଶ ଅନୁକୂଳ ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ। ଖ୍ୟାତି ସମ୍ପନ୍ନ ବୈଷୟିକ ଏବଂ ପରିଚାଳନା ସଂସ୍ଥା ଓଡ଼ିଶାରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଉତ୍ସାହିତ ହେବେ। ଏହା ଓଡ଼ିଶାର ଯୁବକମାନଙ୍କ ଦ୍ୱାରା ସଶକ୍ତ ହେବ। ଯୋଜନାବଦ୍ଧ ସହରୀକରଣ ଅଭିବୃଦ୍ଧି, ଉତ୍ପାଦକତା ସୃଜନାତ୍ମକ ଏବଂ ପରିବର୍ତ୍ତନ ବୃଦ୍ଧି କରିବ। ଆଗାମୀ ୧୦ ବର୍ଷରେ ଆମେ ସହରୀ ଜନସଂଖ୍ୟାକୁ ଦ୍ୱିଗୁଣିତ କରିବୁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍ତମ ଗୁଣବତ୍ତା ସଂପୂର୍ଣ୍ଣ ସୁବିଧା ସୁଯୋଗ ନିମ୍ନଲିଖିତ ଅଞ୍ଚଳ ଗୁଡିକ ପାଇଁ ଯୋଗାଇ ଦିଆଯିବ।

୪ଟି ମେଗା ସହରୀ କ୍ଲଷ୍ଟର ଯୋଜନା କରାଯାଇଛି। ସେମାନଙ୍କ ମଧ୍ୟରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ କ୍ଲଷ୍ଟର। ସମ୍ବଲପୁର- ଝାରସୁଗୁଡା – ରାଉରକେଲା କ୍ଲଷ୍ଟର, ବାରିପଦା – ବାଲେଶ୍ୱର – ଭଦ୍ରକ କ୍ଲଷ୍ଟର ଏବଂ ବ୍ରହ୍ମପୁର -ଛତ୍ରପୁର – ଗୋପାଳପୁର କ୍ଲଷ୍ଟର ଯୋଜନା କରାଯାଇଛି। ଏହାସହ ୨୦ଟି ପ୍ରମୁଖ ସହର ବଲାଙ୍ଗୀର, କୋରାପୁଟ-ଜୟପୁର, ବରଗଡ, ରାୟଗଡା, ଭବାନୀପାଟନା, ପାରାଦୀପ, ଢେଙ୍କାନାଳ, ଯୋଡା-ବଡ଼ବିଲ , କେନ୍ଦୁଝର, ଅନଗୁଳ , ମାଲକାନଗିରି, ନବରଙ୍ଗପୁର, ପାରଳାଖେମୁଣ୍ଡି, ଫୁଲବାଣୀ, ବୌଦ୍ଧ , ସୋନପୁର, ଦେବଗଡ, କେନ୍ଦ୍ରାପଡା ଓ ନୟାଗଡ଼କୁ ବିକଶିତ କରାଯିବ। ଏହି ସହରୀ କ୍ଲଷ୍ଟର ଗୁଡ଼ିକ ଚାହିଦା ସୃଷ୍ଟି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର କେନ୍ଦ୍ର ହେବ।

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ଆନ୍ତର୍ଜାତୀୟ ସହର ଭାବରେ ବିକଶିତ ହେବ। ବିମାନ ବନ୍ଦର ସହିତ ୨୦ଟି ସମସ୍ତ ପ୍ରମୁଖ ସହର ସହିତ ଲକ୍ଷ୍ମୀ ବସ୍ ସଂଯୋଗ ରହିବ। ମେଟ୍ରୋ ଦ୍ୱାରା ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଏବଂ କଟକକୁ ସଂଯୋଗ କରିବ। ଏବଂ ପର୍ଯ୍ୟାୟ କ୍ରମେ ଏହା ସମ୍ପ୍ରସାରିତ ହେବ। ବିଜୁ ଅର୍ଥନୈତିକ କରିଡର ମାଧ୍ୟମରେ ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ବିକାଶ ଉପରେ ବିଶେଷ ଧ୍ୟାନ ରହିବ ବୋଲି ଘୋଷଣାପତ୍ରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆସିଲା ବିଜେଡିର ଘୋଷଣା ପତ୍ର, ନବୀନ ଦେଲେ ଏହି ପ୍ରତିଶ୍ରୁତି…

ଭୁବନେଶ୍ୱର: ଆସିଲା ବିଜେଡିର ଘୋଷଣା ପତ୍ର। ୨୦୨୪ ନିର୍ବାଚନ ପାଇଁ ବିଜେଡିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତୁ ଜାଣିବା ନବୀନଙ୍କ ଇସ୍ତାହାରରେ କ’ଣ ରହିଛି…

ଏଣିକି ‘ନୂଆ-ଓ’ ଛାତ୍ରବୃତ୍ତିରେ ପୁଅଙ୍କୁ ବାର୍ଷିକ ୧୨ ହଜାର, ଝିଅଙ୍କୁ ୧୪ ହଜାର ଟଙ୍କା ମିଳିବ । ଆସନ୍ତା ୫ ବର୍ଷ ମଧ୍ୟରେ ୨ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବ । ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣ ୨ ଲକ୍ଷକୁ ବୃଦ୍ଧି କରାଯିବ। କୌଶଳ ଓ ଉଦ୍ୟୋଗୀ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଷ୍ଟେଟ୍ ଇନଷ୍ଟିଚ୍ୟୁଟି ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପ୍ରତିଷ୍ଠା ହେବ।  ଏଆଇ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ମାସକୁ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କରୁଥିବା ପରିବାରକୁ ମିଳିବ ମାଗଣା ବିଦ୍ୟୁତ୍। ୧୦୦ରୁ ୧୫୦ ୟୁନିଟ ପାଇଁ ୫୦ ପ୍ରତିଶତ ରିହାତି ମିଳିବ ।

ରାଜ୍ୟକୁ ଦେଶର ୩ଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଶତ କରାଯିବ । ସେମି କଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା (AI) ଉପରେ ବିଶେଷ ଧ୍ୟାନ ଦିଆଯିବାକୁ ଥିବା ବେଳେ ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ସେହିପରି ୧୦୦ଟି ସ୍ଥାନରେ ଇକୋ-ଟୁରିଜିମ୍ ହେବ। ୪ଟି ମେଗା କ୍ଲଷ୍ଟର ଯୋଜନା। ୨୦ଟି ସହରକୁ ବିକଶିତ କରାଯିବ ପୁରୀକୁ ଆନ୍ତର୍ଜାତୀୟ ସହର କରାଯିବ । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକକୁ ମେଟ୍ରୋ ରେଳ ସେବା ମିଳିବ ।

ମଧ୍ୟବିତ୍ତଙ୍କୁ BSKY କଭରେଜ୍ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ସବଭେନ୍ସନ । ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ । SHGଙ୍କୁ ୧ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ପ୍ରଦାନ କରାଯିବାକୁ ଥିବା ବେଳେ SHG ଗୁଡିକୁ ଆଗାମୀ ୧୦ ବର୍ଷରେ ୨୦ ହଜାର କୋଟିର ସରକାରୀ ବ୍ୟବସାୟ ଯୋଗାଇ ଦିଆଯିବ । SHG ଗୁଡିକ ପାଇଁ ୧୦୦ କୋଟି ଟଙ୍କା କର୍ପସ ଫଣ୍ଡ ସହ ମିଶନ ଶକ୍ତି ମହିଳାଙ୍କୁ ମିଳିବ ପେନସନ । ତୃଣମୂଳ ସ୍ତରର ମହିଳା କର୍ମୀ, ଅଙ୍ଗନବାଡୀ କର୍ମୀ, ସମ୍ପ୍ରଦାୟର ସହାୟତା କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ BSKY କଭରେଜ୍ ସହ ସାମାଜିକ ସୁରକ୍ଷା ପେନସନ । ସେହିପରି BSKYରେ ପର୍ଯ୍ୟାୟ କ୍ରମେ ଅନ୍ତର୍ଭୁକ୍ତ ହେବେ ମଧ୍ୟବିତ୍ତ, ସରକାରୀ କର୍ମଚାରୀ, ଓ ଚୁକ୍ତିଭିତ୍ତିକ ଶ୍ରମିକ ।

ST,SC, OBC ଯୁବକବର୍ଗଙ୍କୁ ସ୍ୱଂୟ ନିଯୁକ୍ତି ପାଇଁ ୧ଲକ୍ଷ ଟଙ୍କା ଅନୁଦାନ। ଏଥିପାଇଁ ୧୦ ବର୍ଷ ମଧ୍ୟରେ ୧ ହଜାର କୋଟି ପାଣ୍ଠି ପ୍ରଦାନ। ସେମାନଙ୍କୁ ୧୦ ଲକ୍ଷ ଯାଏଁ ସୁଧ ଛାଡ । ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ପରିବାରକୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । କୃଷି ପାଇଁ ମାଗଣା ବିଦ୍ୟୁତ, କୃଷକଙ୍କ ପିଲାଙ୍କ ଶିକ୍ଷା ଓ ବିବାହ ପାଇଁ ୨୫ ହଜାର ସହାୟତା ଯୋଗାଇ ଦିଆଯିବ। ୧.୫ ଲକ୍ଷ ଯାଏଁ ଫସଲ ଋଣରେ ସୁଧ ଛାଡ । ସେହିପରି ମତ୍ସଜୀବୀ ସମ୍ପ୍ରଦାୟକୁ ବାର୍ଷୀକ ୧୫ ହଜାର ଟଙ୍କାର ସହାୟତା ମିଳିବ ।

ଆହୁରି ମଧ୍ୟ ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ହଜାରେ କୋଟି । ପଶ୍ଚିମ ଓଡ଼ିଶାର ଭାଷାର ବିକାଶ ପାଇଁ ୨୫ କୋଟି ଟଙ୍କା କର୍ପସ ଫଣ୍ଡ । ୧୦୦ଟି ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଭାବେ ଘୋଷଣା କରାଯିବ । ପଦ୍ମ ପୁରସ୍କାର ପରି କଳିଙ୍ଗଶ୍ରୀ ଓ କଳିଙ୍ଗ ଭୂଷଣ ପୁରସ୍କାର ଦିଆଯିବ । ସେହିପରି ସମସ୍ତ ଭାଗବତ ଟୁଙ୍ଗିର ସଂରକ୍ଷଣ ମଧ୍ୟ କରାଯିବ ।