spot_img
Home Blog Page 1975

ରାଷ୍ଟ୍ରହିତ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା  । କେଜ୍ରିୱାଲଙ୍କୁ ନେଇ ଏଭଳି ଟିପ୍ପଣୀ କଲେ ହାଇକୋର୍ଟ  । ରାଷ୍ଟ୍ରୀୟ ହିତ ଓ ସାର୍ବଜନିକ ହିତ ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହୁଥିବା କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ଅନୁପସ୍ତିତ ରହିବା ଅନୁଚିତ୍‌  । କେଜ୍ରିୱାଲଙ୍କ ଗିରଫଦାରୀ ପରେ ଯଦି କେହି ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଚାହୁଁଛନ୍ତି ତେବେ ଏହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି  । କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଅନିଶ୍ଚିତତା କାଳ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ  ।

ହାଇକୋର୍ଟ କେଜ୍ରିୱାଲଙ୍କୁ ପରାମର୍ଶ ଦେଇ କହିଛନ୍ତି କେବଳ ଦିଲ୍ଲୀ ଏକ ବ୍ୟସ୍ତବହୁଳ ରାଜଧାନୀ ନୁହେଁ ବରଂ ଅନ୍ୟ କୌଣସି ରାଜ୍ୟର ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀ ପଦ ନୁହେଁ  । ଏହା ଏଭଳି ଏକ ପଦ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ପଦଧାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ବା ସଙ୍କଟକୁ ମୁକାବିଲା କରିବା ପାଇଁ ୨୪ ଘଣ୍ଟା ଓ ସାତ ଦିନ ଉପଲବ୍ଧ ରହିବାକୁ ପଡିଥାଏ  ।

ସେପଟେ ହାଇକୋର୍ଟଙ୍କ ଟିପ୍ପଣୀ ପରେ ଆପ୍‌ କହିଛି ଯେ ଅରବିନ୍ଦ କେଜ୍ରିୱାଲ ହିଁ ଦିଲ୍ଲାର ମୁଖ୍ୟମନ୍ତ୍ରୀ ରହିବେ । ସାଂସଦ ସଞ୍ଜୟ ସିଂ କହିଛନ୍ତି କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଆଉ ରହିବେ  । ଏହି ହାଇକୋର୍ଟ ପୂର୍ବରୁ କେଜ୍ରିୱାଲଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ଜନହିତକର ଯାଚିକାକୁ ଖାରଜ କରିଥିବାବେଳେ ଏବେ ଓଲଟା ପରାମର୍ଶ ଦେଉଥିବା ସାଂସଦ ସମାଲୋଚନା କରିଛନ୍ତି  ।

ମଦ ନୀତି ମାମଲାରେ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ ଗିରଫ ହୋଇଥିଲେ କେଜ୍ରିୱାଲ  । ବର୍ତ୍ତମାନ ସେ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲରେ ସଜା କାଟୁଛନ୍ତି  ।

ଆପାର୍ଟମେଣ୍ଟରେ ଆତ୍ମହତ୍ୟା କଲେ ଅମୃତା, ଶେଷଥର ପୋଷ୍ଟ କଲେ ଏଭଳି ଷ୍ଟାଟସ୍‌

ପାଟନା: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଦୁଃଖଦ ଖବର  । ଜଣାଶୁଣା ଅଭିନେତ୍ରୀ ଅମୃତା ପାଣ୍ଡେ ଆଉ ନାହାନ୍ତି  । ବିହାରରେ ନିଜ ଆପାର୍ଟମେଣ୍ଟରୁ ଅମୃତାଙ୍କ ମୃତଦେହ ଉଦ୍ଧାର ହୋଇଛି  । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଅମୃତା ହ୍ୱାଟସ୍‌ଆପ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଯେଉଁ ଶେଷ ହ୍ବାଟସ୍‌ଆପ୍‌ ପୋଷ୍ଟରେ ଲେଖାଯାଇଛି ‘‘ଦୁଇଟି ଡଙ୍ଗାରେ ତା ଜୀବନ ଫସିରହିଥିଲା, ମୁଁ ମୋ ଡଙ୍ଗା ବୁଡାଇ ତା ଯାତ୍ରା ସହଜ କରିଦେଲି’’ ।

ଅମୃତାଙ୍କ ପରିବାର ଲୋକଙ୍କ କହିବା କଥା ସେ ନିଜ କ୍ୟାରିଅରକୁ ଚିନ୍ତିତ ରହୁଥିଲେ  । ଦୀର୍ଘ ଦିନ ଧରି ସେ ଡିପ୍ରେସନରେ ଥିବା ପରିବାର ଲୋକେ କହିଛନ୍ତି  । ଗତ ୨୦୨୨ରେ ସେ ଛତିଶଗଡ ବିଳାସପୁରର ଚନ୍ଦ୍ରମଣି ଝାଙ୍ଗଡଙ୍କୁ ବିବାହ କରିଥିଲେ  । ଶେଷଥର ପାଇଁ ଅମୃତାଙ୍କୁ ୱେବସିରିଜ ପ୍ରତିଶୋଧରେ ଦେଖିବାକୁ ମିଳିଥିଲା  । ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବଙ୍କ ସହ ଫିଲ୍ମ ଦିୱାନାପନରେ ନଜର ଆସିଥିଲେ ଅମୃତା  ।

ଗତ ଏପ୍ରିଲ ୨୭ରେ ଦିବ୍ୟଧର୍ମା ଆପାର୍ଟମେଣ୍ଟରେ ଅମୃତା ଆତ୍ମହତ୍ୟା କରିଥିଲେ  । ଦ୍ବିପ୍ରହର ୩ଟାରେ ଭଉଣୀ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ଭଉଣୀ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପୋଲିସ ଘଟଣାର ତଦନ୍ତ କରୁଛି ।

୧୦୩ ବର୍ଷ ପରେ ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟଙ୍କ ଉତ୍ତାପ, ଗରମ ପବନ ଏବଂ ମାତ୍ରାଧିକ ତାପମାତ୍ରା ଏବେ ଏପ୍ରିଲ୍ ମାସରେ ଦେଖିବାକୁ ମିଳିଛି  । ଏହି ମାସରେ ସମସ୍ତ ରେକର୍ଡ ଭାଙ୍ଗିଛି ତାତି । ୧୦୩ ବର୍ଷ ପରେ ଅନେକ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି  । ମେ ମାସରେ ପାଗ କିପରି ହେବ ସେନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ପାଣିପାଗ ବିଭାଗ ୧୯୨୧ ରୁ ୨୦୨୪ ମଧ୍ୟରେ ଏପ୍ରିଲ୍ ମାସ ତାପମାତ୍ରାର ତଥ୍ୟ ସେୟାର କରିଛି। ଏହି ତଥ୍ୟ ଦର୍ଶାଉଛି ଯେ ଦେଶର ଅନେକ ସ୍ଥାନରେ ଏହା ସବୁଠାରୁ ଗରମ ମାସ । ଆଗାମୀ ପାଞ୍ଚ ଦିନ ମଧ୍ୟରେ ତାପମାତ୍ରା ଆହୁରି ଅଧିକ ହେବାକୁ ଯାଉଛି  । ଆଇଏମଡି ଅନୁଯାୟୀ, ଦେଶର ପୂର୍ବ ଏବଂ ଦକ୍ଷିଣ ଦ୍ୱୀପପୁଞ୍ଜରେ ଲୁର ପ୍ରଭାବ ଦେଖିବାକୁ ମିଳୁଛି।

 ଏହି ତୀବ୍ର ଉତ୍ତାପ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଜାରି ରହିବ  । ଏହି ସମୟ ମଧ୍ୟରେ ଯେଉଁ ସ୍ଥାନରେ ମତଦାନ ହେବାକୁ ଅଛି ସେହି ସ୍ଥାନରେ ଅତ୍ୟଧିକ ଗରମ ଅନୁଭୂତ ହେବ  । ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଏବଂ ଓଡିଶାର କେତେକ ସ୍ଥାନରେ ହିଟୱେଭର ସମ୍ଭାବନା ରହିଛି। ଏହା ବ୍ୟତୀତ କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଭୀଷଣ ଗରମ ଅନୁଭୂତ ହେବ ।

ଏପ୍ରିଲ ଏବଂ ମେ ବିଷୟରେ ପାଣିପାଗ ବିଭାଗ ପୂର୍ବରୁ ମଧ୍ୟ କହିଥିଲା ​​ଯେ ଏହି ଦୁଇ ମାସ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଗରମ ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ବୈଠକରେ ପାଣିପାଗ ବିଭାଗର ଅଧିକାରୀମାନେ ଏହା କହିଛନ୍ତି। ପ୍ରବଳ ଗରମ କାରଣରୁ ଦୁଇଟି ପର୍ଯ୍ୟାୟ ଭୋଟିଂ ପ୍ରଭାବିତ ହୋଇଛି  ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ କେତେକ ରାଜ୍ୟର ଅଧିକାରୀମାନେ ମଧ୍ୟ ଏହା ଉଲ୍ଲେଖ କରିଥିଲେ। ତଥ୍ୟ ଅନୁଯାୟୀ, ହିଟୱେଭ ସୂଚକାଙ୍କ ଅନୁସାରେ ତାପମାତ୍ରା ୪୦ ରୁ ୫୦ ଡିଗ୍ରୀ ସେଲସିୟସ ଦେଖାଯାଉଛି  । ଏହି ସୂଚକାଙ୍କ କେରଳ ସମେତ ପୂର୍ବ ଉପକୂଳର ଅନେକ ସ୍ଥାନରେ ୫୦ ରୁ ୬୦ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି  ।

ଆଗାମୀ ୨ ଦିନ ମଧ୍ୟରେ ପୂର୍ବ ଭାରତରେ ସର୍ବାଧିକ ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ଅଛି  ।

ଆଗାମୀ ୪ ରୁ ୫ ଦିନ ମଧ୍ୟରେ କେନ୍ଦ୍ରୀୟ ଭାରତର ସର୍ବାଧିକ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ  । ତାମିଲନାଡୁର ସର୍ବାଧିକ ତାପମାତ୍ରା ଆସନ୍ତା ୩ ରୁ ୪ ଦିନରେ ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି।

 

 

କୋଭିସିଲ୍ଡ ଭ୍ୟାକ୍ସିନରେ ଏହି ବିପଦ, ଦୋଷ ସ୍ବୀକାର କଲା ଏଷ୍ଟ୍ରାଜେନେକା

ନନ୍ଦିଘୋଷ ବ୍ୟୁରୋ: କୋରୋନା ଭ୍ୟାକ୍ସିନକୁ ନେଇ କୋଭିସିଲ୍ଡ ଟିକା କମ୍ପାନୀ ଏଷ୍ଟ୍ରାଜେନେକାର ବଡ ଖୁଲାସା  । କୋରୋନା ଭ୍ୟାକ୍ସିନର ସାଇଡ ଇଫେକ୍ଟ ଦସ୍ତାବିଜକୁ ନେଇ ପ୍ରଥମ ଥର କୋର୍ଟରେ ସ୍ବୀକାର କରିଛି କମ୍ପାନୀ  । କୋଭିଡ ୧୯ ଭ୍ୟାକ୍ସିନ କାରଣରୁ ରକ୍ତ ଜମାଟ ଭଳି ପ୍ରଭାବ ଶରୀରରେ ଦେଖାଦେଇଥାଏ  ।

ବ୍ରିଟିଶ ଖବରକାଗଜ ଦ ଡେଲି ମେଲ ଅନୁସାରେ ଅଧିକାଂଶ ପରିବାର କୋରୋନା ଭ୍ୟାକ୍ସିନରୁ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲେ  । ଏହାପରେ ଏହି କମ୍ପାନୀ ଭ୍ୟାକ୍ସିନ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ହେଉଥିବା ନେଇ କୋର୍ଟରେ ସ୍ବୀକାର କରିଥିଲା  ।

ଜୈମି ସ୍କଟ ଏଷ୍ଟ୍ରାଜେନେକା ବିରୁଦ୍ଧରେ ମାମଲା ଦାଏର କରିଥିଲେ  । ଗତ ଏପ୍ରିଲ ୨୦୨୧ରେ ସେ କୋରୋନା ଭ୍ୟାକ୍ସିନ ନେଇଥିଲେ  । ଯାହାପରେ ତାଙ୍କୁ ମସ୍ତିଷ୍କ ଜନିତ ସମସ୍ୟା ଦେଇ ଗତି କରିବାକୁ ପଡିଥିଲା  । ସ୍କଟଙ୍କ ସମେତ ଅନ୍ୟ କେତେକ ରୋଗୀ TTS ଭଳି ରୋଗରେ ପୀଡିତ ହୋଇଥିଲେ  । ଏହି ସମସ୍ତ କମ୍ପାନୀ ବିରୁଦ୍ଧରେ କୋର୍ଟରେ ଆବେଦନ କରି କ୍ଷତିପୂରଣ ପାଇଁ ଦଗାବି କରିଥିଲେ ଆବେଦନକାରୀ  ।

କୋରୋନା ମହାମାରୀ ସମୟରେ ଭାଇରସର ମୁକାବିଲା ପାଇଁ ଏଷ୍ଟ୍ରାଜେନେକା ଅକ୍ସଫୋର୍ଡ ସହ ମିଶି କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିଥିଲେ  । ସେହିପରି ଭାରତୀୟ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଏଷ୍ଟ୍ରାଜେନେକା ସହ ବୁଝାମଣା କରି କୋଭିସିଲ୍ଡ ଭ୍ୟାକ୍ସିନ ତିଆରି କରିଥିଲେ  ।

 

ଦୁବାଇରେ ହେବ ବିଶ୍ଵର ବୃହତ ବିମାନବନ୍ଦର, ଏହି ଏୟାରପୋର୍ଟରେ ରହିବ ୪୦୦ ଗେଟ

ଆବୁଧାବି: ଦୁବାଇରେ ହେବ ବିଶ୍ଵର ବୃହତ ବିମାନବନ୍ଦର। ବିଶ୍ଵର ସବୁଠାରୁ ବଡ଼ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଏୟାରପୋର୍ଟରେ ରହିବ ୪୦୦ଟି ଗେଟ। ବିମାନ ଅବତରଣ ଲାଗି ସମାନ୍ତରାଳ ଭାବେ ୫ଟି ରନୱେର ନିର୍ମାଣ କରାଯିବ। ଦୁବାଇ ବିମାନ ବନ୍ଦରରେ ବାର୍ଷିକ ଯାତାୟାତ କରିପାରିବେ ୨୬ କୋଟିରୁ ଅଧିକ ଯାତ୍ରୀ।

ଏହି ବିମାନ ବନ୍ଦର ନିର୍ମାଣ ଲାଗି ପାଖାପାଖି ୩୫ ଶହ କୋଟି ଆମେରିକୀୟ ଡଲାରର ଖର୍ଚ୍ଚ ହେବ। ଭାରତୀୟ ମୁଦ୍ରାରେ ଖର୍ଚ୍ଚ ହେବ ୩ ଲକ୍ଷ ୧୫ ହଜାର କୋଟିରୁ ଅଧିକ ଟଙ୍କା।ୟୁଏଇ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଏହି ଘୋଷଣା କରିଛନ୍ତି। ଆସନ୍ତା ୧୦ ବର୍ଷ ମଧ୍ୟରେ ଏହି ବିମାନବନ୍ଦର ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ।

ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀରରେ ବନ୍ୟା ସ୍ଥିତି

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବର୍ଷାରୁ ବନ୍ୟା ସ୍ଥିତି। କୁପୱାଡା ଅଂଚଳରେ ପ୍ରବଳ ବର୍ଷାରୁ ବନ୍ୟାସ୍ଥିତି ସୃଷ୍ଟି ହୋଇଛି। ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀର ଅଂଚଳରେ ଅଚାନକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବନ୍ୟାପାଣିରେ ୧୦ରୁ ଅଧିକ ଘର ଭାଂଗିଯାଇଛି। ଅନେକ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।

ବନ୍ୟା ସ୍ଥିତି ଦେଖା ଦେଇଥିବାରୁ ଜିଲ୍ଲା ପ୍ରଶାସନ ଆଲର୍ଟରେ ରହିଛି। ସ୍କୁଲ ଓ କଲେଜ ସବୁ ବନ୍ଦ କରି ଦିଆଯାଇଛି। ବନ୍ୟା ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସେପଟେ ଜମୁ କାଶ୍ମୀର ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ଜାତୀୟ ରାଜପଥ ବନ୍ଦ କରାଯାଇଥିଲା।

ମେହେର, ଗଙ୍ଗରୁ, ମମପାସି, କିସ୍ତୱାଡ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଥିଲା। ସରବାଲ ଓ ସୋନମର୍ଗ ଅଂଚଳରେ ଭୂସ୍ଖଳନ ଘଟି ବ୍ଯାପକ କ୍ଷୟକ୍ଷତି ଘଟିଛି। ଗନ୍ଦେରବଲ ଜିଲ୍ଲାରେ ବରଫ ଝଡ଼ ଦେଖାଦେଇଛି। ବରଫଝଡ଼ ଯୋଗୁଁ ରାସ୍ତାଘାଟ ଅବରୋଧ ହୋଇଥିବା ସୂଚନା ରହିଛି।

ଆହୁରି ୩ ଦିନ ଅସହ୍ଯ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ହେବ ସାରା ଓଡ଼ିଶା

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସବୁଠି ଟାଇଁ ଟାଇଁ ଖରା । ଅସହ୍ଯ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ସାରା ଓଡ଼ିଶା । ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ସିଭିୟର ହିଟ ୱେବ ଜାରି କରାଯାଇଛି ।

୧୦ଟି ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ,ନୟାଗଡ, ଖୋର୍ଦ୍ଧା, କଟକକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଜିଲ୍ଲା ବଲାଙ୍ଗୀର, ସୋନପୁର, ଗଞ୍ଜାମ, ମାଲକାନଗିରି, ଭଦ୍ରକ, ଜୟପୁର, ଦେବଗଡ, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ଗଜପତି, ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଦିନ ୧୧ଟାରୁ ୩ଟା ମଧ୍ଯରେ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ସାମୁଦ୍ରିକ ଝଡ଼ର ପ୍ରଭାବ ରହିଲେବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ ।

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ

ସମ୍ବଲପୁର: ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଣବ । ସକାଳ ୯ଟାରେ ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟକୁ ଯିବେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ।

ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ । ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି । ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ । ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ ।

ଦ୍ବିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ପ୍ରଣବ ମଧ୍ଯ ବେଶ୍ ଦକ୍ଷତାର ସହ ଦାୟିତ୍ବ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି ।

ରାଜ୍ଯର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି । ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ମଇଦାନକୁ ଓହ୍ଲାଇଛନ୍ତି । ଏଣୁ କଡ଼ା ଟକ୍କର ହେବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ବର: ନବୀନଙ୍କ ଷଷ୍ଠ ଇଂନିସ । ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ଭରିବେ ନାମାଙ୍କନ । ଏଥିପାଇଁ ସକାଳ ୧୦ଟା ୨୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯିବେ ନବୀନ । ୧୧ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବେ । ମାଆଙ୍କ ଆଶୀର୍ବାଦ ନେଇ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ।

୧୨ଟା ୩୫ରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ଯମାନେ ଉପସ୍ଥିତ ରହିବେ । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହିଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି । ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ବନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର ।

୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି । ୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ରାଜ୍ଯ ଭାବେ ନବୀନ ଗଢିତୋଳିଛନ୍ତି । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ ।

୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ । ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ଯ ପ୍ରାର୍ଥୀ ହୋଇଛନ୍ତି ।

ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ଧକ୍କାରେ ଯୁବକ ଆହତ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଗାଡ଼ି ଧକ୍କାରେ ଯୁବକ ଆହତ । ହେମଗିରି ଥାନା କନିକାରେ ଘଟିଛି ଦୁର୍ଘଟଣା । ବିଧାୟିକା କୁସୁମ ଟେଟେଙ୍କ ଘନିଷ୍ଟ ସହଯୋଗୀ ରୁବୀ ନାଏକ , ତାଙ୍କ ସ୍ବାମୀଙ୍କ ସହ କନିକାରେ ପ୍ରଚାର ବେଳେ ବାଇକକୁ ଧକ୍କା ଦେଲା ପ୍ରଚାର ଗାଡ଼ି।  ବାଇକ୍ ଆରୋହୀ ଅସିତ୍ ଭୋଇ ଆହତ ହୋଇଛନ୍ତି । ଆହତ ଅସିତ୍ କୁ ପ୍ରଥମେ କନିକାରେ ପ୍ରାଥମିକ ଚିକିତ୍ସା ପରେ ବେଲପାହାଡ଼ ସ୍ଥାନାନ୍ତର  କରାଯାଇଛି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।