spot_img
Home Blog Page 1983

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଚୋଟରେ ଦୁଇ ଯୁବକ ଆହାତ

ଚାନ୍ଦବାଲି: ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ। ଯୁବକଙ୍କ ଟାଙ୍ଗିଆ ଆକ୍ରମଣରେ ଦୁଇ ଆହାତ । ଚାନ୍ଦବାଲି ପଳାଶପୁର ଗାଁର ଘଟଣା। ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା ଘଟାଇଲା ଉନ୍ମତ କାଣ୍ଡ। ଗାଁ ଦାଣ୍ଡରେ ଟାଙ୍ଗିଆ ଧରି ଗୋଡାଇ ଗୋଡାଇ ହାଣିଲା ଯୁବକ।

ଯୁବକର ଟାଙ୍ଗିଆ ଚୋଟରେ ଖେରଙ୍ଗ ପଞ୍ଚାୟତର ପଳାଶପୁର ଗାଁର ଦୁଇ ଜଣ ଆହତ ହୋଇଛନ୍ତି। ଯୁବକକୁ କାବୁ କରିବକୁ ଯାଇଥିବା ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି । ଚାନ୍ଦବାଲି ପୋଲିସ ଗାଡି ସହ ୧୦୮ ଆମ୍ବୁଲାନ୍ସ ଗାଡିକୁ ଟାଙ୍ଗିଆରେ ଚୋଟ ପକାଇଛନ୍ତି ଯୁବକ।  ଶେଷରେ ବହୁ କଷ୍ଟରେ ପୋଲିସ ଉକ୍ତ ଯୁବକକୁ କାବୁ କରି ଚାନ୍ଦବାଲି ଥାନାକୁ ଆଣିଛି । ଯୁବକଙ୍କ ଘର ବାସୁଦେବପୁର ଅଞ୍ଚଳର।

ବିଷାକ୍ତ ମଦ ପିଇ ପଞ୍ଜାବରେ ୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ବିଷାକ୍ତ ମଦ ପିଇ ପଞ୍ଜାବର ସଙ୍ଗରୁରେ ୪ ଜଣଙ୍କର ମୃତ୍ୟୁ। ଦିର୍ବା ଥାନା ଅଧୀନସ୍ଥ ଗୁଜରନ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି। ୪ଜଣ ବ୍ଯକ୍ତି ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ମଦ ଯୋଗାଣ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ୍ କହିଛି। ମୃତ ବ୍ୟକ୍ତିମାନେ ହେଲେ ଭୋଲା ସିଂ, ନିର୍ମଲ ସିଂ ଓ ପରଗେଟ୍ ସିଂ ଏବଂ ଜଗଜିତ୍ ସିଂ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାତିରେ ମଦ ପିଇବା ପରେ ସକାଳୁ ଗାଁ ରାସ୍ତାରେ ସେମାନଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ୨୦୨୩ ଏପ୍ରିଲରେ ମଧ୍ୟ ସଙ୍ଗରୁରରେ ବିଷାକ୍ତ ମଦ ପିଇ ୩ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୦ ଅଗଷ୍ଟରେ ପଂଜାବର ୩ଟି ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୧୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ବାଲେଶ୍ବର ରାଇବଣିଆ ଅଞ୍ଚଳରେ ୬୦ ଟିକିଆ ଝାଡ଼ଖଣ୍ଡୀ ହାତୀପଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବ। ୬୦ଟିକିଆ ହାତୀପଲ ପ୍ରବେଶ କରି କରୁଛନ୍ତି ଉତ୍ପାତ। ସର୍ଦ୍ଦାରବନ୍ଧ, ରାଇବଣିଆ, ଓଲମରା  ପଞ୍ଚାୟତର ବିଭିନ୍ନ ଗାଁରେ ହାତୀ ପଶି ବ୍ଯାପକ କ୍ଷୟକ୍ଷତି କରୁଛନ୍ତି। ଗାଆଁ ଭିତରେ ଏକାବେଳେ ଏତେ ହାତୀ ପଶୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଦେଇ ହାତୀପଲ ସର୍ଦ୍ଦାରବନ୍ଧ ଅଂଚଳରେ ପ୍ରବେଶ କରିଥିବା ସୂଚନା ମିଳିଛି।

ହାତୀପଲ ଦୁଇଟି ଦଳରେ ବିଭକ୍ତ ହୋଇ ଗୋଟିଏ ଦଳ କାଲାଯୋଡ଼ି ଜଙ୍ଗଲରେ ଥିବାବେଳେ ଅନ୍ୟ ଦଳଟି ରାଇବଣିଆ ଦୁର୍ଗ ନିକଟରେ ଥିବା କାଜୁ ଜଙ୍ଗଲରେ ରହିଥିବା ଜଣାପଡିଛି। ଜଳେଶ୍ବର ବିନବିଭାଗ ଏବଂ ଗଜସାଥି ପହଞ୍ଚି ହାତୀଙ୍କୁ ଘଉଡ଼ାଇବା ପାଇଁ ଉଦ୍ଯମ କରୁଛି।

ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଗିରଫ ହେଲେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର

ବାଲିଗୁଡ଼ା: ବିଇଓଙ୍କୁ ଉଠାଇନେଲା ଭିଜିଲାନ୍ସ । ଗିରଫ ହେଲେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର। ନ୍ୟାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ରସାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ । ନ୍ଯାସନାଲ ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରିଥିଲେ ରସାନନ୍ଦ।

ସୂଚନା ଅନୁୟାୟୀ, ଗତ ଜାନୁଆରୀ ମାସରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ନିଜ ଆକାଉଣ୍ଟକୁ ନେଇ ତାହାକୁ ସେୟାର ମାର୍କେଟରେ ଲଗାଇଥିଲେ ରସାନନ୍ଦ କର। ସରକାରୀ ଅର୍ଥର ଅପବ୍ଯବହାର ଓ ହଡ଼ପ ଅଭିଯୋଗରେ ରସାନନନ୍ଦଙ୍କ ଉପରେ ଗତ ମାସେ ଧରି ନଜର ରଖିଥିଲା ଭିଜିଲାନ୍ସ। ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି। ରସାନନ୍ଦ ଏତେଟଙ୍କା କିପରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଏବଂ ତାଙ୍କୁ ଏଥିରେ ଆଉ କେହି ସହଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ଼ କରାଯାଉଛି। ପୂର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫକୁ ବାନ୍ଧିିଲା ଆସାମ ପୋଲିସ

ବ୍ୟୁରୋ ରିପୋର୍ଟ: ଆସାମ ପୋଲିସକୁ ବଡ ସଫଳତା। ବନ୍ଧା ହେଲେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISISର ଭାରତ ଚିଫ୍‌ ହାରିଶ ଫାରୁକି। ଆସାମର ଧୁବରୀଠାରେ ଥିବା ଭାରତ-ବାଂଲାଦେଶ ସୀମାରେ ଥିବା ଅନ୍ତଃରାଷ୍ଟ୍ରୀୟ ସୀମା ନିକଟରୁ ଉଭୟଙ୍କୁ ଗିରଫ କରାଯାଇଛି। ହାରିଶ ଫାରୁକିଙ୍କ ସହ ତାଙ୍କର ଜଣେ ସହଯୋଗୀ ରେହାନଙ୍କୁ ବି ବାନ୍ଧିଛି STF।

ଏ ସମ୍ପର୍କରେ ସୂଚନା ଦେଇ ଆସାମ ପୋଲିସ କହିଛି ଯେ, ISISର ଦୁଇ ସଦସ୍ୟ ବାଂଲାଦେଶ ସୀମା ଦେଇ ଭାରତକୁ ପ୍ରବେଶ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ISISର ଏହି ଦୁଇ ସଦସ୍ୟ ଭାରତକୁ ପ୍ରବେଶ କରି ବଡ଼ ଧରଣର ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଷଡଯନ୍ତ୍ର କରୁଥିବା STF କୁ ସୂଚନା ମିଳିଥିଲା। ଏହାପରେ ଉଭୟଙ୍କୁ ଧରିବା ନିମନ୍ତେ STFର ଏକ ସ୍ୱତନ୍ତ୍ର ଟିମ୍‌ ଗଠିତ ହୋଇଥିଲା। ଏହି ଟିମ୍‌ ମଙ୍ଗଳବାର ସନ୍ଧ୍ୟାରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ଆରମ୍ଭ କରିଥିଲା। ହାରିଶ ଫାରୁକି ଓ ରେହାନ ସୀମା ଡେଇଁ ଭାରତରେ ପ୍ରବେଶ କରି ଧୁବରୀର ଧର୍ମଶାଳା ଅଞ୍ଚଳରେ ଥିଲେ। ଏନେଇ ସୂଚନା ପାଇବା ପରେ STF ଟିମ୍‌ ଉଭୟଙ୍କୁ କାବୁ କରିବାକୁ ସକ୍ଷମ ହୋଇଛି।

ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ , ଗିରଫ ହୋଇଥିବା ଆତଙ୍କବାଦୀମାନେ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ ସହ ଆତଙ୍କୀ କାର୍ଯ୍ୟକଳାପ ଘଟାଇବାକୁ ଯୋଜନା କରୁଥିଲେ। ସେମାନେ ଭାତରରେ ISIS ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିଲେ। ସେମାନଙ୍କ ବିରୋଧରେ ଦିଲ୍ଲୀ, ଏନଆଇ, ଏସଟିଏଫ୍, ଲକ୍ଷ୍ନୌ ସମେତ ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଛି।  ଏହି ଆତଙ୍କବାଦୀଙ୍କ ବିରୋଧରେ ଅନେକ ମାମଲା ବିଚାରାଧୀନ ଅଛି। ଆସାମ ପୋଲିସ ଏହି କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏନଆଇଏକୁ ହସ୍ତାନ୍ତର କରିବ ।

ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବ୍ରତା ୪.୫ ଓ ୩.୬

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସକାଳୁ ଦୁଇ ଥର ଭୂକମ୍ପ ଝଟକା। ୧୦ ମିନିଟ୍ ମଧ୍ଯରେ ୨ଥର ଭୂକମ୍ପ ଝଟକା ଅନୁଭବ କରିଥିଲେ ଲୋକେ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଗୁରୁବାର ସକାଳେ ଲଗାତର ଭାବେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ହିଙ୍ଗୋଳିରେ ପ୍ରଥମ ଥର ସକାଳ ୬ଟା ୮ ମିନିଟରେ ଭୂମିକମ୍ପ ଅନୁଭବ କରିଥିଲେ ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଥିଲା। ଏହାପରେ ପୁଣି ଥରେ ୬ଟା ୧୯ ମିନିଟରେ ଆଉ ଥରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ରହିଛି।

ଏହା ପୂର୍ବରୁ ଅରୁଣାଚଳ ପ୍ରଦେଶରେ ୨ ଘଣ୍ଟାରେ ୨ଥର ଭୂମିକମ୍ପ ଝଟକା ଦେଖିବାକୁ ମିଳିଥିଲା।

ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୋଠା ଭୁଶୁଡି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ। ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ ପୁରୁଣା କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା। ଏନେଇ ସୂଚନା ପାଇବା ପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଆନନ୍ଦ ତିର୍କି କହିଛନ୍ତି ।

ବର୍ଷାରେ ଲାଗିଲା ବ୍ରେକ୍, ବଦଳିଲା ପାଗ କାଲିଠୁ ଉପରମୁହାଁ ହେବ ପାରଦ

ଭୁବନେଶ୍ୱର: ରାଜ୍ଯରେ ବଦଳିଲା ପାଗ। ଦୁଇଦିନର ଲଗାଣ ବର୍ଷାରେ ବ୍ରେକ୍ ଲାଗି ଆଜିଠୁ ଫିଟିଲା ପାଗ। କାଲିଠୁ ଉପରମୁହାଁ ହେବ ପାରଦ। ସାରା ରାଜ୍ଯରେ ବଢିବ ତାପମାତ୍ରା। କାଲିଠୁ ୨୪ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ୮ ରୁ ୧୦ ଡିଗ୍ରୀ ତାତି ବଢିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ।

ଦୁଇଦିନର ଲଗାଣ ବର୍ଷା ପରେ ଆଜି ଖରା ଦେଖିବାକୁ ମିଳିଛି। ଆଜି ସକାଳୁ ପାଗରେ ପରିବର୍ତ୍ତନ ସହ ଟୁଇନସିଟିରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଟୁଇନସିଟି କଟକ-ଭୁବନେଶ୍ବରରେ ପ୍ରବଳ ଥଣ୍ତା ସହ ଘନ କୁହୁଡ଼ି ଦେଖିବାକୁ ମିଳିିଛି। କୁହୁଡ଼ି ଯୋଗୁ ଦୃଶ୍ଯମାନ ଦୂରତା ୨୦ ମିଟର ରହିଥିବାବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ଖରା ବଢିବା ସହିତ ଦିନର ତାପମାତ୍ରା ବୃଦ୍ଧି ପାଇଛି।

ଚୀନ କର୍ମଚାରୀ ନିୟୋଜିତ ପାକିସ୍ତାନ ଗ୍ଵାଦର ପୋର୍ଟ ଉପରେ ଆତଙ୍କବାଦୀ ହମଲା

ବ୍ୟୁରୋ ରିପୋର୍ଟ: ପାକିସ୍ତାନ-ଚୀନ ସମ୍ପର୍କକୁ ଲାଗିଲା ଝଟକା। ଗ୍ଵାଦର ପୋର୍ଟ ଅଥରିଟ କମ୍ପେକ୍ସ ଉପରେ ଆତଙ୍କବାଦୀ ହମଲା। ହଠାତ ଅଜଣା ବନ୍ଧୁକଧାରୀ ବନ୍ଦର ମଧ୍ୟକୁ ପଶି ଆକ୍ରମଣ କରିଥିଲେ। ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଗ୍ଵାଦର ପୋର୍ଟ ଉପରେ ମୋଟ ୮ ଆତଙ୍କବାଦୀ ହମଲା କରିଛନ୍ତି। ତେବେ ପାକିସ୍ତାନ ସେନାର ପ୍ରତି ଆକ୍ରମଣରେ ସମସ୍ତ ଆତଙ୍କବାଦୀଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ନିହତ ଆତଙ୍କବାଦୀ ବଲୋଚିସ୍ତାନ ଲିବେରେସନ ଆର୍ମିର ସଦସ୍ୟ ବୋଲି ଜଣାପଡ଼ିଛି।

ଅନେକ ସମୟ ଧରି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗ୍ଵାଦର ପୋର୍ଟ ଅଥରିଟିରେ ପାକିସ୍ତାନର ଅନେକ ସରକାରୀ ଅନୁଷ୍ଠାନ ରହିଛି । ଏଠାରେ ଗ୍ଵାଦର ପୋର୍ଟର ମଧ୍ୟ ଅଫିସ ରହିଛି। ଏହି ସମସ୍ତ ଅଫିସକୁ କବଜା କରିବାକୁ ଚାହୁଁଥିଲେ ଆତଙ୍କବାଦୀ। ଏହା ପୂର୍ବରୁ ମଧ୍ୟ ଚୀନ କର୍ମଚାରୀଙ୍କ ଉପରେ ହୋଇଥିଲା ଆକ୍ରମଣ। ସେଠାରେ ଏକ ଆଇଇଡି ବିସ୍ଫୋରଣ ମଧ୍ୟ କରିଥିଲେ ଆତଙ୍କବାଦୀ। ସେଠାରେ ଚୀନର ଅନେକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ତୃତୀୟ ବୃହତ ନିର୍ମାଣାଧିନ ବନ୍ଦର ହେଉଛି ଗ୍ଵାଦର ପୋର୍ଟ। ଚୀନ-ପାକିସ୍ତାନ ଆର୍ଥନୈତିକ କରିଡର ମଧ୍ୟରୁ ଗୋଟିଏ ହେଉଛି ଗ୍ଵାଦର ପୋର୍ଟ। ସିଇପିସି ମାଧ୍ୟମରେ ଚୀନ ଏଠାରେ ବିପୁଳ ପରିମାଣର ପୁଂଜିନିବେଶ କରିଛି। ଚାଇନା ବେଲ୍ଟ ଆଣ୍ଡ ରୋଡ କାର୍ଯ୍ୟକ୍ରମ ଜରିଆରେ ପ୍ରାକୃତିକ ସମ୍ପଦରେ ଭରପୂର ବାଲୋଚିସ୍ତାନରେ ବିପୁଳ ଅର୍ଥ ନିବେଶ କରିଛି ଚୀନ। ଅର୍ଥ ବିନିଯୋଗ କରି ଗ୍ୱାଦର ପୋର୍ଟକୁ ବିକଶିତ କରୁଛି। ତେବେ ଚୀନ ନିବେଶ କରିଥିବା ଗ୍ଵାଦର ପୋର୍ଟ ଉପରେ ବାରମ୍ବାର ଆତଙ୍କବାଦୀ ହମଲା ବେଜିଂକୁ ଚିନ୍ତାରେ ପକାଇଛି।

ରାଜନୈତିକ ଦଳଙ୍କ ଲୋଭନୀୟ ଅଫର ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ: ନିର୍ବାଚନରେ ଭୋଟରଙ୍କୁ ମାଗଣା ଉପହାର ଘୋଷଣା ପ୍ରସଙ୍ଗ। ଆଜି ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି। ଏ ପ୍ରସଙ୍ଗରେ ଜନସ୍ଵାର୍ଥ ମାମଲାକୁ ବିଚାର ଲାଗି ତାଲିକାଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ସମୟରେ ଭୋଟରଙ୍କୁ ଲୋଭନୀୟ ଉପହାର ପ୍ରଦାନ ସହ ମାଗଣା ଘୋଷଣା ସମ୍ପର୍କିତ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାର୍ଦିୱାଲା, ଏବି ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିଛନ୍ତି। ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ଘୋଷଣା କରୁଥିବା ମାଗଣା ଉପହାର ସହ ଲୋଭନୀୟ ଘୋଷଣାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଦାବି କରାଯାଇଛି। ଏଭଳି ଘୋଷଣା କରି ଭୋଟରଙ୍କ ସମର୍ଥନ ଜୁଟାଇବାକୁ ପ୍ରୟାସ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ। ଏହା ସମ୍ବିଧାନର ଉଲ୍ଲଂଘନ କରୁଥିବାରୁ ଏହାକୁ ନେଇ ସଠିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ବିଷଦ ଆଲୋଚନା ସହ ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚାର କରିବାକୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ କହିଥିଲେ ବିଚାପତି। ଅନେକ ରାଜନୈତିକ ଦଳରେ ଥିବା ଚିହ୍ନକୁ ନେଇ ରାଜନୈତିକ ଦଳ ଉପହାର ପ୍ରଦାନ କରୁଥିବାରୁ ଏସବୁ ଚିହ୍ନକୁ ରଦ୍ଦ କରିବାକୁ ଆବେଦନରେ ଦାବି କରାଯାଇଥିଲା।  ଏଭଳି ଘଟଣା ଭୋଟରଙ୍କୁ ଲାଞ୍ଚ ପ୍ରଦାନ ସହ ପ୍ରଭାବିତ କରିବା ଆବେଦନରେ ଉଲ୍ଲେଖ କରିଥିଲେ।